ଘୋଡା ଦୌଡ ସାଙ୍ଗକୁ ଘୋଡାଙ୍କ ଚିତ୍ତାକର୍ଷକ ସୋ’ରେ ଝଲସିଲା ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ କାର୍ଯ୍ୟକ୍ରମ । ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସରେ ଭୁବନେଶ୍ୱର ଓୟୁଏଟି ପରିସରରେ ଆୟୋଜିତ ହୋଇଥିଲା ଆକର୍ଷଣୀୟ ହର୍ସ ରାଇଡିଂ ସୋ । ଶୋଭାଯାତ୍ରାରେ ଘୋଡା ଗୁଡିକୁ ସଜେଇ ଅଣାଯିବା ପରେ ଆରମ୍ଭ ହୋଇଥିଲା ସଚେତନତା ଶୋଭାଯାତ୍ରା । ଛାତ୍ରଛାତ୍ରୀଙ୍କ ସହ ଶୋଭାଯାତ୍ରାରେ ଘୋଡା ପହଁଚିଥିଲେ ଓୟୁଏଟି ପରିସରରେ । ଘୋଡାଙ୍କୁ ନେଇ କରାମତି ଦେଖାଇଥିଲେ ଘୋଡ଼ା ଚାଳକ । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ ମଧ୍ୟ ଯୋଗ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ଆକର୍ଷଣ ସାଜିଥିଲା ଡଗ୍ ସୋ । ନିଜ ନିଜର ପୋଷା କୁକୁରଙ୍କୁ ନେଇ ପହଁଚିଥିଲେ ମାଲିକ । ଡଗ୍ ସୋ ରେ ଦେଖାଦେଇଥିଲେ ବିଭିନ୍ନ ବ୍ରିଡ଼ର କୁକୁର । ଏମାନଙ୍କ ମଧ୍ୟରେ ମିନପିନ ପ୍ରଜାତିର କୁକୁର ମିକି, ଇଟାଲିଆନ ବ୍ରିଡ଼ କେନକ୍ରୋସୋ ଇଭିପେକନିସ ପ୍ରଜାତିର ଡଗ୍ ଜାରା ସାଜିଥିଲା ଆକର୍ଷଣ । ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସରେ ଦର୍ଶକଙ୍କ ମନ ମୋହିଥିଲା ପୋଷା କୁକୁରଙ୍କ କ୍ୟାଟ୍ ୱକ୍।
ଏହି ଅବସରରେ ପ୍ରାଣୀ ଯତ୍ନରେ ସମର୍ପିତ ପଶୁପ୍ରେମୀଙ୍କୁ ସମ୍ମାନିତ କରାଯାଇଥିଲା । ଏଥିସହ ସୁସ୍ଥ ପ୍ରାଣୀ ଜଗତ ପାଇଁ ଆୟୋଜିତ ହୋଇଥିଲା ସଚେତନତା କାର୍ଯ୍ୟକ୍ରମ । ଶୋଭାଯାତ୍ରାରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ । ଗୃହପାଳିତ ପଶୁ ମାନଙ୍କର କିଭଳି ଯତ୍ନ ନିଆଯିବ ସେନେଇ ପରାମର୍ଶ ଦେଇଥିଲେ ପ୍ରାଣୀ ଚିକିତ୍ସକ । ବୁଲା କୁକୁରଙ୍କୁ ଆପଣାଇବା ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ ପଶୁପ୍ରେମୀ ।
]]>ହେଲେ ଏପଟେ କେଉଁ ପରିସ୍ଥିତିରେ ଏପରି ହୋଇଛି ମୁଁ ଜାଣିନାହିଁ ବୋଲି କହିଛନ୍ତି ସମ୍ପୃକ୍ତ ପ୍ରଫେସର। ଏଥିସହ ଚକ୍ରାନ୍ତର ଶିକାର ହୋଇଥାଇ ପାରେ। ଏ ନେଇ ମୁଁ ପ୍ରଥମେ OUAT ଭିସିଙ୍କୁ ଜଣାଇବି ବୋଲି କହିଛନ୍ତି ପ୍ରଫେସର ମନୋରଞ୍ଜନ। ଆବଶ୍ୟକ ପଡ଼ିଲେ ପୋଲିସର ସହାୟତା ନେବି ବୋଲି ମଧ୍ୟ ସେ କହିଛନ୍ତି।
]]>