ଜୁନ୍ ୨ ତାରିଖରେ ଗୁଗୁଲ ଆମେରିକାର ଆକ୍ଟିଭିଷ୍ଟ ଫ୍ରାଙ୍କ କେମିନିଙ୍କ ଉଦ୍ଦେଶ୍ୟରେ ଡୁଡୁଲ ସମର୍ପଣ କରିଛି। ସେ ସମଲିଙ୍ଗୀଙ୍କ ସମ୍ମାନ ଏବଂ ସେମାନଙ୍କ ଅଧିକାର ପାଇଁ ଦୀର୍ଘ ଲଢେଇ ଲଢ଼ିଥିଲେ ଆଉ ଏବେ ସେମାନଙ୍କୁ ତାଙ୍କର ଅଧିକାର ମିଳିସାରିଛି । ଏପରିସ୍ଥଳେ ପ୍ରତି ବର୍ଷ ଜୁନ ମାସକୁ ପ୍ରାଇଡ୍ ମନ୍ଥ ରୂପେ ପାଳନ କରାଯାଏ ।
ରାହୁଲ ଗାନ୍ଧୀ ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖିଛନ୍ତି, ବର୍ତ୍ତମାନ ଏଲଜିବିଟି କମ୍ୟୁନିିଟିକୁ ଲୋକେ ସମର୍ଥନ କରୁଛନ୍ତି । ପୁର୍ବ ପରି ତାଙ୍କ ପ୍ରତି ଲୋକଙ୍କ ମନରେ ଅସୂୟା ଭାବ ନାହିଁ । ଧୀରେ ଧୀରେ ସମାଜର ବିଚାରଧାରାରେ ପରିବର୍ତ୍ତନ ଆସୁଛି । ଅନ୍ୟପଟେ ରାହୁଲ ଗାନ୍ଧୀଙ୍କ ପୋଷ୍ଟ ପାଇଁ ତାଙ୍କୁ ଧନ୍ୟବାଦ ଜଣାଇବା ସହ ଅନେକ ଲୋକ ନିଜ ନିଜର ମନ୍ତବ୍ୟ ଦେଇଛନ୍ତି । ରାହୁଲଙ୍କ ମାନସିକତାକୁ ନେଇ ଅନେକ ତାଙ୍କର ପ୍ରଶଂସା ମଧ୍ୟ କରିଛନ୍ତି । ରାହୁଲଙ୍କ ବ୍ୟତୀତ କଂଗ୍ରେସ ନିଜର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ରେନବୋ ପ୍ଲାଗ୍ ସେୟାର କରିଛି । ‘ପ୍ରେମ ହେଉଛି ପ୍ରେମ। ସମସ୍ତ ଭାରତୀୟଙ୍କୁ ପ୍ରାଇଡ୍ ମନ୍ଥର ଶୁଭକାମନା ଜଣାଇଛି କଂଗ୍ରେସ ।
Love is love.
Happy #PrideMonth India ♥️🏳️🌈 pic.twitter.com/rTjCsQhlPz
— Congress (@INCIndia) June 3, 2021
ସୂଚନାଯୋଗ୍ୟ ପ୍ରାଇଡ ମନ୍ଥର ବିଶେଷ ଉତ୍ସବରେ ସର୍ଚ୍ଚ ଇଞ୍ଜିନ୍ ଗୁଗୁଲ୍ ଆମେରିକୀୟ ଆକ୍ଟିଭିଷ୍ଟ ଫ୍ରାଙ୍କ କେମିନିଙ୍କୁ ଡୁଡୁଲ ସମର୍ପିତ କରିଥିଲା। ଫ୍ରାଙ୍କ କେମିନି ସମଲିଙ୍ଗୀ ଥିଲେ ଆଉ ସେଥିପାଇଁ ତାଙ୍କୁ ସମାଜରେ ଅନେକ ଥର ଅପମାନିତ ହେବାକୁ ପଡ଼ିଛି । ସମଲିଙ୍ଗୀ ହୋଇଥିବାରୁ ତାଙ୍କୁ ଚାକିରିରୁ ମଧ୍ୟ ବାହାର କରିଦିଆ ଯାଇଥିଲା । ଏହାସତ୍ତ୍ୱେ ଫ୍ରାଙ୍କ୍ ଲଢ଼େଇ ଜାରି ରଖିଥିଲେ ଏବଂ କେବେ ବି ନିଜର ପରିଚୟ ଲୁଚାଇବାକୁ ଚେଷ୍ଟା କରିନଥିଲେ।
ସମଲିଙ୍ଗୀଙ୍କୁ ତାଙ୍କର ଅଧିକାର ଓ ସମ୍ମାନ ଦେବାପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଫ୍ରାଙ୍କ୍ । ଫ୍ରାଙ୍କଙ୍କ ଏହି ଲଢ଼େଇରେ ଧୀରେ ଧୀରେ ଲୋକଙ୍କ ସମର୍ଥନ ମିଳିଥିଲା । ଆଉ ଦୀର୍ଘ ଲଢ଼େଇ ପରେ ଫ୍ରାଙ୍କ ଶେଷରେ ଜିତି ଯାଇଥିଲେ ଏବଂ ତାଙ୍କ ସାମ୍ନାରେ ଆମେରିକା ସରକାରଙ୍କୁ ମୁଣ୍ଡ ନୁଆଇଁବାକୁ ପଡ଼ିଥିଲା ।
]]>