ବର୍ତ୍ତମାନ ଅମିତାଭ ବଚ୍ଚନଙ୍କ ଗୋଟିଏ ଲୁକ୍ ସମସ୍ତଙ୍କୁ ଚକିତ କରିଛି। ‘କଲ୍କୀ ୨୮୯୮ ଏଡି’ ଅମିତାଭ ବଚ୍ଚନଙ୍କ ଚରିତ୍ରରେ ଯେପରି ଦର୍ଶକଙ୍କୁ ରୋମାଞ୍ଚିତ କରିଛି ତାହା ସୋସିଆଲ ମିଡିଆରୁ ଆରମ୍ଭ କରି ୟୁଟ୍ୟୁବ୍ରେ ବହୁତ ପ୍ରଶଂସା ପାଉଛି।
‘ବାହୁବଲୀ’ ପରେ ଏହି ପିରିୟଡ୍ ଆକ୍ସନ୍ ଡ୍ରାମାର ୨ୟ ଭାଗ ଦେଖିବା ପାଇଁ ଅନେକ ଲୋକ ପ୍ରେକ୍ଷାଳୟକୁ ଦୌଡିଥିଲେ ଏବଂ ଏହା ମଧ୍ୟ ହିଟ୍ ହୋଇଥିଲା। ୨ୟ ଭାଗ କରିବା ପରେ, ଲୋକମାନେ ଏହାର ତୃତୀୟ ଭାଗ ମଧ୍ୟ ଦେଖିବାକୁ ଆଗ୍ରହୀ ଏବଂ ଏହା ବିଷୟରେ ଏକ ଆକର୍ଷଣୀୟ ଚର୍ଚ୍ଚା ଜୋର ଧରିଛି।
ପୁଣି ଥରେ ରଣବୀର କପୁରଙ୍କ ଯାଦୁ ଲୋକଙ୍କ ମଧ୍ୟରେ କାମ କରୁଥିବା ଜଣାପଡିଛି। ଯେତେବେଳେ ତାଙ୍କ ଫିଲ୍ମ 'ଆନିମଲ୍' ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା, ସେତେବେଳେ ଫିଲ୍ମଟି ବକ୍ସ ଅଫିସକୁ କାବୁ କରିଥିଲା ଏବଂ ଏହା OTT ରେ ଆସିବା ଦିନଠାରୁ ପ୍ରାଧାନ୍ୟ ବିସ୍ତାର କରିଛି।
ପ୍ରଭାସଙ୍କ ପାଇଁ ୨୦୨୩ ଭଲ ନଥିଲା। ତାଙ୍କ ଚଳଚ୍ଚିତ୍ର ‘ଆଦିପୁରୁଷ’ ବଡ ପରଦାରେ ସାଙ୍ଘାତିକ ଭାବେ ଫ୍ଲପ୍ ହୋଇଥିଲା। ଏହା ପରେ ‘ସାଲାର’ ଆସିଲା କିନ୍ତୁ ଏହି ଚଳଚ୍ଚିତ୍ର ମଧ୍ୟ ସେମିତି କିଛି ଆଶ୍ଚର୍ଯ୍ୟଜନକ କାମ କରିପାରିଲା ନାହିଁ। ଅବଶ୍ୟ, ୨୦୨୪ ପ୍ରଭାସଙ୍କ ପାଇଁ ବହୁତ ବଡ ହେବାକୁ ଯାଉଛି କାରଣ ତାଙ୍କ ଫିଲ୍ମ ‘ପ୍ରୋଜେକ୍ଟ K’ ବା ‘କଲ୍କି ୨୮୯୮ ଏଡି’ ଖୁବ ଶୀଘ୍ର ଆସୁଛି।
ଲୋକମାନେ ଉତ୍ସାହର ସହିତ ‘କଲ୍କି ୨୮୯୮’କୁ ଅପେକ୍ଷା କରିଛନ୍ତି ଯେଉଁଥିରେ ପ୍ରଭାସ ପୁଣି ଥରେ ପରଦାରେ ଭଗବାନଙ୍କ ଭୂମିକାରେ ନଜର ଆସିବେ। ଏହି ଚଳଚ୍ଚିତ୍ରକୁ ଆଜି ପର୍ଯ୍ୟନ୍ତ ଭାରତୀୟ ସିନେମାର ସବୁଠାରୁ ମହଙ୍ଗା ଚଳଚ୍ଚିତ୍ର ଭାବରେ ବର୍ଣ୍ଣନା କରାଯାଇଛି।
ଆକ୍ସନ୍ ଏବଂ ଡ୍ରାମାରେ ଭରପୂର ‘ସାଲାର : ପାର୍ଟ୍ ୧’ ବକ୍ସ ଅଫିସରେ ସଫଳତାର ଏକ ଉଦାହରଣ ସୃଷ୍ଟି କରିଛି ଏବଂ ରୋଜଗାରରେ ସାରା ବିଶ୍ୱରେ ୬୫୦ କୋଟି ଟଙ୍କା ଅତିକ୍ରମ କରିଛି। ବଡ଼ ପରଦାରେ ଦର୍ଶକମାନେ ଏହି ଆକ୍ସନ୍ ମନୋରଞ୍ଜନକୁ ଖୁବ ଉପଭୋଗ କରୁଥିବାବେଳେ ସେମାନେ ‘ସାଲାର୍ ୨’କୁ ମଧ୍ୟ ଅପେକ୍ଷା କରିଛନ୍ତି।
ପ୍ରଶାନ୍ତ ନୀଲଙ୍କ ନିର୍ଦ୍ଦେଶିତ ସୁପରଷ୍ଟାର ପ୍ରଭାସଙ୍କ ଅଭିନୀତ ହୋମ୍ବଲେ ଫିଲ୍ମସର ‘ସାଲାର ପାର୍ଟ ୱାନ୍ : ସିଜ୍ଫାୟାର’ ପ୍ରକୃତରେ ପ୍ରଶଂସକ ଏବଂ ଦର୍ଶକଙ୍କ ପାଇଁ ଏକ ଉପହାର ପରି ଆସିଛି। ଏହି ଫିଲ୍ମ ଲୋକଙ୍କୁ ନିଜ ସିଟ୍ରେ ବାନ୍ଧି ରଖୁଛି ଏବଂ ଫିଲ୍ମ ନିର୍ମାତା ସଫଳତାର ସହ ଦର୍ଶକଙ୍କୁ ଖାନ୍ସର୍ର ଦୁନିଆକୁ ନେଇଯାଉଛନ୍ତି।
ଶାହରୁଖ ଖାନଙ୍କ ‘ଡଙ୍କି’ ପ୍ରଭାସଙ୍କ ‘ସାଲାର’ ସହ ସଂଘର୍ଷ କରିବା ପରେ ମଧ୍ୟ ବକ୍ସ ଅଫିସରେ ଭଲ ରୋଜଗାର କରିବାରେ ସଫଳ ହୋଇଛି। ବିଶେଷକରି ଚତୁର୍ଥ ଦିନ ବା ରବିବାର ଦିନ ‘ଡଙ୍କି’ର ରୋଜଗାରରେ ୩୦ ପ୍ରତିଶତ ବଢିଛି। ତେବେ ଆସନ୍ତୁ ଶାହାରୁଖ ଖାନଙ୍କ ଫିଲ୍ମ ଚତୁର୍ଥ ଦିନରେ କେତେ ରୋଜଗାର କରିଛି ଜାଣିବା।
ସାଲାର ରିଲିଜ୍ ହେବାର ଦୁଇ ଦିନ ଭିତରେ ରୋଜଗାର କେବଳ ୧୦୦ କୋଟି ନୁହେଁ ବରଂ ୨୫୦କୋଟି ଟଙ୍କା ଅତିକ୍ରମ କରିଛି। ଫଳରେ ଏହା ୨୦୨୩ରେ ରିଜିଜ୍ ହୋଇଥିବା ପଠାନ, ଜବାନ, ଲିଓ ଏବଂ ଜେଲର ଭଳି ଫିଲ୍ମର ରେକର୍ଡ ଭାଙ୍ଗିଛି।
୨୧ ଏବଂ ୨୨ ଡିସେମ୍ବରକୁ ସମସ୍ତଙ୍କ ଅପେକ୍ଷା। କାରଣ ୨୦୨୩ର ଶାହରୁଖ ଖାନଙ୍କ ତୃତୀୟ ଫିଲ୍ମ ‘ଡଙ୍କି’ ଏବଂ ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସାଲାର’ ମୁକ୍ତିଲାଭ କରିବାକୁ ଯାଉଛି। ଏନେଇ ଆରମ୍ଭ ହୋଇଯାଇଛି ଆଡଭାନ୍ସ ବୁକିଂ। ଜାଣନ୍ତୁ କିଏ ରହିଛି ଆଗରେ…
ପ୍ରଭାସଙ୍କ ଫିଲ୍ମ 'ସାଲାର' ଓ ଶାହରୁଖ ଖାନଙ୍କ ଫିଲ୍ମ 'ଡଙ୍କି' ଗୋଟିଏ ଦିନରେ ରିଲିଜ୍ ହେବ। ନିକଟରେ ଏକ ସାକ୍ଷାତକାରରେ 'ସାଲାର' ନିର୍ମାତା ବିଜୟ କିର୍ଗନ୍ଦୁର ପ୍ରଭାସ ଏବଂ ଶାହରୁଖଙ୍କ ଫିଲ୍ମର ସଂଘର୍ଷକୁ ନେଇ ନିଜର ପ୍ରତିକ୍ରିୟା ଦେଇଛନ୍ତି।
‘ସାଲାର୍’ ଗ୍ରାଣ୍ଡ୍ ଥିଏଟ୍ରିକାଲ୍ ରିଲିଜ୍ ଠାରୁ ମାତ୍ର ଦଶ ଦିନ ଦୂରରେ ଅଛି। ଏହାରି ଭିତରେ ନିକଟରେ ସେନ୍ସର ବୋର୍ଡ (ସିବିଏଫ୍ସି) କୁ ପଠାଯାଇଥିଲା ଏବଂ ସେନ୍ସର ବୋର୍ଡ ଫିଲ୍ମକୁ ୨ ଘଣ୍ଟା ୫୫ ମିନିଟ୍ର ରନ୍ଟାଇମ୍ ସହିତ ‘A’ ସାର୍ଟିଫିକେଟ୍ ଦେଇଛି।
ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସାଲାର’ର ଟ୍ରେଲର୍ ରିଲିଜ୍ ହୋଇଛି। ସୋସିଆଲ ମିଡିଆରେ ପ୍ରତି ମୁହୂର୍ତ୍ତରେ ଏହାର ଭିୟୁ ବଢିବାରେ ଲାଗିଛି। ପ୍ରଶଂସକମାନେ ଏହାକୁ ଏକ ମାଷ୍ଟରପିସ୍ ବୋଲି କହୁଛନ୍ତି।
ବର୍ଷର ଶେଷ ମାସରେ ଚାରୋଟି ବଡ ଫିଲ୍ମ ମୁକ୍ତିଲାଭ କରିବ। କୋଟି କୋଟି ଟଙ୍କା ବାଜିରେ ଲାଗିଥିବା ବେଳେ ଅନେକ ତାରକାଙ୍କ ଭାଗ୍ୟ ମଧ୍ୟ ଏହି ମାସରେ ସ୍ଥିର ହେବାକୁ ଯାଉଛି। ତେବେ ଆସନ୍ତୁ ଡିସେମ୍ବରରେ ରିଲିଜ୍ ହେବାକୁ ଥିବା ୪ଟି ବଡ ଫିଲ୍ମ ଉପରେ ନଜର ପକେଇବା...
ପ୍ରଭାସଙ୍କ ‘ସାଲାର’ ଶାହରୁଖ ଖାନଙ୍କ 'ଡଙ୍କି' ସହିତ ବକ୍ସ ଅଫିସରେ ଲଢେଇ କରିବ ବୋଲି କୁହାଯାଉଥିବା ବେଳେ ଆସିଛି ନୂଆ ଖବର। ଏହା ଡଙ୍କି ସହ ଟକ୍କର ଦେବନି ବୋଲି କହିଛନ୍ତି ନିର୍ମାତା।
୨୦୦୪ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ବର୍ଷମ୍’ ପ୍ରଭାସଙ୍କ ଅଭିନୀତ ପ୍ରଥମ ସଫଳ ଚଳଚ୍ଚିତ୍ର ଥିଲା । ଏସ୍ଏସ୍ ରାଜାମୌଲିଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଛତ୍ରପତି’ ତାଙ୍କୁ ଅଧିକ ଲୋକପ୍ରିୟ କରିଥିଲା ।
ଚଳିତ ବର୍ଷ ଶାହରୁଖ ଖାନଙ୍କ 'ପଠାନ' ଏବଂ 'ଜବାନ' ଆଗରେ କୌଣସି ସାଉଥ୍ ସୁପରଷ୍ଟାରଙ୍କ ଚଳଚ୍ଚିତ୍ର ଉଠିପାରି ନାହିଁ। ଏହାରି ଭିତରେ କିନ୍ତୁ ଶାହରୁଖଙ୍କ ବିଜୟ ରଥକୁ ରୋକିବା ପାଇଁ ସାଉଥ ସିନେମା ଏହାର ସୁପରଷ୍ଟାରକୁ ମଇଦାନକୁ ଛାଡିବାକୁ ପ୍ରସ୍ତୁତ ହେଉଛି।
ବକ୍ସ ଅଫିସରେ ହେବ ବଡ ସଂଘର୍ଷ। ଗୋଟିଏ ଦିନରେ ରିଲିଜ୍ ହେବ ‘ସାଲାର’ ଓ ‘ଡଙ୍କି’। ଏହି ସଂଘର୍ଷକୁ ନେଇ ଏତିକି କୁହାଯାଇ ପାରିବ ଯେ ବକ୍ସ ଅଫିସରେ ଯାହା ବି ହେଉ ଦର୍ଶକ କିନ୍ତୁ ଖୁବ ଉପଭୋଗ କରିବାକୁ ଯାଉଛନ୍ତି କାରଣ ଉଭୟ ଫିଲ୍ମ ଭିନ୍ନ ପ୍ରକାରର।
ପ୍ରଭାସଙ୍କ ପ୍ରଶଂସକମାନେ ଗତ କିଛି ଦିନ ହେବ ଦ୍ୱନ୍ଦ୍ୱରେ ଅଛନ୍ତି ଯେ 'ସାଲାର' ରିଲିଜ୍ ହେବ ନା ନାହିଁ। ବର୍ତ୍ତମାନ ନିର୍ମାତା ଏକ ଅଫିସିଆଲ୍ ବିବୃତ୍ତି ଦେଇ ଏହାକୁ ନିଶ୍ଚିତ କରିଛନ୍ତି। ନିର୍ମାତାଙ୍କ ଅନୁଯାୟୀ 'ସାଲାର' ସେପ୍ଟେମ୍ବର ୨୮ରେ ରିଲିଜ୍ ହେବନାହିଁ। ଏଥିସହ ଫିଲ୍ମର ନୂଆ ରିଲିଜ୍ ତାରିଖ ମଧ୍ୟ ଖୁବ ଶୀଘ୍ର ଘୋଷଣା କରାଯିବ।
'ସାଲାର' ରିଲିଜ୍ ପୂର୍ବରୁ ମଧ୍ୟ 'ବ୍ରାଣ୍ଡ୍ ପ୍ରଭାସ'ଙ୍କ ଯାଦୁ ଦେଖାଇବା ଆରମ୍ଭ କରିଛି ଏବଂ ବକ୍ସ ଅଫିସ୍ ରୋଜଗାର ରେକର୍ଡ ତିଆରି କରିବାର ସମ୍ଭାବନା ଦୃଶ୍ୟମାନ ହେଉଛି। 'ସାହୋ' ଏବଂ 'ଆଦିପୁରୁଷ' ଫ୍ଲପ୍ ପରେ ବି ପ୍ରଭାସଙ୍କ ଲୋକପ୍ରିୟତାକୁ କୌଣସି ପ୍ରକାରେ ପ୍ରଭାବିତ କରି ନାହିଁ। 'ସାଲାର' ରିଲିଜ୍ ହେବାର ଏକ ମାସ ପୂର୍ବରୁ ଆମେରିକାରେ ପ୍ରି-ବୁକିଂର ନୂଆ ରେକର୍ଡ ତିଆରି ହୋଇଛି।
ପ୍ରଶଂସକଙ୍କ ସମେତ ନିର୍ମାତା ମଧ୍ୟ ଦକ୍ଷିଣ ସୁପରଷ୍ଟାର ପ୍ରଭାସଙ୍କ ଆଗାମୀ ଚଳଚ୍ଚିତ୍ର 'ସାଲାର ପାର୍ଟ ୱାନ: ସିଜ୍ଫାୟାର୍'କୁ ନେଇ ବହୁତ ଆଶା ରଖିଛନ୍ତି। ଏହି ଚଳଚ୍ଚିତ୍ର ସାରା ବିଶ୍ୱରେ ୫୦୦୦ରୁ ଅଧିକ ସ୍ଥାନରେ ମୁକ୍ତିଲାଭ କରିବାକୁ ଯାଉଛି। ଏହି ଚଳଚ୍ଚିତ୍ରକୁ ନେଇ ଆଲୋଚନା ମଧ୍ୟ ଜୋର୍ ଧରିଛି।
ସୁପର୍ଷ୍ଟାର୍ ପ୍ରଭାସ ଆଉ ଏକ ଫିଲ୍ମ ‘ପ୍ରୋଜେକ୍ଟ କେ’ ସହିତ ଫେରୁଛନ୍ତି, ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର୍ ଧରିଲାଣି। ଫିଲ୍ମର ପୋଷ୍ଟରେ ପ୍ରଭାସଙ୍କ ଲୁକ୍ ଦେଖି ପ୍ରଶଂସକମାନେ ନିରାଶ ହୋଇଥିଲେ। ଏହି ସମୟରେ ଫିଲ୍ମର ଟିଜର ରିଲିଜ୍ ହୋଇଛି ଯେଉଁଥିରେ ଫିଲ୍ମର ନା ‘କଲ୍କୀ 2898 AD’ ରଖାଯାଇଛି।
ସୁପର୍ଷ୍ଟାର୍ ପ୍ରଭାସଙ୍କ ଅଭିନୀତ ଆଗାମୀ ପ୍ୟାନ ଇଣ୍ଡିଆ 'ସାଲାର: ପାର୍ଟ ୧ ସୀଜ୍ଫାୟାର୍' ଏବେ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ ହୋଇଯାଇଛି। ଟିଜର୍ ଲଞ୍ଚ ପରଠାରୁ ଏହି ଚଳଚ୍ଚିତ୍ରକୁ ନେଇ ଦର୍ଶକ ଏବଂ ପ୍ରଶଂସକଙ୍କ ଉତ୍ସାହ ବହୁଗୁଣିତ ହୋଇଯାଇଛି।
ଶାହରୁଖ ଖାନ ଓ ଦୀପିକା ପାଦୁକନ ଷ୍ଟାରର ‘ପଠାନ’ ଏବେ ପୁଣି ଏକ ରେକର୍ଡ ଭାଙ୍ଗିଛି। ଏହି ଫିଲ୍ମ ଏବେ ଋଷ ଏବଂ କମନ୍ୱେଲଥ୍ ଅଫ୍ ଇନ୍ଡିପେଡେଣ୍ଟ୍ ଷ୍ଟେଟ୍ (CIS) ର ୩,୦୦୦ ରୁ ଅଧିକ ପରଦାରେ ମୁକ୍ତିଲାଭ କରିଛି। ପ୍ରଥମ ଦିନର ରୋଜଗାରରେ ଏହା ବାହୁବଲୀର ରେକର୍ଡ ଭାଙ୍ଗିଛି।
ଜନ୍ ଆବ୍ରାହମ୍ ତାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଦି ଡିପ୍ଲୋମେଟ୍' ବିଷୟରେ ସୋସିଆଲ ମିଡିଆରେ ଏକ ବଡ଼ ଅପଡେଟ୍ ଦେଇଛନ୍ତି। ଏହି ସମୟରେ ପ୍ରଭାବ ଙ୍କ 'ପ୍ରୋଜେକ୍ଟ କେ' ମଧ୍ୟ ରିଲିଜ୍ ହେବ। ଦେଖାଯିବ ଜବରଦସ୍ତ ଲଢେଇ।