ଚିଠି ଲେଖି ଉଲ୍ଲେଖ କରିଥିଲେ ଯେ ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶ ଭଳି ରାଜ୍ୟର ଏବର୍ଷ ଆଳୁ ଉତ୍ପାଦନ କମ୍ ରହିଥିବାରୁ ଓଡିଶାରେ ଦର ବୃଦ୍ଧି ହୋଇଛି। ତେଣୁ କିଛି ବ୍ୟବସାୟୀ ବଜାରରେ କୃତ୍ରିମ ଅଭାବ ସୃଷ୍ଟି କରିପାରନ୍ତି, ତେଣୁ ଧାର୍ଯ୍ୟ ଠାରୁ ଅଧିକ ଆଳୁ ମହଜୁଦ ରଖିଲେ ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ଗ୍ରାହକ କିଭଳି ସଠିକ୍ ମୂଲ୍ୟରେ ପାଇପାରିବେ ସେନେଇ ଦୃଷ୍ଟି ଦେବାକୁ କୁହାଯାଇଛି।
ସେହିପରି ଆଳୁ ଉତ୍ପାଦନ ହେଉଥିବା ରାଜ୍ୟରୁ ଯେଭଳି ପରିବହନ ବାଧାପ୍ରାପ୍ତ ନହେବ, ସେନେଇ ଦୃଷ୍ଟି ଦେବାକୁ ସୀମାନ୍ତ ଅଞ୍ଚଳ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ରହିଛି। ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କ କହିବାନୁଯାୟୀ, କଟକରେ ପାଇକାରୀ ଆଳୁ ବ୍ୟବସାୟୀମାନେ ୫ଶହ କ୍ୱିଣ୍ଟାଲ ଏବଂ ଭୁବନେଶ୍ୱର ଓ ଅନ୍ୟ ସହରରେ ବ୍ୟବସାୟୀମାନେ ୩୫୦ କ୍ୱିଣ୍ଟାଲ ରଖିବାକୁ ନିର୍ଦ୍ଦେଶ ରହିଛି।
]]>