ଅନିଶ୍ଚିତତା ଭିତରେ ବରୁଣେଇ ପାଇକ ସ୍ମାରକୀ ନିର୍ମାଣ ପ୍ରକଳ୍ପ । ଅନେକ ଆନ୍ଦୋଳନ, ଦାବି ପରେ ଶେଷରେ ଶିଳାନ୍ୟାସ କରାଗଲା । କିନ୍ତୁ ଆରମ୍ଭ ହୋଇପାରିଲାନି ନିର୍ମାଣ କାମ । ଶିଳାନ୍ୟାସର ୪ ବର୍ଷ ପରେ ବି ଆଗେଇ ପାରିନି ଇଞ୍ଚେ କାମ । ପାଇକ ବିଦ୍ରୋହର ୨ଶହ ବର୍ଷ ପୂର୍ତ୍ତୀ ଅବସରରେ ଖୋର୍ଦ୍ଧା ବରୁଣେଇଠାରେ ୨୦୧୯ ଡିସେମ୍ବର ୮ ତାରିଖରେ ତତକାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପାଇକ ସ୍ମାରକୀ ଶିଳାନ୍ୟାସ କରିଥିଲେ । ହେଲେ ଏଭିତରେ କେବଳ ବିତିଛି ଦିନ, ମାସ, ବର୍ଷ । ସ୍ଥିତି କିନ୍ତୁ ଯଥା ପୂର୍ବଂ ତଥା ପରଂ । ଏନେଇ ବିଭିନ୍ନ ସଂଗଠନ ଆନ୍ଦୋଳନ କରିବା ସହ କ୍ଷୋଭ ପ୍ରକାଶ କରିଛନ୍ତି । ସେପଟେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ସମନ୍ୱୟର ଅଭାବ ଯୋଗୁ କାମ ଆଗଉନଥିବା ଅଭିଯୋଗ କରିଛନ୍ତି ବୁଦ୍ଧିଜୀବୀ ।
ଖୋର୍ଦ୍ଧା ପାଇକ ବିଦ୍ରୋହରେ ବହୁ ପାଇକ ବୀର ଶହିଦ୍ ହୋଇଥିଲେ । ଆଜି ମଧ୍ୟ ସେହି ପାଇକ ବଂଶଧରମାନଙ୍କ ଦାୟାଦମାନେ ଓଡ଼ିଆ ଜାତିର ପାଇକ ବିଦ୍ରୋହକୁ ଉପଯୁକ୍ତ ପ୍ରାଧାନ୍ୟ ମିଳୁନଥିବା ନେଇ କ୍ଷୋଭ ପ୍ରକାଶ କରୁଛନ୍ତି । ଏହାରି ଭିତରେ ରାଜ୍ୟ ଓ କେନ୍ଦ୍ର ସରକାର ବରୁଣେଇଠାରେ ପାଇକ ସ୍ମାରକୀ ନିର୍ମାଣ ଦିଗରେ ଆନ୍ତରିକତା ଦେଖାଉନଥିବାରୁ ଅନେକ ଏହାକୁ ନାପସନ୍ଦ କରିଛନ୍ତି । ଅନ୍ୟପଟେ ରାଜ୍ୟ ସରକାର ଏ ଦିଗରେ ତୁରନ୍ତ ପଦକ୍ଷେପ ନେବେ ବୋଲି କହିଛନ୍ତି ରାଜ୍ୟ ସଭା ସାଂସଦ ମୁନା ଖାଁ ।
]]>ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି. କିଶନ ରେଡ୍ଡୀ ଉତ୍ତର ରଖିଥିଲେ ଯେ, ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦିଆଯାଇପାରିବ ନାହିଁ। ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ ଇଣ୍ଡିଆନ୍ କାଉନସିଲ ଅଫ୍ ହିଷ୍ଟୋରିକାଲ ରିସର୍ଚ୍ଚ ପକ୍ଷରୁ ଅନୁଧ୍ୟାନ କରାଯାଇଥିଲା। ଏହି ସଂସ୍ଥାର ମତାମତ ଅନୁସାରେ, ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦିଆଯାଇପାରିବ ନାହିଁ। ତେବେ ଏହାକୁ ଇଂରେଜମାନଙ୍କ ବିରୋଧରେ ଏକ ସଂଗ୍ରାମର ଉଦାହରଣ ଭାବେ ନିଆଯାଇପାରିବ। ଏହାକୁ NCERT ଅଷ୍ଟମ ଶ୍ରେଣୀ ଇତିହାସ ବହିରେ ଏକ କେସ୍ ଷ୍ଟଡି ଭାବେ ସ୍ଥାନିତ କରାଯିବ ବୋଲି ମଧ୍ୟ ମନ୍ତ୍ରୀ ଜି. କିଶନ ରେଡ୍ଡୀ ରାଜ୍ୟସଭାରେ ଉତ୍ତର ରଖିଥିଲେ।
କେନ୍ଦ୍ରର ଏହି ଆଭିମୁଖ୍ୟ ପ୍ରତିବାଦରେ ଆଜି ବିଧାନସଭାରେ ହଙ୍ଗାମା କରିଥିଲା ବିଜେଡି। ଜୟୀ ରାଜଗୁରୁଙ୍କ ମୁଖା ପିନ୍ଧି ବିଜେଡି ସଦସ୍ୟମାନେ ବିଧାନସଭାର ଗାନ୍ଧି ମୂର୍ତ୍ତି ତଳେ ଧାରଣା ଦେଇଥିଲେ। ପାଇକ ବିଦ୍ରୋହର ନେତୃତ୍ୱ ନେଇଥିବା ବକ୍ସି ଜଗବନ୍ଧୁଙ୍କ ବଂଶଧର ତଥା ବିଜେପି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର କହିଛନ୍ତି, ପାଇକ ବିଦ୍ରୋହ ସଂପର୍କରେ ଆଇସିଏମ୍ଆରଙ୍କୁ ଉପଯୁକ୍ତ ତଥ୍ୟ ଦେଇପାରିନଥିଲେ ରାଜ୍ୟ ସରକାର। ମୋଦି ହିଁ ସେମାନଙ୍କ ବଂଶଧରଙ୍କୁ ସମ୍ମାନିତ କରିଥିଲେ। ବରୁଣେଇରେ ଏକ ସ୍ମାରକୀ ମଧ୍ୟ କରାଯାଉଛି। ପାଇକ ବିଦ୍ରୋହ NCERT ବହିରେ ସ୍ଥାନ ପାଇଛି।
]]>ଶିଳ୍ପୀ ଗଜେନ୍ଦ୍ର ସାହୁଙ୍କ ଦ୍ୱାରା ପ୍ରସ୍ତୁତି ଡିଜାଇନକୁ ମନୋନୀତ କରିଛନ୍ତି ମୁଖ୍ୟମନ୍ତ୍ରୀ। ଡିଜାଇନ ପ୍ରସ୍ତୁତ ଲାଗି ସଚିବ ମନୋରଂଜନ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠିତ ହୋଇଥିଲା। ଏଥିରେ ବିଶିଷ୍ଟ ଶିଳ୍ପୀ ପଦ୍ମ ବିଭୂଷଣ ରଘୁନାଥ ମହାପାତ୍ର, ଓଡ଼ିଶା ଲଳିତ କଳା ଏକାଡେମୀ ପ୍ରାକ୍ତନ ସଚିବ ତାରାକାନ୍ତ ପରିଡ଼ା ଏବଂ ବି.କେ ଆର୍ଟ କଲେଜର ଅଧ୍ୟାପକ ଶିଳ୍ପୀ ଗଜେନ୍ଦ୍ର ସାହୁ ସାମିଲ ହୋଇଥିଲେ।
କମିଟି ନିଷ୍ପତ୍ତି ଅନୁଯାୟୀ ଶିଳ୍ପୀ ଗଜେନ୍ଦ୍ର ସାହୁଙ୍କୁ ଡିଜାଇନ୍ ପ୍ରସ୍ତୁତି ଦାୟିତ୍ୱ ଦିଆଯାଇଥିଲା। ସୂଚନାଥାଉ କି, ପୂର୍ବରୁ ଶିଳ୍ପୀ ଗଜେନ୍ଦ୍ର ସାହୁ ନବକଳେବର ଡିଜାଇନ ପ୍ରସ୍ତୁତ କରିଛନ୍ତି। ଏହାସହ କେନ୍ଦ୍ର ସରକାରଙ୍କ ଦ୍ୱାରା ଦିଆଯାଉଥିବା ଦ୍ରୋଣାଚାର୍ଯ୍ୟ ଏବଂ ଅର୍ଜୁନ ପୁରସ୍କାର ଡିଜାଇନ ମଧ୍ୟ ପ୍ରସ୍ତୁତ କରିଛନ୍ତି।
]]>