ସୂଚନା ଅନୁସାରେ, ଏପ୍ରିଲ୍୧୦ତାରିଖ ସନ୍ଧ୍ୟାରେ ସିନ୍ଧ୍ ଅନ୍ତର୍ଗତ ଲାର୍କାଣ ସହର ନିକଟ କଙ୍ଗା ଗାଁରେ ଏକ ଫ୍ୟାମିଲି ପାର୍ଟିର ଆୟୋଜନ ହୋଇଥିଲା। ୨୪ ବର୍ଷୀୟା ଗାୟିକା ସମିନା ସିନ୍ଧୁ ସେହି ଉତ୍ସବରେ ଗୀତ ଗାଉଥିଲେ। ସେ ଗର୍ଭବତୀ ଥିବାରୁ ତଳେ ବସି ଗୀତ ଗାଉଥିଲେ।
ଗାୟିକାଙ୍କ ସ୍ୱାମୀଙ୍କ କହିବାନୁସାରେ, ଗାୟିକା ସମିନା ଗୀତ ଗାଉଥିବା ବେଳେ ଜଣେ ବ୍ୟକ୍ତି ତାଙ୍କୁ ଠିଆ ହୋଇ ଗାଇବାକୁ ଧମକାଇଥିଲା। ଗର୍ଭବତୀ ଥିବାରୁ ଠିଆ ହୋଇ ଗାଇ ପାରିବେନି ବୋଲି କହିଥିଲେ ସମିନା। ତାପରେ ସେ ବ୍ୟକ୍ତି ସମିନାଙ୍କୁ ଗୁଳି କରିଥିଲା। ସମୀନା ତଳେ ଲୋଟିପଡିଥିଲେ।
ସେପଟେ ସମିନାଙ୍କ ସ୍ୱାମୀ ଏହି ଘଟଣାରେ ଅଭିଯୁକ୍ତ ବିରୋଧରେ ଡବଲ ମର୍ଡରର ( ମୃତ ସ୍ତ୍ରୀ ଓ ଶିଶୁ)ଅଭିଯୋଗ ଆଣିଛନ୍ତି।
(ଫଟୋ ସୌଜନ୍ୟ : ndtv.com)
]]>