• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Paralakhemundi Acf Death

ACF Soumyaranjan Death Case
ACF ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ନୂଆ ଫର୍ଦ୍ଦ; ଶୁଣାଣିରେ ରୋକ, ପତ୍ନୀଙ୍କୁ ଆଶ୍ୱସ୍ତି

ପିଟିସନର ଶୁଣାଣି କରି ତଳ କୋର୍ଟରେ ଶୁଣାଣି ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

Paralakhemundi ACF Death case
ACF ସୌମ୍ୟଙ୍କ ସନ୍ଦେହଜନକ ମୃତ୍ୟୁକୁ ପୂରିଲା ବର୍ଷେ; ଏଯାଏଁ ମିଳିନି ନ୍ୟାୟ

ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁକୁ ବର୍ଷେ ପୂରିଲା । ହେଲେ ତାଙ୍କ ପରିବାର ଲୋକେ ଆଜି ପର୍ଯ୍ୟନ୍ତ ନ୍ୟାୟ ଅପେକ୍ଷାରେ ...

Paralakhemundi ACF Death | BJP Slams Investigation Process
ବର୍ଷିଲା ବିଜେପି, ଅସଲ ଅଭିଯୁକ୍ତକୁ ଧରିପାରିଲାନି କ୍ରାଇମ ବ୍ରାଞ୍ଚ

ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାକୁ ନେଇ ତଦନ୍ତ ବ୍ୟବସ୍ଥା ଉପରେ ବର୍ଷିଲା ବିଜେପି।

Paralakhemundi ACF Death Case
ସୌମ୍ୟ ମୃତ୍ୟୁ ମାମଲାକୁ ନେଇ ବର୍ଷିଲା ବିଜେପି

ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାକୁ ନେଇ ତଦନ୍ତ ବ୍ୟବସ୍ଥା ଉପରେ ବର୍ଷିଛି ବିଜେପି । ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା ଘଟଣାରେ କ୍ରାଇମବ୍ରାଞ୍ଚ ମାସେ ଧରି ତଦନ୍ତ କରିବା ପରେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଅସଲ ଅଭିଯୁକ୍ତଙ୍କୁ ଧରି ପାରିନଥିବାର ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି ।

ACF Soumya Ranjan Mohapatra
ମୁହଁ ଖୋଲିଲେନି ବିଦ୍ୟାଭାରତୀ, ହେଲେ ବାପା କହିଲେ- ବିଦ୍ୟା ଓ ପୁରା ପରିବାର ମାନସିକ ଚାପରେ ଅଛୁ

ପରୀକ୍ଷା କେନ୍ଦ୍ର ବାହାରେ ବିଦ୍ୟାଭାରତୀଙ୍କୁ ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ ପଚାରିଥିଲେ ମଧ୍ୟ ସେ ମୁହଁ ଖୋଲି ନଥିଲେ। ହେଲେ ଗଣମାଧ୍ୟମ ସାମ୍ନାରେ ବିଦ୍ୟାଭାରତୀଙ୍କ ବାପା ଶ୍ରୀହରି ପଣ୍ଡା ମୁହଁ ଖୋଲି ଥିଲେ।

Paralakhemundi ACF Death
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ଆସିଲା ଲାଏ ଡିଟେକ୍ସନ ରିପୋର୍ଟ

ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାର ତଦନ୍ତ ପ୍ରକ୍ରିୟା ଆଉ ଗୋଟିଏ ପାଦ ଆଗେଇଛି। ପାରଳାଖେମୁଣ୍ଡି DFO, ରୋଷେୟା ଓ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ଲାଏ ଡିଟେକ୍ସନ ରିପୋର୍ଟ ଆସିଛି। ୩ ଜଣଙ୍କ ଲାଏ ଡିଟେକ୍ସନ ରିପୋର୍ଟ କ୍ରାଇମବ୍ରାଞ୍ଚ ପାଖକୁ ଆସିଛି। 

acf death case
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ନ୍ୟାୟ ଦାବିରେ ରାସ୍ତାକୁ ଓହ୍ଲାଇଲେ ଲୋକେ

ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ସୌମ୍ୟଙ୍କ ପରିବାରକୁ ନ୍ୟାୟ ମିଳୁନି। ଏବେ ଏହି ମାମଲାରେ ତାତିଛନ୍ତି ସାଧାରଣ ଲୋକ। ଘଟଣାକୁ ବିରୋଧ କରି ଆଜି ୬ ଘଣ୍ଟିଆ ଖଇରା ବନ୍ଦ ଡାକରା ଦେଇଛି ଖଇରା ନାଗରିକ ମଞ୍ଚ ।

New Twist In Paralakhemundi ACF Death Case
ACF ସୌମ୍ୟଙ୍କ ମୃତ୍ୟୁ ମାମଲାରେ ନୂଆ ଟ୍ୱିଷ୍ଟ୍‌, ଚାଞ୍ଚଲ୍ୟକର ବୟାନ ଦେଲେ ଡିଏଫ୍‌ଙ୍କ ପୂର୍ବତନ ରାତ୍ରୀ ଜଗୁଆଳି

ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ଏକ ନୂଆ ଟ୍ୱିଷ୍ଟ୍‌ ଆସିଛି। DFO ସଂଗ୍ରାମ ବେହେରାଙ୍କ ଅଫିସ୍‌ର ଜଣେ ପୂର୍ବତନ ରାତ୍ରୀ ଜଗୁଆଳି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। 

Bidyabharati panda
୬ ଘଣ୍ଟାରେ ବିଦ୍ୟାଭାରତୀଙ୍କୁ ୭୦ ପ୍ରଶ୍ନ ପଚାରିଲା କ୍ରାଇମବ୍ରାଞ୍ଚ

ଏହି ଟିମ୍ ଦିନ ୨ଟାରୁ ଜେରା ଆରମ୍ଭ କରିଥିଲା। ସୌମ୍ୟଙ୍କ ଦେହରେ ନିଆଁ କେମିତି ଲାଗିଲା, ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କ କାହିକି ଭଲ ନଥିଲା, ସୌମ୍ୟଙ୍କ ମୃତ୍ୟୁ ପୂର୍ବରୁ ଏଗ୍ରିମେଣ୍ଟ କାହିଁକି କରାଯାଇଥିଲା, କେଉଁ କାରଣ ପାଇଁ ଝଗଡ଼ା କରି ବିଦ୍ୟାଭାରତୀ ଡିଏଫଓଙ୍କ ଘରକୁ ପଳାଇଥିଲେ ଆଦି ଅନେକ ପ୍ରଶ୍ନ ତାଙ୍କୁ ପଚରାଯାଇଥିବା ସୂଚନା ମିଳିଛି।

Bidyabharati panda
ବିଦ୍ୟାଭାରତୀଙ୍କ ଠାରୁ ୬ ପ୍ରଶ୍ନର ଉତ୍ତର ଖୋଜିବ କ୍ରାଇମବ୍ରାଞ୍ଚ

ଗତକାଲି ସୌମ୍ୟଙ୍କ ପୈତୃକ ଘରକୁ ଯାଇ ତାଙ୍କ ପରିବାରକୁ କ୍ରାଇମବ୍ରାଞ୍ଚ ପଚରା ଉଚରା କରିଛି। ସୌମ୍ୟଙ୍କ ମୃତ୍ୟୁ ପ୍ରାୟ ଦେଢ଼ ମାସ ପରେ ମଧ୍ୟ ସସପେନ୍ସରେ ରହିଛି। ସୌମ୍ୟଙ୍କ ମୃତ୍ୟୁର ରହସ୍ୟ ଫିଟି ପାରିନି। ଆଗରୁ ଡିଏଫ୍ଓ ସଂଗ୍ରାମ ବେହେରାଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚ ଜେରା କରିଛି।

Paralakhemundi ACF Death Case | CB To Record Statement Of Victim's Wife
ଆଜି ବିଦ୍ୟାଭାରତୀଙ୍କୁ ଜେରା

ACF ସୌମ୍ୟରଂଜନ ମୃତ୍ୟୁ ମାମଲାରେ ଆଜି ବିଦ୍ୟାଭାରତୀଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ। ବିଭିନ୍ନ ପ୍ରଶ୍ନର ଉତ୍ତର ଖୋଜିବ ତଦନ୍ତକାରୀ ଟିମ୍।

ACF Death Case
ପାରଳାଖେମୁଣ୍ଡି ACF ମୃତ୍ୟୁ ମାମଲା,ବିଦ୍ୟାଭାରତୀଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ

ପାରଳାଖେମୁଣ୍ଡି ACF ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ ମାମଲାରେ ନୂଆ ଟ୍ୱିଷ୍ଟ। ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ । ସୌମ୍ୟଙ୍କ ପରିବାର ସଦସ୍ୟଙ୍କ ବୟାନ ବି ରେକର୍ଡ କରାଯିବ । ବୟାନ ରେକର୍ଡ କରାଯିବ କହିଲେ ଏଡିଜି ସଂଜୀବ ପଣ୍ଡା କହିଛନ୍ତି ।

 DFO
ସୌମ୍ୟଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ଲେଖା ବେଳେ DFO ଥିଲେ ନା ନଥିଲେ ?

ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ଲେଖା ଯାଉଥିବା ସମୟରେ ଡିଏଫଓ ଉପସ୍ଥିତ ଥିଲେ। ଆଜି ଜେରା ବେଳେ ଏକଥା ନିଜେ ଡିଏଫଓ ସଂଗ୍ରାମ ବେହେରା ମାନିଥିବା କ୍ରାଇମବ୍ରାଞ୍ଚ ଡିଏସ୍‌ପି ସୂଚନା ଦେଇଛନ୍ତି।

DFO
ଡିଏଫ୍ଓ ସଂଗ୍ରାମ ବେହେରାଙ୍କୁ କ୍ରାଇମବ୍ରାଞ୍ଚର ପଚରାଉଚରା

ସୌମ୍ୟ ମୃତ୍ୟୁ ଘଟଣା ସହିତ ଡିଏଫ୍‌ଓଙ୍କର କୌଣସି ସଂପୃକ୍ତି ନଥିବା ଜଣାପଡୁଛି। ସିଡିଆର୍‌ ଯାଞ୍ଚରୁ ଡିଏଫ୍‌ଓଙ୍କର ବିଦ୍ୟାଙ୍କ ସହ ସଂପୃକ୍ତି ନଥିବା ସ୍ପଷ୍ଟ ହୋଇଛି। ଅଧିକ ତଦନ୍ତ ପାଇଁ ପଡ଼ୋଶୀଙ୍କୁ ମଧ୍ୟ ପଚରାଉଚରା କରିଥିଲୁ। ଡିଏଫ୍‌ଓ, ବିଦ୍ୟାଙ୍କ ଘରକୁ ଆସୁଥିବା କେହି କହିନାହାନ୍ତି। କେବଳ ଘଟଣା ଦିନ ଡିଏଫ୍‌ଓ ସ୍ପଟକୁ ଯାଇଥିଲେ। ଏପରିକି ରୋଷେୟାଙ୍କର ମଧ୍ୟ କୌଣସି ସଂପୃକ୍ତି ନାହିଁ ବୋଲି ଏସ୍‌ପି କହିଥିଲେ।

ACF Soumyaranjan
ସୌମ୍ୟଙ୍କୁ ଚିକିତ୍ସା କରିଥିବା ୨ ଜଣ ଡାକ୍ତର ପରେ ତହସିଲଦାରଙ୍କୁ ପଚରାଉଚରା !

ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାର ଖୋଳତାଡ ଜାରି ରଖିଛି କ୍ରାଇମବ୍ରାଞ୍ଚ । ଜେରାର ତୃତୀୟ ଦିନରେ ଆଜି CDMO କାର୍ଯ୍ୟାଳୟ ପରିସରରେ କ୍ରାଇମବ୍ରାଞ୍ଚ ଟିମ୍ ।

Paralakhemundi ACF Death Case
ମୋ ପୁଅକୁ ନ୍ୟାୟ ମିଳୁ

କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ମୁହଁ ଖୋଲିଲେ ମୃତ ଏସିଏଫ ସୌମ୍ୟରଞ୍ଜନଙ୍କ ମା’।

Soumya bidyaBharati
ଆସିଲେ ନୂଆ ଚରିତ୍ର: ଘଟଣା ଦିନ ଉପସ୍ଥିତ ଥିଲେ ଜିଲ୍ଲାପାଳ

ପାରଳାଖେମୁଣ୍ଡି ଥାନା ପରିସରରେ ଥିବା ଗେଷ୍ଟ ହାଉସରେ ମାରାଥନ୍ ଜେରା କରୁଛି କ୍ରାଇମବ୍ରାଞ୍ଚ ଟିମ୍। ୫୦ ରୁ ୬୦ ପ୍ରଶ୍ନ, ଘଣ୍ଟା ଘଣ୍ଟାର ଘଣ୍ଟା-ଚକଟା ସମସ୍ତଙ୍କୁ ଗୁଡେଇ ତୁଡେଇ ପ୍ରଶ୍ନ କରୁଛି। ତଦନ୍ତକାରୀ ଟିମ୍ ତଦନ୍ତର ଚତୁର୍ଥ ଦିନ ତଥା ଜେରାର ଦ୍ୱିତୀୟ ଦିନରେ ପାଳି ପଡିଥିଲା ଜଗୁଆଳି, ମାଳି ଏବଂ ଜଣେ ବନ କର୍ମଚାରୀଙ୍କର।

ACF Death Case
ସୌମ୍ୟରଂଜନ ମୃତ୍ୟୁ ମାମଲା,ଗେଟ୍ ଜଗୁଆଳି ଏବଂ ରୋଷେୟାଙ୍କୁ ଜେରା

ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ACF ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ଆଜି ପୁଣି ମାରାଥନ ଜେରା କରିଛି। ଆଜି ଡିଏଫ୍ଓ କାର୍ଯ୍ୟାଳୟ ଅଫିସ୍ ଗେଟ୍ ଜଗୁଆଳି ଏବଂ ଡିଏଫ୍ଓଙ୍କ ଘରେ ଥିବା ରୋଷେୟାଙ୍କୁ ଜେରା କରୁଛି କ୍ରାଇମବ୍ରାଞ୍ଚ। ଏହାସହ ବନବିଭାଗର ଦୁଇ କର୍ମଚାରୀ ସନ୍ତୋଷ କୁମାର ବିଶ୍ୱାଳ ଏବଂ ଅଜୟ କୁମାର ବେହେରାଙ୍କୁ ଜେରା କରୁଛି କ୍ରାଇମବ୍ରାଞ୍ଚ ।

acf soumya ranjan mohapatra
ACF ସୌମ୍ୟରଂଜନ ମୃତ୍ୟୁ ମାମଲା; ଗେଟ୍ ଜଗୁଆଳି, ରୋଷେୟାଙ୍କୁ ମାରାଥନ ଜେରା

ପାରଳାଖେମୁଣ୍ଡି ACF ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ଆଜି ପୁଣି ମାରାଥନ ଜେରା କରିଛି।

ACF soumya ranjan mohapatra
ସୌମ୍ୟଙ୍କ ଦୁଇ ସହକର୍ମୀ ACF ଓ ରୋଷେୟାଙ୍କୁ କ୍ରାଇମବ୍ରାଞ୍ଚର ଜେରା

ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ACF ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚର ମାରାଥନ ଜେରା। ଏହି ମାମଲାରେ ସୌମ୍ୟଙ୍କ ଦୁଇ ସହକର୍ମୀ ଏସିିଏଫ୍‌ଙ୍କୁ କ୍ରାଇମବ୍ରାଞ୍ଚ ଜେରା କରିଛି। ଲଗାତର ୪ ଘଣ୍ଟା ଧରି କ୍ରାଇମବ୍ରାଞ୍ଚର ଟିମ୍‌ ସେମାନଙ୍କୁ ପଚରାଉଚରା କରିଛି।

Soumya bidyaBharati
ସତ ସାମ୍ନାକୁ ଆସିବ: କ୍ରାଇମବ୍ରାଞ୍ଚ ଏଡିଜି

ଗତକାଲିଠାରୁ କ୍ରାଇମବ୍ରାଞ୍ଚ ତଦନ୍ତ ଦାୟିତ୍ୱ ନେବା ପରେ ସୌମ୍ୟଙ୍କ କ୍ୱାର୍ଟରକୁ ଏକ୍ସପର୍ଟ ଟିମ୍ ସହାୟତାରେ ତନ୍ନତନ୍ନ ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛି। ଡିଏସ୍‌ପି ଜ୍ଞାନରଂଜନ ମିଶ୍ରଙ୍କ ନେତୃତ୍ୱରେ ୩ ଜଣିଆ ଟିମ୍ ସୌମ୍ୟଙ୍କ ସରକାରୀ କ୍ୱାର୍ଟରରେ ଯାଞ୍ଚ କରିଛି।

ଏସିଏଫ ମୃତ୍ୟୁ ରହସ୍ୟ
ଏସିଏଫ୍ ମୃତ୍ୟୁ ରହସ୍ୟକୁ ଭେଦିପାରିବ କି CB: ୪ଟି ପ୍ରଶ୍ନର ଉତ୍ତର ଦିଅ ବୋଲି କହିଲେ ସୌମ୍ୟଙ୍କ ଭାଇ

ସୌମ୍ୟଙ୍କ ମୃତଦେହ ମିଳିଥିବା କୋଠରୀରେ ତନ୍ନତନ୍ନ ଯାଞ୍ଚ କରି ନମୁନା ସଂଗ୍ରହ କରିଛି। ପ୍ରାୟ ୨ ଘଣ୍ଟା ଧରି ଏକ୍ସପର୍ଟ ଟିମ୍ ସେଠାରେ ଯାଞ୍ଚ କରିଥିଲା। ଯାଞ୍ଚ ପରେ ତଦନ୍ତକାରୀ ଅଧିକାରୀ କହିଛନ୍ତି, ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ।

Paralakhemundi ACF Death Case
ପୁଣି DFO, ବିଦ୍ୟାଭାରତୀଙ୍କୁ ଜେରା ହେବ: କ୍ରାଇମବ୍ରାଞ୍ଚ୍

ବହୁଚର୍ଚ୍ଚିତ ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାର ତଦନ୍ତ ଭାର ନେବା ପରେ ପାରଳାଖେମୁଣ୍ଡିରେ କ୍ରାଇମବ୍ରାଞ୍ଚ ଟିମ୍। ପାରଳାଖେମୁଣ୍ଡିରେ ୨ ଘଣ୍ଟାର ତଦନ୍ତ ପରେ ସୌମ୍ୟଙ୍କ ସରକାରୀ କ୍ୱାର୍ଟରରୁ ବାହାରିଛି କ୍ରାଇମବ୍ରାଞ୍ଚ ଟିମ। ପୁଣି DFO ଏବଂ ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ କ୍ରାଇମବ୍ରାଞ୍ଚ ଟିମ୍ ଜେରା କରିବ ବୋଲି ସୂଚନା ମିଳିଛି। କ୍ରାଇମବ୍ରାଞ୍ଚ ଡିଏସପି ଜ୍ଞାନରଞ୍ଜନ ମିଶ୍ରଙ୍କ ନେତୃତ୍ୱରେ ଗଠିତ ଏହି ୩ ଜଣିଆ ଟିମ୍ ସବୁ ଦିଗରୁ ତଦନ୍ତ କରୁଛନ୍ତି।

acf soumya ranjan mohapatra
ଖୋଲିବ କି ACF ସୌମ୍ୟରଞ୍ଜନଙ୍କ ମୃତ୍ୟୁ ରହସ୍ୟ ? ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ଏ ନେଇ ଆଜି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି।