ମୋଦି କହିଥିଲେ ଯେ, ପାଖାପାଖି ଦେଢ଼ ବର୍ଷ ପୂର୍ବେ ‘ଉତ୍କଳ କେଶରୀ’ ହରେକୃଷ୍ଣ ମହତାବଙ୍କର ୧୨୦ତମ ଜନ୍ମ ଜୟନ୍ତୀ ପାଳନ କରାଯାଇଥିଲା। ଏବେ ତାଙ୍କ ସ୍ୱରଚିତ ପୁସ୍ତକ ‘ଓଡ଼ିଶା ଇତିହାସ’ର ହିନ୍ଦି ସଂସ୍କରଣର ଲୋକାର୍ପଣ କରାଯାଇଛି। ଓଡ଼ିଶାର ଇତିହାସ ଓ ବିବିଧତା ସମ୍ପର୍କରେ ଲୋକମାନେ ଜାଣିବା ନିତ୍ୟାନ୍ତ ଆବଶ୍ୟକ।
ପିଏମ୍ ମୋଦି ଆହୁରି କହିଛନ୍ତି ଯେ, ସ୍ୱାଧିନତା ସଂଗ୍ରାମରେ ମହତାବ ନିଜ ଜୀବନକୁ ଉତ୍ସର୍ଗ କରିଦେଇଛନ୍ତି। ଏଥିପାଇଁ ତାଙ୍କୁ ଜେଲ ଯିବାକୁ ମଧ୍ୟ ପଡ଼ିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେ ସ୍ୱାଧିନତା ପାଇଁ ଲଢ଼େଇ କରିଥିବା ସହ ସମାଜ ପାଇଁ ମଧ୍ୟ ଲଢ଼େଇ କରିଥିଲେ।
Launching Hindi version of ‘Odisha Itihaas.’ https://t.co/3nWAqOYMby
— Narendra Modi (@narendramodi) April 9, 2021
ତେବେ ଗୋଟିଏ କଥା ଏବେକାର ଜନପ୍ରତିନିଧିମାନଙ୍କୁ ଆଶ୍ଚର୍ଯ୍ୟ ଲାଗିବ ଯେ, ମହତାବ ଯେଉଁ ଦଳରୁ ମୁଖ୍ୟମନ୍ତ୍ରୀ ହୋଇଥିଲେ, ଜରୁରୀକାଳିନ ପରିସ୍ଥିତିରେ ସେହି ଦଳକୁ ବିରୋଧ କରି ହିଁ ସେ ଜେଲ୍ ଯାଇଥିଲେ। ଅର୍ଥାତ ସେ ଏମିତି ଜଣେ ନେତା ଯିଏ କି ଦେଶର ସ୍ୱାଧିନତା ପାଇଁ ଲଢ଼େଇ କରି ଜେଲ୍ ଯାଇଥିଲେ ଏବଂ ଦେଶର ଲୋକତନ୍ତ୍ରକୁ ରକ୍ଷା କରିବା ପାଇଁ ମଧ୍ୟ ଲଢ଼େଇ କରି ଜେଲ୍ ଯାଇଥିଲେ।
ନିଜ ଭାଷଣରେ ମୋଦି ଆହୁରି କହିଛନ୍ତି ଯେ, ଇତିହାସ କେବଳ ଅତୀତର ବିଷୟ ନୁହେଁ ବରଂ ଭବିଷ୍ୟତର ଦର୍ପଣ ମଧ୍ୟ ଦେଖାଇଥାଏ। ଏହି ବିଚାରକୁ ଦୃଷ୍ଟିରେ ରଖି ଦେଶ ଆଜି ଅମୃତ ମହୋତ୍ସବରେ ସ୍ୱଧିନତାର ଇତିହାସକୁ ପୁଣି ଜୀବତ କରିଛି।
ପିଏମ୍ ମୋଦି କହିଛନ୍ତି ଯେ, ସ୍ୱାଧିନତା ସଂଗ୍ରାମରେ ଓଡ଼ିଶା ଆଦିବାସୀ ସମାଜର ଯୋଗଦାନକୁ କେହି କେବେ ବି ଭୁଲି ପାରିବେ ନାହିଁ। ଆଦିବାସୀମାନେ ନିଜର ସାହସ ଓ ଦେଶପ୍ରେମ ପାଇଁ କେବେ ବି ବିଦେଶୀ ସରକାରକୁ ଶାନ୍ତିରେ ବସିବାକୁ ଦେଇ ନାହାନ୍ତି। ‘ଭାରତ ଛାଡ଼’ ଆନ୍ଦୋଳନର ପ୍ରମୁଖ ଆଦିବାଦୀ ନେତା ଲକ୍ଷ୍ମଣ ନାୟକଙ୍କୁ ଆମେ ନିଶ୍ଚିତ ମନେ ରଖିବା ଉଚିତ୍। ପିଏମ ମୋଦି ଆହୁରି କହିଛନ୍ତି ଯେ, ଓଡ଼ିଶା ଇତିହାସକୁ ଯଦି ଆମେ ଭଲ ଭାବେ ଉଖାରିବା ତେବେ ଏଥିରୁ ଆମେ ପୁରା ଭାରତର ଇତିହାସ ପାଇବା।
]]>