ଦିନର ଆଲୁଅରେ ସନ୍ଦୁରଗଡ଼ ସଦର ମହକୁମାଠୁ ମାତ୍ର ୭ କିଲୋମିଟର ଦୂର ଜବରଦସ୍ତ ପଡ଼ାର ସେଇ ହତଭାଗ୍ୟ ମଣିଷମାନଙ୍କର ଜଳ ଜଳ ଦିଶୁଥିବା ଜଳ ଦୁର୍ଦ୍ଦଶାର ଚିତ୍ର। ଗାଁରେ ୨୫୦ରୁ ଅଧିକ ପରିବାର । ଆଉ ଆଜି କା ଦିନରେ ଶୁଖି ଶୁଖି ଆସୁଥିବା ଏଇ ପୋଖରୀ ଉପରେ ନିର୍ଭର କରୁଛି ଗାଁଟା ଯାକର ଶୋଷ। କାରଣ ଗାଁରେ ବସୁଧା ଯୋଜନାରେ ସୌରପମ୍ପ ଜରିଆରେ ସରକାର ବାହାଦୁର ପାଇପ ପାଣିର ବ୍ୟବସ୍ଥା ତ କରିଛନ୍ତି। ହେଲେ ବର୍ଷାଧିକ କାଳ ହେବ ତାହା ପ୍ରାୟତଃ ଅଚଳ। ଦୁଇଟା ନଳକୂଅରୁ କୋଉ ଗୋଟିକ ବି ଠିକ୍ ନାହିଁ।ଲୋକ ପ୍ରତିନିଧି, ପ୍ରଶାସନ ସମସ୍ତଙ୍କୁ କହି କହି ଥକି ଗଲେ ବି କିଛି ସୁଫଳ ନ ମିଳିବାରୁ ଶେଷରେ ବାଧ୍ୟ ହୋଇ ଏଇ ରାସ୍ତାରେ ରାଜ୍ୟପାଳ ଆସୁଥିବା ଜାଣି ଏଇମିତି ଦୃଷ୍ଟି ଆକର୍ଷଣ କରିବାର ଉଦ୍ୟମ କରିଥିଲେ ମହିଳା।
ଲୋକଙ୍କ ସମସ୍ୟାକୁ ନିଜ ଆଖିରେ ଦେଖିବା ପରେ ତତ୍କାଳ, ସୋସିଆଲ୍ ମିଡିଆ ଏକ୍ସରେ ଭିଡିଓ ପୋଷ୍ଟ କରି ରାଜ୍ୟ ସରକାରଙ୍କୁ ଆଇନା ଦେଖାଇଥିଲେ ରାଜ୍ୟପାଳ। କେନ୍ଦ୍ର ସରକାରଙ୍କ ଜଳଜୀବନ ମିଶନ୍ ଭଳି ଯୋଜନା ଥିବା ସତ୍ତ୍ୱେ ବରଦାସ୍ତ ପଡ଼ା ବାସିନ୍ଦା ଜଳକଷ୍ଟରେ ରହିବାକୁ ନେଇ ଦୁଃଖ ପ୍ରକାଶ କରିବା ସହ ଜିଲ୍ଲା ଅଧିକାରୀ ତୁରନ୍ତ ସମସ୍ୟାର ସମାଧାନ ଉପରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିବା ସୋସିଆଲ ମିଡିଆରେ ଉଲ୍ଲେଖ କରିଥିଲେ ରାଜ୍ୟପାଳ। ଏହାପରେ ଚେତା ପଶିବାରୁ ସ୍ଥାନୀୟ ବିଡିଓ ସମସ୍ୟାକୁ ସ୍ୱୀକାର କରିବା ସହ ଖୁବ୍ ଶୀଘ୍ର ଅଚଳ ସୋଲାରପମ୍ପ୍ ମରାମତି କରାଯିବ ବୋଲି କହିଛନ୍ତି। ହେଲେ ତୁରନ୍ତ ପାଣି ସମସ୍ୟାର ସମାଧାନ ନ ହେଲେ ଆଗକୁ ଭୋଟ୍ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି ଗାଁ ଲୋକେ।
କେବଳ ଏଇ ଗୋଟିଏ ଘଟଣା ନୁହେଁ, ବିଭିନ୍ନ ଜିଲ୍ଲା ଗସ୍ତରେ ଯିବା ବେଳେ, ସାଧାରଣ ଜନତା ଧନ୍ଦି ହେଉଥିବା ଏମିତି ଅନେକ ସମସ୍ୟା ସହ ପ୍ରତ୍ୟକ୍ଷ ହୋଇ ଆଇନା ଦେଖାଇ ଚାଲିଛନ୍ତି ରାଜ୍ୟପାଳ। ଏପରିକି ନିକଟରେ ବାଲେଶ୍ୱର ନୀଳଗିରି ବ୍ଲକ ମର୍ଦ୍ଦରାଜପୁରର ଜଣେ ଦୃଷ୍ଟିଶକ୍ତି ବାଧିତ ବୃଦ୍ଧାଙ୍କ ପଲିଥିନ ଟଣା ଚାଳିଆକୁ ଯାଇ କାହିଁକି ତାଙ୍କୁ ଏପର୍ଯ୍ୟନ୍ତ ପକ୍କା ଘରଟିଏ ମିଳିନାହିଁ ବୋଲି ଜିଲ୍ଲାପାଳଙ୍କୁ ସମସ୍ତଙ୍କ ସାମ୍ନାରେ ରାଜ୍ୟପାଳ ତାଗିଦ୍ କରିଥିଲେ।
]]>ପରେଡ଼ରେ ମୋଟ ୬୪ କଣ୍ଟିଜେଣ୍ଟ ଭାଗ ନେଇଛନ୍ତି । ITBP, CRPF, BSF, FIRE, ODRAF, ଓଡିଶା ହୋମ୍ ଗାର୍ଡ, RPF, SAINIK SCHOOL ପୋଲିସ ବ୍ୟାଣ୍ଡ ସମତେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ପରେଡ଼ରେ ସାମିଲ ହୋଇଛନ୍ତି । ତା’ସହ ୪ଟି ସାଂସ୍କୃତିକ ଦଳ, ସ୍କେଟିଂ, ଡେୟାର ଡେଭିଲ୍ସ ବି ପରେଡ଼ରେ ସାମିଲ ହୋଇଛନ୍ତି ।
ଏଥିପାଇଁ ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରହିଛି ସମ୍ପୂର୍ଣ୍ଣ ଗାନ୍ଧି ମାର୍ଗ । ସୁରକ୍ଷା ଦାୟିତ୍ୱରେ ବିଭିନ୍ନ ରାଙ୍କର ୧୬୦ ଅଫିସର, ୩୦୦ କନେଷ୍ଟବଳ, ୯୦ସେକ୍ସନ ଫୋର୍ସ ଏବଂ ୧୫୦ ହୋମ ଗାର୍ଡ ଅଛନ୍ତି । ସେହିଭଳି QRT, ATS , ବମ୍ ଡିସ୍ପୋଜାଲ ସହ କାନାଇନ ସ୍କ୍ବାର୍ଡ ମଧ୍ୟ ମୁତୟନ ହୋଇଛନ୍ତି । ସେହିଭଳି ରାଜ୍ୟର ନକ୍ସଲ ପ୍ରଭାବିତ ଜିଲ୍ଲାଗୁଡିକରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
]]>ସେପଟେ ସମ୍ମିଳନୀ ଶେଷରେ ରାଜ୍ୟ କୃଷି ମନ୍ତ୍ରୀ କହିଛନ୍ତି, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଏବଂ ଚାଷୀଙ୍କ ସହ ଆଲୋଚନା ବେଳେ ମିଳିଥିବା ତଥ୍ୟକୁ ଆଗାମୀ କୃଷି କ୍ୟାବିନେଟରେ ଉପସ୍ଥାପନ କରାଯିବ ଏବଂ କାର୍ଯ୍ୟକାରୀ କରାଯିବ।
]]>ସ୍ୱୟଂ ରାଜ୍ୟପାଳଙ୍କୁ ପାଖରେ ପାଇ ଲୋକଙ୍କ ଖୁସି କାହିଁରେ କ’ଣ! କାରଣ ରାଜ୍ୟବାସୀ ଏଭଳି ଜଣେ ରାଜ୍ୟପାଳଙ୍କୁ କେବେ ଦେଖି ନ ଥିଲେ ଯେ’କି ଲୋକଙ୍କ ଗହଣରେ ଯାଇ ପହଞ୍ଚି ଆଲୋଚନା କରୁଛନ୍ତି। ତେଣୁ ତାଙ୍କୁ ‘ଲୋକଙ୍କ ରାଜ୍ୟପାଳ’ ଭାବେ ଲୋକେ ସମ୍ବୋଧିତ କଲେଣି।
ରାଜ୍ୟପାଳଙ୍କ ଜିଲ୍ଲା ଗସ୍ତ, ଲୋକଙ୍କ ଅଭିଯୋଗ ଶୁଣିବା, ଆଲୋଚନା ଓ ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାବାସୀଙ୍କ ସମସ୍ୟା ନେଇ ଚିଠି ଲେଖିବା, ଏ ସମସ୍ତ ଘଟଣାକୁ ନେଇ ରାଜ୍ୟର ବିଭିନ୍ନ ମହଲରେ ଚର୍ଚ୍ଚା ସୃଷ୍ଟି ହୋଇଛି। ରାଜ୍ୟରେ ସାଧାରଣ ନିର୍ବାଚନକୁ ଆଉ ମାସ କେଇଟା ବାକି ଥିବାବେଳେ ଏହି ଚର୍ଚ୍ଚା ଦେଖାଦେଇଛି।
ସେପଟେ ଏହି ଘଟଣାରେ ବିରୋଧୀ ଦଳଗୁଡିକର ବେଶ୍ ତତ୍ପରତା ସାମ୍ନାକୁ ଆସିଛି। ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟପାଳ ଲେଖିଥିବା ଚିଠିକୁ ନେଇ ରାଜ୍ୟ ବିଜେପି ଓଡ଼ିଶାର ବିକାଶକୁ ନେଇ ସରକାରଙ୍କୁ ପ୍ରଶ୍ନ କରିଛି। ରାଜ୍ୟ ବିଜେପି ମୁଖପାତ୍ର ଅନିଲ ବିଶ୍ୱାଲ କହିଛନ୍ତି, ରାଜ୍ୟ ସରକାର ଓଡ଼ିଶାର ବିକାଶକୁ ଅଣଦେଖା କରୁଛନ୍ତି।
ସେ ଏକ ବିବୃତ୍ତିରେ କହିଛନ୍ତି, ରାଜ୍ୟପାଳ ରଘୁବର ଦାସ ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାର ବିଭିନ୍ନ ସମସ୍ୟା ସମ୍ପର୍କରେ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଥିଲେ। ଯୋରନ୍ଦାରେ ବୃଦ୍ଧାଶ୍ରମ ଚଳାଇଥିବା ମିଶନକୁ ଜମି ହସ୍ତାନ୍ତର, ଗତ ୨ ବର୍ଷ ହେଲା ଆର୍ପିଡିଏସି ବୈଠକ ନ ବସିବା ସହ ଅନ୍ୟାନ୍ୟ ବିଷୟ ସମାଧାନ ପାଇଁ ଚିଠିରେ ଉଲ୍ଲେଖ କରିଥିଲେ। ଏହା ଉପରେ ରାଜ୍ୟ ସରକାର ଉତ୍ତର କେବେ ରଖିବେ ବୋଲି ପ୍ରଶ୍ନ କରି ବିଜେପି ମୁଖପାତ୍ର ଶ୍ରୀ ବିଶ୍ୱାଳ ବିଜେଡି ସରକାରଙ୍କୁ ଘେରିଥିଲେ।
ସେହିଭଳି ରାଜ୍ୟପାଳଙ୍କ ଦୁଇଦିନିଆ ଅବିଭକ୍ତ ସମ୍ବଲପୁର ଗସ୍ତରେ ଚାଷୀଙ୍କ ବିଭିନ୍ନ ସମସ୍ୟା ଓ ଅମଳ ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା ନେଇ ଅଭିଯୋଗ ହୋଇଥିଲା। ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରିବେ ବୋଲି ରାଜ୍ୟପାଳ ରଘୁବର ଦାସ ଚାଷୀଙ୍କୁ ଆଶ୍ୱାସନା ଦେଇଥିଲେ। ତେବେ ଏହାକୁ ନେଇ ମଧ୍ୟ ଶାସକ ଦଳ ଓ ବିରୋଧୀ ମଧ୍ୟରେ କଥା କଟାକଟି ସାମ୍ନାକୁ ଆସିଛି।
ରାଜ୍ୟପାଳ ଭାବେ ରଘୁବର ଦାସ ୩୧ ଅକ୍ଟୋବରରେ ଶପଥ ଗ୍ରହଣ କରିବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତକୁ ନେଇ ରାଜନୈତିକ ବୟାନବାଜି ଦେଖାଦେଇଛି। ରାଜଭବନରୁ ନବୀନନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ଘଟଣାରେ ଓଡ଼ିଶା ପ୍ରଦେଶ କଂଗ୍ରେସ ରାଜ୍ୟପାଳ ନିଜ ପଦମର୍ଯ୍ୟାଦା ବା ପ୍ରୋଟୋକଲ୍ ଭାଙ୍ଗିବା ନେଇ ଆପତ୍ତି ଉଠାଇଥିଲା।
ଗତ କିଛି ବର୍ଷ ଧରି ଦେଶର ଅଧିକାଂଶ ଅଣବିଜେପି ରାଜ୍ୟଗୁଡିକରେ ସରକାର ଏବଂ ରାଜ୍ୟପାଳଙ୍କ ବିବାଦ ଘନିଭୂତ ହୋଇ ମାମଲା ସୁପ୍ରିମକୋର୍ଟ ଯାଏଁ ପହଞ୍ଚିଛି। ଦିଲ୍ଲୀରେ ଆମ୍ ଆଦମୀ ପାର୍ଟିର ନେତୃତ୍ୱାଧୀନ ଅରବିନ୍ଦ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ହେବା ପରଠାରୁ ଅନେକ ଲେଫ୍ଟନାଣ୍ଟ ଗଭର୍ନର (ଏଲ୍ଜି) ବଦଳିଛନ୍ତି, କିନ୍ତୁ ସରକାରଙ୍କ ସହ ସେମାନଙ୍କ ବିବାଦ ଜାରିରହିଛି। କେଜ୍ରିୱାଲଙ୍କ ଅଭିଯୋଗ ରହିଛି, ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାଗୁଡିକରେ ଏଲ୍ଜି ବାଧା ସୃଷ୍ଟି କରୁଛନ୍ତି।
ସେପଟେ ଏଲ୍ଜି ସରକାରଙ୍କ ଉପରେ ‘ବ୍ୟର୍ଥ ବ୍ୟୟ’ ଅଭିଯୋଗ ଆଣିଥିଲେ। ଆପ୍ ସରକାର ଏହି ଟଙ୍କା ଦଳୀୟ ପ୍ରଚାରରେ ଲଗାଇଛନ୍ତି ଏବଂ ଖର୍ଚ୍ଚ ଅର୍ଥର ଭରଣା କରିବାକୁ ଦାବି କରିଥିଲେ। ସେହିଭଳି ମ୍ୟୁନିସିପାଲିଟି ନିର୍ବାଚନ, ଆପ୍ ସରକାର ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି ପାଇଁ ଫିନ୍ଲ୍ୟାଣ୍ଡ୍ ପଠାଇବା ଘଟଣାରେ ସରକାର- ଏଲ୍ଜି ବିବାଦ ସାମ୍ନାକୁ ଆସିଛି। ଅନେକ ବିବାଦରେ ମାମଲା କୋର୍ଟରେ ମଧ୍ୟ ପହଞ୍ଚିଛି।
ସେହିଭଳି ପଞ୍ଜାବ, କେରଳ, ତାମିଲନାଡୁ ଆଦି ରାଜ୍ୟରେ ବିଧାନସଭାରେ ପାରିତ ବିଲ୍ଗୁଡିକୁ ରାଜ୍ୟପାଳ ଅନୁମୋଦନ କରୁ ନ ଥିବା ମାମଲା ସର୍ବୋଚ୍ଚ ଅଦାଲତରେ ପହଞ୍ଚିଛି। ପଶ୍ଚିମବଙ୍ଗରେ ଜାଦବପୁର ବିଶ୍ୱବିଦ୍ୟାଳୟରୁ କୁଳପତିଙ୍କୁ ହଟାଇବା ନେଇ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ମଧ୍ୟରେ ଟକ୍କର ଜାରି ରହିଛି।
ତେବେ ଓଡ଼ିଶା ଅଣବିଜେପି ଶାସିତ ରାଜ୍ୟ ହେଲେ ମଧ୍ୟ କେନ୍ଦ୍ରରେ ମୋଦି ସରକାରଙ୍କ ସହିତ ନବୀନ ସରକାରଙ୍କର ‘ସୁସମ୍ପର୍କ’ ଯୋଗୁଁ ଅନ୍ୟ ରାଜ୍ୟ ଭଳି ବିବାଦୀୟ ସ୍ଥିତି ହେବ ନାହିଁ ବୋଲି ଆଲୋଚନା ହେଉଛି। ପୂର୍ବରୁ ରାଜ୍ୟପାଳ ଥିବା ପ୍ରଫେସର ଗଣେଶୀଲାଲ ରାଜ୍ୟ ବିଧାନସଭାରେ ଓଡ଼ିଶା ସରକାରଙ୍କ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମକୁ ଉଚ୍ଚପ୍ରଶଂସା କରିଥିବା ଦେଖାଯାଇଛି।
ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ରହିଥିବା ରଘୁବର ଦାସ ପ୍ରଥମଥର ପାଇଁ ସାମ୍ବିଧାନିକ ଆସନରେ ବିରାଜମାନ ହୋଇଛନ୍ତି ଏବଂ ଦୀର୍ଘ ୨୩ ବର୍ଷ ଧରି ନିରବଛିନ୍ନ ଶାସନ କ୍ଷମତାରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧିନ ଓଡ଼ିଶାରେ ନିଯୁକ୍ତ ହୋଇଛନ୍ତି। ରାଜ୍ୟପାଳ ଡିସେମ୍ବର ଶେଷ ସୁଦ୍ଧା ମାଲକାନଗିରିରୁ ଢେଙ୍କାନାଳ, ସମ୍ବଲପୁରରୁ କୋରାପୁଟ, ରାୟଗଡା, ଜଗତସିଂପୁର ଆଦି ପ୍ରାୟ ୧୩ଟି ଜିଲ୍ଲା ଗସ୍ତ କରିସାରିବେଣି।
ଶିକ୍ଷାନୁଷ୍ଠାନ, ଧର୍ମାନୁଷ୍ଠାନ, ସ୍ୱାସ୍ଥ୍ୟକେନ୍ଦ୍ର, ଅଙ୍ଗନବାଡି କେନ୍ଦ୍ର ଏଭଳି କି କାରାଗାରରେ ଅନ୍ତେବାସୀଙ୍କ ସହିତ ବସି ରାଜ୍ୟପାଳ ଆଲୋଚନା କରିବା ଭଳି ନିଆରା ଘଟଣା ସବୁ ସାମ୍ନାକୁ ଆସିଛି। ଏସବୁ ଓଡ଼ିଶା ସରକାରଙ୍କୁ ଅନେକ ଘଟଣାରେ ଅଡୁଆ ହୋଇପାରେ କିନ୍ତୁ ଅନ୍ୟ ରାଜ୍ୟ ଭଳି ସରକାର-ରାଜ୍ୟପାଳ ‘ବିବାଦ’ ସୃଷ୍ଟି ହୋଇ ନ ପାରେ ବୋଲି ଅନେକଙ୍କ ମତ।
ଇମେଲ୍: dksawat@gmail.com
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)
]]>ଗତକାଲି ମାଲକାନଗିରି ଜିଲ୍ଲାର ମାଥିଲି ମେଡିକାଲରେ ରୋଗୀଙ୍କୁ ଭେଟି ସମସ୍ୟା ବୁଝିଥିଲେ ରାଜ୍ୟପାଳ । ପାଙ୍ଗାମ ଗାଁରେ ଅଙ୍ଗନବାଡି ନଥିବା ଜାଣିବା ପରେ କ୍ଷୋଭ ପ୍ରକାଶ କରିଥିଲେ । ସେହିପରି ଅର୍ଥାଭାବ ଯୋଗୁଁ କିଭଳି ଆଇଏଏସ୍ ବନିବାର ସ୍ୱପ୍ନ ଅଧାରେ ରହିଛି ସେନେଇ ରାଜ୍ୟପାଳଙ୍କୁ ଅବଗତ କରିଥିଲେ ଜଣେ ଛାତ୍ରୀ । ଏହାପରେ ରାଜ୍ୟପାଳ ଏକ ଲକ୍ଷ ଟଙ୍କାର ଅର୍ଥରାଶି ସଂପୃକ୍ତ ଛାତ୍ରୀଙ୍କୁ ପ୍ରଦାନ କରିବେ ବୋଲି ଘୋଷଣା କରିଥିଲେ ।
]]>ଏକଥା ରାଜ୍ୟପାଳଙ୍କ ଅଫିସ ସ୍ପଷ୍ଟ କରୁ ବୋଲି ପଞ୍ଚାନନ ଦାବି କରିଛନ୍ତି । ସେପଟେ ପଞ୍ଚାନନଙ୍କ ପ୍ରଶ୍ନ ବାଣ ପରେ ଘନେଇଛି ରାଜନୀତି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏହାକୁ କଂଗ୍ରେସର ଛୋଟ ମନ, ଛୋଟ ପ୍ରକୃତି ବୋଲି କହିଛନ୍ତି । ଯଦି ପ୍ରଧାନମନ୍ତ୍ରୀଙ୍କ କୌଣସି ବାର୍ତ୍ତା ରାଜ୍ୟପାଳ, ନବୀନଙ୍କୁ ଦେଇଛନ୍ତି ତାର ପ୍ରମାଣ ଦେଉ କଂଗ୍ରେସ । ସେପଟେ ବିଜେଡି କହିଛି ରାଜ୍ୟର ମୁଖ୍ୟଙ୍କୁ ଦୀପାବଳି ଶୁଭେଚ୍ଛା ଜଣାଇବାକୁ ରାଜ୍ୟପାଳ ଯାଇଥିଲେ । ଏହାକୁ ନେଇ ଅଯଥାରେ ରାଜନୀତି କରୁଛି କଂଗ୍ରେସ ।
ସାଧାରଣତଃ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ପ୍ରୋଟୋକଲ ଦୃଷ୍ଟିରୁ ଯାଇନଥାନ୍ତି ରାଜ୍ୟପାଳ । ତେବେ ଗତକାଲି ରାଜ୍ୟପାଳଙ୍କ ଲୋକସମ୍ପର୍କ ଅଧିକାରୀ ପଠାଇଥିବା ପ୍ରେସ୍ ବାର୍ତ୍ତାରେ ଉଲ୍ଲେଖ କରାଯାଇଛି ଯେ, ମୁଖ୍ୟମନ୍ତ୍ରୀଙ୍କୁ ଏକ ସୌଜନ୍ୟ ମୂଳକ ସାକ୍ଷାତ କରି ରାଜ୍ୟପାଳ ଓଡିଶାର ବିକାଶ ଦିଗରେ ବିସ୍ତୃତ ଆଲୋଚନା କରିଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀଙ୍କ ସୁସ୍ଥତା କାମନା କରିଛନ୍ତି । ତେବେ ସମ୍ୱିଧାନ ବିଶାରଦଙ୍କ ମତ ହେଲା ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ନିବାସକୁ ଯାଇ ନ ଭେଟିବାର ନିୟମ ସମ୍ୱିଧାନରେ ନାହିଁ ।
ଅପରପକ୍ଷେ କଂଗ୍ରେସର ଅଭିଯୋଗ ନେଇ ରାଜଭବନ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ ।
]]>ଓଡ଼ିଶା ରାଜଭବନକୁ ମିଳିଲା ନୂଆ ଅଧିପତି । ବିଧିବଦ୍ଧ ଭାବେ ରାଜ୍ୟକୁ ମିଳିଲେ ନୂଆ ରାଜ୍ୟପାଳ । ଆଜି ରାଜ୍ୟପାଳ ଭାବେ ଶପଥ ନେଲେ ରଘୁବର ଦାସ । ରାଜଭବନରେ ରଘୁବର ଦାସ ପହଞ୍ଚିବା ପରେ, ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ୍ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କରମର୍ଦ୍ଦନ କଲେ । ଏହାପରେ ଚାଲିଲେ ଅଭିଷେକ ହଲ ଅଭିମୁଖେ । ଦିନ ୧୧ଟା ୪୫ ମିନିଟ । ରାଜ୍ୟପାଳଙ୍କ ଶପଥ ଗ୍ରହଣ ସମାରୋହ ପ୍ରାରମ୍ଭରେ ଜାତୀୟ ସଂଗୀତ ପରିବେଷଣ ପରେ, ବିଧି ମୁତାବକ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ଅନୁମତି ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି ୱାରେଣ୍ଟ ଅଫ୍ ଆପଏଣ୍ଟମେଣ୍ଟ ବା ନିଯୁକ୍ତିପତ୍ର ପାଠ କଲେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ।
ଏହାପରେ ରଘୁବର ଦାସଙ୍କୁ ଓଡ଼ିଶାର ୨୬ତମ ରାଜ୍ୟପାଳ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ୍ ଷଡ଼ଙ୍ଗୀ । ଏହାପରେ ରାଜଭବନ ପୁସ୍ତିକାରେ ସ୍ୱାକ୍ଷର କରିଥିଲେ ନୂଆ ରାଜ୍ୟପାଳ । ଏହି ସମାରୋହରେ ଯୋଗ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଧାନସଭା ବାଚସ୍ପତି ପ୍ରମିଳା ମଲ୍ଲିକ, ବହୁ ମନ୍ତ୍ରୀ, ବିଧାୟକ ଓ ବରିଷ୍ଠ ପ୍ରଶାସକ, ପୋଲିସ ଡିଜି, ହାଇକୋର୍ଟ ବିଚାରପତି ଏବଂ ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତି । ରାଜ୍ୟପାଳଙ୍କର ୮୦ଜଣ ବନ୍ଧୁ ଓ ପରିବାର ବର୍ଗ ମଧ୍ୟ ଏଥିରେ ସାମିଲ ଥିଲେ । ପରେ ରାଜଭବନ ପରିସରରେ ନୂଆ ରାଜ୍ୟପାଳଙ୍କୁ ଦିଆଯାଇଥିଲା ଗାର୍ଡ ଅଫ୍ ଅନର । ଆଉ ତା’ପରେ ଅଭିବାଦନ ଗ୍ରହଣ କରିଥିଲେ ରଘୁବର । ପ୍ରୋଟୋକଲ୍ ଅନୁଯାୟୀ ନୂଆ ରାଜ୍ୟପାଳଙ୍କୁ Z-ପ୍ଲସ୍ ସୁରକ୍ଷା ପ୍ରଦାନ କରାଯାଇଛି ।
ରାଜ୍ୟପାଳ ରଘୁବର ଦାସ ଗତକାଲି ପୁରୀ ଶ୍ରୀମନ୍ଦିର ଯାଇଥିବା ବେଳେ, ଆଜି ଶପଥ ଗ୍ରହଣ ପୂର୍ବରୁ ସକାଳେ ପ୍ରଭୁ ଲିଙ୍ଗରାଜଙ୍କ ଆଶିଷ ଭିକ୍ଷା କରିଥିଲେ । ତାଙ୍କୁ ସେଠାରେ ସ୍ୱାଗତ କରିଥିଲେ ରାଜ୍ୟ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତିଙ୍କ ସମେତ ବହୁ ଦଳୀୟ ନେତା । କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ରାଜ୍ୟପାଳଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରାଇଥିଲେ ବଡୁ ନିଯୋଗ । ଏହାପରେ ବେଢ଼ା ପରିକ୍ରମା କରିଥିଲେ ରାଜ୍ୟପାଳ । ଦର୍ଶନ ପରେ ରଘୁବର କହିଥିଲେ, ଓଡ଼ିଶା ଏବଂ ଦେଶ ବିକାଶର ନୂଆ ଶିଖରରେ ପହଞ୍ଚୁ ବୋଲି ଲିଙ୍ଗରାଜଙ୍କ ପାଖରେ କାମନା କରିଛି ।
ସେପଟେ ଲିଙ୍ଗରାଜ ମନ୍ଦିରରେ ସେବାୟତ ବିବାଦ ଜାରି ଥିବାରୁ, ଆଜି ରାଜ୍ୟପାଳଙ୍କ ଗସ୍ତ ବେଳେ ଅନୁପସ୍ଥିତ ଥିଲେ ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା । ସେମାନେ ବଡ଼ୁ ନିଯୋଗ ଦ୍ୱାରା ପୂଜାର୍ଚ୍ଚନାକୁ ନେଇ ପ୍ରଶ୍ନ ଉଠାଇବା ସହିତ, ରାଜ୍ୟପାଳଙ୍କୁ ଦ୍ୱନ୍ଦ୍ୱରେ ରଖାଯାଇଛି, ବଡ଼ୁ ନିଯୋଗର ଭୋଗ ଲଗାଇବା ଅଧିକାର ନାହିଁ ବୋଲି କହିଛନ୍ତି । ଅନ୍ୟପକ୍ଷରେ ବଡ଼ୁ ନିଯୋଗ କହିଛି, ଆମେ ପରମ୍ପରା ଅନୁଯାୟୀ ଜଳ ଓ ବେଲପତ୍ର ଲାଗି କରିବା ସହ ଶୁଖିଲି ରାଜ୍ୟପାଳଙ୍କୁ ଦେଇଛୁ ।
]]>ଶପଥ ପୂର୍ବରୁ ସକାଳେ ରାଜ୍ୟପାଳ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିଛନ୍ତି । ଏ ଅବସରରେ ରାଜ୍ୟପାଳ କହିଛନ୍ତି, ଓଡ଼ିଶା ରାଜ୍ୟ ଏବଂ ଦେଶ ବିକାଶର ନୂଆ ଶିଖରରେ ପହଞ୍ଚୁ ବୋଲି ଲିଙ୍ଗରାଜଙ୍କ ପାଖରେ କାମନା କରିଛି । ବଡୁ ନିଯୋଗ ପକ୍ଷରୁ ରାଜ୍ୟପାଳଙ୍କ ପୂଜାର୍ଚ୍ଚନା ସହ ବେଢା ପରିକ୍ରମା କରାଯାଇଥିଲା ।
ଲିଙ୍ଗରାଜଙ୍କ ସମେତ ଗଣେଶ, ପାର୍ବତୀ, ଭୁବନେଶ୍ୱରୀଙ୍କ ଦର୍ଶନ ଓ ବୃଷଭଙ୍କ କାନରେ ମନସ୍କାମନା କହିଥିଲେ ରାଜ୍ୟପାଳ । ଏ ଅବସରେ ରାଜ୍ୟପାଳଙ୍କ ପରିବାର ଓ ବନ୍ଧୁବାନ୍ଧବ ଉପସ୍ଥିତ ଥିଲେ । ସେହିପରି ରାଜ୍ୟ ବିଜେପିର ତମାମ ନେତୃବୃନ୍ଦ ଉପସ୍ଥିତ ରହିଥିଲେ ।...
]]>ଜାମସେଦପୁର ଟାଟା କମ୍ପାନିରେ ଚାକିରି କରିଥିବା ରଘୁବର, ୧୯୭୭ରେ ପ୍ରଥେମ ଜନତା ଦଳ ଓ ପରେ ୧୯୮୦ରେ ବିଜେପିରେ ଯୋଗଦେଇଥିଲେ। ୫ଥର ବିଧାୟକ ହେବା ସହ ଉପମୁଖ୍ୟମନ୍ତ୍ରୀ ପରେ ୨୦୧୪ରୁ ୧୯ ଯାଏ ସେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଦୁଇଥର ଝାଡଖଣ୍ଡ ବିଜେପି ରାଜ୍ୟ ସଭାପତି ରହିଥିଲେ ରଘୁବର। ସେରାଜ୍ୟପାଳ ଭାବେ ନିଯୁକ୍ତ ହେବା ପରେ ରାଜ୍ୟରେ କିଭଳି ହେବ ତାଙ୍କ କାର୍ଯ୍ୟଧାରା ତାକୁ ନେଇ ଚର୍ଚ୍ଚା।
ରାଜ୍ୟ ସରକାରଙ୍କ ସହ ସମନ୍ବୟ ରକ୍ଷା କରି ରଘୁବର କାମ କରିବେ ନା ଅନ୍ୟ କିଛି ରାଜ୍ୟରେ ଯେମିତି ରାଜ୍ୟପାଳ ଓ ସରକାର ଭିତରେ ବିବାଦ ଲାଗି ରହିଛି ସେମିତି ସ୍ଥିତି ଆସିବ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି।
]]>ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଓ ଲଳିତେନ୍ଦୁ ମହାପାତ୍ର ମଧ୍ୟ ରଘୁବରଙ୍କ ସାଙ୍ଗରେ ଶ୍ରୀମନ୍ଦିରରେ ପହଞ୍ଚିଥିଲେ। ମହାପ୍ରଭୁଙ୍କ ବାଳଧୂପ ଦର୍ଶନ କରିବା ସହ ପାର୍ଶ୍ୱ ଦେବଦେବୀଙ୍କ ଦର୍ଶନ ମଧ୍ୟ କରିଥିଲେ। ଏହାପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି ରଘୁବର କହିଥିଲେ ଜଗନ୍ନାଥଙ୍କୁ ଦର୍ଶନ କରି ସେ ବେଶ୍ ଖୁସି। ଓଡିଶାବାସୀଙ୍କ ସେବା ମିଳିବାର ସୁଯୋଗ ମିଳିଥିବାରୁ ନିଜକୁ ସୌଭାଗ୍ୟ ମନେ କରୁଛି। ସେଠାରୁ ଭୁବନେଶ୍ୱର ଅଭିମୁଖେ ବାହାରିବା ପୂର୍ବରୁ ଉପସ୍ଥିତ ଭକ୍ତମାନଙ୍କୁ ଅଭିବାଦନ ଜଣାଇଥିଲେ।
ଏହାପରେ ଅପରାହ୍ଣ ୨ଟା ୩୦ ବେଳେ ରାଜଭବନରେ ପହଞ୍ଚିଥିଲେ ନବ ନିଯୁକ୍ତ ରାଜ୍ୟପାଳ ରଘୁବର ଦାସ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବାଚସ୍ପତି ପ୍ରମିଳା ମଲ୍ଲିକ ମୁଖ୍ୟ ଶାସନ ସଚିବ ଏବଂ ପୋଲିସ ଡିଜି ରାଜଭବନରେ ନୂଆ ରାଜ୍ୟପାଳଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।
ରଘୁବର ଆସନ୍ତାକାଲି ଦିନ ୧୧ଟା ୪୫ରେ ରାଜଭବନରେ ଓଡ଼ିଶାର ୨୬ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ। ତା’ପୂର୍ବରୁ ଆସନ୍ତାକାଲି ସକାଳ ୮ଟା ୪୫ ବେଳେ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଜାମସେଦପୁର ଟାଟା କମ୍ପାନିରେ ଚାକିରି କରିଥିବା ରଘୁବର, ୧୯୭୭ରେ ପ୍ରଥେମ ଜନତା ଦଳ ଓ ପରେ ୧୯୮୦ରେ ବିଜେପିରେ ଯୋଗ ଦେଇଥିଲେ।
ରଘୁବର ୫ଥର ବିଧାୟକ ହେବା ସହ ଉପମୁଖ୍ୟମନ୍ତ୍ରୀ ପରେ ୨୦୧୪ରୁ ୧୯ ଯାଏ ସେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଦୁଇଥର ଝାଡଖଣ୍ଡ ବିଜେପି ରାଜ୍ୟ ସଭାପତି ରହିଥିଲେ ରଘୁବର। ସେ ରାଜ୍ୟପାଳ ଭାବେ ନିଯୁକ୍ତ ହେବା ପରେ ରାଜ୍ୟରେ କିଭଳି ହେବ ତାଙ୍କ କାର୍ଯ୍ୟଧାରା ତାକୁ ନେଇ ଚର୍ଚ୍ଚା। ରାଜ୍ୟ ସରକାରଙ୍କ ସହ ସମନ୍ୱୟ ରକ୍ଷା କରି ରଘୁବର କାମ କରିବେ ନା ଅନ୍ୟ କିଛି ରାଜ୍ୟରେ ଯେମିତି ରାଜ୍ୟପାଳ ଓ ସରକାର ଭିତରେ ବିବାଦ ଲାଗି ରହିଛି ସେମିତି ସ୍ଥିତି ଆସିବ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି।
ନୂଆ ରାଜ୍ୟପାଳଙ୍କ ସହ ତାଙ୍କ ପରିବାର ଓ ବନ୍ଧୁ ଏବଂ ଶୁଭେଚ୍ଚୁ ପ୍ରାୟ ୮୦ ଜଣ ଓଡ଼ିଶା ଆସିଛନ୍ତି। ଯେଉଁମାନେ ଆସନ୍ତାକାଲିର ଶପଥ ଗ୍ରହଣ ଉତ୍ସବରେ ଉପସ୍ଥିତ ରହିବେ।
]]>ଆସନ୍ତକାଲି ସକାଳ ୮ଟା ୪୫ ମିନିଟରେ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବା ପରେ ପୂର୍ବାହ୍ନ ପ୍ରାୟ ୧୧ଟା ୪୫ରେ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ ବୋଲି ସୂଚନା ରହିଛି । ରାଜ୍ୟପାଳଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ରାଜ୍ୟପାଳଙ୍କ ୮୦ଜଣ ବନ୍ଧୁ ଓ ପରିବାର ବର୍ଗ ତାଙ୍କ ସହ ଓଡିଶା ଆସିଛନ୍ତି । ନୂଆ ରାଜ୍ୟପାଳଙ୍କୁ ପ୍ରୋଟୋକଲ୍ ଅନୁଯାୟୀ Z+ ସୁରକ୍ଷା ପ୍ରଦାନ କରାଯାଇଛି ।
ମହାପ୍ରଭୁଙ୍କୁ ଦର୍ଶନ ପରେ ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି । ଓଡ଼ିଶାର ବିକାଶକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯିବ ବୋଲି କହିଛନ୍ତି ରଘୁବର । ତାହା ସହିତ ସେ ଆହୁରି କହିଛନ୍ତି, ମୁଁ ବହୁତ ଭାଗ୍ୟଶାଳୀ, ଓଡ଼ିଶାର ଜନତାଙ୍କ ସେବା କରିବାର ସୌଭାଗ୍ୟ ମିଳିଲା । ଗରିବ, ଶୋଷିତ, ବଞ୍ଚିତଙ୍କ ଜୀବନସ୍ତର ଯେମିତି ଉଚ୍ଚକୁ ଉଠିବ, ସେ ଦିଗରେ ଚେଷ୍ଟା କରିବି । କେନ୍ଦ୍ର ଓ ରାଜ୍ୟର ଯୋଜନା ଗରିବଙ୍କ ଯାଏ ପହଞ୍ଚିବା ଦାୟିତ୍ୱ ନେବି ବୋଲି ସେ କହିଛନ୍ତି ।
ଜଣେ ମହାସେବକ ଭାବେ ଗରିବଙ୍କ ଯାଏ ଯୋଜନା ପହଞ୍ଚିବା ଦାୟିତ୍ୱ ନେବି । ରାଜଭବନ ଦ୍ୱାର ଗରିବ ଲୋକଙ୍କ ପାଇଁ ୨୪ ଘଣ୍ଟା ଖୋଲା ରହିବ ବୋଲି ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ ଗଣମାଧ୍ୟମ ଆଗରେ କହିଛନ୍ତି ।
]]>୧୯୮୦ରୁ ଭାରତୀୟ ଜନତା ପାର୍ଟି ଯେଉଁ ଦାୟିତ୍ୱ ଦେଇଛି, ତାକୁ ଅତି ନିଷ୍ଠାର ସହ ସମ୍ପାଦନ କରିଛି । ଓଡ଼ିଶା କିଭଳି ବିକାଶର ନୂଆ ଶିଖର ଛୁଇଁବ ଏବଂ ସରକାରଙ୍କ କିଭଳି ସମନ୍ୱୟ ରଖି କିଭଳି କାମ କରାଯାଇ ପାରିବ, ସେ ଦିଗରେ ଗୁରୁତ୍ୱ ଦେବେ ବୋଲି କହିଛନ୍ତି ରଘୁବର ଦାସ ।
ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଦାୟିତ୍ୱ ନେବେ ରଘୁବର ଦାସ । ଏନେଇ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ଜାରି ହୋଇଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଥିବାବେଳେ ରଘୁବର ଦାସ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଇବେ ।
ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ହେଉଛନ୍ତି ରଘୁବର ଦାସ । ସେ ୫ ଥର ବିଧାନସଭା ନିର୍ବାଚିତ ହୋଇଛନ୍ତି । ରଘୁବର ଦାସ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ । ପ୍ରଥମ ଅଣଆଦିବାସୀ ମୁଖ୍ୟମନ୍ତ୍ରୀ ହେଉଛନ୍ତି ରଘୁବର । ୨୦୧୪ରୁ ୨୦୧୯ ଯାଏଁ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିଛନ୍ତି ରଘୁବର ଦାସ ।
]]>୨୦୧୮ ମେ’ ୨୯ରେ ପ୍ରଫେସର ଗଣେଶୀ ଲାଲ୍ ଓଡିଶା ରାଜ୍ୟପାଳ ଭାବେ ଶପଥ ନେଇଥିଲେ। ନିଜ କାର୍ଯ୍ୟକାଳକୁ ଗଣେଣୀ ଲାଲ୍ ବେଶ ସୁଚାରୁରୂପେ ଓ ନିର୍ବିବାଦୀୟ ଭାବେ ତୁଲାଇଛନ୍ତି । ତାସହ ଜିଲ୍ଲା ଜିଲ୍ଲା ବୁଲି ସାଧାରଣ ଲୋକଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ବି ଯୋଗ ଦେଇଛନ୍ତି । ଜଣେ ସରଳ ଅମାୟିକ ରାଜ୍ୟପାଳ ଭାବେ ଗଣେଣୀ ଲାଲ୍ ବେଶ୍ ଲୋକପ୍ରିୟ ହୋଇପାରିଛନ୍ତି । ହରିୟାଣାର ମୂଳବାସିନ୍ଦା ପ୍ରଫେସର ଗଣେଶୀ ଲାଲ୍ ସେଠାକାର ରାଜ୍ୟ ବିଜେପି ସଭାପତି ରହିବା ସହ ମନ୍ତ୍ରୀ ଭାବେ ବି ଦାୟିତ୍ୱ ତୁଲାଇଥିଲେ। ଓଡିଶା ରାଜ୍ୟପାଳ ହେବା ପରଠୁ ବିଜେଡି ସରକାରଙ୍କ ସହ ତାଙ୍କର କେବେ କୌଣସି ବିବାଦ ଦେଖାଯାଇନି । ସରକାରଙ୍କ ସହ ଉତ୍ତମ ସମନ୍ବୟ ରକ୍ଷା କରି ସେ ତାଙ୍କ ୫ବର୍ଷ କାର୍ଯ୍ୟକାଳ ଶେଷ କରିଛନ୍ତି। ତେଣୁ ଆଗକୁ ତାଙ୍କ ସ୍ଥାନ କିଏ ନେବ ? ତାକୁ ରାଜ୍ୟବାସୀଙ୍କ ଅପେକ୍ଷା ।
ଯଦିଓ ଅନେକ ରାଜ୍ୟରେ ସରକାର-ରାଜ୍ୟପାଳ ବିବାଦ ନଜରକୁ ଆସିଛି ହେଲେ ଓଡିଶାରେ ସେମିତି କିଛି ନାହିଁ। ଯେହେତୁ ଓଡ଼ିଶାରେ ବିଜେଡିକୁ ସ୍ପଷ୍ଟ ବହୁମତ ମିଳିଥିଲା, ତେଣୁ ସରକାର ପ୍ରତି କୌଣସି ସମୟରେ ବିପଦ ନଥିଲା। କିନ୍ତୁ ଏବେ ରାଜନୈତିକ ପାଣିପାଗ କିଛି ଅଲଗା କହୁଛି ଓ ଆଗକୁ ନିର୍ବାଚନ ଆସୁଛି। ତେଣୁ ଯିଏ ଓଡ଼ିଶାର ନୂଆ ରାଜ୍ୟପାଳ ହେବେ, ତାଙ୍କ ପାଇଁ କାର୍ଯ୍ୟକାଳ ବେଶ୍ ଚ୍ୟାଲେଞ୍ଜିଂ ହେବ । ଯଦି ନିର୍ବାଚନରେ ସଂଖ୍ୟା ଗଣିତ ଏପଟ ସେପଟେ ହେଲା ତାହାଲେ ରାଜ୍ୟପାଳଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହେବ । ତେଣୁ ଯାହାଙ୍କୁ ଏହି ଗୁରୁ ଦାୟିତ୍ବ ମିଳିବ, ସେ ରାଜ୍ୟ ସରକାରଙ୍କ ସହ କେତେ ସମନ୍ୱୟ ରକ୍ଷା କରୁଛନ୍ତି ତାହା ବି ଦେଖିବାର କଥା। କେବେ ନୂଆ ରାଜ୍ୟପାଳ ଆସିବେ, ଏବେ ତାକୁ ଅପେକ୍ଷା।
ଏଇ ମାଟି ମାଆର ଗାଥା ହେଉ ଅବା କଥା, ଯେବେ ଯେବେ ସମୟ ମିଳିଛି ନିଜର ଯାଦୁଗରୀ ସ୍ୱାରରେ ସେ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି । ପ୍ରଥମେ ଏଇ ମାଟି ଓଡ଼ିଶା ସଂଗୀତରେ କଣ୍ଠଦାନ ଆଉ ଏବେ ଓଡିଆଙ୍କ ଆନ୍, ବାନ୍ ଓ ଶାନ - ବନ୍ଦେ ଉତ୍କଳ ଜନନୀ ଗୀତରେ କଣ୍ଠଦାନ କରିଛନ୍ତି ରାଜ୍ୟପାଳ ।
ଦ୍ୱିତୀୟଥର ରେକର୍ଡିଂ ଷ୍ଟୁଡିଓକୁ ଯାଇ ଓଡିଶା ଏବଂ ଓଡ଼ିଆଙ୍କ ପାଇଁ ରାଜ୍ୟପାଳ ଗୀତ ଗାଇଛନ୍ତି । ଏମିତିକି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଏଇ ରାଜ୍ୟର ମାଟି, ପାଣି ଓ ପବନର ପ୍ରେମରେ ପଡ଼ିଛନ୍ତି । ଓଡ଼ିଶାର ଭାଷା ସାହିତ୍ୟ ଓ ସଂସ୍କୃତିକୁ ଭଲପାଉଥିବାର ସେ ଜଣେ ବିରଳ ଉଦାହରଣ ଓ ବ୍ୟକ୍ତିତ୍ୱ ।
ସୂଚନା ଅନୁସାରେ, ରାଜ୍ୟପାଳ ଏହି ଗୀତ ଗାଇବା ପାଇଁ ଇଚ୍ଛା ପ୍ରକାଶ କରିବାରୁ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ ଗୀତର ଟ୍ରାକକୁ ନେଇ ରାଜଭବନ ଯାଇଥିଲେ । ଟ୍ରାକ ଶୁଣି ଗୀତ ଗାଇବା ପାଇଁ ରାଜି ହେବାପରେ ଏହି ଗୀତ ରେକର୍ଡିଂ କରାଯାଇଛି । କେବଳ ଗୀତ ରେକର୍ଡିଂ ନୁହେଁ ଗୀତର ମ୍ୟୁଜିକ ଭିଡିଓରେ ମଧ୍ୟ ଅଭିନୟ କରିବା ପାଇଁ ରାଜ୍ୟପାଳ ସହମତି ଦେଇଛନ୍ତି । ଏହି ଗୀତରେ ରାଜ୍ୟପାଳଙ୍କ ସହ ହ୍ୟୁମାନ ସାଗର ଓ ଦିପ୍ତୀରେଖା ମଧ୍ୟ କଣ୍ଠଦାନ ଦେଇଛନ୍ତି । ଏହି ଗୀତଟିର ସମୟ ଅବଧି ୩ ମିନିଟ ୪୦ ସେକେଣ୍ଡ ହୋଇଥିବାବେଳେ ଏହା ଖୁବ୍ ଶିଘ୍ର ରିଲିଜ ହେବାକୁ ଯାଉଛି ।
]]>ଛତିଶା ନିଯୋଗ ମହାନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର ରାଜ୍ୟପାଳଙ୍କୁ ଖଣ୍ଡୁଆ ପାଟ ପ୍ରଦାନ କରି ସ୍ୱାଗତ କରିଥିଲେ। ଏହାପରେ ରାଜ୍ୟପାଳଙ୍କୁ ମନ୍ଦିର ଭିତରକୁ ପାଛୋଟି ନିଆଯାଇଥିଲା। ରାଜ୍ୟପାଳ ପ୍ରଭୁଙ୍କ ଆଶିଷ ଭିକ୍ଷା କରି ଫେରିଆସିଥିଲେ।
]]>#PresidentKovind directs Shri Satya Pal Malik, Governor of Bihar, to discharge functions of Governor of Odisha, in addition to his own duties, following the completion of the tenure of Shri S.C. Jamir
— President of India (@rashtrapatibhvn) March 20, 2018
ବିହାର ରାଜ୍ୟପାଳ ସହ ଓଡ଼ିଶାର ରାଜ୍ୟପାଳ ଭାବେ ସେ ଅତିରିକ୍ତ ଦାୟିତ୍ୱ ତୁଲାଇବେ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି। ଓଡ଼ିଶାର ରାଜ୍ୟପାଳ ଥିବା ଏସ.ସି ଜମିରଙ୍କ କାର୍ଯ୍ୟକାଳ ଆଜି ଶେଷ ହେଉଛି।
]]>