ବାପାଙ୍କ ବିୟୋଗ ପରେ ବର୍ଷା ସିଂ ବରିହା ଏବେ ପଦ୍ମପୁରର ବିଧାୟକ। ରାଜ୍ୟର ଏକ ନମ୍ୱର ବିଧାନସଭା ଆସନ। ବରଗଡ ଜିଲ୍ଲାର ପଦ୍ମପୁର। ଏଇ ଆସନରେ ଅର୍ଦ୍ଧାଧିକ ସମୟ ଜିତିଛନ୍ତି ବରିହା ପରିବାର। ଏବେ ଏଠି ବିଧାୟିକା ଅଛନ୍ତି ବିଜେଡିର ବର୍ଷା ସିଂ ବରିହା। ୨୦୧୯ରେ ଜିତିଥିଲେ ବିଜେଡିର ବରିଷ୍ଠ ନେତା ବିଜୟ ରଞ୍ଜନ ସିଂ ବରିହା। ତାଙ୍କର ବିୟୋଗ ପରେ ଝିଅ ବର୍ଷା ସିଂ ବରିହା ୨୦୨୨ ଉପନିର୍ବାଚନରେ ବିଜେଡି ଟିକେଟରେ ବିଜୟୀ ହୋଇ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି।
ଉପନିର୍ବାଚନରେ ସେ ବିଜେପି ପ୍ରାର୍ଥୀ ତଥା କୃଷକ ନେତା ପ୍ରଦୀପ ପୁରୋହିତଙ୍କୁ ୪୨ ହଜାର ଭୋଟରେ ପରାସ୍ତ କରିଥିଲେ । ୨୦୧୯ରେ ବିଜୟ ରଂଜନ ବିଜେପି ପ୍ରାର୍ଥୀ ପ୍ରଦୀପଙ୍କୁ ୫ ହଜାରରୁ ଅଧିକ ଭୋଟରେ ପରାଜିତ କରିଥିଲେ। ଉପନିର୍ବାଚନରେ ଭୋଟ ବ୍ୟବଧାନ ବହୁତ ବଢିଯାଇଥିଲା।
ତେବେ ୨୦୧୪ରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଏଇ ନିର୍ବାଚନମଣ୍ଡଳୀରେ ସର୍ବ ପ୍ରଥମେ ବିଜେପିକୁ ସଫଳତାର ସ୍ୱାଦ ଚଖାଇଥିଲେ। ପାଞ୍ଚ ଥରର ବିଧାୟକ ବିଜେଡିର ବିଜୟ ରଂଜନଙ୍କୁ ୪ ହଜାର ୫ ଶହ ଭୋଟରେ ପରାସ୍ତ କରିଥିଲେ । ବିଜେଡିର ବିଜୟଯାତ୍ରାରେ ଲଗାଇଥିଲେ ବିରାମ। ହେଲେ ବିଜେଡି ପୁଣି ଛଡାଇ ନେଇଥିଲା ଆସନ। ୨୦୨୪ରେ ଏଠୁ ବିଧାୟିକା ବର୍ଷା ସିଂ ବରିହା ପୁଣି ପାଇପାରନ୍ତି ବିଜେଡି ଟିକେଟ୍ । ନାହାନ୍ତି ଅନ୍ୟ କେହି ଦାବିଦାର୍ ।
ବିଜେପିର ଏକମାତ୍ର ଚେହେରା ଭାବେ ଗଣା ହେଉଛନ୍ତି ପ୍ରଦୀପ ପୁରୋହିତ । ସେ ବି ଏଥର ଟିକେଟ୍ ପାଇପାରନ୍ତି । ଅନ୍ୟ କେହି ରେସରେ ନାହାନ୍ତି । ସେ ୨୦୧୯ରେ ୭୭ ହଜାର ୫୬୫ ଭୋଟ ପାଇଥିବା ବେଳେ ଗତ ଉପନିର୍ବାଚନରେ ୭୮ ହଜାର ୧୨୮ ଭୋଟ ପାଇଥିଲେ। ନିଜର ଭୋଟକୁ ସେ ବଜାୟ ରଖିବାରେ ସକ୍ଷମ ହୋଇଥିଲେ। ତାଙ୍କର ପ୍ରାର୍ଥୀତ୍ୱ ପ୍ରାୟ ସ୍ଥିର ବୋଲି କୁହାଯାଉଛି।
କଂଗ୍ରେସର ଭେଟେରାନ ନେତା ସତ୍ୟଭୂଷଣ ସାହୁ ୧୯୮୦, ୧୯୮୫ ଓ ୨୦୦୪ରେ ବିଧାୟକ ଭାବେ ଜିତିଥିଲେ । କିନ୍ତୁ ଗତ ଉପନିର୍ବାଚନରେ ସେ ମାତ୍ର ୩ ହଜାର ୫୯୪ ଭୋଟ ପାଇ ଶୋଚନୀୟ ପରାଜୟ ବରଣ କରିଥିଲେ । ୨୦୧୯ରେ ସେ ୩୨ ହଜାର ୭୮୭ ଖଣ୍ଡ ଭୋଟ ପାଇଥିଲେ । କିନ୍ତୁ ଉପନିର୍ବାଚନରେ କଂଗ୍ରେସ ଭୋଟ ଗାଏବ ହୋଇଯାଇଥିଲା । ସେ ଏଥର ନିର୍ବାଚନ ଲଢିବାର ସମ୍ଭାବନା କମ୍ । ତାଙ୍କ ସ୍ଥାନରେ କଂଗ୍ରେସ ପ୍ରାର୍ଥୀ ହୋଇପାରନ୍ତି ତାଙ୍କ ପୁତୁରା ଟଙ୍କଧର ସାହୁ।
]]>ଗତକାଲି ପଦ୍ମପୁର ଉପନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ନଭେମ୍ବର ୧୭ ତାରିଖରେ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ରହିଛି। ୧୮ ତାରିଖରେ ଯାଞ୍ଚ ଆଉ ୨୧ ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ହେବ ବୋଲି ବିଜ୍ଞପ୍ତିରେ ପ୍ରକାଶ ପାଇଛି। ଡିସେମ୍ବର ୫ ତାରିଖରେ ଭୋଟ ଗ୍ରହଣ ହେବ। ଡିସେମ୍ବର ୮ ତାରିଖରେ ଭୋଟ୍ ଗଣତି ହୋଇ ସେହିଦିନ ଫଳାଫଳ ପ୍ରକାଶ ପାଇବ ବୋଲି ସୂଚନା ଦିଆଯାଇଛି।
ବିଧାୟକ ବିଜୟ ରଞ୍ଜନ ସିଂହ ବରିହାଙ୍କ ଦେହାନ୍ତ ପରଠାରୁ ପଦ୍ମପୁର ବିଧାନସଭା ଆସନଟି ଖାଲି ପଡ଼ିଛି। ୬୫ ବର୍ଷ ବୟସରେ ଗତ ଅକ୍ଟୋବର ୨ ତାରିଖ ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲ୍ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ସ୍ୱର୍ଗତଃ ବରିହା ବରଗଡ଼ ଜିଲ୍ଲା ପଦ୍ମପୁରରୁ ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୧୯୯୦ରୁ୨୦୦୦ ଯାଏଁ ସେ ଜନତା ଦଳ ଟିକେଟ୍ରେ ଏହି ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହା ପରେ ୨୦୦୦ ଏବଂ ୨୦୦୯ରେ ବିଜେଡି ଟିକେଟ୍ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।
୨୦୦୯ରେ ବିଜୟୀ ହୋଇ ବିଧାନସଭାକୁ ଆସିବା ପରେ ସେ ବିଜେଡି ସରକାରରେ ମନ୍ତ୍ରୀ ହୋଇଥିଲେ। ୨୦୧୪ ବିଧାନସଭା ନିର୍ବାଚନରେ ସେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କଠାରୁ ପରାସ୍ତ ହୋଇଥିଲେ। ତେବେ ୨୦୧୯ ନିର୍ବାଚନରେ ବିଜୟ ରଂଜନ ସିଂହ ବରିହା ପୁଣି ବାଜି ମାରିଥିଲେ। ସେ ପଦ୍ମପୁର ଆସନରୁ ବିଜେଡି ଟିକେଟରେ ପୁଣି ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ମୃତ୍ୟୁବେଳକୁ ସେ ଦଳର ବରଗଡ଼ ଜିଲ୍ଲା ସଭାପତି ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ।
]]>ପୋଲିସ ସାମ୍ନାରେ ଇମ୍ଫା ଆଗରେ ଗଣ୍ଡଗୋଳ କାହିଁକି ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି। ସେପଟେ ଏ ପ୍ରସଙ୍ଗରେ ଟ୍ୱିଟ୍ କରି ସାଂସଦ ବୈଜୟନ୍ତ ପଣ୍ଡା କହିଛନ୍ତି, ପାଣ୍ଡିଆନଙ୍କ ଘର ସାମ୍ନାରେ ଧାରଣା ଦେବାକୁ ଯାଉଥିବା ଜଣେ ମହିଳାଙ୍କୁ ପୋଲିସ ଅଟକ ରଖୁଛି। କିନ୍ତୁ ଏପଟେ ଇମ୍ଫାର ଶହ ଶହ କର୍ମଚାରୀଙ୍କୁ ଉତ୍ୟକ୍ତ ଆନ୍ଦୋଳନକାରୀ ଘେରି ରହିଥିବାବେଳେ ପୋଲିସ କିଛି ବି କରୁନି। ଫଳରେ ବହୁ ମହିଳା ଓ ଶିଶୁ ୪ ଦିନ ଧରି କାରଖାନା ଭିତରେ ଫସି ରହିଥିବା ବୈଜୟନ୍ତ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି।
]]>