ଗତକାଲି ସାମ୍ବାଦିକ ସମ୍ମିଳନୀ। ଆଉ ଆଜି ଗୃହ ଆରମ୍ଭରୁ ହଟ୍ଟଗୋଳ। ପରୀ ହତ୍ୟା ପ୍ରସଙ୍ଗରେ ବିଜେପି ବିରୋଧରେ ବିଜେଡିର ହଲ୍ଲାବୋଲ୍। ପରୀ ଘଟଣାକୁ ବିଜେପି ରାଜନୀତିକରଣ କରିଥିବା କହି, ଓଡ଼ିଶାବାସୀଙ୍କୁ ଧର୍ମେନ୍ଦ୍ର ପ୍ରଧାନ ଓ ମୋହନ ମାଝୀ କ୍ଷମା ମାଗନ୍ତୁ ବୋଲି ଦାବି କରିଛି ଦଳ । ପ୍ରଶ୍ନକାଳ ଆରମ୍ଭରୁ ନିଜ ନିଜ ସ୍ଥାନରେ ଛିଡ଼ା ହୋଇ ଏମିତି ପ୍ରତିବାଦ କରିଥିଲେ ବିଜେଡି ବିଧାୟକମାନେ। ଫଳରେ ଗୋଟିଏ ମିନିଟ୍ ବି ଚାଲି ପାରିଲାନି ଗୃହ। ମୁଲତବୀ ଘୋଷଣା ପରେ ସିଧା ଗାନ୍ଧି ମୂର୍ତ୍ତି ତଳେ ଯାଇ ପ୍ରତିବାଦ କରିଥିଲେ। ପ୍ରଶ୍ନ, ହଠାତ୍ କାହିଁକି ବିଜେଡିର ଏପରି ଆଭିମୁଖ୍ୟ ? ରାଜ୍ୟ ସ୍ୱାର୍ଥ ପ୍ରସଙ୍ଗ ବଦଳରେ କାହିଁକି ପରୀ ପ୍ରସଙ୍ଗ ଉଠାଇ ବିଧାନସଭା ଅଚଳ କରିଦେଲା ଶାସକ ଦଳ ? ଖୋଦ୍ ପରୀର ବାପା, ମା କୋର୍ଟଙ୍କ ରାୟକୁ ନେଇ ଅସନ୍ତୋଷ ପ୍ରକାଶ କରୁଥିବା ବେଳେ କାହିଁକି ଏତେ ଉତ୍ସାହିତ ବିଜେଡି ? ନା ପରୀ କଳଙ୍କ ଛଡ଼ାଇବାକୁ ବିଧାନସଭା ବନ୍ଦ କରି ରାଜ୍ୟ ତମାମ ବାର୍ତ୍ତା ଦେବାକୁ ବିଜେଡିର ଏହି ଷ୍ଟଣ୍ଟ ?
ତେବେ ବିଜେଡିର ଏହି ପ୍ରତିବାଦର ଜବାବ ଦେଇ ବିଜେପି କହିଛି, ସରକାର ତଦନ୍ତ ପ୍ରକ୍ରିୟା ଓଲଟପାଲଟ କରି ପ୍ରକୃତ ଦୋଷୀକୁ ଲୁଚାଇ ଅନ୍ୟ ଜଣେ ନିର୍ଦ୍ଦୋଷକୁ ଫଶାଇ ଦେଇଛନ୍ତି। ସରକାର ସିବିଆଇ ତଦନ୍ତ ନିର୍ଦ୍ଦେଶ ନ ଦେଲେ ଆଗକୁ ବି ରାଜରାସ୍ତାକୁ ଓହ୍ଲାଇବ ବୋଲି କହିଛି ବିଜେପି। ଅନ୍ୟପଟେ କଂଗ୍ରେସ କହିଛି ଆଜି ଗୃହରେ ପରୀ ପ୍ରସଙ୍ଗ ଉଠାଇବାର ଆବଶ୍ୟକତା ନ ଥିଲା।
ଗତକାଲି ପରୀ ମାମଲାରେ ରାୟ ପ୍ରକାଶ କରି ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶରେ ଦଣ୍ଡିତ କରିଥିଲେ ନୟାଗଡ଼ ଚିଲଡ୍ରେନ୍ସ କୋର୍ଟ। ଏପଟେ କିନ୍ତୁ ମାମଲାର ତଦନ୍ତ ଓ ରାୟକୁ ନେଇ ଏବେ ବି ସନ୍ତୁଷ୍ଟ ନାହାନ୍ତି ପରୀ ଏବଂ ଅଭିଯୁକ୍ତର ପରିବାର। କାହିଁକି ତଦନ୍ତକାରୀ ସଂସ୍ଥା, ପରୀର ବାପା ମା ଅଭିଯୋଗ କରୁଥିବା ବ୍ୟକ୍ତିଙ୍କ ପାଖରେ ପହଞ୍ଚିଲାନି ବୋଲି ପ୍ରଶ୍ନ କରିଛନ୍ତି ପରୀର ବାପା। ବିଧାୟକ ଅରୁଣ ସାହୁଙ୍କ ସଂପୃକ୍ତି ସହ ତାଙ୍କରି ଚାପରେ ମିଛ ସାକ୍ଷୀ ଦିଆଯାଇଛି ବୋଲି ପରୀର ବାପା ଅଭିଯୋଗ କରିଛନ୍ତି। ପ୍ରଶ୍ନ କରିଛନ୍ତି, ଝିଅର ଅଧା ଦେହାବଶେଷ କୁଆଡେ ଗଲା । ଏହାକୁ ନଷ୍ଟ କରିବା ପାଇଁ ମୃତଦେହରୁ ଯେଉଁ କେମିକାଲ ମିଳିଥିଲା ତାହା କେଉଁଠୁ ଆସିଥିଲା। ଅନ୍ୟପଟେ ପ୍ରତିପକ୍ଷ ଓକିଲ କହିଛନ୍ତି ତଳ କୋର୍ଟର ରାୟକୁ ହାଇକୋର୍ଟରେ ଚାଲେଞ୍ଜ କରାଯିବ।
ରାୟ ଆସିବାର କିଛି ଘଣ୍ଟା ପରେ ହିଁ ସାମ୍ବାଦିକ ସମ୍ମିଳନୀ ଡାକି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟ ବିଜେପିକୁ ଟାର୍ଗେଟ କରିଥିଲା ବିଜେଡି। ଆଉ ତା ସତ୍ତ୍ୱେ ବି ଆଜି ବିଧାନସଭା ବନ୍ଦ କରିବାକୁ ନେଇ ଅନେକ ପ୍ରଶ୍ନ ଛିଡା ହୋଇଛି। ବଡ଼ କଥା ହେଉଛି ଦଳ ଏମିତି ଷ୍ଟାଣ୍ଡ ନେଉଥିବା ବେଳେ ବିଧାୟକ ଅରୁଣ ସାହୁ ଏପର୍ଯ୍ୟନ୍ତ କିନ୍ତୁ କ୍ୟାମେରା ସାମ୍ନାକୁ ଆସୁ ନାହାନ୍ତି କି ନିଜ ପ୍ରତିକ୍ରିୟା ରଖୁନାହାନ୍ତି।
]]>୨୦୨୦ ମସିହା ଜୁଲାଇ ମାସ ୧୪ ତାରିଖରେ ନୟାଗଡ଼ ସଦର ଥାନା ଯଦୁପୁର ଗାଁ ଦାଣ୍ଡରେ ଖେଳୁଥିଲା ନିରୀହ ନିଷ୍ପାପ ୫ ବର୍ଷୀୟା ଶିଶୁ କନ୍ୟା ପରୀ। MA ଡିଗ୍ରିଧାରୀ ଅଟୋ ଚାଳକ ଅଶୋକ ସାହୁ ଏବଂ ପତ୍ନୀ ସୌଦାମିନୀଙ୍କ ଏକମାତ୍ର ସନ୍ତାନ ଥିଲା ପରୀ। ହେଲେ ଗାଁ ଦାଣ୍ଡରୁ ଆଉ ଘରକୁ ଫେରି ନଥିଲା ପରୀ। ବହୁ ଖୋଜାଖୋଜି ପରେ ନିରୁପାୟ ହୋଇ ନୟାଗଡ଼ ସଦର ଥାନାରେ ଏନେଇ ଲିଖିତ ଏତଲା ଦେଇଥିଲେ ବାପା ଅଶୋକ ସାହୁ।
ମାତ୍ର ପୋଲିସ ଏକ ମିସିଙ୍ଗ କେସ କରି ଚୁପ ବସି ଯାଇଥିଲା। ତେବେ ନୟାଗଡ଼ ଏସପି ଏବଂ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ ଜଣାଇଥିଲେ ଅଶୋକ । ହେଲେ ଅପହରଣର ୭ ଦିନ ପରେ ଗାଁ କୁ ପୋଲିସର ଡଗ ସ୍କ୍ୱାର୍ଡ ଆସିଥିଲା ସତ କିନ୍ତୁ କୌଣସି ସନ୍ଧାନ ପାଇ ନଥିଲା । ତେବେ ଡଗ ସ୍କ୍ୱାର୍ଡ ଯିବାର ପର ଦିନ ପରୀର ଗଳିତ , ଖଣ୍ଡବିଖଣ୍ଡିତ ମୃତ ଦେହ ଏକ ବସ୍ତାରେ ବନ୍ଧା ହୋଇଥିବା ଅବସ୍ଥାରେ ଅଶୋକଙ୍କ ବାଡ଼ି ସଂଲଗ୍ନ ପୋଖରୀ କୂଳରୁ ମିଳିଥିଲା।
]]>ସେପଟେ ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ରାଜ୍ୟ ସରକାରଙ୍କ ଆଡଭୋକେଟ୍ ଜେନେରାଲ ଥାଉ ଥାଉ ନିଜେ ନଲଢି, କାହା ସ୍ୱାର୍ଥରେ ଦାମୀ ଓକିଲ ନିଯୁକ୍ତ କରିଥିଲେ, ତାର ଉତ୍ତର ରଖନ୍ତୁ। ଲେଖାଶ୍ରୀଙ୍କ ଅଭିଯୋଗ ନେଇ ବିଜେଡି କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
ଆଜକୁ ୧୦ ମାସ ତଳେ ୫ ବର୍ଷର ଝିଅ
କରାଯାଇଥିବା ଅଭିଯୋଗ ହୋଇଥିଲା। ଏଥିରେ ମନ୍ତ୍ରୀ ଅରୁଣ ସାହୁ ଓ ତାଙ୍କ ସହଯୋଗୀ ବାବୁଲିର ହାତ ଥିବା ‘ପରୀ’ର ବାପା-ମାଆ ଅଭିଯୋଗ କରିଥିଲେ। ପୁଲିସ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ‘ପରୀ’ର ବାପା-ମାଆଙ୍କୁ ନାନା ହଇରାଣ କରିଥିଲା ବୋଲି ଅଭିଯୋଗ କରିଥିଲେ। ପୁଲିସ ପ୍ରଶାସନଠାରୁ ନିରାଶ ହୋଇ ‘ପରୀ’ର ବାପା-ମାଆ ଭୁବନେଶ୍ୱର ଚାଲି ଆସିଥିଲେ। ସେମାନେ ବିଧାନସଭା ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିଥିଲେ। ମାତ୍ର ସେଠାରେ ଉପସ୍ଥିତ ଥିବା ସୁରକ୍ଷା କର୍ମୀମାନେ ସେମାନଙ୍କୁ ଉଦ୍ଧାର କରିଥିଲା। ଏହାକୁ ନେଇ ବିଧାନସଭା ଭିତରେ ଓ ବାହାରେ ତମ୍ୱି ତୋଫାନ ହୋଇଥିଲା। ସ୍ଥିତି ବାହାରକୁ ଯାଉଥିବା ଦେଖି ରାଜ୍ୟ ସରକାର ଏସ୍ଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏସ୍ଆଇଟି ତଦନ୍ତ କରି ପରୀ ହତ୍ୟା ମାମଲାରେ ଜଣେ ନାବାଳକକୁ ଗିରଫ କରିଥିଲା। ଏବେ ଅଭିଯୁକ୍ତ ନାବାଳକ ଅନୁଗୋଳ ସୁଧାର ଗୃହରେ ରହିଛି। ମାମଲା ଏବେ ବିଚାରାଧୀନ ରହିଛି।
ସେପଟେ ଏସ୍ଆଇଟିର ତଦନ୍ତ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପରୀ ମାଆ-ବାପା। ଏସ୍ଆଇଟି ବଦଳରେ ସିବିଆଇ ତଦନ୍ତ କରିବା ଦାବି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ପରୀର ମାଆ। କୋର୍ଟ ମାମଲାକୁ ଗୁରୁତର ସହ ନେଇ ୪ ସପ୍ତାହ ମଧ୍ୟରେ ସତ୍ୟପାଠ ଦାଖଲ କରିବାକୁ ରାଜ୍ୟ ସରକାରକୁ ମହଲତ ଦେଇଥିଲେ। ଚାରି ସପ୍ତାହ ମଧ୍ୟରେ ସବୁ ତଥ୍ୟ ଦେବାକୁ ରାଜ୍ୟ ସରକାରଙ୍କୁ କୋର୍ଟ କହିଥିଲେ।
]]>ତେବେ ଏହାରି ମଧ୍ୟରେ ବହୁ ଚର୍ଚ୍ଚିତ ନୟାଗଡ଼ ଯଦୁପୁର ପରୀ ଅପହରଣ ହତ୍ୟା ଘଟଣାକୁ ବର୍ଷେ ପୁରିସାରିଛି। ଗତ ବର୍ଷ ଜୁଲାଇ ୧୪ ତାରିଖରେ ପରୀ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ଅପହରଣ ହୋଇଥିଲା ଏବଂ ଅପହରଣର ୭ ଦିନ ପରେ ପରୀର ମୃତଦେହ ମିଳିଥିଲା। ଗତ ୨୦୨୦ ମସିହା ଜୁଲାଇ ମାସ ୧୪ ତାରିଖରେ ନୟାଗଡ଼ ସଦର ଥାନା ଯଦୁପୁର ଗାଁ ଦାଣ୍ଡରେ ଖେଳୁଥିଲା ନିରୀହ ନିଷ୍ପାପ ୫ ବର୍ଷୀୟା ଶିଶୁ କନ୍ୟା ପରୀ। MA ଡିଗ୍ରିଧାରୀ ଅଟୋ ଚାଳକ ଅଶୋକ ସାହୁ ଏବଂ ପତ୍ନୀ ସୌଦାମିନୀଙ୍କ ଏକମାତ୍ର ସନ୍ତାନ ଥିଲା ପରୀ। ହେଲେ ଗାଁ ଦାଣ୍ଡରୁ ଆଉ ଘରକୁ ଫେରି ନଥିଲା ପରୀ। ବହୁ ଖୋଜାଖୋଜି ପରେ ନିରୁପାୟ ହୋଇ ନୟାଗଡ଼ ସଦର ଥାନାରେ ଏନେଇ ଲିଖିତ ଏତଲା ଦେଇଥିଲେ ଅଶୋକ ସାହୁ ।
ମାତ୍ର ପୋଲିସ ଏକ ମିସିଙ୍ଗ କେସ କରି ଚୁପ ବସି ଯାଇଥିଲା। ତେବେ ନୟାଗଡ଼ ଏସପି ଏବଂ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ ଜଣାଇଥିଲେ ଅଶୋକ । ହେଲେ ଅପହରଣର ୭ ଦିନ ପରେ ଗାଁ କୁ ପୋଲିସର ଡଗ ସ୍କ୍ୱାର୍ଡ ଆସିଥିଲା ସତ କିନ୍ତୁ କୌଣସି ସନ୍ଧାନ ପାଇ ନଥିଲା । ତେବେ ଡଗ ସ୍କ୍ୱାର୍ଡ ଯିବାର ପର ଦିନ ପରୀର ଗଳିତ , ଖଣ୍ଡବିଖଣ୍ଡିତ ମୃତ ଦେହ ଏକ ବସ୍ତାରେ ବନ୍ଧା ହୋଇଥିବା ଅବସ୍ଥାରେ ଅଶୋକଙ୍କ ବାଡ଼ି ସଂଲଗ୍ନ ପୋଖରୀ କୂଳରୁ ମିଳିଥିଲା।
ତେବେ ୧୭ ଡ଼ିସେମ୍ବରରେ ହାଇକୋର୍ଟ ଏନେଇ ଶୁଣାଣି ମଧ୍ୟ କରିଥିଲେ। ପରୀ ହତ୍ୟା ମାମଲାର ତଦନ୍ତକୁ ନେଇ ଉଦବେଗ ପ୍ରକାଶ କରିଥିଲେ ହାଇକୋର୍ଟ। ପରୀ ହତ୍ୟା ଦୋଷୀକୁ ଧରିବାକୁ ତଦନ୍ତ ବିଶେଷ ଆଗେଇନି। ପରୀ ହତ୍ୟା ମାମଲା SIT ଷ୍ଟାଟସ ରିପୋର୍ଟ ଦାଖଲ ପରେ ଏହା କହିଥିଲେ ହାଇକୋର୍ଟ। ଏହାସହ ୨୪ ସୁଦ୍ଧା ପରବର୍ତ୍ତୀ ତଦନ୍ତ ଅଗ୍ରଗତି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତ ଅଗ୍ରଗତି ରିପୋର୍ଟ ଦାଖଲ ପାଇଁ SIT ମୁଖ୍ୟଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତେବେ ଆଜି ସୁପ୍ରିମକୋର୍ଟଙ୍କ ଶୁଣାଣିକୁ ସମସ୍ତଙ୍କ ଅପେକ୍ଷା ଥିଲା।
]]>ପୁଲିସ ପ୍ରଶାସନଠାରୁ ନିରାଶ ହୋଇ ‘ପରୀ’ର ବାପା-ମାଆ ଭୁବନେଶ୍ୱର ଚାଲି ଆସିଥିଲେ। ସେମାନେ ବିଧାନସଭା ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିଥିଲେ। ମାତ୍ର ସେଠାରେ ଉପସ୍ଥିତ ଥିବା ସୁରକ୍ଷା କର୍ମୀମାନେ ସେମାନଙ୍କୁ ଉଦ୍ଧାର କରିଥିଲା। ଏହାକୁ ନେଇ ବିଧାନସଭା ଭିତରେ ଓ ବାହାରେ ତମ୍ୱି ତୋଫାନ ହୋଇଥିଲା। ସ୍ଥିତି ବାହାରକୁ ଯାଇଥିବା ଦେଖି ରାଜ୍ୟ ସରକାର ଏସ୍ଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏସ୍ଆଇଟି ତଦନ୍ତ କରି ପରୀ ହତ୍ୟା ମାମଲାରେ ଜଣେ ନାବାଳକକୁ ଗିରଫ କରିଥିଲା। ଏବେ ଅଭିଯୁକ୍ତ ନାବାଳକ ଅନୁଗୋଳ ସୁଧାର ଗୃହରେ ରହିଛି। ମାମଲା ଏବେ ମଧ୍ୟ ବିଚାରାଧୀନ ରହିଛି।
ସେପଟେ ଏସ୍ଆଇଟିର ତଦନ୍ତ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଥିଲେ ପୁରୀ ମାଆ-ବାପା। ଏସ୍ଆଇଟି ବଦଳରେ ସିବିଆଇ ତଦନ୍ତ କରିବା ଦାବି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ପୁରୀର ମାଆ। କୋର୍ଟ ମାମଲାକୁ ଗୁରୁତର ସହ ନେଇ ୪ ସପ୍ତାହ ମଧ୍ୟରେ ସତ୍ୟପାଠ ଦାଖଲ କରିବାକୁ ରାଜ୍ୟ ସରକାରକୁ ମହଲତ ଦେଇଥିଲେ। ଚାରି ସପ୍ତାହ ମଧ୍ୟରେ ସବୁ ତଥ୍ୟ ଦେବାକୁ ରାଜ୍ୟ ସରକାରଙ୍କୁ କୋର୍ଟ କହିଥିଲେ।
]]>ନାବାଳିକା ହତ୍ୟା ମାମଲାର ଅଭିଯୁକ୍ତଙ୍କ ଭିଡିଓ ଭାଇରାଲ ଘଟଣାରେ ଭାଇରାଲକୁ ନେଇ ପ୍ରଶ୍ନ ନାବାଳିକାର ମା ସୌଦାମିନି ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ SIT କୋର୍ଟକୁ ଭିଡିଓ ଦେଇଥିଲା, ତାହାହେଲେ ଭାଇରାଲ କେମିତି ହେଲା? ଯେଉଁମାନେ ସାକ୍ଷୀ ଅଛନ୍ତି, ସବୁ ବାବୁଲି ନାୟକ ଲୋକ। ମନ୍ତ୍ରୀ ଅରୁଣ ସାହୁ କାହାକୁ ଘୋଡ଼ାଇବାକୁ ଧମକାଉଥିଲେ? SIT ତାମସା କରୁଛି, ତା ଉପରେ ଭରସା ନାହିଁ। ତାକୁ ବାଡ଼େଇ କି ଟଙ୍କା ଲୋଭ ଦେଖାଇ ଏସବୁ କୁହାଇଛନ୍ତି ବୋଲି ନାବାଳିକାର ମା ସୌଦାମିନୀ କହିଛନ୍ତି।
ସେହିପରି ନାବାଳିକାର ବାପା କହିଛନ୍ତି ଯେ ଭିଡିଓ କୋର୍ଟକୁ ଦିଆଯାଇଥିଲା। କୋର୍ଟ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ବାହାରେ କିପରି ଭାଇରାଲ୍ ହେଲା? ଏହା ଏକ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। ମନ୍ତ୍ରୀଙ୍କୁ ଘୋଡ଼ାଇବାକୁ SITର ଏହା ନାଟକ। ସିବିଆଇ ତଦନ୍ତ ହେଲେ ପ୍ରକୃତ ରହସ୍ୟ ଜଣାପଡ଼ିବ ବୋଲି ପରୀର ବାପା କହିଛନ୍ତି।
https://www.youtube.com/watch?v=A0rw6734iBQ
ତେବେ ଗଣମାଧ୍ୟମରେ ପ୍ରସାରିତ ଏହି ଭିଡିଓ ଫୁଟେଜ୍ ପ୍ରକୃତ ସତ୍ୟାସତ୍ୟ କଣ ତାହା ଜଣାପଡିନାହିଁ ଏପିରିକି ଘଟଣାର ତଦନ୍ତ କରୁଥିବା ଏସ୍ଆଇଟି ପକ୍ଷରୁ ମଧ୍ୟ ଏନେଇ କୌଣସି ସ୍ପଷ୍ଟୀକରଣ ଆସିନାହିଁ। ସେପଟେ ତଦନ୍ତକାରୀ ଅଧିକାରୀଙ୍କ ଆଗରେ ଅଭିଯୁକ୍ତର ସ୍ୱୀକାରୋକ୍ତି କୋର୍ଟରେ ଗ୍ରହଣଯୋଗ୍ୟ ନୁହେଁ ବୋଲି ପୂର୍ବତନ ପୋଲିସ୍ ଡିଜି ସଂଜୀବ ମାରିକ କହିଛନ୍ତି। ନାବାଳିକା ହତ୍ୟା ମାମଲାରେ ଗିରଫ ନାବାଳକ ଅଭିଯୁକ୍ତ ଜଣକ ଏବେ ଅନୁଗୁଳ ସ୍ଥିତ ଜୁଭେନାଇଲ୍ ହୋମ୍ରେ ଅଛି।
ଯଦି ପୋଲିସ୍ ହେପାଜତରେ ଥିବା ସମୟରେ କୌଣସି ଅଭିଯୁକ୍ତ ସ୍ୱୀକାରୋକ୍ତି ନେଇ ପ୍ରତିକ୍ରିୟା ରଖେ, ତାହା କୋର୍ଟରେ ଗ୍ରହଣୀୟ ନୁହେଁ।
-ସଞ୍ଜୀବ ମାରିକ, ପୂର୍ବତନ ପୋଲିସ୍ ଡିଜି
ପୋଲିସ୍ ଆଗରେ ସ୍ୱୀକାରୋକ୍ତି କୋର୍ଟରେ ଗ୍ରହଣୀୟ ନୁହେଁ। ତାର କୌଣସି ପ୍ରମାଣଗତ ତଥ୍ୟ ଆଧାର ନାହିଁ। କିମ୍ବା ତାହା ଏକ ପ୍ରାମାଣିକ ତଥ୍ୟ ବୋଲି ଆଇନ୍ରେ ଗ୍ରହଣୀୟ ନୁହେଁ।
-ଧରଣୀଧର ନାୟକ, ବରିଷ୍ଠ ଆଇନ୍ଜୀବୀ
ଅଭିଯୁକ୍ତ ପିଲାଟି ସହ କଥା ହେବା ପରେ ଆମେ ହୃଦୟଙ୍ଗମ କରୁଛୁ ଯେ ସେ ସମ୍ପୂର୍ଣ୍ଣ ଭାବେ ନିର୍ଦ୍ଦୋଷ। ଯେଉଁ ନାବାଳକକୁ ସାବାଳକ କରି ମିଛ କେସ୍ରେ ଫସାଇ ଦେଇଥିଲେ, ଖୁବ୍ଶୀଘ୍ର ଆମେ ନିର୍ଦ୍ଦୋଷ ବୋଲି ପ୍ରମାଣିତ କରିବୁ।
-ମାନସ ଚାନ୍ଦ, ଅଭିଯୁକ୍ତର ଓକିଲ
ନାବାଳିକା ହତ୍ୟା ପ୍ରସଙ୍ଗରେ ଯେଉଁ ଅଭିଯୁକ୍ତକୁ ଧରାହେଲା, ସେ ବିଭ୍ରାନ୍ତିକର ତଥା ମିଛ କଥା କହୁଥିଲା। ଜଣେ ଅପରାଧୀ ଭାବେ ସେ ସାଧାରଣ ଲୋକଙ୍କୁ କ୍ଷମା ମାଗିବା କଥା।
-ପ୍ରମିଳା ମଲ୍ଲିକ, ସରକାରୀ ଦଳ ମୁଖ୍ୟ ସଚେତକ
https://www.youtube.com/watch?v=mKZIBs6YvKQ
]]>ନୟାଗଡ଼ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ଅଭିଯୁକ୍ତ ନାବାଳକକୁ ହାଜର କରାଯାଇଥିଲା ଅନୁଗୁଳ ବାଳ ସୁଧାର ଗୃହରୁ SIT ଆଣି ନୟାଗଡ଼ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରିଥିଲା। ନାବାଳିକା ହତ୍ୟା ମାମଲାରେ ଜଣେ ଅଭିଯୁକ୍ତକୁ ଗିରଫ କରିଥିଲା ଏସ୍ଆଇଟି। ଅଭିଯୁକ୍ତକୁ ସାବାଳକ ଦର୍ଶାଇ କୋର୍ଟ ଚାଲାଣ କରିଥିଲା SIT।
ଡିସେମ୍ବର ୨୧, ୨୦୨୦। ଓସିଫିକେସନ୍ ଟେଷ୍ଟ ରିପୋର୍ଟ ଆଧାରରେ ଅଭିଯୁକ୍ତକୁ ସାବାଳକ ଦର୍ଶାଇ କୋର୍ଟରେ ହାଜର କରିଥିଲା SIT। ଫଳରେ କୋର୍ଟ ଅଭିଯୁକ୍ତକୁ ଜେଲ୍ ପଠାଇଦେଇଥିଲେ। ଅଭିଯୁକ୍ତ ବିରୋଧରେ ନାବାଳିକା ଦୁଷ୍କର୍ମ, ଅପହରଣ, ହତ୍ୟା ସହ ପ୍ରମାଣ ନଷ୍ଟ ସହ ପୋକ୍ସୋ ଆଇନର ଧାରା ୬ ଅନୁସାରେ ଦଫା ଲାଗିଥିଲା। ଏହି ସମୟରେ ଗିରଫ ଅଭିଯୁକ୍ତର ପରିବାର ଲୋକେ ବି SITର ସାବାଳକ ଥିଓରୀ ସହ ସହମତି ହୋଇନଥିଲେ।
ପରେ କୋର୍ଟରେ ଅଭିଯୁକ୍ତର ଜନ୍ମ ପ୍ରମାଣପତ୍ର ଓ ମାଟ୍ରିକ ସାର୍ଟିଫିକେଟ ଦାଖଲ କରିଥିଲେ ଓକିଲ। ପ୍ରମାଣ ପାଇଲା ପରେ ଅଭିଯୁକ୍ତକୁ ନାବାଳକ ବୋଲି କୋର୍ଟ ଦର୍ଶାଇଥିଲେ। ଅଭିଯୁକ୍ତ ନାବାଳକ ହୋଇଥିବାରୁ SITର ନାର୍କୋ ଆନାଲିସିସ୍ ଟେଷ୍ଟ ଅପିଲ ଖାରଜ କରିଥିଲେ କୋର୍ଟ। ଏପରିକି ନାର୍କୋ ଟେଷ୍ଟ ଅପିଲକୁ ଜୁଭେନାଇଲ ଜଷ୍ଟିସ ବୋର୍ଡକୁ ପଠାଇ ଦିଆଯାଇଥିଲା।
ତେବେ କାହିଁକି ସାବାଳକ ବୋଲି ଦର୍ଶାଇଥିଲା SIT ? ଜନ୍ମପ୍ରମାଣ ପତ୍ର ଥାଇ ବି ଓସିଫିକେସନ୍ର କାହିଁକି ପଡ଼ିଲା ଆବଶ୍ୟକ ? ଏବେ ଏମିତି ନାନା ପ୍ରଶ୍ନ ଉଠିଥିବାବେଳେ ନୟାଗଡ଼ ପୋକ୍ସୋ କୋର୍ଟଙ୍କ ରାୟ ପରେ SIT ଏବେ ବିବାଦରେ। ଯଦି ଯେକୌଣସି ତଦନ୍ତକାରୀ ଟିମ୍ କିମ୍ବା ଅଧିକାରୀ ଉଦ୍ଦେଶ୍ୟମୂଳକ ଭାବେ ଏଭଳି କରିଥାନ୍ତି, ତାହେଲେ ସେ କୋର୍ଟଙ୍କ ନିର୍ଦ୍ଦେଶରେ ଦଣ୍ଡିତ ହୋଇପାରିବେ। ଏପରିକି ପରିବାର ଲୋକେ କୋର୍ଟ ଏବଂ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇ କ୍ଷତିପୂରଣ ଦାବି କରିପାରିବେ ବୋଲି ଆଇନଜୀବୀ ମତ ଦେଇଛନ୍ତି।
]]>ମାତ୍ର ପୋଲିସ ଏକ ମିସିଙ୍ଗ କେସ କରି ଚୁପ ବସି ଯାଇଥିଲା। ତେବେ ନୟାଗଡ଼ ଏସପି ଏବଂ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ ଜଣାଇଥିଲେ ଅଶୋକ । ହେଲେ ଅପହରଣର ୭ ଦିନ ପରେ ଗାଁ କୁ ପୋଲିସର ଡଗ ସ୍କ୍ୱାର୍ଡ ଆସିଥିଲା ସତ କିନ୍ତୁ କୌଣସି ସନ୍ଧାନ ପାଇ ନଥିଲା । ତେବେ ଡଗ ସ୍କ୍ୱାର୍ଡ ଯିବାର ପର ଦିନ ପରୀର ଗଳିତ , ଖଣ୍ଡବିଖଣ୍ଡିତ ମୃତ ଦେହ ଏକ ବସ୍ତାରେ ବନ୍ଧା ହୋଇଥିବା ଅବସ୍ଥାରେ ଅଶୋକଙ୍କ ବାଡ଼ି ସଂଲଗ୍ନ ପୋଖରୀ କୂଳରୁ ମିଳିଥିଲା।
ମାତ୍ର କିଏ ପରୀକୁ ହତ୍ୟା କଲା ସେ ନେଇ ସ୍ପଷ୍ଟ ହୋଇ ପାରିଲା ନାହିଁ । ତେବେ ମନ୍ତ୍ରୀ ଅରୁଣ ସାହୁଙ୍କ ଅନୁଗାମୀ ଯଦୁପୁର ଗାଁର ବିଜେଡି ନେତା ପ୍ରାକ୍ତନ ଜିଲ୍ଲା ପରିଷଦ ସଭ୍ୟା ବାବୁଲି ନାୟକ ଏବଂ ତାଙ୍କର ପୁତୁରା ମାନଙ୍କ ନାଁରେ ଅଭିଯୋଗ ଆଣିଲେ ଅଶୋକ।
ତେବେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଅକ୍ଟୋବର ୨୧ ତାରିଖରେ ବିଧାନସଭା ସାମ୍ନାରେ ଆତ୍ମାହୁତି ଉଦ୍ୟମ କରିଥିଲେ ଅଶୋକ ଏବଂ ସୌଦାମିନୀ । ଯାହାଫଳରେ ଏହା ଏକ ରାଜନୈତିକ ପ୍ରସଙ୍ଗ ପାଲଟି ଯାଇଥିଲା । ଲକ୍ଷ୍ମୀପ୍ରସାଦ ସରପଞ୍ଚ ସୌମ୍ୟ ରଞ୍ଜନ ପ୍ରଧାନ ଏବଂ ମନ୍ତ୍ରୀ ଅରୁଣ ସାହୁଙ୍କ ଅଡିଓ ଭାଇରଲ ହେବା ପରେ ଏବଂ ଅଙ୍ଗତସକରି ପାଇଁ ପରୀ କୁ ହତ୍ୟା ହୋଇଥିବା ଅଭିଯୋଗ ହେବା ପରେ ବିରୋଧୀ ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରି ଥିଲେ। କେବଳ ଏତିକି ନୁହେଁ ବରଂ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି ହୋଇଥିଲା। । ଫଳରେ ବିଧାନସଭାକୁ ତରବରିଆ ଭାବେ ବନ୍ଦ କରାଯାଇଥିଲା ଏବଂ SIT ତଦନ୍ତ ନିର୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ। ତେବେ IPS ଅରୁଣ ବୋଥ୍ରାଙ୍କ ଅଧ୍ୟକ୍ଷତାରେ କ୍ରାଇମ ବ୍ରାଞ୍ଚର ଏକ ଟିମ ତଦନ୍ତ ଆରମ୍ଭ କରିଥିଲା । ଅଶୋକଙ୍କ ପଡୋଶୀ ନାବାଳକ ସରୋଜ ସେଠିଙ୍କୁ ଅଭିଯୁକ୍ତ ହେବା ପାଇଁ ଅରୁଣ ବୋଥ୍ରା ୫ ଲକ୍ଷ ଟଙ୍କା ଯାଚୁଥିବା ଅଭିଯୋଗ କରିଥିଲା ସରୋଜ ।
ତେବେ ଏହି ପ୍ରସଙ୍ଗରେ ବିଜେପି ଏବଂ କଂଗ୍ରେସର ସମସ୍ତ ବିଧାୟକଙ୍କ ସହ ମୁଖପାତ୍ରଙ୍କ ଠାରୁ ଆରମ୍ଭ କରି ପ୍ରଭାରୀ ପର୍ଯ୍ୟନ୍ତ ଯଦୁପୁର ଗାଁକୁ ଆସିଥିଲେ। ବିଜେପି ଦୀର୍ଘ ୧ ମାସ ଧରି ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣା ଦେଇଥିଲା । କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ସଦର ଥାନା IIC ରୀନା ରାଣୀ ସାହୁଙ୍କ ନିଲମ୍ବନ ଏବଂ ନୟାଗଡ଼ SDPO ଙ୍କ ବଦଳି ବି ହୋଇଥିଲା । ପରେ ନୟାଗଡ଼ ଏସପି ପ୍ରତ୍ୟୁଷ ଦିବାକରଙ୍କୁ ବଦଳି କରାଯାଇଥିଲା ।ତେବେ ଶେଷରେ ସରୋଜ ସେଠିକୁ ଉଠାଇ ନେଇଥିଲା SIT । ଏବଂ ଗିରଫ କରି କୋର୍ଟ ଚାଲାଣ କରିଥିଲା ।
ସରୋଜ ନାବାଳକ ହୋଇଥିଲେ ମଧ୍ୟ ସାବାଳକ କରି କୋର୍ଟରେ ହାଜର କରାଇଥିଲା SIT। । ତେବେ ପରେ ସରୋଜଙ୍କ ଓକିଲଙ୍କ ଆବେଦନ ପରେ ନୟାଗଡ଼ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର ହେଲା ସରୋଜ । ବର୍ତମାନ ସରୋଜ ବାଳସୁଧାର ଗୃହରେ ଥିବା ବେଳେ ଘଟଣାର CBI ତଦନ୍ତ ପାଇଁ ସୁପ୍ରିମ କୋର୍ଟରେ ନିବେଦନ କରିଛନ୍ତି ଅଶୋକ । ମାତ୍ର ଭୟରେ ଦୀର୍ଘ ବର୍ଷେ ହେବ ଗାଁକୁ ଫେରି ପାରି ନାହାନ୍ତି ଅଶୋକ । ଶ୍ୱଶୁର ଘର ଯୋଗିଆ ପଲ୍ଲୀରେ ଆଜି ବି ରହୁଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ସୁରକ୍ଷା ପାଇଁ ଯୋଗାଇ ଦିଆ ଯାଇଥିବା ସୁରକ୍ଷାକୁ ହଟାଇ ଦିଆଯାଇଛି । ତେବେ ପୂର୍ବଭଳି ଆଉ ଅଶୋକ ଅଟୋ ଚଳାଇବାକୁ ସାହସ କରି ପାରୁ ନାହାନ୍ତି କି ନିଜ ଗାଁ କୁ ମଧ୍ୟ ଫେରି ପାରୁ ନାହାନ୍ତି । ନିଜର ଏକମାତ୍ର ସନ୍ତାନକୁ ହରାଇବା ପରେ ତାର ହତ୍ୟାକାରୀଙ୍କ ବିରୋଧରେ ସ୍ୱର ଉଠାଇ ଏହି ଦମ୍ପତି ନିଜର ଜନ୍ମମାଟି ସହ ସର୍ବସ୍ୱ ହରାଇଛନ୍ତି । ନ୍ୟାୟ ବଦଳରେ ନିଜର ଜୀବନ ଜୀବିକାକୁ ଜଳାଞ୍ଜଳି ଦେଇଛନ୍ତି । ଆଉ ଏବେ ଅସହାୟ ଭାବେ ବଞ୍ଚିଛନ୍ତି ଅଶୋକ ଏବଂ ସୌଦାମିନୀ। ଦେଖାଯାଉ ଆଉ କେତେ ଦିନ ପରେ ପୂରା ଘଟଣା ସାମ୍ନାକୁ ଆସୁଛି।
]]>ନୟାଗଡ଼ ନାବାଳିକା ହତ୍ୟା ମାମଲାରେ ଆଉ ଏକ ଖୁଲାସା କରାଯାଇଛି। ହାଇକୋର୍ଟର ସିଟିଂ ଜଜଙ୍କ ତତ୍ତ୍ୱାବଧାନରେ SIT ତଦନ୍ତ ପ୍ରସଙ୍ଗରେ ପଦାକୁ ଆସିଲା ନୂଆ ତଥ୍ୟ। SIT ତଦନ୍ତର ମନିଟରିଂ ଲାଗି ସିଟିଂ ଜଜ୍ ନିଯୁକ୍ତି ଲାଗି ହାଇକୋର୍ଟଙ୍କୁ ଚିଠି ଲେଖିଥିବା କହିଥିଲେ ରାଜ୍ୟ ସରକାର। ହେଲେ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ କହୁଛି, ସରକାରଙ୍କ ଚିଠି ପହଞ୍ଚିନି ହାଇକୋର୍ଟରେ।
ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା ଗତ ଡିସେମ୍ବର ୧୫ରେ ହାଇକୋର୍ଟଙ୍କ ରେଜିଷ୍ଟ୍ରାର୍ ଜେନେରାଲଙ୍କୁ SIT ତଦନ୍ତ ନେଇ ସିଟିଂ ଜଜ୍ ନିଯୁକ୍ତି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଚିଠି ସମ୍ପର୍କିତ ତଥ୍ୟ ମାଗିଥିଲେ। କିନ୍ତୁ ରାଜ୍ୟ ସରକାରଙ୍କ ସେଭଳି କୌଣସି ଚିଠି ପହଞ୍ଚିନି ବୋଲି ଗତ ଜାନୁୟାରୀ ୬ରେ ହାଇକୋର୍ଟଙ୍କ ପକ୍ଷରୁ କୁହାଯାଇଛି। ଯେହେତୁ ଚିଠି ମିଳିନି, ତେଣୁ କୌଣସି ପଦକ୍ଷେପ ନେବାର ପ୍ରଶ୍ନ ଉଠୁନାହିଁ ବୋଲି ଆଇଟିଆଇ କର୍ମୀଙ୍କୁ ତଥ୍ୟ ଦେଇଛନ୍ତି ହାଇକୋର୍ଟ।
ନାବାଳିକା ମୃତ୍ୟୁର ତଦନ୍ତ ନେଇ ଗତ ନଭେମ୍ବର ୨୮ରେ ଆଇଜି ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ୫ ଜଣିଆ ଏସଆଇଟି ଗଠନ କରିଥିଲେ ରାଜ୍ୟ ସରକାର। ତାସହ ଜଣେ ସିଟିଂ ଜଜଙ୍କ ଦ୍ୱାରା ଏସଆଇଟି ତଦନ୍ତର ମନିଟରିଂ ପାଇଁ ମୁଖ୍ୟ ବିଚାରପତିଙ୍କ ନଜରକୁ ପ୍ରସ୍ତାବଟିକୁ ଆଣିବାକୁ ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲଙ୍କୁ ନିବେଦନ କରି ଚିଠି ଲେଖିଥିଲେ ଗୃହ ବିଭାବର ସ୍ୱତନ୍ତ୍ର ସଚିବ। ହେଲେ ଜାନୁଆରୀ ୬ ସୁଦ୍ଧା ହାଇକୋର୍ଟଙ୍କୁ ସେଭଳି କୌଣସି ଚିଠି ପହଞ୍ଚିନଥିବା RTI ତଥ୍ୟ କହୁଛି। ତେବେ ହାଇକୋର୍ଟରେ ଚିଠି ପହଞ୍ଚିଲାନି କେମିତି ? ଚିଠି ଗଲା କୁଆଡ଼େ ? ଏ ନେଇ ସତ କଣ, ଆଉ ମିଛି କେଉଁଟା ? ତାହାକୁ ନେଇ ଚାଲିଛି ଚର୍ଚ୍ଚା।
ଆରଟିଆଇ ଜରିଆରେ ଏଭଳି ତଥ୍ୟ ଏବେ ସାମ୍ନାକୁ ଆସିବା ପରେ କଂଗ୍ରେସ ଏହାକୁ ଦୁଃଖଦାୟକ ବୋଲି କହିବା ସହ ଆଗାମୀ ବିଧାନସଭାରେ ଏହାକୁ ଉଠାଇବୁ ବୋଲି କହିଛି । ବିଜେପି କହିଛି, ମିଛର ପାହାଡ଼ ଉପରେ ରାଜ୍ୟ ସରକାର ଛିଡ଼ା ହୋଇଛନ୍ତି। ମନ୍ତ୍ରୀଙ୍କଠୁ ଆରମ୍ଭ କରି ନେତା ଗୃହରେ ମିିଛ କହିବା ସହ ଡିଜିପିଙ୍କ ମୁହଁରେ ମିଛ କୁହାଇଛନ୍ତି। ତେଣୁ ସମସ୍ତଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଦାବି କରିଛି ବିଜେପି। ତେବେ ବିଜେଡି ଏହାର ଜବାବ ରଖିଛି।
ପରୀ ତଦନ୍ତର ଷ୍ଟାଟସ ରିପୋର୍ଟକୁ ନେଇ ଗତ ୧୨ ତାରିଖରେ ସନ୍ତୋଷ ପ୍ରକାଶ କରିଥିଲେ ହାଇକୋର୍ଟ। ଅନୁସନ୍ଧାନରେ ଠିକ୍ ଅଗ୍ରଗତି ହୋଇଛି ବୋଲି ହାଇକୋର୍ଟ କହିଥିଲେ। ସେପଟେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି। ନ୍ୟାୟ ପାଇଁ ନାବାଳିକାର ମାଆଙ୍କ ର ଆବେଦନକୁ ଗ୍ରହଣ କରି ରାଜ୍ୟ ସରକାର ଓ ସିବିଆଇକୁ ନୋଟିସ୍ ବି କରିଛନ୍ତି ସୁପ୍ରିମକୋର୍ଟ। ଏସବୁ ଭିତରେ ଏବେ ଏହି ଚିଠି ବିବାଦ ଆଉ ଏକ ଦ୍ୱନ୍ଦ୍ୱ ଛିଡ଼ା କରାଇଛି।
]]>ଏହାସହ ଆମେ ଯାହା କହିଥିଲୁ, ତାହା ପ୍ରମାଣିତ ହୋଇଛି ବୋଲି ଗୋଲକ କହିଛନ୍ତି । ସେପଟେ କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର କହିଛନ୍ତି, ତଦନ୍ତରେ ହାଇକୋର୍ଟ ସନ୍ତୁଷ୍ଟ ଥିବା କହିଛନ୍ତି କୋର୍ଟ, ଆଉ ୨ ମାସ ସମୟ ଦେଇଛନ୍ତି। ସୂଚନା ଅଧିକାର ତଥ୍ୟ ପରେ ଚିଠି ମିଳିଥାଇପାରେ ବୋଲି ପ୍ରତିକ୍ରିୟା ରଖିଛନ୍ତି ନିଶିକାନ୍ତ ମିଶ୍ର।
ବହୁଚର୍ଚ୍ଚିତ ନୟାଗଡ଼ ଯଦୁପୁର ନାବାଳିକା ହତ୍ୟା ମାମଲାରେ ଏକ ବଡ଼ ଖୁଲାସା ହୋଇଛି। SIT ତଦନ୍ତ ମନିଟରିଂ ଲାଗି ସିଟିଂ ଜଜ୍ ନିଯୁକ୍ତି ପାଇଁ ଏର୍ଯ୍ୟନ୍ତ ହାଇକୋର୍ଟଙ୍କୁ ରାଜ୍ୟ ସରକାରଙ୍କ ଚିଠି ମିଳିନାହିଁ। ଯେହେତୁ କୌଣସି ଚିଠି ମିଳିନାହିଁ, ତେଣୁ କୌଣସି ପଦକ୍ଷେପ ନେବାର ପ୍ରଶ୍ନ ଉଠୁନାହିଁ ବୋଲି ହାଇକୋର୍ଟ ଦର୍ଶାଇଛନ୍ତି। ସୂଚନା ଅଧିକାର ଆଇନ ବଳରେ ହାଇକୋର୍ଟରୁ ଏହି ସୂଚନା ମିଳିଛି।
ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା ହାଇକୋର୍ଟରୁ ଏ ସମ୍ପର୍କରେ ତଥ୍ୟ ମାଗିଥିଲେ। ହେମନ୍ତଙ୍କ ଆବେଦନର ଉତ୍ତର ଗତ ୬ ତାରିଖରେ ହାଇକୋର୍ଟରୁ ଆସିଛି। ମାତ୍ର ନଭେମ୍ବର ୨୮ ତାରିଖରେ ସରକାର ଚିଠି ଲେଖିଥିବା କଥା ପଦାକୁ ଆସିଥିଲା। ଗୃହ ବିଭାଗ ସ୍ୱତନ୍ତ୍ର ସଚିବ, ହାଇକୋର୍ଟ ରେଜିଷ୍ଟ୍ରାରଙ୍କୁ ଚିଠି ଲେଖିଥିଲେ।
ନାବାଳିକା ମୃତ୍ୟୁର ତଦନ୍ତ ନେଇ ଗତ ନଭେମ୍ବର ୨୮ ତାରିଖରେ ଆଇଜି ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ୫ ଜଣିଆ ଏସ୍ଆଇଟି ଗଠନ କରିଥିଲେ ରାଜ୍ୟ ସରକାର। ତାସହ ଏସ୍ଆଇଟି ତଦନ୍ତର ମନିଟରିଂ ଜଣେ ସିଟିଂ ଜଜ୍ଙ୍କ ଦ୍ୱାରା କରାଇବାକୁ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲ୍ଙ୍କୁ ଚିଠି ମଧ୍ୟ ଦେଇଥିଲେ।
ଜଣେ ସିଟିଂ ଜଜ୍ଙ୍କ ଦ୍ୱାରା ଏସ୍ଆଇଟି ତଦନ୍ତର ମନିଟରିଂ ପାଇଁ ମୁଖ୍ୟ ବିଚାରପତିଙ୍କ ନଜରକୁ ପ୍ରସ୍ତାବଟିକୁ ଆଣିବାକୁ ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲଙ୍କୁ ଅନୁରୋଧ କରିଥିଲେ ରାଜ୍ୟ ସରକାର। ହେଲେ ଜାନୁଆରୀ ୬ ତାରିଖ ସୁଦ୍ଧା ହାଇକୋର୍ଟଙ୍କୁ କିନ୍ତୁ ସେ ସମ୍ପର୍କିତ ଚିଠି ମିଳିନଥିବା ଆରଟିଆଇ କର୍ମୀ ହେମନ୍ତ ପଣ୍ଡା ହାସଲ କରିଥିବା ତଥ୍ୟରୁ ଜଣାପଡ଼ିଛି। ତେଣୁ ଯଦି ଚିଠି ଲେଖା ଯାଇଥିଲା, ତାହା କିଭଳି ହାଇକୋର୍ଟରେ ପହଞ୍ଚିଲାନି ତାକୁ ନେଇ ସୃଷ୍ଟି ହୋଇଛି ଦ୍ୱନ୍ଦ୍ୱ।
]]>ନୟାଗଡ଼ ନାବାଳିକା ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତକୁ ଗତକାଲି ନୟାଗଡ଼ ପକ୍ସୋ କୋର୍ଟ ନାବାଳକ ଦର୍ଶାଇଥିଲେ। ତେଣୁ ଅଭିଯୁକ୍ତର ବିଚାର ଜୁଭେନାଇଲ ଜଷ୍ଟିସ କୋର୍ଟ ନା ଚିଲଡ୍ରେନ୍ କୋର୍ଟରେ ହେବ ତାହା କମିଟି ନିର୍ଦ୍ଧାରଣ କରିବ।
ଦିଲ୍ଲୀ ନିର୍ଭୟା ମାମଲାକୁ ନେଇ ଆଇନରେ ହୋଇଥିବା ସଂଶୋଧନ ଅନୁଯାୟୀ ଜଘନ୍ୟ ଅପରାଧରେ ସଂଶ୍ଳିଷ୍ଟ ବାଳ ଅପରାଧୀଙ୍କ ବୟସ ୧୬ରୁ ୧୮ ବର୍ଷ ମଧ୍ୟରେ ହୋଇଥିଲେ, ଚିଲ଼ଡ୍ରେନ୍ କୋର୍ଟରେ ସେମାନଙ୍କର ସାବାଳକ ଭାବେ ବିଚାର ହେବ। ନୟାଗଡ଼ର ଏହି କୁନି ଝିଅର ହତ୍ୟା ଏକ ଜଘନ୍ୟ ଅପରାଧ ହୋଇଥିବାରୁ ଅଭିଯୁକ୍ତକୁ ସାବାଳକ ଦର୍ଶାଇବା ଲାଗି ଆଇନ୍ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ଏସଆଇଟି ପକ୍ଷରୁ ସୂଚନା ଦିଆଯାଇଛି।
ନୟାଗଡ଼ ନାବାଳିକା ହତ୍ୟା ମାମଲା: ଅଭିଯୁକ୍ତକୁ କାହିଁକି ସାବାଳକ ଦର୍ଶାଇଥିଲା SIT
ନୟାଗଡ଼ କୁନିଝିଅ ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତ ନାବାଳକ ବୋଲି ନୟାଗଡ଼ ପକ୍ସୋ କୋର୍ଟ ଗତକାଲି କହିବା ପରେ SITକୁ ଏକ ଶକ୍ତ ଝଟ୍କା ଲାଗିଛି । ଜନ୍ମ ପ୍ରମାଣପତ୍ର ଆଧାରରେ ନାବାଳକ ଥିବା ଅଭିଯୁକ୍ତକୁ ସାବାଳକ ଦର୍ଶାଇ ଏବେ ଅଡୁଆରେ ପଡ଼ିଛନ୍ତି ବୋଥ୍ରା ଆଣ୍ଡ୍ କୋ।
କୋର୍ଟରେ ଅଭିଯୁକ୍ତର ଜନ୍ମ ପ୍ରମାଣପତ୍ର ଏବଂ ମାଟ୍ରିକ ସାର୍ଟିଫିକେଟ୍ ଦାଖଲ କରାଯାଇଥିଲା। ଉଭୟ ପ୍ରମାଣପତ୍ରରେ ଅଭିଯୁକ୍ତର ଜନ୍ମ ତାରିଖ ଫେବ୍ରୁୟାରୀ ୬, ୨୦୦୩ ଉଲ୍ଲେଖ ରହିଛି। ଅର୍ଥାତ SIT ଦ୍ୱାରା ଗିରଫ ନାବାଳକର ବୟସ ଅଦ୍ୟାବଧି ୧୭ ରହିଛି। ଦାଖଲ ହୋଇଥିବା ଏସବୁ ପ୍ରମାଣପତ୍ର ଆଧାରରେ ସଂପୃକ୍ତ ଅଭିଯୁକ୍ତକୁ ପୋକ୍ସୋ କୋର୍ଟ ନାବାଳକ ବୋଲି ଦର୍ଶାଇବା ସହ ନାର୍କୋ ଆନାଲିସିସ୍ ଟେଷ୍ଟ ପାଇଁ SIT ପକ୍ଷରୁ ହୋଇଥିବା ଅପିଲ୍କୁ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡକୁ ପଠାଇ ଦେଇଛନ୍ତି
ସୂଚନାଥାଉ କି, ଡିସେମ୍ବର ୨୧, ୨୦୨୦ରେ ଓସିଫିକେସନ୍ ଟେଷ୍ଟ ରିପୋର୍ଟ ଆଧାରରେ ଅଭିଯୁକ୍ତକୁ ସାବାଳକ ଦର୍ଶାଇ କୋର୍ଟରେ ହାଜର କରିଥିଲା SIT। ଫଳରେ କୋର୍ଟ ଅଭିଯୁକ୍ତକୁ ଜେଲ୍ ପଠାଇଦେଇଥିଲେ। ଅଭିଯୁକ୍ତ ବିରୋଧରେ ନାବାଳିକା ଦୁଷ୍କର୍ମ, ଅପହରଣ, ହତ୍ୟା ସହ ପ୍ରମାଣ ନଷ୍ଟ ସହ ପୋକ୍ସୋ ଆଇନର ଧାରା ୬ ଅନୁସାରେ ଦଫା ଲାଗିଥିଲା। ଏହି ସମୟରେ ଗିରଫ ଅଭିଯୁକ୍ତର ପରିବାର ଲୋକେ ବି SITର ସାବାଳକ ଥିଓରୀ ସହ ସହମତି ହୋଇନଥିଲେ।
ତେବେ କାହିଁକି ସାବାଳକ ବୋଲି ଦର୍ଶାଇଥିଲା SIT ? ଜନ୍ମପ୍ରମାଣ ପତ୍ର ଥାଇ ବି ଓସିଫିକେସନ୍ର କାହିଁକି ପଡ଼ିଲା ଆବଶ୍ୟକ ? ଏବେ ଏମିତି ନାନା ପ୍ରଶ୍ନ ଉଠିଥିବାବେଳେ ନୟାଗଡ଼ ପୋକ୍ସୋ କୋର୍ଟଙ୍କ ରାୟ ପରେ SIT ଏବେ ବିବାଦରେ। ଯଦି ଯେକୌଣସି ତଦନ୍ତକାରୀ ଟିମ୍ କିମ୍ବା ଅଧିକାରୀ ଉଦ୍ଦେଶ୍ୟମୂଳକ ଭାବେ ଏଭଳି କରିଥାନ୍ତି, ତାହେଲେ ସେ କୋର୍ଟଙ୍କ ନିର୍ଦ୍ଦେଶରେ ଦଣ୍ଡିତ ହୋଇପାରିବେ। ଏପରିକି ପରିବାର ଲୋକେ କୋର୍ଟ ଏବଂ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇ କ୍ଷତିପୂରଣ ଦାବି କରିପାରିବେ ବୋଲି ଆଇନଜୀବୀ ମତ ଦେଇଛନ୍ତି।
]]>
#ବହୁଚର୍ଚ୍ଚିତ_ନୟାଗଡ଼_ଯଦୁପୁର_ପରୀ_ହତ୍ୟା_ମାମଲା
ପୋକ୍ସୋ କୋର୍ଟରେ ହାଜର ହେଲା ଅଭିଯୁକ୍ତ ସରୋଜ ସେଠୀ। ସରୋଜ ସେଠୀକୁ କୋର୍ଟରେ ହାଜର କରାଇଲା SIT#Odisha #BreakingNews #Nayagarh pic.twitter.com/VxFon73wUh— ଓଟିଭି (@otvkhabar) January 5, 2021
ତେବେ ବହୁ ଚର୍ଚ୍ଚିତ ନୟାଗଡ଼ ଯଦୁପୁର ନାବାଳିକା ହତ୍ୟାକାଣ୍ଡ ମାମଲାରେ ଉଠିଛି ବଡ଼ ପ୍ରଶ୍ନ। ନାବାଳିକା ଫ୍ରକ୍ରୁ ମିଳିଥିବା ସିମେନ୍ କାହାର ? ଏ ପ୍ରଶ୍ନ ଏଇଥିପାଇଁ ଉଠିଛି ଯେ ଫୋରେନ୍ସିକ୍ ଯାଞ୍ଚରୁ ଜବତ ଫ୍ରକ୍ରେ ହ୍ୟୁମାନ୍ ସିମେନ୍ର ଦାଗ ଥିବା ତ ସ୍ପଷ୍ଟ ହୋଇଛି, କିନ୍ତୁ ଏହା ଏଭଳି ନଷ୍ଟ ହୋଇଯାଇଛି ଯେ ଏହାର ଗ୍ରୁପ୍ ଚିହ୍ନଟ ହୋଇପାରୁନି। ତେଣୁ ସିମେନ ଅଭିଯୁକ୍ତ ସରୋଜର ନା କାହାର ସେ ନେଇ ଏବେ ପ୍ରଶ୍ନ ଛିଡ଼ା ହୋଇଛି।
ପରୀ ନିଖୋଜର ୧୦ ଦିନ ପରେ ପରୀର ଘର ପଛପଟୁ ଏକ ଅଖା ଭିତରେ କିଛି ହାଡ଼, ଏକ ଫ୍ରକ୍ ଏବଂ ଗୋଟିଏ ଜିଆଇ ତାର ଜବତ ହୋଇଥିଲା। ଏହାକୁ ଦୀର୍ଘ ଦିନ ପକାଇ ରଖିବା ପରେ କୋର୍ଟରେ ଦିଆଯାଇଥିଲା। ଏହାପରେ ସ୍ଥାନୀୟ ପୋଲିସ ଏସବୁକୁ ଫରେନ୍ସିକ୍ ଯାଞ୍ଚ ପାଇଁ ପଠାଇଥିଲା।
ଆଉ ଭୁବନେଶ୍ୱର ଫରେନ୍ସିକ୍ ଲାବ୍ରୋଟାରୀରେ ପରୀକ୍ଷଣ ପରେ ଗତ ୧୪ ତାରିଖରେ ରିପୋର୍ଟ ଆସିଥିଲା। ତେବେ ଜବତ ଫ୍ରକ୍ରେ ଲାଗିଥିବା ସିମେନ୍ ଗ୍ରୁପ୍ ଚିହ୍ନଟ ଅବସ୍ଥାରେ ନାହିଁ। ସେହିପରି ଜବତ ହୋଇଥିବା ଝୋଟ ଅଖାରେ ମଧ୍ୟ ସିମେନ୍ କିମ୍ବା ବ୍ଲଡ୍ ଷ୍ଟେନ୍ ଚିହ୍ନଟ ହୋଇପାରି ନାହିଁ ବୋଲି ରିପୋର୍ଟରେ ସ୍ପଷ୍ଟ ଉଲ୍ଲେଖ ରହିଛି।
ତେଣୁ ଏଭଳି ସ୍ଥିତିରେ ଏସ୍ଆଇଟିର ଦାବି ଅନୁଯାୟୀ ଏ ସିମେନ୍ ଯେ ଅଭିଯୁକ୍ତ ସରୋଜ ସେଠୀର ତାହା କିଭଳି ପ୍ରମାଣିତ ହେବ ତାହା ହିଁ ବଡ଼ ଚ୍ୟାଲେଞ୍ଜ ହୋଇ ଏବେ ଠିଆ ହୋଇଛି।
ସେପଟେ ନାବାଳିକା ହତ୍ୟା ଘଟଣାର ତଦନ୍ତ ଭାର ସିବିଆଇକୁ ଦିଆଯାଉ ବୋଲି ଦାବି କରିଥିଲେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜ୍ୟ ସରକାର ନାବାଳିକା ମାମଲାର ତଦନ୍ତଭାର ସିବିଆଇକୁ ଦେଇଦେବା ଉଚିତ୍ ବୋଲି ଢେଙ୍କାନାଳରେ ଚାଷୀ ସମାବେଶରେ ଯୋଗ ଦେଇ କହିଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ନାବାଳିକା ହତ୍ୟା ଘଟଣାର ତଦନ୍ତକୁ ନେଇ ବହୁ ସଂଶୟ ପ୍ରକାଶ ପାଇଲାଣି। ନ୍ୟାୟ ପାଇବା ପାଇଁ ନାବାଳିକାର ବାପା, ମାଙ୍କୁ ଆତ୍ମାହୁତି ଉଦ୍ୟମ କରିବାକୁ ପଡ଼ିଲା। ତେଣୁ ଭଲ ହେବ, ରାଜ୍ୟ ସରକାର ଏହାର ତଦନ୍ତ ଏକ ନିଷ୍ପକ୍ଷ କେନ୍ଦ୍ରୀୟ ସଂସ୍ଥାକୁ ତଦନ୍ତ ଭାର ଦିଅନ୍ତୁ। ନାବାଳିକାର ମାଆ ବାପାଙ୍କ ଅଭିଯୋଗ ଆଧାରରେ ମାମଲାର ତଦନ୍ତ ଭାର ସିବିଆଇକୁ ଦେଇଦେବା ଉଚିତ ହେବ ବୋଲି ଧର୍ମେନ୍ଦ୍ର ଦାବି କହିଛନ୍ତି।
ଅନ୍ୟପଟେ ଏସ୍ଆଇଟିର ତଦନ୍ତ ଉପରେ ଭରସା କରିପାରୁ ନାହାନ୍ତି ମୃତ ନାବାଳିକାର ବାପା,ମା। ଯେହେତୁ ଏସ୍ଆଇଟି ଟିମ୍ ଏଯାଏଁ କୌଣସି ଗୋଟିଏ ବି ପ୍ରମାଣକୁ ନାବାଳିକା ପରିବାର ଲୋକଙ୍କୁ ଦେଖାଉନି କି ସେମାନଙ୍କ ସନ୍ଦେହ ଘେରରେ ଥିବା ଲୋକଙ୍କୁ ଧରୁନି, ତେଣୁ ଏସଆଇଟି ଉପରୁ ଭରସା ତୁଟାଇ ସିବିଆଇ ତଦନ୍ତ ଦାବିରେ ଅଟଳ ଅଛନ୍ତି ନାବାଳିକାର ବାପା-ମାଆ।
ସରୋଜ ଦୋଷୀ ବୋଲି ପ୍ରମାଣ ସ୍ୱରୂପ ସରୋଜ ଘରୁ ଜବତ କରିଥିବା ରକ୍ତ ଭିଜା ଗାମୁଛା ଓ ସିମେନ୍ସ ଦାଗ ଥିବା ଫ୍ରକ୍ ଜବତ କିମ୍ବା ଗାଁ ପରିତ୍ୟକ୍ତ ପୋଖରୀରୁ ଖୋଜି ପାଇଥିବା ନାବାଳିକାର ଲେଗିନ୍ସ,ଏସବୁରୁ ଗୋଟିଏକୁ ବି ବିଶ୍ୱାସକୁ ନେଉ ନାହାନ୍ତି ନାବାଳିକାର ପରିବାର ବାପା-ମା।
]]>#ମୋତେ_ମାଡ଼ମାରି_ଫସାଯାଇଛି_ସରୋଜ
ବହୁ ଚର୍ଚ୍ଚିତ ନୟାଗଡ଼ ଯଦୁପୁର ପରୀ ହତ୍ୟା ମାମଲା। ମୋତେ ଫସାଯାଇଛି କହିଲେ ମୁଖ୍ୟ ଅଭିଯୁକ୍ତ ସରୋଜ ସେଠୀ। କୋର୍ଟରେ ହାଜର ହୋଇ ବାହାରିବା ପରେ ସରୋଜଙ୍କ ପ୍ରତିକ୍ରିୟା। pic.twitter.com/tOallA8Oxm— ଓଟିଭି (@otvkhabar) January 4, 2021
ତେବେ ବହୁ ଚର୍ଚ୍ଚିତ ନୟାଗଡ଼ ଯଦୁପୁର ନାବାଳିକା ହତ୍ୟାକାଣ୍ଡ ମାମଲାରେ ଉଠିଛି ବଡ଼ ପ୍ରଶ୍ନ। ନାବାଳିକା ଫ୍ରକ୍ରୁ ମିଳିଥିବା ସିମେନ୍ କାହାର ? ଏ ପ୍ରଶ୍ନ ଏଇଥିପାଇଁ ଉଠିଛି ଯେ ଫୋରେନ୍ସିକ୍ ଯାଞ୍ଚରୁ ଜବତ ଫ୍ରକ୍ରେ ହ୍ୟୁମାନ୍ ସିମେନ୍ର ଦାଗ ଥିବା ତ ସ୍ପଷ୍ଟ ହୋଇଛି, କିନ୍ତୁ ଏହା ଏଭଳି ନଷ୍ଟ ହୋଇଯାଇଛି ଯେ ଏହାର ଗ୍ରୁପ୍ ଚିହ୍ନଟ ହୋଇପାରୁନି। ତେଣୁ ସିମେନ ଅଭିଯୁକ୍ତ ସରୋଜର ନା କାହାର ସେ ନେଇ ଏବେ ପ୍ରଶ୍ନ ଛିଡ଼ା ହୋଇଛି।
ପରୀ ନିଖୋଜର ୧୦ ଦିନ ପରେ ପରୀର ଘର ପଛପଟୁ ଏକ ଅଖା ଭିତରେ କିଛି ହାଡ଼, ଏକ ଫ୍ରକ୍ ଏବଂ ଗୋଟିଏ ଜିଆଇ ତାର ଜବତ ହୋଇଥିଲା। ଏହାକୁ ଦୀର୍ଘ ଦିନ ପକାଇ ରଖିବା ପରେ କୋର୍ଟରେ ଦିଆଯାଇଥିଲା। ଏହାପରେ ସ୍ଥାନୀୟ ପୋଲିସ ଏସବୁକୁ ଫରେନ୍ସିକ୍ ଯାଞ୍ଚ ପାଇଁ ପଠାଇଥିଲା।
ଆଉ ଭୁବନେଶ୍ୱର ଫରେନ୍ସିକ୍ ଲାବ୍ରୋଟାରୀରେ ପରୀକ୍ଷଣ ପରେ ଗତ ୧୪ ତାରିଖରେ ରିପୋର୍ଟ ଆସିଥିଲା। ତେବେ ଜବତ ଫ୍ରକ୍ରେ ଲାଗିଥିବା ସିମେନ୍ ଗ୍ରୁପ୍ ଚିହ୍ନଟ ଅବସ୍ଥାରେ ନାହିଁ। ସେହିପରି ଜବତ ହୋଇଥିବା ଝୋଟ ଅଖାରେ ମଧ୍ୟ ସିମେନ୍ କିମ୍ବା ବ୍ଲଡ୍ ଷ୍ଟେନ୍ ଚିହ୍ନଟ ହୋଇପାରି ନାହିଁ ବୋଲି ରିପୋର୍ଟରେ ସ୍ପଷ୍ଟ ଉଲ୍ଲେଖ ରହିଛି।
ତେଣୁ ଏଭଳି ସ୍ଥିତିରେ ଏସ୍ଆଇଟିର ଦାବି ଅନୁଯାୟୀ ଏ ସିମେନ୍ ଯେ ଅଭିଯୁକ୍ତ ସରୋଜ ସେଠୀର ତାହା କିଭଳି ପ୍ରମାଣିତ ହେବ ତାହା ହିଁ ବଡ଼ ଚ୍ୟାଲେଞ୍ଜ ହୋଇ ଏବେ ଠିଆ ହୋଇଛି।
ସେପଟେ ନାବାଳିକା ହତ୍ୟା ଘଟଣାର ତଦନ୍ତ ଭାର ସିବିଆଇକୁ ଦିଆଯାଉ ବୋଲି ଦାବି କରିଥିଲେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜ୍ୟ ସରକାର ନାବାଳିକା ମାମଲାର ତଦନ୍ତଭାର ସିବିଆଇକୁ ଦେଇଦେବା ଉଚିତ୍ ବୋଲି ଢେଙ୍କାନାଳରେ ଚାଷୀ ସମାବେଶରେ ଯୋଗ ଦେଇ କହିଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ନାବାଳିକା ହତ୍ୟା ଘଟଣାର ତଦନ୍ତକୁ ନେଇ ବହୁ ସଂଶୟ ପ୍ରକାଶ ପାଇଲାଣି। ନ୍ୟାୟ ପାଇବା ପାଇଁ ନାବାଳିକାର ବାପା, ମାଙ୍କୁ ଆତ୍ମାହୁତି ଉଦ୍ୟମ କରିବାକୁ ପଡ଼ିଲା। ତେଣୁ ଭଲ ହେବ, ରାଜ୍ୟ ସରକାର ଏହାର ତଦନ୍ତ ଏକ ନିଷ୍ପକ୍ଷ କେନ୍ଦ୍ରୀୟ ସଂସ୍ଥାକୁ ତଦନ୍ତ ଭାର ଦିଅନ୍ତୁ। ନାବାଳିକାର ମାଆ ବାପାଙ୍କ ଅଭିଯୋଗ ଆଧାରରେ ମାମଲାର ତଦନ୍ତ ଭାର ସିବିଆଇକୁ ଦେଇଦେବା ଉଚିତ ହେବ ବୋଲି ଧର୍ମେନ୍ଦ୍ର ଦାବି କହିଛନ୍ତି।
ଅନ୍ୟପଟେ ଏସ୍ଆଇଟିର ତଦନ୍ତ ଉପରେ ଭରସା କରିପାରୁ ନାହାନ୍ତି ମୃତ ନାବାଳିକାର ବାପା,ମା। ଯେହେତୁ ଏସ୍ଆଇଟି ଟିମ୍ ଏଯାଏଁ କୌଣସି ଗୋଟିଏ ବି ପ୍ରମାଣକୁ ନାବାଳିକା ପରିବାର ଲୋକଙ୍କୁ ଦେଖାଉନି କି ସେମାନଙ୍କ ସନ୍ଦେହ ଘେରରେ ଥିବା ଲୋକଙ୍କୁ ଧରୁନି, ତେଣୁ ଏସଆଇଟି ଉପରୁ ଭରସା ତୁଟାଇ ସିବିଆଇ ତଦନ୍ତ ଦାବିରେ ଅଟଳ ଅଛନ୍ତି ନାବାଳିକାର ବାପା-ମାଆ।
ସରୋଜ ଦୋଷୀ ବୋଲି ପ୍ରମାଣ ସ୍ୱରୂପ ସରୋଜ ଘରୁ ଜବତ କରିଥିବା ରକ୍ତ ଭିଜା ଗାମୁଛା ଓ ସିମେନ୍ସ ଦାଗ ଥିବା ଫ୍ରକ୍ ଜବତ କିମ୍ବା ଗାଁ ପରିତ୍ୟକ୍ତ ପୋଖରୀରୁ ଖୋଜି ପାଇଥିବା ନାବାଳିକାର ଲେଗିନ୍ସ,ଏସବୁରୁ ଗୋଟିଏକୁ ବି ବିଶ୍ୱାସକୁ ନେଉ ନାହାନ୍ତି ନାବାଳିକାର ପରିବାର ବାପା-ମା।
]]>ଆମେ ସେହି ଗାମୁଛାକୁ ଲାବକୁ ପଠାଇଛୁ। କେବଳ ଏତିକି ନୁହେଁ ବରଂ ପୋଖରୀରୁ ମିଳିଥିବା ଲେଙ୍ଗିନସ ମଧ୍ୟ ଲାବକୁ ପଠାଯିବ। ଲେଙ୍ଗିନସରେ ମଧ୍ୟ କିଛି ଦାଗ ଅଛି କି ନାହିଁ ସେନେଇ ମଧ୍ୟ ଆଲୋଚନା କରାଯିବ। ଉଭୟ ଜିନିଷ ଆମକୁ ବଡ ସାହାଯ୍ୟ କରିବ ବୋଲି କହିଲେ ବୋଥ୍ରା।
ସରୋଜର କାରାନାମା ସମ୍ପର୍କରେ ଜାଣିଥିଲେ ପରିବାର ଲୋକେ। କିଛି ଏମିତି କଥା କହିଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା। ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଘଟଣା ସମ୍ପର୍କରେ ପରିବାରର କେହି ଜଣେ ସଦସ୍ୟ ଜାଣିଥିଲେ। ପରିବାରର କେହି ନା କେହି ଏହା ସମ୍ପର୍କରେ ଜାଣିଛନ୍ତି ବୋଲି କହିଲେ ବୋଥ୍ରା। ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ତଦନ୍ତ କରୁଛୁ , ସବୁ କଥା ଜଣାପଡିବ। ପରିବାର ସଦସ୍ୟ ଏ ସମ୍ପର୍କରେ କେବେ ଜାଣିଥିଲେ ତାହାର ତଦନ୍ତ ଚାଲିଛି।
ସରୋଜ ପୋଲିସର ତଦନ୍ତକୁ ପୂରା ଟ୍ରାକିଂ କରୁଥିଲା । ଏମିତି କି ମୋ ସମ୍ପର୍କରେ ଗୁଗୁଲରେ ସେ ବହୁତ ଅନୁସନ୍ଧାନ କରିଥିବା କହିଛନ୍ତି ଅରୁଣ। ଏହାସହ ମୁଁ ତାହା ବିଷୟରେ ଯେତିକି ଜାଣିନାହିଁ ତାହାଠୁ ଅଧିକ ସେ ମୋ ବିଷୟରେ ଜାଣିଛି ବୋଲି କହିଛନ୍ତି ବୋଥ୍ରା। ଏମିତିକି ଏସଆଇଟି କେମିତି ତଦନ୍ତ କରୁଛି ତାହାକୁ ମଧ୍ୟ ନ୍ୟୁଜରେ ପ୍ରତିଦିନ ସରୋଜ ଦେଖୁଥିବା କଥା କହିଛନ୍ତି ଅରୁଣ। କେବଳ ଏତିକି ନୁହେଁ ବରଂ ରିମାଣ୍ଡ ବେଳେ କେମିତି ସରୋଜର ବ୍ୟବହାର ଥିଲା ସେନେଇ ବି ପ୍ରତିକ୍ରିୟା ରଖିଛନ୍ତି ବୋଥ୍ରା। ସେ କହିଛନ୍ତି ଯେ, କେତେବେଳେ ରାଗୁଛି ତ ପୁଣି କେତେବେଳେ ସ୍ୱାଭାବିକ ଭାବରେ କଥା ହେଉଛି ସରୋଜ ବୋଲି ସେ କହିଛନ୍ତି।
ନୟାଗଡ ପରୀ ହତ୍ୟା ମାମଲାରେ ଘଣ୍ଟାକୁ ଘଣ୍ଟା କିଛି ନା କିଛି ନୂଆ ତଥ୍ୟ ଆସିବାରେ ଲାଗିଛି । ତେବେ ବର୍ତ୍ତମାନ ସମୟରେ ମିଳିଥିବା ସୂଚନା ଅନୁସାରେ, ଘଟଣା ସ୍ଥଳକୁ ଯାଇ ଡେମୋ ଦେଖାଇଛି ସରୋଜ। ହତ୍ୟା ଘଟିଥିବା ସ୍ଥାନ ଅର୍ଥାତ ଯଦୁପୁରକୁ ନେଇ ସରୋଜକୁ ଡେମୋ କରାଇଲା ଏସଆଇଟି। ପୋଖରୀ କୂଳରେ ଘଟଣା ସମ୍ପର୍କରେ ପୂରା କଥା ବର୍ଣ୍ଣନା କଲା ସରୋଜ। ତେବେ ଘଟଣା ସ୍ଥଳରେ ଟିକିନିଖି ପଚାରୁଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା। ଏବଂ ଏସଆଇଟି ସାମ୍ନାରେ ଗୋଟି ଗୋଟି ଘଟଣା ଦେଖାଉଛି ସରୋଜ।
ପଢନ୍ତୁ :
କେମିତି କରିଥିଲା ହତ୍ୟା? ଡେମୋ ଦେଖାଉଛି ସରୋଜ
ପରୀ ମାମଲାରେ ପୁଣି ଏକ ମହାଖୁଲାସା କରିଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା। ବୋଥ୍ରା କହିଛନ୍ତି ଯେ, ପରୀର କୌଣସି ହାଡ ନିଖୋଜ ହୋଇନାହିଁ। ପୋଷ୍ଟମର୍ଟମ ରିପୋର୍ଟରେ କୌଣସି ହାଡ ନଥିବା କଥା କୁହାଯାଇନାହିଁ। ହାଡ ମିଳିନଥିବା ସମ୍ପର୍କରେ ବିଶେଷଜ୍ଞ ଡାକ୍ତରମାନେ କିଛି କହିନାହାନ୍ତି ବୋଲି ବୋଥ୍ରା କହିଛନ୍ତି। ଦେହାବଶେଷ ମିଳିବା ପରେ ଶବ ଚିହ୍ନଟ ପାଇଁ ଡିଏନଏ କରାଯାଇଥିଲା। ଡିଏନଏ ଟେଷ୍ଟ କରିବା ଲାଗି ଡାକ୍ତରମାନେ କିଛି ହାଡ ପଠାଇଥିଲେ ବୋଲି ଅରୁଣ କହିଛନ୍ତି ।
]]>ସରୋଜ ପୋଲିସର ତଦନ୍ତକୁ ପୂରା ଟ୍ରାକିଂ କରୁଥିଲା । ଏମିତି କି ମୋ ସମ୍ପର୍କରେ ଗୁଗୁଲରେ ସେ ବହୁତ ଅନୁସନ୍ଧାନ କରିଥିବା କହିଛନ୍ତି ଅରୁଣ। ଏହାସହ ମୁଁ ତାହା ବିଷୟରେ ଯେତିକି ଜାଣିନାହିଁ ତାହାଠୁ ଅଧିକ ସେ ମୋ ବିଷୟରେ ଜାଣିଛି ବୋଲି କହିଛନ୍ତି ବୋଥ୍ରା। ଏମିତିକି ଏସଆଇଟି କେମିତି ତଦନ୍ତ କରୁଛି ତାହାକୁ ମଧ୍ୟ ନ୍ୟୁଜରେ ପ୍ରତିଦିନ ସରୋଜ ଦେଖୁଥିବା କଥା କହିଛନ୍ତି ଅରୁଣ। କେବଳ ଏତିକି ନୁହେଁ ବରଂ ରିମାଣ୍ଡ ବେଳେ କେମିତି ସରୋଜର ବ୍ୟବହାର ଥିଲା ସେନେଇ ବି ପ୍ରତିକ୍ରିୟା ରଖିଛନ୍ତି ବୋଥ୍ରା। ସେ କହିଛନ୍ତି ଯେ, କେତେବେଳେ ରାଗୁଛି ତ ପୁଣି କେତେବେଳେ ସ୍ୱାଭାବିକ ଭାବରେ କଥା ହେଉଛି ସରୋଜ ବୋଲି ସେ କହିଛନ୍ତି।
ନୟାଗଡ ପରୀ ହତ୍ୟା ମାମଲାରେ ଘଣ୍ଟାକୁ ଘଣ୍ଟା କିଛି ନା କିଛି ନୂଆ ତଥ୍ୟ ଆସିବାରେ ଲାଗିଛି । ତେବେ ବର୍ତ୍ତମାନ ସମୟରେ ମିଳିଥିବା ସୂଚନା ଅନୁସାରେ, ଘଟଣା ସ୍ଥଳକୁ ଯାଇ ଡେମୋ ଦେଖାଇଛି ସରୋଜ। ହତ୍ୟା ଘଟିଥିବା ସ୍ଥାନ ଅର୍ଥାତ ଯଦୁପୁରକୁ ନେଇ ସରୋଜକୁ ଡେମୋ କରାଇଲା ଏସଆଇଟି। ପୋଖରୀ କୂଳରେ ଘଟଣା ସମ୍ପର୍କରେ ପୂରା କଥା ବର୍ଣ୍ଣନା କଲା ସରୋଜ। ତେବେ ଘଟଣା ସ୍ଥଳରେ ଟିକିନିଖି ପଚାରୁଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା। ଏବଂ ଏସଆଇଟି ସାମ୍ନାରେ ଗୋଟି ଗୋଟି ଘଟଣା ଦେଖାଉଛି ସରୋଜ।
ପଢନ୍ତୁ :
ଗାମୁଛା କହିବ ହତ୍ୟାକାଣ୍ଡର କଳା କାହାଣୀ?
ପରୀ ମାମଲାରେ ପୁଣି ଏକ ମହାଖୁଲାସା କରିଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା। ବୋଥ୍ରା କହିଛନ୍ତି ଯେ, ପରୀର କୌଣସି ହାଡ ନିଖୋଜ ହୋଇନାହିଁ। ପୋଷ୍ଟମର୍ଟମ ରିପୋର୍ଟରେ କୌଣସି ହାଡ ନଥିବା କଥା କୁହାଯାଇନାହିଁ। ହାଡ ମିଳିନଥିବା ସମ୍ପର୍କରେ ବିଶେଷଜ୍ଞ ଡାକ୍ତରମାନେ କିଛି କହିନାହାନ୍ତି ବୋଲି ବୋଥ୍ରା କହିଛନ୍ତି। ଦେହାବଶେଷ ମିଳିବା ପରେ ଶବ ଚିହ୍ନଟ ପାଇଁ ଡିଏନଏ କରାଯାଇଥିଲା। ଡିଏନଏ ଟେଷ୍ଟ କରିବା ଲାଗି ଡାକ୍ତରମାନେ କିଛି ହାଡ ପଠାଇଥିଲେ ବୋଲି ଅରୁଣ କହିଛନ୍ତି ।
]]>ଏହାସହ କାହିଁକି ଡଗ ସ୍କ୍ୱାର୍ଡ କିଛି ଜାଣିପାରିଲା ନାହିଁ ପ୍ରଶ୍ନର ଉତ୍ତର ଦେଇ ବୋଥ୍ରା କହିଛନ୍ତି ଯେ, ଡଗ ସ୍କ୍ୱାର୍ଡ ଏସଆଇଟି ବ୍ୟବହାର କରିନାହିଁ । ତେଣୁ ସେ ସମ୍ପର୍କରେ ଆପଣ ପଚରିଲେ ମୁଁ କିଛି କହିପାରିବି ନାହିଁ ବୋଲି ବୋଥ୍ରା କହିଛନ୍ତି।
ସେପଟେ ବହୁ ଚର୍ଚ୍ଚିତ ନୟାଗଡ ନାବାଳିକା ଦୁଷ୍କର୍ମ ପରେ ହତ୍ୟା ଘଟଣାରେ ଅଭିଯୁକ୍ତ ସରୋଜ ସେଠୀଙ୍କ ରିମାଣ୍ଡ ଅବଧି ଆଜି ଶେଷ ହେଉଛି। ଅଧିକ ତଥ୍ୟ ସଂଗ୍ରହ ପାଇଁ ଏସଆଇଟି ସରୋଜଙ୍କୁ ତିନିଦିନ ପାଇଁ ରିମାଣ୍ଡରେ ନେଇଥିଲା। ଆଜି ସନ୍ଧ୍ୟାରେ ସରୋଜକୁ ନୟାଗଡ ପକ୍ସୋ କୋର୍ଟରେ ହାଜର କରାଯିବ।
ନାବାଳିକାକୁ ହତ୍ୟା ବେଳେ ଅଭିଯୁକ୍ତ ସରୋଜ ସେଠୀ ତଣ୍ଟି ଚିପି ହତ୍ୟା କରିବା ସହ ତା ନାକରୁ ରକ୍ତ ବାହାରି ଥିଲା। ଏହି ରକ୍ତକୁ ଅଭିଯୁକ୍ତ ନିଜ ଗାମୁଛାରେ ପୋଛିଥିବା କଥା କହିଛି। ତେବେ ସେହି ଗାମୁଛା ମଧ୍ୟ ସରୋଜର ଘରୁ ଏସଆଇଟି ଜବତ କରିଛି। ଏବଂ ଗାମୁଛାରେ ରକ୍ତଦାଗ ନେଇ ବିଶେଷଜ୍ଞ ସ୍ପଷ୍ଟ କରିଥିବା SIT ସୂତ୍ରରୁ ସୂଚନା ମିଳିଛି।
ସେପଟେ ପରୀ ହତ୍ୟାଘଟଣାର ମୁଖ୍ୟ ଅଭିଯୁକ୍ତ ସରୋଜ ବୋଲି ଏସଆଇଟି ମୁଖ୍ୟ କହିବା ପରେ ବି ଥମିବାରେ ନା ନେଉନାହିଁ ଚର୍ଚ୍ଚା।
ତେବେ ପରୀ ହତ୍ୟା ଓ ଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ହାତରେ ହାତକଡ଼ି ପରେ ବି ଥମୁନି ବିବାଦ। ୫ ମାସ ତଳର ମର୍ଡର ମିଷ୍ଟ୍ରିର ମହାଖୁଲାସା ପରେ ମଧ୍ୟ ହଟୁନି ଦ୍ୱନ୍ଦ୍ୱ। କୁନିଝିଅ ପରୀ କେସ୍ରେ ସରୋଜ ସେଠୀକୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଇଥିବା ଏସଆଇଟି ଗତକାଲି ଖୋଲିଥିଲା ମର୍ଡର ପ୍ଲଟ୍ର ତମାମ ଦିଗ।
ଆଉ ସଂଧ୍ୟାରେ ଯଦୁପୁର ପୋଖରୀରୁ ପ୍ରମାଣ ଅପେକ୍ଷାରେ ଥିବା SITକୁ ମିଳିଥିଲା ଏକ ଲେଙ୍ଗିଙ୍ଗ୍ସ। ଏସବୁ ପରେ ବି SIT ତଦନ୍ତ ଓ ମର୍ଡର ଥିଓରୀକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଅନେକ। ଏମିତିକି ଖୋଦ୍ SIT ମୁଖ୍ୟ ଅରୁଣ ବୋଥ୍ରାଙ୍କ ପଲିଗ୍ରାଫ୍ ଟେଷ୍ଟ ଦାବିରେ ହାଇକୋର୍ଟରେ ମାମଲା ଦାଏର କରିଛି ଭାରତୀୟ ବିକାଶ ପରିଷଦ। ସେହିଭଳି ମାମଲାର ସିବିଆଇ ତଦନ୍ତ ସହ ଡାକ୍ତରୀ ମାଇନା କରିଥିବା ୨ ଡାକ୍ତରଙ୍କ ପଲିଗ୍ରାଫ ଟେଷ୍ଟ ଦାବି କରିଛି ସଂଗଠନ।
ଆହୁରି ମଧ୍ୟ ପଢନ୍ତୁ :
ସରୋଜ ଉପରେ କାହିଁକି ସନ୍ଦେହ କରିଥିଲା ଏସଆଇଟି ?
ଏପଟେ ପରୀ ମାମଲାରେ ତା ପରିବାରକୁ ନ୍ୟାୟ ପାଇଁ ରାସ୍ତାକୁ ଓହ୍ଲାଇଥିବା ବିରୋଧୀଙ୍କୁ ବି ସନ୍ତୁଷ୍ଟ କରିପାରିନି SITର ମର୍ଡର ମିଷ୍ଟ୍ରି ଖୁଲାସା। ବିଜେପି କହିଛି ଅଙ୍ଗତସ୍କରିକୁ ଲୁଚାଇବା ପାଇଁ ଏସଆଇଟିର ଏହା ମନଗଢ଼ା କାହାଣୀ। ଏମିତିକି ତଦନ୍ତ ଗତି କୁଆଡେ ଯିବ, ସେ ନେଇ ଯେଉଁ ସନ୍ଦେହ କରାଯାଉଥିଲା ତାହା ସତ ହୋଇଥିବା କହିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ। DNA ଟେଷ୍ଟର ରିପୋର୍ଟ ମିଳିନଥିବା ବେଳେ ପଲିଗ୍ରାଫ ଟେଷ୍ଟ ବି ନିର୍ବିବାଦୀୟ ନୁହେଁ କହିଛି ଦଳ।
ସେପଟେ ପରୀ ପରିବାର ଉପରକୁ ଆଙ୍ଗୁଠି ଉଠାଉଥିବା ବାବୁଲି ନାୟକର ପଲିଗ୍ରାଫ ଟେଷ୍ଟ କାହିଁକି ହୋଇନି, ସେ ପ୍ରଶ୍ନ ସହ ତଦନ୍ତର ଆଉ କିଛି ଆଇନଗତ ଦିଗ ସଂପର୍କରେ ଆଙ୍ଗୁଠି ଉଠାଇ ଘଟଣାର ସିବିଆଇ ତଦନ୍ତ ଦାବି କରିଛି ଦଳ। ସମାନ ଢଙ୍ଗରେ ଏସଆଇଟିର ତଦନ୍ତକୁ ସନ୍ଦେହଜନକ ଦୃଷ୍ଟିରେ ଦେଖିଛି କଂଗ୍ରେସ। ତେବେ ସତ୍ୟ ଉନ୍ମୋଚନ ହେଉ ଏବଂ ପୀଡ଼ିତା ନ୍ୟାୟ ପାଉ ବୋଲି ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ମାମଲାରେ ବିବାଦ ଘେରକୁ ଆସିଥିବା ମନ୍ତ୍ରୀ ଅରୁଣ ସାହୁ।
ଯଦୁପୁର ପୋଖରୀରୁ ପରୀର ଲେଗିଙ୍ଗ୍ସ ମିଳିବା ପରେ ଗତକାଲି ଦ୍ୱିତୀୟ ଦିନ ପାଇଁ ପୋଖରୀରୁ ଆଉ କିଛି ପ୍ରମାଣ ଆଶାରେ ଖୋଜାଖୋଜି କରିଛନ୍ତି ଓଡ୍ରାଫ୍ ଟିମ୍ ଓ ସ୍କୁବା ଡାଇଭର। ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ବି ଯଦୁପୁର ଯାଇ ତଦନ୍ତର ତଦାରଖ କରିଛନ୍ତି।
]]>
#ପରୀ_ମାମଲା #ରାଜ୍ୟକୁ_୪_ସପ୍ତାହ
ବହୁ ଚର୍ଚ୍ଚିତ ନୟାଗଡ଼ ଯଦୁପୁର ନାବାଳିକା ପରୀ ହତ୍ୟା ମାମଲାରେ ଜବାବ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ମହଲତ ଦେଲେ ସୁପ୍ରିମକୋର୍ଟ। ସତ୍ୟପାଠ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ୪ ସପ୍ତାହ ସମୟ ଦେଲେ କୋର୍ଟ। ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ପରୀର ମା ସୌଦାମିନି ସାହୁ#Odisha #ParimurderCase pic.twitter.com/xR0ZCgaOWf— ଓଟିଭି (@otvkhabar) February 22, 2021
ଜାନୁଆରୀ ୧୩ ତାରିଖରେ ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ସିବିଆଇ ଓ ଓଡ଼ିଶା ସରକାରଙ୍କୁ ନୋଟିସ ଜାରି କରିଥିଲେ । ସେପଟେ ଗତ ୧୮ ତାରିଖରେ ହତ୍ୟାକରୀ, ନାବାଳିକାକୁ ହତ୍ୟା କରିଥିବା ନେଇ ନିଜ ସ୍ୱୀକାରୋକ୍ତି କରିଥିଲା। କେମିତି ‘ନାବାଳିକାକୁ’ ହତ୍ୟା କରିଥିଲା ଏଂ କେମିତି ମୃତଦେହ ଲୁଚାଇବାକୁ ଷଡ଼ଯନ୍ତ୍ର ରଚିଥିଲା ସବୁ କଥା ନିଜେ ଅଭିଯୁକ୍ତ ସତ ମାନିଥିଲା । ପରୀକୁ ତଳେ ପକାଇ କୁନି ଝିଅର ତଣ୍ଟି ଚିପି ମାରିବା ସହ କାନ୍ଥ ଉପରେ ଥିବା ଏକ ଝୋଟ ଅଖାରେ ପୂରାଇ ବାଡ଼ି ପଛପଟେ ପୋଖରୀ କୂୂଳରେ ପରୀର ମୃତଦେହକୁ ଫୋପାଡ଼ି ଦେଇଥିବା କଥା ମଧ୍ୟ କହିଥିଲା ।
]]>ଆଜି ଅଭିଯୁକ୍ତ ନାବାଳକର ବ୍ରେନ୍ ମ୍ୟାପିଂ ପାଇଁ ଏସ୍ଆଇଟି କରିଥିବା ଆବେଦନ ଉପରେ ଶୁଣାଣି ହୋଇଛି । ଅଭିଯୁକ୍ତକୁ ଅନୁଗୁଳସ୍ଥିତ ବାଳସୁଧାର ଗୃହରୁ ଅଣାଯାଇ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡ(ଜେଜେବି)ରେ ହାଜର କରାଯାଇଛି। ଗତ ୮ ତାରିଖରେ ବ୍ରେନ ମ୍ୟାପିଂ ପାଇଁ ଆବେଦନ କରିଥିଲା ଏସଆଇଟି ।
ସେପଟେ ନିଜ ଝିଅକୁ ନ୍ୟାୟ ଦେବା ଉଦ୍ଦେଶ୍ୟରେ ସୁପ୍ରିମକୋର୍ଟ ଯାଇଛନ୍ତି ମୃତ ନାବାଳିକାର ମା ସୌଦାମିନୀ । ଘଟଣାର ସିବିଆଇ ତଦନ୍ତ ଦାବି କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।
#ବ୍ରେନ୍_ମ୍ୟାପିଂ_ପାଇଁ_ଅମଙ୍ଗ_ଅଭିଯୁକ୍ତ
ନୟାଗଡ଼ ଯଦୁପୁର ବହୁ ଚର୍ଚ୍ଚିତ ନାବାଳିକା ହତ୍ୟା ମାମଲାରେ ବ୍ରେନ ମ୍ୟାପିଂ ପାଇଁ ମନା କଲା ନାବାଳକ ଅଭିଯୁକ୍ତ । ଜୁଭେନାଇଲ ଜଷ୍ଟିସ ବୋର୍ଡରେ ମନା କରିଛି ଅଭିଯୁକ୍ତ । ପୂର୍ବରୁ ନାର୍କୋ ଟେଷ୍ଟ ପାଇଁ ମଧ୍ୟ ମନା କରିଥିଲା ଅଭିଯୁକ୍ତ ।#Odisha pic.twitter.com/cxGcRA2K4a— ଓଟିଭି (@otvkhabar) January 13, 2021
#ମୃତ_ନାବାଳିକା_ମା_ଗଲେ_ସୁପ୍ରିମକୋର୍ଟ
ନୟାଗଡ଼ ଯଦୁପୁର ବହୁ ଚର୍ଚ୍ଚିତ ନାବାଳିକା ହତ୍ୟା ମାମଲାରେ ନ୍ୟାୟ ପାଇବାକୁ ସୁପ୍ରିମକୋର୍ଟ ଗଲେ ନାବାଳିକାର ମା ସୌଦାମିନୀ । ଘଟଣାର ସିବିଆଇ ତଦନ୍ତ ଦାବି କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । #Odisha pic.twitter.com/tMWFJFlWc0— ଓଟିଭି (@otvkhabar) January 13, 2021
ପୂର୍ବରୁ ଅଭିଯୁକ୍ତର ନାର୍କୋ ଆନାଲିସିସ୍ ଟେଷ୍ଟ ପାଇଁ ଏସ୍ଆଇଟି ପକ୍ଷରୁ ଆବେଦନ କରାଯାଇଥିଲା। ଅଭିଯୁକ୍ତ ଏହି ଟେଷ୍ଟ ପାଇଁ ରାଜି ହୋଇ ନଥିବା ବେଳେ ନୟାଗଡ଼ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡ ଏସ୍ଆଇଟିର ଆବେଦନକୁ ଖାରଜ କରିଦେଇଥିଲେ । ଏହାପରେ ଏସ୍ଆଇଟି ବ୍ରେନ୍ ମ୍ୟାପିଂ ପାଇଁ ପୁଣି ଥରେ ଆବେଦନ କରିଥିଲା ଏସଆଇଟି ।
]]>ସୂଚନାଥା ଥାଉ କି, ପୂର୍ବରୁ ଜୁଭିନାଲ୍ ଜଷ୍ଟିସ୍ ବୋର୍ଡରେ ଥିବା ମାମଲାକୁ ଚିଲ୍ଡେନ୍ସ କୋର୍ଟକୁ ସ୍ଥାନାନ୍ତର କରାଯାଇଥିଲା। ନୟାଗଡ଼ର ନାବାଳିକା ହତ୍ୟା ମାମଲାରେ ସେହି ଗାଁର ଜଣେ ନାବାଳକ ଗିରଫ ହୋଇଛି। ପୂର୍ବରୁ ଗିରଫ ଅଭିଯୁକ୍ତଙ୍କୁ ସାବାଳକ ଦର୍ଶାଇଥିଲା ତଦନ୍ତକାରୀ ସଂସ୍ଥା ଏସ୍ଆଇଟି। ଏହାପରେ ଅଭିଯୁକ୍ତଙ୍କ ଓକିଲଙ୍କ ବଳିଷ୍ଠ ପ୍ରମାଣ ପରେ ସେ ନାବାଳକ ବୋଲି ପ୍ରମାଣିତ ହୋଇଥିଲା॥
ସୂଚନାଥାଉ କି, ଦାଣ୍ଡରେ ଖେଳୁଥିବା ସମୟରେ ପରୀକୁ ଅପହରଣ କରି ନିଆଯାଇଥିଲା। ଏହାର କିଛି ଦିନ ପରେ ପରୀର ମୃତ ଦେହ ଉଦ୍ଧାର କରାଯାଇଥିଲା। ପରୀର ଅଙ୍ଗ କାଢି ନିଆଯାଇଥିବା ଅଭିଯୋଗ ଆଣିଥିଲେ ପରିବାର ଲୋକେ। ହତ୍ୟାକାରୀକୁ ଧରିବା ପାଇଁ ପରିବାର ଲୋକେ ଥାନା, ପ୍ରଶାସନର ଦ୍ୱାରସ୍ଥ ହୋଇ ନିରାଶ ହେବା ପରେ ଶେଷରେ ବିଧାନସଭା ସମ୍ମୁଖରେ ଆତ୍ମହୂତି ଉଦ୍ୟମ କରିଥିଲେ। ଏହା ପରେ ପରୀ ହତ୍ୟା ମାମଲାକୁ ନେଇ ରାଜ୍ୟ ରାଜନୀତି ସକ୍ରିୟ ହୋଇ ଉଠିଥିଲା।
ପରୀର ବାପା-ମା’ ମନ୍ତ୍ରୀ ଅରୁଣ ସାହୁ ଓ ତାଙ୍କ ସହଯୋଗୀ ବାବୁଲିକୁ ଏଥିପାଇଁ ଦାୟୀ କରିଥିଲେ। ପରେ ମୁଖ୍ୟମନ୍ତ୍ରୀ କ୍ରାଇମବ୍ରାଞ୍ଚ SIT ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତ ପରେ SIT ମୁଖ୍ୟ ଥିବା ଅରୁଣ ବୋଥ୍ରା ପ୍ରେସ୍ ମିଟ୍ ଡାକି ପରୀର ପଡୋଶୀ ଜଣେ ନାବାଳକଙ୍କୁ ଦୋଷୀ ବୋଲି କହିଥିଲେ। ହେଲେ ପରିବାର ଲୋକେ ଏହାର ଖଣ୍ଡନ କରିଥିଲେ।
ଏପରିକି ଅଭିଯୁକ୍ତ ନାବାଳକ ହୋଇଥିଲେ ମଧ୍ୟ SIT ତାଙ୍କୁ ସାବାଳକ ଦର୍ଶଇଥିଲା ଏବଂ ତାଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ଥିବା କହିଥିଲେ ଅରୁଣ ବୋଥ୍ରା। ଅନ୍ୟପକ୍ଷେ ବୋଥ୍ରାଙ୍କ ବିରୋଧରେ ପାଲଟା ଅଭିଯୋଗ ଆଣିଛନ୍ତି ଅଭିଯୁକ୍ତଙ୍କ ପରିବାର ଲୋକେ।
ପ୍ରମାଣ ସାଉଁଟିବା ପାଇଁ ପୋଖରୀ ମଧ୍ୟ ଶୁଖାଇଥିଲା ତଦନ୍ତକାରୀ ଟିମ୍। ପୋଖରୀ ଭିତରୁ ଏକ ଲେଗିଙ୍ଗସ୍ ପାଇ ତାହାକୁ ନାବାଳିକାର ବୋଲି ଦର୍ଶାଇଥିଲା। ହେଲେ କୋର୍ଟରେ ଅଭିଯୁକ୍ତର ଜନ୍ମ ପ୍ରମାଣପତ୍ର ଓ ମାଟ୍ରିକ ସାର୍ଟିଫିକେଟ ଦାଖଲ କରି ଓକିଲ ଅଭିଯୁକ୍ତକୁ ନାବାଳକ ବୋଲି ଦାବି କରିଥିଲେ । ପରେ ଗିରଫ ଅଭିଯୁକ୍ତକୁ ନାବାଳକ ବୋଲି ଦର୍ଶାଇଥିଲେ ପୋକ୍ସୋ କୋର୍ଟ।
]]>