ସମୁଦ୍ର କୂଳରେ ଏମିତି କହି ଜାଲରେ ଲାଗିଥିବା କଇଁଛକୁ ଉଦ୍ଧାର କରିବାକୁ ଅପିଲ୍ କରୁଛି କୁନି ଝିଅ। ପାରାଦୀପ ସି-ବିଚ୍ ବୁଲିବାକୁ ଆସିଥିବା କୁନି ଝିଅଟିର ଘର କଟକ ରେ ବୋଲି ଜଣାପଡ଼ିଛି । ନିଜ ବାପାଙ୍କ ସାଙ୍ଗରେ ସମୁଦ୍ରକୂଳ ବୁଲୁବୁଲୁ ଦେଖିଲା ସମୁଦ୍ର କୂଳରେ ଛିଣ୍ଡା ଜାଲରେ ଛନ୍ଦି ହୋଇ ଛଟପଟ ହେଉଛି ବିରଳ ପ୍ରଜାତିର କଇଁଛ ଅଲିଭରିଡଲେ।
ଜାଲରେ ଛନ୍ଦି ହେବା ଦେଖିବା ପରେ ତାକୁ ଉଦ୍ଧାର ପାଇଁ ମାତ୍ର କିଛି ଦୂରରେ ଜାଲ ସଜାଡୁଥିବା କିଛି ମତ୍ସ୍ୟଜୀବୀଙ୍କୁ ଝିଅଟିର ବାପା ଡାକିଥିଲେ ସାହାଯ୍ୟ କରିବାକୁ । କିନ୍ତୁ ସେମାନେ କର୍ଣ୍ଣପାତ କଲେନି । କଇଁଛର କଷ୍ଟ ବି କୁନି ଝିଅ ସହିପାରୁନଥିଲା । କେମିତି ତାକୁ ଉଦ୍ଧାର କରାଯିବ ସେନେଇ ଚେଷ୍ଟା ବି ଜାରି ରଖିଥିଲେ । ପାଖରେ ପଡ଼ିଥିବା ଏକ କାଚ ବୋତଲ ସାହାଯ୍ୟରେ ଜାଲର ଦଉଡିକୁ କାଟି କଇଁଛକୁ ଉଦ୍ଧାର କଲେ ।
ଖାଲି ଉଦ୍ଧାର କଲେ ତାହା ନୁହେଁ ପୂରା ସମୁଦ୍ର ଭିତରକୁ କଇଁଛ ଯିବା ପର୍ଯ୍ୟନ୍ତ ସେ ଅପେକ୍ଷା ବି କରିରହିଥିଲେ । ହେଲେ ଦର୍ଶକବନ୍ଧୁ କଇଁଛ ସିନା ସମୁଦ୍ରକୁ ଗଲା କିନ୍ତୁ ଗୋଡ ତାର ଛିଣ୍ଡିଯାଇଥିଲା । ହେଲେ ଛଟପଟ ହୋଇ ଗଭୀର ସମୁଦ୍ରକୁ ପଳାଇଥିଲା କଇଁଛ । ମତ୍ସଜୀବୀମାନେ ମଝି ସମୁଦ୍ରରେ ଜାଲ ଫୋପାଡୁଥିବାରୁ ଏମିତି ଅନେକ ସମୁଦ୍ର ଜୀବ ଜାଲରେ ଛନ୍ଦି ହୋଇ ପ୍ରାଣ ହରାଉଛନ୍ତି ଆଉ କିଛି କଷ୍ଟ ବି ପାଉଛନ୍ତି, ଯାହାକୁ ନେଇ ଚିନ୍ତା ବଢୁଛି। ତେବେ କଇଁଛକୁ ଉଦ୍ଧାର କରିବାକୁ ଯାଇ କୁନି ଝିଅ ଯେମିତି ସମସ୍ତଙ୍କୁ ଆକୁଳ ନିବେଦନ କରୁଥିଲା ତାକୁ ନେଇ ସମସ୍ତେ ପ୍ରଶଂସା ବି କରିଛନ୍ତି ।
(ରିପୋର୍ଟ- ରମାକାନ୍ତ ନାୟକ, ପାରାଦୀପ)
]]>ଅଣ୍ଡାରୁ କଇଁଚ ଛୁଆଙ୍କ ସୁରକ୍ଷିତ ସମୁଦ୍ର ଫେରିବା ଯାଏ ଏମାନଙ୍କ ଖୁବ ଯତ୍ନ ନିଆ ଯାଇଥିଲା । ଏଥିପାଇଁ ଅସ୍ତରଙ୍ଗ ଦେବୀ ନଦୀ ମୁହାଣ ଠାରୁ ବ୍ରହ୍ମଗିରି ବାଲି ହରଚଣ୍ଡୀ ମଧ୍ୟରେ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ସାମୁଦ୍ରିକ କଟକଣା ସହ ନାସୀ, ଗଙ୍ଗାଦେବୀ, ଯାହାନିଆ, ଡାଳୁଅକଣି, କଂଅରପୁର ଭଳି ୧୨ଟି ଅସ୍ଥାୟୀ ପ୍ରଜନନ କେନ୍ଦ୍ର ନିର୍ମାଣ କରାଯାଇଛି । ଚଳିତ ବର୍ଷ ସନ୍ତୁଳିତ ସାମୁଦ୍ରିକ ପରିବେଶ ପାଇଁ ରେକର୍ଡ ସଂଖ୍ୟାରେ ଅଲିଭ ରିଡ଼ଲେଙ୍କ ଅଣ୍ଡା ଦାନ ଓ ପ୍ରଜନନ ପରିବେଶବିତ୍ତଙ୍କ ପାଇଁ ଖୁସି ଖବର ଆଣିଦେଇଛି ।
ସୂଚନା ଅନୁସାରେ, ତିନି ବର୍ଷ ଧରି ପୁରୀ ଜିଲ୍ଲା ଉପକୂଳରେ ସାମୁଦ୍ରିକ ବାତ୍ୟା ଫୋନି ଓ କରୋନା କଟକଣା ପାଇଁ ସାମୁଦ୍ରିକ କଇଁଚ ଅଲିଭ ରିଡ଼ଲେଙ୍କ ଅଣ୍ଡା ଦାନ ଓ ପ୍ରଜନନ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥିଲା । ହେଲେ ଚଳିତ ଋତୁରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ଦେବୀ ମୁହାଁଣ ଠାରୁ ବ୍ରହ୍ମଗିରିର ହରଚଣ୍ଡୀ ଉପକୂଳରୁ ୧ଲକ୍ଷ ୬ହଜାର ୩୪୯ ରେକର୍ଡ ସଂଖ୍ୟାରେ ଅଲିଭ ରିଡ଼ଲେ ଅଣ୍ଡା ସଂଗୃହିତ ହୋଇଛି । ଏ ପର୍ଯ୍ୟନ୍ତ ୧୨ଟି ଅସ୍ଥାୟୀ ପ୍ରଜନନ କେନ୍ଦ୍ରରୁ ୨୫ ହଜାର ୧୬୫ ଅଲିଭ ରିଡ଼ଲେ ସାବକଙ୍କୁ ସମୁଦ୍ରରେ ଛଡା ଯାଇଛି ।
୨୦୧୯ରେ ପୁରୀ ଜିଲ୍ଲା ଉପକୂଳରେ ୬୭୯ଟି ବସାରୁ ୬୨ ହଜାର ୮୦୨ ଟି ଅଣ୍ଡା ସଂଗ୍ରହ କରାଯାଇଥିଲେ ମଧ୍ୟ ସାମୁଦ୍ରିକ ବାତ୍ୟା ଫୋନି ପାଇଁ ଅଲିଭ ରିଡ଼ଲେଙ୍କ ପ୍ରଜନନ ବାଧାପ୍ରାପ୍ତ ହୋଇଥିଲା ।
ତେବେ ୫୨୧ଟି ବସାରୁ ୫୦,୧୫୬ଟି ଅଣ୍ଡା ଓ ୨୦୨୧ରେ ୬ ଶହ ବସାରୁ ୬୦ହଜାରରୁ ଅଧିକ ଅଣ୍ଡା ସଂଗୃହିତ ହୋଇଥିଲା । କରୋନା କଟକଣା ମଧ୍ୟରେ ପ୍ରଜନନ କେନ୍ଦ୍ରରେ ଅଣ୍ଡା ଗୁଡିକର ରକ୍ଷଣା ବେକ୍ଷଣ ଅଭାବ ଯୋଗୁଁ ପ୍ରଜନନ ବାଧାପ୍ରାପ୍ତ ହେବା ସହ ଅଧିକାଂଶ ଅଣ୍ଡା ନଷ୍ଟ ହୋଇଯାଇଥିଲା ।
]]>ବିରଳ ଅଲିଭ ରିଡଲେ କଇଁଛ ମିଳନ ପ୍ରକ୍ରିୟାଠାରୁ ଆରମ୍ଭ କରି ଅଣ୍ଡା ଦେବା, ଛୁଆ ଫୁଟିବା ଯାଏ ୭ ମାସ ଧରି ଏହି କଟକଣା ଜାରି କରାଯାଇଥାଏ । ମାତ୍ର ସଠିକ ଭାବେ ପେଟ୍ରୋଲିଂ କରାଯାଉନଥିବାରୁ କଇଁଛ ଆଗମନ ସଂଖ୍ୟା ହ୍ରାସ ପାଇଥିବା ନେଇ ଆଶଙ୍କା କରୁଛନ୍ତି ପରିବେଶବିତ୍ । ଏହାସହ କେବଳ କାଗଜ କଲମରେ କାମ ହେଉଥିବା ଅଭିଯୋଗ ହୋଇଛି ।
ବିରଳ ଅଲିଭ ରିଡଲେଙ୍କ ସୁରକ୍ଷା ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠିତ ହୋଇଛି । ଫିସରି ବିଭାଗ ତରଫରୁ ଅଫଲାଇନ ମୋବାଇଲ ମ୍ୟାପିଙ୍ଗ ଆପ୍ କରାଯାଇଛି । ଯାହାଦ୍ୱାରା ମତ୍ସ୍ୟଜୀବୀ ନୋ ଫିସିଂ ଜୋନ୍ ସମୁଦ୍ର ଭିତରେ ଥାଇ ମଧ୍ୟ ଜାଣିପାରିବେ ।
ପେଟ୍ରୋଲିଂ ପାଇଁ ହାଇ ସ୍ପିଡ ବୋଟ ପାରାଦୀପକୁ ମଗାଯାଇଥିବାବେଳେ ହାଇ ସ୍ପେସିଫିକ ପ୍ଳାନରେ ମଧ୍ୟ ଆଉ ଏକ ବୋଟ ମିଳିବ । ଯାହାଦ୍ୱାରା ଅଲିଭ ରିଡଲେ ସୁରକ୍ଷା କଡାକଡି ହୋଇପାରିବ ବୋଲି ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।
ଅଚଳ ହୋଇ ପଡ଼ିଛି ବନ ବିଭାଗର ୨ଟି ହାଇସ୍ପିଡ ବୋଟ । କେମିତି ହେବ ଅଲିଭରିଡଲେ କଇଁଛଙ୍କ ସୁରକ୍ଷା ? ପାଟ୍ରୋଲିଂ ପାଇଁ ନାହିଁ ବନ ବିଭାଗ ପାଖରେ ଅତ୍ୟାଧୁନିକ ବୋଟ । ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ୧୪୩୫ ବର୍ଗ କିଲୋମିଟର ପରିମିତ ଗହୀରମଥା ସହ ଧାମରା ମୁହାଣ ଠାରୁ ଦେବୀ ମୁହାଣ ଯାଏ ୧୬୦କିମି ପର୍ଯ୍ୟନ୍ତ ମାଛ ଧରା ଓ ଟ୍ରଲର ଚଳାଚଳ ଉପରେ ନଭେମ୍ବର ୧ ରୁମେ ୩୧ ଯାଏ କଟକଣା ଜାରି କରିବ ରାଜନଗର ବନବିଭାଗ । ବିରଳ ଅଲିଭ ରିଡଲେ କଇଁଛ ମିଳନ ପ୍ରକିୟା ଠାରୁ ଆରମ୍ଭ କରି ଅଣ୍ଡା ଦେବା ଛୁଆ ଫୁଟିବା ଯାଏ ୭ ମାସ ଧରି ଏହି କଟକଣା ଜାରି କରାଯାଇଥାଏ । ମାତ୍ର ସଠିକ ଭାବେ ପେଟ୍ରୋଲିଂ କରାଯାଉନଥିବାରୁ କଇଁଛ ଆଗମନ ସଂଖ୍ୟା ହ୍ରାସ ପାଇଥିବାରୁ ପରିବେଶବିତ୍ଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି ।
ଜୀବନ ଓ ଜୀବିକା ଦୃଷ୍ଟିରୁ ପେଟ୍ରୋଲିଂ କରାଯାଇଥାଏ । ବନ ବିଭାଗ , ସାମୁଦ୍ରିକ ପୋଲିସ, ପୋଲିସ , କୋଷ୍ଟଗାର୍ଡ ,ଫିସରି ବିଭାଗ , ପୋର୍ଟ ଅଥରିଟି ,ଟ୍ରଲର ଅସୋସିଏସନ,ସହାୟତାରେ ଅଲିଭ ରିଡଲେଙ୍କ ସୁରକ୍ଷା କରାଯାଇଥାଏ । ଚଳିତ ବର୍ଷ ମଧ୍ୟ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠିତ ହୋଇଛି । ଫିସରି ବିଭାଗ ତରଫରୁ ଅଫଲାଇନ ମୋବାଇଲ ମ୍ୟାପିଙ୍ଗ ଆପ ହୋଇଛି ।
ଯାହାଦ୍ୱାରା ମତ୍ସ୍ୟଜୀବି କେଉଁଠି ନୋ ଫିସିଂ ଜୋନ ମଧ୍ୟ ସମୁଦ୍ର ଭିତରେ ଥାଇ ଜାଣିପାରିବେ । ପେଟ୍ରୋଲିଂ ପାଇଁ ହାଇ ସ୍ପିଡି ବୋଟ ପାଇ ପାରାଦ୍ୱିପକୁ ମଗାଯାଇଛି ଓ ହାଇ ସ୍ପେସିଫିକ ପ୍ଳାନରେ ମଧ୍ୟ ଆଉ ଏକ ବୋଟ ମିଳିବ । ଯାହାଦ୍ୱାରା ଚଳିତ ବର୍ଷ ଅଲିଭ ରିଡଲେ ସୁରକ୍ଷାକୁ କଡାକଡି କରାଯିବ ବୋଲି ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।
ରାଜନଗର ବନ ବିଭାଗ ପାଖରେ ପେଟ୍ରୋଲିଂ ପାଇ ବୋଟ ନଥିବା ଖବର ଟ୍ରଲର ମାଲିକ ଓ ମତ୍ସଜୀବିଙ୍କ ପାଖରେ ଥିବା ସୂଚନା ମିଳିଛି । ତେଣୁ କଟକଣା ସତ୍ୱେ ଟ୍ରଲର ମାନେ ବେଧଡକ ଭାବେ ନିଷିଦ୍ଧାଅଂଚଳରେ ପଶି ମାଛ ମାରିବେ ବୋଲି ଆଶଙ୍କା କରାଯାଉଛି । ମାତ୍ର ବନ ବିଭାଗ କଇଁଛ ମାନଙ୍କୁ ସୁରକ୍ଷା ଦେବାକୁ ଯାଇ କି ପଦକ୍ଷପ ନେଉଛି ତାହା ଦେଖିବାକୁ ବାକି ରହିଲା ।
]]>ପୁରୀ ଜିଲ୍ଲା ଅସ୍ତରଙ୍ଗ ଓ କୋଣାର୍କ ଉପକୂଳରେ ନିର୍ମାଣ ହୋଇଥିବା ସ୍ୱତନ୍ତ୍ର ପ୍ରଜନନ କେନ୍ଦ୍ରରେ ଚଳିତ ବର୍ଷର ରେକର୍ଡ ସଂଖ୍ୟକ ଅଣ୍ଡା ସୁରକ୍ଷିତ ରକ୍ଷା ଯାଇଛି।
ଏହାସହ ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଅଲିଭ ରିଡଲେଙ୍କ ମୃତ୍ୟୁହାର ହ୍ରାସ ପାଇଛି। ଦେବୀ ନଦୀ ମୁହାଣରେ ୬୫୦ କଇଁଛଙ୍କ ବସା ଠାବ ହୋଇଥିବା ବେଳେ କୋଣାର୍କ ଉପକୂଳରେ ୫୩୦ଟି ବସାକୁ ଠାବ କରାଯାଇଛି।
ଏହି ଦୁଇ ଅଞ୍ଚଳରୁ ୬୨ ହଜାର ୯୭୮ଟି ଅଣ୍ଡାକୁ ସୁରକ୍ଷିତ ଭାବେ ରଖାଯାଇଥିଲା। ବନ ବିଭାଗ ପକ୍ଷରୁ ଏସମସ୍ତ ଅଞ୍ଚଳକୁ ସୁରକ୍ଷିତ ଭାବେ ରଖାଯାଇଛି। ଜୀବ ଜନ୍ତୁଙ୍କ କବଳରୁ କଇଁଛଙ୍କ ଅଣ୍ଡାକୁ ସୁରକ୍ଷିତ ଭାବେ ରଖିବା ପରେ ନିଦ୍ଧିଷ୍ଟ ତାପମାତ୍ରାରେ ପ୍ରଜନନ କରାଇଥାନ୍ତି ବନ ବିଭାଗ କର୍ମଚାରୀ।
]]>