#Hyderabad | A #Rapido #Rider forced to take the #customer sitting on the two wheeler after fuel ran out. The customer reportedly refused to get off the vehicle and kept sitting. @VoiceUpMedia1 pic.twitter.com/kYG94Oohri
— Voiceup Media (@VoiceUpMedia1) February 12, 2024
ତେବେ ଘଟଣାଟି ହେଉଛି ହାଇଦ୍ରାବାଦ ଅଞ୍ଚଳର । ଜଣେ ରାପିଡୋ ବାଇକ୍ ଟ୍ୟାକ୍ସି ଆରୋହୀଙ୍କ ପେଟ୍ରୋଲ ସରିବା ପରେ ତାଙ୍କ ପଛରେ ବସିଥିବା ଗ୍ରାହକ ଗାଡ଼ିରୁ ଓହ୍ଲାଇବାକୁ ମନା କରିଥିଲେ । ଶେଷରେ ତାଙ୍କ ଗ୍ରାହକଙ୍କୁ ବାଇକ୍ ପଛରେ ବସାଇ ଠେଲି ଠେଲି ପାଖରେ ଥିବା ପେଟ୍ରୋଲ ପମ୍ପକୁ ନେବାକୁ ପଡ଼ିଥିଲା ।
ସବୁଠାରୁ ବଡ଼ କଥା ହେଉଛି ଯେତେବେଳେ ଗାଡ଼ିରୁ ପେଟ୍ରୋଲ ସରିଗଲା, ସେ ବାଇକ୍ ଟ୍ୟାକ୍ସି ଆରୋହୀ ଗ୍ରାହକଙ୍କୁ ଏହି ବିଷୟରେ ଜଣାଇଥିଲେ, କିନ୍ତୁ ସେ ବାଇକ୍ରେ ବସିବାକୁ ଜିଦ୍ ଧରିଲେ, ଯେତେ କହିଲେ ବି ଗାଡ଼ିରୁ ଜମାରୁ ଓହ୍ଲାଇନଥିଲେ । ଏହା ପରେ ବାଇକ୍ ଡ୍ରାଇଭର ତାଙ୍କ ଗ୍ରାହକଙ୍କୁ ଗାଡ଼ିରେ ବସାଇ ଗାଡିଟିକୁ ନିକଟରେ ଥିବା ପେଟ୍ରୋଲ ପମ୍ପକୁ ଠେଲି ଠେଲି ନେବାକୁ ସ୍ଥିର କରିଥିଲେ । ଯାହା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲିଟିଛି ।
]]>ଆସନ୍ତାକାଲି ଠାରୁ ରାଜ୍ୟରେ ଧର୍ମଘଟକୁ ଓହ୍ଲାଇବ ଓଡ଼ିଶା ପରିବହନ ଶ୍ରମିକ ମହାସଂଘ । ତେଲ ଡିପୋରୁ ପେଟ୍ରୋଲ, ଡିଜେଲ ଲୋଡିଂ ବନ୍ଦ ରଖିବ ମହାସଂଘ । ଭାରତୀୟ ନ୍ୟାୟ ସଂହିତା ୨୦୨୩ରେ ଗାଡ଼ି ଚାଳକଙ୍କ ପାଇଁ ଥିବା ଦଣ୍ଡବିଧାନକୁ ବିରୋଧ କରି ଧର୍ମଘଟ ଡାକରା ଦେଇଛି ମହାସଂଘ ।
ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି ଓଡ଼ିଶା ପରିବହନ ଶ୍ରମିକ ମହାସଂଘ ସଭାପତି ଜନାର୍ଦ୍ଦନ ପତି । ମହାସଂଘର ଏହି ନିଷ୍ପତ୍ତି ଫଳରେ ଆସନ୍ତାକାଲି ଠାରୁ ଡିପୋରୁ ପେଟ୍ରୋଲ ପମ୍ପକୁ ତେଲ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ହେବା ସହ ଅନ୍ୟ ପରିବହନ ସେବା ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି କରିଛି ।
ସେପଟେ ଡ୍ରାଇଭର ଆନ୍ଦୋଳନ ଯୋଗୁଁ ଗତକାଲି ଅଧିକାଂଶ ପେଟ୍ରୋଲ ପମ୍ପରେ ଷ୍ଟକ୍ ବହୁତ୍ କମିଯାଇଥିଲା । ମାଲକାନଗିରି, ନବରଙ୍ଗପୁର କୋରାପୁଟ ଭଳି ଉପାନ୍ତ ଅଞ୍ଚଳରେ ପେଟ୍ରୋଲ ପମ୍ପରେ ତେଲ ସଙ୍କଟ ଦେଖା ଦେଇଥିଲା । ତେବେ ଗତକାଲି ସନ୍ଧ୍ୟାରେ ଡ୍ରାଇଭର ଆନ୍ଦୋଳନ ପ୍ରତ୍ୟାହାର ପରେ ଡିପୋରୁ ୨୫-୩୦ ପ୍ରତିଶତ ଟ୍ୟାଙ୍କରରେ ତେଲ ଲୋଡିଂ ହୋଇପାରିଛି ।
ରବିବାର ସତ୍ତ୍ୱେ ଆଜି ସକାଳୁ କିଛି ଡିପୋରୁ ଅଳ୍ପ କିଛି ଟ୍ୟାଙ୍କରରେ ତେଲ ଲୋଡ ହୋଇଛି । କିନ୍ତୁ ଆସନ୍ତାକାଲି ଠାରୁ ଓଡ଼ିଶା ପରିବହନ ଶ୍ରମିକ ମହାସଂଘ ପକ୍ଷରୁ ପୁଣି ଧର୍ମଘଟ ହେଲେ ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ପ୍ରାୟ ପେଟ୍ରୋଲ ପମ୍ପରେ ପୁଣି ତେଲ ଅଭାବ ଦେଖାଦେବ । ତେଣୁ ତେଲ ଯୋଗାଣ ସ୍ଵାଭାବିକ କରିବା ନେଇ ସରକାର ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ଦାବି କରିଛି ଉତ୍କଳ ପେଟ୍ରୋଲିୟମ ଡିଲର ସଂଘ ।
]]>ସେ କହିଛନ୍ତି, ଡ୍ରାଇଭରମାନଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଯୋଗୁଁ ପେଟ୍ରୋଲ, ଡିଜେଲ ପରିବହନ ପ୍ରଭାବିତ ହେବାର ଆଶଙ୍କା ରହିଛି । ପାନିକ୍ ବାଇଂ ତଥା କାଳେ ତେଲ ମିଳିବନି ବୋଲି ଗ୍ରାହକଙ୍କ ଆଶଙ୍କା ଯୋଗୁ ଗତକାଲି ରାଜ୍ୟରେ ୨୦ ପ୍ରତିଶତ ଅଧିକ ପେଟ୍ରୋଲ, ଡିଜେଲ ବିକ୍ରି ହୋଇଛି । ଆନ୍ଦୋଳନ ଯୋଗୁଁ ଗତକାଲି ପେଟ୍ରୋଲ ଓ ଡିଜେଲ ଲୋଡ଼ିଂ ମଧ୍ୟ ୭୫ ପ୍ରତିଶତ କମିଛି । ଗତକାଲି ମାତ୍ର ୨୫ % ଗାଡ଼ିରେ ତେଲ ଲୋଡିଂ ହୋଇଥିଲା ।
ଆଜି ପାରାଦୀପ ଡିପୋରୁ ତେଲ ଲୋଡ଼ିଂ ସମ୍ପୂର୍ଣ୍ଣ ବନ୍ଦ ଅଛି । ଜଟଣୀ ଓ ବାଲେଶ୍ୱର ଡିପୋରୁ ମାତ୍ର ଅଳ୍ପ କିଛି ଗାଡ଼ିରେ ତେଲ ଲୋଡିଂ ହୋଇଛି । ଏଭଳି ସ୍ଥିତି ଲାଗି ରହିଲେ କାଲି ଅପରାହ୍ନ ସୁଦ୍ଧା ଅନେକ ପେଟ୍ରୋଲ ଟାଙ୍କିରେ ପେଟ୍ରୋଲ ଓ ଡିଜେଲ୍ ସରିଯାଇପାରେ ବୋଲି ଆଶଙ୍କା କରିଛି ଉତ୍କଳ ପେଟ୍ରୋଲିୟମ ଡିଲର ଆସୋସିଏସନ । ତେଣୁ ପାନିକ୍ ବାଇଂ ନକରିବାକୁ ଆସୋସିଏସନ୍ କହିଛି ।
ସାରା ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନର ଆଜି ତୃତୀୟ ଦିନ । ଆନ୍ଦୋଳନର ପ୍ରଭାବ ସବୁଠି ଦେଖିବାକୁ ମିଳିଛି । ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ ଓମଫେଡ ସେବା ପ୍ରଭାବିତ ହୋଇଛି । ଓମଫେଡ କ୍ଷୀର ବଜାରକୁ ଆସିପାରିନାହିଁ । ଆଜି ପାଇଁ ଭୁବନେଶ୍ୱର, କଟକ, ପୁରୀ ଓ କେନ୍ଦୁଝର ଏହି ୪ଟି ସହରରେ ୭୦ହଜାର ଲିଟର କ୍ଷୀର ଅର୍ଡର ଥିଲା । ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ କ୍ଷୀର ପ୍ଲାଣ୍ଟରୁ ବାହାରି ପାରିନାହିଁ ।
ସେହିପରି କଟକ ନେତାଜୀ ବସ୍ ଟର୍ମିନାଲରେ ବସ୍ ଚଳାଚଳ ବନ୍ଦ ରହିଛି । ଫଳରେ ଯାତ୍ରୀମାନେ ନାହିଁ ନଥିବା ହଇରାଣ ହରକତ ହେଉଥିବା ଦେଖିବାକୁ ମିଳିଛି । କେବଳ ଯାହା ମୋ ବସ୍ ଚାଲୁଛି, ଫଳରେ ମୋ ବସରେ ଅତ୍ୟଧିକ ଭିଡ ହେଉଛି । ସେହିପରି ଆନ୍ଦୋଳନର ପ୍ରଭାବ ସୁନ୍ଦରଗଡ଼ ବଣାଇ ଅଂଚଳରେ ପଡିଛି । ଡ୍ରାଇଭରମାନେ ଆନ୍ଦୋଳନରେ ସାମିଲ ହୋଇଛନ୍ତି । କେନ୍ଦ୍ର ସରକାରଙ୍କ ହିଟ ଆଣ୍ଡ ରନକୁ ନେଇ ହୋଇଥିବା ନୂଆ ଆଇନ୍ ଓ ଦୀର୍ଘ ଦିନ ଧରି ରାଜ୍ୟ ସରକାରଙ୍କ ନିକଟରେ କରାଯାଇଥିବା ଦାବିକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛି ସଂଘ ।
]]>ଗତ ବର୍ଷ ମେ’ ୨୨ ପରଠାରୁ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ କୌଣସି ବଡ଼ ପରିବର୍ତ୍ତନ ହୋଇନାହିଁ । ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଦୀର୍ଘ ଦିନ ଧରି ପ୍ରାୟତଃ ସ୍ଥିର ରହିଆସିଛି । ଗତଥର କେନ୍ଦ୍ର ସରକାର ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରିଥିଲେ । ଏହି କ୍ରମରେ ପେଟ୍ରୋଲ ଏବଂ ଡିଜେଲରେ ଲିଟର ପିଛା ୧୩ ଏବଂ ୧୬ ଟଙ୍କା ହ୍ରାସ ପାଇଥିଲା ।
ପେଟ୍ରୋଲିୟମ ମନ୍ତ୍ରଣାଳୟ ଏବଂ ଅର୍ଥ ମନ୍ତ୍ରଣାଳୟ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ହ୍ରାସ କରିବା ନେଇ ଆଲୋଚନା କରୁଛନ୍ତି । ଏହା ବ୍ୟତୀତ ତୈଳ କମ୍ପାନୀଗୁଡିକ ସହିତ ମଧ୍ୟ ଆଲୋଚନା ଚାଲିଛି । ଯଦି ଯୋଜନା ଅନୁସାରେ ଆଲୋଚନା ସଫଳ ହୁଏ ତେବେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୬ ରୁ ୧୦ ଟଙ୍କା ଶସ୍ତା ହୋଇପାରେ ।
ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ (ଆଇଓସିଏଲ୍) ୱେବସାଇଟ୍ iocl.com ଅନୁଯାୟୀ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଦିଲ୍ଲୀରୁ କୋଲକାତା ପର୍ଯ୍ୟନ୍ତ ସ୍ଥିର ରହିଛି । ଆଜି ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ୯୬.୭୨ ଟଙ୍କା ଏବଂ ଡିଜେଲ ହାର ଲିଟର ପିଛା ୮୯.୬୨ ଟଙ୍କା ରହିଛି । ମୁମ୍ବାଇରେ ପେଟ୍ରୋଲର ମୂଲ୍ୟ ୧୦୬.୩୧ ଟଙ୍କା ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୯୪.୨୭ ଟଙ୍କା ରହିଛି। ସେହିଭଳି ଚେନ୍ନାଇରେ ପେଟ୍ରୋଲର ମୂଲ୍ୟ ୧୦୨.୬୩ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୪.୨୪ ଟଙ୍କା ଥିବାବେଳେ କୋଲକାତାରେ ପେଟ୍ରୋଲ ୧୦୬.୦୩ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୨.୭୬ ଟଙ୍କା ରହିଛି ।
କୁହାଯାଉଛି ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ପାଇବା ପରେ ଏବେ ସାଧାରଣ ଖାଉଟିଙ୍କ ପାଇଁ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇବ । ଏନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା ମଧ୍ୟ ସରିଛି । ଅଶୋଧିତ ତୈଳ ଦର ହ୍ରାସ ହେବା ପରେ ଓଏମ୍ସି ଅନେକ ଲାଭ ପାଇଛି ବୋଲି କୁହାଯାଇଛି । ତେଣୁ ଖୁବ୍ଶୀଘ୍ର ପେଟ୍ରୋଲ ଡିଜେଲ ଦର ହ୍ରାସ ପାଇବାକୁ ଯାଉଛି । ଯାହାଫଳରେ ସାଧାରଣ ଖାଉଟିଙ୍କୁ ଆଶ୍ୱସ୍ଥି ମିଳିବ ।
]]>ଏବେ ଦେଶରେ ପେଟ୍ରୋଲ ଓ ଡିଜେଲର ନୂଆ ମୂଲ୍ୟ ଜାରି କରାଯାଇଛି । ପ୍ରମୁଖ ସହର ଗୁଡିକରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ପରିବର୍ତ୍ତନ ହୋଇଛି । କିଛି ସହରରେ ଦାମ ଅପରିବର୍ତ୍ତିତ ରହିଛି । ଭୁବନେଶ୍ୱରରେ ପେଟ୍ରୋଲ ଓ ଡିଜେଲ ଦାମ ବୃଦ୍ଧି ପାଇଛି । ସୋମବାର ପେଟ୍ରୋଲ ମୂଲ୍ୟ ଲିଟର ପ୍ରତି ୨୮ ପଇସା ଓ ଡିଜେଲ ୨୭ ପଇସା ବୃଦ୍ଧି ପାଇଛି । ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପ୍ରତି ୧୦୩.୪୭ ଟଙ୍କା ରହିଥିବା ବେଳେ ଡିଜେଲ ମୂଲ୍ୟ ରହିଛି ୯୫.୦୩ ଟଙ୍କା ରହିଛି ।
ଡିସେମ୍ବର ୧୦ ଅର୍ଥାତ୍ ରବିବାର ଭୁବନେଶ୍ୱରରେ ପେଟ୍ରୋଲ ୧୦୩.୧୯ ଟଙ୍କା ଓ ଡିଜେଲ ୯୪.୭୬ ଟଙ୍କା ଥିଲା । ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ଲିଟର ପ୍ରତି ୯୬.୭୨ ଟଙ୍କା ରହିଥିବା ବେଳେ ଡିଜେଲ ମୂଲ୍ୟ ୮୯.୬୨ ଟଙ୍କା ରହିଛି ।
ପ୍ରତ୍ୟେକ ଦିନ ସକାଳ ୬ଟାରେ ପେଟ୍ରୋଲ ଏବଂ ଡିଜେଲ୍ ଦାମରେ ପରିବର୍ତ୍ତନ ହୋଇଥାଏ। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିବା ପରେ ଏହାର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହୁଏ। ବୈଦେଶିକ ମୂଲ୍ୟ ସହିତ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ମୂଲ୍ୟ ଉପରେ ନିର୍ଭର କରି ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ପ୍ରତିଦିନ ବଦଳିଥାଏ।
]]>ତେବେ ଏହି ବୈଠକ ଆସନ୍ତା ସପ୍ତାହରେ ହୋଇପାରେ ବୋଲି ସୂଚନା ରହିଛି । ଫଳରେ ଓପେକ ରାଷ୍ଟ୍ର ସମୂହ ତୈଳ ଯୋଗାଣରେ ହ୍ରାସ ଘଟାଇବା ନେଇ ନିବେଶକଙ୍କ ମଧ୍ୟରେ ଆଶଙ୍କା ଦେଖା ଦେଇଛି । ଫଳ ସ୍ୱରୂପ ଗତକାଲି ଅନ୍ତର୍ଜାତୀୟ ବଜାରରେ ତୈଳ ଦର ବ୍ୟାରେଲ ପିଛା ୧.୫ ପ୍ରତିଶତ ହ୍ରାସ ଘଚିଛି । ଏହା ସତ୍ତ୍ୱେ ଦେଶରେ ତୈଳ ଦର କମୁନାହିଁ ।
ଗତକାଲି କାରବାରରେ ବ୍ରେଣ୍ଟ କ୍ରୁଡ ମୂଲ୍ୟ ବ୍ୟାରେଲ ପିଛା ୮୦.୭୨ ଡଲାରକୁ ଖସି ଆସିଛି । ସାଉଦି ଆରବ ଗତ ୧୨ ବର୍ଷ ଧରି ପର୍ଯ୍ୟାୟ କ୍ରମେ ତୈଳ ଯୋଗାଣରେ ହ୍ରାସ ଘଟାଇ ଚାଲିଛି । ଏହା ହିଁ ପୁଞ୍ଜି ବଜାରର ନିବେଶକଙ୍କୁ ଆଶଙ୍କିତ କରିଛି । ଏଭଳି ପରିସ୍ଥିତିରେ ଖାଉଟି ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ହ୍ରାସ ଆଶା କରୁଛନ୍ତି । କାରଣ ଘରୋଇ ବଜାରରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇ ନାହିଁ ।
]]>ତେବେ ରାତିରେ ଘରେ କିରାସିନ୍ ନଥିବାରୁ ପେଟ୍ରୋଲ ଦୀପ ବ୍ୟବହାର କରୁଥିଲେ ପରିବାର ଲୋକେ । ଏତିକି ବେଳେ ଦୀପଟି ଫାଟି ଯିବାରୁ ୪ ଜଣ ଗୁରୁତର ଭାବେ ପୋଡ଼ି ଯାଇଛନ୍ତି । ପରିବାର ଲୋକଙ୍କ ଚିତ୍କାର ଶୁଣି ଗାଁ ଲୋକେ ଦୌଡ଼ି ଆସିଥିଲେ । ୪ ଜଣଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ସୋରଡ଼ା ମେଡିକାଲ ଆଣିଥିଲେ । ସେଠାରେ ଚିକିତ୍ସା ପରେ ଦୁଇ ଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ସେମାନଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳରେ ସୋରଡ଼ା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।
]]>ସେହିପରି ଉଜ୍ଜ୍ୱଲା ଯୋଜନାର ହିତାଧିକାରୀଙ୍କୁ ୨୦୦ଟଙ୍କା ସବସିଡି ପ୍ରଦାନ କରିବାକୁ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । ପ୍ରଧାମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ନଅ କୋଟିରୁ ଅଧିକ ହିତାଧିକାରୀଙ୍କୁ ବର୍ତ୍ତମାନ ସିଲିଣ୍ଡର ପିଛା ୨୦୦ଟଙ୍କା ସବସିଡି ଦିଆଯିବ । ଫଳରେ ଆମ ମା ଏବଂ ଭଉଣୀମାନଙ୍କୁ ସାହାଯ୍ୟ ହେବ ବୋଲି ସେ କହିଛନ୍ତି । ସବସିଡି କମିବା ପରେ ବାର୍ଷିକ ପ୍ରାୟ ୬୧୦୦ କୋଟି ରାଜସ୍ୱ ବୋଝ ପଡ଼ିବ ।
ନିଜ ସହରର ତେଳ ଦର କିପରି ଜାଣିବେ ?
ଇଣ୍ଡିଆନ୍ ଅଏଲ କପୋର୍ଟରେସନର www.iocl.com ୱେବସାଇଟ୍ ଯାଆନ୍ତୁ
ସେଠାରେ ‘Check Prices of Petrol & Diesel’ ଉପରେ କ୍ଲିକ୍ କରନ୍ତୁ
ଏହାପରେ ନିଜ ସହରର ଡିଲର କୋଡ ଚେକ୍ କରନ୍ତୁ
ତା’ପରେ ‘RSP Dealer Code’ ଲେଖି 9224992249କୁ ମେସେଜ କରନ୍ତୁ
]]>ଆପଣ ଭାବୁଥିବେ ସେ କ’ଣ ଏମିତି କଲେ କି ? ଯେଉଁଥିରେ ପେଟ୍ରୋଲ ସମସ୍ୟା ଦୂର ହୋଇଯିବ । ଆଜ୍ଞା ହଁ ଅଜୟ ଏମିତି କିଛି କାମ କରିଛନ୍ତି । ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ । ଆପଣ ବି କହିବେ ଏମିତି ହେଲେ ଭଲ ହୁଅନ୍ତା । ତେବେ ଅଜୟ ପେଟ୍ରୋଲ ସମସ୍ୟା ଦୂର କରିନାହାନ୍ତି ସତ, ହେଲେ ଏକ ନୂଆ ଆଶା ସଞ୍ଚାର କରିଛନ୍ତି ।
ସେ ୟୁଟ୍ୟୁବ୍ରୁ ଭିଡିଓ ଦେଖି ପ୍ଲାଷ୍ଟିକ୍ ଆବର୍ଜନାରୁ ପେଟ୍ରୋଲ ବାହାର କରିଛନ୍ତି । ସେ ଯେଉଁ ଏକ୍ସପେରିମେଣ୍ଟ କରିଛନ୍ତି ସେଥିରେ ସେ ସଫଳ ହୋଇଥିବା ଦାବି କରିଛନ୍ତି । ସେ ପ୍ଲାଷ୍ଟିକ୍ରୁ ପେଟ୍ରୋଲ ବାହାର କରି ତାକୁ ଗାଡ଼ିରେ ପକାଇ ବ୍ୟବହାର ମଧ୍ୟ କରିଛନ୍ତି । ଗାଡ଼ି ମଧ୍ୟ ସମ୍ପୂର୍ଣ୍ଣ ଫିଟ୍ ରହୁଥିବା ସେ କହିଛନ୍ତି ।
ଲୋକମାନେ ସାଧାରଣତଃ ଆବର୍ଜନାଯୁକ୍ତ ପ୍ଲାଷ୍ଟିକ୍ ଗୁଡିକୁ ଏଣେ ତେଣେ ଫୋପାଡ଼ି ଦେଇଥାନ୍ତି । କିନ୍ତୁ ଆପଣ କେବେ ଭାବିଛନ୍ତି କି, ସେହି ପ୍ଲାଷ୍ଟିକ୍ରୁ ପେଟ୍ରୋଲ ବାହାରିପାରେ । ଅଜୟ ବେହେରା ପାଠ ସିନା କମ୍ ପଢିଛନ୍ତି । ହେଲେ ତାଙ୍କ କାରନାମା କିନ୍ତୁ ଖୁବ୍ ବଡ଼ । ସାଧାରଣ ଇଲେକ୍ଟ୍ରିସିଆନ୍ ଭାବେ କାମ କରି ସେ ଦୁଇ ପଇସା ରୋଜଗାର କରନ୍ତି । ଆଉ ସେହି ପଇସାରେ ଗୁଜୁରାଣ ମେଣ୍ଟାନ୍ତି ।
ୟୁଟ୍ୟୁବ୍ରୁ ଏଭଳି ଭିଡିଓ ଦେଖିବା ପରେ, ଅଜୟ ମଧ୍ୟ ତାହା କରି ଦେଖାଇବାକୁ ମନ ସ୍ଥିର କରିଥିଲେ । ଏଥିପାଇଁ ପ୍ରଥମେ ଛୋଟ ଛୋଟ ଡବା ବା ଛୋଟ ଆକାରର ଏକ୍ସପେରିମେଣ୍ଟ କରିଥିଲେ । ଆଉ ସେଥିରେ ସେ ଅନୁଭବ କରିଥିଲେ ଯେ, ଏକ୍ସପେରିମେଣ୍ଟ କାମ କରୁଛି ଏବଂ ତାଙ୍କ ପ୍ରୟାସ ସଫଳ ହୋଇଛି ।
ଏହାପରେ ସେ ଟିକେ ବଡ଼ ଆକାରରେ କରି ତାର ଫାଇଦା ନେବା ପାଇଁ ଇଚ୍ଛା କରିଥିଲେ । ହେଲେ ପାଖରେ ଅର୍ଥ ନଥିଲା । ତେଣୁ ବାପାଙ୍କ ପାଖରେ ହାତ ପତାଇଥିଲେ ଅଜୟ । ବାପାଙ୍କ ପାଖରେ ସେତିକି ସମ୍ବଳ ନଥିବାରୁ ଅଜୟ ନିଜ ଗାଡ଼ି ବିକି ଏକ୍ସପେରିମେଣ୍ଟ କରିବାକୁ ସ୍ଥିର କରିଥିଲେ । ଗାଡ଼ି ବିକିବା ପରେ ଘରୁ ମାଆଙ୍କର ଗହଣା ନେଇ ବନ୍ଧା ପକାଇ ଟଙ୍କା ସଂଗ୍ରହ କରିଥିଲେ । ଆଉ ସେହି ଟଙ୍କାରେ ସେ ଏକ୍ସପେରିମେଣ୍ଟ କରିଥିଲେ । ଏବେ ସେଥିରେ ମଧ୍ୟ ସେ ସଫଳ ହୋଇଥିବା କହୁଛନ୍ତି । ଅଧିକ ପ୍ଲାଷ୍ଟିକ୍ ତରଳାଇ ଯେଉଁ ପେଟ୍ରୋଲ ବାହାର କରିଥିଲେ, ତାକୁ ବାଇକରେ ପକାଇ ଗାଁରେ ବୁଲିଥିଲେ । ଗାଡ଼ି ଚଲାଇବାରେ କୌଣସି ସମସ୍ୟା ହୋଇନଥିବା ସେ କହିଛନ୍ତି ।
ତାଙ୍କ କହିବାନୁଯାୟୀ ପାଖାପାଖି ୧୨ କିଲୋଗ୍ରାମ୍ ପ୍ଲାଷ୍ଟିକ୍କୁ ଅଢେଇ ଘଣ୍ଟା ନିଆଁରେ ତରଳାଇ ପ୍ରୋସେସିଂ କଲେ, ୮ ଲିଟର ପାଖାପାଖି ପେଟ୍ରୋଲ ବାହାରେ । ତେବେ ବିଶେଷଜ୍ଞଙ୍କ ମତରେ ଏହା କୌଣସି ଇନ୍ଧନ ହୋଇଥାଇପାରେ । ବିନା ପରୀକ୍ଷା ନିରିକ୍ଷାରେ ଏହାକୁ ପେଟ୍ରୋଲ ବୋଲି କହିପାରିବା ନାହିଁ । ତେବେ ସତରେ ଯଦି ପ୍ଲାଷ୍ଟିକ୍ ଆବର୍ଜନା ଓ ପଲିଥିନ୍ରୁ ଏମିତି କିଛି ଇନ୍ଧନ ବାହାରେ, ଆଉ ସେଥିରେ ବାଇକ୍ ଚାଲିପାରିବ, ତେବେ ନିହାତି ଭାବେ ସମସ୍ତେ କହିବେ ଏମିତି ହେଲେ ଭଲ ହୁଅନ୍ତା ।
]]>]]>
ଏପଟେ ପେଟ୍ରୋଲ ଉପରୁ ଉଭୟ କେନ୍ଦ୍ର ଓ ରାଜ୍ୟ ଉତ୍ପାଦନ ଶୁଳ୍କ ବାବଦକୁ ବିପୁଳ ଟିକସ ପାଉଛନ୍ତି। କରୋନା ଲଢେଇ ଲାଗି ପ୍ରଚୁର ଅର୍ଥ ଦରକାର ହେଉଥିବାରୁ ବର୍ତ୍ତମାନ ସ୍ଥିତିରେ ପେଟ୍ରୋଲିୟମ ଜାତ ପଦାର୍ଥକୁ ଜିଏସଟି ତାଲିକାଭୁକ୍ତ କରାଯିବାର ପ୍ରଶ୍ନ ଉଠୁନଥିବା ରାଜ୍ୟମାନେ କେନ୍ଦ୍ରକୁ ଜଣାଇ ଦେଇଥିବା କୁହାଯାଉଛି। ପେଟ୍ରୋଲ ଓ ଡିଜେଲକୁ ଜିଏସଟି ପରିସରଭୁକ୍ତ କରାଯିବ ନା ନାହିଁ ଜିଏସଟି କାଉନସିଲ ବୈଠକରେ ସ୍ଥିର କରିବାକୁ ଗତ ଜୁନ ମାସରେ ନିର୍ଦ୍ଦେଶ ଦେଇଥିଲେ କେରଳ ହାଇକୋର୍ଟ।
]]>ତେବେ ନିର୍ବାଚନ ସରିବା ପରେ ତୈଳ କଂପାନୀଗୁଡିକ ଅନ୍ତର୍ଜାତୀୟ ବଜାର ଅନୁସାରେ ଦର ନିର୍ଦ୍ଧାରଣ କରିବା ଦ୍ୱାରା ପେଟ୍ରୋଲ ଓ ଡିଜେଲ ଦରରେ ସର୍ବକାଳୀନ ବୃଦ୍ଧି ଘଟିଛି।ଏପଟେ ଭୁବନେଶ୍ୱରରେ ଆଜି ପେଟ୍ରୋଲ ଲିଟର ପିଠା ୭୫ଟଙ୍କା ୨ ପଇସା ଥିବା ବେଳେ ଡିଜେଲ ରହିଛି ୭୨ ଟଙ୍କା ୩୮ ପଇସା। କଟକରେ ପେଟ୍ରୋଲ ୭୫ଟଙ୍କା ୨୭ ପଇସା ଓ ଡିଜେଲ ୭୨ଟଙ୍କା ୬୩ ପଇସା ଏବଂ ସମ୍ବଲପୁରରେ ପେଟ୍ରୋଲ ୭୫ଟଙ୍କା ୪୯ ପଇସା ଓ ଡିଜେଲ ୭୨ଟଙ୍କା ୮୬ ପଇସା ରହିଛି।
ତେବେ ଅନ୍ତର୍ଜାତୀୟ ବଜାରରେ ତୈଳ ଦରରେ ହଠାତ୍ ବୃଦ୍ଧିକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି। ନିଜେ ବିଭାଗୀୟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉତ୍ପାଦନ କମିଥିବାରୁ ତୈଳ ଦର ବଢିଥିବା ସେ ସୂଚନା ଦେଇଛନ୍ତି। ଦର ନିୟନ୍ତ୍ରଣ ଲାଗି ବିକଳ୍ପ ଚିନ୍ତା କରାଯାଉଥିବା କହିଛନ୍ତି ଧର୍ମେନ୍ଦ୍ର। ସେପଟେ ତେଲ ଦର ଆକାଶଛୁଆଁ ହୋଇଥିବା ବେଳେ ଟିକସ ହ୍ରାସ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ପଦକ୍ଷେପ ନେବା ଦରକାର ବୋଲି କହିଛି ଉତ୍କଳ ପେଟ୍ରୋଲିୟମ ଡିଲର ସଂଘ।
ବେଲଗାମ୍ ତେଲ ଦର ଖାଉଟୀଙ୍କ ହୋସ୍ ଉଡାଇ ଦେଇଛି। ତେବେ ଦର ନିୟନ୍ତ୍ରଣ ଲାଗି ସରକାର କି ପଦକ୍ଷେପ ନେଉଛନ୍ତି ଏବେ ତା ଉପରେ ନଜର ରହିଛି।
]]>
ଗତ ୩ ସପ୍ତାହ ଧରି ପେଟ୍ରୋଲ, ଡିଜେଲ ଦାମ୍ ବଢ଼ିନଥିଲା। ତେଣୁ ଚର୍ଚ୍ଚା ହେଉଛି ଯେ, କର୍ଣ୍ଣାଟକ ନିର୍ବାଚନରେ ବିଜେପିକୁ ସୁହାଇବା ପାଇଁ ଜାଣିଶୁଣି ପେଟ୍ରୋଲିୟମ କମ୍ପାନିଗୁଡ଼ିକ ଦାମ୍ ବୃଦ୍ଧି କରିନଥିଲେ। ଗୁଜରାଟ ନିର୍ବାଚନ ଠିକ୍ ଆଗରୁ ମଧ୍ୟ ଏପରି ହୋଇଥିଲା।
ଗୁଜରାଟ ବିଧାନସଭା ନିର୍ବାଚନର ୧୫ ଦିନ ଆଗରୁ ତୈଳ କମ୍ପାନୀଗୁଡ଼ିକ ପ୍ରତିଦିନ ପେଟ୍ରୋଲ ଦାମ୍ ଲିଟର ପିଛା ୧ରୁ ୩ ପଇସା ଲେଖାଏଁ ହ୍ରାସ କରିଥିଲେ। ନିର୍ବାଚନ ସରୁ ସରୁ ପୁଣି ଦାମ୍ ବଢ଼ିଥିଲା।
ତେଣୁ ସାଧାରଣରେ ଚର୍ଚ୍ଚା ହୋଇଥିଲା ଯେ, ନିର୍ବାଚନରେ ବିଜେପିକୁ ସୁହାଇବା ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶରେ ପେଟ୍ରୋଲିୟମ କମ୍ପାନୀଗୁଡ଼ିକ ଦାମ୍ ହ୍ରାସ କରିଥିଲେ। କର୍ଣ୍ଣାଟକ ନିର୍ବାଚନରେ ମଧ୍ୟ ତାହା ଦେଖିବାକୁ ମିଳିଛି। ତେବେ ପେଟ୍ରୋଲିୟମ କମ୍ପାନୀଗୁଡ଼ିକ ଏହା ମାନିବାକୁ ନାରାଜ ଯେ, ନିର୍ବାଚନକୁ ଦେଖି ଏପରି କରାଯାଇଛି।
]]>ଦିଲ୍ଲୀରେ ପ୍ରଥମ ଥର ପାଇଁ ଡିଜେଲ ଦର ଲିଟର ପିଛା ୬୪ ଟଙ୍କା ୫୮ ପଇସାରେ ପହଞ୍ଚି ରେକର୍ଡ କରିଛି। ସେହିଭଳି ଲିଟର ପିଛା ପେଟ୍ରୋଲ ଦର ମଧ୍ୟ ଦିଲ୍ଲୀରେ ଆଜି ୭୩ ଟଙ୍କା ୭୩ ପଇସାରେ ପହଞ୍ଚିଛି। ସେହିପରି ଭୁବନେଶ୍ୱରରେ ଏବେ ପେଟ୍ରୋଲ ଲିଟର ପ୍ରତି ୭୨.୫୭ ଟଙ୍କା ରହିଛି। ଗତ ଜୁନମାସରେ ତୈଳ ଦର ଅଟୋ ମୁଡ୍ରେ ଦୈନିକ ପରିବର୍ତ୍ତନ ପାଇଁ ନିଷ୍ପତ୍ତି ହୋଇଥିଲା। ସେହି ଅନୁଯାୟୀ ପ୍ରତିଦିନ ତୈଳ ଦର ପରିବର୍ତ୍ତନ ହୋଇ ଆସୁଛି।ତେବେ ଆଜି ଲିଟର ପ୍ରତି ୧୮ ପଇସା ବୃଦ୍ଧି ହୋଇ ତେଲ ଦର ଅହେତୁକ ବୃଦ୍ଧି ପାଇଛି। ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପ୍ରତି 73.73 ହୋଇଥିବା ବେଳେ ୨୦୧୪ ସେପ୍ଟେମ୍ବର ୧୪ରୁ ଏହା ଦ୍ୱିତୀୟଥର ପାଇଁ ସର୍ବାଧିକ ସ୍ତରକୁ ଛୁଇଁଥିବା ଜଣାପଡ଼ିଛି। କାରଣ ୨୦୧୪ ସେପ୍ଟେମ୍ବର ୧୪ରେ ଶେଷ ଥର ପାଇଁ ପେଟ୍ରୋଲ 76.06 ଟଙ୍କା ଏବଂ ଡିଜେଲ ଲିଟର ପ୍ରତି 64.58 ଟଙ୍କାରେ ପହଞ୍ଚିଥିଲା।
ଏହା ପୂର୍ବରୁ ଚଳିତବର୍ଷ ଫେବ୍ରୁଆରି ୭ ତାରିଖରେ ଡିଜେଲ ଦର ସର୍ବାଧିକ ୬୪ ଟଙ୍କା ୨୨ ପଇସା ରହିଥିଲା। ପେଟ୍ରୋଲ ଏବଂ ଡିଜେଲ ଦର ମାତ୍ରାଧିକ ଭାବେ ବୃଦ୍ଧି ପାଇଥିବାରୁ ସରକାରଙ୍କ ଉପରେ ଏବେ ଉତ୍ପାଦନ ଶୁଳ୍କ ହ୍ରାସ ପାଇଁ ଚାପ ସୃଷ୍ଟି ହୋଇଛି।
ତୈଳ ଦର ବୃଦ୍ଧି ପରେ ରୋକ୍ ଲଗାଇବା ପାଇଁ ପୂର୍ବରୁ ତୈଳ ମନ୍ତ୍ରଣାଳୟ ପକ୍ଷରୁ ଉତ୍ପାଦ ଶୁଳ୍କ ହ୍ରାସ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା। ହେଲେ ଗତ ଫେବୃଆରୀ ୧ରେ ସଂସଦରେ ଉପସ୍ଥାପିତ ହୋଇଥିବା କେନ୍ଦ୍ର ବଜେଟରେ ତୈଳ ମନ୍ତ୍ରଣାଳୟର ପ୍ରସ୍ତାବକୁ ନଜର ଅନ୍ଦାଜ କରିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ। ଦକ୍ଷିଣ ଏସୀୟ ରାଷ୍ଟ୍ର ମଧ୍ୟରେ ଭାରତ ହେଉଛି ସର୍ବାଧିକ ତୈଳ ବୃଦ୍ଧି ହେଉଥିବା ଦେଶ।
୨୦୧୪ ନଭେମ୍ବରରୁ ୨୦୧୬ ଜାନୁଆରି ମଧ୍ୟରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲି ୯ ଥର ପେଟ୍ରୋଲ ଏବଂ ଡିଜେଲର ଉତ୍ପାଦନ ଶୁଳ୍କ ବୃଦ୍ଧି କରିଛନ୍ତି। ଏହି ୯ ଥରରେ ପେଟ୍ରୋଲ ଉପରେ ଉତ୍ପାଦନ ଶୁଳ୍କ ଲିଟର ପିଛା ୧୧ ଟଙ୍କା ୭୭ ପଇସା ଏବଂ ଡିଜେଲ ଉପରେ ଉତ୍ପାଦନ ଶୁଳ୍କ ୯ ଥରରେ ଲିଟର ପିଛା ୧୩ ଟଙ୍କା ୪୭ ପଇସା ବୃଦ୍ଧି କରାଯାଇଛି। କିନ୍ତୁ ଗତବର୍ଷ ଅକ୍ଟୋବରରେ ଥରେ ଉତ୍ପାଦନ ଶୁଳ୍କ ଲିଟର ପିଛା ୨ ଟଙ୍କା ହ୍ରାସ କରିଛନ୍ତି। ୨୦୧୪-୧୫ ବର୍ଷରେ ସରକାର ଉତ୍ପାଦନ ଶୁଳ୍କ ବାବଦରେ ୯୯ ହଜାର କୋଟି ଟଙ୍କା ଆଦାୟ କରି ଥିବାବେଳେ ୨୦୧୬-୧୭ରେ ୨ ଲକ୍ଷ ୪୨ ହଜାର କୋଟି ଟଙ୍କା ଆଦାୟ କରିଥିଲେ।
]]>