ଏହି ନିଜେ ଶୋଏବ ମଲିକ ନିଶ୍ଚିତ କରିଛନ୍ତି। ସେ ସୋସିଆଲ ମିଡିଆରେ ବିବାହର ଫଟୋ ମଧ୍ୟ ଶେୟାର କରିଛନ୍ତି। ତେଏ ସାନା ଜାଭେଦ୍ କିଏ? ତାଙ୍କୁ ଶୋଏବ କାହିଁକି ନିଜର ଜୀବନସାଥୀ ଭାବେ ବାଛିଲେ ଆସନ୍ତୁ ସେ ବିଷୟରେ ଜାଣିବା।
ଆପଣଙ୍କୁ କହିବା ଯେ ଶୋଏବ କ୍ରିକେଟ୍ ଜଗତର ଜଣେ ପ୍ରସିଦ୍ଧ ବ୍ୟକ୍ତିତ୍ୱ ହୋଇଥିବାବେଳେ ସାନା ମନୋରଞ୍ଜନ ଜଗତ ସହିତ ଜଡିତ | ସେ ପାକିସ୍ତାନର ଜଣେ ପ୍ରସିଦ୍ଧ ଅଭିନେତ୍ରୀ।
ସାନା ପାକିସ୍ତାନର ଜଣେ ପ୍ରସିଦ୍ଧ ଅଭିନେତ୍ରୀ। ସେ ଉର୍ଦ୍ଦୁ ଟେଲିଭିଜନରେ ନଜର ଆସନ୍ତି। ସାନା ୨୦୧୨ରେ ‘ଶହର-ଏ-ଜାତ’ରୁ ଡେବ୍ୟୁ କରିଥିଲେ। ଏହା ପରେ ସେ ଅନେକ ସିରିଏଲରେ କାମ କରିଛନ୍ତି। ରୋମାଣ୍ଟିକ୍ ଡ୍ରାମା 'ଖାନି'ରେ ମୁଖ୍ୟ ଭୂମିକାରେ ଅଭିନୟ କରିବା ପରେ ସେ ପ୍ରକୃତ ପରିଚୟ ପାଇଥିଲେ। ଏଥିପାଇଁ ସେ ଲକ୍ସ ଷ୍ଟାଇଲ୍ ପୁରସ୍କାର ପାଇଁ ମଧ୍ୟ ମନୋନୀତ ହୋଇଥିଲେ।
ଶୋଏବ ପାକିସ୍ତାନୀ ଅଭିନେତ୍ରୀ ସାନା ଜାଭେଦଙ୍କୁ ସେତିକିବେଳେ ବିବାହ କରିଛନ୍ତି ଯେତେବେଳେ ଶୋଏବ ଏବଂ ସାନିଆଙ୍କ ମଧ୍ୟରେ ଛାଡପତ୍ର ଖବରକୁ ନେଇ ଚର୍ଚ୍ଚା ରହିଛି। ଶୋଏବ ଏବଂ ସାନା ଏକ ସମାରୋହରେ ବିବାହ କରିଛନ୍ତି। ଏହାକୁ ନେଇ ଶୋଏବ ଟ୍ୱିଟରରେ ଦୁଇଟି ଫଟୋ ଶେୟାର କରିଛନ୍ତି। କନ୍ୟା ବେଶରେ ସାନା ବହୁତ ସୁନ୍ଦର ଦେଖାଯାଉଛନ୍ତି।
- Alhamdullilah ♥️
— Shoaib Malik 🇵🇰 (@realshoaibmalik) January 20, 2024
"And We created you in pairs" وَخَلَقْنَاكُمْ أَزْوَاجًا pic.twitter.com/nPzKYYvTcV
ଏହା ଶୋଏବଙ୍କ ତୃତୀୟ ବିବାହ ହୋଇଥିବାବେଳେ ସାନା ଜାଭେଦଙ୍କ ଦ୍ୱିତୀୟ ବିବାହ। ଶୋଏବ ପ୍ରଥମେ ଆୟେଶା ସିଦ୍ଦିକିଙ୍କୁ ବିବାହ କରିଥିଲେ। ଖବର ଅନୁଯାୟୀ, ଆୟେଶା ଏବଂ ଶୋଏବ ୨୦୦୨ରେ ବିବାହ କରିଥିଲେ, କିନ୍ତୁ ସେମାନେ ୨୦୧୦ରେ ଅଲଗା ହୋଇଥିଲେ। ୨୦୧୦ରେ, ଶୋଏବ ଟେନିସ୍ ଖେଳାଳି ସାନିଆ ମିର୍ଜାଙ୍କୁ ବିବାହ କରିଥିଲେ। ସାନିଆ ଏବଂ ଶୋଏବଙ୍କ ଛାଡପତ୍ର ଖବର ଦୀର୍ଘ ଦିନ ଧରି ଚର୍ଚ୍ଚାର ପରିସର ହୋଇ ରହିଛି। ଏହାରି ଭିତରେ ଶୋଏବ ତୃତୀୟ ଥର ପାଇଁ ବିବାହ କରିଛନ୍ତି।
ପାକିସ୍ତାନର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ସାନା ଜାଭେଦଙ୍କ ଏହା ହେଉଛି ଦ୍ୱିତୀୟ ବିବାହ। ଶୋଏବଙ୍କ ପୂର୍ବରୁ ସେ ୨୦୨୦ରେ ଉମୈର ଜସ୍ୱାଲଙ୍କୁ ବିବାହ କରିଥିଲେ। ତେବେ ଦୁହେଁ ଖୁବ୍ ଶୀଘ୍ର ଅଲଗା ହୋଇଯାଇଥିଲେ। ପରେ, ଉଭୟ ନିଜ ନିଜ ଆକାଉଣ୍ଟରୁ ପରସ୍ପରଙ୍କ ଫଟୋ ଡିଲିଟ୍ କରିଥିଲେ। ତା’ପରେ ଉଭୟଙ୍କ ମଧ୍ୟରେ ଛାଡପତ୍ର ପ୍ରସଙ୍ଗ ସାମ୍ନାକୁ ଆସିଥିଲା। ତେବେ ୨୮ ବର୍ଷ ବୟସ୍କା ସାନା ପାକିସ୍ତାନର ଅନେକ ଟିଭି ଶୋ’ରେ ଅଭିନୟ କରିଛନ୍ତି।
]]>ଅଭିନେତ୍ରୀ ସାନା ଜାଭେଦ୍ ମଧ୍ୟ ବିବାହର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ପୂର୍ବରୁ ବହୁଥର ସୋଏବ ସନାଙ୍କୁ ଡେଟ୍ କରୁଥିବାର ଶୁଣିବାକୁ ମିଳିଥିଲା । ତାହା ଆଜି ସତ ପ୍ରମାଣିତ ହୋଇଛି । ଗତବର୍ଷ ସନାଙ୍କ ଜନ୍ମଦିନରେ ଶୋଏବ ସନାଙ୍କ ସହ ଫଟୋ ପୋଷ୍ଟ କରିବା ପରେ ଚର୍ଚ୍ଚା ବଢ଼ିଥିଲା ।
୨୦୧୦ ରେ ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜା ପାକିସ୍ତାନ କ୍ରିକେଟର ସୋଏବ ମଲିକଙ୍କୁ ବିବାହ କରିଥିଲେ । ୨୦୧୮ ରେ ସେମାନଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । କିନ୍ତୁ ପରେ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା ନେଇ ଚର୍ଚ୍ଚା ହେଉଥିଲା । ପାକିସ୍ତାନ ମୋଡେଲ ଆଏଶାଙ୍କୁ ଶୋଏବ୍ ଡେଟ୍ କରୁଥିବା କୁହାଯାଉଥିଲା। ସୋଶାଲ ମିଡିଆରେ ସେମାନେ ପୋଷ୍ଟ କରିଥିବା ଫଟୋ ମଧ୍ୟ ଡିଲିଟ୍ କରିଦେଇଥିଲେ ।
ନିକଟରେ ସାନିଆ ମିର୍ଜା ମଧ୍ୟ ଏକ ଦୁଃଖପୂର୍ଣ୍ଣ ପୋଷ୍ଟ ଶେୟାର କରି ଲେଖିଥିଲେ, 'ବିବାହ ଓ ଛାଡ଼ପତ୍ର ଉଭୟ ଖୁବ୍ କଠିନ'। ଉଭୟ ସୋଏବ ଓ ସାନିଆ କିନ୍ତୁ ଏନେଇ କୌଣସି ପ୍ରତିକ୍ରିୟା ଦେଇନଥିଲେ ।
]]>ରାୱଲ୍ପିଣ୍ଡିରେ କୋଭିଡ୍ ଟେଷ୍ଟ କରିବା ପୂର୍ବରୁ ଏହି ତିନି ଖେଳାଳିଙ୍କ ଠାରେ କରୋନାର କୌଣସି ଲକ୍ଷଣ ଦେଖା ଦେଇନଥିଲା ବୋଲି ପିସିବି ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛି। ଏହାପରେ ପିଜିଟିଭ୍ ଚିହ୍ନଟ ହୋଇଥିବା ଖେଳାଳିମାନଙ୍କୁ ତୁରନ୍ତ ନିଜ ଘରେ ସଂଗରୋଧରେ ରହିବାକୁ କୁହାଯାଇଛି ବୋଲି ପିସିବି କହିଛି। ଏଥିସହିତ ପାକିସ୍ତାନ କ୍ରିକେଟ୍ ବୋର୍ଡର ଡାକ୍ତରି ଟିମ୍ ମଧ୍ୟ ନିୟମିତ ତାଙ୍କ ସମ୍ପର୍କରେ ରହିଛନ୍ତି ବୋଲି ସୂଚନା ଦେଇଛି ପିସିବି।
କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ଏହି ୩ ଖେଳାଳିଙ୍କ ସହିତ ଅନ୍ୟ ଦୁଇ ଖେଳାଳି ଇମାଦ ୱାସିମ ଓ ଉସମାନ ଶିନୱାରୀ ମଧ୍ୟ ଟେଷ୍ଟିଂ ପାଇଁ ଯାଇଥିଲେ। କିନ୍ତୁ ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଛି। ଏମାନଙ୍କ ସହିତ ଟିମ୍ର ଅନ୍ୟ ଖେଳାଳି ଯଥା- ବରିଷ୍ଠ କ୍ରିକେଟର ଶୋଏବ୍ ମଲ୍ଲିକ, ବୋଲିଂ କୋଚ୍ ଓକାର ୟୁନୁସ ଏବଂ କ୍ଲିଫୀ ଡିକନ୍ ମଧ୍ୟ କରୋନା ଟେଷ୍ଟ କରାଇଛନ୍ତି। ତେବେ ଏମାନଙ୍କ ରିପୋର୍ଟ ଆସିବା ବାକି ରହିଛି। ଆଜି ଏମାନଙ୍କ ରିପୋର୍ଟ ଆସିବା ନେଇ ପିସିବି ସୂଚନା ଦେଇଛି।
ଏହା ପୂର୍ବରୁ ପାକିସ୍ତାନର ପୂର୍ବତନ କ୍ୟାପ୍ଟେନ୍ ଶାହିଦ ଆଫ୍ରିଦି ମଧ୍ୟ କୋଭିଡ୍-୧୯ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ ନିଜେ ଟ୍ୱିଟ୍ କରି ସୂଚନା ଦେବା ସହିତ ପ୍ୟାନ୍ଙ୍କ ଆଶୀର୍ବାଦ କାମନା କରିଥିଲେ।
ତେବେ ଆଫ୍ରିଦିଙ୍କ ପୂର୍ବରୁ ମେ ମାସରେ ପୂର୍ବତନ ପାକିସ୍ତାନ ଓପନର୍ ତୌଫିକ୍ ଉମର କରୋନା ଭାଇରସ୍ରେ ଆକ୍ରାନ୍ତ ହୋଇଥିଲେ। ସେହିଭଳି ଏପ୍ରିଲ୍ ମାସରେ ପାକିସ୍ତାନର ପୂର୍ବତନ ଫାଷ୍ଟ କ୍ଲାସ୍ କ୍ରିକେଟର୍ ଜାଫର ସର୍ଫରାଜ ଏପ୍ରିଲ୍ରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ କରୋନାରେ ତାଙ୍କର ମୃତ୍ୟୁ ହୋଇଥିଲା।
ସେହିଭଳି ବାଂଲାଦେଶ ଟପ୍ କ୍ରିକେଟ୍ ମଧ୍ୟ କରୋନା କବଳରେ ପଡ଼ିଛନ୍ତି। ଗତ ୨୦ ତାରିଖ ପୂର୍ବତନ କ୍ୟାପ୍ଟେନ୍ ମଶ୍ରଫେ ମୋର୍ତଜା କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ରିପୋର୍ଟ ପ୍ରକାଶ ପାଇଥିଲା। କେବଳ ମଶ୍ରଫେ ନୁହଁନ୍ତି, ବାଂଲାଦେଶର ଆଉ ଜଣେ ଷ୍ଟାର୍ କ୍ରିକେଟର୍ ତଥା ଦିନିକିଆ ଟିମ୍ର କ୍ୟାପ୍ଟେନ୍ ତମିମ ଇକ୍ବାଲ୍ ଓ ତାଙ୍କ ବଡ଼ ଭାଇ ନଫୀସ ଇକ୍ବାଲ ମଧ୍ୟ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ଅନ୍ୟ ଦେଶଗୁଡ଼ିକ ଭଳି ପାକିସ୍ତାନ ଓ ବାଂଲାଦେଶରେ ବି କରୋନା ସ୍ଥିତି ଜଟିଳ ହୋଇଛି। ପାକିସ୍ତାନରେ ୧୮୫,୦୩୪ ଆକ୍ରାନ୍ତ ହୋଇଥିବା ବେଳେ ୩,୬୯୫ ଜଣଙ୍କର ମୃତ୍ୟୁ ହୋଇଛି। ସେହିଭଳି ୭୩,୪୭୧ ଜଣ ସୁସ୍ଥ ହୋଇ ସାରିଲେଣି। ବାଂଲାଦେଶରେ ମୋଟ ୧୧୫, ୭୮୬ ଥିବା ବେଳେ ୧୪୦୨ ଜଣଙ୍କ ମୃତ୍ୟୁ ହୋଇଛି, ଓ ୪୭,୭୫୫ ଜଣ ସୁସ୍ଥ ହୋଇଛନ୍ତି।
]]>
ଏନେଇ ଶନିବାର ସେ ସୂଚନା ଦେଇ ଟ୍ୱିଟର୍ରେ ଲେଖିଛନ୍ତି, “ ମୁଁ ଗୁରବାର ଠାରୁ ଅସୁସ୍ଥ ଅନୁଭବ କରୁଥିଲି। ମୋ ଶରୀରରେ ଅସମ୍ଭବ ଯନ୍ତ୍ରଣା ହେଉଥିଲା। ଏଥିପାଇଁ କରୋନା ଟେଷ୍ଟ କରାଇଥିଲି। ଏବେ ଦୁର୍ଭାଗ୍ୟବଶତଃ ମୁଁ କରୋନାରେ ଆକ୍ରାନ୍ତ ହୋଇଛି। ତୁରନ୍ତ ସୁସ୍ଥ ହେବା ପାଇଁ ଆପଣଙ୍କ ଆଶୀର୍ବାଦ ଦରକାର। ଇନ୍ଶା ଆଲ୍ଲାହ।”
ଆଫ୍ରିଦିଙ୍କର ଏହି ଟ୍ୱିଟ୍ ପରେ ତାଙ୍କ ଫ୍ୟାନ୍ ନିରାଶ ହୋଇଛନ୍ତି।
ଆଫ୍ରିଦି ପାକିସ୍ତାନ ପକ୍ଷରୁ ୨୭ଟି ଟେଷ୍ଟ, ୩୯୮ ଅନ୍ତର୍ଜାତୀୟ ଏକ ଦିବସୀୟ ମ୍ୟାଚ୍ ଏବଂ ୯୯ ଟ୍ୱି-ଟ୍ୱେଣ୍ଟି ଇଣ୍ଟରନ୍ୟାସ୍ନ୍ୟାଲ୍ ମ୍ୟାଚ୍ ଖେଳିଛନ୍ତି।
ତେବେ ଆଫ୍ରିଦି ପ୍ରଥମ ପାକିସ୍ତାନ କ୍ରିକେଟର୍ ନୁହଁନ୍ତି, ଏହାପୂର୍ବରୁ ମେ ମାସରେ ପୂର୍ବତନ ପାକିସ୍ତାନ ଓପନର୍ ତୈଫିକ୍ ଉମର କରୋନା ଭାଈରସ୍ରେ ଆକ୍ରାନ୍ତ ହୋଇଥିଲେ। ସେହିଭଳି ଏପ୍ରିଲ୍ମାସରେ ପାକିସ୍ତାନର ପୂର୍ବତନ ଫାଷ୍ଟ କ୍ଲାସ୍ କ୍ରିକେଟର୍ ଜାଫର ସରଫରାଜ ଏପ୍ରିଲ୍ରେ କରୋନା ପଜିଟିବ୍ ଚିହ୍ନଟ ହୋଇଥିଲେ। କିନ୍ତୁ ଦୁର୍ଭାଗ୍ୟବସତଃ କରୋନାରେ ତାଙ୍କର ମୃତ୍ୟୁ ହୋଇଥିଲା।
ଅନ୍ୟ ଦେଶଗୁଡ଼ିକ ଭଳି ପାକିସ୍ତାନରେ ମଧ୍ୟ କରୋନା ମହାମାରୀ ଭୟଙ୍କର ରୂପ ନେଇଛି। ଏଠାରେ ଜୁନ୍ ୧୩ ସୁଦ୍ଧା ଏକ ଲକ୍ଷ ୩୦ ହଜାରରୁ ଅଧିକ ଲୋକ ଏହି ଭାଇରସ୍ରେ ଆକ୍ରାନ୍ତ ହୋଇଥିବା ବେଳେ ଅଢ଼େଇ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି।
]]>