ଜାତୀୟ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ ପରେ ରାଜ୍ୟ କ୍ରାଇମବ୍ରାଞ୍ଚରେ ଏକ ମାମଲା ରୁଜୁ ହୋଇଛି । ଜଣେ ମହିଳା ଡିଏସପି ମାମଲାର ତଦନ୍ତ କରୁଥିବା ପୋଲିସ ଡିଜି ଅରୁଣ ଷଡଙ୍ଗୀ ସୂଚନା ଦେଇଛନ୍ତି । ୨୦୧୯ ମସିହାରେ ଗଞ୍ଜାମରେ ମହିଳା ଏସଆଇ ଜଣଙ୍କ ଥିବା ବେଳେ ତାଙ୍କ ଉପରିସ୍ଥ ଅଫିସର ଭାବେ କାର୍ଯ୍ୟରତ ଆଇଆଇସି ରମେଶ ପ୍ରଧାନ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । କିନ୍ତୁ ଏନେଇ ପୋଲିସ ମାମଲା ରୁଜୁ ନ କରିବାରୁ ମହିଳା ଜଣଙ୍କ NHRCର ଦ୍ୱାରସ୍ଥ ହୋଇଥିଲେ ।
]]>]]>
୨୦୧୭ ଜୁଲାଇ ୧୪ ତାରିଖରେ କନ୍ଧମାଳ ଜିଲ୍ଲା ମିଲୁପଡ଼ା ଗାଁର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କୁ ଦିଲ୍ଲୀ ଏମ୍ସରେ ଅସ୍ତ୍ରୋପଚାର ପାଇଁ ଭର୍ତ୍ତି କରାଯାଇଥିଲା। ଅପରେଶନ ପାଇଁ ଗଠନ କରାଯାଇଥିଲା ଅଭିଜ୍ଞ ଡାକ୍ତରୀ ଟିମ୍ । ଏପଟେ ଅପରେସନ ଚାଲିଥିଲା, ସେପଟେ ଜଗା, କାଳିଆର ମଙ୍ଗଳ କାମନା କରି ଦୀପା ଜାଳିଥିଲା ସାରା ରାଜ୍ୟ । ଡାକ୍ତରଙ୍କଠାରୁ ଆରମ୍ଭ କରି ପୋଲିସ କର୍ମୀ କିମ୍ବା ଗଣମାଧ୍ୟମ ସମସ୍ତେ ଜାଳିଥିଲେ ଦୀପ ।
ଶେଷରେ ପ୍ରାର୍ଥନା ଶୁଣିଥିଲେ ଜଗତର ନାଥ ଜଗନ୍ନାଥ । ଯୋଡ଼ାମୁଣ୍ଡ ଭାଇଙ୍କର ସଫଳ ଅସ୍ତ୍ରୋପଚାର ହୋଇଥିଲା । ଏହାପରେ ଦିଲ୍ଲୀରେ କିଛି ଦିନ ରହିବା ପରେ ୨୦୧୯ ସେପ୍ଟେମ୍ବର ୭ ତାରିଖରେ ଓଡ଼ିଶା ଫେରିଥିଲେ ଜଗା- କାଳିଆ । ଏଠି ଏସ୍ସିବିରେ ତାଙ୍କର ଚିକିତ୍ସା ପାଇଁ ୧୬ ଜଣିଆ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ମଧ୍ୟ ଗଠନ କରାଯାଇଥିଲା । ସେବେଠାରୁ ସେମାନେ ଏସ୍ସିବି ଡାକ୍ତର ଖାନାରେ ରହି ଚିକିତ୍ସିତ ହେଉଥିଲେ । ଜଗା କ୍ରମେ ସୁସ୍ଥ ହୋଇଥିଲେ ବି କାଳିଆ ଅବସ୍ଥା ସୁଧୁରି ନଥିଲା ।
ସେପ୍ଟେମ୍ବର ୨୬ ତାରିଖରେ କାଳିଆ ଗରୁତର ହୋଇପଡ଼ିଥିଲା । ଏହାପରେ ତାକୁ ଭେଣ୍ଟିଲେଟରରେ ମଧ୍ୟ ରଖାଯାଇଥିଲା । ଚିକିତ୍ସା ପରେ ପୁଣି ସୁସ୍ଥ ହୋଇଯାଇଥିଲା କାଳିଆ । ହେଲେ ଜୀବନ ମରଣର ଏହି ଛକି ଶୂନ ଖେଳରେ କାଳ ପାଖରେ ସବୁଦିନ ପାଇଁ ବନ୍ଦୀ ହୋଇଯାଇଥିଲା କାଳିଆର ଜୀବନ । ଭାଇଠାରୁ ଅଲଗା ହୋଇ ବଞ୍ଚିବାର ରାହା ଖୋଜୁଥିବା କାଳିଆ ଶେଷରେ ଶରୀରଠୁ ଜୀବନକୁ ଅଲଗା କରି ସବୁଦିନ ପାଇଁ ଚାଲିଯାଇଥିଲା ଆରପାରିକୁ ।
ଏମ୍ସର ପୂର୍ବତନ ନିର୍ଦ୍ଦେଶକ ତଥା ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ ଡ.ଅଶୋକ ମହାପାତ୍ର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କ ସଫଳ ଅସ୍ତ୍ରୋପଚାର କରି କରିଥିଲେ। ପ୍ରଫେସର ଅଶୋକ କୁମାର ମହାପାତ୍ରଙ୍କ ନେତୃତ୍ୱରେ ସଫଳତାର ସହ କରାଯାଇଥିବା ବିରଳ ଯୋଡ଼ାମୁଣ୍ଡ ଅସ୍ତ୍ରୋପଚାର ଲିମ୍କା ବୁକ୍ ଅଫ୍ ରେକର୍ଡସରେ ୨୦୨୦ ସଂସ୍କରଣରେ ସ୍ଥାନ ପାଇଥିଲା । ୨୦୧୭ ମସିହାରେ ନୂଆଦିଲ୍ଲୀ ଏମ୍ସଠାରେ ଏହି ଅସ୍ତ୍ରୋପଚାର ସଫଳତାର ସହ କରାଯାଇଥିଲା । କାଳିଆର ମୃତ୍ୟୁ ପରେ ଡ. ଅଶୋକ ମହାପାତ୍ରଙ୍କ ପ୍ରତିକ୍ରିୟା ହସ୍ତଗତ ହୋଇନାହିଁ ।
]]>ମିଳିଥିବା ଅଭିଯୋଗ ଅନୁସାରେ ,ଖଜୁରୀପଡ଼ା ଥାନା ଅଞ୍ଚଳରେ ଜଣେ ନାବାଳିକା ଗତକାଲି ରାତିରେ ମେଲୋଡି ଦେଖି ଘରକୁ ଯିବା ପାଇଁ ବସକୁ ଅପେକ୍ଷା କରିଥିଲେ । ତାଙ୍କୁ ଘରେ ଛାଡ଼ିଦେବାକୁ କହି ୪ ଜଣ ଯୁବକ ଏକ ଅଟୋରିକ୍ସାରେ ବସାଇ ନିକଟ ଜଙ୍ଗଲକୁ ନେଇଯାଇଥିଲେ। ପରେ ଜଣଙ୍କ ପରେ ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।
ଏହି ଘଟଣାରେ ପୋଲିସ ଜଣେ ନାବାଳକ ସହ ୪ ଜଣଙ୍କୁ ଗିରଫ କରିଛି।
]]>
ସେହି ସାହିର ଜଣେ ମହିଳା କୁନି ଦିଗାଲ ମୃତ ଶିଶୁ ପଡିଥିବା ଦେଖି ପୋଲିକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ଶିଶୁର ମୃତ ଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି।
]]>ରାତିରେ ପ୍ରାୟ ୪୦ରୁ ୫୦ ମାଓବାଦୀ ସେଠାରେ ଏଭଳି କାଣ୍ଡ ଭିଆଇଥିବା କୁହାଯାଉଛି। କୁର୍ତ୍ତମଗଡ଼-ଗୁମୁଡୁମାହା ରାସ୍ତା କାମକୁ ବିରୋଧ କରି ଏହି ଲାଲ୍ବାହିନୀ ଏହି ଲଙ୍କାକାଣ୍ଡ କରିଥିବା ସୂଚନା ମିଳିଛି।
]]>