ଅଭିଯୋଗ ଅନୁଯାୟୀ, ଭୋଜି ଖାଇବା ବାହାନାରେ ଭାଗ୍ୟଧରଙ୍କୁ ଗାଁର ୪ ଯୁବକ ଡାକି ନେଇଥିଲେ । ଏହାପରେ ଭାଗ୍ୟଧରଙ୍କୁ ଏକ ଲୁହା ରଡ୍ରେ ପିଟିପିଟି ମାରିଥିଲେ । ଗାଁ ପୋଖରୀ ହୁଡାରେ ମୃତଦେହ ପଡି ରହିଥିଲା ।
କେନ୍ଦୁଝର ସଦରଥାନା ଅଂଚଳରେ ଅଭାବନୀୟ ଘଟଣା... ମନୋହରପୁର ଗାଁରେ ଭୋଜି ଖାଇବାକୁ ଡାକି ନେଇ ପୂର୍ବତନ ଓ୍ୱାର୍ଡ ମେମ୍ବରଙ୍କୁ ପିଟିପିଟି ମାରିଦେଲେ#Murder #Keonjhar #OTV pic.twitter.com/noAHV8LDIm
— ଓଟିଭି (@otvkhabar) April 26, 2022
ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚ ତଦନ୍ତ ଆରମ୍ଭ କରିବା ସହ ୨ ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି । ଘଟଣାରେ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ଛାନଭିନ ଚଳାଇଛି ।
]]>ଆକ୍ରମଣରେ ୪ଟି ଗାଡ଼ି ଭାଙ୍ଗି ଚୁରମାର ହୋଇଛି । ଆକ୍ରମଣ ବେଳର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ତେବେ ଏନେଇ ଫୋନ ଯୋଗେ ପୋଲିସକୁ ଜଣାଇଥିଲେ ବି ୨ରୁ ୩ ଘଣ୍ଟା ବିଳମ୍ବରେ ପୋଲିସ ପହଞ୍ଚିଥିବା ଲୋକେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ।
ପଞ୍ଚାୟତ ନିର୍ବାଚନ ପରଠାରୁ ଏହି ପଞ୍ଚାୟତରେ ଉତ୍ତେଜନା ଲାଗିରହିଥିବାର ପୋଲିସ ଜାଣିଥିଲେ ସୁଦ୍ଧା ସେଭଳି ପଦକ୍ଷେପ ଆଗୁଆ ନେଇ ନ ଥିବାରୁ ଏଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି । ଗାଁରେ ଉତ୍ତେଜନା ଦେଖାଦେଇଛି। ପୋଲିସ ଫୋର୍ସ ମୃତୟନ ଅଛନ୍ତି । ଗିରଫ ସମ୍ପର୍କରେ ବୈଦେଶ୍ୱର ଥାନା ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
]]>ଘଟଣାସ୍ଥଳରେ ନିଆଁଳି ତହସିଲଦାର ଓ ଥାନା ଅଧିକାରୀ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି ।ଦୁର୍ବୃତ୍ତ ମାନେ ୧୧, ୧୨, ୧୩, ୧୪, ୧୫, ୧୬, ୧୭, ୧୮ ଓ ୧୯ ନମ୍ବର ବୁଥରେ ଭୋଟ୍ ବାକ୍ସକୁ ପାଣିରେ ଫିଙ୍ଗିବା ତଥା ଭୋଟ୍ ବାକ୍ସରେ ପାଣି ଭର୍ତ୍ତି କରିଦେଇଥିଲେ ସେହିପରି ୧,୨,୩,୪,୫,୨୦ ଓ ୨୧ ନଂ ବୁଥରେ ବ୍ୟାପକ ରିଗିଂ ଅଭିଯୋଗ ହୋଇଛି ଏଥିସହ ଭୋଟରଙ୍କୁ ଜଣେ ନିର୍ଦ୍ଦିଷ୍ଟ ସରପଞ୍ଚ ପ୍ରାର୍ଥୀଙ୍କ ସମର୍ଥକ ମାନେ ମାଡ଼ ମାରିଥିବା ମଧ୍ୟ ଅଭିଯୋଗ କରାଯାଇଛି ।
ଅନ୍ୟପକ୍ଷେ, ଭଦ୍ରକ ଜିଲ୍ଲା ଧାମନଗର ଅର୍ଜୁନପୁର ପଞ୍ଚାୟତରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଛି । କିଛି ଦୁର୍ବୃତ୍ତ ୩,୪,୮ ନମ୍ବର ବୁଥରେ ମାଡ଼ ମାରି ଏଜେଣ୍ଟଙ୍କୁ ବାହାର କରିଦେଇଛନ୍ତି । ଏହାସହ ୬ ଓ ୭ ନମ୍ବର ବୁଥରେ ରିଗିଂ ଅଭିଯୋଗ ହୋଇଛି । କେବଳ ଏତିକି ନୁହେଁ ଦୁଇ ଗୋଷ୍ଠୀ ପିଟାପିଟି ହୋଇଥିବା ମଧ୍ୟ ସୂଚନା ମିଳିଛି ।
]]>ରାଜ୍ୟରେ ବଢି ବଢି ଚାଲିଛି ନିର୍ବାଚନୀ ହିଂସା। କେଉଁଠି ବୁଥ୍ କ୍ୟାପଚରିଂ ତ କେଉଁଠି ଭୋଟରଙ୍କୁ ଭୟଭୀତ କରାଯାଉଛି। ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ମଧ୍ୟ ଆକ୍ରମଣର ଶିକାର ହେବାକୁ ପଡୁଛି। ଟାଣୁଆ ନେତାଙ୍କ ନିର୍ବାଚନ ମଣ୍ଡଳୀରେ ହିଁ ଦେଖିବାକୁ ମିଳୁଛି ଅଧିକ ହିଂସାକାଣ୍ଡ। ତେବେ ସୀମା ଟପିଯାଇଛି ଯାଜପୁର ଜିଲ୍ଲା।
ଯାଜପୁର ବ୍ଲକ ରୁଦ୍ରପୁର ପଞ୍ଚାୟତର ୫ ନମ୍ବର ଓ୍ୱାର୍ଡର ବୁଥ ଜବର ଦଖଲ ହୋଇଛି । ଜଣେ ସରପଞ୍ଚ ପ୍ରାର୍ଥୀଙ୍କ ପାଇଁ ଜବରଦସ୍ତ ଭୋଟ ଦେଇଛନ୍ତି ନିଜେ ସରପଞ୍ଚ ପ୍ରାର୍ଥୀ। ତାଙ୍କ ସମର୍ଥକ ବାଲାଟ ପେପର୍ ଛଡ଼ାଇ ନେବା ସହ ତା ଉପରେ ଭୋଟ୍ ଦେଇ ବାଲାଟ ବକ୍ସରେ ପକାଉଛନ୍ତି ଜଣଙ୍କ ପରେ ଜଣେ। ପାଖରେ ପୋଲିସ କର୍ମଚାରୀ ବି ଥିଲେ। କିନ୍ତୁ ଚୁପ୍ ରହିଥିବାର ଅଭିଯୋଗ ହୋଇଛି। ଏହି ଅଞ୍ଚଳର ନେତା ହେଉଛନ୍ତି ବିଜେଡିର ଦୁଇ ନମ୍ୱର କୁହାଯାଉଥିବା ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ଓରଫ୍ ବବି ଦାସ।
ଦୁର୍ବୃତ୍ତମାନେ ପୋଖରୀକୁ ଫିଙ୍ଗିଦେଲେ ଭୋଟ ବାକ୍ସ। ଯାଜପୁର ଦଶରଥପୁର ବ୍ଲକ୍ରେ ଏହାକୁ ନେଇ ଦେଖାଦେଇଥିଲା ଉତ୍ତେଜନା। ଏଠାକାର ୯ ନମ୍ବର ବୁଥ୍ର ଭୋଟ୍ ବାକ୍ସ ନେଇ ପୋଖରୀରେ ଫିଙ୍ଗି ଦେଇଥିଲେ ଦୁର୍ବୃତ୍ତ। ମତଦାନ ପରେ ଦୁର୍ବୃତ୍ତମାନେ ଏଭଳି କାଣ୍ଡ ଘଟାଇଥିଲେ। ଯାଜପୁର ଦଶରଥପୁର ବ୍ଲକ କନିକାପଡ଼ା ପଞ୍ଚାୟତ ମଧୁପୁରର ୮ ନମ୍ବର ବୁଥ ରିଗିଂ, ବୁଥ କ୍ୟାପ୍ଚରିଂ ବେଳର ଭିଡିଓ କ୍ୟାମେରାରେ କଏଦ ହୋଇଛି। କିଛି ଲୋକ ବୁଥ ଭିତରେ ପଶି ଜୋର ଜବରଦସ୍ତ ବାଲାଟରେ ଷ୍ଟାମ୍ପ ଲଗାଇ ଭୋଟ ବାକ୍ସରେ ଭର୍ତ୍ତି କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି। ପୂର୍ବରୁ ସେହି କନିକାପଡ଼ା ପଞ୍ଚାୟତର ୨ ଓ ୩ ନମ୍ବର ବୁଥରେ ବାଲାଟ୍ ଚିରିବା ସହ ଛଡ଼ାଇ ନେଇ ପଳାଇଥିଲେ ଦୁର୍ବୃତ୍ତ। ଏହା ମଧ୍ୟ ଯାଜପୁର ଜିଲ୍ଲାର ଘଟଣା।
ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଜରି ପଞ୍ଚାୟତ ୧୪ ନମ୍ବର ବୁଥ୍ ଆଗରେ ପୋଲିସ ଉପରକୁ ଟେକାପଥର ମାଡ଼ କରାଯାଇଥିଲା। ବୁଥ୍ ରିଗିଂ ଉଦ୍ୟମକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ତେବେ ଉପସ୍ଥିତ ପୋଲିସ ଅଟକାଇବାରୁ ଟେକାପଥର ମାଡ଼ କରିଥିଲେ ଦୁର୍ବୃତ୍ତ। ଯାଜପୁର ଜିଲ୍ଲା ବିଞ୍ଝାରପୁର ବାଛଳ ପଞ୍ଚାୟତର ୨ ନଂ ବୁଥ୍ ନିକଟରେ ଦୁର୍ବୃତ୍ତମାନେ ସାମ୍ବାଦିକଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ। ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇଥିଲେ ବୈଦ୍ୟୁତିକ ଗଣମାଧ୍ୟମର ୩ ଜଣ ସାମ୍ବାଦିକ। ଏହି ଘଟଣାରେ ପୋଲିସ ଡିଜିଙ୍କ ନିର୍ଦ୍ଦେଶ କ୍ରମେ ବହୁ ଅଭିଯୁକ୍ତଙ୍କୁ ଗିରଫ କରିଛି ।
ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଅଲଣ୍ଡା ପଞ୍ଚାୟତରେ ବୁଥରେ ପଶି ସଂଘବଦ୍ଧ ଆକ୍ରମଣ କରାଯାଇଥିଲା। ସୀମା ଟପି ଯାଇଥିଲା ରାଜନୈତିକ ହିଂସା। ହୋଇଥିଲା ବୁଥ୍ କ୍ୟାପ୍ଚରିଂ ଏମିତିକି ପିଟାପିଟି ଓ ଭଙ୍ଗାରୁଜା ହୋଇଥିଲା। ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିଲା ସଂଘର୍ଷ। ଅଲଣ୍ଡା ପଞ୍ଚାୟତର ୪ ନମ୍ବର ବୁଥ୍ ଅଂଚଳ ରଣକ୍ଷେତ୍ର ପାଲଟି ଯାଇଥିଲା । ଏପରିକି ବୋମାମାଡ ବି ହୋଇଥିଲା। ବ୍ରହ୍ମଗିରି ଚାପମାଣିକ ପଞ୍ଚାୟତ ଅନ୍ତର୍ଗତ କାଶିଝରିଆ ଗାଁର ୯ ନମ୍ବର ବୁଥରୁ ବାଲାଟ ବକ୍ସ ଉଠାଇ ନେଇଥିଲେ ଦୁର୍ବୃତ୍ତ। ଏହା ହେଉଛି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ତଥା ବରିଷ୍ଠ ବିଜେଡି ନେତା ସଞ୍ଜୟ ଦାସବର୍ମାଙ୍କ ଏରିଆ।
ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଳକରେ ମତଦାନ ବେଳେ ବୁଥ୍ ଜବରଦଖଲ ଘଟଣା ସାମ୍ନାକୁ ଆସିଛି। ତିହିଡ଼ିର ଫତେପୁର ପଞ୍ଚାୟତ ବଡ଼ଗାଲୋ ବିଦ୍ୟାଳୟରେ ୪ନମ୍ବର ବୁଥ୍ରେ ରିଗିଂ ହେଉଥିବା ଦେଖିବାକୁ ମିଳିଥିଲା। ଜଣେ ମହିଳା ବୁଥ୍ ଭିତରେ ପଶି ଜଣକ ପରେ ଜଣଙ୍କ ଭୋଟ୍ ଦେଉଥିବା ନଜର ଆସିଥିଲେ। ପରିସ୍ଥିତି ଏପରି ହୋଇଥିଲା ଯେ, ପ୍ରିଜାଇଡିଂ ଅଫିସର ଆସି ପୋଲିସ ଆଗରେ ନେହୁରା ହୋଇଥିଲେ। ଜୀବନ ବଞ୍ଚାଇ ଦେବାକୁ ହାତ ଯୋଡ଼ି ପ୍ରିଜାଇଡିଂ ଅଫିସର ପୋଲିସ୍କୁ ନିବେଦନ କରୁଥିବା ଦେଖିବାକୁ ମିଳିଥିଲା। ଏହା ହେଉଛି ଯୁବ ବିଜେଡି ସଭାପତି ତଥା ବିଧାୟକ ବ୍ୟୋମକେଶ ରାୟଙ୍କ ଜିଲ୍ଲା।
ରାସ୍ତା ଉପରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ। ପିଟିଲେ, ତୁମୁଳକାଣ୍ଡ ଭିଆଇଲେ। ଏଭଳି ଘଟଣା ଘଟିଥିଲା ଗଞ୍ଜାମ ଜିଲ୍ଲାର ପାତ୍ରପୁର ଥାନା ଅଞ୍ଚଳରେ। ଜଗଦେବପୁର ଗାଁରେ ବିଜେପି ଓ ବିଜେଡି କର୍ମୀ ପ୍ରଚାର କରୁଥିଲେ। ଏହି ସମୟରେ ବିଜେଡି ଓ ବିଜେପି କର୍ମୀ ମୁହାଁମୁହିଁ ହୋଇଥିଲେ। ବିଜେଡି କର୍ମୀମାନେ ବିଜେପି କର୍ମୀଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଚିକିଟି ବ୍ଲକ କୁତୁରୁ ପଞ୍ଚାୟତ ରାମେୟାପାଟଣା ବୁଥ୍ରେ ପଶି ୩୨ ବାଲାଟ ପେପର ଚିରି ଦେଇଥିଲେ ଦୁର୍ବୃତ୍ତ। ଏହା ହେଉଛି ଖୋଦ୍ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେତୃତ୍ୱ ନେଉଥିବା ଜିଲ୍ଲା।
]]>
ସୂଚନା ଅନୁସାରେ , ବିଜେଡିର ସନ୍ତୁଷ୍ଟ ଗୋଷ୍ଠୀ ଓ ଅସନ୍ତୁଷ୍ଟ ଗୋଷ୍ଠୀ ମଧ୍ୟରେ ଏହି ଗଣ୍ଡଗୋଳ ହୋଇଛି । ବିଜେଡିର ଅସନ୍ତୁଷ୍ଟ ଗୋଷ୍ଠୀ ବିରୁଦ୍ଧରେ ଟଙ୍କା ବାଣ୍ଟିବା ନେଇ ଅଭିଯୋଗ ହୋଇଥିଲା । ଯାହାକୁ ବିଜେଡ଼ିର ସନ୍ତୁଷ୍ଠ ଗୋଷ୍ଠୀର ଲୋକେ ବିରୋଧ କରିଥିଲେ । ଘଟଣାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ମାର୍ପିଟ୍ ହୋଇଥିଲେ ।
ଏଥିରେ ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀ ଲୋକଙ୍କୁ ଆକ୍ରମଣ କରିଥିବାର ଅଭିଯୋଗ ହୋଇଛି । ଯାହା କାରଣରୁ ବିଜେଡି ଗୋଷ୍ଠୀର ୩ ଜଣଙ୍କ ମୁଣ୍ଡ ଫାଟିଥିବାର ଜଣାପଡ଼ିଛି । ଗୁରୁତର ଅବସ୍ଥାରେ ସେମାନଙ୍କୁ କଟକ ବଡ ମେଡିକାଲ୍ରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ସେମାନେ ଚିକିତ୍ସିତ ହେଉଥିବାର ସୂଚନା ମିଳିଛି ।
]]>ସେହିଭଳି ବିଜେପି ଯୁବକର୍ମୀଙ୍କ ହତ୍ୟାକାରୀକୁ ନବୀନ ସୁରକ୍ଷା ଦେଉଥିବା ସେ ଅଭିଯୋଗ କରିଛନ୍ତି। ଶାହା କହିଛନ୍ତି ବିଜେପି ସରକାର ଆସିଲେ ସେମାନଙ୍କୁ ପାତାଳରୁ ଖୋଜି କାଢ଼ିବୁ। ଫ୍ଲୋରାଇଡ଼ ପାଣି ନେଇ ନବୀନଙ୍କୁ ସମାଲୋଚନା କରିଛନ୍ତି ଶାହା। ବିଜେପି ଆସିଲେ ପଶ୍ଚିମ ଓଡ଼ିଶାର ବିକାଶ ନେଇ ବିଶେଷ ଧ୍ୟାନ ଦିଆଯିବ ବୋଲି ସେ କହିଛନ୍ତି।
ଏହା ପୂର୍ବରୁ ଆଜିର ଗସ୍ତ ଅବସରରେ ସେ ସଇଁତଳା ନିକଟସ୍ଥ ଫ୍ଲୋରାଇଡ୍ ପ୍ରଭାବିତ ବେନିଆବନ୍ଧ ଗାଁରେ ଲୋକଙ୍କୁ ଭେଟିବା ପରେ ଦେଓଗାଁ ଯାଇ ସେଠାକାର ଦଳିତ ପରିବାର ମହେଶ୍ୱର ସୁନାଙ୍କ ଘରେ ମଧ୍ୟାହ୍ଣ ଭୋଜନ କରିଥିଲେ। ଅମିତ ଶାହାଙ୍କ ସହ ଅନ୍ୟ ଦଳୀୟ କର୍ମକର୍ତ୍ତାମାନେ ମଧ୍ୟ ଭୋଜନ କରିଥିଲେ।
]]>