ଏହି ଯୁବକଙ୍କ ନାଁ- ଜ୍ୟାକ୍ ଟିକ୍ସେରା... ଓରଫ୍ ଜ୍ୟାକ୍ ଦ ଡ୍ରିପର୍... ବୟସ ମାତ୍ର ୨୧ । ୨୧ ବର୍ଷୀୟ ଯୁବକର କାରନାମା କେବଳ ଆମେରିକାକୁ ଚିନ୍ତାରେ ପକାଇନି, ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଛି । ପେଣ୍ଟାଗନ୍ ଡାଟା ଲିକ୍ ପଛରେ ଏଇ ୨୧ ବର୍ଷୀୟ ଯୁବକ ଜ୍ୟାକ୍ ଡଗଲସ୍ ଟିକ୍ସେରା ଥିବା ଜାଣିବା ପରେ, ତାକୁ ଗିରଫ କରିଛି FBI ।
FBI ପକ୍ଷରୁ ବିବୃତି ଜାରି କରାଯାଇଛି ଯେ, ମେସାଚୁସେଟ୍ସ ଉତ୍ତର ଡିଟନ ଅଞ୍ଚଳରୁ ଜ୍ୟାକଙ୍କୁ ଗିରଫ କରାଯାଇଛି। ତାଙ୍କ ବିରୋଧରେ ଅଭିଯୋଗ ରହିଛି, ସେ ଆମେରିକା ସରକାର ଏବଂ ସେନାର ଗୁପ୍ତ ଦସ୍ତାବିଜ ଲିକ୍ କରିଛନ୍ତି । ଦେଶର ସୁରକ୍ଷାକୁ ବିପଦରେ ପହଞ୍ଚାଇଥିବା ନେଇ ମଧ୍ୟ ଜ୍ୟାକଙ୍କ ବିରୋଧରେ ଅଭିଯୋଗ ହୋଇଛି।...
ତେବେ କିଏ ଏହି ଜ୍ୟାକ୍ ଟିକ୍ସେରା (Jack Teixeira) ? ଜ୍ୟାକ୍ ୟୁଏସ୍ ଏୟାରଫୋର୍ସ ନାସନାଲ୍ ଗାର୍ଡର ଜଣେ କର୍ମଚାରୀ ହୋଇଥିବା ବେଳେ, ମେସାଚୁସେଟ୍ସ ସ୍ଥିତ ଓଟିସ୍ ଏୟାର ନ୍ୟାସନାଲ୍ ଗାର୍ଡ ବେସରେ ମୁତୟନ ଥିଲେ । ଜ୍ୟାକ୍ ଆମେରିକା ସେନାରେ ସାଇବର ଟ୍ରାନ୍ସପୋର୍ଟ ସିଷ୍ଟମ ସ୍ପେସାଲିଷ୍ଟ ପଦରେ ଥିଲେ। ସେ ନ୍ୟାସନାଲ୍ ଗାର୍ଡ ବେସ୍ ରେ ସୈନ୍ୟ ମିଲିଟ୍ରି ନେଟୱର୍କର ମେଣ୍ଟେନାନ୍ସ ଦାୟିତ୍ବରେ ମଧ୍ୟ ଥିଲେ । ଖାଲି ସେତିକି ନୁହେଁ, ତାଙ୍କ ପରିବାରରୁ ଅନେକ ସଦସ୍ୟ ସେନାରେ ସେବା ଯୋଗାଉଛନ୍ତି ଏବଂ ପୂର୍ବରୁ ବି ସେବା ଯୋଗାଇ ସାରିଛନ୍ତି।
ତେବେ କୁହାଯାଉଛି ଜ୍ୟାକ୍ ଏକ ଅନଲାଇନ୍ ଗେମର୍ସ ଗ୍ରୁପ୍ ର ସଦସ୍ୟ ଥିଲେ। ବନ୍ଧୁକ ଗଳିଗୋଳା କୁ ଭଲ ପାଉଥିବା ଏବଂ ଭଗବାନଙ୍କ ଉପରେ ବିଶ୍ୱାସ ରଖୁଥିବା ଲୋକଙ୍କୁ ନେଇ ଏହି ଗ୍ରୁପ୍ ଗଠିତ ହୋଇଥିଲା । ୨୪ ସଦସ୍ୟ ଥିବା ସେହି ଗ୍ରୁପ୍ ରେ ରୁଷ୍ ଏବଂ ୟୁକ୍ରେନର କିଛି ଯୁବକ ମଧ୍ୟ ଥିଲେ । ସେହି ଗ୍ରୁପ୍ ରେ ହିଁ ଜ୍ୟାକ୍ ପ୍ରଥମେ ସେନାର ଗୁପ୍ତ ଦସ୍ତାବିଜ୍ ଲିକ୍ କରିଥିବା ଚର୍ଚ୍ଚା ହେଉଛି । ପରେ ସେଠାରୁ ସେହି ଦସ୍ତାବିଜ୍ ସବୁ ବିଭିନ୍ନ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଲିକ୍ ହୋଇଛି ।
ଜ୍ୟାକ୍ ନିଜର ହ୍ୟାକିଂ ଓ ତଥ୍ୟ ଲିକ୍ କରିବା ଦକ୍ଷତା ପାଇଁ ଜ୍ୟାକ୍ ଦ ଡ୍ରିପର୍ ନାଁରେ ସେହି ଗ୍ରୁପରେ ପରିଚିତ ଥିଲେ । ଏହା ମଧ୍ୟ କୁହାଯାଉଛି ଡିସ୍କୋର୍ଡ ନାମକ ଏକ ସୋସିଆଲ୍ ମିଡିଆ ସାଇଟ୍ ରେ ପ୍ରଥମେ ଏହି ଦସ୍ତାବିଜ୍ ଆସିଥିଲା। ତେବେ ସେଠାକୁ ଗୁରୁତ୍ବପୂର୍ଣ୍ଣ ଡକ୍ୟୁମେଣ୍ଟସ ସବୁ କେମିତି ଗଲା ତାହା ଜଣାପଡ଼ିନାହିଁ।...
ଆମେରିକା ଏ ନେଇ ପ୍ରତିକ୍ରିୟା ରଖିଛି। ଆମେରିକାର ଉପ ପ୍ରେସ୍ ସଚିବ ସବରିନା ସିଂହ କହିଛନ୍ତି, ଲିକ୍ ହୋଇଥିବା ଦସ୍ତାବିଜ୍ ରେ ଅସ୍ତ୍ରଶସ୍ତ୍ରର ଡିଲିଭରି, ସେନାର ଶକ୍ତି ଏବଂ ଅନ୍ୟ ଜରୁରୀ ତଥ୍ୟ ରହିଛି । ମାତ୍ର ସେସବୁ ତଥ୍ୟ ଅତି କମ୍ ରେ ୫ ସପ୍ତାହ ପୁରୁଣା ହେବ। ତେବେ ବିଭାଗ ଏହାର ତଦନ୍ତ କରୁଛି ବୋଲି ସେ କହିଛନ୍ତି । ଏଥିସହ ଲିକ୍ ହୋଇଥିବା ଡକ୍ୟୁମେଣ୍ଟ ଅସଲି କି ନୁହେଁ, ତାର ମଧ୍ୟ ଯାଞ୍ଚ କରାଯାଉଛି ।
ତା ଛଡ଼ା ଡାଟା ଲିକ୍ ହେବା ଦ୍ୱାରା କଣ ରହିବ ଏହାର ପ୍ରଭାବ ତାର ଆକଳନ ଲାଗି ପେଣ୍ଟାଗନ ଆଭ୍ୟନ୍ତରୀଣ ସମୀକ୍ଷା ଆରମ୍ଭ କରିଦେଇଛି । ଡାଟାଲିକ୍ ଖବର କେମିତି ପ୍ରଚାର ହେଲା ଏବଂ ଏହି ଲିକ୍ ଡାଟା କାହା କାହା ପାଖକୁ ପହଞ୍ଚିଛି ତାର ମଧ୍ୟ ତଦନ୍ତ କରାଯାଉଛି । ଏଫବିଆଇ ଏ ସମସ୍ତ ଯାଞ୍ଚର ନେତୃତ୍ୱ ନେଇଛି ।
]]>ଦଶନ୍ଧିର ସବୁଠୁ ବଡ଼ ଗୁଇନ୍ଦା ବିଫଳତାର ସାମ୍ନା କଲା ଆମେରିକା । ଲିକ୍ ହୋଇଗଲା ପ୍ରତିରକ୍ଷା ମୁଖ୍ୟାଳୟ ପେଣ୍ଟାଗନର ଗୁପ୍ତ ତଥ୍ୟ । ଟପ୍ ସିକ୍ରେଟ୍ ଫାଇଲକୁ ସାର୍ବଜନୀନ କରିଦେଲା ୨୧ ବର୍ଷୀୟ ଯୁବକ । ପେଣ୍ଟାଗନରୁ ଲିକ୍ ହୋଇଥିବା ଗୁପ୍ତ ଦସ୍ତାବିଜରେ ରୁଷ୍, ଚୀନ୍, ୟୁକ୍ରେନ୍ ସମେତ ବହୁ ଦେଶ ସଂପର୍କରେ ଏମିତି ଅନେକ ସମ୍ବେଦନଶୀଳ ତଥ୍ୟ ରହିଛି, ଯାହାକି ଏଯାଏଁ ଟପ୍ ସିକ୍ରେଟ୍ ବା କ୍ଲାସିଫାଏଡ୍ ଫାଇଲ୍ ଭାବେ ଲୁଚାଇ ରଖିଥିଲା ଆମେରିକା । ସେସବୁ ଫାଇଲ୍ ଲିକ୍ ହେବା ଫଳରେ ବିଭିନ୍ନ ଅନ୍ତର୍ଜାତୀୟ ପ୍ରସଙ୍ଗରେ ଆମେରିକାର ବହୁ ଚକିତ କଲା ଭଳି ଆଭିମୁଖ୍ୟ ପଦାରେ ପଡ଼ିଯାଇଛି ।
ଦସ୍ତାବିଜକୁ ଦେଖିଲେ ଆମେରିକା ନଜରରେ ମିଳିତ ଜାତିସଂଘ ରୁଷ୍ ପ୍ରସଙ୍ଗରେ କୌଣସି କଠୋର ପଦକ୍ଷେପ ନେଇନାହିଁ । ରୁଷ ସହ ଗହମ କାରବାର ନେଇ ମିଳିତ ଜାତିସଂଘ ମହାସଚିବଙ୍କୁ ମଧ୍ୟ ଆମେରିକା ଟାର୍ଗେଟ୍ କରିଛି । ଏହି ଚୁକ୍ତି ଦ୍ୱାରା ୟୁକ୍ରେନ୍ ଯୁଦ୍ଧ ପାଇଁ ରୁଷିଆକୁ ଦୋଷୀ ସାବ୍ୟସ୍ତ କରିବା କଷ୍ଟସାଧ୍ୟ ହେବ । ସେହିପରି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟରେସ୍ ରୁଷିଆର ହିତ ପାଇଁ କାମ କରୁଥିବା ନେଇ ଦସ୍ତାବିଜରେ ଉଲ୍ଲେଖ କରିଛି ଆମେରିକା ।...
ଖାଲି ଏତିକି ନୁହେଁ, ପ୍ରତିରକ୍ଷା ବିଭାଗର ଟ୍ରାଭେଲ୍ ରେକର୍ଡ ସହ ଅନେକ ବ୍ୟକ୍ତିଗତ ତଥ୍ୟ ଏବଂ ପ୍ରାୟ ୩୦ ହଜାର ୟୁଏସ୍ ସେନାଧିକାରୀ ଓ ସାଧାରଣ ଲୋକଙ୍କ କ୍ରେଡିଟ୍ କାର୍ଡ ଡାଟା ମଧ୍ୟ ଲିକ୍ ହୋଇଥିବା କୁହାଯାଉଛି। ତେବେ ପଦାକୁ ଆସିଥିବା ଏହି ସବୁ ଡକ୍ୟୁମେଣ୍ଟ ସତ ନା ତାକୁ ବଦଳାଯାଇଛି, ସେନେଇ ମଧ୍ୟ ଆଶଙ୍କା ଲାଗିରହିଛି ।...
]]>ସୂଚନାଅନୁସାରେ, ଆମେରିକାର କିଛି ଡ୍ରୋନ୍ ଆଫଗାନିସ୍ତାନ ଉପରେ ଉଡୁଥିବା ଦେଖାଯାଇଥିଲା । ଯାହାକୁ ନେଇ ତାଲିବାନ କହିଛି, ଆମେରିକା ଦୋହା ଚୁକ୍ତିକୁ ଭଙ୍ଗ କରୁଛି । ଯହାକୁ ନେଇ ସେ ଆମେରିକାକୁ ଚେତାବନୀ ମଧ୍ୟ ଦେଇଛି । ପେଣ୍ଟାଗନ୍ ସଚିବ ଜନ୍ କିର୍ବି କହିଛନ୍ତି, ଆମେରିକା ବାସୀଙ୍କ ସୁରକ୍ଷା ପ୍ରଦାନ କରିବା ଆମର ଅଧିକାର । ଏଥିପାଇଁ ଆମେ କିଛି ବି କରିପାରିବୁ । ତେଣୁ ଆମେ ତାଲିବାନ୍ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ଅଛୁ ।
ଆମେରିକାର ପ୍ରତିରକ୍ଷା ବିଭାଗର ମୁଖ୍ୟାଳୟ ପାକିସ୍ତାନକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ଏନେଇ ସେ କହିଛନ୍ତି, ପାକିସ୍ତାନ ଓ ଆଫଗାନିସ୍ଥାନ୍ ସୀମା ଆତଙ୍କବାଦୀଙ୍କ ପାଇଁ ଏକ ସୁରକ୍ଷା କବଜ ଅଟେ । ଆଫଗାନ୍ ଆକ୍ରମଣ ବେଳେ ତାଲୀବାନୀ ପାକିସ୍ତାନ୍ ସୀମାରେ ନିଜକୁ ସୁରକ୍ଷିତ ରଖିପାରନ୍ତି । ଯାହା କାରଣ ରୁ ପେଣ୍ଟାଗନ୍ ଚିନ୍ତାରେ ପଡିଛି । ଏଥିମଧ୍ୟରେ ପାକିସ୍ତାନ ପକ୍ଷରୁ ତାଲିବାନୀଙ୍କୁ ଆଶ୍ରୟ ଦେବା ନେଇ ଆମେରିକା ପାକିସ୍ତାନକୁ ସମାଲୋଚନା କରିଛି । ତାଲିବାନୀଙ୍କୁ ପାକିସ୍ତାନରେ ସୁରକ୍ଷିତ ଆଶ୍ରୟ ଦେବାସହ ସେଠାରେ ସେମାନଙ୍କର ଚିକିତ୍ସା ମଧ୍ୟ କରାଯାଇଥିଲା ବୋଲି ପେଣ୍ଟାଗନ୍ ପକ୍ଷରୁ ଦାବି କରାଯାଇଛି ।
]]>ଗତ ଦଶ ବର୍ଷ ମଧ୍ୟରେ ଆମେରିକା ବିଶ୍ୱର ସବୁଠରାରୁ ବଡ଼ ଗୁପ୍ତ ସେନା ପ୍ରସ୍ତୁତ କରିଛି । ଏହି ସେନା ଅନେକ ବଡ଼ ବଡ଼ ଅପରେସନକୁ ସଫଳତାର ସହ ସମ୍ପାଦନ କରିଛି । ଆମେରିକୀୟ ଗଣମାଧ୍ୟମ ସଂସ୍ଥା ‘ନ୍ୟୁଜ୍ ୱିକ୍’ ଏହାର ସଦ୍ୟତମ ଏକ ରିପୋର୍ଟରେ ପ୍ରକାଶ କରିଛି ଯେ, ପେଣ୍ଟାଗନ୍ ଏଭଳି କିଛି ଅପରେସନ ବା ଆକ୍ରମଣ କରିଛି, ଯାହାକୁ ନେଇ କେବଳ ଆମେରିକା ନୁହେଁ ସାରା ବିଶ୍ୱ ମଧ୍ୟ ସମାଲୋଚନା କରୁଛି । ଏହି ଖବର ପ୍ରକାଶିତ ହେବା ପରେ ଏବେ ‘ନ୍ୟୁଜ୍ ୱିକ୍’ ଗଣମାଧ୍ୟମ ସଂସ୍ଥା ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି ।
‘ଇନସାଇଡ ଦ ମିଲିଟ୍ରିଜ ସିକ୍ରେଟ ଅଣ୍ଡରକଭର ଆର୍ମି’ ନାମକ ଏକ ସ୍ୱତନ୍ତ୍ର ରିପୋର୍ଟରେ କୁହାଯାଇଛି, ଦୀର୍ଘ ଦୁଇ ବର୍ଷର ଅନୁସନ୍ଧାନ ପରେ ଆମେ ଜାଣିବାକୁ ପାଇଲୁ, ପ୍ରାୟ ୬୦ ହଜାର ଲୋକ ଏହି ଗୁପ୍ତ ସେନାରେ ସାମିଲ ଅଛନ୍ତି । ଏହି ଲୋକମାନଙ୍କ ମଧ୍ୟରୁ ଅଧିକାଂଶ ଛଦ୍ମନାମ ବ୍ୟବହାର କରନ୍ତି ଏବଂ ଖୁବ ସାଧାରଣ ତଥା ଅତି ନ୍ୟୁନ ବା ଗରିବ ଭଳି ଜୀବନ ବିତାଇଥାନ୍ତି । ସେମିତି ଏହି ଛଦ୍ମ ବେଶରେ ରହି ବିଭିନ୍ନ ମିଶନରେ କାମ କରନ୍ତି । ଏମାନେ ସମସ୍ତେ ଏକ ବଡ଼ ଅଭିଯାନର ଅଂଶ ଅଟନ୍ତି । ଯାହାକୁ ସିଗ୍ନେଚର ରିଡକ୍ସନ କହାଯାଉଛି ।
ଏହି ଗୁପ୍ତ ସେନାର ସଦସ୍ୟମାନେ ଗୁଇନ୍ଦାଗିରି, ସୋସିଆଲ ମିଡିଆରେ ଦ୍ୱନ୍ଦ୍ୱ ବିସ୍ତାର କରିବା ଭଳି ଅନେକ କାର୍ଯ୍ୟରେ ଜଡିତ ଥାନ୍ତି । ଯାହା ସାଧାରଣ ଜନତାଙ୍କ ପାଇଁ ଅଗୋଚର । ଏହି ରିପୋର୍ଟରେ କୁହାଯାଇଛି ଯେ, ‘ଆମେ ଆମେରିକୀୟ ସେନା ବିଷୟରେ ଏମିତି ତଥ୍ୟ ସାମ୍ନାକୁ ଆଣିବାରେ ସଫଳ ହୋଇଛୁ, ଯାହାଦ୍ୱାରା ସେମାନଙ୍କ ଅନିୟନ୍ତ୍ରିତ କାର୍ଯ୍ୟକଳାପ ଓ ଗିତିବିଧି, ସ୍ପଷ୍ଟ ବାରି ହୋଇପଡ଼ୁଛି ।
‘ଏହା ଆମେରିକାର ନିୟମ ବିରୁଦ୍ଧ, ଜେନେଭା ସମ୍ମିଳନୀ ବିରୁଦ୍ଧ’
ରିପୋର୍ଟରେ କୁହାଯାଇଛି ଯେ, ଗୃହରେ କେବେ ଏଭଳି କୌଣସି ଚର୍ଚ୍ଚା ହୋଇ ନାହିଁ କିନ୍ତୁ ସେନା ଏଭଳି ଏକ ବିଶାଳ ଗୁପ୍ତ ସେନା ପ୍ରସ୍ତୁତ କରି ସାରିଛି । ଏହା ଆମେରିକାର ନିୟମ ବିରୁଦ୍ଧ ହେବା ସହ ଜେନେଭା ସମ୍ମିଳନୀ ବିରୁଦ୍ଧ । ଏହା ବ୍ୟତୀତ ଏହା ସାମରିକ ଆଚରଣ ବିଧି ନିୟମକୁ ମଧ୍ୟ ଉଲଂଘନ କରୁଛି ।
]]>