କ୍ରାଇମବ୍ରାଞ୍ଚକୁ ଗୁରୁତ୍ୱପୂର୍ଣ୍ଣ ସୁରାଗ ମିଳିଛି ଶୀଘ୍ର ଘଟଣାର ପର୍ଦ୍ଦାଫାଶ ହେବବୋଲି ଗତକାଲି ଡିଜିପି କହିଥିଲେ।
ରବିବାରଠାରୁ କ୍ରାଇମବ୍ରାଞ୍ଚ ପୁଞ୍ଜିଲାଲ୍ଙ୍କୁ ଘରୁ ଉଠାଇ ନେଇ ମାରାଥନ୍ ଜେରା କରୁଥିଲା। ଗତକାଲି ତାଙ୍କ ଘରୁ ବାଣ ମଧ୍ୟ ଜବତ କରାଯାଇଥିବା ନେଇ ସୂଚନା ଆସିଥିଲା। ଗତ ଦୁଇ ଦିନରେ କ୍ରାଇମ୍ବ୍ରାଞ୍ଚ ଏହି ଘଟଣାରେ ୮ ଜଣଙ୍କୁ ଉଠାଇ ନେଇ ଜେରା କରିଥିଲା।
ଅଧ୍ୟାପକ ପୁଞ୍ଜିଲାଲଙ୍କୁ ଗିରଫ କରାଯାଇଥିବା ବେଳେ ଏହି ଘଟଣାରେ ତାଙ୍କର ଦୁଇ ଜଣ ସହଯୋଗୀଙ୍କ ଭୂମିକା ନେଇ କ୍ରାଇମବ୍ରାଞ୍ଚ ଖୋଳତାଡ଼ ଜାରି ରଖିଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ, ମୃତ ସୌମ୍ୟଶେଖରଙ୍କ ମାଆ ସଂଯୁକ୍ତା ସାହୁ ଭଇଁଷାର କଲେଜର ଅଧ୍ୟକ୍ଷା ଅଛନ୍ତି। ଅଧ୍ୟାପକ ପୁଞ୍ଜିଲାଲ ତାଙ୍କୁ ଅଧ୍ୟକ୍ଷା ଭାବେ ଗ୍ରହଣ କରି ପାରୁ ନଥିଲେ। କାରଣ ସଂଯୁକ୍ତା ସେହି କଲେଜକୁ ବଦଳି ହୋଇ ଆସିବା ପୂର୍ବରୁ ସେ କଲେଜର ଅଧ୍ୟକ୍ଷ ଦାୟିତ୍ୱରେ ଥିଲେ। ତେବେ ବରିଷ୍ଠତା ଭିତ୍ତିରେ ସଂଯୁକ୍ତାଙ୍କୁ ଅଧ୍ୟକ୍ଷା କରାଯାଇଥିଲା। ଏହାକୁ ନେଇ ତାଙ୍କର ସଂଯୁକ୍ତାଙ୍କ ସହିତ ବିବାଦ ଥିଲା। ସେ ବିଭିନ୍ନ ସମୟରେ ସଂଯୁକ୍ତାଙ୍କୁ ହଇରାଣ କରୁଥିଲେ। ଏମିତିକି କାନ୍ଥବାଡ଼ରେ ସଂଯୁକ୍ତାଙ୍କ ନାଁରେ କୁତ୍ସା ରଟନା କରୁଥିଲେ।
ଫେବ୍ରୁଆରୀ ୨୩ ତାରିଖରେ ଘଟିଥିବା ଏହି ବିସ୍ଫୋରଣରେ ସୌମ୍ୟଶେଖର ଓ ତାଙ୍କ ଜେଜେମାଆଙ୍କର ମୃତ୍ୟୁ ଘଟିଥିଲା। ସୌମ୍ୟଙ୍କ ପତ୍ନୀ ରୀମାରାଣୀ ଆହତ ହୋଇଥିଲେ। ସେ ଏସ୍ସିବିରେ ଚିକିତ୍ସିତ ହୋଇ କିଛି ଦିନ ହେବ ଘରକୁ ଫେରିଛନ୍ତି।
]]>ଏମାନେ ହେଲେ ପାଟଣାଗଡ଼ ସ୍କାଏ କିଙ୍ଗ କୋରିଅରର ମାଲିକ ଦିଲ୍ଲୀପ ଦାସ ଓ କୋରିଅର ଡେଲିଭରି ବୟ ସୁଶାନ୍ତ ସେଠ୍। ଏମାନଙ୍କୁ କାଲି ରାତିରୁ ନେଇ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ। ସେହିଭଳି ଆଜି ସକାଳେ ବୈଭସୁତ ବିନ୍ଧାଣୀ ନାମକ ଅନ୍ୟଜଣେ ବ୍ୟକ୍ତିଙ୍କୁ ବି ହେପାଜତକୁ ନେଇଛି କ୍ରାଇମବ୍ରାଞ୍ଚ୍।
ଗତକାଲି ଏ ଘଟଣାରେ ମୋଟ ୫ ଜଣଙ୍କୁ ନେଇ ଜେରା କରୁଥିବା କ୍ରାଇମବ୍ରାଞ୍ଚ ଏମାନଙ୍କ ମଧ୍ୟରୁ ଜଣକୁ ଛାଡି ଦେଇଛି। ଭିଇଁସା କଲେଜରେ ଫାର୍ମାସିଷ୍ଟ ରାଜକୁମାର ଦାସଙ୍କୁ ଛାଡ଼ି ଦିଆଯାଇଛି।
ତେବ ଏହା ମଧ୍ୟରେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାକୁ ଆଜି ଦୁଇ ମାସ ପୂରୁଛି। ହେଲେ ଏଯାଏଁ ଘଟଣା ଉପରୁ ପର୍ଦ୍ଦାଫାସ ହୋଇନଥିବାରୁ ଗତକାଲିଠୁ କ୍ରାଇମବ୍ରାଞ୍ଚର ଜୋରଦାର ତନାଘନା ଆରମ୍ଭ ହୋଇଛି।
ଗତକାଲି ଭଇଁସା କଲେଜର ପୂର୍ବତନ ଅଧ୍ୟକ୍ଷ ତଥା ଏବେର ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ୍ ମେହେର, ତାଙ୍କ ସହଯୋଗୀ ଉମେଶ ମଟାରୀଙ୍କ ସମେତ ୫ ଜଣଙ୍କୁ ଉଠାଇ ନେଇଥିଲା।
]]>