ଅଣ୍ଡାରୁ ଛୁଆ ଫୁଟି ସମୁଦ୍ରକୁ ଯିବା ସମୟରେ ପୁଣି ଥରେ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ଅଲିଭ ରିଡଲେ। ଏଭଳି ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଋଷିକୂଲ୍ୟା ମୁହାଣରେ।
ସୂଚନା ଅନୁସାରେ ଗତ ଦୁଇ ଦିନ ମଧ୍ୟରେ ପ୍ରାୟ ୧୦ ହଜାର ଅଲିଭ ରିଡଲେ ସମୂହ ଅଣ୍ଡାଦାନରେ ସାମିଲ ହୋଇଛନ୍ତି। ପୂର୍ବରୁ ଗତ ଫେବୃୟାରୀ ୨୦ରେ ପ୍ରାୟ ୪ଲକ୍ଷରୁ ଅଧିକ କଇଁଛ ଅଣ୍ଡା ଦାନ ପ୍ରକ୍ରିୟାରେ ସାମିଲ ହୋଇଥିଲେ। ଏହାର ୫୦ ଦିନ ପରେ ଲକ୍ଷାଧିକ କଇଁଛ ଛୁଆ ସମୁଦ୍ର ମୁହାଁ ହେଲେଣି। ତେବେ କଇଁଛ ଛୁଆଙ୍କ ସମୁଦ୍ର ମୁହାଁ ସମୟରେ ପୁଣି ଥରେ ଅଲିଭ ରିଡଲେଙ୍କ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହେବା ବନ ବିଭାଗର ଚିନ୍ତା ବଢାଇ ଦେଇଛି।
ସୂଚନା ଅନୁସାରେ, ପୂର୍ବରୁ ୨୦୦୬ ଏବଂ ୨୦୧୨ ମସିହାରେ ଅଲିଭ ରିଡଲେ ଏଭଳି ସମୂହ ଅଣ୍ଡାଦାନ କରିଥିଲେ। ତେବେ ଘଟଣାର ୭ବର୍ଷ ପରେ ଏଭଳି ଅଣ୍ଡାଦାନକୁ ପରିବେଶବିତ୍ଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେପଟେ ଅସମୟରେ କଇଁଛଙ୍କ ଅଣ୍ଡା ଦାନ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନେଇ ପରୀକ୍ଷା କରାଯିବା ଆବଶ୍ୟକ ବୋଲି ଡିଏଫ୍ଓ କହିଛନ୍ତି।
]]>ପୁରୀ ଜିଲ୍ଲା ଅସ୍ତରଙ୍ଗ ଓ କୋଣାର୍କ ଉପକୂଳରେ ନିର୍ମାଣ ହୋଇଥିବା ସ୍ୱତନ୍ତ୍ର ପ୍ରଜନନ କେନ୍ଦ୍ରରେ ଚଳିତ ବର୍ଷର ରେକର୍ଡ ସଂଖ୍ୟକ ଅଣ୍ଡା ସୁରକ୍ଷିତ ରକ୍ଷା ଯାଇଛି।
ଏହାସହ ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଅଲିଭ ରିଡଲେଙ୍କ ମୃତ୍ୟୁହାର ହ୍ରାସ ପାଇଛି। ଦେବୀ ନଦୀ ମୁହାଣରେ ୬୫୦ କଇଁଛଙ୍କ ବସା ଠାବ ହୋଇଥିବା ବେଳେ କୋଣାର୍କ ଉପକୂଳରେ ୫୩୦ଟି ବସାକୁ ଠାବ କରାଯାଇଛି।
ଏହି ଦୁଇ ଅଞ୍ଚଳରୁ ୬୨ ହଜାର ୯୭୮ଟି ଅଣ୍ଡାକୁ ସୁରକ୍ଷିତ ଭାବେ ରଖାଯାଇଥିଲା। ବନ ବିଭାଗ ପକ୍ଷରୁ ଏସମସ୍ତ ଅଞ୍ଚଳକୁ ସୁରକ୍ଷିତ ଭାବେ ରଖାଯାଇଛି। ଜୀବ ଜନ୍ତୁଙ୍କ କବଳରୁ କଇଁଛଙ୍କ ଅଣ୍ଡାକୁ ସୁରକ୍ଷିତ ଭାବେ ରଖିବା ପରେ ନିଦ୍ଧିଷ୍ଟ ତାପମାତ୍ରାରେ ପ୍ରଜନନ କରାଇଥାନ୍ତି ବନ ବିଭାଗ କର୍ମଚାରୀ।
]]>