ଗତକାଲି ରାତିରୁ ଇସ୍ରାଏଲ୍ ସେନା ଗାଜାରେ ପ୍ରବେଶ କରିବା ସହ ଏନକାଉଣ୍ଟର୍ ଆରମ୍ଭ କରିଛି। ହମାସ୍ର ଆତଙ୍କୀ ଠିକଣାକୁ ଖୋଜି ଖୋଜି ଧ୍ୱଂସ କରାଯାଉଛି।ଏହାସହ ବିଭିନ୍ନ ସ୍ଥାନରେ ଅପହୃତ ହୋଇଥିବା ଇସ୍ରାଏଲ୍ ନାଗରିକଙ୍କୁ ଉଦ୍ଧାର ଚାଲିଛି।
ଗୋଟିଏପଟେ ଇସ୍ରାଏଲ୍ ଓ ପାଲେଷ୍ଟାଇନ୍ ଯୁଦ୍ଧକୁ ନେଇ ସାରା ବିଶ୍ୱ ଚିନ୍ତିତ ଥିବାବେଳେ ଅନ୍ୟପଟେ ବିଶ୍ୱ ତୈଳ ବଜାର ଉପରେ ଯୁଦ୍ଧର ପ୍ରଭାବ ପଡ଼ିପାରେ ବୋଲି ଆଶଙ୍କା କରାଯାଉଛି। ଅନ୍ତର୍ଜାତୀୟ ଗଣମାଧ୍ୟମ ଏଭଳି କିଛି ଆକଳନ କରିଛନ୍ତି।
ଆଗାମୀ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ତୈଳ ଓ ଗ୍ୟାସ୍ ଦର ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିପାରୋ ଗତକାଲି ଅଶୋଧିତ ତୈଳ ବ୍ୟାରେଲ୍ ପ୍ରତି ୩ ଡଲାର୍ ବଢ଼ି ୧୦୦ ଡଲାରରେ ପହଞ୍ଚିଛି। ଯଦି, ଏପରି ଯୁଦ୍ଧ ଚାଲେ ତା’ହେଲେ ଆହୁରି ଦର ୧୦ ପ୍ରତିଶତ ବଢ଼ିପାରେ।
ସେପଟେ ଭାରତ ସରକାର ଏଥିପ୍ରତି ବେଶ୍ ଯତ୍ନବାନ ଅଛନ୍ତି। ପୁରା ପ୍ରକ୍ରିୟା ଓ ବିଶ୍ୱ ବଜାର ଉପରେ ନଜର ରଖାଯାଇଛି। ଅଭିଜ୍ଞତା ସହ ଏହି ସ୍ଥିତିର
ମୁକାବିଲା କରାଯିବ ବୋଲି ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି।
କେନ୍ଦ୍ର ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରିବା ସତ୍ତ୍ୱେ ତେଲ ଦର ବେଶ୍ ଉଚ୍ଚା ରହିଛି । କେତେକ ରାଜ୍ୟ ଭାଟ୍ ହ୍ରାସ କରି ନିଜ ନିଜ ରାଜ୍ୟବାସୀଙ୍କୁ ମହଙ୍ଗା ମାଡ଼ରୁ ତ୍ରାହି ଦେଇଛନ୍ତି । ଓଡ଼ିଶା ସରକାର ମଧ୍ୟ ସେମିତି ଭାଟ୍ ହ୍ରାସ କରିବା ଉଚିତ୍ ବୋଲି ସାଧାରଣ ଲୋକ ମତ ଦେଇଛନ୍ତି ।
ଗତ ଶନିବାର ଦିନ କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରିଥିଲେ । ଏନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଥିଲେ । ଯାହା ପରେ ଆଜିଠୁ ପେଟ୍ରୋଲ ଓ ଡିଜେଲ ଦର ଶସ୍ତା ହୋଇଛି । ଫଳରେ ଗ୍ରାହକ
ଆଶ୍ୱସ୍ତି ପାଇଛନ୍ତି । ନୂଆ ଦର ଲାଗୁ ପରେ ପେଟ୍ରୋଲ ଲିଟର ପିଛା ୯ଟଙ୍କା ୫୦ ପଇସା ଶସ୍ତା ହୋଇଛି। ଏହାସହ ଡିଜେଲ ଲିଟର ପିଛା ୭ ଟଙ୍କା ଶସ୍ତା ହୋଇଛି।
]]>ରାଉରକେଲାରେ ପେଟ୍ରୋଲ ଲିଟର ପିଛା ୧୦୪ ଟଙ୍କା ୨୯ ପଇସା ରହିଥିବୋଳେ ଡିଜେଲ ରହିଛି ୯୫ ଟଙ୍କା ୮୩ ପଇସା। ସେପଟେ ମାଲକାନଗିରିରେ ପେଟ୍ରୋଲ ୧୦୮ ଟଙ୍କା ୭୩ ପଇସା ଓ ଡିଜେଲ୍ ୧୦୦ ଟଙ୍କା ୧୨ ପଇସା ରହିଛି। ଅନ୍ୟପଟେ ବାଲେଶ୍ୱରରେ ପେଟ୍ରୋଲ ୧୦୩ଟଙ୍କା ୧୩ ପଇସାରେ ଥିବା ବେଳେ ଡିଜେଲ୍ ରହିଛି ୯୪ ଟଙ୍କା ୭୩ ପଇସା। ଦର କମିବା ପରେ ସାଧାରଣ ଲୋକଙ୍କ ମଧ୍ୟରେ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳିଛି।
କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ କମାଇବା ପରେ ସ୍ବତଃପ୍ରବୃତ ଭାବେ କମିଛି ରାଜ୍ୟର ଭାଟ୍। ପେଟ୍ରୋଲ ଉପରେ କେନ୍ଦ୍ର ଉତ୍ପାଦ ଶୁଳ୍କ ବାବଦକୁ ୮ଟଙ୍କା କମାଇଥିବେଳେ ଭାଟ୍ ବାବାଦକୁ ରାଜ୍ୟର ଟିକସ ୧ଟଙ୍କା ୩୧ ପଇସା କମିଯାଇଛି। ଠିକ୍ ସେଭଳି ଡିଜେଲ୍ରେ ଲିଟର ପିଛା କେନ୍ଦ୍ର ୬ଟଙ୍କା କମାଇଥିବବେଳେ ରାଜ୍ୟର ଟ୍ୟାକ୍ସ ବାବାଦକୁ ୧ଟଙ୍କା ୪୯ ପଇସା କମିଛି।
ଏବେ ପେଟ୍ରୋଲ ଲିଟର ପିଛା କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ ବାବାଦକୁ ୧୯ ଟଙ୍କା ୯୦ ପଇସା ଓ ରାଜ୍ୟ ଭାଟ୍ ବାବାଦକୁ ୨୨ଟଙ୍କା ୫୯ ପଇସା ନେଉଛନ୍ତି। ଆଉ ଡିଜେଲ୍ ଉପରେ କେନ୍ଦ୍ର ସରକାର ୧୫ଟଙ୍କା ୮୦ ପଇସା ଓ ରାଜ୍ୟ ୧୭ ଟଙ୍କା ୮୫ ପଇସା ଟିକସ ନେଉଛି। ସେପଟେ ତୈଳଦର ହ୍ରାସର ପ୍ରଭାବ ଦରଦାମ ଉପରେ ପଡିଛି।
ସେପଟେ କେନ୍ଦ୍ର ସରକାର ତେଲ ଦର କମାଇବା ପରେ ରାଜ୍ୟ ସରକାର ଭାଟ୍ କମାଇବାକୁ ଦାବି ଜୋରଦାର ହୋଇଛି। ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଟୁଇଟ କରି ଭାଟ୍ ହ୍ରାସ କରିବାକୁ ଦାବି କରିଥିବାବେଳେ ଦଳ ପକ୍ଷରୁ ସମ୍ବଲପୁରରେ ଏକ ସାମ୍ବାଦିକ ସମ୍ମିଳନୀ କରି ଦାବି ଦୋହାରାଯାଇଛି। ଭୁବନେଶ୍ୱର ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ମଧ୍ୟ ଭାଟ କମାଇବାକୁ ଦାବି କରିଛନ୍ତି।
ଅପରପକ୍ଷରେ କଂଗ୍ରେସ ମଧ୍ୟ ଠିକ୍ ଏହି ଦାବି ଦୋହରେଇଛି ବିଜେଡି କହିଛି- ପେଟ୍ରୋଲ ଡିଜେଲ୍ ଟିକସ ରାଜ୍ୟ ରିସୋର୍ସ ବେସ୍ର ପ୍ରମୁଖ ଅଂଶ। ତେଣୁ ଏହା ଉପରେ ଅନୁଧ୍ୟାନ କଲା ପରେ ହିଁ ଯାହା ନିଷ୍ପତ୍ତି ନିଆଯିବ। କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ ହ୍ରାସ କରିବାପରେ ଗତ ନଭେମ୍ବର ମାସରେ ରାଜ୍ୟ ସରକାର ଉଭୟେ ପେଟ୍ରୋଲ ଓ ଡିଜେଲ୍ରେ ଲିଟର ପିଛା ୩ଟଙ୍କା କମ କରିଥିଲେ।
]]>
ମହଙ୍ଗା ମାଡ଼ରୁ ସାଧାରଣ ଲୋକଙ୍କୁ ମୁକ୍ତି ଦେବାକୁ ପେଟ୍ରୋଲ ଓ ଡିଜେଲ ଉପରେ ଉତ୍ପାଦନ ଶୁଳ୍କ କମାଇଛନ୍ତି କେନ୍ଦ୍ର ସରକାର। ରାଜ୍ୟ ସରକାର ମଧ୍ୟ କେନ୍ଦ୍ରର ପଦାଙ୍କ ଅନୁସରଣ କରି ଭାଟ୍ ହ୍ରାସ କରିଛନ୍ତି। ତେବେ ତୈଳ ଦର କମିବା ଦ୍ୱାରା ଅତ୍ୟାବଶକୀୟ ସାମଗ୍ରୀର ଦରଦାମ ଉପରେ ପଡିବକି ଏହାର ପ୍ରଭାବ? ଏହାକୁ ନେଇ ଉତ୍କଣ୍ଠାରେ ଖାଉଟି । ତେଲ ଦର କମିଲେ ଫଳ, ପନିପରିବା ସମେତ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ମଧ୍ୟ ଶସ୍ତା ହେବ ବୋଲି ଲୋକଙ୍କ ଆଶା ରହିଛି। ମାତ୍ର ତୈଳ ଦର ହ୍ରାସର ବଜାର ଉପରେ କି ପ୍ରଭାବ ପଡୁଛି ତାହା ଏବେଠୁ କହିବା ବି ମୁସ୍କିଲ।
ପରିବହନ ସଂସ୍ଥାଙ୍କ ଯୁକ୍ତି ହେଲା, ଡିଜେଲ ଦର କମିବା ଦ୍ୱାରା ମାର୍କେଟ ଉପରେ ଏହାର ତତକ୍ଷଣାତ୍ ପ୍ରଭାବ ପଡିବା ସମ୍ଭାବନା କମ୍। କାରଣ ପରିବହନ ସଂସ୍ଥା ବାର୍ଷିକ ଚୁକ୍ତିଭିତ୍ତିରେ ଗାଡ଼ି ନିଅନ୍ତି। ତେଣୁ ଡିଜେଲ ଓ ପେଟ୍ରୋଲ ଦର ହଠାତ୍ ବଢିବା କମିବା ଦ୍ୱାରା କୌଣସି ଫରକ ପଡେ ନାହିଁ। ସେହିପରି ଆଗାମୀ ଦିନରେ ଡିଜେଲ ଦର ଯେ ବଢ଼ିବନି, ତାର କୌଣସି ଗ୍ୟାରେଣ୍ଟି ନାହିଁ। ତେଣୁ ଆନ୍ତଃରାଜ୍ୟ ପରିବହନ ଭଡ଼ା ତତ୍କାଳ କମିବା ଭଳି ଲାଗୁନି। ତେବେ ଡିଜେଲ ଦର କମିବା ପରେ ଡାଲି, ଖାଇବା ତେଲ ଭଳି କିଛି ସାମଗ୍ରୀର ପାଇକାରୀ ଦର କମିଛି। ଏହାଦ୍ୱାରା ଖାଉଟୀ ସିଧାସଳଖ ଉପକୃତ ହେବେ।
ଏପଟେ ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଭାଟ୍ ୩ ଟଙ୍କା କମାଇବା ନେଇ ସୃଷ୍ଟି ହୋଇଛି ଦ୍ୱନ୍ଦ୍ୱ। ରାଜ୍ୟ ସରକାର ତେଲ ଉପରେ ଶତକଡ଼ାରେ ଭାଟ୍ ନିଅନ୍ତି। ପେଟ୍ରୋଲ ଉପରେ ୩୨% ଭାଟ୍ ଥିବା ବେଳେ ଡିଜେଲରେ ରହିଛି ୨୮% । ତେଣୁ ମୋଟାମୋଟି କିଭଳି ୩ ଟଙ୍କା ହ୍ରାସ କଲେ ତାହା ସର୍କୁଲାର ଆସିବା ପରେ ଜଣାପଡିବ ବୋଲି କହିଛି ଉତ୍କଳ ପେଟ୍ରୋଲିୟମ ଡିଲର ସଂଘ।
]]>
ତେବେ କ୍ରମାଗତ ୨୩ ଦିନ ପାଇଁ ତୈଳ କମ୍ପାନୀଗୁଡିକ ଇନ୍ଧନ ମୂଲ୍ୟରେ କୌଣସି ପରିବର୍ତ୍ତନ କରିନାହାଁନ୍ତି। ଏହି କାରଣରୁ ଜୁଲାଇ ୧୭ ରେ ସ୍ଥିର ହୋଇଥିବା ମୂଲ୍ୟରେ ପେଟ୍ରୋଲ-ଡିଜେଲର ମୂଲ୍ୟ ସ୍ଥିର ରହିଛି। ଜାତୀୟ ରାଜଧାନୀ ଦିଲ୍ଲୀର ଇଣ୍ଡିଆନ୍ ଅଏଲ୍ ପେଟ୍ରୋଲ ପମ୍ପରେ ପେଟ୍ରୋଲର ଲିଟର ପିଛା ୧୦୧.୮୪ ପଇସା ଥିବା ବେଳେ ଡିଜେଲ ଲିଟର ପିଛା ୮୯.୮୭ ପଇସା ରହିଛି। ସେହିପରି ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୦୭.୮୩ ପଇସା ରହିଥିବା ବେଳେ ଡିଜେଲ ଲିଟର ପିଛା ୯୭.୪୫ ପଇସା ରହିଛି। କିନ୍ତୁ ଜୁଲାଇ ୧୭ ରୁ ତୈଳ ଦରରେ କୌଣସି ପରିବର୍ତ୍ତନ ହୋଇନଥିବା କାରଣରୁ ସାମାନ୍ୟ ଆଶ୍ୱସ୍ତି ଲାଭ କରିଛନ୍ତି ଖାଉଟି।
ସୂଚନା ଅନୁସାରେ, ଅଟୋମେଟିକ୍ ସିଷ୍ଟମ ଦ୍ୱାରା ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପ୍ରତିଦିନ ଅପଡେଟ୍ ହେଉଛି | ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ମୂଲ୍ୟ ସହିତ ବିଦେଶୀ ମୁଦ୍ରା ମୂଲ୍ୟ ଉପରେ ଆଧାର କରି ଦର ନିର୍ଦ୍ଧାରିତ ହୁଏ | ଏହାସହ ତୈଳ ମାର୍କେଟିଂ କମ୍ପାନୀଗୁଡ଼ିକ ପ୍ରତିଦିନ ଏହାର ସମୀକ୍ଷା କରିବା ପରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ସ୍ଥିର କରୁଥିବା ନେଇଅ ସୂଚନା ମିଳିଛି। ଇଣ୍ଡିଆନ୍ ଅଏଲ୍, ଭରତ ପେଟ୍ରୋଲିୟମ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ ତୈଳ କମ୍ପାନୀଗୁଡିକ ପ୍ରତିଦିନ ସକାଳେ ବିଭିନ୍ନ ସହରର ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ନିର୍ଦ୍ଧାରଣ କରନ୍ତି |
ତେବେ ଗୁରୁତ୍ୱପୂର୍ଣ୍ଣ କଥା ଆପଣ ଯଦି ନିଜ ଅଂଚଳର ତୈଳ ଦର ଜାଣିବା ପାଇଁ ଇଚ୍ଛା ରଖିଛନ୍ତି ତେବେ କେବଳ ଗୋଟିଏ ଏସଏମଏସ ମାଧ୍ୟମରେ ଆପଣଙ୍କ ସହରରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଜାଣିପାରିବେ | ଏଥିପାଇଁ ଇଣ୍ଡିଆନ୍ ଅଏଲ୍ (IOCL) ର ଗ୍ରାହକମାନଙ୍କୁ RSP କୋଡ୍ ଲେଖିବାକୁ ପଡିବ ଏବଂ ଏହାକୁ 9224992249 ନମ୍ବରକୁ ପଠାଇବାକୁ ପଡିବ । ଆଉ ଏହାପରେ ଆପଣ ମଧ୍ୟ ଘରେ ବସି ତୈଳ ଦର ସମ୍ପର୍କରେ ସୂଚନା ପାଇପାରିବେ।
]]>ବ୍ରହ୍ମପୁରରେ ଟିଫିନ୍ ଦୋକାନ କରିଥିବା ବ୍ରଜ ଗୋବିନ୍ଦ ପାତ୍ର ଆଳୁଚପ, ବରା, ବ୍ରେଡ ପକୋଡ଼ା ଆଦି ବିକ୍ରି କରି ନିଜ ପରିବାର ପ୍ରତିପୋଷଣ କରନ୍ତି। କିନ୍ତୁ ତେଲ ଦର ମହଙ୍ଗା ହେବାପରେ ଘାଟା ସହିବାକୁ ପଡୁଛି। ଦୈନିକ ୮ ଲିଟର ପାମୋଲିନ୍ ତେଲରେ ପ୍ରସ୍ତୁତ ଜଳଖିଆ ବିକ୍ରି କରି ଆୟ କରୁଥିଲେ ୫ଶହରୁ ୬ଶହ ଟଙ୍କା। ତେଲ ରେଟ୍ ବଢ଼ିବା ପରେ ଯେତିକି ଲାଭ ହେଉଥିଲା ତାର ବଡ଼ଭାଗ ଖର୍ଚ୍ଚ ହୋଇଯାଉଛି। ଖାଦ୍ୟ ଦର ବଢ଼ାଇଲେ ଗ୍ରାହକ ମୁହଁ ମୋଡ଼ିବାର ଆଶଙ୍କା କରି କ୍ଷତି ସହିବା ସତ୍ତ୍ୱେ ଜାରି ରଖିଛନ୍ତି ଜଳଖିଆ ବ୍ୟବସାୟ।
କେବଳ ରାଜ୍ୟ ନୁହେଁ, ଦେଶବ୍ୟାପୀ ଖାଇବା ତେଲର ଦାମ୍ ବଢ଼ିଥିବା ସ୍ୱୀକାର କରିଛନ୍ତି କେନ୍ଦ୍ର ଖାଦ୍ୟ ଓ ଖାଉଟୀ ବ୍ୟାପାର ମନ୍ତ୍ରୀ ପିୟୁଷ ଗୋୟଲ। ସଂସଦରେ ଉତ୍ତର ରଖି କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ୨୦୧୬ରୁ ଦେଖିଲେ ଚଳିତ ବର୍ଷ ଖାଇବା ତେଲ ଦର ସବୁଠାରୁ ଅଧିକ ବଢ଼ିଛି। ଖୁଚୁରା ବଜାରରେ ସନଫ୍ଲାଓ୍ବାର ତେଲ ଦର ସବୁଠୁ ଅଧିକ ୪୦.୬ %, ସୋୟାବିନ୍ ୩୭% ଏବଂ ପାମୋଲିନ୍ ଦରରେ ୩୫. ୩ % ବୃଦ୍ଧି ଘଟିଛିା
ଗତବର୍ଷ ତୁଳନାରେ ସୋରିଷ ତେଲ ୨୯ % ବଢ଼ିଥିବାବେଳେ ଚିନାବାଦାମ୍ ତେଲ ୧୭ % ଏବଂ ବନସ୍ପତି ଦର ୩୫% ବଢ଼ିଛି। ମନ୍ତ୍ରୀଙ୍କ କହିବା କଥା, କରୋନା କାଳରେ ଅନ୍ତର୍ଜାତୀୟ ମାର୍କେଟରେ ଦରବୃଦ୍ଧି, ଲୋକଙ୍କ ଚାହିଦା ଏବଂ ପ୍ରତିକୂଳ ପାଣିପାଗ ଯୋଗୁ ଘରୋଇ ଉତ୍ପାଦନ ବି ହ୍ରାସ ପାଇଛି। ରାଜ୍ୟ ବ୍ୟବସାୟୀ ସଂଘ ଆଶା ରଖିଛି, ୧୫ ତାରିଖ ପରେ ଦରରେ ସାମାନ୍ୟ ସୁଧାର ଆସିପାରେ।
ରିପୋର୍ଟ: ଜଗନ୍ନାଥ ସାହୁ, ଦେବାଶିଷ ମହାନ୍ତି ଏବଂ ନିରଞ୍ଜନ ରେଡ୍ଡୀ
]]>ଖାଦ୍ୟ ଏବଂ ସାର୍ବଜନିକ ବଣ୍ଟନ ବିଭାଗର ସଚିବ ସୁଦର୍ଶନ ପାଣ୍ଡେଙ୍କ ଅନୁଯାୟୀ, ତେଲ ଦର ବୃଦ୍ଧି ହେବାର କାରଣ ହେଉଛି ଆନ୍ତର୍ଜାତୀୟ ବଜାରରେ ପାମ୍ ଏବଂ ସୋୟା ତେଲର ମୂଲ୍ୟ ବୃଦ୍ଧି । କିନ୍ତୁ ଏବେ ଖୁସିର କଥା ଯେ, ଆନ୍ତର୍ଜାତୀୟ ବଜାରରେ ତେଲର ଦର ହ୍ରାସ ପାଇବା ଆରମ୍ଭ ହୋଇଯାଇଛି । ତେଣୁ ଆଶା କରାଯାଉଛି ଯେ ସୋରିଷ ସମେତ ଅନ୍ୟ ତେଲର ଦର ମଧ୍ୟ ଖୁଚୁରା ବଜାରରେ ଖୁବଶୀଘ୍ର ହ୍ରାସ ପାଇବ । ଏମିତି କି କିଛି ସ୍ଥାନରେ ତେଲ ଦର ହ୍ରାସ ପାଇଥିବ ମଧ୍ୟ ଦେଖାଯାଇଛି । କିନ୍ତୁ ଦର ସଂପୂର୍ଣ୍ଣ ସ୍ୱାଭାବିକ ହେବା ପାଇଁ ଆହୁରି କିଛି ସମୟ ଲାଗିପାରେ । ଡିସେମ୍ବର ସୁଦ୍ଧା ଏହା ସମ୍ପୂର୍ଣ୍ଣ ସ୍ୱାଭାବିକ ହେବ ବୋଲି ଆଶା ରହିଛି । ଦେଶରେ ତେଲ ମଞ୍ଜି ମୁଖ୍ୟତଃ ମାଲେସିଆ, ଇଣ୍ଡୋନେସିଆ, ଆର୍ଜେଣ୍ଟିନା ଏବଂ ଆମେରିକାରୁ ଆମଦାନୀ ହୋଇଥାଏ ।
ଦିଲ୍ଲୀ ତୈଳ ବିହନ ବ୍ୟବସାୟୀ ସଂଘର ଉପାଧ୍ୟକ୍ଷ ହେମନ୍ତ ଗୁପ୍ତା କହିଛନ୍ତି ଯେ, ଗତ କିଛି ଦିନ ମଧ୍ୟରେ ସୋରିଷ ତେଲର ଦର କିଲୋଗ୍ରାମ ପିଛା ୧୦ ରୁ ୧୫ ଟଙ୍କା ହ୍ରାସ ପାଇଛି । ବର୍ତ୍ତମାନ ହୋଲସେଲ ବଜାରରେ ସୋରିଷ ତେଲ ଦର କିଲୋ ପିଛା ୧୪୫ ରୁ ୧୫୦ ଟଙ୍କାରେ ବିକ୍ରି ହେଉଛି । ସେ ଆହୁରି କହିଛନ୍ତି ଯେ, ଆନ୍ତର୍ଜାତୀୟ ବଜାରରେ ପାମ ଏବଂ ସୋୟା ତେଲ ବୃଦ୍ଧି ଯୋଗୁଁ ଚୀନଠାରୁ ଆବଶ୍ୟକଠାରୁ ଅଧିକ କିଣିବାକୁ ପଡ଼ିବ । ଚାହିଦା ବୃଦ୍ଧି ହେତୁ ଆନ୍ତର୍ଜାତୀୟ ବଜାରରେ ତେଲ ଦର ବୃଦ୍ଧି ପାଇଥିଲା । କିନ୍ତୁ ଖୁବ ଶୀଘ୍ର ଏହାର ଦର ହ୍ରାସ ପାଇବ ବୋଲି ଆଶା ରହିଛି । ସାଧାରଣ ଲୋକମାନେ ମଧ୍ୟ ଖୁବ ଶୀଘ୍ର ତେଲ ଦର ବୃଦ୍ଧିରୁ ଆଶ୍ୱସ୍ତି ପାଇବେ ।
ଅନ୍ୟପଟେ ରିପୋର୍ଟ ଅନୁଯାୟୀ ଦେଶରେ ୨୫୩.୮ ଲକ୍ଷ ଟନ ଖାଇବା ତେଲ ବ୍ୟବହାର ହେଉଛି । ଦେଶରେ ଉତ୍ପାଦନ ୧୦୫ ଲକ୍ଷ ଟନ୍, ଯାହାକି ମୋଟ ବ୍ୟବହାରର ୪୦ ପ୍ରତିଶତ ।
]]>