ପାରାଦୀପ ବାଲିଝର କ୍ରିକ୍ରେ ମାଛ ମଡ଼କ । ପାଣିରେ ମରି ଭାସୁଛନ୍ତି କ୍ୱିଣ୍ଟାଲ କ୍ୱିଣ୍ଟାଲ ମାଛ; କାରଣ ଅସ୍ପଷ୍ଟ ।
— ଓଟିଭି (@otvkhabar) May 2, 2022
ମରି ଭାସୁଥିବା ମାଛକୁ ବୋହି ନେଉଛନ୍ତି ଲୋକେ ।#Paradeep #Odisha #OTV pic.twitter.com/1rNbMARvgL
ଗତ ଦୁଇରୁ ତିନି ଦିନ ହେଲାଣି ମାଛ ମଡ଼କ ଜାରି ରହିଥିବା ବେଳେ ଆଜି ସକାଳୁ ସକାଳୁ ଅନେକ ମାଛ ମରି ଭାସୁଥିବା ଦେଖିବାକୁ ମିଳିଥିଲା ।
ତେବେ ମାଛ ମଡକର କାରଣ ଜଣା ପଡ଼ିନଥିବା ବେଳେ ତଦନ୍ତ ପରେ ହିଁ ଏହାର ପ୍ରକୃତ କାରଣ ଜଣା ପଡିବ ବୋଲି କହିଛନ୍ତି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ।
]]>ବିଭିନ୍ନ ସରଞ୍ଜାମ ଓ ଯନ୍ତ୍ରାଂଶ ଜବତ କରିବା ସହ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଅଟକ ରଖିଛି ।
ସୂଚନା ଅନୁଯାୟୀ, ଅନେକ ଦିନ ହେବ ବେଙ୍ଗାଲୁର ଏକ କମ୍ପାନୀ ସ୍ଲିପ୍ ୱେଲ କମ୍ପାନୀ ନାଁରେ ଚାଲିଥିଲା ନକଲି ମଶାଧୂପ କାରଖାନା ମଶାବତୀ ତିଆରି କରି ଖୋଲମ ଖୋଲା ବ୍ୟବସାୟ ଚଳାଇଥିଲେ । କର୍ତ୍ତୃପକ୍ଷ ଜାଣି ପାରାଦୀପ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଗତକାଲି ବିଳମ୍ବିତ ରାତିରେ ଚଢାଉ କରିଥିଲା ।
ସେହିପରି ଗତ ଜାନୁୟାରୀ ମାସ ୩ ରିଖରେ,କଟକ ଜଗତପୁରରୁ ନକଲି ସିମେଣ୍ଟ କାରଖାନା ଠାବ କରି ସିଲ କରିଥିଲା ପୋଲିସ୍ । ଗୋଦାମରେ ୩ଟି ନାମୀଦାମୀ ବ୍ରାଣ୍ଡ ନାଁରେ ମାର୍କେଟକୁ ଡୁପ୍ଲିକେଟ ସିମେଣ୍ଟ ଛଡାଯାଉଥିବାର ଜଣାପଡିଥିଲା ।
]]>ଜାଲ୍ କାଗଜପତ୍ରରେ ଜାହାଜରେ ବିଦେଶକୁ ଲୁହାପଥର ଚୋରା ଚାଲାଣ ହେଉଥିବା ବେଳେ ଜାହାଜର କାଗଜପତ୍ର ବି ନକଲି ଥିବା ଜଣାପଡିଥିଲା। ଯାହା ଏବେ ବି ରହସ୍ୟମୟ ହୋଇ ରହିଛି। ଏହି ଜାହାଜ ଦୁର୍ଘଟଣାକୁ ନେଇ ଅତୀତରେ ରାଜ୍ୟ ରାଜନୀତିରେ କମ୍ପନ ହୋଇଛି ଓ ବିଧାନସଭାରେ ଝଡ଼ ଉଠିଛି। ହାଇକୋର୍ଟରୁ ସୁପ୍ରିମକୋର୍ଟ ଯାଏ ମାମଲା ଯାଇଛି। ଏପରିକି କ୍ରାଇମବ୍ରାଞ୍ଚ ତଦନ୍ତରୁ ସିବିଆଇ ତଦନ୍ତ ବି ହୋଇଛି। ତେବେ ୩ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ସିବିଆଇ ତଦନ୍ତ ଏବେ କେଉଁଠି କିଭଳି ଅବସ୍ଥାରେ ଅଟକିଛି ତାହା ସ୍ପଷ୍ଟ ହୋଇନାହିଁ।
ଇତି ମଧ୍ୟରେ ୧୨ ବର୍ଷ ପୂର୍ବେ ବୁଡ଼ି ଯାଇଥିବା ଜାହାଜ ଆଉ ଦେଖାଯାଉନି। ଗତ ପ୍ରାୟ ୨-୩ ବର୍ଷ ହୋଇ ଗଲାଣି ପାଣି ଭିତରେ ଲୁଚି ଗଲାଣି ଜାହାଜଟି। ଫଳରେ ମତ୍ସ୍ୟଜୀବୀଙ୍କ ପାଇଁ ବିପଦ ସୃଷ୍ଟି ହୋଇଛି। ସେଥିରେ ପିଟି ହୋଇ ଏକାଧିକ ଥର ମାଛଧରା ଟ୍ରଲର ଗୁଡ଼ିକ ଦୁର୍ଘଟଣାଗ୍ରସ୍ତ ବି ହେଉଛି। ଜାହାଜକୁ କାଟି ପାଣିରୁ ହଟାଇବା ଯୋଜନା ବି ନାହିଁ। କାରଣ ଅତୀତରେ ପାରାଦୀପ ବନ୍ଦର ୧୭ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରି ସାରିଛି। ଯାହା ଏଯାଏ ଭରଣା ହୋଇନି। ଜାହାଜଟିକୁ ପାଣିରୁ ହଟାଇବାକୁ ହେଲେ ପୁଣି ୧୨୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ।ଏଠାରେ ପ୍ରଶ୍ନ ଉଠୁଛି ଅଧିକ ଖର୍ଚ୍ଚାନ୍ତ ହେବା ଆଶଙ୍କାରେ ସେଥିରେ ହାତ ମାରୁ ନାହାନ୍ତି କି ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ? ତେବେ ଏଭଳି ପରିସ୍ଥିତିରେ ବ୍ଲାକରୋଜ୍ ବୁଡ଼ିବା ପଛର ରହସ୍ୟ ଉପରୁ ପରଦା ହଟିପାରିବ ନା ନାହିଁ ? ଏଭଳି ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି।
ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ପ୍ରବଳ ଝଡ଼ତୋଫାନ ଯୋଗୁ ଏମ୍ପିବି ବର୍ଥରେ ଲାଗିଥିବା ଦରିଆ ଦେବୀ ଜାହାଜ ଅନ୍ୟ ଏକ ଜାହାଜରେ ପିଟି ହୋଇଯାଇଥିଲା। ଫଳରେ ‘ଦରିଆ ଦେବୀ’ ଜାହାଜର ତଳ ପାର୍ଶ୍ୱରେ କଣା ହୋଇ ପାଣି ବୋହୁଥିବା ଦେଖିବାକୁ ମିଳିଛି। ପରେ ମେରାଇନ୍ ବିଭାଗ କ୍ଷତିଗ୍ରସ୍ତ ଜାହାଜକୁ ଟଗ ବୋଟ ଦ୍ୱାରା ଆଣି ଏମ୍ପିବି ବର୍ଥରେ ବନ୍ଧିଥିଲେ। ଏହି ଜାହାଜଟି ଅଷ୍ଟ୍ରେଲିଆରୁ କୋକିଂ କୋଲ ନେଇ ଆସିଥିଲା ।
କେବଳ ବନ୍ଦର ଅଞ୍ଚଳ ନୁହେଁ, ପାରାଦୀପ ସହରରେ ମଧ୍ୟ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ପବନର ବେଗ ଏତେ ପ୍ରଖର ଥିଲା ଯେ, ପାରାଦୀପ ବେଳାଭୂମି ମହୋତ୍ସବରେ ଖୋଲାଯାଇଥିବା ଷ୍ଟଲ ଗୁଡ଼ିକ ଭାଙ୍ଗି ଯାଇଥିଲା। ଦୋକାନୀମାନେ ଜୀବନ ବିକଳରେ ଦୌଡ଼ି ସୁରକ୍ଷିତ ସ୍ଥାନକୁ ପଳାଇ ଯାଇଥିଲେ।
ସେହିପରି ସହର ଭିତରେ ବଡ଼ ବଡ଼ ଗଛ ଉପୁଡ଼ି ରାସ୍ତାରେ ପଡ଼ିଥିଲା। କିଛି ସମୟ ପାଇଁ ବିଦ୍ୟୁତ୍ ସରବରାହ ବନ୍ଦ ରହିଥିଲା।
]]>ସେହିଭଳି ସହରରେ ଏକ ୪ଶହ ଶଯ୍ୟା ବିଶିଷ୍ଟ ଉନ୍ନତ ହସ୍ପିଟାଲ ନିର୍ମାଣ ପାଇଁ ବି ନେଇ ନିଷ୍ପତ୍ତି ନିଆଯାଇଛି। ନୂଆଦିଲ୍ଲୀ ଟ୍ରାନ୍ସପୋର୍ଟ ଭବନରେ ବସିଥିବା ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ କେନ୍ଦ୍ର ଜାହାଜ ଚଳାଚଳ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ। ବୈଠକରେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ହର୍ସିମ୍ରତ କୌର ଏବଂ ପାରାଦୀପ ବନ୍ଦର ଅଧ୍ୟକ୍ଷ ପ୍ରମୁଖ ଉପସ୍ଥିତ ଥିଲେ।
Discussed initiatives to accelerate port led industrialization around the Paradip port,with Union Min. of Road Transport, Highways & Shipping Sh. @nitin_gadkari Ji & Union Min. for Petroleum & Natural Gas Sh. @dpradhanbjp ji. The port is handling 100 mn tones of cargo. pic.twitter.com/OVjHZREO38
— Harsimrat Kaur Badal (@HarsimratBadal_) 26 April 2018
ଏଥିରେ ପାରାଦୀପ ବନ୍ଦର ବିଭିନ୍ନ ଉନ୍ନତିକରଣ କାର୍ଯ୍ୟ ନେଇ ଆଲୋଚନା ହୋଇଛି। ଏହି ଅବସରରେ ପାରାଦୀପକୁ ଦେଶର ଅନ୍ୟତମ ସ୍ମାର୍ଟ ସିଟି କରିବାକୁ ଲକ୍ଷ୍ୟ ରଖାଯାଇଥିବା ଏବଂ ପାରାଦୀପ ଓ ଏହାର ଆଖପାଖରେ ୪୦ଟି ପ୍ରୋଜେକ୍ଟ ନେଇ ଯୋଜନା ହୋଇଥିବା ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
Fast tracking Port-led-development in Paradip #Sagarmala -Shri @nitin_gadkari chairs inter-ministerial meeting;Directed various agencies like NHAI,Railways,AAI, IOCL, to extend full cooperation for development of infra facilities which would lead to development of entire region pic.twitter.com/7ZPpOWswFp
— Ministry of Shipping (@shipmin_india) 26 April 2018
ସେହିଭଳି ମହାନଦୀ ପରିବର୍ତ୍ତେ ସମୁଦ୍ର ଜଳକୁ ବିଶୁଦ୍ଧିକରଣ କରି ବ୍ୟବହାର ଲକ୍ଷ୍ୟ ରଖାଯାଇଥିବା ବେଳେ ଏଥିପାଇଁ ମୋଟ ୯୨ ହଜାର କୋଟି ଟଙ୍କା ବ୍ୟୟବରାଦ ହେବ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
]]>ତେବେ ମାଛ ମଡ଼କର ସଠିକ୍ କାରଣ ଜଣା ପଡ଼ିନଥିବା ବେଳେ ନଦୀରେ କେହି ବିଷ ପ୍ରୟୋଗ କି ମାଛମରା ଔଷଧ ପକାଇଥିବା ଅଭିଯୋଗ ହୋଇଛି।
କିଛି ଦିନ ତଳେ ନଦୀରୁ ମାଛ ଚୋରି ହେଉଥିବା ଯୁବ ପରିଷଦ ଜାଣିବାକୁ ପାଇଥିଲା। ଏପରିକି କିଛି ଦିନ ତଳେ ଯୁବ ପରିଷଦ ପକ୍ଷରୁ ନଦୀରୁ କିଛି ଜାଲ ମଧ୍ୟ ଜବତ କରାଯାଇଥିଲା। ଏହା ପରେ ଗତକାଲିଠାରୁ ନଦୀରେ ମାଛ ମରୁଥିବା ଦେଖିବାକୁ ମିଳୁଛି।
ଗତ ୨୦୧୬ ମସିହାରେ ମଧ୍ୟ ଏହି ନଦୀରେ ବହୁ ମାଛ ଓ ଅନ୍ୟାନ୍ୟ ଜଳଜୀବ ମରିଥିଲେ।
]]>ଅନପଟେ ଡଲଫିନ୍ ଦେହରେ କୌଣସି କ୍ଷତଚିହ୍ନ ନଥିବାରୁ ମୃତ୍ୟୁର କାରଣ ସମ୍ପର୍କରେ ପୋଷ୍ଟମର୍ଟମ ପରେ ସ୍ପଷ୍ଟ ହେବ ବୋଲି ବନ ଅଧିକାରୀ ସୂଚନା ଦେଇଛନ୍ତି । ସ୍ପିନର ପ୍ରଜାତିର ଡଲଫିନ୍ ସାଧାରଣତଃ ପ୍ରଶାନ୍ତ ମହାସାସର, ଭାରତ ମହାସାଗର ଓ ଆଟଲାଣ୍ଟିକ ମହାସାଗରରେ ଦେଖାଯଆନ୍ତି । ପାଣିରୁ ପ୍ରାୟ ୧୦ ଫୁଟ ଉପରକୁ ଘୁରି ଘୁରି ସ୍ପିନର ଡଲଫିନ୍ ଲମ୍ଫ ମାରିଥାଏ ।
]]>