ପୁରୀ ଜିଲ୍ଲା ସାକ୍ଷୀଗୋପାଳ ସ୍ଥିତ ବରାଳ ବାଲୁକେଶ୍ବରଙ୍କଠାରେ ଅନୁଷ୍ଠିତ ହୋଇ ଯାଇଛି ବିଭୂତି ତୋଳା ଉତ୍ସବ । ଏହି ଅବସରରେ ବିରାଟ ବିରାଟ ପଟୁଆରରେ ପ୍ରଭୁଙ୍କର ଆଜ୍ଞାମାଳ ନେଇ ବିଭୁତି ବାଟିକାରୁ ବିଭୂତି ସଂଗ୍ରହ କରା ଯାଇଥିଲା ।
ହାତରେ ବେତର ଟୋକେଇ, ଶାବଳକୁ ଧରି ସେବାୟତମାନେ ଏକତ୍ରିତ ହୋଇ ବିଭୂତି ବାଟିକାକୁ ବିଭୂତି ଆଣିବାକୁ ଯାଇ ଥାଆନ୍ତି । ସେଠାରେ ଏକ ବରଗଛ ମୂଳେ ଠାକୁରଙ୍କ କାଳେସୀ ଦ୍ବାରା ସ୍ବତନ୍ତ୍ର ଭାବେ ପୂଜାର୍ଚ୍ଚନା କରା ଯାଇଥାଏ ।
ପରେ କାଳେସୀ ଯେଉଁ ସ୍ଥାନକୁ ନିର୍ଦ୍ଦେଶ ଦେଇ ଥାଆନ୍ତି ସେହି ସ୍ଥାନରୁ ସେବାୟତମାନେ ମାଟି ସଂଗ୍ରହ କରି ଆଣିଥାଆନ୍ତି । ପରେ ଏହାକୁ ମନ୍ଦିର ପ୍ରାଙ୍ଗଣରେ ଶୁଖା ଯାଇ ବିଭୂତି ପ୍ରସ୍ତୁତ କରାଯାଏ । ପ୍ରଥମେ ଠାକୁରଙ୍କୁ ସମର୍ପଣ କରାଯିବା ପରେ ଭକ୍ତମାନଙ୍କ ଉଦ୍ଦେଶ୍ୟରେ ଅର୍ପଣ କରାଯାଏ ।
ତେବେ ଠାକୁରଙ୍କର ଏହି ବିଭୂତି ସଂଗ୍ରହ ବର୍ଷର ଗୋଟିଏ ଦିନରେ କରାଯାଏ । ଆଜି ବି ସମାଜରେ ବଞ୍ଚି ରହିଛି ପ୍ରଥା ଓ ପରମ୍ପରା । ମହାପ୍ରଭୁଙ୍କୁ ମନେ ପକାଇବା ପାଇଁ ଅନୁଷ୍ଠିତ ହେଉଥିବା ଏହି ଉତ୍ସବ ଆଗାମୀ ଦିନରେ ଯୁବପିଢ଼ୀଙ୍କ ମନରେ ଭଗବତ ବିଶ୍ବାସ ପାଇଁ ନିହାତି ଭାବେ ଆଗ୍ରହ ଜନ୍ମାଇବ ।
]]>ସବୁଠି ନିର୍ବାଚନୀ ହିଂସା । ପିପିଲିରେ ଏଜେଣ୍ଟଙ୍କ ମୁଣ୍ଡ ଫାଟିଲା । ପିପିଲି ଏନ୍ଏସିର ୭ ନମ୍ବର ୱାର୍ଡର ୯ ନମ୍ବର ବୁଥରେ ବିଜେପି ଏଜେଣ୍ଟଙ୍କ ମୁଣ୍ଡ ଫାଟିଥିବା ସୂଚନା ମିଳିଛି । ବିପକ୍ଷ ଦଳର ଲୋକେ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି । ଆକ୍ରମଣରେ ଆହତ ଏଜେଣ୍ଟଙ୍କୁ ପିପିଲି ମେଡିକାଲରେ ଭର୍ତ୍ତି କରାଯାଇଛି ।
ଏହାଛଡ଼ା ରାଜ୍ୟ ବିଭିନ୍ନ ସ୍ଥାନରୁ ନିର୍ବାଚନୀ ହିଂସା ଘଟଣା ଦେଖିବାକୁ ମିଳିଛି । ଭଦ୍ରକ ଜିଲ୍ଲାରେ ଏକ ବୁଥ୍ ସାମ୍ନାରେ ଜଣେ ଯୁବକଙ୍କୁ ଛୁରା ମାଡ଼ କରାଯାଇଥିବା ଅଭିଯୋଗ ହୋଇଛି । ସେହିପରି ଖଣ୍ଡପଡ଼ା ବ୍ଲକ ଉପାଧ୍ୟକ୍ଷ ଶିଶିର କୁମାର ସାହୁଙ୍କୁ ଆକ୍ରମଣ ହୋଇଛି। ଖଣ୍ଡପଡ଼ା ଏନ୍ଏସିର ୪ ନମ୍ବର ବୁଥ୍ ଖଣ୍ଡପଡ଼ା ମହିଳା ମହାବିଦ୍ୟାଳୟ ବୁଥ୍ ସମ୍ମୁଖରେ ଶିଶିର କୁମାରଙ୍କୁ ଆକ୍ରମଣ କରାଯାଇଥିବା ସୂଚନା ମିଳିଛି।
]]>ତେବେ ୧୯ ନିର୍ବାଚନରେ ୫. ୬୩ ପ୍ରତିଶତ ଭୋଟ୍ ପାଇଥିବା କଂଗ୍ରେସ୍ ଏଥର ମାତ୍ର ୨.୩୬ ପ୍ରତିଶତ ପାଇଛି। ଅର୍ଥାତ ଦଳର ଭୋଟ୍ ୩.୨୭ ପ୍ରତିଶତ କମିଛି। ସେହିପରି ଭୋଟ୍ ସଂଖ୍ୟା ଦେଖିଲେ, ୨୦୧୯ ତୁଳନାରେ ବିଜେଡି ୮ ହଜାର ୪୫୪ ଓ ବିଜେପି ୩ ହଜାର ୩୨୫ ଖଣ୍ଡ ଅଧିକ ଭୋଟ୍ ପାଇଛି। ଆଉ କଂଗ୍ରେସ୍ ପାଇଛି ୫ ହଜାର ୫୬୯ କମ୍ ଭୋଟ୍। ତେଣୁ କୁହଯାଉଛି କଂଗ୍ରେସ୍ ଭୋଟ ଭାଙ୍ଗୁଛି। ଯାହାର ବଡ଼ଭାଗ ବିଜେଡି ଓ କିଛିକାଂଶ ବିଜେପି ପାଖକୁ ଯାଉଛି। ୧୯ ନିର୍ବାଚନରେ କଂଗ୍ରେସର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟ ବିଜେଡିକୁ ପରୋକ୍ଷରେ ସହଯୋଗ କରିବାରୁ ତାହା ପ୍ରଦୀପ ମହାରଥୀଙ୍କୁ ଜିତିବାରେ ସହାୟକ ହୋଇଥିଲା। ଏହି ଉପନିର୍ବାଚନରେ ବି କଂଗ୍ରେସ୍ ଭୋଟ ସ୍ଥାନାନ୍ତର ହୋଇଥିବାରୁ ବିଜେଡି ଭୋଟ୍ ପ୍ରତିଶତ ବଢ଼ିଥିବା କୁହାଯାଉଛି। ବିଜେପି ଅଭିଯୋଗ କରିଛି କଂଗ୍ରେସ ଭୋଟରେ ବିଜେଡି ଜିତୁଛି ବିଜେଡି ଓ କଂଗ୍ରେସ ତାର ଜବାବ୍ ରଖିଛନ୍ତି।
ହିସାବ ଅନୁସାରେ, ଡେଲାଙ୍ଗ ବ୍ଲକରେ ବିଜେଡି ଯେତିକି ଲିଡ୍ କରିବ ବୋଲି ଆଶା କରୁଥିଲା ତାଠୁ ଅଧିକ ଲିଡ୍ ପାଇଛି। ତେବେ ପିପିଲି ବ୍ଲକ୍ ଓ ପିପିଲି ଏନ୍ଏସିରେ ଆକଳନଠାରୁ କମ୍ ଭୋଟ୍ ପାଇଛି। କୁହାଯାଉଛି ସରକାର ବିରୋଧୀ ହାଓ୍ୱା ସତ୍ତ୍ୱେ ବିଜେଡିର ମାଇକ୍ରୋ ଇଲେକସନ୍ ମ୍ୟାନେଜେମେଣ୍ଟ ଲାଗି ଦଳ ସଫଳତା ପାଇଲା। ସେପଟେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଜଣେ ଟାଣୁଆ ପ୍ରାର୍ଥୀ ହୋଇଥିବାରୁ ସେ ନିଜ ଭୋଟ୍ ବ୍ୟାଙ୍କ ବଜାୟ ରଖିବାରେ ସକ୍ଷମ ହୋଇଛନ୍ତି। ତେବେ ମହିଳା ଓ ସଂଖ୍ୟାଲଘୁ ଭୋଟ୍ ନେବାରେ ବିଜେପି ସଫଳ ହେଉନାହିଁ। ଏଭଳି ସ୍ଥିତିରେ ଆଗକୁ ହେବାକୁ ଥିବା ପଂଚାୟତ ନିର୍ବାଚନରେ ଏହାର ପ୍ରଭାବ ପଡିବ ବୋଲି ରାଜନୈତିକ ସମୀକ୍ଷକ କହିଛନ୍ତି।
ଉପନିର୍ବାଚନ ବେଳେ ଶାସକ ଦଳର ମାଳମାଳ ବିଧାୟକ ଓ ନେତା ଡେରା ପକାଇଥିଲେ ତା ସତ୍ତ୍ୱେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ନିଜ ଭୋଟ୍ ବଢ଼ାଇବାରେ ସଫଳ ହେଲେ। ଗତକାଲିର ଫଳରେ ବିଜେଡି ୯୬,୯୭୨ ଭୋଟ୍ ପାଇଥିବା ବେଳେ ବିଜେପିକୁ ମିଳିଛି ୭୬,୦୫୬ ଭୋଟ୍, କଂଗ୍ରେସକୁ ୪୨୬୧ ଭୋଟ୍ ରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଏହି ଫଳାପଳ ସୂଚାଉଛି, ଭବିଷ୍ୟତ ନିର୍ବାଚନରେ ଏଠାରେ ରୋଚକ ଲଢ଼େଇ ଦେଖିବାକୁ ମିଳିପାରେ।
]]>ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପିପିଲିରେ ଉପନିର୍ବାଚନର ଆବଶ୍ୟକତା ପଡ଼ିଥିଲା । କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ପ୍ରଥମେ ଏବଂ କରୋନାର ଦ୍ୱିତୀୟ ଲହର ଯୋଗୁ ଦ୍ୱିତୀୟ ଥର ଲାଗି ଉପନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା। ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ସେପ୍ଟେମ୍ବର ୩୦ରେ ଭୋଟ୍ ଗ୍ରହଣ ହୋଇଥିଲା। ପିପିଲି ନିର୍ବାଚନ ମଣ୍ଡଳୀର ୨ଲକ୍ଷ ୨୯ ହଜାର ୯୯୮ ଭୋଟର ମତାଧିକାର ସାବ୍ୟସ୍ତ କରିଥିଲେ। ଯାହାର ଫଳ ଆଜି ପ୍ରକାଶ ପାଇବ।
ପିପିଲି ଜନାଦେଶ ଇତିହାସ:
୧୯୮୫ରୁ ୨୦୧୯ ମଧ୍ୟରେ ୭ ଥର ଜିତିଥିଲେ ପ୍ରଦୀପ ମହାରଥୀ
୧୯୮୫ ଓ ୧୯୯୦ରେ ଜନତା ଦଳ ଟିକେଟ୍ରେ ଜିତିଥିଲେ
୧୯୯୫ରେ କଂଗ୍ରେସରୁ ଜିତିଥିଲେ ଯୁଧିଷ୍ଠିର ସାମନ୍ତରାୟ
୨୦୧୪ରେ ପିପିଲି ଫଳାଫଳ
୨୦୧୪ରେ ୮୨,୫୫୦ ଭୋଟ୍ ପାଇଥିଲେ ବିଜେଡି ପ୍ରାର୍ଥୀ ମହାରଥୀ
୨୦୧୪ରେ ୪୯,୦୭୬ ଭୋଟ୍ ପାଇଥିଲେ କଂଗ୍ରେସର ଯୁଧିଷ୍ଠିର ସାମନ୍ତରାୟ
୨୦୧୪ରେ ବିଜେଡିକୁ ମିଳିଥିଲା ୫୧.୧୯ ପ୍ରତିଶତ ଭୋଟ୍
୨୦୧୪ରେ କଂଗ୍ରେସକୁ ମିଳିଥିଲା ୩୦.୪୩ ପ୍ରତିଶତ ଭୋଟ୍
୨୦୧୯ରେ ପିପିଲି ଫଳାଫଳ
୨୦୧୯ରେ ୮୮, ୫୧୮ ଭୋଟ୍ ପାଇଥିଲେ ବିଜେଡି ପ୍ରାର୍ଥୀ ମହାରଥୀ
୨୦୧୯ରେ ୭୮, ୭୩୧ ଭୋଟ୍ ପାଇଥିଲେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ
୨୦୧୯ରେ ବିଜେଡିକୁ ମିଳିଥିଲା ୫୦.୬୬ ପ୍ରତିଶତ ଭୋଟ୍
୨୦୧୯ରେ ବିଜେପିକୁ ମିଳିଥିଲା ୪୧.୬୨ ପ୍ରତିଶତ ଭୋଟ୍
ଗତକାଲି ଶାନ୍ତିଶୃଙ୍ଖଳାର ସହିତ ଶେଷ ହୋଇଥିଲା ପିପିଲି ଉପନିର୍ବାଚନ। ୭୮.୨୪ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି। ଭୋଟିଂ ପରେ ତିନି ପ୍ରମୁଖ ଦଳର ପ୍ରାର୍ଥୀ ନିଜ ନିଜର ବିଜୟ ନେଇ ବେଶ୍ ଆଶାବାଦୀ ଅଛନ୍ତି। ଆସନ୍ତା ୩ ତାରିଖରେ ଭୋଟ୍ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ। ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପିପିଲିରେ ଉପନିର୍ବାଚନର ଆବଶ୍ୟକତା ପଡ଼ିଥିଲା। କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ପ୍ରଥମେ ଏବଂ କରୋନାର ଦ୍ୱିତୀୟ ଲହର ଯୋଗୁଁ ଦ୍ୱିତୀୟ ଥର ଲାଗି ଉପନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା।
ନିର୍ବାଚନ ମଣ୍ଡଳୀର ୨ଲକ୍ଷ ୨୯ ହଜାର ୯୯୮ ଭୋଟର ରହିଛନ୍ତି । ମୋଟ ୩୪୮ ବୁଥ୍ ମଧ୍ୟରୁ ୨୦୧ଟି ସମ୍ବେଦଶୀଳ ରହିଥିଲା । ୧୭୫ଟି ବୁଥରେ ୱେବକାଷ୍ଟିଂ ଓ ୧୨ଟିରେ ଭିଡିଓଗ୍ରାଫି ବ୍ୟବସ୍ଥା ହୋଇଥିଲା । ୨୩ଟି ବୁଥରେ ମାଇକ୍ରୋ ଅବଜରଭର୍ ମୁତୟନ ରହିଥିଲେ । ସମସ୍ତ ବୁଥରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ୨୨ ପ୍ଲାଟୁନ୍ ଆର୍ମଡ ପୋଲିସ ଫୋର୍ସ ଓ ୩ କମ୍ପାନି ବିଏସ୍ଏଫକୁ ଶୃଙ୍ଖଳା ରକ୍ଷା କାର୍ଯ୍ୟରେ ନିୟୋଜିତ କରାଯାଇଥିଲା । ପିପିଲି ଉପନିର୍ବାଚନ ପାଇଁ ସେପ୍ଟେମ୍ବର ୨୩ ଠାରୁ ପୋଷ୍ଟାଲ ବାଲାଟ ମତଦାନ ଆରମ୍ଭ ହୋଇଥିଲା । ୮୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ଭୋଟର, ଦିବ୍ୟାଙ୍ଗ, କୋଭିଡ ଆକ୍ରାନ୍ତ ମାନଙ୍କ ପାଇଁ ପୋଷ୍ଟାଲ ବାଲାଟରେ ବ୍ୟବସ୍ଥା ହୋଇଥିଲା । ତେବେ ଏଥିପାଇଁ ‘୭ଟି ପୋଲିଂ ପାର୍ଟି କରାଯାଇଥିଲା । ସେମାନଙ୍କ ମଧ୍ୟରେ ମାଇକ୍ରୋ ଅବଜରଭର, ସୁରକ୍ଷା କର୍ମୀ, ପୋଲିଂ ଅଫିସର, ଭିଡିଓଗ୍ରାଫି ଟିମ୍ ରହିଥିଲେ ।
]]>ଏପଟେ ଭୋଟଗ୍ରହଣ ପୂର୍ବରୁ ଆଇନଶୃଙ୍ଖଳା ସ୍ଥିତିକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେଡି-ବିଜେପି। ବଳଙ୍ଗା ଥାନା ବିସ୍ଫୋରଣ ପରେ ତେଜିଛି ଆରୋପ ପ୍ରତ୍ୟାରୋପ। ବିଜେପିକୁ ଆଗରୁ କଣ ଆଇନଶୃଙ୍ଖଳା ସ୍ଥିତି ଦେଖାଯାଇନଥିଲା, ଭୋଟର ୪୮ ଘଣ୍ଟା ପୂର୍ବରୁ ହଠାତ୍ ଜଣା ପଡିଗଲା କି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ମୁଖପାତ୍ର ପ୍ରତାପ ଦେବ। ପୂର୍ବରୁ ଘଟିଥିବା ଘଟଣାକୁ ନେଇ ପ୍ରତାପ କହିଛନ୍ତି, ନିଜ ଅଫିସ୍ରେ ନିଜେ ବୋମା ପକାଇ ବିଜେପି ଡ୍ରାମା କରୁଛି। ଏହା ବିଜେପିର ରାଜନୈତିକ ଚାଲ ବୋଲି ସେ ଅଭିଯୋଗ କରିଛନ୍ତି। ଜବାବରେ ବିଜେପି କହିଛି ଦଳୀୟ ଅଫିସ୍କୁ ବୋମା ମାଡ ହୋଇଛି, କର୍ମୀଙ୍କ ଉପରେ ଆକ୍ରମଣ କରାଯାଉଛି। ତାସତ୍ତ୍ୱେ ଆଇନଶୃଙ୍ଖଳା ପରସ୍ଥିତି ନାହିଁ ବୋଲି ବିଜେଡି କହିବା ଦୁର୍ଭାଗ୍ୟଜନକ। ଅନ୍ୟପକ୍ଷରେ ଆଇନଶୃଙ୍ଖଳା ସ୍ଥିତିକୁ ନେଇ କଂଗ୍ରେସ ବି ଜୋରଦାର ଢଙ୍ଗରେ ବର୍ଷିଛି।
ପିପିଲି ଆସନ ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବା ବେଳେ ମହାରଥୀଙ୍କ ଗଡ଼ରେ ପଦ୍ମ ଫୁଟାଇବାକୁ ବିଜେପି ବି ଜୋରଦାର ପ୍ରୟାସ କରିଛି। ତେବେ ପିପିଲିର ଜନତା ଜନାର୍ଦ୍ଦନ କାହା ସପକ୍ଷରେ ମତ ଦେଉଛନ୍ତି, ୩ ତାରିଖ ଗଣତିକୁ ଅପେକ୍ଷା କରିବାକୁ ପଡିବ।
]]>ପୂର୍ବରୁ କରୋନା ମହାମାରୀ ପାଇଁ ଉପନିର୍ବାଚନକୁ ସ୍ଥଗିତ କରାଯାଇଥିଲା । ଏବେ କରୋନା ସଂକ୍ରମଣ କମିବା ସହ ନିୟନ୍ତ୍ରଣକୁ ଆସିଥିବାରୁ ନିର୍ବାଚନ କମିଶନଙ୍କ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି । ଗୋଟିଏ ପଟେ ସଂକ୍ରମଣ କମିବା ସହ ଟିକାକରଣକୁ ମଧ୍ୟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । ତେଣୁ ସତର୍କତାର ସହ ଉପନିର୍ବାଚନ କରାଯାଇପାରିବ ବୋଲି ସ୍ଥିର ହୋଇଛି ।
ତେବେ ପିପିଲି ପାଇଁ ଆଜିଠାରୁ ଲାଗୁ ହେଲା ନିର୍ବାଚନ ଆଚରଣବିଧି । ଆସନ୍ତା ୨୦ ତାରିଖରୁ ନିର୍ବାଚନ ପ୍ରଚାର ନେଇ ଅନୁମତି ଦିଆଯାଇଛି ।ଷ୍ଟାର କ୍ୟାମ୍ପେନର ତାଲିକା ୨୦ରେ ସୀମିତ ରଖିବାକୁ ନିର୍ଦ୍ଦେଶ ରାଜନୈତିକ ଦଳଗୁଡ଼ିକୁ ନିର୍ଦଶ ରହିଛି । ରୋଡ୍ ଶୋ, ବାଇକ୍ ଓ ସାଇକେଲ ରାଲି କରିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି ।
ପିପିଲି ଉପନିର୍ବାଚନ ଲାଗି ୧୦ ଜଣଙ୍କ ପ୍ରାର୍ଥିପତ୍ର କାଏମ୍ ରହିଛି । ୧୦ ପ୍ରାର୍ଥୀଙ୍କ ମଧ୍ୟରେ ୩ ପ୍ରମୁଖ ଦଳ ବିଜେପି, କଂଗ୍ରେସ, ବିଜେଡିର ପ୍ରାର୍ଥୀ ରହିଛନ୍ତି । ବିଜେପିରୁ ଆଶ୍ରିତ ପଟ୍ଟନାୟକ ହୋଇଛନ୍ତି ପ୍ରାର୍ଥୀ । କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ବିଶ୍ୱକେସନ ହରିଚନ୍ଦନ ମହାପାତ୍ର । ବିଜେଡିିରୁ ପ୍ରାର୍ଥୀ ହୋଇଛନ୍ତି ରୁଦ୍ର ପ୍ରତାପ ମହାରଥୀ । ୩ ସ୍ୱାଧୀନ ପ୍ରାର୍ଥୀଙ୍କୁ ମିଶାଇ ଅନ୍ୟାନ୍ୟ ଦଳରୁ ୭ ପ୍ରାର୍ଥୀ ରହିଛନ୍ତି ।
ସୂଚନାଯୋଗ୍ୟ, ପିପିଲିର ପୂର୍ବତନ ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ଉପନିର୍ବାଚନ ତାରିଖ ଘୋଷଣା ହୋଇଥିଲା । ହେଲେ ହଠାତ୍ ଉପନିର୍ବାଚନ ପ୍ରଚାର ଜୋରଦାର ଚାଲିଥିବା ବେଳେ ପ୍ରଚାରର ଶେଷ ଦିନରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ କରୋନାରେ ଦେହାନ୍ତ ହୋଇଥିଲା । ଫଳରେ ଉପନିର୍ବାଚନକୁ ସ୍ଥଗିତ କରାଯାଇଥିଲା ।
ଅର୍ଥାତ୍ ଏପ୍ରିଲ ୧୭ ତାରିଖରେ ହେବାକୁ ଥିବା ପିପିଲି ଉପନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା । ପରେ ବିଧାନସଭା ଆସନରେ ଉପନିର୍ବାଚନ ନେଇ ସାନି ବିଜ୍ଞପ୍ତି ପ୍ରକାଶ ପାଇଥିଲା । ର୍ପୂବରୁ ସାନି ବିଜ୍ଞପ୍ତି ଅନୁସାରେ, ମେ’ ୧୬ରେ ନିର୍ବାଚନ ହୋଇଥାନ୍ତା । ଏପ୍ରିଲ ୨୬ ତାରିଖ ନାମାଙ୍କନ ଦାଖଲର ଶେଷ ତାରିଖ ବୋଲି ମଧ୍ୟ ଘୋଷଣା ହୋଇଥିଲା । ଏପ୍ରିଲ ୨୭ରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବା ସହ ଏପ୍ରିଲ ୨୯ ତାରଖ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ବୋଲି ବିଜ୍ଞପ୍ତିରେ କୁହାଯାଇଥିଲା ।
ହେଲେ ସାରା ଦେଶରେ ଲାଗିରହିଥିବା କରୋନା ସ୍ଥିତି ଯୋଗୁଁ ଏହାକୁ ବିଭିନ୍ନ ରାଜନୈତିକ ସଂଗଠନ ପକ୍ଷରୁ ବନ୍ଦ କରିବାକୁ ଦାବି କରାଯାଇଥିଲା । ଶେଷରେ ନିର୍ବାଚନକୁ ପୁଣି ଥରେ ସ୍ଥଗିତ ରଖିବା ପାଇଁ କମିଶନ ନିର୍ଦେଶ ଦେଇଥିଲେ ।
]]>ଗତକାଲି ଅପରାହ୍ଣରେ ୮ ବର୍ଷର ନାବାଳକ ଖେଳୁଥିବା ବେଳେ ପଡୋଶୀ ଜୁମା ଖାଁ ଆମ୍ବ ଦେବାକୁ ପ୍ରଲୋଭନ ଦେଖାଇ ସାଇକେଲରେ ନେଇଯାଇଥିଲା। ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥରେ ଥିବା ଏକ ଅର୍ଦ୍ଧ ନିର୍ମିତ ଘରକୁ ନେଇ ସେଠାର ଅପ୍ରାକୃତିକ ଭାବେ ଯୌନ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି। ପରେ ନାବାଳକ ମୁଣ୍ଡକୁ ଇଟାରେ ଛେଚି ହତ୍ୟା କରିବା ପାଇଁ ଉଦ୍ୟମ କରିଥିଲା ଅଭିଯୁକ୍ତ।
ବହୁ ଖୋଜାଖୋଜି ପରେ ମୁମୂର୍ଷୁ ଅବସ୍ଥାରେ ପିଲାଟିକୁ ଉଦ୍ଧାର କରିଥିଲେ ପରିବାର ଲୋକେ। ଅନ୍ୟପଟେ ଅଭିଯୁକ୍ତ ଘଟଣାକୁ ସ୍ୱୀକାର କରିଥିବାବେଳେ ପୋଲିସ୍ ତାକୁ ଗିରଫ କରିଛି। ଏନେଇ ସୂଚନା ଦେଇଛନ୍ତି ପୁରୀ ଏସପି ସାର୍ଥକ ଷଡଙ୍ଗୀ।
]]>ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ବାଲିପାଟଣାରେ ୭ବର୍ଷର ଶିଶୁକୁ ନିର୍ଯାତନା ଘଟଣାରେ ୨ ଗିରଫ ହୋଇଛନ୍ତି। ପିଲାର ବାପା ବିଲାଲ ଖାଁ ଓ ସାବତ ମାଆକୁ ବାଲିପାଟଣା ପୋଲିସ ଥାନା ଗିରଫ କରିଛି। ଦୁହିଁଙ୍କ ବିରୋଧରେ ୩୦୭ ଭଳି ସଂଗୀନ ଦଫା ଲଗା ଯାଇଥିବା ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ କହିଛନ୍ତି। ବାଲିପାଟଣା ଅଂଚଳରେ ଜଣେ ୭ବର୍ଷର ଶିଶୁକୁ ସାବତ ମା ଓ ବାପା ନିର୍ଯାତନା ଦେବା ସହ ପେଟପୁରା ଖାଇବାକୁ ଦେଉ ନଥିଲେ। ଏଥିଯୋଗୁଁ ଶିଶୁଟି ଅପପୁଷ୍ଟିର ଶିକାର ହୋଇଥିଲା। ଏନେଇ ଅଭିଯୋଗ ହେବା ପରେ ଚାଇଲଡଲାଇନ ହସ୍ତକ୍ଷେପ କରିଥିଲା ।ତା’ ପରେ ଗତ ରାତିରେ ଦୁହିଁଙ୍କୁ ବାଲିପାଟଣା ପୋଲିସ ଥାନାକୁ ନେଇ ପଚରାଉଚରା କରୁଥିଲା।
ତେବେ ଭୁବନେଶ୍ୱର ଉପକଣ୍ଠରେ କୁନି ପିଲାଟିକୁ ଲୋମଟାଙ୍କୁରା ନିର୍ଯାତନା ଦିଆଯାଇଥିବା ଜଣାପଡ଼ିଥିଲା। ଦ୍ୱିତୀୟ ପତ୍ନୀ ସହ ମିଶି ଖୋଦ୍ ବାପାଟିଏ କଅଁଳ ପିଲାଟିକୁ ଅମାନବୀୟ ଅତ୍ୟାଚାର କରିଥିବା ଅଭିଯୋଗ ହୋଇଥିଲା। କେବେ ଶିକୁଳିରେ ବାନ୍ଧି ମାଡ଼ ତ ଆଉ କେବେ ଗରମ ପାଣିରେ ହାତ ବୁଡ଼ାଇ ଦଣ୍ଡ ଦେଇଛି। ଦାମ୍ପତ୍ୟ କଳିରୁ ବିଚ୍ଛେଦ ହେବା ପରେ ପ୍ରଥମ ପତ୍ନୀର ଔରସରୁ ଜନ୍ମିତ ୭ ବର୍ଷର ଶିଶୁକନ୍ୟାକୁ ଅଖିଆ ଅପିଆ ରଖି ମରଣମୁହଁକୁ ଠେଲି ଦେବାକୁ ସାବତ ମାସହ ମିଶି ଉଦ୍ୟମ କରିଛି ବାପା । ଶେଷରେ ପିଲାଟିର ମା ଶିଶୁକୁ ଉଦ୍ଧାର କରିବା ସହ ମେଡ଼ିକାଲରେ ଭର୍ତ୍ତି କରିଯାଇଥିଲା । ଏହି ଅଭିଯୋଗ ସାମ୍ନାକୁ ଆସିବା ପରେ ଚାଞ୍ଚଲ୍ୟ ଖେଳିଯାଇଛି ସାରା ଇଲାକାରେ।
ଜୀର୍ଣ୍ଣଶୀର୍ଣ୍ଣ ଶରୀର।ଗୋଟି ଗୋଟି କରି ଗଣି ହେଉଛି ପଞ୍ଜରା ହାଡ଼। ଆପାଦ ମସ୍ତକ ଅପପୁଷ୍ଟିର ଶିକାର ଭଳି ଦେଖାଦେଉଛି। ହେଲେ ଦାରିଦ୍ର୍ୟ ପାଇଁ ନୁହେଁ ବରଂ ବାପାର ଦଣ୍ଡ ପାଇଁ ଏହି କୁନି ପିଲାଟିର ଏବେ ଏଭଳି ଅବସ୍ଥା ହୋଇଛି। ଜାଣିଲେ ଦେହ ଶୀତେଇ ଉଠିବ, ଲୋମ ଟାଙ୍କୁରି ଉଠିବ। ବାପାର ସୈତାନୀ କାଣ୍ଡ ସମ୍ପର୍କରେ ଶୁଣିଲ। ଗରମ ପାଣିରେ ବୁଡାଇ ଦିଆଯାଉଥିଲା । କେତେବେଳେ ନିର୍ଘାତ ମାଡ଼ ପଟୁଥିଲା ତ ଆଉ କେତେବେଳେ ଖାଇବାକୁ ଦିଆଯାଇଥିଲା ବାସି ପଖାଳ। ଦିନେ କି ମାସେ ନୁହେଁ ବର୍ବରତାର ସବୁ ସୀମା ଟପି ପ୍ରାୟ ବର୍ଷେରୁ ଅଧିକ ସମୟ ଧରି ଦ୍ୱିତୀୟ ବିବାହ କରିଥିବା ବାପା ଦେଇଛି ନିର୍ଯାତନା।ଦୋଷ ବି କିଛି ନୁହଁ। ବିବାହ ବିଛେଦ ପରେ ନିଜ ମାକୁ ଝୁରି ହେଉଥିଲା ଏବଂ ଖୋଜୁଥିଲା ବୋଲି ଏଭଳି ନିର୍ଘାତ ନିର୍ଯାତନା ଦେଇଛି ଶିଶୁକନ୍ୟାର ବାପା ତଥା ପିପିଲିର ବିଲାଲ୍ ଖାନ୍ ।ଶେଷରେ ନିଜ ଔରସରୁ ଜନ୍ମିତ ଶିଶୁକୁ ଉଦ୍ଧାର କରି ମା ରିଜ୍ୱାନା ପରୱିନ୍ ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରିବା ସହ ଦୋଷୀକୁ ଦଣ୍ଡ ଦେବାକୁ ଦାବି କରିଛନ୍ତି । ତେବେ ଆଜି ଏହି ମାମଲାରେ ୧୨ଜଣ ଗିରଫ ହୋଇଛନ୍ତି।
]]>ଜୀର୍ଣ୍ଣଶୀର୍ଣ୍ଣ ଶରୀର।ଗୋଟି ଗୋଟି କରି ଗଣି ହେଉଛି ପଞ୍ଜରା ହାଡ଼। ଆପାଦ ମସ୍ତକ ଅପପୁଷ୍ଟିର ଶିକାର ଭଳି ଦେଖାଦେଉଛି। ହେଲେ ଦାରିଦ୍ର୍ୟ ପାଇଁ ନୁହେଁ ବରଂ ବାପାର ଦଣ୍ଡ ପାଇଁ ଏହି କୁନି ପିଲାଟିର ଏବେ ଏଭଳି ଅବସ୍ଥା ହୋଇଛି। ଜାଣିଲେ ଦେହ ଶୀତେଇ ଉଠିବ, ଲୋମ ଟାଙ୍କୁରି ଉଠିବ। ବାପାର ସୈତାନୀ କାଣ୍ଡ ସମ୍ପର୍କରେ ଶୁଣିଲ। ଗରମ ପାଣିରେ ବୁଡାଇ ଦିଆଯାଉଥିଲା । କେତେବେଳେ ନିର୍ଘାତ ମାଡ଼ ପଟୁଥିଲା ତ ଆଉ କେତେବେଳେ ଖାଇବାକୁ ଦିଆଯାଇଥିଲା ବାସି ପଖା। ଦିନେ କି ମାସେ ନୁହେଁ ବର୍ବରତାର ସବୁ ସୀମା ଟପି ପ୍ରାୟ ବର୍ଷେରୁ ଅଧିକ ସମୟ ଧରି ଦ୍ୱିତୀୟ ବିବାହ କରିଥିବା ବାପା ଦେଇଛି ନିର୍ଯାତନା।ଦୋଷ ବି କିଛି ନୁହଁ। ବିବାହ ବିଛେଦ ପରେ ନିଜ ମାକୁ ଝୁରି ହେଉଥିଲା ଏବଂ ଖୋଜୁଥିଲା ବୋଲି ଏଭଳି ନିର୍ଘାତ ନିର୍ଯାତନା ଦେଇଛି ଶିଶୁକନ୍ୟାର ବାପା ତଥା ପିପିଲିର ବିଲାଲ୍ ଖାନ୍ ।ଶେଷରେ ନିଜ ଔରସରୁ ଜନ୍ମିତ ଶିଶୁକୁ ଉଦ୍ଧାର କରି ମା ରିଜ୍ୱାନା ପରୱିନ୍ ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରିବା ସହ ଦୋଷୀକୁ ଦଣ୍ଡ ଦେବାକୁ ଦାବି କରିଛନ୍ତି ।
୨୦୧୩ରେ ବିଲାଲଙ୍କ ବିବାହ କରିଥିଲେ ରିଜୱାନା। ବିବାହର କିଛି ବର୍ଷ ପରେ ମନୋମାଳିନ୍ୟ ଦେଖାଦେଇଥିଲା ଏବଂ ୨୦୨୦ରେ ଦୁଇ ପରିବାରର ସହମତିରେ ହୋଇଥିଲା ବିବାହ ବିଛେଦ। ଆଉ ଝିଅ ରହୁଥିଲା ବିଲାଲଙ୍କ ପାଖରେ। ତାରି ଭିତରେ ଦ୍ୱିତୀୟ ବିବାହ କରିସାରିଥିଲେ ବିଲାଲ୍। ହେଲେ ସାବତ ମା ଏବଂ ବାପା ବିଲାଲ୍ ପାଖରେ ରହିବାକୁ ଚାହୁଁନଥିଲା ଟିକି ଝିଅଟି। କାରଣ ସାବତ ମା ସହ ମିଶି ଶିଶୁକୁ ମାଡ଼ ମାରିବା ସହ ଭଲ ଭାବେ ଖାଇବା ଦେଉନଥିଲେ। ଏପରିକି ସ୍କୁଲ ବି ଛାଡୁନଥିଲେ ଏବଂ ଶିକୁଳିରେ ବାନ୍ଧି ରଖୁଥିଲେ। ଝିଅର ଏଭଳି ଅବସ୍ଥା ହୋଇଥିବା ଖବର ପାଇ ସାମାଜିକ କର୍ମୀଙ୍କ ସହାୟତାରେ ଝିଅକୁ ଉଦ୍ଧାର କରିଥିଲେ ରିଜୱାନା। ତେବେ ଅଭିଯୁକ୍ତ ବିଲାଲ୍ ନିର୍ଯାତନା କଥାକୁ ଖଣ୍ଡନ କରିବା ସହ ତାମାକୁ ଝୁରି ଝୁରି ଝିଅର ଏଭଳି ଅବସ୍ଥା ହୋଇଥିବା କହିଛନ୍ତି। ତାସହ କହିଛନ୍ତି, ଝିଅ ଏଣିକି ମା ପାଖରେ ରହିବ ଏବଂ ଚିକିତ୍ସା ପାଇଁ ସେ ୩୦ ହଜାର ଟଙ୍କା ଦେଇଛନ୍ତି । ତେବେ ଏନେଇ ଥାନାରେ ଏଯାଏଁ କୌଣସି ଅଭିଯୋଗ ହୋଇନଥିବାବେଳେ ପ୍ରଥମେ ଚିକିତ୍ସା ପରେ ପୋଲିସର ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି ଶିଶୁଟିର ମା।
]]>