ସେହିଭଳି ଭୁବନେଶ୍ବର ଶିଶୁପାଳଗଡ଼ରୁ କୋଣାର୍କର ଦୂରତା ଗୋଟିଏ ଜାଗାରେ ୫୫ ତ ଆଉ ଗୋଟିଏ ଜାଗାରେ ଲେଖାଯାଇଛି ୫୬ କିଲୋମିଟର। ତେଣୁ ଦ୍ବନ୍ଦ୍ବ ଉପୁଜିବା ସ୍ବାଭାବିକ। କେବଳ ଏ ଦୁଇ ସ୍ଥାନ ନୁହେଁ, ରାଜ୍ୟର ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନର ଦୂରତାର ହିସାବରେ ଏମିତି ଅନେକ ଦ୍ବନ୍ଦ୍ବ ରହିଛି। କାରଣ ରାଜ୍ୟ ପରିବହନ ବିଭାଗ ପାଖରେ ଏନେଇ ସଠିକ ଉତ୍ତର ନାହିଁ। ସୂଚନା ଅଧିକାର ବଳରେ ୬ ବର୍ଷ ତଳୁ ଏ ସଂପର୍କିତ ତଥ୍ୟ ବିଭାଗକୁ ମଗାଯାଇଥିଲେ ବି ଏହା ଦେଇନପାରି ନଥିବାରୁ ବିଭାଗକୁ ୧୦ ହଜାର ଟଙ୍କା ତଣ୍ଡ ମଧ୍ୟ ଗଣିବାକୁ ପଡିଛି।
ଏମିତି କେମିତି ସମ୍ଭବ ? ରାସ୍ତା କଡ଼ରେ ମାଇଲ ଖୁଣ୍ଟ କେଉଁ ଆଧାରରେ ପୋତା ଯାଇଛି? ଦୂରତା ନିର୍ଦ୍ଧାରଣ କରୁଛି କିଏ? ଦୂରତାରେ ତାରତମ୍ୟ ରହୁଥିବାରୁ ବସ୍ ଭଡ଼ାରେ ଯାତ୍ରୀମାନେ ଠକାମିର ଶିକାର ହେଉ ନାହାନ୍ତି ତ। ତେବେ ରାଜ୍ୟ ସରକାର କହୁଛନ୍ତି ଦୂରତା ଜାଣିବା ପାଇଁ ଗୁଗୁଲ ହିଁ ଭରଷା। ଆଶ୍ଚର୍ଯ୍ୟର କଥା ସଠିକ ଦୂରତାର ହିସାବ ନଥାଇ ପୂର୍ତ୍ତ ବିଭାଗ ରାସ୍ତା କାମ ପାଇଁ ଟେଣ୍ଡର ଦେଉଛି କେମିତି?
ସେପଟେ ସଡ଼କ ସୁରକ୍ଷା କର୍ମୀ କହୁଛନ୍ତି ୫୦ ବର୍ଷ ତଳେ ରାଜ୍ୟର ସମସ୍ତ ଅଞ୍ଚଳର ଦୂରତା ନିର୍ଦ୍ଧାରଣ କରାଯାଇଥିଲା। ନୂଆ ନୂଆ ରାସ୍ତା ନିର୍ମାଣ ଯୋଗୁଁ ଅନେକ ସ୍ଥାନରେ ତାହା ବଦଳି ଗଲାଣି। ସେପଟ ବସ୍ ମାଲିକ ସଂଘର କହିବା ଅନୁସାରେ ଏଥିରେ ସେମାନଙ୍କର କୌଣସି ଦୋଷ ନାହିଁ। ସେପଟେ ବିଭାଗୀୟ ସଚିବ କହିଛନ୍ତି ରାଜ୍ୟ ପରିବହନ କର୍ତ୍ତୃପକ୍ଷ ବା ଏସଟିଏର କମିଟି ଦ୍ବାରା ଦୂରତା ନିର୍ଧାରଣ କରାଯାଇଥାଏ । ଯଦି ଏଥିରେ କୌଣସି ଅସଙ୍ଗତି ଥିବା ସେ ଦିଗରେ ଧ୍ୟାନ ଦିଆଯିବ।
]]>ଯାତ୍ରୀମାନଙ୍କ ଅଭିଯୋଗକୁ ଦୃଷ୍ଟିରେ ରଖି ରେଳ ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । ରେଳବାଇ ଟେଣ୍ଡର ବ୍ୟବସ୍ଥାକୁ ବଦଳାଇ ଦେଇଛି । ଯାହାଫଳରେ ଆଉ ମଇଳା କମ୍ୱଳ ଓ ବେଡ୍ସିଟ୍ ସହ ଖରାପ ଖାଦ୍ୟ ମଧ୍ୟ ଟ୍ରେନ୍କୁ ଆସିବ ନାହିଁ । ରେଳବାଇର ନୂତନ ନିୟମ ଅନୁସାରେ ଯଦି ଟ୍ରେନ୍ର ଏସି କୋଚ୍ରେ ମଇଳା କମ୍ୱଳ, ବେଡ୍ସିଟ୍ ଓ ଖରାପ ଖାଦ୍ୟ ଦିଆଯାଇଛି, ତେବେ ଏହାକୁ ଗୁରୁତର ସହ ନେବ ରେଳ ବିଭାଗ ।
ରେଳବାଇର ନୂତନ ନିୟମ ଅନୁସାରେ ଦିଆଯାଉଥିବା ଏହି ଟେଣ୍ଡରର ଅବଧିକୁ ଖସାଇ ଦିଆଯାଇଛି । ଟ୍ରେନରେ କ୍ୟାଟେରିଂ ଏବଂ ବେଡ୍ କମ୍ବଳ ଯୋଗାଣ ପାଇଁ ଟେଣ୍ଡର ୬ ମାସ ପାଇଁ କରାଯାଇଛି । ତାହା ସହ ଟେଣ୍ଡର ପାଇଥିବା କଣ୍ଟ୍ରାକ୍ଟରଙ୍କ କାର୍ଯ୍ୟକୁ ସମୀକ୍ଷା କରିବ ରେଳ ବିଭାଗ । ଯଦି ସଠିକ୍ ଭାବେ ଟେଣ୍ଡର ଚାଲୁରହେ ତେବେ ୬ମାସର ଅବଧିକୁ ବଢ଼ାଇବ ରେଳବାଇ । ଫଳରେ ଟ୍ରେନ୍କୁ ଆଉ ମଇଳା ବେଡସିଟ୍ କିମ୍ୱା କମ୍ବଳ ଆସିବ ନାହିଁ ଏବଂ ଯାତ୍ରୀମାନେ କୌଣସି ଅସୁବିଧାର ସମ୍ମୁଖୀନ ହେବେନାହିଁ ।
ସେହିପରି ଟ୍ରେନ୍ରେ ଯାତ୍ରୀମାନଙ୍କୁ ଭଲ ଖାଦ୍ୟ ଯୋଗାଇ ଦେବାକୁ ସ୍ୱତନ୍ତ୍ର ପଦକ୍ଷେପ ନେଇଛି ରେଳବାଇ । ଟ୍ରେନରେ କ୍ୟାଟରିଂ ଏବଂ ଅନ୍ୟାନ୍ୟ ସେବା ପାଇଁ ଟେଣ୍ଡର ଅବଧିକୁ ୬ମାସକୁ ହ୍ରାସ କରିଦିଆଯାଇଛି । ପୂର୍ବରୁ ଟେଣ୍ଡର ଗୁଡ଼ିକର ଅବଧି ୩ରୁ ୫ ବର୍ଷ ରହୁଥିଲା ।
]]>ଫଳରେ ଘରୋଇ କିମ୍ବା ବିଦେଶୀ ବିମାନରେ ଯାତ୍ରା ସମୟରେ ଯାତ୍ରୀଙ୍କୁ ଏହି ସୁବିଧା ମିଳିବ। ଯାତ୍ରୀମାନେ ମୋବାଇଲ ଫୋନରେ କଥା ହୋଇପାରିବା ସହ ଇଣ୍ଟନରେଟ ବ୍ୟବହାର କରିପାରିବେ। ବିମାନ ୩ ହଜାର ମିଟର ଉପରେ ଉଡାଣ ଆରମ୍ଭ କଲେ ଯାତ୍ରୀଙ୍କୁ ଏହି ସୁବିଧା ମିଳିବ।
ଆସନ୍ତା ୩ରୁ ୪ ମାସ ମଧ୍ୟରେ ଏହି ସେବା ଆରମ୍ଭ କରାଯିବ ବୋଲି ଟେଲିକମ ବିଭାଗ ପକ୍ଷରୁ କୁହାଯାଇଛି। ଦୂରସଂଚାର ବିଭାଗର ସର୍ବୋଚ୍ଚ ନୀତି ନିର୍ମାତା ସଂସ୍ଥାର ବୈଠକରେ, ଟ୍ରାଇର ଏହି ସୁପାରିଶକୁ ମଂଜୁରୀ ମିଳିଛି। ନୂଆ ବ୍ୟବସ୍ଥାରେ ଉପଭୋକ୍ତାଙ୍କୁ ଉନ୍ନତ ମାନର ସେବା ଯୋଗାଇବାରେ ସମର୍ଥ ହେବ ଟ୍ରାଇ।
]]>