ଅଭିଯୁକ୍ତ ନିରବ ମୋଦିଙ୍କୁ ଯେଉଁ ସମୟରେ ଏଲଓୟୁ ଜାରି ହୋଇଥିଲା, ସେତେବେଳେ ଆରବିଆଇର ପଲିସି କଣ ଥିଲା, ସେନେଇ ଖାନଙ୍କୁ ପଚରାଉଚରା କରିଛି ସିବିଆଇ। ତେବେ ଏହି ଦୁର୍ନୀତି ମାମଲାରେ ଖାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖୁନି ସିବିଆଇ, ବରଂ ଆରବିଆଇ ପଲିସିରେ କିଛି ତ୍ରୁଟି ରହିଯାଇଥିଲା କି, ଯେଉଁଥିପାଇଁ ନିରବ ମୋଦି ଠକେଇ କରିପାରିଲେ, ସିବିଆଇ ଏନେଇ ଅନୁସନ୍ଧାନ କରୁଛି।
ଆରବିଆଇର ଆହୁରି ୪ ଜଣ ଅଧିକାରୀଙ୍କୁ ମଧ୍ୟ ପଚରାଉଚରା କରିଛି ସିବିଆଇ। ନିରବ ମୋଦିଙ୍କ ବିଷୟରେ ନୁହେଁ, ବରଂ ଠକେଇ ସମୟରେ ସୁନା ଆମଦାନୀ ନେଇ ଆରବିଆଇର ଯେଉଁ ସର୍କୁଲାର ବାହାରିଥିଲା, ତା ଉପରେ ସିବିଆଇ ପ୍ରଶ୍ନ କରିଥିବା କହିଛନ୍ତି ପୂର୍ବତନ ଡେପୁଟି ଗଭର୍ଣ୍ଣର ଏଚ୍. ଆର୍. ଖାନ୍। ସେ ୨୦୧୧ରୁ ୧୬ ମସିହା ପର୍ଯ୍ୟନ୍ତ ରେଗୁଲେସନ୍, ମାଇକ୍ରୋ ଇକନମିକ୍ ପଲିସି ଏବଂ ଫରେନ୍ ଏକ୍ସଚେଞ୍ଜ ମ୍ୟାନେଜମେଣ୍ଟ ଆକ୍ଟରେ ଇନ୍ଚାର୍ଜ ଭାବେ କାର୍ଯ୍ୟ କରୁଥିବାରୁ ତାଙ୍କୁ ଏହି ମାମଲାରେ ସିବିଆଇ ପଚରା ଉଚରା କରିଥିବା କୁହାଯାଉଛି।
]]>