୧୯୩୬ ମସିହା ଏପ୍ରିଲ ୧ ତାରିଖରେ ସ୍ୱତନ୍ତ୍ର ଓଡ଼ିଶା ରାଜ୍ୟ ଗଠନ ସହ ଓଡ଼ିଶା ପୋଲିସର ପ୍ରତିଷ୍ଠା ହୋଇଥିଲା । ବିହାର ରାଜ୍ୟ ପୋଲିସରୁ ଅଲଗା ହୋଇ ଓଡିଶା ରାଜ୍ୟ ପୋଲିସ ଗଠନ ହୋଇଥିଲା । ଭୁବନେଶ୍ୱର ସପ୍ତମ ବାଟାଲିୟନ ପଡିଆରେ ମଧ୍ୟ କମିଶନରେଟ୍ ପୋଲିସ୍ ୮୭ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହୋଇଛି । ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅଭିବାଦନ ଗ୍ରହଣ କରିଥିଲେ । ଆଜିର ପୋଲିସ୍ ପ୍ରତିଷ୍ଠା ଦିବସରେ ଶିଶୁ ପାର୍କ, ନିଶା ନିବାରଣ କେନ୍ଦ୍ର ଏବଂ ୨ଟି ବ୍ଲିସ୍ ଫୁଲ ସେଣ୍ଟର୍ ମଧ୍ୟ ଉଦଘାଟିତ ହୋଇଛି ।
ଖୋର୍ଦ୍ଧା ତରତୁଆ ସ୍ଥିତ ପୋଲିସ ରିଜର୍ଭ ପଡ଼ିଆ ଠାରେ ଜିଲ୍ଲା ପୋଲିସ ପକ୍ଷରୁ ପାଳିତ ହୋଇଛି ୮୭ ତମ ପୋଲିସ ପ୍ରତିଷ୍ଠା ଦିବସ । କାର୍ଯ୍ୟକ୍ରମରେ ଆରକ୍ଷୀ ଅଧିକ୍ଷକକ ଅଲେଖ କୁମାର ପହି ଯୋଗଦେଇ ସମ୍ମିଳୀତ ପରେଡର ଅଭିବାଦନ ଗ୍ରହଣ କରିଥିଲେ । ଜଗତସିଂହପୁର ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ମହାସମାରୋହରେ ପାଳିତ ହୋଇଯାଇଛି । ଏସପି ଅଖିଳେଶ୍ୱର ସିଂହ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପାଠ କରିଥିଲେ ।
ସେହିପରି ରାୟଗଡ଼ା ଓ ଗୁଣୁପୁର ଠାରେ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ଏ ଅବସରରେ କାର୍ଯ୍ୟ କ୍ଷେତ୍ରରେ ପାରଦର୍ଶିତା ଦେଖାଇଥିବା ପୋଲିସ କର୍ମଚାରୀ ଓ ଅଧିକାରୀଙ୍କୁ ସମ୍ମାନୀତ କରାଯାଇଥିଲା ।
]]>ଏହି ଅବସରରେ ଉଲ୍ଲେଖନୀୟ ସେବା ପାଇଁ କିଛି ପୋଲିସ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଡିଜିପି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।
ବାଲେଶ୍ୱର ପୋଲିସ ଲାଇନ ପଡିଆରେ ମଧ୍ୟ ୮୩ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଛି। ଏସ୍ପି ବି. ଯୁଗଳ କିଶୋର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପରେଡ୍ ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ୬ଜଣ ପୋଲିସ ଅଧିକାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ସେହିପରି ରାଉରକେଲାରେ ୮୩ତମ ପୋଲିସ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଏସ୍ପି ଉମାଶଙ୍କର ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ୨୦୧୭-୧୮ ଲାଗି ରାଉରକେଲା ପୋଲିସର ଶ୍ରେଷ୍ଠ ସବ୍ ଇନିସ୍ପେକ୍ଟର ଭାବେ ବିକାଶ ସ୍ୱାଇଁଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ଶ୍ରେଷ୍ଠ ଆସିଷ୍ଟାଣ୍ଟ ସବ୍- ଇନିସ୍ପେକ୍ଟର ଭାବେ ନାରାୟଣ ଦଳାଇ ପୁରସ୍କୃତ ହୋଇଥିଲେ।
]]>