ଏହି ଅବସରରେ ଆତଙ୍କବାଦ ଦମନ କ୍ଷେତ୍ରରେ ମୋଦି ଓ ଇଂଲଣ୍ଡ ପ୍ରଧାନମନ୍ତ୍ରୀ ଥେରେସା ମେ ସଂକଳ୍ପ ନେଇଛନ୍ତି। ୨୦୧୬ ସର୍ଜିକାଲ ଷ୍ଟ୍ରାଇକ୍ କଥା ଉଠାଇ ମୋଦି କହିଛନ୍ତି, ଗଣମାଧ୍ୟମକୁ ସୂଚନା ଦେବା ପୂର୍ବରୁ ସେ ପ୍ରଥମେ ଏସମ୍ପର୍କରେ ପାକିସ୍ତାନକୁ ଅବଗତ କରାଇଥିଲେ।
ସର୍ଜିକାଲ ଷ୍ଟ୍ରାଇକ୍ରେ ଭାରତୀୟ ବୀରଙ୍କ ପରାକ୍ରମ ତ ଥିଲା, ତାସହ ଆତଙ୍କବାଦୀ ରପ୍ତାନୀ କରୁଥିବା ଦେଶମାନେ ଭାବିବା ଦରକାର ଯେ ଭାରତ ଏବେ ବଦଳିଯାଇଛି। ଏହାସହ ନିଜ ଅଭିଭାଷଣରେ କାଠୁଆ ଗଣଦୁଷ୍କର୍ମ କଥା ଉଠାଇଥିଲେ ପ୍ରଧାନମନ୍ତ୍ରୀ।
ଏହି ଘଟଣାରେ ସେ ଖୁବ୍ ମର୍ମାହତ ବୋଲି ମୋଦି କହିଛନ୍ତି। ଝିଅଙ୍କ ସହ ଅତ୍ୟାଚାର କେହି ବି ସହ୍ୟ କରିପାରିବେ ନାହିଁ। ତେବେ ଏହାକୁ ନେଇ ରାଜନୀତିକରଣ କରାଯିବା ଉଚିତ୍ ନୁହେଁ। ପ୍ରଧାନମନ୍ତ୍ରୀ କହିଛନ୍ତି, ମୋ ଭିତରେ ବିଶ୍ୱାସ ଅଛି କି, ମୋ ଦେଶରେ ଯଦି ଲକ୍ଷେ ସମସ୍ୟା ଅଛି, ତେବେ ଶହେ କୋଟି ସମାଧନ ବି ଅଛି।
]]>