ଟ୍ୱିଟ୍ରେ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ୍ ତାଙ୍କ ମା’ଙ୍କ ଏକ ଫଟୋ ଶେଆର୍ କରି ଲେଖିଛନ୍ତି, ‘ସ୍ନେହ ଓ ଭଲ ପାଇବା ମାଧ୍ୟମରେ ସବୁବେଳେ ବାଟ ଦେଖାଉଥିବା ମୋର ପୂଜ୍ୟ ମା’ଙ୍କ ଆଜି ସକାଳେ ସ୍ୱର୍ଗବାସୀ ହୋଇଛି। ସାରା ଜୀବନ ସେ ସେବାରେ ବିତାଇଛନ୍ତି। ଆମ୍ଭମାନଙ୍କୁ ମଧ୍ୟ ସେବା ମନୋଭାବ ରଖି ଜୀବନ ଅତିବାହିତ କରିବା ପାଇଁ ସେ ପ୍ରେରିତ କରିଛନ୍ତି। ଈଶ୍ୱର ତାଙ୍କୁ ପାଦ ତଳେ ସ୍ଥାନ ଦିଅନ୍ତୁ। ଓମ୍ ଶାନ୍ତି।
अपने स्नेह, और प्रेम से मुझे हमेशा राह दिखाने वाली मेरी पूज्य माता जी का आज सुबह स्वर्गवास हो गया।
उन्होंने अपना पूरा जीवन सेवा करते हुए बिताया, और हमें भी सेवाभाव से जीवन बिताने को प्रेरित किया। ईश्वर उन्हें अपने श्री चरणों मे स्थान दें। ॐ शांतिः pic.twitter.com/mwlIks6TBJ
— Piyush Goyal (@PiyushGoyal) June 6, 2020
ଚନ୍ଦ୍ରକାନ୍ତା ଜୀଙ୍କ ପରଲୋକକୁ ନେଇ ବହୁ ରାଜନେତାଙ୍କଠୁ ଆରମ୍ଭ କରି ମନ୍ତ୍ରୀମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ଟ୍ୱିଟ୍ କରି କହିଛନ୍ତି, ‘ମୋର ଘନିଷ୍ଠ ବନ୍ଧୁ ପୀୟୁଷ ଗୋୟଲଙ୍କ ମା’ଙ୍କ ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ।’
वरिष्ठ साथी श्री @PiyushGoyal जी की पूज्य माताजी के स्वर्गवास का समाचार सुनकर अत्यंत दुख पहुंचा।
परम पिता परमेश्वर माताजी को अपने चरणों में उच्च स्थान दें और पीयूष जी एवं उनके परिवार को इस अपार क्षति को सहने की शक्ति प्रदान करें।
ॐ शांति।
— Hardeep Singh Puri (@HardeepSPuri) June 6, 2020
ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁରେଶ ପ୍ରଭୁ ଟ୍ୱିଟ୍ କରି କହିଛନ୍ତି, ‘ପୂର୍ବତନ ବିଧାୟକ ସ୍ୱର୍ଗତଃ ବେଦ୍ ପ୍ରକାଶ ଜୀଙ୍କ ପତ୍ନୀ ଚନ୍ଦ୍ରକାନ୍ତା ଜୀଙ୍କ ଦେହାନ୍ତଙ୍କ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ। ସେ ତାଙ୍କର ଜୀବନର ଶେଷ ସମୟ ପର୍ଯ୍ୟନ୍ତ ନୀତିଗତ, ଉତ୍ସର୍ଗୀକୃତ ଭାବେ ଜୀବନ ଅତିବାହିତ କରୁଥିଲେ। ସେ ସବୁବେଳେ ଆମ୍ଭମାନଙ୍କ ମନରେ ରହିବେ। ଓମ୍ ଶାନ୍ତି। ’
]]>Saddened to know about demise of #Chandrakanta Ji,dedicated socio-politico leader,EX MLA,wife of late Ved Prakashji,doyen of #JanSangh& @BJP4India ,mother of Pradeep,MsNohoria& @PiyushGoyal She lived principled,devoted life till end.CondolenceWe will remember her always Om Shanti
— Suresh Prabhu (@sureshpprabhu) June 6, 2020