ସୂଚନା ଥାଉ କି, ମହିଳା ସମ୍ବାଦିକା ଦେବସ୍ମିତା ରାଉତଙ୍କୁ ମାଡ଼ ମାରିବା ଅଭିଯୋଗ ମାମଲାରେ ଗତ ଶନିବାର ଟୁଟୁଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା ଖାରବେଳ ନଗର ଥାନା ପୋଲିସ । ସିନେମା ହଲ୍ ସାମ୍ନାରେ ମହିଳା ସାମ୍ବାଦିକା ଦେବସ୍ମିତା ରାଉତଙ୍କୁ ପ୍ରଯୋଜକ ଟୁଟୁ ନାୟକ ଏଭଳି ଆଚରଣ ଦେଖାଇଥିବା ଅଭିଯୋଗକୁ ନେଇ ହୋଇଥିଲା ହୁଲୁସ୍ତୁଲୁ ।
ପ୍ରଯୋଜକ ଟୁଟୁ ନାୟକଙ୍କୁ ଥାନାକୁ ଆଣି ପଚରାଉଚରା ସହ ୧୬୧ ବୟାନ ରେକର୍ଡ କରିଥିଲା ଖାରବେଳନଗର ଥାନା ପୋଲିସ । ତା’ସହ ଏତଲା ଆଧାରରେ ଆଇପିସି ଧାରା ୩୫୪ ଅର୍ଥାତ ମହିଳାଙ୍କୁ ଅସଦାଚରଣ, ୩୪୧-ବେଆଇନ ଭାବେ ଅଟକ, ୩୨୩-ଶରୀରକୁ ଆଘାତ ଏବଂ ୨୯୪-ଅଶାଳୀନ ମନ୍ତବ୍ୟ ପ୍ରୟୋଗ ଆଦି ଦଫା ଲଗାଇ ଟୁଟୁଙ୍କୁ ଗିରଫ କରିବା ସହ ବିଚାର ବିଭାଗୀୟ ହାଜତକୁ ପଠାଇଥିଲା ଖାରବେଳନଗର ଥାନା ପୋଲିସ ।
]]>ଲେଡି ଜର୍ଣ୍ଣାଲିଷ୍ଟ ଦେବସ୍ମିତା ରାଉତଙ୍କୁ ମାଡ଼ ଅଭିଯୋଗ ମାମଲାରେ ଗତ ଶନିବାର ଟୁଟୁଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା ଖାରବେଳ ନଗର ଥାନା ପୋଲିସ । ମହଙ୍ଗା ପଡ଼ିଲା ମହିଳା ସାମ୍ବାଦିକଙ୍କୁ ମାଡ଼ ଅଭିଯୋଗ । ଅଡୁଆ ବଢ଼ାଇଲା ସର୍ବସମ୍ମୁଖରେ ଦୁର୍ବ୍ୟବହାର । ସିନେମା ହଲ୍ ସାମ୍ନାରେ ମହିଳା ସାମ୍ବାଦିକା ଦେବସ୍ମିତା ରାଉତଙ୍କୁ ପ୍ରଯୋଜକ ଟୁଟୁ ନାୟକ ଏଭଳି ଆଚରଣ ଦେଖାଇଥିବା ଅଭିଯୋଗକୁ ନେଇ ହୋଇଥିଲା ହୁଲସ୍ତୁଲ୍ ।
ପ୍ରଯୋଜକ ଟୁଟୁ ନାୟକଙ୍କୁ ଥାନାକୁ ଆଣି ପଚରାଉଚରା ସହ ୧୬୧ ବୟାନ ରେକର୍ଡ କରିଥିଲା ଖାରବେଳନଗର ଥାନା ପୋଲିସ । ତା’ସହ ଏତଲା ଆଧାରରେ ଆଇପିସି ଧାରା ୩୫୪ ଅର୍ଥାତ ମହିଳାଙ୍କୁ ଅସଦାଚରଣ, ୩୪୧-ବେଆଇନ ଭାବେ ଅଟକ, ୩୨୩-ଶରୀରକୁ ଆଘାତ ଏବଂ ୨୯୪-ଅଶାଳୀନ ମନ୍ତବ୍ୟ ପ୍ରୟୋଗ ଆଦି ଦଫା ଲଗାଇ ଟୁଟୁଙ୍କୁ ଗିରଫ କରିବା ସହ ବିଚାର ବିଭାଗୀୟ ହାଜତକୁ ପଠାଇଛି ଖାରବେଳନଗର ଥାନା ପୋଲିସ ।
]]>ଶୁକ୍ରବାର ଅପରାହ୍ନ ପ୍ରାୟ ସାଢ଼େ ୩ଟା । ରିଲିଜ୍ ହେବାକୁ ଥିବା ଏକ ସିନେମାର କଭରେଜ୍ ପାଇଁ ଯାଇଥିଲେ ସାମ୍ବାଦିକା ଦେବସ୍ମିତା ରାଉତ। ଆଉ ଗେଟ୍ ସାମ୍ନାରେ ଛିଡ଼ା ହୋଇଥିବାବେଳେ ପାଖକୁ ଆସି ମାଡ଼ ମାରିବା ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆଣି ଥାନାର ଦ୍ୱାରସ୍ଥ ହୋଇଥିଲେ ଦେବସ୍ମିତା। ଆଉ ଏ ହେଉଛି ଆଜିର ଚିତ୍ର । ଭୁବନେଶ୍ୱର ଡିସିପିଙ୍କ ଦ୍ୱାରସ୍ଥ ହୋଇଥିଲା ଓଡ଼ିଶା ୱିମେନ୍ ଆଣ୍ଡ ମିଡିଆ ଆସୋସିଏସନ। ଘଟଣାର ନିରପେକ୍ଷ ତଦନ୍ତ ଦାବି ସହ ମହିଳା ସାମ୍ବାଦିକାଙ୍କ ପାଇଁ ସୁରକ୍ଷିତ କାର୍ଯ୍ୟକ୍ଷେତ୍ର ସୃଷ୍ଟି କରିବାକୁ ଡିସିପିଙ୍କୁ ସଂଘ ନିବେଦନ କରିଥିଲା।
ଅପରପକ୍ଷେ ସାମ୍ବାଦିକା ଦେବସ୍ମିତାଙ୍କୁ ଟୁଟୁ ନାୟକଙ୍କ ମାଡ଼ ଅଭିଯୋଗ ମାମଲାରେ ତତ୍ପରତା ଦେଖାଇଛନ୍ତି ମହିଳା କମିଶନ ଅଧ୍ୟକ୍ଷା । ନିଜ ଆଡୁ ମାମଲା ରୁଜୁ କରିବା ସହ ପୋଲିସ କମିଶନରଙ୍କୁ ୧୫ ଦିନ ଭିତରେ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସାମ୍ବାଦିକା ଦେବସ୍ମିତାଙ୍କୁ ମାଡ଼ କିମ୍ବା ଦୁର୍ବ୍ୟବହାର ଅଭିଯୋଗକୁ ଗତକାଲି ଖଣ୍ଡନ କରିବା ସହ ଟୁଟୁ ନାୟକ ଦୁଃଖପ୍ରକାଶ କରିଥିଲେ। ତେବେ ଗିରଫଦାରୀ ପରେ ଆଜି ଟୁଟୁଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନଥିବାବେଳେ ତାଙ୍କ ବନ୍ଧୁ ତଥା ସିନେ ନିର୍ଦ୍ଦେଶକ ସୁଧାକର ବସନ୍ତ କହିଛନ୍ତି, ସାମ୍ବାଦିକାଙ୍କୁ ମାଡ଼ ମାମଲାରେ ଟୁଟୁ କ୍ଷମା ମାଗିବେ। ତାଙ୍କୁ ସମୟ ଦିଆଯାଉ।
ତେବେ ଦେବସ୍ମିତା ଓ ଟୁଟୁ ନାୟକ ଉଭୟେ ଚିହ୍ନା ପରିଚିତ ଥିବାବେଳେ କାହିଁକି ହଠାତ୍ ଉପୁଜିଲା ଏଭଳି ଅପ୍ରୀତିକର ସ୍ଥିତି ? ୨୪ ଘଣ୍ଟା ଭିତରେ ତତ୍ପରତା ଦେଖାଇଥିବା କମିଶନରେଟ୍ ପୋଲିସ ନିଜ ତଦନ୍ତ ରିପୋର୍ଟରେ କି ସତ୍ୟ ଦର୍ଶାଉଛି ? ତାକୁ ଏବେ ଅପେକ୍ଷା।।
]]>
ଅଭିନେତା ମନୋଜ ମିଶ୍ରଙ୍କ ନାଁରେ ଥାନାରେ ଏତଲା
— ଓଟିଭି (@otvkhabar) November 4, 2023
- ମନୋଜଙ୍କ ନାଁରେ ଏତଲା ଦେଲେ ‘ପ୍ରଥା’ ଫିଲ୍ମର ପ୍ରଯୋଜିକା
- ପ୍ରଯୋଜିକା ସନଲିସା ପଟେଲ ଅନ୍ଲାଇନ୍ରେ ଏତଲା ଦେଲେ
- ‘ପ୍ରଥା’ର ପୋଷ୍ଟର ଚିରିବା ପଛରେ ମନୋଜଙ୍କ ହାତଥିବା ଅଭିଯୋଗ#ManojMishra #Actor #FIR #OTV pic.twitter.com/a6gnrOqRgc
ଗତକାଲି ଦେଢଶହରୁ ଅଧିକ ଦର୍ଶକ ଫିଲ୍ମ ଦେଖୁଥିବା ବେଳେ ହଠାତ୍ କିଛି ବ୍ୟକ୍ତି ବାଇକରେ ପହଞ୍ଚି ଗଣ୍ଡଗୋଳ କରିଥିଲେ। ପୋଷ୍ଟର ବ୍ୟାନର ଚିରିବା ସହ ସୋ ବନ୍ଦ କରିବାକୁ ଧମକ ଦେଇଥିଲେ। ‘ପ୍ରଥା’ ଫିଲ୍ମ ବନ୍ଦ କରି କିଛି ଲୋକ ‘ମାଇଣ୍ଡଗେମ୍’ ଫିଲ୍ମ ଚଲାଇବାକୁ ବି ବାଧ୍ୟ କରିଥିଲେ। ଘଟଣାରେ ସରକାର ହସ୍ତକ୍ଷେପ କରିବାକୁ ପ୍ରଯୋଜିକା ସନଲିସା ପଟେଲ୍ ନିବେଦନ କରିଛନ୍ତି। ସେପଟେ ସନଲିସା ପଟେଲଙ୍କ ଅଭିଯୋଗକୁ ନେଇ ମନୋଜ ମିଶ୍ରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
]]>ଆପରାହ୍ଣ ସମୟରେ ପ୍ରଯୋଜକ ଟୁଟୁ ନାୟକଙ୍କୁ ପୋଲିସ ଗିରଫ କରିଥିଲା । ଏନେଇ ଜୋନ୍-୪ ଏସିପି ମାନସ ଗଡ଼ନାୟକ ସୂଚନା ଦେଇଥିଲେ ।ଟୁଟୁଙ୍କୁ ଏ ସମ୍ପର୍କରେ ପଚରାଉଚରା କରାଯିବା ପରେ ଗିରଫ କରିଥିଲା ଖାରବେଳନଗର ପୋଲିସ ।
ମହିଳା ସାମ୍ବାଦିକାଙ୍କୁ ମାଡ଼ ମାରିବା ଅଭିଯୋଗରେ ପ୍ରଯୋଜକ ଟୁଟୁ ନାୟକଙ୍କୁ ଥାନାକୁ ଆଣିଥିଲା ଖାରବେଳନଗର ଥାନା ପୋଲିସ ।ତାଙ୍କୁ ଥାନାରେ ପଚରାଉଚରା କରିଥିଲା ପୋଲିସ । ସେପଟେ କାର୍ଯ୍ୟରତ ମହିଳା ସାମ୍ବାଦିକା ଦେବସ୍ମିତା ରାଉତଙ୍କୁ ସିନେ ପ୍ରଯୋଜକ ସଂଜୟ ନାୟକ ମାଡ଼ ମାରିବା ଘଟଣାରେ ନିଜ ଆଡୁ ମାମଲା ରୁଜୁ କରିଥିଲେ ମହିଳା କମିଶନ ।
ମହିଳା କମିଶନ ଅଧ୍ୟକ୍ଷା ମିନତି ବେହେରା ଏ ସମ୍ପର୍କରେ ସୂଚନା ଦେଇଥିଲେ ।ଘଟଣା ନେଇ ପୋଲିସ କମିଶନରଙ୍କୁ ରିପୋର୍ଟ ତଲବ ମଧ୍ୟ କରାଯାଇଥିଲା । ୧୫ ଦିନ ଭିତରେ ମାମଲାର ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ହୋଇଥିଲା ।ଫଳରେ ପୋଲିସ ଟୁଟୁଙ୍କୁ ଆଜି ଥାନାକୁ ଡାକି ପଚରାଉଚରା କରିଥିଲା । ପରେ ତାଙ୍କୁ ଖାରବେଳନଗର ପୋଲିସ ଗିରଫ କରିବା ସହ ଜେଲ୍କୁ ପଠାଇଦେଇଛି ।
]]>କାର୍ଯ୍ୟରତ ମହିଳା ସାମ୍ବାଦିକା ଦେବସ୍ମିତା ରାଉତଙ୍କୁ ସିନେ ପ୍ରଯୋଜକ ସଂଜୟ ନାୟକ ମାଡ଼ ମାରିବା ଘଟଣାରେ ନିଜ ଆଡୁ ମାମଲା ରୁଜୁ କଲେ ମହିଳା କମିଶନ। ଏନେଇ ସୂଚନା ଦେଇଛନ୍ତି ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରା । ଘଟଣା ନେଇ ପୋଲିସ କମିଶନରଙ୍କୁ ରିପୋର୍ଟ ତଲବ କରାଯାଇଛି । ୧୫ ଦିନ ଭିତରେ ମାମଲାର ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ହୋଇଛି।
ସେପଟେ ଘଟଣାର ନିରପେକ୍ଷ ତଦନ୍ତ ଦାବିରେ ଭୁବନେଶ୍ୱର ଡିସିପିଙ୍କୁ ଭେଟିଛି ଓଡ଼ିଶା ୱିମେନ୍ ଆଣ୍ଡ ମିଡିଆ । ଏଥିସହ ମହିଳା ସାମ୍ବାଦିକାଙ୍କ ପାଇଁ ସୁରକ୍ଷିତ କାର୍ଯ୍ୟକ୍ଷେତ୍ର ସୃଷ୍ଟି କରିବାକୁ ସଂଘ ଡିସିପିଙ୍କୁ ନିବେଦନ କରିଛି ।
]]>ସେ ଆହୁରି କହିଛନ୍ତି ଯେ, ଟୁଟୁ ନାୟକ ତାଙ୍କ ଗାଲକୁ ମାରିବା ପରେ ତାଙ୍କୁ ଠେଲି ଦେଇଥିଲେ । ଯାହା ଫଳରେ ତାଙ୍କ ମୋବାଇଲ୍, କ୍ୟାମେରା ଓ ବୁମ୍ ମଧ୍ୟ ତଳେ ପଡ଼ିଯାଇଥିଲା । ତାଙ୍କୁ ବାଡ଼େଇବାକୁ ଅଧିକାର କିଏ ଦେଲା ବୋଲି ସାମ୍ବାଦିକା ଜଣଙ୍କ ପ୍ରଶ୍ନ ଉଠାଇଛନ୍ତି । ତାଙ୍କ ସମ୍ମାନରେ ଆଞ୍ଚ ଲାଗିଛି, ପୋଲିସ ଟୁଟୁ ନାୟକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଉ ବୋଲି ସେ କହିଛନ୍ତି ।
ଦେବସ୍ମିତା ଏନେଇ ଖାରବେଳ ନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତିକରି କମିଶନରେଟ୍ ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ପୋଲିସ ଫିଲ୍ମ ହଲ୍ରେ ପହଞ୍ଚି ସିସିଟିଭି ଯାଞ୍ଚ କରୁଛି । ତେବେ ଏନେଇ ଟୁଟୁ ନାୟକ କହିଛନ୍ତି, ଆଜି ଗୋଟିଏ ଦିନରେ ୨ଟା ପ୍ରିମିଅର ସୋ ଥିଲା । ସୋ ଦେଖି ବାହାରିବା ବେଳେ ସେ ଗେଟ୍ ମଝିରେ ଠିଆ ହୋଇଥିଲେ । ମୁଁ ତାଙ୍କୁ ସାଇଡ୍ ହୋଇଯାଅ କହି ଟିକେ ମାରିଦେଲି । ତାଙ୍କ ମୋବାଇଲ୍ ତଳେ ପଡ଼ିଗଲା, ଅନ୍ୟ ସାମ୍ବାଦିକ ଉଠାଇ ଦେଲେ । ମୁଁ ସେଠାରୁ ପଳାଇ ଆସିଲି, ପରେ ଶୁଣିଲି ମୋ ନାଁରେ କେସ୍ ହୋଇଛି । ମୋର ସେଭଳି କିଛି ଉଦ୍ଦେଶ୍ୟ ନ ଥିଲା ।
ଆଜି ଏକ ଓଡ଼ିଆ ଫିଲ୍ମ ପ୍ରିମିୟର୍ ଶୋ’ ପାଇଁ ସିନେ ଅଭିନେତା, ଅଭିନେତ୍ରୀ, ପ୍ରଯୋଜକ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ନିମନ୍ତ୍ରଣ କରାଯାଇଥିଲା । ପ୍ରିମୟର ଶୋ’ ଚାଲିଥିବା ବେଳେ ମହିଳା ସାମ୍ୱାଦିକା ଦେବସ୍ମିତା ରାଉତ ବାହାକୁ ଆସିଥିଲେ । ଫିଲ୍ମର ହିରୋଙ୍କ ବାଇଟ୍ ନେବା ପାଇଁ ଚେଷ୍ଟା କରିଥିଲେ । ଏହି ସମୟରେ ତାଙ୍କୁ ଫିଲ୍ମ ପ୍ରଯୋଜକ ଟୁଟୁ ନାୟକ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି ।
]]>#ସୀମା_ଲଂଘିଲେ_ପ୍ରଯୋଜକ_ଟୁଟୁ_ନାୟକ
— ଓଟିଭି (@otvkhabar) November 3, 2023
- ପ୍ରଯୋଜକ ଟୁଟୁ ନାୟକଙ୍କ ନାଁରେ ଗୁରୁତର ଅଭିଯୋଗ
- ମାଡ଼ ମାରିଥିବା ଅଭିଯୋଗ କଲେ ମହିଳା ସାମ୍ବାଦିକା
- ଅଭିଯୋଗ ପରେ ଖାରବେଳ ନଗର ଥାନାରେ ମାମଲା ରୁଜୁ
- ସିସିଟିଭି ଆଧାରରେ ତଦନ୍ତ ଆରମ୍ଭ କଲା ପୋଲିସ
#odisha #OTV pic.twitter.com/L8WZWyhvnE
ମହିଳା ସାମ୍ବାଦିକ ଅଭିଯୋଗ କରିଛନ୍ତି ଯେ ଏକ ଖବର ସଂଗ୍ରହ ପାଇଁ ସେ ଯାଇଥିବା ବେଳେ ଟୁଟୁ ନାୟକ ହଠାତ୍ ତାଙ୍କ ଗାଲକୁ ଚାପୁଡ଼ା ମାରିଥିଲେ। କେବଳ ଏତିକି ନୁହେଁ ସାମ୍ବାଦିକାଙ୍କୁ ଗାଳିଗୁଲଜ କରିଥିବା ନେଇ ଅଭିଯୋଗ ହୋଇଛି । ଟୁଟୁ ନାୟକଙ୍କ ଏପରି ବ୍ୟବହାର ତାଙ୍କ ମର୍ଯ୍ୟାଦା ହାନୀ କରିଥିବା ଅଭିଯୋଗ କରିଛନ୍ତି ମହିଳା ସାମ୍ବାଦିକ । ଏହା ସହ ପ୍ରଯୋଜକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।
]]>ତେବେ ଚଳଚ୍ଚିତ୍ର ନିଗମ ଅଧ୍ୟକ୍ଷ କୁନା ତ୍ରିପାଠୀଙ୍କ କହିବା କଥା, ଏ ଆଲୋଚନା ପୂର୍ବରୁ ମନୋଜଙ୍କୁ ଆସିବାକୁ ସେ ବାରମ୍ବାର ଫୋନ୍ କରିଥିଲେ। ହେଲେ ମନୋଜଙ୍କଠୁ କୌଣସି ଉତ୍ତର ମିଳିନଥିଲା। ଆଜିର ବୈଠକ ବେଳେ ମଧ୍ୟ ମନୋଜଙ୍କୁ ଯାଇଥିଲା କୁନା ତ୍ରିପାଠୀଙ୍କ ଫୋନ୍ କଲ। ଆଉ ଏହାର ଉତ୍ତରରେ ମନୋଜ ତାଙ୍କ ମୂଳ ବ୍ୟାନ୍ ପ୍ରସଙ୍ଗ ଛାଡ଼ି ଅନ୍ୟ କିଛି ପ୍ରସଙ୍ଗରେ ଦାବି ରଖିଥିବା କଥା କହିଛନ୍ତି OFDC ଅଧ୍ୟକ୍ଷ।
ଅନ୍ୟପଟେ ସୋସିଆଲ ମିଡିଆରେ ମନୋଜ ଲେଖିଛନ୍ତି, କୁନା ତ୍ରିପାଠୀ ମୋତେ ଫୋନ୍ କରିଥିଲେ। ମୁଁ ତାଙ୍କୁ ସମାଧାନର ବାଟ କହିଛି। ସେପଟେ ବୈଠକରେ ଯୋଗ ଦେଇଥିବା ପ୍ରୟୋଜକ ସଂଜୟ ନାୟକ, ଅରିନ୍ଦମ୍ ରୟ, କଳାକାର ସଂଘ ସମ୍ପାଦକ ଶ୍ରୀତମ ଦାସ ଓ ଅନ୍ୟ କିଛି ପ୍ରଯୋଜକ ମଧ୍ୟ ମନୋଜ ମିଶ୍ରଙ୍କ ଅନୁପସ୍ଥିତି, ସେମାନଙ୍କୁ ନିରାଶ କରିଥିବା କହିଛନ୍ତି।
ଏପଟେ ମନୋଜ ମିଶ୍ରଙ୍କୁ ବ୍ୟାନ୍ ନେଇ ପଶ୍ଚିମ ଓଡ଼ିଶାରେ ଥମୁନି ବିବାଦ। ତେବେ ଏହାକୁ ସିନେ ଇଣ୍ଡଷ୍ଟ୍ରିର ଆଭ୍ୟନ୍ତରୀଣ ମାମଲା କହିଛନ୍ତି ବିଜେଡି ନେତା କଳୀକେଶ ସିଂହଦଓ। ନିର୍ବାଚନ ସମୟ ଆସୁଥିବାରୁ କିଛି ଲୋକ ଏ ପ୍ରସଙ୍ଗରୁ ରାଜନୈତିକ ରୁଟି ସେକି, ଅଯଥାରେ ପଶ୍ଚିମ ଓଡ଼ିଶା ଭାବାବେଗକୁ ଯୋଡ଼ି ଶସ୍ତା ରାଜନୀତି କରୁଥିବା କହି ବର୍ଷିଛନ୍ତି କଳୀକେଶ।
ଏପଟେ ଓଲିଉଡରେ ଚାଲିଥିବା କଳାକାର କଳିକୁ ନେଇ ତେରଛା ବାଣ ମାରିଛନ୍ତି ନିକଟରେ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ପାଇଥିବା ଜାତୀୟ ପୁରସ୍କାର ପାଇଥିବା ପ୍ରଯୋଜକ ଅନୁପମ ପଟ୍ଟନାୟକ। ‘ଏକ୍ସ’ରେ କରିଥିବା ପୋଷ୍ଟରେ ଓଡ଼ିଶା ଏକ୍, ପୂର୍ବ କି ପଶ୍ଚିମ କିଛି ନାହିଁ। ସେହିପରି ପୁରା ଫିଲ୍ମ ଇଣ୍ଡଷ୍ଟ୍ରି ଗୋଟିଏ। ଯେଉଁ ଫିଲ୍ମ ଆମେ ତିଆରି କରୁଛୁ, ତାହା କେବଳ ଓଡ଼ିଶା ପାଇଁ ନୁହେଁ, ସାରା ବିଶ୍ୱ ପାଇଁ।
]]>ଅଭିନେତା ମନୋଜ ମିଶ୍ର କହିଲେ ମାଇଣ୍ଡଗେମ୍ ଫିଲ୍ମକୁ ରାଜ୍ୟବ୍ୟାପି ଚଲାଇବାକୁ ଦିଅ, ପ୍ରଯୋଜକ କହିଲେ, ଫିଲ୍ମକୁ ବ୍ୟାନ କରାଯାଇନି। ସୋସିଆଲ୍ ମିଡ଼ିଆରେ ମନୋଜ ମିଶ୍ରଙ୍କ ଏକ ଭିଡ଼ିଓ ପୋଷ୍ଟ ପରେ ପ୍ରଯୋଜକ ସଂଘ ଓ ମନୋଜ ମିଶ୍ରଙ୍କ ମଧ୍ୟରେ ବୟାନ ବାଜି ଦେଖାଯାଇଥିଲା। ମନୋଜ ସର୍ତ୍ତ ରଖି କହିଛନ୍ତି, ମୁଁ ରାମ ଫିଲ୍ମକୁ ବିରୋଧ କରିନି। ଅଥଚ କାହିଁକି ବ୍ୟାନ କରାଗଲା, ତାର ଉତ୍ତର ସହ ମାଇଣ୍ଡଗେମକୁ ରାଜ୍ୟବ୍ୟାପି ଚାଲିବାକୁ ଦିଆଯାଉ, ତା’ପରେ ଆଲୋଚନାକୁ ଆସିବି। ତେବେ ଫିଲ୍ମ ପ୍ରଯୋଜକ ସଂଘ କହିଛି, ବ୍ୟାନ୍ ଉଠିବ ନାହିଁ। ମନୋଜ ନିଜେ ବିବାଦର ସମାଧାନ ଚାହୁଁନାହାନ୍ତି, କି ଡାକିଲେ ଆସୁନାହାନ୍ତି। ବରଂ ବ୍ୟାନ ନିଷ୍ପତ୍ତିକୁ ପବ୍ଲିସିଟି ପାଇଁ ବ୍ୟବହାର କରୁଛନ୍ତି।
ଗତକାଲି ମନୋଜ ମିଶ୍ରଙ୍କୁ ଆଲୋଚନା ପାଇଁ ଆହ୍ୱାନ କରିଥିଲେ ଅଭିନେତା ଅରିନ୍ଦମ, ପୂର୍ବରୁ ବାବୁସାନ ବି କ୍ଷମା ମାଗିଥିଲେ। ତାରି ଭିତରେ ଜଣଙ୍କ ପରେ ଜଣେ ରାଜନେତା ହସ୍ତକ୍ଷେପ କରିଥିଲେ। ଏପରିକି ଓଡ଼ିଶା ଦି’ ଭାଗ ହୋଇଯିବ ବୋଲି କହି ଆଞ୍ଚଳିକତାବାଦର ବୟାନବାଜି ବି ଚାଲିଲା। ଏହି ମଉକାରେ ପଶ୍ଚିମ ଓଡ଼ିଶାରେ ଉଗ୍ର ହେବାରେ ଲାଗିଛି କୋଶଲ୍ ସେନାର ଆଭିମୁଖ୍ୟ। ପଶ୍ଚିମାଞ୍ଚଳକୁ ବିଭିନ୍ନ କ୍ଷେତ୍ରରେ ଅବହେଳା ଏବଂ ଅଭିନେତା ମନୋଜ ମିଶ୍ରଙ୍କୁ ବାସନ୍ଦ ପ୍ରସଙ୍ଗକୁ ଧରି ଆସନ୍ତା ନଭେମ୍ବର ୧୫ ତାରିଖରେ କୋଶଲ ମହାବନ୍ଦ ଡାକରା ଦେଇଛି କୋଶଲ ରାଜ୍ୟ ମିଳିତ କ୍ରିୟାନୁଷ୍ଠାନ କମିଟି।
ଅଭିନେତା ମନୋଜ ମିଶ୍ର ଏବଂ ଜିତୁ ମଙ୍ଗରାଜଙ୍କ ମଧ୍ୟରେ ହୋଇଥିବା ବ୍ୟକ୍ତିଗତ ବିବାଦରୁ ଉଠିଥିବା ଝଡ଼ ଓଲିଉଡରୁ ପଲିଟିକାଲ ମୈଦାନ ଯାଏଁ କମ୍ପୁଛି। ତେବେ କେବେ ତୁଟିବ ଏହି କଳି ? କଳି ତୁଟାଇବାର ବାଟ କ’ଣ ? ନା କଳିକୁ ନତୁଟାଇବାକୁ ରହିଛି କି କୌଣସି ଅଭିସନ୍ଧି ? ତାକୁ ନେଇ ନାନା ଚର୍ଚ୍ଚା ଲାଗିରହିଛି।
]]>ସେ ରାମ ଫିଲ୍ମକୁ ବିରୋଧ କରି ନାହାନ୍ତି କି କାହାକୁ ବି ଅଟକାଇବାକୁ କହି ନାହାନ୍ତି ବୋଲି କହିଛନ୍ତି। ବିନା ତଥ୍ୟରେ ଟୁଟୁ ନାୟକ ଏବଂ ତାଙ୍କ ସହଯୋଗୀ ମତେ ବ୍ୟାନ କରିଥିବାରୁ ମାଇଣ୍ଡ ଗେମ୍ ଫିଲ୍ମର ବହୁତ କ୍ଷତି ହୋଇଛି। ପ୍ରଥମେ ଟୁଟୁ ନାୟକ କାହିଁକି ବ୍ୟାନ କରିଛନ୍ତି ସେନେଇ କୁହନ୍ତୁ। ମାଇଣ୍ଡ ଗେମ୍କୁ ସାରା ଓଡ଼ିଶାରେ ରିଲିଜ୍ କରାନ୍ତୁ ତାପରେ ଆମେ ବସି ସମାଧାନ କରିବା ବୋଲି ଭିଡିଓରେ କହିଛନ୍ତି ମନୋଜ।
ଅରିନ୍ଦମ୍ ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ଘର କଳିକୁ ସମାଧାନ ପାଇଁ ଅଭିନେତା ମନୋଜ ମିଶ୍ରଙ୍କୁ ନିବେଦନ କରିଥିଲେ। ସେପଟେ ଅଭିନେତା ମନୋଜ ମିଶ୍ରଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛି ପ୍ରଯୋଜକ ସଂଘ। ଟୁଟୁ ନାୟକ ଏକା ନୁହନ୍ତି, ସଂଘର ସହମତିରେ ମନୋଜ ମିଶ୍ରଙ୍କୁ ବ୍ୟାନ କରାଯାଇଛି।
ବର୍ତ୍ତମାନ ସମୟରେ ମନୋଜ ମିଶ୍ରଙ୍କ ବ୍ୟାନ ଉଠିବ ନାହିଁ ବୋଲି କହିଛନ୍ତି ପ୍ରଯୋଜକ ଜ୍ୟୋତିରଞ୍ଜନ ମହାନ୍ତି। ସେ ନିଜେ ବିବାଦକୁ ସମାଧାନ କରିବାକୁ ଚାହୁଁ ନାହାନ୍ତି କି ଆଲୋଚନା ପାଇଁ ଡାକିଲେ ବି ଆସୁ ନାହାନ୍ତି ବୋଲି କହିଛି ସଂଘ ।
ଅଭିନେତା ମନୋଜ ମିଶ୍ରଙ୍କୁ ଓଲିଉଡ୍ ଷ୍ଟାର ଅରିନ୍ଦମ୍ ରାୟଙ୍କ ଏ ଯୋଡ଼ହସ୍ତ ନିବେଦନ ପରେ ଓଡ଼ିଆ ସିନେ ଇଣ୍ଡଷ୍ଟ୍ରି ବିବାଦରେ ପଡ଼ିବ କି ଯବନିକା ? କାଳାକାର ପରିବାର ଭିତରେ ତୁଟିବ କି କଳି? ଅଭିନେତା ମନୋଜ ମିଶ୍ର ଓ ଜିତୁ ମଙ୍ଗରାଜଙ୍କ ମଧ୍ୟରେ ବ୍ୟକ୍ତିଗତ ଝଗଡ଼ାରୁ ଓଡ଼ିଆ ସିନେ ଇଣ୍ଡଷ୍ଟ୍ରିରେ ମୁଣ୍ଡ ଟେକିଥିବା ବଡ଼ ବିବାଦର ସମାଧାନ ଲାଗି ଆଜି ଆଗକୁ ଆସିଛନ୍ତି ଅଭିନେତା ତଥା ପ୍ରଯୋଜକ ଅରିନ୍ଦମ୍ ରାୟ। ନିକଟରେ ମୁକ୍ତିଲାଭ କରିଥିବା ରାମ୍ ଫିଲ୍ମର ପ୍ରଯୋଜକ ଅରିନ୍ଦମ୍ ଏକ ସାମ୍ବାଦିକ ସମ୍ମିଳନୀରେ ଓଲିଉଡର ଏ କଳିକୁ ଘର କଳି ବୋଲି କହି ଏହାର ସମାଧାନ ଘରେ କରିବାକୁ ହିଁ ଆହ୍ୱାନ ଦେଇଛନ୍ତି।
ମନୋଜ ମିଶ୍ରଙ୍କୁ ବଡ ଭାଇ ବୋଲି ସମ୍ବୋଧନ କରି ଏକାଠି ବସି ବିବାଦରେ ବିରାମ ଟାଣିବାକୁ ଯୋଡ଼ହସ୍ତରେ ନିବେଦନ କରିଛନ୍ତି ଅରିନ୍ଦମ୍। କହିଛନ୍ତି ଓଡ଼ିଆ ସିନେମାକୁ ଆଗକୁ ନେବା ଉଭୟଙ୍କର ସ୍ୱପ୍ନ ଅଛି। ତେଣୁ ୟା ଭିତରେ ଆଉ ରାଜନୀତି କିମ୍ବା ବାହାର ଲୋକଙ୍କୁ ନ ପୁରାଇ ଏକାଠି ବସି ବିବାଦର ସମାଧାନ କରିବାକୁ ସେ ଅପିଲ କରିଛନ୍ତି।
ସେପଟେ ଗତକାଲି ନରସିଂହ ମିଶ୍ରଙ୍କ ପରେ ଆଜି ଅଭିନେତା ମନୋଜ ମିଶ୍ରଙ୍କ ସପକ୍ଷରେ ଆସିଛନ୍ତି ଆଉ ଜଣେ ବିଧାୟକ। ବିଜେପି ବିଧାୟକ ନାଉରୀ ନାୟକ ଏ ପ୍ରସଙ୍ଗ ଉଠାଇ ମନୋଜଙ୍କ ଉପରୁ ତୁରନ୍ତ ବାସନ୍ଦ କଟକଣା ପ୍ରାତ୍ୟାହାର ପାଇଁ ଦାବି କରିଛନ୍ତି। ଏପଟେ ମନ୍ତ୍ରୀ ଅଶୋକ ପଣ୍ଡା ଏ ମାମଲାରେ ମାପିଚୁପି ମନ୍ତବ୍ୟ ଦେବା ସହ ବିବାଦର ଶୀଘ୍ର ସମାଧାନ ପାଇଁ ମତ ରଖିଛନ୍ତି। ଅନ୍ୟପଟେ ଉତ୍କଳ ସିନେ ଚାମ୍ବର୍ସ ଅଫ୍ କମର୍ସ ବି ଏ ବିବାଦକୁ ଅଯଥା ବୋଲି ଦର୍ଶାଇଛି। ଦୁଇ କଳାକାରଙ୍କ ବ୍ୟକ୍ତିଗତ କଳିକୁ ସିନେ କାଳାକାର ସଂଘ ଭିତରେ ସମାଧାନ ପାଇଁ ଉଦ୍ୟମ ନକରି ବିଭିନ୍ନ ପକ୍ଷ ଗଣମାଧ୍ୟମରେ ମତ ରଖିବା ଘଟଣାକୁ ନାପସନ୍ଦ କରିଛି।
ୟା ଭିତରେ ବିବାଦର ସମାଧାନ ପାଇଁ ସୋସିଆଲ ମିଡିଆ କିମ୍ବା ଗଣମଧ୍ୟମକୁ ଢାଲ ନ କରି ଓଡ଼ିଆ ସିନେ ଇଣ୍ଡଷ୍ଟ୍ରି ସହ ଜଡ଼ିତ ବିଭିନ୍ନ ସଂଘର କର୍ମକର୍ତ୍ତା ଦୁଇ ପକ୍ଷଙ୍କୁ ଏକାଠି କରି ମନେଇ ପାରିଲେ, ଏ କଳିରେ ପୂର୍ଣ୍ଣଚ୍ଛେଦ ପଡ଼ିବ ବୋଲି ଆଶା କରଯାଉଛି।
]]>ଦୀର୍ଘଦିନ ଧରି ଫୁସଫୁସ୍ କ୍ୟାନସରରେ ପୀଡ଼ିତ ଥିଲେ ଓଡ଼ିଆ ସଂଗୀତ ଜଗତର ଅନ୍ୟତମ ବେତାଜ ବାଦଶାହା ସ୍ୱରୂପ ନାୟକ। ୪୦ରୁ ଅଧିକ ସିନେମା ପାଇଁ ସଂଗୀତ ନିର୍ଦ୍ଦେଶନା ଦେବା ସହ ଗୀତ ରଚନା, ଫିଲ୍ମରେ ଅଭିନୟ କରି ଓଲିଉଡକୁ ସମୃଦ୍ଧ କରିଥିଲେ ସ୍ୱରୂପ ନାୟକ। ଗତକାଲି ୭୬ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିଲା । ବହୁ ବିଶିଷ୍ଟ କଳାକାରଙ୍କ ସମେତ ବିଭିନ୍ନ ବର୍ଗର ବ୍ୟକ୍ତି ପହଞ୍ଚି ତାଙ୍କର ଶେଷ ଦର୍ଶନ କରିଥିଲେ ।
ନୀରବି ଗଲା ମତୁଆଲା କରୁଥିବା ସ୍ୱର..ଯେଉଁ କଣ୍ଠ ତାଙ୍କୁ ପ୍ରସିଦ୍ଧି ଦେଇଥିଲା, କର୍କଟ ରୋଗରେ ଫୁସଫୁସ୍ ଆକ୍ରାନ୍ତ ହେବା ପରେ ସବୁ କିଛି ନିଷ୍କ୍ରିୟ ହୋଇଗଲା। ଗୋଟିଏ ଯୁଗର ହୋଇଗଲା ଅବସାନ। ତାଙ୍କୁ ବାବୁ ଦା’ ବୋଲି ଡାକିଲେ ନା ସେ ଆଉ ଓ କରିବେ ନା ଆଉ ସେ ଅଭିନୟ କରି ଶୁଣାଇବେ ବୋଉଲୋ କି କହିବି ନୂଆ ଭାଉଜଙ୍କ କଥା। କାରଣ ୭୬ ବର୍ଷ ବୟସରେ ସାରା ଦୁନିଆକୁ, ସାରା ସଂଗୀତ ଜଗତକୁ, ସାରା ଓଲିଉଡକୁ ଅଲବିଦା କରିଛନ୍ତି ୮୦ ଦଶକର ଘରେ ଘରେ ପରିଚିତ ସଂଗୀତଜ୍ଞ ତଥା ଅଭିନେତା ସ୍ୱରୂପ ନାୟକ। ଦୀର୍ଘଦିନ ଧରି ଥ୍ରୋଟ୍ କ୍ୟାନସରରେ ପୀଡ଼ିତ ଥାଇ ଚିକିତ୍ସାଧିନ ଥିଲେ ସ୍ୱରୂପ ଦା’। କିନ୍ତୁ ସେ ଆଉ ସୁସ୍ଥ ହେଲେ ନାହିଁ। ଶେଷରେ ମୃତ୍ୟୁ ସହ ସଂଗ୍ରାମ କରୁ କରୁ ଆଜି କଟକ ସିଡ଼ିଏ ସ୍ଥିତ ବାସଭବନରେ ଆଖିବୁଜି ଦେଇଥିଲେ।
]]>ଉଭୟ ପକ୍ଷଙ୍କୁ ଡାକିବି ସମାଧାନ ବାଟ ବାହାରିବ। ବ୍ୟାନ୍ କୌଣସି ସମସ୍ୟାର ସମାଧାନ ନୁହେଁ’ ବୋଲି କୁନା କହିଛନ୍ତି। ଦୁଇ ଭାଇଙ୍କ ମଧ୍ୟରେ କେମିତି ଭଲ ସମ୍ପର୍କ ହେବ ଦେଖିବି। ଦୁଇ ଭାଇଙ୍କ କଳିରେ ରାଜନୀତି ହେବା କଥା ନୁହେଁ ବୋଲି କହିଛନ୍ତି କୁନା ତ୍ରିପାଠୀ।
ସେପଟେ ଅଭିନେତା ଶ୍ରୀତମ ଦାସ ବି କହିଛନ୍ତି ପଶ୍ଚିମ ଓଡିଶାରୁ ଆସି ମନୋଜ ଏଠି ନମ୍ବର ୱାନ କଳାକାର ହୋଇଛନ୍ତି, ବହୁ ବଡ ବଡ଼ ଜାଗାରେ ଅଛନ୍ତି। ସେମାନେ ସମସ୍ତେ ଓଡିଶାର ସୁପୁତ୍ର। ଆମ ପରିବାର ଭିତରେ ଟିକେ ମନୋମାଳିନ୍ୟ ହୋଇଛି। ଆମ ପରିବାର ଭିତର କଥା ବାହାରକୁ ପଳେଇ ଆସିଛି ତାହା ବଡ଼ ଭଳି ଲାଗୁଛି, କିଛି ଦିନ ଭିତରେ ସମାଧାନ ହୋଇଯିବ।
ଓଲିଉଡ ବିବାଦ ଏବଂ ଏହା ଭିତରେ ରାଜନୀତି ପ୍ରବେଶ ନେଇ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଅଭିନେତା ଶ୍ରୀତମ ଦାସ। ଏହାକୁ ନେଇ ରାଜନୀତି ହେବା କଥା ନୁହେଁ। ଗଣମାଧ୍ୟମ ଆଗରେ ସମସ୍ତ ରାଜନେତାଙ୍କୁ ଅନୁରୋଧ କରିବି ଏହା ଭିତରେ କେହି ମୁଣ୍ଡ ପୁରାନ୍ତୁ ନାହିଁ ବୋଲି ଶ୍ରୀତମ କହିଛନ୍ତି।
]]>ଓଲିଉଡ଼ କଳି ବାବଦରେ ମନ୍ତବ୍ୟ ଦେବାକୁ ଯାଇ ରାଜ୍ୟ ଦି ଭାଗ ହୋଇଯିବ ବୋଲି ଆଞ୍ଚଳିକବାଦି ମନ୍ତବ୍ୟ ଦେଇଥିଲେ ନରସିଂହ। ଏବେ ସେ ସେହି ବୟାନରେ କାଏମ ରହିବା ସହ ପୁଣି ତାଙ୍କ ମନ୍ତବ୍ୟକୁ ଦୋହରାଇଛନ୍ତି। ଅଭିନେତା ମନୋଜ ମିଶ୍ରଙ୍କୁ ବାସନ୍ଦ କରିବା ଦୁର୍ଭାଗ୍ୟଜନକ ବୋଲି କହିଲବା ସହ ଏଥିରୁ ପଶ୍ଚିମ ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ସ୍ପଷ୍ଟ ହେଉଛି ବୋଲି କହିଛନ୍ତି ନରସିଂହ ।
ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ଦାବି ହେଲେ ବିରୋଧ ହେଉଛି। ବଲାଙ୍ଗିରରେ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦାବି ହେଲେ ବିରୋଧ ହେଉଛି। ପଶ୍ଚିମ ଓଡ଼ିଶା ସବୁବେଳେ ଅବହେଳିତ ହୋଇ ରହୁ ସରକାର ଚାହୁଁଛନ୍ତି । ସ୍ୱତନ୍ତ୍ର ରାଜ୍ୟ ଦାବି କରିବା ନେଇ ଲୋକଙ୍କୁ ବାଧ୍ୟ କରାଯାଉଛି । ସ୍ୱତନ୍ତ୍ର କୋଶଳ ରାଜ୍ୟ ପ୍ରତିଷ୍ଠା ସପକ୍ଷରେ ମୁଁ ନଥିଲି, କି ଆଜି ବି ନାହିଁ । ସରକାରଙ୍କ ମନୋବୃତ୍ତି କିନ୍ତୁ ଓଡ଼ିଶାକୁ ଭାଗ ଭାଗ କରିବାକୁ ବାଧ୍ୟ କରୁଛି । ଯଦି ଓଡ଼ିଶା ଭାଗ ଭାଗ ହୁଏ ସରକାର ଦାୟୀ, ଉପକୂଳ ଲୋକେ ଦାୟୀ ରହିବେ ବୋଲି ସେ କହିଛନ୍ତି ।
ପୂର୍ବରୁ ଓଲିଉଡ ପ୍ରସଙ୍ଗରେ ମତ ଦେଇ ନରସିଂହ କହିଥିଲେ ମନୋଜ ମିଶ୍ରଙ୍କୁ ବାସନ୍ଦ ବିବାଦର ଶୀଘ୍ର ସମାଧାନ ନହେଲେ ଓଡ଼ିଶା ଦୁଇ ଭାଗ ହୋଇଯିବ। ଗତକାଲି ବଲାଙ୍ଗିର ଭରସୁଜାରେ ହେଉଥିବା ଛେଲିଆପାଟ୍ ଉତ୍ସବ ଅବସରରେ ନରସିଂହ ଖୋଲାଖୋଲି ଭାବେ ଏଭଳି କହିଥିଲେ । ନରସିଂହ ମିଶ୍ରଙ୍କ ବିଛିନ୍ନାତବାଦୀ ମନ୍ତବ୍ୟକୁ ନେଇ ଚାରିଆଡ଼େ ପ୍ରଶ୍ନ ଉଠିଛି। ନରସିଂହ କେଉଁ ଉଦ୍ଦେଶ୍ୟ ନେଇ ଏଭଳି କହିଛନ୍ତି ତାକୁ ଉଠିଛି ପ୍ରଶ୍ନ।
]]>ସ୍ୱରୂପ ନାୟକ ଓରଫ ବାବୁ ଦା’। ୧୯୪୬, ଫେବ୍ରୁୟାରୀ ୮ରେ ଜନ୍ମ ନିଅନ୍ତି କଟକ କାଫଲା ବଜାରରେ। ବାସୁଦେବ ନାୟକ ଏବଂ ସେବତୀ ନାୟକଙ୍କ ଅଷ୍ଟମ ତଥା ସର୍ବକନିଷ୍ଠ ସନ୍ତାନ ଥିଲେ ସ୍ୱରୂପ। କଳା ସଂସ୍କୃତିର ରାଜଧାନୀ କଟକରେ ବଢୁ ବଢ଼ୁ ଆରମ୍ଭ ହୋଇଯାଏ ଗୀତ, ସଂଗୀତ ଆଉ ଅଭିନୟର ଯାତ୍ରା। ତାଙ୍କୁ ଯେତେବେଳେ ମାତ୍ର ୧୧ ବର୍ଷ ବୟସ ହୋଇଥିଲା, ସେହି ସମୟରେ ହିଁ ସିଧା ସେ ବନିଯାଇଥିଲେ ମହାନାୟକ। ଜୟଦେବ ଫିଲ୍ମରେ କୃଷ୍ଣ ଚରିତ୍ରରେ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ ବାବୁ ଦା’।
ଏଭଳି ମହାନାୟକରୁ ଖଳନାୟକର ଯାତ୍ରା ଭିତରେ ନାୟକର ଚରିତ୍ରକୁ ଖୋଜୁ ଖୋଜୁ ଯେଉଁ ଭୂମିକାଟିକୁ ସ୍ୱରୂପ ଦା’ ବାଛିନେଇଥିଲେ ତାହା ଥିଲା ସଂଗୀତ। ସେ ଖାଣ୍ଟି ଓଡ଼ିଆ, ତାଙ୍କ ଗୀତ ଓ ସଂଗୀତରେ ଥିଲା ନିଛକ ଓଡ଼ିଆ ଛୁଙ୍କ। ସେଥିପାଇଁ ତ ତାଙ୍କ ଗୀତରେ ଫୁଟୁଥିଲା ପଦ୍ମ। ଆଉ ତାଙ୍କ ସମାଜ ସୁଧାର ଧର୍ମୀ ଗୀତ ତ କାଳଜୟୀ। ୧୯୫୬ରୁ ଶିଶୁ କଳାକାର ଭାବେ ଅଭିନୟ କରି ଯାତ୍ରା ଆରମ୍ଭ କରିଥିବା ସ୍ୱରୂପ ଦା’ ୧୯୮୪ରେ ହୀରାନୀଳା ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନାରେ ଡେବ୍ୟୁ କରିଥିଲେ।
ପରେ ସହର ଜଳୁଛି, ଲାଲ୍ ପାନ ବିବି, ସିନ୍ଦୁର ନୁହେଁ ଖେଳଘର, ପଞ୍ଜୁରୀ ଭିତରେ ଶାରୀ, ଉଦଣ୍ଡି ସୀତାରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ସବୁଠୁ ଚର୍ଚ୍ଚିତ ଥିଲା I LOVE YOU ଫିଲ୍ମର ଗୀତ। ଏଭଳି ଭାବେ ୪୧ଟି ଓଡ଼ିଆ ଫିଲ୍ମ ପାଇଁ ସଂଗୀତ ନିର୍ଦ୍ଦେଶନା, ୩୦ଟି କଥାଚିତ୍ର ପାଇଁ ଗୀତ ରଚନା, ୬ଟି ସିନେମାର ଗୀତରେ କଣ୍ଠଦାନ ଓ ୬ଟି ଚଳଚ୍ଚିତ୍ରରେ ଅଭିନୟ କରି ଓଡ଼ିଆ ସଂଗୀତକୁ ସମୃଦ୍ଧ କରିଛନ୍ତି। ସେଥିପାଇଁ ତାଙ୍କୁ ତରଙ୍ଗ ପକ୍ଷରୁ ତାଙ୍କୁ ଜୀବନ ବ୍ୟାପି ସାଧନା ପାଇଁ ଦିଆଯାଇଥିଲା ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ।
ଆଜି ସ୍ତବ୍ଧ ଓଲିଉଡ୍, ସ୍ୱରୂପଙ୍କ ଶେଷ ଦର୍ଶନ ପାଇଁ ଘରକୁ ଛୁଟୁଛି ଲୋକଙ୍କ ସୁଅ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରିୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପ୍ରମୁଖ ମଧ୍ୟ ନିଜର ଶୋକବାର୍ତ୍ତା ଜଣାଇଛନ୍ତି।
]]>ଜବାବରେ ମନୋଜ ମିଶ୍ର କହିଛନ୍ତି, କିଛି ଲୋକ ଆମ ଭିତରେ ଝଗଡ଼ା ଲଗାଇବାକୁ ଚେଷ୍ଟା କରିଛନ୍ତି । ଏନେଇ ବାରମ୍ବାର କଲ ଓ ଭଏସ ମେସେଜ ଦ୍ୱାରା ବୁଝେଇବାକୁ ଚେଷ୍ଟା କରିଛି । ହେଲେ ଅନୁଭବଙ୍କ ପକ୍ଷରୁ ପ୍ରତିଉତ୍ତର ନଥିଲା । ସେ ଆହୁରି ମଧ୍ୟ କହିଛନ୍ତି ଯେ, ବ୍ୟକ୍ତିଗତ ସମସ୍ୟା ସମସ୍ତଙ୍କର ଅଛି, ଅନୁଭବ ନିଜେ ବୁଝିବା ଦରକାର ।
ସେପଟେ ମନୋଜ ମିଶ୍ରଙ୍କୁ ବାସନ୍ଦ ନେଇ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ତୀବ୍ର ହୋଇଛି ପ୍ରତିବାଦର ସ୍ୱର । ବଲାଙ୍ଗିର ସଦର ମହକୁମା ସମେତ ଜିଲ୍ଲାର କଣ୍ଟାବାଞ୍ଜି,ବେଲପଡ଼ାରେ ପ୍ରତିବାଦ କରାଯାଇଛି । ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କୋଶଲ ସେନା ଏବଂ ବିଭିନ୍ନ ସଂଗଠନ ତରଫରୁ ପ୍ରତିବାଦ କରିବା ସହ ବାସନ୍ଦକୁ ନିନ୍ଦା କରାଯାଇଛି । ଯଥାଶୀଘ୍ର ନିଲମ୍ବନ ପ୍ରତ୍ୟାହାର କରିବାକୁ ଦାବି କରାଯାଇଛି ।
]]>
ଜିତୁ-ମନୋଜ ବିବାଦ ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି। ଅରିନ୍ଦମଙ୍କ ଫିଲ୍ମ ରାମରେ ଅଭିନୟ କରିଛନ୍ତି ଜିତୁ ମଙ୍ଗରାଜ। ଜିତୁଙ୍କ ସହିତ ମନୋଜଙ୍କ ବିବାଦ ରହିଛି। ସେଥିପାଇଁ ମନୋଜଙ୍କ କିଛି ସମର୍ଥକ ସମ୍ବଲପୁରରେ ସିନେମା ହଲ୍ ଆଗରେ ଜିତୁଙ୍କ ବିରୋଧରେ ବିକ୍ଷୋଭ କରିଛନ୍ତି। ଫିଲ୍ମକୁ ବ୍ୟାନ କରିବାକୁ ଦାବି ମଧ୍ୟ କରିଛନ୍ତି। ଏହା ପରେ ମନୋଜ ମିଶ୍ରଙ୍କୁ କିଛି ପ୍ରଯୋଜକ ବ୍ୟାନ କରିଥିବା ଖବର ହସ୍ତଗତ ହୋଇଛି। ସେପଟେ ଏ ସଂପର୍କରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି ଅଭିନେତା ମନୋଜ ମିଶ୍ର।
ଦୁର୍ଗା ପୂଜାରେ ରିଲିଜ୍ ହୋଇଛି ଅରିନ୍ଦମ ରାୟ ଓ ଅନୁଭବ ମହାନ୍ତି ଅଭିନିତ ଫିଲ୍ମ ‘ରାମ’। ସେହି ବାବୁଶାନ୍ ମହାନ୍ତି ଓ ଅମ୍ଲାନ ଦାସଙ୍କ ଅଭିନିତ ଫିଲ୍ମ ‘ମାଲ୍ୟଗିରୀ’ ଏବଂ ମେଗାଷ୍ଟାର ସିଦ୍ଧାନ୍ତ ମହାପାତ୍ରଙ୍କ ଅଭିନିତ ‘କଟକ... ଶେଷରୁ ଆରମ୍ଭ’ ଫିଲ୍ମ ରିଲିଜ୍ ହୋଇଛି। ଦୀର୍ଘ ଦିନ ବ୍ୟବଧାନରେ ଓଡ଼ିଶାର ସବୁ ଷ୍ଟାରଙ୍କ ଫିଲ୍ମ ଏକାଥରକେ ରିଲିଜ୍ ହେଉଥିବାରୁ ଦର୍ଶକଙ୍କ ଭିତରେ ଦେଖିବାକୁ ମିଳିଥିଲା ସ୍ୱତନ୍ତ୍ର କ୍ରେଜ୍। ହେଲେ ସମ୍ୱଲପୁରରେ ଅରିନ୍ଦମଙ୍କ ଫିଲ୍ମ ‘ରାମ୍’କୁ ହଲ୍ରେ ରିଲିଜ୍ କରିବାକୁ ଦିଆଗଲା ନାହିଁ।
]]>ସୁନା ପଞ୍ଜୁରି ଭଳି ଅନେକ ହିଟ୍ ଚଳଚ୍ଚିତ୍ରରେ ସିଦ୍ଧାନ୍ତଙ୍କ ସହ କ୍ୟାମେରା ଆଗରେ ଡାନ୍ସ କରିଥିବା ବୈରାଗୀ ଏବେ ମଧୁପାଟଣା ସମ୍ରାଟ ହଲ୍ ନିକଟରେ ଫାଷ୍ଟଫୁଡ ଦୋକାନରେ କାମ କରୁଛନ୍ତି । ସମୟ ଚକ୍ରରେ ପେଟପାଟଣା ପାଇଁ ତାଙ୍କ ବୃତ୍ତି ବଦଳିଥିଲେ ବି, ନାଚ ପ୍ରତି ଦୁର୍ବଳତା ଏବେବି ବଞ୍ଚିଛି । ସେଥିପାଇଁ ନିଜର ନିଆରା ଅନ୍ଦାଜରେ ନାଚି ନାଚି ଚାଉମିନ୍ ଓ ରୋଲ୍ ଆଦି ତିଆରି କରନ୍ତି ଓ ଗ୍ରାହକଙ୍କୁ ପରଷି ଦିଅନ୍ତି ବୈରାଗୀ ।
ନିକଟରେ ଏନେଇ ଖବର ପାଇବା ପରେ କଟକ ଯାଇ ନିଜର ପୁରୁଣା ସାଥୀ କଳାକାର ବୈରାଗୀ ସେଠୀଙ୍କୁ ଭେଟିଥିଲେ ଅଭିନେତା ସିଦ୍ଧାନ୍ତ ମହାପାତ୍ର । ସିଦ୍ଧାନ୍ତଙ୍କୁ ଏତେ ବର୍ଷ ପରେ ଆଖି ସାମ୍ନାରେ ଦେଖି, ତାଙ୍କ ପାଦ ତଳେ ଲୋଟିଯାଇଥିଲେ ଓ ଭୋ ଭୋ ହୋଇ କାନ୍ଦି ଉଠିଥିଲେ। ସିଦ୍ଧାନ୍ତ ବି ହୋଇଯାଇଥିଲେ ଭାବବିହ୍ୱଳ। ବୈରାଗୀଙ୍କୁ କୁଣ୍ଢାଇ ପକାଇ ତାଙ୍କ ଭଲମନ୍ଦ ପଚାରି ବୁଝିଥିଲେ ସିଦ୍ଧାନ୍ତ ମହାପାତ୍ର । ତାଙ୍କୁ ଏକ ଟି-ସାର୍ଟ ଉପହାର ଦେବା ସହ, ତାଙ୍କ ହାତରୁ କାଜୁ ଖାଇଥିଲେ ।
]]>୧୪ ସେପ୍ଟେମ୍ବର, ୧୯୪୨ରେ କଟକରେ ଜନ୍ମଗ୍ରହଣ କରିଥିଲେ ମହମ୍ମଦ ମୋହସୀନ । କଟକର ସୟିଦ ସେମିନାରୀ ଉଚ୍ଚ ବିଦ୍ୟାଳୟରେ ପାଠପଢ଼ା ପରେ କଟକ ରେଭେନ୍ସା କଲେଜରୁ ଆର୍ଟରେ ସ୍ନାତକୋତ୍ତର କରିଥିଲେ । କଲେଜ ସମୟରୁ ହିଁ କଳା ଏବଂ ନାଟକ ପ୍ରତି ମୋହସୀନଙ୍କ ଆଗ୍ରହ ବାରି ହୋଇ ପଡ଼ୁଥିଲା । ସେ ରେଭେନ୍ସା କଲେଜର ଡ୍ରାମାଟିକ୍ ସୋସାଇଟିର ସେକ୍ରେଟେରୀ ଭାବରେ ମଧ୍ୟ ନିର୍ବାଚିତ ହୋଇଥିଲେ । ପାଠପଢ଼ା ଶେଷ ହେବା କଳାପ୍ରତି ଥିବା ଅହେତୁକ ଦୁର୍ବଳତା ହେତୁ କଟକର ଅନ୍ନପୂର୍ଣ୍ଣା ଥିଏଟର ଅଭିନୟ ଜାରି ରଖିଥିଲେ ।
ତା’ପରେ ଭାଗ୍ୟ ପରୀକ୍ଷା କରିବା ପାଇଁ ମାୟାନଗରୀ ମୁମ୍ବାଇ ଚାଲିଯାଇଥିଲା ମହମ୍ମଦ ମହସୀନ । ସେଠାରେ କେତେକ ହିନ୍ଦୀ ସିନେମାରେ ସହକାରୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାକୁ ଫେରି ପ୍ରଶାନ୍ତ ନନ୍ଦଙ୍କ ସହଯୋଗୀ ଭାବେ ଶେଷ ଶ୍ରାବଣ, ବଳିଦାନ, ମା ଓ ମମତା, ପୂଜା ଓ ହିସାବ ନିକାଶ ଇତ୍ୟାଦି କଥାଚିତ୍ରରେ କାମ କରିଥିଲେ। ୧୯୮୨ ମସିହାରେ "ଫୁଲ ଚନ୍ଦନ" କଥାଚିତ୍ରରେ ସେ ସ୍ୱାଧୀନ ଭାବେ ନିର୍ଦ୍ଦେଶନା ଦେଇଥିଲେ ଓ ଏହି ସିନେମା ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ସେ ପାଇଥିଲେ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର । ୩୦ ବର୍ଷରୁ ଅଧିକ ସମୟ ଧରି ସେ ବଲିଉଡ, ଓଡ଼ିଆ ଓ ବଙ୍ଗାଳୀ ସିନେ ଜଗତରେ ସକ୍ରିୟ ଥିଲେ ।
ଓଡ଼ିଆ ଦର୍ଶକଙ୍କ ପସନ୍ଦ ଅନୁସାରେ ଦର୍ଶକଙ୍କ ମନକୁ ଛୁଇଁବା ଭଳି ଓ ବ୍ୟବସାୟିକ ସଫଳତା ହାସଲ କରିବା ଭଳି ସିନେମା ଭେଟି ଦେଇ ଓଡ଼ିଆ ସିନେମା ଜଗତରେ ସେ ଏକ ବିପ୍ଳବ ଆଣିଥିଲେ । ସେ ପ୍ରାୟ ୧୪ ଟି ଚଳଚ୍ଚିତ୍ରରେ ଅଭିନୟ କରିବା ସହିତ ୧୬ଟି ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇଥିଲେ । ତାଙ୍କ ନିର୍ଦ୍ଦେଶିତ କିଛି ଆଗ ଧାଡ଼ିର ସିନେମା ଫୁଲ ଚନ୍ଦନ, ଦଣ୍ଡା ବାଳୁଙ୍ଗା, ଜଗା ହାତରେ ପଘା, ସହରୀ ବାଘ, ଲକ୍ଷ୍ମଣ ରେଖା, ସନ୍ତାନ, ଚକା ଭଉଁରୀ, ବିଧିର ବିଧାନ ଆଦି ଆଜିର ନେଟପ୍ଲିକ୍ସ ଯୁଗରେ ମଧ୍ୟ ୟୁଟ୍ୟୁବ୍ରେ ଦର୍ଶକମାନଙ୍କ ମନକୁ ଟାଣିଧରିଛି ।
]]>
ଅଜିତ ଦାସ ୧୯୪୯ ମସିହା ଜାନୁଆରୀ ୨୦ ତାରିଖରେ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆଠାରେ ଜନ୍ମଗ୍ରହଣ କରିଥିଲେ। ଅଜିତ ପିଲା ଦିନରୁ ନାଟକ ସହିତ ଜଡ଼ିତ ଥିଲେ। ତାଙ୍କ ବଡ଼ବାପା ସୁଧୀର ଚନ୍ଦ୍ର ଦାସ ଜଣେ ନାଟକ ଅଭିନେତା ଥିଲେ ଓ ମୟୂରଭଞ୍ଜରେ ତାଙ୍କର ଏକ ନାଟକ ଟିମ୍ ମଧ୍ୟ ଥିଲା। ସେଠାରେ ନାଟକ ଦେଖୁ ଦେଖୁ ସେ ନାଟକ ଅଭିନୟ ପ୍ରତି ଆକର୍ଷିତ ହୋଇଥିଲେ।
ଅଜିତ ଦାସ ସିନ୍ଦୂର ବିନ୍ଦୁ’ ଚଳଚ୍ଚିତ୍ରରେ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ, ଯାହାର ନିର୍ଦ୍ଦେଶନା ଦେଇଥିଲେ ଧୀର ବିଶ୍ୱାଳ। ଏହାପରେ ସେ ନାୟକ ଓ ଚରିତ୍ର ଅଭିନେତା ଭାବରେ ଅନେକ ଓଡ଼ିଆ ଫିଲ୍ମରେ କାମ କରିଛନ୍ତି। ଫିଲ୍ମ ବ୍ୟତୀତ ଅଜିତ ଦୂରଦର୍ଶନ ଓ ମଞ୍ଚ ନାଟକ ଆଦିରେ ଅଭିନୟ କରି ଦର୍ଶକଙ୍କୁ ବେଶ ପ୍ରଭାବିତ କରିଥିଲେ।
ସେ ଉତ୍କଳ ସଙ୍ଗୀତ ନାଟକ ମହାବିଦ୍ୟାଳୟର ବିଭାଗୀୟ ମୁଖ୍ୟ ଭାବରେ କାର୍ଯ୍ୟ କରୁଥିଲେ। ସେ, AJIT (ଅଭିନୟ ଜାଗୃତି ଇନଷ୍ଟିଚ୍ୟୁଟ୍ ଅଫ୍ ଥିଏଟର) ନାମକ ନାଟ୍ୟସଂସ୍ଥା ଗଠନକରି ନାଟକ ପରିବେଷଣ ଓ ନାଟ୍ୟଶିକ୍ଷା ପ୍ରଦାନ କରି ଅନ୍ୟକ ଅଭିନେତା ତିଆରି କରିଛନ୍ତି।
ଅଜିତ ୨୦୧୨ରେ ‘କେବେ ତମେ ନାହଁ କେବେ ମୁଁ ନାହିଁ’, ୧୯୭୮ରେ ‘କୁଳ ଚନ୍ଦ୍ରମା’, ୧୯୭୭ରେ ‘ପୁନର୍ମିଳନ’, ୧୯୭୭ରେ ‘ଆହୁତି’, ୧୯୭୭ରେ ‘ସନ୍ଧ୍ୟା ତାରା’, ୧୯୭୬ରେ ‘ସିନ୍ଦୂର ବିନ୍ଦୁ’ ରେ ଅଭିନୟ କରି ପ୍ରତି ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଛନ୍ତି।
୧୯୮୫ରେ ତାଙ୍କ ଅଭିନୀତ ‘ହାକିମ ବାବୁ’ ପାଇଁ ତାଙ୍କୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା।
ଅଜିତ ୨୦୨୦ ମସିହାର ସେପ୍ଟେମ୍ବର ମାସ ୧୩ ତାରିଖରେ ମୃତ୍ୟୁବରଣ କରିଥିଲେ। ମୃତ୍ୟୁ ବେଳକୁ ସେ କରୋନା ଭାଇରସ୍ ସହ କିଛି ଅନ୍ୟାନ୍ୟ ରୋଗରେ ପୀଡ଼ିତ ଥିଲେ। ମୃତ୍ୟୁବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା।
]]>ଓଡିଶା ମାଟିର ଗାଥା କହିବ ‘ପୁଷ୍କରା’। ତରଙ୍ଗ ସିନେ ପ୍ରଡକ୍ସନ୍ସ ଓ ଆର୍.ଆର୍. ଇଭେଣ୍ଟ୍ସ ଆଣ୍ଡ୍ ପ୍ରମୋସନସର ମିଳିତ ପ୍ରଯୋଜନାରେ ନିର୍ମିତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଶୁଭ୍ରାଂଶୁ ଦାସ ଦେଇଥିବା ବେଳେ କାହାଣୀ ଓ ସଂଳାପ ଲେଖିଛନ୍ତି ଶଙ୍କର ତ୍ରିପାଠୀ। ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ପାଗଳ ପ୍ରେମୀ ଫେମ୍ ସବ୍ୟସାଚୀ ମିଶ୍ର ଓ ସୁପ୍ରିୟା।
ସାହିତ୍ୟରୁ ସିନେମା ହୋଇଥିବା ‘ପୁଷ୍କରା’ ଔପନ୍ୟାସିକ ଶଙ୍କର ତ୍ରିପାଠୀଙ୍କ ରଚିତ ଏକ ଉପନ୍ୟାସ। ତାଙ୍କ ଉପନ୍ୟାସ ‘ନାଦବିନ୍ଦୁ’ରୁ ଏହି ଫିଲ୍ମର ପରିକଳ୍ପନା ହୋଇଛି। ୨୦୦୦ ମସିହାରେ ଏହି ଉପନ୍ୟାସ ପ୍ରକାଶ ପାଇବା ପରେ ଅନେକ ପାଠକୀୟ ଆଦୃତି ସାଉଁଟିଥିଲା। ଏହାପରେ ଔପନ୍ୟାସିକ ଶଙ୍କର ତ୍ରିପାଠୀ ଏହାକୁ ଫିଲ୍ମର ରୂପ ଦେବାକୁ ଚେଷ୍ଟା କରିଥିଲେ।
ପୁରୀର ହଜିଯାଉଥିବା ଏକ କୌଳିକ ବୃତ୍ତି ଉପରେ ଆଧାରିତ ଏହି ଫିଲ୍ମରେ ସବ୍ୟସାଚୀଙ୍କ ଓ ସୁପ୍ରୀୟା ବ୍ୟତୀତ ଚୌଧୁରୀ ବିକାଶ ଦାସ, , ଅଶ୍ରୁମୋଚନ, ଦିବଂଗତ ପିଣ୍ଟୁ ନନ୍ଦ, ତ୍ରିଭୁବନ ପଣ୍ଡା, ରବି ମିଶ୍ର ମୁଖ୍ୟ ଭୂମିକାରେ ଅଛନ୍ତି। ଏହାର ଗୀତଗୁଦିକୁ ଦେବୀଦତ୍ତ ମହାନ୍ତି ଲେଖିଥିବା ବେଳେ ବିଭୂତି ଭୂଷଣ ଗଡନାୟକ ଏହାକୁ ସଂଗୀତରେ ସଜେଇଛନ୍ତି।
ତରଙ୍ଗ ସିନେ ପ୍ରଡକ୍ସନ୍ସର ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଏହି ଟ୍ରେଲର୍ ରିଲିଜ୍ ହେଉ ହେଉ ଅନେକ ଦର୍ଶକୀୟ ଆଦୃତି ପାଇଛି। ଅନେକ ଦର୍ଶକ ଉତ୍ସାହର ଏହି ଫିଲ୍ମକୁ ଦେଖିବାକୁ ଅପେକ୍ଷା କରିଛନ୍ତି। ଜଣେ ମତ ଦେଇ କହିଛନ୍ତି, “ପୁଷ୍କରା ନିଶ୍ଚିତ ପାନ ଇଣ୍ଡିଆ ହିଟ୍ ହେବ।” ସେହିପରି ଅନ୍ୟଜଣେ କହିଛନ୍ତି, “ନା ବଡିଉଡ୍ ନା ଟଲିଉଡ୍, ବର୍ତ୍ତମାନ କେବଳ ଓଲିଉଡ୍।” ଆଉ ଜଣେ ଦର୍ଶକଙ୍କୁ ଅନୁରୋଧ କରି କହିଛନ୍ତି, “ସମସ୍ତଙ୍କୁ ଅନୁରୋଧ ଯେ ଭଲ ମୂଳ ବିଷୟବସ୍ତୁ ଥିବା ଓଡିଆ ଚଳଚ୍ଚିତ୍ର ପ୍ରତି ସେମାନଙ୍କର ସମର୍ଥନର ହାତ ବଢାନ୍ତୁ ଏବଂ ପ୍ରେକ୍ଷାଳୟରେ ଦେଖନ୍ତୁ। ଟ୍ରେଲରଟି ବହୁତ ଆକର୍ଷଣୀୟ ହୋଇଛି!”
ଖାଲି ସାଧାରଣ ଦର୍ଶକ ନୁହଁନ୍ତି ସେଲିବ୍ରେଟିମାନେ ମଧ୍ୟ ଟ୍ରେଲର୍ ଦେଖି ଫିଦା ହୋଇଛନ୍ତି। ଓଲିଉଡ୍ କ୍ୱିନ୍ ଅର୍ଚ୍ଚିନା କହିଛନ୍ତି ଯେ “ଟ୍ରେଲରରେ ଥିବା ଧମାକା ଏବଂ ଉତ୍ତେଜନା ଦୀର୍ଘ ସମୟର ଅପେକ୍ଷା ମୂଲ୍ୟ। ଆମର ଶିଳ୍ପ ଦୁନିଆ ସଠିକ୍ ଦିଗକୁ ଯାଉଛି। ବହୁତ ଗର୍ବ ଅନୁଭବ ହେଉଛି।”
କୁହାଯାଉଛି ଯେ ବହୁ ଦିନ ପରେ ଓଡ଼ିଆ ସିନେମା ଜଗତରେ ଏକ ବିପ୍ଲବ ସୃଷ୍ଟିକାରୀ କାହାଣୀକୁ ପରଦାକୁ ଆଣିବାକୁ ଚେଷ୍ଟା କରାଯାଇଛି। ବଡ଼ ପରଦାରେ ଗଣେଶ ପୂଜାରେ ଏହାକୁ ରିଲିଜ୍ କରାଯିବ ବୋଲି ପ୍ରଡକ୍ସନ୍ ହାଉସ୍ କହିଛି।
]]>ପୁଣି ହଲଚଲ୍ ଓଲିଉଡ, ପୁଣି ଓଲିଉଡରେ ଚାଞ୍ଚଲ୍ୟ। ଏଥର ନା କାଷ୍ଟିଂ କାଉଚ୍ ନା ପ୍ରେମକୁ ନେଇ କୌଣସି ବିବାଦ, ବରଂ ସିଧାସଳଖ ଅଭିନେତ୍ରୀଙ୍କ ଅନ୍ତରଙ୍ଗ ମୁହୁର୍ତ୍ତର ଦୃଶ୍ୟକୁ ଭାଇରାଲ୍ କରି ବ୍ଲାକମେଲ୍ ଭଳି ସଂଗୀନ ଅଭିଯୋଗ ଆସିଛି। ଅଭିଯୋଗ ପୁଣି କୌଣସି ଅର୍ଡ଼ିନାରୀ ଅଭିନେତ୍ରୀ ନୁହଁନ୍ତି, ରୂପେଲି ପରଦାର ଆଗଧାଡ଼ିର ଜଣେ ନାୟିକା ଆଣିଛନ୍ତି ସଂଗୀନ ଅଭିଯୋଗ। ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନାରେ ଏତଲା ଦାୟର କରିଛନ୍ତି। ସଂପୃକ୍ତ ଅଭିନେତ୍ରୀଙ୍କ ଅଭିଯୋଗ, ଯୁବ ପ୍ରଯୋଜକ ତଥା ତାଙ୍କ ପୁରୁଷ ବନ୍ଧୁ ବଡ଼ ବଡ଼ ପ୍ରଡ଼କ୍ସନ ହାଉସରେ କାମ ଦେବାର ପ୍ରଲୋଭନ ଦେଖାଇ ଶାରିରୀକ ସଂପର୍କ ରଖିଥିଲେ। ଆଉ ତା’ପରେ
ବିଭିନ୍ନ ସମୟରେ ବ୍ଲାକମେଲ୍ ଉଦ୍ଦେଶ୍ୟରେ ଭିଡ଼ିଓ ଓ ଫଟୋ ଉତ୍ତୋଳନ କରି ରଖିଥିଲେ।
ପରବର୍ତ୍ତି ସମୟରେ ନିଜର ପ୍ରଡ଼କ୍ସନ ହାଉସ ବ୍ୟତୀତ ଅନ୍ୟ ସଂସ୍ଥାରେ କାମ ନକରିବା ପାଇଁ କହିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଢ଼ିଥିଲା ତିକ୍ତତା। ଆଉ ସେହି ତିକ୍ତତାରୁ ପ୍ରତିଶୋଧ ନେବାକୁ ଯାଇ ପ୍ରଯୋଜକ ଜଣକ ସଂପୃକ୍ତ ଅଭିନେତ୍ରୀଙ୍କ ଅନ୍ତରଙ୍ଗ ମୁହୁର୍ତ୍ତର ଫଟୋ ଏବଂ ଭିଡ଼ିଓକୁ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ କରିଥିବା ଅଭିଯୋଗ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ୨୦୧୯ରୁ ଉଭୟଙ୍କ ମଧ୍ୟରେ ଗଢ଼ି ଉଠିଥିଲା ବନ୍ଧୁତା। ତାହାରି ଭିତରେ ଅନ୍ୟ ପ୍ରଯୋଜନା ସଂସ୍ଥାରେ କାମ ନକରିବା ପାଇଁ ତାଗିଦ୍ କରିବା ସତ୍ତ୍ବେ ନମାନିବାରୁ ୨୦୨୨ରୁ ଆରମ୍ଭ ହୋଇଥିଲା ସଂପର୍କରେ ଫାଟ। ଏଥିପାଇଁ ବ୍ୟକ୍ତିଗତ ରାଗ ରଖି ଏବଂ ପ୍ରତିଶୋଧ ନେବାକୁ ଯାଇ ଫେକ୍ ଆକାଉଣ୍ଟ ତିଆରି କରିବା ସହ ଅନ୍ତରଙ୍ଗ ମୁହୁର୍ତ୍ତର ଭିଡ଼ିଓ ଏବଂ ଫଟୋକୁ ଅପଲୋଡ୍ କରିଥିଲେ ପ୍ରଯୋଜକ ଜଣକ। ଏନେଇ ଅଭିନେତ୍ରୀ ଜଣକ ଲକ୍ଷ୍ମୀସାଗର ଥାନାରେ ଏତଲା ଦେଇଥିବାବେଳେ ସଂପୃକ୍ତ ପ୍ରଯୋଜକ ନିଜ ଭୁଲକୁ ସ୍ୱୀକାର କରିବାରୁ ଗତ ମାର୍ଚ୍ଚ ୨୭ରେ ଥାନାରେ ଆପୋଷ ବୁଝାମଣା ହୋଇଥିଲା।
ଏବେ ପୁଣି ଥରେ ସୋସିଆଲ୍ ମିଡ଼ିଆରେ ଏହି ଅଭିନେତ୍ରୀଙ୍କ ବିରୋଧରେ ଆପତ୍ତିଜନକ ତଥ୍ୟ ପୋଷ୍ଟ କରିବାରୁ ଲକ୍ଷ୍ମୀସାଗର ଥାନାରେ ଆଉ ଏକ ଏତଲା ଦାୟର କରିଛନ୍ତି ଅଭିନେତ୍ରୀ ଜଣକ। କେବେ କାଷ୍ଟିଂ କାଉଚ୍ ତ ଆଉ କେବେ ବିବାଦୀୟ ପ୍ରେମ ସମ୍ପର୍କ ଅଭିଯୋଗକୁ ନେଇ ଓଲିଉଡରେ ଲାଗିରହିଛି ଚର୍ଚ୍ଚା, ଦେଖାଦେଇଛି ଝଡ଼। ଆଉ ଏବେ ଅନ୍ତରଙ୍ଗ ମୁହୁର୍ତ୍ତର ଦୃଶ୍ୟକୁ ଭାଇରାଲ ସହ ଜଣେ ଯୁବ ଅଭିନେତ୍ରୀଙ୍କୁ ବ୍ଲାକମେଲ୍ ଅଭିଯୋଗ ମାମଲା, ବିବାଦର କାଠଗଡ଼ାକୁ ପୁଣି ଟାଣି ହୋଇଯାଇଛି ଓଲିଉଡ୍।
ଏଠାରେ କହିରଖୁଛୁ, ୨୦୧୫ରୁ ଓଲିଉଡରେ ଅଭିନୟର ଯାତ୍ରା ଆରମ୍ଭ କରିଥିବା ଏହି ଯୁବ ଅଭିନେତ୍ରୀଙ୍କ କାଳେ କ୍ୟାରିୟର ପ୍ରଭାବିତ ହେବ, ସେହି ଆଶଙ୍କାରେ ସର୍ବସାଧାରଣରେ ତାଙ୍କ ଫଟୋ କିମ୍ବା ନାଁ ପ୍ରସାରଣ କରୁନାହୁଁ। ତା’ସହ ଅପେକ୍ଷା ରଖୁଛୁ, ସଂପୃକ୍ତ ଅଭିନେତ୍ରୀଙ୍କ ଏହି ଅଭିଯୋଗ ଉପରେ ଅଭିଯୁକ୍ତ ପ୍ରଯୋଜକଙ୍କ ପ୍ରତିକ୍ରିୟାକୁ।
]]>ଓ୍ବେଷ୍ଟ ଅନ୍ଧେରୀର ଦାଦା ଭାଇ ନାରୋଜି ପୋଲିସ ଷ୍ଟେସନରେ ପ୍ରକୃତି ନିଜର ଏବଂ ପରିବାରର ମାନହାନୀ ହୋଇଥିବା ନେଇ ଅଭିଯୋଗ କରିବା ସହ ଏତଲା ଦେଇଛନ୍ତି। ଏତଲା ଆଧାରରେ ପୋଲିସ ଆଇପିସି ଦଫା ୫୦୦, ୫୦୪ ଏବଂ ୫୦୬ ଲଗାଇ ମାମଲା ରୁଜୁ କରିଛି।
ଓଲିଉଡରେ ପୁଣି କାଷ୍ଟିଂ କାଉଚ୍ ଝଡ଼ । ଅଭିନୟର ସୁଯୋଗ ଆଳରେ ପୁଣି ସେହି କମ୍ପ୍ରମାଇଜ୍ ଅଭିଯୋଗକୁ ନେଇ କମ୍ପନ। ସଂଗୀନ ଅଭିଯୋଗ ଆଣି ଇଣ୍ଡଷ୍ଟ୍ରିରେ ଆଉ ଏକ ବିବାଦ ଛିଡ଼ା ହୋଇଛି।
ନିର୍ଦ୍ଧିଷ୍ଟ ଗଣମାଧ୍ୟମରେ ବୟାନ ଦେଇ ପ୍ରକୃତି କହିଛନ୍ତି, ନୂଆ ନୂଆ ଅଭିନୟ ଜଗତକୁ ଆସୁଥିବା ଝିଅଙ୍କୁ କଂପ୍ରମାଇଜ ପାଇଁ ପ୍ରବର୍ତ୍ତାଉଥିଲେ ସଞ୍ଜୟ ନାୟକ। କେବଳ ଅଭିଯୋଗ ନୁହେଁ, ତାଙ୍କର କିଛି ହ୍ୱାଟ୍ସଆପ ଚାଟ୍ ମଧ୍ୟ ଭାଇରାଲ୍ ହେଉଛି । କେବଳ ପ୍ରକୃତି ନୁହଁନ୍ତି, ଏକ ହ୍ୱାଟ୍ସଆପ ଗ୍ରୁପରେ କାଷ୍ଟିଂ କାଉଚ୍ ପ୍ରସଙ୍ଗ ଉଠାଇ ପ୍ରକୃତି କରିଥିବା ଚାଟରେ ନିଜର ସହମତି ପ୍ରକାଶ କରିଛନ୍ତି ଅଭିନେତ୍ରୀ ଯସ୍ମିନ ରଥ ଏବଂ ପୁପୁଲ ଭୂୟାଁ ।
ପ୍ରକୃତିଙ୍କ ଉପରେ ବର୍ଷିଛନ୍ତି ସିନେ ପ୍ରଯୋଜକ ସଞ୍ଜୟ ନାୟକ । କହିଛନ୍ତି, ‘କାଷ୍ଟିଂ କାଉଚ୍ ଅଭିଯୋଗ ପୁରା ମିଛ । କିଛି ଅଭିନେତ୍ରୀ ଓ ପ୍ରଯୋଜକ ମିଶି ଆକ୍ରୋଶମୂଳକ ଭାବେ ବଦନାମ କରିବାକୁ ଚକ୍ରାନ୍ତ କରିଛନ୍ତି’। ତଥ୍ୟ ପ୍ରମାଣ ନଥାଇ କପୋଳକଳ୍ପିତ ଅଭିଯୋଗ ଆଣିଥିବାରୁ ପ୍ରକୃତି ମିଶ୍ର, ଅନ୍ୟ ଜଣେ ଅଭିନେତ୍ରୀ ଜସ୍ମିନ ରଥ ଏବଂ ବିନା ତଥ୍ୟରେ ନ୍ୟୁଜ କରିଥିବା ଚ୍ୟାନେଲ ବିରୋଧରେ ମାନହାନି ମୋକଦ୍ଦମା କରିବି ବୋଲି ଚେତାବନୀ ଶୁଣାଇଛନ୍ତି ସଂଜୟ ନାୟକ।
]]>ଓଲିଉଡରେ ପୁଣି କାଷ୍ଟିଂ କାଉଚ୍ ଝଡ଼ । ଅଭିନୟର ସୁଯୋଗ ଆଳରେ ପୁଣି ସେହି କମ୍ପ୍ରମାଇଜ୍ ଅଭିଯୋଗକୁ ନେଇ କମ୍ପନ । ସଂଗୀନ ଅଭିଯୋଗ ଆଣି ଇଣ୍ଡଷ୍ଟ୍ରିରେ ଆଉ ଏକ ବିବାଦ ଛିଡ଼ା କରାଇଥିବା ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଉପରେ ବର୍ଷିଛନ୍ତି ସିନେ ପ୍ରଯୋଜକ ସଞ୍ଜୟ ନାୟକ । କହିଛନ୍ତି, ‘କାଷ୍ଟିଂ କାଉଚ୍ ଅଭିଯୋଗ ପୁରା ମିଛ । କିଛି ଅଭିନେତ୍ରୀ ଓ ପ୍ରଯୋଜକ ମିଶି ଆକ୍ରୋଶମୂଳକ ଭାବେ ବଦନାମ କରିବାକୁ ଚକ୍ରାନ୍ତ କରିଛନ୍ତି’।
ତଥ୍ୟ ପ୍ରମାଣ ନଥାଇ କପୋଳକଳ୍ପିତ ଅଭିଯୋଗ ଆଣିଥିବାରୁ ପ୍ରକୃତି ମିଶ୍ର, ଅନ୍ୟ ଜଣେ ଅଭିନେତ୍ରୀ ଜସ୍ମିନ ରଥ ଏବଂ ବିନା ତଥ୍ୟରେ ନ୍ୟୁଜ କରିଥିବା ଚ୍ୟାନେଲ ବିରୋଧରେ ମାନହାନି ମୋକଦ୍ଦମା କରିବି ବୋଲି ଚେତାବନୀ ଶୁଣାଇଛନ୍ତି ସଂଜୟ ନାୟକ। ତା’ସହ କହିଛନ୍ତି, ପ୍ରକୃତି ଜାଣିନାହାନ୍ତି ମୋ ବାପା ବସନ୍ତ ନାୟକ ବୋଲି। ମୋ ବାପାଙ୍କ ଦେହାନ୍ତ ପରେ ମୁଁ ସିନେମା କରିନି ବୋଲି ଯଦି ପ୍ରକୃତି କହୁଛନ୍ତି, ତେବେ ଫିଲ୍ମ ଦେବା ଆଳରେ କେତେବେଳେ କାଷ୍ଟିଂ କାଉଚ୍ କଲି ଏବଂ ପ୍ରୋଜେକ୍ଟରୁ ବାହାର କଲି ବୋଲି ସଂଜୟ ପ୍ରଶ୍ନ କରିଛନ୍ତି । ବାବୁସାନ ବିବାଦ ବେଳେ ମନ୍ତବ୍ୟ ଦେଇଥିବାରୁ ପୁରୁଣା ରାଗ ରଖି ଏବେ ପ୍ରକୃତି ଟାର୍ଗେଟ କରୁଥିବା ସଞ୍ଜୟ କହିଛନ୍ତି ।
ନିର୍ଦ୍ଧିଷ୍ଟ ଗଣମାଧ୍ୟମରେ ବୟାନ ଦେଇ ପ୍ରକୃତି କହିଛନ୍ତି, ନୂଆ ନୂଆ ଅଭିନୟ ଜଗତକୁ ଆସୁଥିବା ଝିଅଙ୍କୁ କଂପ୍ରମାଇଜ ପାଇଁ ପ୍ରବର୍ତ୍ତାଉଥିଲେ ସଞ୍ଜୟ ନାୟକ। କେବଳ ଅଭିଯୋଗ ନୁହେଁ, ତାଙ୍କର କିଛି ହ୍ୱାଟ୍ସଆପ ଚାଟ୍ ମଧ୍ୟ ଭାଇରାଲ୍ ହେଉଛି । କେବଳ ପ୍ରକୃତି ନୁହଁନ୍ତି, ଏକ ହ୍ୱାଟ୍ସଆପ ଗ୍ରୁପରେ କାଷ୍ଟିଂ କାଉଚ୍ ପ୍ରସଙ୍ଗ ଉଠାଇ ପ୍ରକୃତି କରିଥିବା ଚାଟରେ ନିଜର ସହମତି ପ୍ରକାଶ କରିଛନ୍ତି ଅଭିନେତ୍ରୀ ଯସ୍ମିନ ରଥ ଏବଂ ପୁପୁଲ ଭୂୟାଁ ।
ଏଠି ପ୍ରଶ୍ନ, ବାପା ବସନ୍ତ ନାୟକଙ୍କ ଦେହାନ୍ତ ପରଠୁ ଯଦି କୌଣସି ଫିଲ୍ମ କରିନଥିଲେ ସଞ୍ଜୟ, ତେବେ କାଷ୍ଟିଂ କାଉଚ୍ କଲେ କେମିତି ? ଯଦି କେବେ କାଷ୍ଟିଂ କାଉଚ୍ କରିଥିଲେ ପ୍ରଯୋଜକ ସଞ୍ଜୟ ନାୟକ, ସେହି ସମୟରେ କାହିଁକି ମୁହଁ ଖୋଲିନଥିଲେ ପ୍ରକୃତି ? କାହିଁକି ଆଇନର ଆଶ୍ରୟ ନେଇନଥିଲେ ସେ ? ଏବେ ନିର୍ଦ୍ଧିଷ୍ଟ ଗଣମାଧ୍ୟମରେ ସଞ୍ଜୟ ନାୟକଙ୍କ ବିରୋଧରେ ଅଭିଯୋଗମୂଳକ ମନ୍ତବ୍ୟ ଦେବା ପଛର ଉଦ୍ଦେଶ୍ୟ କ’ଣ ? ପ୍ରକୃତି-ତୃପ୍ତି ଓ ବାବୁସାନ କଳିରେ ମୁଣ୍ଡ ପୁରାଇଲେ ବୋଲି ସଞ୍ଜୟଙ୍କ ବିରୋଧରେ ଏବେ ରାଗ ଶୁଝାଉନାହାଁନ୍ତି ତ ?
ଏଭଳି ନାନା ପ୍ରଶ୍ନ ଉଠୁଥିବାବେଳେ ସିନେ ସମୀକ୍ଷକଙ୍କ ମତ, ଭଲ ଅଭିନୟ କରୁଥିବା ଅଭିନେତ୍ରୀମାନେ ଆଜି ଯାଏଁ କାଷ୍ଟିଂ କାଉଚର ଶୀକାର ହୋଇନାହାଁନ୍ତି । ତେବେ ସାମଗ୍ରିକ ଘଟଣାକୁ ନେଇ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ବିଭିନ୍ନ ମାଧ୍ୟମରେ ଯୋଗାଯୋଗ କରାଯାଇଥିଲେ ବି ସେ କୌଣସି ପ୍ରତିକ୍ରିୟା ରଖିନାହାଁନ୍ତି ।
]]>ଆଉ ବର୍ତ୍ତମାନ ଓଲିଉଡରେ ପୁଣି ଥରେ ବିବାଦ ଦେଖାଦେଇଛି । ଘର ବିକ୍ରି କରିବା ନାଁରେ ଜଣେ ଫିଲ୍ମ ପ୍ରଡ୍ୟୁସର ଗିରଫ ହୋଇଛନ୍ତି । ୭୫ ଲକ୍ଷ୍ୟ ଟଙ୍କା ଠକେଇ ମାମଲାରେ ଫିଲ୍ମ ପ୍ରଡ୍ୟୁସର ଅଜିତାଭ୍ ମଲ୍ଲିକଙ୍କୁ ଗିରଫ କରିଛି ଖଣ୍ଡଗିରି ପୋଲିସ ।
୪ ବର୍ଷ ହେବ ଜଣେ ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ଘର ଦେବେ କହି ଫିଲ୍ମ ପ୍ରଡ୍ୟୁସର ଜଣଙ୍କ ଭୂଆଁ ବୁଲାଇ ଆସୁଥିଲେ ବୋଲି ଅଭିଯୋଗ କରିଛନ୍ତି । ଶେଷରେ ଏ ନେଇ ସେ ଖଣ୍ଡଗିରି ଥାନାରେ ଏତଲା ଦେବା ପରେ ପୋଲିସ ଫିଲ୍ମ ପ୍ରଡ୍ୟୁସର ଜଣଙ୍କୁ ଗିରଫ କରିଛି।
]]>ମାର୍ଚ୍ଚ ୧ ତାରିଖରେ ଓଡ଼ିଆ ଅଭିନେତା ପିଣ୍ଟୁ ନନ୍ଦଙ୍କ ପରଲୋକ ହୋଇଥିଲା । ରାତି ୧୧ଟା ୨୫ ମିନିଟ୍ରେ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିବା ନେଇ ଜଣାପଡ଼ିଥିଲା । ପିଣ୍ଟୁଙ୍କ ପରଲୋକକୁ ନେଇ ଅଭିନେତା ତଥା ଓଡିଶା ସିନେ ଆର୍ଟିଷ୍ଟ ଆସୋସିଏସନର ସାଧାରଣ ସମ୍ପାଦକ ଶ୍ରୀତମ ଦାସ ଟ୍ୱିଟ କରି ସୂଚନା ଦେଇଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୭ ବର୍ଷ ବୟସ ହୋଇଥିଲା । ତାଙ୍କ ବିୟୋଗରେ ଓଡିଆ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି ।
ଲିଭର୍ ସିରୋସିସ୍ରେ ପୀଡ଼ିତ ହେବା ପରେ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲରେ ପିଣ୍ଟୁ ଚିକିତ୍ସିତ ହେଉଥିଲେ । ତେବେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ନେଇଯିବାକୁ ଡାକ୍ତର ପରାମର୍ଶ ଦେଇଥିଲେ । ତେଣୁ ସେ ଦିଲ୍ଲୀ ଗସ୍ତ କରିଥିଲେ। ସେଠାରେ ତାଙ୍କର ଲିଭର୍ ଟ୍ରାନ୍ସପ୍ଲାଣ୍ଟ ହେବାର ଥିଲା । ହେଲେ ସେଠାରେ ଡୋନର ନମିଳିବାରୁ ତାଙ୍କୁ ହାଇଦ୍ରାବାଦ ସ୍ଥିତ ଯଶୋଦା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠାରେ ପିଣ୍ଟୁ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ।
]]>ନିକଟରେ ଓଡିଆ ଇଣ୍ଡଷ୍ଟ୍ରୀର ମେଗାଷ୍ଟାର ସିଦ୍ଧାନ୍ତ ମହାପାତ୍ରଙ୍କ ଫିଲ୍ମ ‘ବାପା ସୁପର୍ମ୍ୟାନ୍’ ରିଲିଜ୍ ହୋଇଛି। ଏହା ମଧ୍ୟ କପି ଦୁନିଆରୁ ବାଦପଡି ସମ୍ପୂର୍ଣ୍ଣ ମୌଳିକ ଧାରାରେ ତିଆରି ହୋଇଛି। ଏଥିରେ ସିଦ୍ଧାନ୍ତଙ୍କୁ ବାପା ଭୂମିକାରେ ଦେଖିବାକୁ ମିଳିଛି। ଫିଲ୍ମରେ ସମ୍ପୂର୍ଣ୍ଣ ଓଡିଆର ମହକ ଭରି ରହିଛି।
ଏସବୁ ପରେ ମଧ୍ୟ ଓଡିଆ ଚଳଚ୍ଚିତ୍ର ଦୁନିଆ ସମ୍ପୂର୍ଣ୍ଣ ଅଣଓଡିଆରୁ ମୁକ୍ତି ହେଇନି। କେଉଁଠି ନା କେଉଁଠି ନିର୍ମାତା ଓ ନିର୍ଦ୍ଦେଶକମାନେ ଅଣଓଡିଆ ଚଳଚ୍ଚିତ୍ରର ଭାଷା ଓ କାହାଣୀକୁ କପି କରୁଥିବା ନଜର ଆସେ। ଏହାକୁ ନେଇ କ୍ଷୋଭ ପ୍ରକାଶ କରିବା ସହିତ ଯେଉଁଥିରେ ଓଡିଆର ମୌଳିକତା ନଥିବ ସେଭଳି ଫିଲ୍ମ ବା ଗୀତ କରିବେ ନାହିଁ ବୋଲି ସିଦ୍ଧାନ୍ତ କହିଛନ୍ତି।
ଓଟିଭି ତରଫରୁ ଆୟୋଜିତ ହୋଇଥିବା ‘ଫୋର୍ସାଇଟ୍’ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହି ମତ ରଖିଛନ୍ତି ସିଦ୍ଧାନ୍ତ ମହାପାତ୍ର। ‘ଫୋର୍ସାଇଟ୍’ର ଦ୍ୱିତୀୟ ଅଧିବେଶନକୁ ଗୀତିକାର ତଥା ସଂଳାପକାର ବିଜୟ ମଲ୍ଲ ସଂଯୋଜନା କରୁଥିବା ବେଳେ ଆମେ କାହିଁକି ବକ୍ସି ଜଗବନ୍ଧୁ ଓ ଖାରବେଳଙ୍କ ଉପରେ ଫିଲ୍ମ ତିଆରି କରିନେ ବୋଲି ପ୍ରଶ୍ନ ପଚାରିଥିଲେ। ଏହାର ଉତ୍ତରରେ ଚଳଚ୍ଚିତ୍ର ଦୁନିଆକୁ ନେଇ ନିଜ ମନ କଥା କହିଥିଲେ ସିଦ୍ଧାନ୍ତ।
ଫୋର୍ସାଇଟ୍ର ଦ୍ୱିତୀୟ ଅଧିବେଶନ ‘ଆଜିର ଓଡିଆ, ଗତାନୁଗତିକ ଧାରା ଠାରୁ କେତେ ଅଲଗା’ ବିଷୟକୁ ନେଇ ଗତି କରିଥିଲା। ଏଥିରେ ଅନ୍ୟମାନଙ୍କ ମଧ୍ୟରେ କଥାକାର ପାରମିତା ଶତପଥି, ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ, ଭାଷାବୀତ ଅସିତ ମହାନ୍ତି ଅତିଥିଭାବେ ଯୋଗ ଦେଇଥିଲେ।
]]>୨୦୨୨ ଆଉ କେଇଟା ଦିନ ପରେ ଆମଠୁ ବିଦାୟ ନେବ। ଏହାର କିନ୍ତୁ କିଛି ଖଟା-ମିଠା ସ୍ମୃତି ସବୁବେଳେ ଆମ ସହିତ ରହିଯିବ। ଏହି ବର୍ଷ କିଛି ଭଲ ସ୍ମୃତି ସାଉଁଟିଥିବା ବେଳେ, କିଛି ଦୁଃଖଦ ସ୍ମୃତିରେ ଦୁନିଆକୁ କନ୍ଦେଇଛି। ଏହି ବର୍ଷ ଏମିତି କିଛି ପ୍ରସିଦ୍ଧ ଅଭିନେତା ଓ କଳାକାରଙ୍କ ଦୁଃଖଦ ମୃତ୍ୟୁ ହୋଇଛି ଯାହା ସମସ୍ତଙ୍କ ଆଖିକୁ ଛଳ ଛଳ କରିଦେଇଛି। ଆସନ୍ତୁ କିଏ ଏମାନେ ଜାଣିନେବା।
The nightingale has flown, but her songs will live on.
— Darshna Soni (@darshnasoni) February 6, 2022
So sad that the legendary Lata Mangeshkar has died aged 92.
Her amazing voice will have been the soundtrack for many Asians growing up - the soundtrack of more than a thousand Bollywood films.
pic.twitter.com/MkCaZVc8XY
ଭାରତ ରତ୍ନ ଏବଂ ସ୍ୱର କୋକିଲା ନାମରେ ଜଣାଶୁଣା ଲତା ମଙ୍ଗେଶକରଙ୍କର ଫେବୃଆରୀ ୬ ରେ ୯୨ ବର୍ଷ ବୟସରେ ଦେହାନ୍ତ ହୋଇଥିଲା। ଲତା ମଙ୍ଗେଶକର ତାଙ୍କ କ୍ୟାରିଅରରେ ବିଭିନ୍ନ ଭାଷାରେ ହଜାର ହଜାର ଗୀତରେ ସ୍ୱର ଦେଇଛନ୍ତି।
Bappi Lahiri has died of a heart attack in Mumbai. He was 69 years old. pic.twitter.com/P8qbE3CDfc
— Ananya Bhattacharya (@ananya116) February 16, 2022
ଗାୟକ ତଥା ସଙ୍ଗୀତ ନିର୍ଦ୍ଦେଶକ ବାପି ଲାହିରି ତାଙ୍କ ଗୀତ ସହିତ ସଙ୍ଗୀତ ଜଗତର ଲୋକଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ବାପି ଲାହିରିଙ୍କ ୧୫ ଫେବୃଆରୀରେ ୬୯ ବର୍ଷ ବୟସରେ ଦେହାନ୍ତ ହୋଇଥିଲା।
• Comedian Raju Srivastava has died, his family confirms.
— Ananya Bhattacharya (@ananya116) September 21, 2022
• Srivastava was 58.
• He was on the ventilator for over a month.
• Srivastava was admitted to AIIMS Delhi on August 10, after he collapsed in the gym. pic.twitter.com/4ZZeQoQzUH
ହାସ୍ୟ ଅଭିନେତା ତଥା ଅଭିନେତା ରାଜୁ ଶ୍ରୀବାସ୍ତବଙ୍କର ୨୧ ସେପ୍ଟେମ୍ବରରେ ଦେହାନ୍ତ ହୋଇଛି। ରାଜୁ ଶ୍ରୀବାସ୍ତବ ଅଗଷ୍ଟ ୧୦ରେ ଦିଲ୍ଲୀର ଏକ ଜିମ୍ରେ ବ୍ୟାୟାମ କରୁଥିବା ବେଳେ ହୃଦଘାତରେ ପୀଡିତ ହୋଇଥିଲେ। ଏହା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
#WATCH | Singer KK died hours after a concert in Kolkata on May 31st. The auditorium shares visuals of the event held some hours ago. KK was known for songs like 'Pal' and 'Yaaron'. He was brought dead to the CMRI, the hospital told.
— ANI (@ANI) May 31, 2022
Video source: Najrul Manch FB page pic.twitter.com/YiG64Cs9nP
ସଂଗୀତ ଶିଳ୍ପରେ କୃଷ୍ଣ କୁମାର କୁନ୍ନାଥ କେ.କେ ଭାବରେ ଜଣାଶୁଣା ଥିଲେ। ୩୧ ମେ’ରେ ଏକ କନ୍ସର୍ଟ ସମୟରେ ସେ ହୃଦଘାତରେ ପୀଡିତ ହୋଇଥିଲେ ଏବଂ ଏହା ପରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ବେଳେକୁ ତାଙ୍କୁ ମାତ୍ର ୫୩ ବର୍ଷ ହୋଇଥିଲା।
Deepesh Bhan Passes Away Died 41 Years भाभीजी घर पर हैं’ फेम दीपेश भान का निधन, क्रिकेट खेलते समय हुआ था बड़ा हादसा ‘भाभीजी घर पर हैं’ फेम दीपेश भान का निधन, क्रिकेट खेलते समय हुआ था बड़ा हादसा pic.twitter.com/1z24cOHKfo
— Bharat basrani (@Bharatbasrani) July 23, 2022
ଟିଭି ଶୋ 'ଭାବୀ ଜୀ ଘର ପର୍ ହୈ'ରୁ ମଲଖାନ ନାମରେ ପ୍ରତ୍ୟେକ ଘରେ ପରିଚିତ ଅଭିନେତା ଦୀପେଶ ଭାନ ମଧ୍ୟ ଚଳିତ ବର୍ଷ ବିଦାୟ ନେଇଛନ୍ତି। ତାଙ୍କର ଆକସ୍ମିକ ମୃତ୍ୟୁ ଏକ ବଡ ଧକ୍କାରୁ କିଛି କମ ନ ଥିଲା। ୨୩ ଜୁଲାଇରେ ମାତ୍ର ୪୧ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା। ସାଙ୍ଗମାନଙ୍କ ସହ କ୍ରିକେଟ୍ ଖେଳିବାବେଳେ ତଳେ ପଡ଼ିଯିବା ପରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିଲା।
TV actor #Siddhanth Vir Surryavanshi died today after he collapsed in the gym. Known for roles in serials such as Kkusum, Kasauti Zindgai Kayy, Siddhanth was married to model Alesia Raut.
— Sonal Kalra 🇮🇳 (@sonalkalra) November 11, 2022
He was 46. pic.twitter.com/yUM8m1h1oM
ଲୋକପ୍ରିୟ ଟିଭି ଅଭିନେତା ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀ ଚଳିତ ବର୍ଷ ମାତ୍ର ୪୬ ବର୍ଷ ବୟସରେ ଏ ଦୁନିଆରୁ ସବୁଦିନ ପାଇଁ ବିଦାୟ ନେଇଛନ୍ତି। ତାଙ୍କ ମୃତ୍ୟୁ ପ୍ରଶଂସକଙ୍କ ପାଇଁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଥିଲା। ଜିମ୍ରେ ବ୍ୟାୟାମ ସମୟରେ ସେ ହୃଦ୍ଘାତରେ ପୀଡିତ ହୋଇଥିଲେ। ଜିମରେ ତାଙ୍କ ହୋସ୍ ଆଣିବାକୁ ଚେଷ୍ଟା କରାଯାଇଥିଲେ ବି ସେ ୧୧ ନଭେମ୍ବର ୨୦୨୨ରେ ମୃତ୍ୟୁ ବରଣ କରିଥିଲେ।
Punjabi Singer sidhu moosewala died in shoot out in india
— Shah Faizan (@syedfaizanmahmo) May 29, 2022
Rest in peace...we always love your songs#sidhumoosewala pic.twitter.com/ZrOE7OBDsO
ସିଦ୍ଧୁ ମୁସେୱାଲା ଜଣେ ଭାରତୀୟ ସଂଗୀତଜ୍ଞ, ରାପର, ଗୀତିକାର ଏବଂ ଅଭିନେତା ଥିଲେ। ପଞ୍ଜାବୀ ସଙ୍ଗୀତ ଏବଂ ସିନେମାରେ କାମ ପାଇଁ ସେ ବେଶ ଜଣାଶୁଣା। କିଛି ଅଜଣା ଲୋକ ମେ ୨୯ ରେ ମାନସା ଜିଲ୍ଲାର ଜବାହରକେ ଗ୍ରାମରେ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ।
ବଲିଉଡ୍ ଏବଂ ମରାଠୀ ଇଣ୍ଡଷ୍ଟ୍ରିର ଭେଟେରାନ ଅଭିନେତା ବିକ୍ରମ ଗୋଖ୍ଲେଙ୍କ ନଭେମ୍ବର ୨୬ରେ ଦେହାନ୍ତ ହୋଇଛି। ବିକ୍ରମ ଗୋଖଲେ ଦୀର୍ଘ ସମୟ ଧରି ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ମଧ୍ୟ ସେ ସୁସ୍ଥ ହୋଇପାରି ନଥିଲେ।
ହିନ୍ଦୀ ଏବଂ ମରାଠୀ ଚଳଚ୍ଚିତ୍ର ଅଭିନେତା ସୁନୀଲ ଶେଣ୍ଡେଙ୍କ ନଭେମ୍ବର ୧୪ରେ ୭୫ ବର୍ଷ ବୟସରେ ଦେହାନ୍ତ ହୋଇଛି। ସେ ଶାହରୁଖ ଖାନଙ୍କ ସିରିଏଲ୍ 'ସର୍କସ'ରେ ତାଙ୍କ ବାପାଙ୍କ ଭୂମିକାରେ ଅଭିନୟ କରିଥିଲେ। ଏହା ବ୍ୟତୀତ ସେ 'ସରଫରୋଶ', 'ଗାନ୍ଧୀ' ଏବଂ 'ବାସ୍ତବ' ଭଳି ଅନେକ ଚଳଚ୍ଚିତ୍ରରେ କାମ କରିଥିଲେ।
ହିନ୍ଦୀ ଏବଂ ମରାଠୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ଅଭିନେତା ଥିଲେ ରମେଶ ଦେବ। ଫେବୃଆରୀ ୨ରେ ୯୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ରମେଶ ଦେବ ତାଙ୍କ କ୍ୟାରିଅରରେ ବିଭିନ୍ନ ଭାଷାରେ ୪୫୦ରୁ ଅଧିକ ଚଳଚ୍ଚିତ୍ରରେ କାମ କରିଛନ୍ତି।
ଅଭିନେତା ଅରୁଣ ବର୍ମା ତାଙ୍କ କ୍ୟାରିୟରରେ ୮୦ରୁ ଅଧିକ ଚଳଚ୍ଚିତ୍ରରେ କାମ କରିଛନ୍ତି। ଏଥିରେ ସଲମାନ ଖାନ ଏବଂ ଅକ୍ଷୟ କୁମାରଙ୍କ ଚଳଚ୍ଚିତ୍ର ମଧ୍ୟ ରହିଛି। ଜାନୁଆରୀ ୨୦ରେ ଅରୁଣ ବର୍ମାଙ୍କ ଦେହାନ୍ତ ହୋଇଥିଲା।
Arun Bali's Death: Arun Bali, a veteran actor best known for his role as Kunwar Singh in Swabhimaan, died on October 7, 2022, at the age of 79. According to multiple sources, the actor died in Mumbai. Goodbye, https://t.co/4PW8MVPtJW pic.twitter.com/5KrxqzT9EN
— Akash singh (@Akashmani2510) October 8, 2022
ବଲିଉଡ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଚରିତ୍ର କଳାକାର ଅରୁଣ ବାଲି ବିଭିନ୍ନ ଚଳଚ୍ଚିତ୍ରରେ ଅଭିନୟ କରି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ନ୍ୟୁରୋମସ୍କୁଲର ରୋଗ ହେତୁ ଅକ୍ଟୋବର ୭ ରେ ଅରୁଣ ବାଲିଙ୍କର ଦେହାନ୍ତ ହୋଇଥିଲା।
ଅଭିନେତ୍ରୀ ରବିନା ଟଣ୍ଡନଙ୍କ ବାପା ତଥା ଚଳଚ୍ଚିତ୍ର ନିର୍ମାତା ରବି ଟଣ୍ଡନ୍ଙ୍କ ଫେବୃଆରୀ ୧୧ରେ ଦେହାନ୍ତ ହୋଇଛି। ରବି ଟଣ୍ଡନ୍ 'ଅନ୍ହୋନି', 'ଖେଲ ଖେଲ ମେ', 'ମଜବୁର' ଏବଂ 'ଖୁଦ୍ଦାର' ଭଳି ଲୋକପ୍ରିୟ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ।
]]>ପତ୍ନୀ ତୃପ୍ତିଙ୍କ ସହ ବାବୁସାନ୍ ହସ୍ପିଟାଲରୁ ଏକାଠି ବାହାରିଲେ। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ବାବୁସାନ୍ଙ୍କ ଚିକିତ୍ସା ଚାଲିଥିଲା। ଶରୀରରେ ଅକ୍ସିଜେନ ସ୍ତର କମି ଯିବାରୁ ସେ ଅସୁସ୍ଥ ହୋଇ ପଡିଥିଲେ। ଏହାପରେ ତାଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ଗତ ୭ ଦିନ ହେବ ବାବୁସାନ୍ଙ୍କ ଚିକିତ୍ସା ଚାଲିଥିଲା।
ସୂଚନା ଅନୁସାରେ, ଫିଲ୍ମ ‘ଦମନ୍’ର ପ୍ରମୋସନ୍ ପାଇଁ ଲେହେରୁ ପାଙ୍ଗଙ୍ଗ୍ ଯାଇଥିବା ବେଳେ ସେଠାରେ ସେ ଅସୁସ୍ଥ ହୋଇପଡ଼ିଥିଲେ। ଶରୀରରେ ଅକ୍ସିଜେନ୍ ସ୍ତର କମି ଯିବା ପରେ ତାଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା।ବର୍ତ୍ତମାନ ବାବୁସାନ୍ଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ୬ ଜଣିଆ ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା କରୁଥିଲେ।
ସୂଚନାଥାଉ କି, ପାରିବାରିକ ବିବାଦକୁ ନେଇ ବାବୁସାନ୍ ଓ ପତ୍ନୀ ତୃପ୍ତି ପରସ୍ପର ଠାରୁ ଅଲଗା ରହି ଆସୁଥିଲେ।
]]>ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୂ ବାବୁଶାନ୍, ପ୍ରକୃତି ମିଶ୍ର ଓ ବାବୁଶାନ୍ଙ୍କ ପତ୍ନୀଙ୍କୁ ନେଇ ବିବାଦ ଉପୁଜିଥିଲା । ବାବୁଶାନ୍ ଓ ପ୍ରକୃତି ଗୋଟିଏ ଗାଡ଼ିରେ ଯାଉଥିବା ବେଳେ ପତ୍ନୀ ତୃପ୍ତି ତାଙ୍କୁ ଅଟକାଇଥିଲେ । ସେଠାରେ ଏକ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଯାହାର ପୁରା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହି ଘଟଣାକୁ ନେଇ ସାରା ଓଡ଼ିଶାରେ ଚର୍ଚ୍ଚା ଆରମ୍ଭ ହୋଇଥିଲା ।
ଓଡ଼ିଶାବାସୀ ଉଭୟ ବାବୁଶାନ୍ ଓ ପ୍ରକୃତିଙ୍କୁ ସମାଲୋଚନା କରିଥିଲେ । ଏମିତିକି ଘଟଣା ଦିନ ବାବୁଶାନ୍ ଚେନ୍ନାଇ ଯାଇଥିଲେ । ସେଠାରୁ ଫେରିବା ପରେ ଗଣମାଧ୍ୟମଠାରୁ ଦୂରରେ ରହିଥିଲେ । ତାଙ୍କୁ ଯାହା ବି ପ୍ରଶ୍ନ ପଚରାଯାଇଥିଲା ତାର ଉତ୍ତର ରଖିନଥିଲେ । କେବଳ ସେ କହିଥିଲେ ଯେ, ସମୟ ଆସିଲେ ସବୁ ସତ କହିବି । ଆଉ ଠିକ୍ ସମୟରେ କହିବି । କିନ୍ତୁ ଆଜି ୩୭ ସେକେଣ୍ଡର ଏକ ଭିଡିଓ ଜାରି କରି ବାବୁଶାନ ସେହି ଘଟଣାନେଇ ବିଶେଷ କିଛି କହିନଥିଲେ ମଧ୍ୟ, କେବଳ କ୍ଷମା ପ୍ରାର୍ଥନା କରିଛନ୍ତି । ଏହାସହ ନିଜ ପତ୍ନୀଙ୍କ ପ୍ରତି କେବେ ବି ଅନ୍ୟାୟ ହେବାକୁ ଦେବେ ନାହିଁ ବୋଲି କହିଛନ୍ତି ।
ଦେଖନ୍ତୁ ପୁରା ଭିଡିଓ..
]]>ଓଡ଼ିଶାବାସୀଙ୍କୁ କ୍ଷମା ମାଗିଲେ ବାବୁସାନ ମହାନ୍ତି। କହିଲେ, ଏମିତି ଭୁଲ ଆଉ କେବେ ହେବନି। ମୋ ପରିବାର ଓ ମୋ ସ୍ତ୍ରୀ ବହୁତ କଷ୍ଟ ପାଇଲେଣି।#Odisha #OTV #babushaanmohanty pic.twitter.com/rWVTYDqu4z
— ଓଟିଭି (@otvkhabar) August 20, 2022
ସୂଚନାଯୋଗ୍ୟ, ଅଭିନେତ୍ରୀ ବର୍ଷାଙ୍କ ନାଁରେ ଜାତିଆଣ ଆକ୍ଷେପ ନେଇ ଦିଲ୍ଲୀରେ ମାମଲା ହୋଇଛି । ବର୍ଷା ତାଙ୍କ ସ୍ୱାମୀ ଅନୁଭବଙ୍କ ଜଣେ କର୍ମଚାରୀଙ୍କ ପ୍ରତି ଜାତିଆଣ ଆକ୍ଷେପ କରିଥିବା ପୋଲିସରେ ଅଭିଯୋଗ ହୋଇଛି । ପୂର୍ବରୁ ଏହି ଘଟଣା ନେଇ ୨ ଥର ଦିଲ୍ଲୀ ପୋଲିସରୁ ଡକରା ଆସିଥିଲେ ବି ବର୍ଷା ହାଜର ହୋଇନାହାନ୍ତି । ବିଭିନ୍ନ ପ୍ରକାର ବାହାନା ଦେଖାଇ ସେ ଦିଲ୍ଲୀ ପୋଲିସର ନୋଟିସକୁ ଏଡ଼ାଇ ଦେଇଥିଲେ । ଏମିତିକି ଦିଲ୍ଲୀ ନଯାଇ ଏଠାରେ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବର୍ଷା । କିନ୍ତୁ କୋର୍ଟ ବର୍ଷାଙ୍କ ଆବେଦନକୁ ଗ୍ରହଣ କରି ୧୫ ଦିନ ଯାଏଁ ଅନ୍ତରୀଣ ସୁରକ୍ଷା ଦେଇଥିଲେ। ଏଥିସହ ୧୫ ଦିନ ମଧ୍ୟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
]]>ପପୁ କହିଛନ୍ତି, ଅଭିଯୋଗ ମିଛ ଥିଲା । ପୋଲିସ, ପ୍ରେସରରେ ଗିରଫ କରିଥିଲା । ଥାନାରେ ଏତଲା ପରେ ମୋ ଘରେ ୭ ଦିନିଆ ନୋଟିସ ଦିଆଯାଇଥିଲା । ନୋଟିସ ସତ୍ତ୍ୱେ ମୋତେ ଦିନକ ପରେ ଗିରଫ କଲା ପୋଲିସ । ପପୁ ଆହୁରି କହିଛନ୍ତି ଯେ, ଅଭିଯୋଗକାରିଣୀ କୌଣସି ଏତଲା ଦେଇନଥିବା କୋର୍ଟରେ କହିଛନ୍ତି । ସଂପୃକ୍ତ ଝିଅ କହିଥିଲେ, ମୋତେ କେବଳ ଦସ୍ତଖତ ଦେବାକୁ କୁହାଗଲା । ଅଭିଯୋଗ ମିଛ ଥିବାରୁ ତଦନ୍ତ ଅଧିକାରୀ ବି କୋର୍ଟ ଆସିଲେନି । ତେବେ ଅଭିଯୋଗକାରିଣୀଙ୍କ ଅଭିଯୋଗ, ଏତଲାକାରୀ, ତାଙ୍କ ବିରୋଧରେ ପ୍ରସାରିତ ଭୁଲ୍ ଖବର ସବୁକୁ ତର୍ଜମା କରି କେସ୍ କରିବି ବୋଲି କହିଛନ୍ତି ପପୁ ।
୨୦୧୬, ମେ’ ୨୫ । ପପୁଙ୍କ ନାଁରେ ଦ ଫ୍ରେଣ୍ଡସ୍ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱବର ମହିଳା ଥାନାରେ ହୋଇଥିଲା କାଷ୍ଟିଂ କାଉଚ୍ ଅଭିଯୋଗ । ଜଣେ ଅଭିନେତ୍ରୀ ଆଶାୟୀ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ ଆଣି ପପୁ ଓ ସହଯୋଗୀ ପ୍ରଦୀପ୍ତଙ୍କ ନାଁରେ ଦିଆଯାଇଥିଲା ଏତଲା । ଏହି ଘଟଣାରେ ସତ୍ୟତା ଥିବା ଅନୁଭବ କରି ମାମଲା ରୁଜୁ ପାଇଁ ସିଡବ୍ଲୁସି ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ । ପୋଲିସ ଦଫା ୩୫୪-(କ), ୫୦୬, ୫୦୯ ସହ ପ୍ରିଭେନସନ ଅଫ ଚାଇଲ୍ଡ଼ ସେକ୍ସଚୁଆଲ୍ ହାରାସମେଣ୍ଟ ଆଇନର ଧାରା ୮ ଏବଂ ୧୨ ଲଗାଇଥିଲା । ତାସହ ସଂପୃକ୍ତ ନାବାଳିକା ଓ ତାଙ୍କ ମା’ଙ୍କ ବୟାନ ପରେ ରେକର୍ଡ ।
ପପୁ ଏବଂ ସହଯୋଗୀ ପ୍ରଦୀପ୍ତଙ୍କୁ ଧରିବାକୁ ଜାଲ ବିଛାଇଥିଲା ପୋଲିସ । ଶେଷରେ ୨୦୧୬, ମେ’ ୩୦ ତାରିଖରେ ପୁରୀର ଏକ ଆପାର୍ଟମେଣ୍ଟରୁ ଉଭୟଙ୍କୁ ଗିରଫ କରିଥିଲା । ଏବେ ପପୁ ନିର୍ଦ୍ଦୋଷ ବୋଲି ସ୍ୱତନ୍ତ୍ର ପକ୍ସୋ କୋର୍ଟଙ୍କ ରାୟ ପରେ ଫ୍ରେଣ୍ଡସ୍ ଫାଉଣ୍ଡେସନ ସଂସ୍ଥା କହିଛି, ୧୬୧ ଓ ୧୬୪ ବୟାନ ରେକର୍ଡ ସତ୍ତ୍ୱେ ତଦନ୍ତ ପ୍ରକ୍ରିୟା ଭିତରେ କେମିତି ସବୁକିଛି ବଦଳିଗଲା ? ଆମେ ଏନେଇ ହାଇକୋର୍ଟକୁ ଯିବୁ ।
ତେବେ ୧୬୧ ଓ ୧୬୪ ବୟାନ ରେକର୍ଡ ଆଧାରରେ ପପୁଙ୍କୁ ଗିରଫ କରାଯାଇଥିବା ବେଳେ ଶୁଣାଣି ବେଳେ ବଦଳିଗଲା କି ଅଭିଯୋଗକାରିଣୀଙ୍କ ବୟାନ ? ଯଦି ବୟାନ ବଦଳିଗଲା, ସେତେବେଳେ କଣ କରୁଥିଲେ ତଦନ୍ତକାରୀ ଅଧିକାରୀ ? ବାରମ୍ବାର କୋର୍ଟଙ୍କ ଡକରା ସତ୍ତ୍ୱେ କାହିଁକି ସେ ଆସୁନଥିଲେ ? ମାମଲାରେ ପପୁ ନିର୍ଦ୍ଦୋଷ ହେବା ପଛର କାରଣ କଣ ? ଦୁର୍ବଳ ହେଲା କି ତଦନ୍ତ ପ୍ରକ୍ରିୟା ? ଏବେ ଛିଡ଼ା ହୋଇଛି ଏଭଳି ନାନା ପ୍ରଶ୍ନ ।
]]>ଆସନ୍ତାକାଲି ବାବୁସାନ୍ଙ୍କ ଜନ୍ମ ଦିନ ଥିବା ବେଳେ ସେ କେମିତି ଓ କେଉଁଠି ତାକୁ ସେଲିବ୍ରେସନ୍ କରିବେ ସେନେଇ ଫ୍ୟାନ୍ ମାନଙ୍କ ମନରେ ଢ଼େର୍ ଉତ୍ସୁକତା ରହିଥିଲା । ଏହାସହ ସ୍ତ୍ରୀ ଓ ପୁଅ ସହ ଭେଟିବେ କି ନାହିଁ ସେନେଇ ମଧ୍ୟ ଲୋକଙ୍କ ମନରେ ନାନା ପ୍ରଶ୍ନ ରହିଥିଲା । ତେବେ ଏହି ସବୁ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ବାବୁସାନ୍ ଏଭଳି କହିଛନ୍ତି । ଏହାସହ ଠିକ୍ ସମୟ ଆସିଲେ ଗଣମାଧ୍ୟମ ଆଗରେ ସେ ସବୁ କିଛି କହିବେ ବୋଲି ପୁଣି ଦୋହରାଇଛନ୍ତି । ପୋଲିସ୍ ପଚରାଉଚରାର ସମ୍ମୁଖୀନ ପରେ ସବୁ ପ୍ରଶ୍ନର ଉତ୍ତର ଦେବେ କହିଛନ୍ତି ବାବୁସାନ୍ ।
ଅନ୍ୟପଟେ ଦୀର୍ଘ ସମୟ ଧରି ସାମ୍ବାଦିକ ମାନେ ତାଙ୍କ ଘର ସାମ୍ନରେ ରହିଥିବାରୁ, ଅଯଥା କଷ୍ଟ ନକରି ଘରକୁ ଫେରିଯିବାକୁ ସେ ଅନୁରୋଧ କରିଥିଲେ । ନିଜ ନିଜ ଘରକୁ ଫେରିଯାଇ ବିଶ୍ରାମ ନେବାକୁ ସାମ୍ବାଦିକଙ୍କୁ ଅନୁରୋଧ କଲେ ।
]]>ବୁଧବାର ବିମାନ ଯୋଗେ ସେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ପହଞ୍ଚିବା ପରେ ସେ ଅଧିକ କିଛି ନକହି ପ୍ରଥମେ ବାପା ମାଆଙ୍କ ପାଖକୁ ଯିବେ ବୋଲି କହିଥିଲେ । ଏଥିରୁ ଜଣାଯାଉଛି ସେ ତାଙ୍କ ବାପା-ମାଆଙ୍କୁ କେତେ ଭଳ ପାଆନ୍ତି। ସେ ଭୁବନେଶ୍ୱର ବିମାନ ବନ୍ଦରରୁ ସିଧାସଳଖ ଏକ କାର୍ ଯୋଗେ ଭୁବନେଶ୍ୱରର ଜଗନ୍ନାଥବିହାର ସ୍ଥିତ ଘରକୁ ଯାଇଥିଲେ।
ଅନ୍ୟପଟେ ପ୍ରକୃତି-ତୃପ୍ତି-ବାବୁସାନଙ୍କୁ ନେଇ କିଛି ନୂଆ ତଥ୍ୟ ପାଇବା ପାଇଁ ମିଡିଆ ତାଙ୍କୁ ଘେରିଥିଲା। ଏହାକୁ ନେଇ ମା’ ଅପରାଜିତା ଗଣମାଧ୍ୟମଙ୍କୁ ଅନୁରୋଧ କରି କହିଥିଲେ, “ବାବୁସାନ୍ ଏବେ ଥକି କି ଆସିବା ପରେ ଘରେ ଶୋଇଛି । ଦୁଇ ଦିନ ବିଶ୍ରାମ ନେବା ପରେ ସେ ନିଜର ମତ ରଖିବ। ଆଉ ତା’ପରେ ସେ ତା’ ମନକଥା ଖୋଲି କହିବ।” ହେଲେ ଗଣମାଧ୍ୟମ ପ୍ରତିନିଧି ତାଙ୍କ ଘର ସାମ୍ନାରେ ଜଗି ରହିଥିବାରୁ ତାଙ୍କୁ ଭଲ ଲାଗୁ ନଥିବା ସେ କହିଛନ୍ତି । ଖରାରେ ଘର ସାମ୍ନାରେ ଛିଡ଼ା ନ ହେବାକୁ ସେ ହାତଯୋଡ଼ି ନିବେଦନ କରିଛନ୍ତି।
ଏଥିରୁ ସ୍ପଷ୍ଟ ହେଉଛି ଯେ ପୁଅ ଯେତେ ଭୁଲ୍ କଲେ ବି ମା’ ସବୁ ଭୁଲ୍କୁ କ୍ଷମା କରିଦେଇ ପାରେ। ମା-ପୁଅଙ୍କ ଏହି ପ୍ରେମ ଯୁଗ ଯୁଗର। ବାବୁସାନ ମଧ୍ୟ ତାଙ୍କ ମା’ଙ୍କୁ ବହୁତ ଭଲ ପାଆନ୍ତି। ଦିନେ ସେ ତାଙ୍କ ପାଇଁ ଏକ ଭାବ ପ୍ରବଣ ଗୀତ ଗାଇ ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲେ। ଚଳିତ ବର୍ଷ ‘ତରଙ୍ଗ ସିନେ ଉତ୍ସବ’ରେ ଅପରାଜିତା ମହାନ୍ତିଙ୍କ ଦ୍ୱାରା ଲିଖିତ ଏକ ଗୀତକୁ ମଞ୍ଚରେ ଗାଇ ସେ ସମସ୍ତଙ୍କ ମନ କିଣି ନେଇଥିଲେ। ବାବୁସାନ ନିଜେ ଏହି ଗୀତର ସଂଗୀତ ମଧ୍ୟ ଦେଇଥିଲେ। ଗୀତଟି ଥିଲା ‘ତୁମେ ଉଚ୍ଛୁଳା ନଦୀର ଜହ୍ନ…’.।
ଏହି ଗୀତର ଏକ ଭିଡିଓ ୟୁଟ୍ୟୁବ୍ରେ ‘ତରଙ୍ଗ ସିନେ ପ୍ରଡକ୍ସନ’ ଚାନେଲ୍ରେ ପୋଷ୍ଟ୍ ହୋଇଥିବା ବେଳେ ଏହାକୁ ୧କୋଟିରୁ ଅଧିକ ଲୋକ ଦେଖି ସାରିଲେଣି। ସମସ୍ତେ ଏହାକୁ ପସନ୍ଦ କରୁଥିବା ବେଳେ ଅନେକ ସକରାତ୍ମକ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି। ଜଣେ କମେଣ୍ଟ ଦେଇ କହିଛନ୍ତି “ବହୁତ ଦିନ ପରେ ଗୋଟେ ସୁନ୍ଦର ଓଡ଼ିଆ ଗୀତ ଶୁଣିବାକୁ ମିଳିଲା...ଧନ୍ୟବାଦ ମାଡାମ୍ ଏବଂ ବାବୁସାନ୍”। ସେହିପରି ଆଉ ଜଣେ କହିଛନ୍ତି, “ଉତ୍ତମ, ଅପରାଜିତା ଓ ବାବୁସାନଙ୍କ ସହ ପୂରା ପରିବାର ଓଡିଶା ପାଇଁ ଦାନ।”
ଅନ୍ୟପକ୍ଷରେ ଏହି ଗୀତ ଶୁଣି ଜଣେ ଏତେ ମୁଗ୍ଧ ହୋଇଯାଇଥିଲେ ଯେ ସେ ମତ ଦେଇ ଲେଖିଥିଲେ “ଓଡ଼ିଶାରେ ଏଇ ଭଳିକା ଗୀତ ହେବା ଦରକାର।” ଅନ୍ୟଜଣେ ଗୀତକୁ ପ୍ରଶଂସା କରି “ଏମିତିକା ଗୀତ ଓଡ଼ିଆ ଫିଲ୍ମରେ ହେବା ଦରକାର.. ବହୁତ ଭଲ ଲାଗୁଚି” ବୋଲି ଲେଖିଛନ୍ତି।
]]>ଓଡ଼ିଆ ଫିଲ୍ମ ଜଗତକୁ ଗଲା କିଛି ବର୍ଷ ଧରି ସାହାରା ହୋଇ ଆସୁଥିବା ବାବୁସାନଙ୍କ ବିନା ଇଣ୍ଡଷ୍ଟ୍ରୀ ଆଗକୁ ଯିବ କେମିତି ? ଏମିତି ଏକାଧିକ ପ୍ରଶ୍ନ ଏବେ ଓଡ଼ିଆ ଦର୍ଶକ ଓ ସିନେ ପ୍ରେମୀଙ୍କୁ ବ୍ୟଥିତ କରିଥିବା ବେଳେ ସେପଟେ ବାବୁସାନ୍ ଏସବୁକୁ ଭୁଲି ତାଙ୍କ ଦକ୍ଷ ଅଭିନୟ ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି ବହୁ କଳାକାର, ନିର୍ଦ୍ଦେଶକ ଓ ସିନେ ସମୀକ୍ଷକ ।
ସତରେ କଣ ଆଉ କୌଣସି ହିରୋଇନଙ୍କ ସହ ଫିଲ୍ମ କରିବେନି ଓଡ଼ିଆ ସୁପରଷ୍ଟାର ବାବୁସାନ ମହାନ୍ତି ? ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ନେଇ ତାଙ୍କ ପାରିବାରିକ ଜୀବନରେ ଉଠିଥିବା ଝଡ଼ ପାଇଁ ଇଣ୍ଡଷ୍ଟ୍ରୀଠୁ ଦୂରେଇ ଯିବେ କି ଓଲିଉ଼ଡ଼ ସୁପର ଷ୍ଟାର ବାବୁସାନ ? ନିଜ ବ୍ୟକ୍ତିଗତ ସମସ୍ୟା ଓ ପାରିବାରିକ ବିବାଦ ପାଇଁ ଗଲା କିଛି ଦିନ ଧରି ଚର୍ଚ୍ଚାରେ ଥିବା ଇଣ୍ଡଷ୍ଟ୍ରୀର ହିଟ୍ କଳାକାର ବାବୁସାନଙ୍କୁ ନେଇ ଏମିତି ଅନେକ ପ୍ରଶ୍ନ, କଳ୍ପନା ଜଳ୍ପନା ।
କାରଣ ଓଡ଼ିଆ ସିନେମା ଜଗତର ଅନ୍ୟତମ ଲୋକପ୍ରିୟ ନାୟକ ଅନୁଭବ ମହାନ୍ତି ରାଜନୀତିରେ ପ୍ରବେଶ, ଆଉ ପରେ ପାରିବାରିକ ବିବାଦରେ ଫସିବା ପୂର୍ବରୁ ବାବୁସାନ ହିଁ ଥିଲେ ଦର୍ଶକଙ୍କ ପ୍ରଥମ ପସନ୍ଦ । ୨୦୦୯ରେ ରୂପେଲି ପରଦାରେ ପଦାର୍ପଣ ପରଠୁ ପ୍ରତିବର୍ଷ ଲଗାତର ହିଟ୍ ଦେଇ ଅସମ୍ଭବ ଲୋକପ୍ରିୟତା ହାତେଇଛନ୍ତି ବାବୁସାନ । ତେଣୁ ତାଙ୍କ ଉପରେ ଅନେକ ପ୍ରଯୋଜକଙ୍କ ଭରଷା ଓ ନିର୍ଦ୍ଦେଶକଙ୍କ ଆଶା ।
ଏଭଳି ସ୍ଥିତିରେ ବାବୁସାନ୍ ଇଣ୍ଡଷ୍ଟ୍ରୀର ସବୁଠୁ ବଡ଼ ଆବଶ୍ୟକତା ବୋଲି ଅନେକ ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କ ମତ । କାରଣ ମାତ୍ର ୧୨ ବର୍ଷ ଅଭିନୟ କ୍ୟାରିୟର ଭିତରେ ବାବୁସାନ୍ ଓଡ଼ିଆ ସିନେମାକୁ ଯେଉଁ ସ୍ଥାନରେ ପହଞ୍ଚାଇଛନ୍ତି, ଆଗାମୀ ଦିନରେ ଏ ଶିଳ୍ପ ତାଙ୍କଠୁ ଆହୁରି ଅନେକ କିଛି ଆଶା କରେ ବୋଲି କହିଛନ୍ତି ବରିଷ୍ଠ କଳାକାର ମନୋଜ ମିଶ୍ର ।
ଗତ କିଛି ବର୍ଷ ଭିତରେ ଓଡ଼ିଆ ସିନେମା ଜଗତକୁ ସାମ୍ନା କରିବାକୁ ପଡ଼ିଛି ଅନେକ ଘାତ ପ୍ରତିଘାତ । ଘଟଣା ଓ ଦୁର୍ଘଟଣାରେ ଓଲିଉଡ୍ ବିଜୟ ମହାନ୍ତି, ଅଜିତ ଦାସ, ମିହିର ଦାସ, ରାଇମୋହନ ପରିଡା, ମୀନକେତନ, ସଲିଲଙ୍କ ଭଳି ବହୁ ଖାତନାମା କଳାକାରଙ୍କୁ ହରାଇଛି । ଏ ଭିତରେ ମହାମାରୀ କରୋନା ବି ଉଭୟ କଳା ଓ କଳାକାରଙ୍କ ଉପରେ ଦାଉ ସାଧିବାରୁ ପଛକୁ ଫେରିଛି ।
ସିନେମା ଶିଳ୍ପ ଗୋଟିଏ ପଟେ ସିନେମା ହଲର ସଂଖ୍ୟା ସଙ୍କୁଚିତ ହେଉଥିବା ବେଳେ ଅନ୍ୟପଟେ ବିଭିନ୍ନ କାରଣରୁ ଦର୍ଶକଙ୍କ ପାଇଁ ନୂଆ ସିନେମା ଆସୁନି । ଏଭଳି ସ୍ଥିତିରେ ବାବୁସାନଙ୍କ ଭଳି କଳାକାରଙ୍କ ପାଇଁ ଇଣ୍ଡଷ୍ଟ୍ରୀ ନିଶ୍ୱାସ ମାରୁଥିଲା । କିନ୍ତୁ ତାଙ୍କ ଜୀବନରେ ଏଭଳି ଘଟଣା ତାଙ୍କ କ୍ୟାରିୟରକୁ କ୍ଷତି ପହଞ୍ଚାଇବାକୁ ଯାଉଥିବା ଏବଂ ଏ ଘଟଣା ଇଣ୍ଡଷ୍ଟ୍ରି ପାଇଁ ବଡ଼ ବିପଦ ସାଜିପାରେ ବୋଲି କୁହାଯାଉଛି । ତେଣୁ ଏକ ପ୍ରତିଷ୍ଠିତ କାଳାକାର ପରିବାରରୁ ଆସି ନିଜ କଳାର ପ୍ରଚଣ୍ଡ ପ୍ରତିଭା ପ୍ରଦର୍ଶନ କରିସାରିଥିବା ବାବୁସାନଙ୍କୁ ବୃତ୍ତିଗତ ଜୀବନ ଆଦୌ ପ୍ରଭାବିତ ହେବା ଉଚିତ ନୁହେଁ ବୋଲି ମତ ଦେଇଛନ୍ତି ନିର୍ଦ୍ଦେଶକ ଓ ସୀନେ ସମୀକ୍ଷକ ତାପସ ସରଘରିଆ ।
ନିକଟରେ ବାବୁସାନଙ୍କ ବିଦ୍ୟାରାଣ ଓ ପ୍ରେମମ୍ ପରେ ଆଗକୁ ଆସୁଛି ଫିଲ୍ମ ଦମନ୍ । ଏହି ଫିଲ୍ମକୁ ନେଇ ବାବୁସାନ୍ ବହୁ ଆଶାବାଦୀ । ତେବେ ୟା ପରେ ଓଲିଉଡର ଲଭର ବୟଙ୍କୁ ପୁଣି କେଉଁ ନୂଆ ଅବତାରରେ ଦେଖିବାକୁ ମିଳିବ, ତାକୁ ଦର୍ଶକଙ୍କ ଅପେକ୍ଷା ।
ରିପୋର୍ଟର- ପ୍ରଭାତ ବିଶୋୟୀ, ସୌମ୍ୟ ରଞ୍ଜନ ସାହୁ
]]>ବୟସ ହୋଇନଥିଲା । ଆୟୁଷ ସରିଗଲା କେହି ବିଶ୍ୱାସ ବି କରିପାରୁନହାନ୍ତି ଅଚାନକ ଏମିତି ଚାଲିଯିବେ । ଓଡିଆ ଟେଲି ଜଗତରେ ନିଜର ସ୍ୱତନ୍ତ୍ର ପରିଚୟ ସାଉଁଟି ଥିଲେ ରାଜେଶ୍ୱରୀ ରାଏମହାପାତ୍ର । ସେଥିଲେ ଉଆଁସି କନ୍ୟାର ଅଳକା, ଦେବୀ ଧାରାବାହିକର ଈଶା । ଏଭଳି ଅନେକ ସିରିୟଲରେ ଅଭିନୟ କରି ଲୋକଙ୍କ ହୃଦୟରେ ରାଜ କରୁଥିଲେ ରାଜେଶ୍ୱରୀ । ଜଣେ ଚରିତ୍ର ଅଭିନେତ୍ରୀ ଏବଂ ଖଳନାୟିକ ଭାବେ ସେ ବେଶ ପରିଚିତ ଥିଲେ । ଦୁସାଧ୍ୟ କର୍କଟ ରୋଗରେ ଦୀର୍ଘ ଦିନ ଧରି ଯୁଝିବା ପରେ ଶେଷରେ ଆଖି ବୁଜିଛନ୍ତି ଦର୍ଶକଙ୍କ ପ୍ରିୟ ଅଭିନେତ୍ରୀ ଅଳକା । ୩୫ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି ରାଜେଶ୍ୱରୀ । ତାଙ୍କ ମତ୍ୟୁ ପରେ ସମଗ୍ର ଟେଲିଭିଜନ ଓ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି ।
୨୦୧୮ରୁ ଉଭୟେ ଫୁସ୍ଫୁସ୍ ଏବଂ ମସ୍ତିସ୍କ କର୍କଟରେ ପିଡୀତ ଥିଲେ ରାଜେଶ୍ୱରୀ । ଏହା ସତ୍ତ୍ୱେ ମଧ୍ୟ ପଛକୁ ଫେରିନାହାନ୍ତି ସେ । ହୃଦୟରେ କଷ୍ଟକୁ ଚାପି ଧରି ପରଦାରେ ଲୋକଙ୍କ ଆଗରେ ବେଶ ଚମତ୍କାର ଢଙ୍ଗରେ ନିଜ ଅଭିନୟ ଦେଖାଉଥିଲେ । ଦେହରେ ଯନ୍ତ୍ରଣାକୁ ଚାପି ରଖି ଓଠରେ ସଂଳାପ କହିବାର କଳା ବୋଧ୍ ହୁଏ ତାଙ୍କୁ ହିଁ ଜଣାଥିଲା । ଓଡିଆ ଟେଲି ଜଗତରେ ଅନେକ ଧାରାବାହିକରେ ଅଭିନୟ କରିଥିଲେ ରାଜେଶ୍ୱରୀ । ତାଙ୍କ ନିଖୁଣ ଅଭିନୟ ପାଇଁ ଓଡ଼ିଶାର ନମ୍ବର ୱାନ ମନୋରଞ୍ଜନ ଧର୍ମୀ ଚ୍ୟାନେଲ ତରଙ୍ଗ ପକ୍ଷରୁ ତାଙ୍କୁ ଶ୍ରେଷ୍ଠ ଖଳନାୟିକା ଭାବେ ପୁରଷ୍କୃତ କରାଯାଇଥିଲା । ଏହା ସହ ସତ୍ୟମେବ୍ ଜୟତେ, ଆରେ ସାଥୀ ଆ, ବ୍ଲାକମେଲ୍ ଭଳି ଚଳଚ୍ଚିତ୍ରରେ ମଧ୍ୟ ବଡ଼ ପରଦାରେ ଅଭିନୟ କରିଥିଲେ ସେ ।
]]>କିନ୍ତୁ ଦୁର୍ଭାଗ୍ୟ, କାହାର କେଉଁ ନଜର ଲାଗିଲା କେଜାଣି ଆଗପଛ ହୋଇ ଜୀବନ ମଞ୍ଚରୁ ବାହୁଡ଼ିଗଲେ ଓଲିଉଡ୍ର ଏହି କିମ୍ବଦନ୍ତୀ ଖଳନାୟକ ମାନେ। ସିନେ ପରଦା ହେଉ କିମ୍ବା ଯାତ୍ରା ମଞ୍ଚ, ଆଉ ଦେଖିବାକୁ ମିଳିବନି ଦମଦାର ଅଭିନୟ, ଶୁଣିବାକୁ ମିଳିବନି ଦୁର୍ଦ୍ଦଶ ଖଳନାୟକ ଚରିତ୍ରର ସଂଳାପ। ଯାହାଙ୍କ ଅନୁପସ୍ଥିତିରେ ଖଳନାୟକ ଚରିତ୍ରରେ ଆଉ କିଏ ସେଭଳି ଦମଦାର ଅଭିନୟ କରିବେ, ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ ଛିଡ଼ା ହୋଇଛି। ଲାଗୁଛି ଖଳନାୟକ ଅଭିନେତାଙ୍କ ଶୂନ୍ୟତା ଛାଇଯାଇଛି ସାରା ଓଲିଉଡ୍ରେ।
ଆଜି କେବଳ ରାଇମୋହନ କି ମୀନକେତନ ନୁହଁନ୍ତି, ହର ପଟ୍ଟନାୟକ କିମ୍ବା ମିହିର ଦାସ ବି ନୁହଁନ୍ତି। ବିଜୟ ମହାନ୍ତି, ଦେବୁ ବୋଷ, ଦୁଃଖିରାମ, ରବି ମିଶ୍ର, ସଳିଳ ମିତ୍ର, ଅଜିତ ଦାସ, ଗ୍ଲୋରିଆ ମହାନ୍ତି, ରୁନୁ ମହାନ୍ତି, ଅନୀତା ଦାସଙ୍କ ଭଳି ଅନେକ ବରିଷ୍ଠ ଅଭିନେତା ଓ ଅଭିନେତ୍ରୀ ଆଜି ଅତୀତ ହୋଇଯାଇଛନ୍ତି। ଏମାନଙ୍କ ମଧ୍ୟରୁ କିଏ ଚରିତ୍ର ଅଭିନୟ କରୁଥିଲେ ତ ଆଉ କିଏ ଖଳନାୟକ ବି ସାଜିଥିଲେ। କିନ୍ତୁ କାହାର କରୋନାରେ ପ୍ରାଣ ଚାଲିଯାଇଛି ତ କାହାର ରୋଗଦୁଃଖରେ ଆକସ୍ମିକ ବିୟୋଗ ଘଟିଛି।
ଗତ କେଇଟା ବର୍ଷ ମଧ୍ୟରେ ଏଭଳି ଅନେକ କିମ୍ବଦନ୍ତୀ କଳାକାରଙ୍କୁ ହରାଇଛି ଓଡ଼ିଆ ସିନେମା ଶିଳ୍ପ। ଅବଶ୍ୟ ନୂଆପୀଢ଼ିର କଳାକାର ଅଛନ୍ତି ସତ। କିନ୍ତୁ ଆଜି ଅତୀତ ହୋଇଯାଇଥିବା ଅନେକ ବରିଷ୍ଠ ଏବଂ ଭେଟେରାନ୍ କଳାକାରଙ୍କ ଶୂନ୍ୟସ୍ଥାନ ସବୁଦିନ ପାଇଁ ଅପୂରଣୀୟ ହୋଇରହିବ। ଯେଉଁମାନଙ୍କ ଉପରେ ଚଳଚ୍ଚିତ୍ର ଶିଳ୍ପ ନିର୍ଭର କରୁଥିଲା କିମ୍ବା ମେରୁଦଣ୍ଡ କହିଲେ ଚଳେ, ତାଙ୍କ ଅବର୍ତ୍ତମାନରେ ଗଭୀର ସଙ୍କଟକୁ ଓଡ଼ିଆ ସିନେମା ଶିଳ୍ପ ଚାଲି ଯାଇଥିବା କହିଛନ୍ତି ସିନେ ସମୀକ୍ଷକ ଏବଂ ବରିଷ୍ଠ ଅଭିନେତା।
ଗୋଟିଏ ପଟେ କରୋନା ମାଡ଼, ଅନ୍ୟପଟେ ଅଭିଜ୍ଞ ଏବଂ କିମ୍ବଦନ୍ତୀ କଳାକାରଙ୍କ ବିୟୋଗ। ଏଭଳି ସ୍ଥିତିରେ ଅଣ୍ଟା ଭାଙ୍ଗିଯାଇଥିବା ଓଲିଉଡ୍ ଇଣ୍ଡଷ୍ଟ୍ରି ଆଗକୁ କିଭଳି ଅଣ୍ଟା ସଳଖି ଛିଡ଼ା ହେବ ଏବଂ ନୂଆ କଳାକାର ଓଡ଼ିଆ ସିନେମାକୁ କିଭଳି ନୂଆ ରୂପ ଦେଇ ସଫଳ କରାଇବେ, ତାକୁ ନେଇ ଲାଗିରହିଛି ନାନା ପ୍ରଶ୍ନ।
ପ୍ରଭାତ ବିଶୋୟୀ, ଦେବାଶିଷ ମହାନ୍ତି, ଅର୍ଚ୍ଚନା ଶତପଥୀ
]]>
ଖବର ପାଇବା ମାତ୍ରେ ତାଙ୍କ ପାଖ ପଡ଼ୋଶୀଙ୍କଠାରୁ ଆରମ୍ଭ କରି ଓଡ଼ିଆ ସିନେ ଜଗତର ଅନେକ କଳାକାର ତାଙ୍କ ଶେଷ ଦର୍ଶନ ପାଇଁ ବାସଭବନ ଆଗରେ ରୁଣ୍ଡ ହୋଇଥିଲେ । ଆଉ ସମସ୍ତଙ୍କ ମୁହଁରେ ଥିଲା ସେଇ ଗୋଟିଏ ପ୍ରଶ୍ନ । କ’ଣ ସତରେ ରାଇମୋହନ ସାର୍ ଆତ୍ମହତ୍ୟା କରିଛନ୍ତି ? ଏତେ ବଡ଼ ଲୋକ, ପୁଣି ଏତେ ଲୋକଙ୍କୁ ଦେଉଥିଲେ ପ୍ରେରଣା, ସେ କେମିତି ଆତ୍ମହତ୍ୟା କରିବା କଥା ଭାବି ପାରିଲେ ? ସେ ଭାରି ହସଖୁସିର ଲୋକ ଥିଲେ ।
ଅନ୍ୟପଟେ ରାଇମୋହନଙ୍କ ଆତ୍ମହତ୍ୟାକୁ ନେଇ ଏବେ ସାମ୍ନାକୁ ଆସିଛି ଏକ ବଡ଼ ତଥ୍ୟ । ପୋଲିସ ଦେଇଛି ଏଭଳି ଏକ ଭାବବିହ୍ୱଳ ଖବର । ଆତ୍ମହତ୍ୟା ପୂର୍ବରୁ ମୋବାଇଲ ଜରିଆରେ ନିଜ ୨ ଝିଅଙ୍କ ନାଁ ନେଇ ବାଏ ଜଣାଇଛନ୍ତି ରାଇମୋହନ । ଏମିତିକି ମେସେଜରେ ପତ୍ନୀଙ୍କୁ ମଧ୍ୟ ବାଏ ଜଣାଇଥିବା ମଞ୍ଚେଶ୍ୱର ପୋଲିସ୍ ସୂଚନା ଦେଇଛି । ଏହି ତଥ୍ୟ ସାମ୍ନାକୁ ଆସିବା ପରେ ଏଦିଗରେ ଖୋଲତାଡ଼ ଆରମ୍ଭ କରିଛି ପୋଲିସ୍ । କାରଣ ଏଭଳି ମେସେଜ୍ରୁ ସ୍ପଷ୍ଟ ବାରି ହୋଇ ପଡ଼ୁଛି ଯେ, କୌଣସି ନା କୌଣସି କାରଣରୁ ରାମୋହନ ଭାରାକ୍ରାନ୍ତ ଥିଲେ ବା ମାନସିକ ଚାପରେ ଥିଲେ । ଆଉ ଏହି ଚାପ ଦିନେ କି ଦୁଇ ଦିନର ନୁହେଁ । ଅନେକ ଦିନରୁ ସେ ଏଭଳି କିଛି ମାନସିକ ଚାପରେ ଥିଲେ ବୋଲି ଆଶଙ୍କା କରାଯାଇପାରେ ।
ସେହିଭଳି ତାଙ୍କ ଆତ୍ମହତ୍ୟା ଖବର ଯିଏ ବି ଶୁଣୁଛି ସିଏ ଅବିଶ୍ୱାସ କରୁଛି । କାରଣ ଗତକାଲି ପର୍ଯ୍ୟନ୍ତ ତାଙ୍କ ମୁହଁରେ ସବୁଦିନ ଭଳି ସେମିତି ହସ ଭରି ରହିଥିଲା । ସବୁବେଳେ ବିନ୍ଦାସ ମିଜାଜ୍ରେ ରହୁଥିବା ରାଇମୋହନ ଆତ୍ମହତ୍ୟାର ଦିନକ ପୂର୍ବରୁ ମଧ୍ୟ ବିନ୍ଦାସ ଥିଲେ । ଏଭଳି ସୂଚନା ଦେଇଛନ୍ତି ରାଇମୋହନଙ୍କ ପଡ଼ୋଶୀ ।
]]>ରାଇମୋହନଙ୍କ ପରଲୋକ ଖବର ପାଇବା ପରେ ଲୁବୁନ୍ ତାଙ୍କ ବାସଭବନରେ ପହଞ୍ଚିଥିଲେ । ସେଠାରେ ଓଟିଭି ଆଗରେ ନିଜର ଦଃଖ ପ୍ରକାଶ କରିବା ସହ ଗତକାଲି ରାଇମୋହନଙ୍କୁ ଭେଟିଥିବା ସେ କହିଥିଲେ । ଏମିତିକି ତାଙ୍କ ସହ ବାଣ୍ଟିଥିବା ପ୍ରାୟ ଦୁଇ ଘଣ୍ଟାର ସମୟ ମଧ୍ୟରେ କ’ଣ ସବୁ କଥାବାର୍ତ୍ତା ହୋଇଥିଲେ, ସେନେଇ ମଧ୍ୟ ସୂଚନା ଦେଇଥିଲେ ।
ଲୁବୁନ୍ ଗତକାଲି ରାଇମୋହନଙ୍କ ଘରକୁ ଆସିବା ବେଳେ କେହି ନଥିଲେ । ରାଇମୋହନ ଘରେ ଏକା ବସିଥିଲେ । ଲୁବୁନ୍ ଆସି ଘରେ ପହଞ୍ଚିବା ପରେ ତାଙ୍କୁ ଫ୍ରିଜ୍ରୁ ମିଠା କାଢ଼ି ଖାଇବାକୁ ଦେଇଥିଲେ ରାଇମୋହନ । ପରେ ଉଭୟ ପ୍ରାୟ ଦୁଇ ଘଣ୍ଟା ଧରି କଥାବାର୍ତ୍ତା ହୋଇଥିଲେ । ଲୁବୁନ୍ଙ୍କ ଆଗାମୀ ଫିଲ୍ମ ବିଷୟରେ ମଧ୍ୟ ଉଭୟ କଥା ହେବା ସହ ସେଥିରେ ରାଇମୋହନ ଅଭିନୟ କରିବେ କି ନାହିଁ ସେନେଇ ଆଲୋଚନା କରିଥିଲେ । ଏମିତିକି ଆସନ୍ତା ୨୭ -୨୮ ତାରିଖରେ ଯେଉଁ ଫିଲ୍ମର ସୁଟିଂ ସରିଯାଇଛି, ତାର ଡବିଂ କରିବାକୁ ସେ ସମୟ ଦେଇଥିଲେ ।
ଏହାସହ ଲୁବୁନଙ୍କୁ କହିଥିଲେ ଯେ, ‘ମୋ ଗାଡ଼ିର ଡ୍ରାଇଭର ନାହିଁ । ତେଣୁ ଡବିଂ ଦିନ ତୁ ଆସି ମୋତେ ଟିକେ ସକାଳୁ ନେଇଯିବୁ । ଆଉ ଜଲଦି ଆଣିକି ଛାଡ଼ିଦେବୁ । କାରଣ ମୁଁ ଏବେ ରେଗୁଲାର ଔଷଧ ଖାଉଛି । ଦେହ ଭଲ ରହୁନି ।’
ଏମିତି କିଛି କଥା ହେବା ପରେ ରାଇମୋହନଙ୍କ ପରିବାର ଆସି ଘରେ ପହଞ୍ଚିଥିଲେ । ସେଠାରେ ଲୁବୁନ୍ଙ୍କ ସହ ସେମାନଙ୍କର ପରିଚୟ କରାଇଥିଲେ । ଲୁବୁନଙ୍କୁ ଖାଇବା ପାଇଁ ମଧ୍ୟ ରାଇମୋହନ କହିଥିଲେ । କିନ୍ତୁ ଲୁବୁନ ମନା କରିଥିଲେ ।
]]>ସମସ୍ତଙ୍କ ମନରେ ସେଇ ଗୋଟିଏ କଥା, ରାଇମୋହନ ଆତ୍ମହତ୍ୟା କରିଛନ୍ତି ବୋଲି ବିଶ୍ୱାସ ହେଉନି । ସବୁବେଳେ ବିନ୍ଦାସ ରହୁଥିବା ଲୋକଟି କେମିତି ବା ଆତ୍ମହତ୍ୟା କରିପାରିବ ? ତାହା ଏବେ ସମସ୍ତଙ୍କ ମନରେ ପ୍ରଶ୍ନ । ଏମିତିକି ତାଙ୍କ ମନରେ କେବେ କିଛି ଦୁଃଖ ଥିବା ଭଳି ଜଣାପଡ଼େ ନାହିଁ ବୋଲି ପଡ଼ୋଶୀ କହିଛନ୍ତି ।
ତେବେ ୬ ମାସ ପୂର୍ବରୁ ଜଣ ପଡ଼ୋଶୀଙ୍କୁ ରାଇମୋହନ କହିଥିଲେ ଯେ, ‘ଆଉ ଭଲ ଲାଗୁନି ଏବେ ଆମର ସମୟ ସରିଆସିଲାଣି । ଆଉ ବେଶି ଦିନ ନୁହେଁ । ପାଖରେ ଥିବା ଜିତୁ ଦୋକାନରେ ଦିନେ ବସିଥିଲୁ ଏକାଠି । ସେତେବେଳେ ସେ କହିଥିଲେ, ବାବାରେ ଆମେ କାମରେ ଏତେ ପ୍ରେସରରେ ରହୁଛୁ ଯେ ନିଜ ପାଇଁ ମଧ୍ୟ ସମୟ ଦେଇପାରୁ ନାହୁଁ । ଖୁବ୍ଶୀଘ୍ର ଏହି ଓଡ଼ିଆ ଇଣ୍ଡଷ୍ଟ୍ରୀ ଛାଡ଼ିଦେଇ ମୁଁ କେମିତି ଶାନ୍ତିରେ ରହିବି, ସେୟା ଚିନ୍ତା କରୁଛି ।’ ସେହି ପଡ଼ୋଶୀ ଆହୁରି ମଧ୍ୟ କହିଛନ୍ତି ଯେ, ‘ଦାଦା (ରାଇମୋହନ) ସବୁବେଳେ ମସଗୁଲ ରୁହନ୍ତି, ଅନ୍ୟମାନଙ୍କୁ ପ୍ରେରଣା ଦିଅନ୍ତି । ମନୋବଳ ଦୃଢ଼ କରିବାକୁ ସବୁବେଳେ ଅନ୍ୟକୁ ପ୍ରେରିତ କରିଥାନ୍ତି ।’
ଆଉ ଜଣେ ପଡ଼ୋଶୀ ମଧ୍ୟ ତାଙ୍କୁ ମନେ ପକାଇ ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି ‘ରାଇମୋହନଙ୍କ ସହ ସବୁଦିନ ମୋର ଦେଖା ହୁଏ । ଆମେ ସବୁଦିନ ଭଲମନ୍ଦ କଥା ହେଉ । ପ୍ରତ୍ୟେକ ଦିନ ମର୍ଣ୍ଣିଂ ୱାକ୍ରେ ମୁଁ ଯାଏ, ସେ ମୋତେ ଦେଖନ୍ତି ଆଉ ଟୁଟୁ ଭାଇ ବୋଲି ଡାକନ୍ତି । ଆମେ କଥା ହେଉ । ଗତକାଲି ବି ଦେଖା ହୋଇଥିଲା । ସେ ଭାରି ଖୁସିଥିଲେ । ସେମିତି କିଛି ଅସୁବିଧା ଥିଲା ଭଳି ଲାଗୁନଥିଲା । ମୋତେ କହିଲେ ଭାଇ ପାନ ଖାଇକି, ପାଟିଟା କଳା ପଡ଼ିଯାଇଛି କ’ଣ କେମିତି ହେବ, ଭଲ ଲାଗୁନି । ଆଉ ଆଜି ତାଙ୍କ ପରଲୋକ ଖବର ଶୁଣି ବିଶ୍ୱାସ ହେଲାନି । ଆଉ ସବୁଠୁ ବଡ଼ କଥା ହେଲା ସେ ଆତ୍ମହତ୍ୟା କରିଥିବା କଥା ବିଶ୍ୱାସ ହେଉନି ।
]]>