ସେମିତି ବିଧାନସଭା ଆଗରେ ଟେଣ୍ଟ ତଳେ ଗର୍ଜୁଛନ୍ତି ବେସରକାରୀ ଅନୁଦାନ ଓ ଅଣ ଅନୁଦାନପ୍ରାପ୍ତ କଲେଜ୍ ଟିଚିଂ ଆଣ୍ଡ ନନ୍ ଟିଚିଂ ଏମ୍ପ୍ଲଇଜ୍ ଆସୋସିଏସନ। ୨୦୦୮ରୁ ୨୦୧୩ ମଧ୍ୟରେ କଲେଜ ପରିଚାଳନା କମିଟି ଦ୍ୱାରା ନିଯୁକ୍ତି ପାଇଥିବା ପ୍ରାୟ ୩ ହଜାର କର୍ମଚାରୀଙ୍କୁ ସରକାରୀ ଅନୁଦାନ ପରିସରଭୁକ୍ତ କରିବାକୁ ଚାଲିଛି ଆନ୍ଦୋଳନ। ୧୬ ବର୍ଷ ଧରି ସେମାନଙ୍କ ଦାବି ସରକାର ଶୁଣୁ ନ ଥିବାରୁ ଆଗକୁ ଆନ୍ଦୋଳନ ଦୁର୍ବାର କରିବାକୁ ସଂଘ ଦେଇଛି ଧମକ।
ସେପଟେ ଗତକାଲି ପେନସନ୍ ପାଉନଥିବା ସମସ୍ତ କର୍ମଚାରୀଙ୍କୁ ଏକକାଳୀନ ଅଧ୍ୟାପକ ଓ ଶିକ୍ଷକଙ୍କୁ ୬ ଲକ୍ଷ ଓ ଅଣ ଶିକ୍ଷକଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ ଦେବାକୁ କ୍ୟାବିନେଟର ନିଷ୍ପତ୍ତିକୁ ଖୋଲାଖୋଲି ବିରୋଧ କରିଛି ଅଲ୍ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ - ଓଷ୍ଟା। ସଂଘ କହିଛି- ଏକକାଳୀନ ନୁହେଁ, ସମସ୍ତଙ୍କୁ ମାସିକ ପେନସନ୍ ଦିଆଯାଉ। ସେହିପରି ଅନୁଦାନ ଓ ଅଣ-ଅନୁଦାନପ୍ରାପ୍ତ ପ୍ରାଥମିକ ସ୍କୁଲର ଅବସରପ୍ରାପ୍ତ ଶିକ୍ଷକମାନେ ମଧ୍ୟ ଗତକାଲିର କ୍ୟାବିନେଟ୍ ନିଷ୍ପତ୍ତିକୁ ବିରୋଧ କରିଛନ୍ତି। ସେମାନଙ୍କ ଏ ଆନ୍ଦୋଳନ ଆଗକୁ ଜାରି ରହିବ। ଦାବି ପୂରଣ ନ ହେଲେ ଆଗାମୀ ବିଧାନସଭା ନିର୍ବାଚନରେ ଶାସକ ଦଳ ବିରୋଧରେ ସବୁଠି ପ୍ରାର୍ଥୀ ଦେବାକୁ ବି ଏ ସଂଘ ଧମକ ଦେଇଛି।
ଗୋଟିଏ ପଟେ ରାଜ୍ୟ ସରକାର ଅଧ୍ୟାପକ ଓ ଶିକ୍ଷକଙ୍କ ପାଇଁ ଅନେକ ପଦକ୍ଷେପ ନେଇଥିବା କଥା ଖୋଦ୍ ଉଚ୍ଚଶିକ୍ଷା ମନ୍ତ୍ରୀ କହୁଥିବାବେଳେ, ବିରୋଧୀଙ୍କ ଆକ୍ଷେପ ଭୋଟ୍ ପୂର୍ବରୁ ମାଳ ମାଳ କ୍ୟାବିନେଟ୍ ମୋହର ସତ୍ତ୍ୱେ ସରକାର ଲୋକଙ୍କ ବିଶ୍ୱାସଭାଜନ ହୋଇ ପାରୁନାହାନ୍ତି।
]]>
ସେପଟେ ପାଲଲହଡ଼ା, ଛେଣ୍ଡିପଦା, ବସ୍ତା, ସିମୁଳିଆ , ପାଇକମାଳ, ଭେଡେନ୍, ଆଗରପଡ଼ା, ବେଲପଡ଼ା, ସଇଁତଳା , ବିଞ୍ଝାରପୁର, ପାଣିକୋଇଲି, ଜାରକା, ଚଣ୍ଡିଖୋଲ , ଜୟପାଟଣା, ରାଇକିଆ, ବୋରିଗୁମ୍ମା, ସିନାପାଲି , ଚାନ୍ଦିଲି, ମୁନିଗୁଡ଼ା, ବିଷମକଟକ, ଡୁଙ୍ଗୁରିପାଲି, ବଣେଇ , ଶେରଗଡ଼, କୁକୁଡ଼ାଖଣ୍ଡି, କଣ୍ଟିଲୋ, ଟାଙ୍ଗୀ, ବେଗୁନିଆ , ସାଲେପୁର, ବଡ଼ମ୍ବା, ନରସିଂହପୁର, ନିଆଳି , ବେତନଟି, ପରଜଙ୍ଗ ଓ କଣ୍ଟାମାଳକୁ NAC ହେବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି ।
୪ ଦିନ ତଳେ ବଢ଼ିଥିଲା ମଧୁବାବୁ ପେନସନ୍ ଯୋଜନାର ଭତ୍ତା ଟଙ୍କା । ଏହି ଯୋଜନାରେ ୫ ଶହ ଟଙ୍କା ଅଧିକ ବୃଦ୍ଧି କରାଯାଇଥିଲା । ସେହିପରି ମଧୁବାବୁ ପେନସନ ଯୋଜନାରେ ସର୍ବନିମ୍ନ ସହାୟତା ୧ ହଜାର ଟଙ୍କା କରାଯାଇଥିଲା । ଚଳିତ ଫେବ୍ରୁୟାରୀରୁ ଏହା ଲାଗୁ ହେବ । ଫେବୃୟାରୀ ୨୦ରୁ ୨୫ ମଧ୍ୟରେ ବର୍ଦ୍ଧିତ ପେନସନ ମିଳିବ । ଏଥିପାଇଁ ଖର୍ଚ୍ଚ ହେବ ୩ ହଜାର ୬୮୩ କୋଟି ଟଙ୍କା । ଜାତୀୟ ସାମାଜିକ ସୁରକ୍ଷା ହିତାଧିକାରୀ ମଧ୍ୟ ରାଜ୍ୟ ସରକାରଙ୍କ ଏହି ବର୍ଦ୍ଧିତ ଭତ୍ତା ପାଇବାର ସୁବିଧା ପାଇବେ । ଏଥିପାଇଁ ବାର୍ଷିକ ଖର୍ଚ୍ଚ ହେବ ୩ ହଜାର ୬୮୩ କୋଟି ଟଙ୍କା ।
ପୂର୍ବରୁ ଏହି ଯୋଜନାରେ ହିତାଧିକାରୀମାନେ ଯଥାକ୍ରମେ ୫ଶହ ଟଙ୍କା, ୭ଶହ ଟଙ୍କା ଓ ୯୦୦ ଟଙ୍କା ପାଉଥିଲେ । ହେଲେ ବର୍ଦ୍ଧିତ ପେନସନ ଅନୁଯାୟୀ ବର୍ତ୍ତମାନ ସେମାନଙ୍କୁ ଏବେ ଯଥାକ୍ରମେ ୧୦୦୦ ଟଙ୍କା, ୧୨୦୦ ଟଙ୍କା ଓ ୧୪୦୦ ଟଙ୍କା ମିଳିବ । ମଧୁବାବୁ ପେନସନ ଯୋଜନାରେ ହିତାଧିକାରୀମାନଙ୍କୁ ଫେବ୍ରୁଆରୀ ମାସର ପେନସନ ୨୦ ରୁ ୨୫ ତାରିଖ ମଧ୍ୟରେ ପ୍ରତ୍ୟକ୍ଷ ଭାବେ ମିଳିବ । ପୂର୍ବରୁ ବିଭିନ୍ନ ଅଞ୍ଚଳର ଲୋକମାନେ ମଧୁବାବୁ ପେନସନ ରାଶି ବୃଦ୍ଧି କରିବାକୁ ଅନୁରୋଧ କରିଥିଲେ । ଲୋକଙ୍କ ଅନୁରୋଧକୁ ଗ୍ରହଣ କରି ମୁଖ୍ୟମନ୍ତ୍ରୀ ସାମାଜିକ ସୁରକ୍ଷା ପେନସନ ଯୋଜନାର ଏହି ରାଶି ପରିମାଣକୁ ବୃଦ୍ଧି କରିଛନ୍ତି ।
ନିକଟରେ ମୁଖ୍ୟମନ୍ତ୍ରୀ ମଧୁବାବୁ ପେନସନ ଯୋଜନାର ହିତାଧିକାରୀମାନଙ୍କ ସଂଖ୍ୟା ବୃଦ୍ଧି କରିଥିଲେ । ଗତ ବର୍ଷ ଅଗଷ୍ଟରେ ୪.୧୩ ଲକ୍ଷ ବୃଦ୍ଧି ପାଇଥିଲା ଏବଂ ଏବେ ଆଉ ୪ ଲକ୍ଷ ଅନ୍ତର୍ଭୁକ୍ତ ହେବା ପରେ ବର୍ତ୍ତମାନ ସମୁଦାୟ ୩୬.୭୫ ଲକ୍ଷ ହିତାଧିକାରୀ ଏହି ଯୋଜନାର ଲାଭ ପାଉଛନ୍ତି ।
]]>ସେଇ ଚାଉଳକୁ ବିଜେଡି କର୍ମୀ ଭୋଜି କରି ଖାଉଛନ୍ତି ବୋଲି ମଧ୍ୟ ଅଭିଯୋଗ କରିଛନ୍ତି ବିଜୟ ପଟ୍ଟନାୟକ । ଆଗରୁ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ଅର୍ପଣ ରଥରେ ଜଗନ୍ନାଥଙ୍କୁ ବସାଇ ଯେପରି ବୁଲାଯାଉଛି ତା ଉପରେ ପ୍ରଶ୍ନ ଉଠାଇଥିଲେ । ବିଜୟ ପଟ୍ଟନାୟକ ଆହୁରି ଅଭିଯୋଗ କହିଛନ୍ତି-ବୋଧହୁଏ ଶ୍ରୀମନ୍ଦିର ଓ ମହାପ୍ରସାଦର ମାହ୍ୟତ୍ମ ଜାଣିନାହାନ୍ତି ରାଜ୍ୟ ସରକାର ।
ପୁରୀକୁ ପର୍ଯ୍ୟଟନସ୍ଥଳୀ ଭାବୁଛନ୍ତି । ମହାପ୍ରସାଦ ରେଷ୍ଟୁରାଷ୍ଟର ଖାଦ୍ୟ ନୁହେଁ ଯେ, ଗୋମାଂସ ଖାଉଥିବା କାମିଆ ଜାନିଙ୍କ ଜରିଆରେ ପ୍ରଚାର କରୁଛନ୍ତି ସରକାର । ଏହା ଧର୍ମୀୟ ଭାବନା ପ୍ରତି କୁଠାରଘାତ । ବିଜୟ ଆହୁରି କହିଛନ୍ତି-ପରିକ୍ରମା ପ୍ରକଳ୍ପ ନାଁରେ ସରକାର କେବଳ ୪ଟି ଶୌଚାଳୟ କରିଛନ୍ତି ।
ତା’ର ଉଦଘାଟନ ପାଇଁ ଗୁଆ ଚାଉଳ ଦେଇ ନିମନ୍ତ୍ରଣ କରିଛନ୍ତି । ତା’ ବଦଳରେ ମନ୍ଦିରର ଫାଟ କିପରି ମରାମତି କରାଯିବ, ରାଜ୍ୟ ସରକାର ସେ କଥା ଚିନ୍ତା କରନ୍ତୁ ବୋଲି କହିଛନ୍ତି ବିଜୟ ପଟ୍ଟନାୟକ । ତାଙ୍କର ଏହି ସବୁ ଅଭିଯୋଗ ନେଇ ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ମିଳିପାରିନି ।
]]>ଏପରିକି ମୁଖ୍ୟ ଶାସନ ସଚିବ ଲିଖିତ ପ୍ରତିଶ୍ରୁତି ଦେବା ପରେ ବି ସେମାନଙ୍କ ଦାବି ପୂରଣ ହୋଇପାରିନାହିଁ । ସିଏମ୍ଓ ଦେଇଥିବା ପ୍ରତିଶ୍ରୁତି ମଧ୍ୟ ଫେଲ୍ ମାରିଛି । ଆଉ ସେମାନଙ୍କ ପାଇଁ ସମସ୍ତ ସରକାରୀ ପ୍ରତିଶ୍ରୁତି ପାଲଟିଛି ପାଣିର ଗାର । ପୂର୍ବରୁ ଆନ୍ତମନ୍ତ୍ରୀ ସ୍ତରୀୟ କମିଟିରେ ଶିକ୍ଷକ ମାନଙ୍କ କଥା ଆଲୋଚନା ହୋଇଥିଲା । ହେଲେ ସେଥିରେ ମଧ୍ୟ କୌଣସି ସୁଫଳ ମିଳିପାରିନଥିଲା । ତେଣୁ ସରକାର ସେମାନଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ଆଣିଛନ୍ତି ଶିକ୍ଷକ ।
ତେଣୁ ପ୍ରାଥମିକ ଶିକ୍ଷକ ଆସନ୍ତା ୨୯ରୁ ପୁଣି ଆନ୍ଦୋଳନକୁ ଓହ୍ଲାଇବା ନେଇ ଚେତାବନୀ ଦେଇଛି । ତାହାସହିତ ରାଜ୍ୟ ସରକାରଙ୍କ ଶିକ୍ଷକ କର୍ମଚାରୀ ମାରଣ ନୀତିକୁ ଘୋର ବିରୋଧ କରିଛି ସଂଘ । ପ୍ରତିଶ୍ରୁତି ପରେ ମଧ୍ୟ ସରକାର ଦାବି ପୂରଣ କରିବାରେ ବିଫଳ ହୋଇଥିବାରୁ ୨୭ ତାରିଖ ସୁଦ୍ଧା ଦାବି ପୂରଣ କରାନଗଲେ ଆନ୍ଦୋଳନ ଚେତାବନୀ ଦିଆଯାଇଛି ।
ଗତ ସେପ୍ଟେମ୍ବର ମାସରେ ଶିକ୍ଷକ ଆନ୍ଦୋଳନ ପାଇଁ ପ୍ରାଥମିକ ଶିକ୍ଷା ଏକ ପ୍ରକାର ଠପ୍ ହୋଇଥିଲା । ଶିକ୍ଷକମାନେ ନିଜର ଦାବି ପାଇଁ ସମୁହ ଛୁଟିରେ ଯିବା ଫଳରେ ଅନେକ ସ୍କୁଲରେ ତାଲା ଝୁଲୁଥିବା ଦେଖିବାକୁ ମିଳିଥିଲା । ପରେ ପରେ ପାଖ ସ୍କୁଲରୁ ମାଧ୍ୟମିକ ଶିକ୍ଷକଙ୍କୁ ଆଣି ପଢାଯାଇଥିଲା । ହେଲେ ପିଲା ଓ ଶ୍ରେଣୀ ତୁଳନାରେ ଶିକ୍ଷକ ନଥିବାରୁ ନାନା ଅନୁସିଧାର ସମ୍ମୁଖିନ ହେଉଥିଲେ ଛାତ୍ରଛାତ୍ରୀ
ସେପଟେ ଶିକ୍ଷକମାନଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇଥିଲେ ଅଭିଭାବକ । ୩ ଦଫା ଦାବି ପୂରଣ ପାଇଁ ଶିକ୍ଷକମାନେ ଆନ୍ଦୋଳନ କରିଥିଲେ । ଠିକା ନିଯୁକ୍ତି ଉଚ୍ଛେଦ, ପୁରୁଣା ପେନସନ୍ ଓ କେନ୍ଦ୍ରୀୟ ହାର ଦରମା ଅନୁସାରେ ୪୨ଶହ ଟଙ୍କା ଗ୍ରେଡ୍ ପେ ଲାଗୁ କରିବାକୁ ଦାବି କରିଥିଲେ ।
]]>ବାଟ ବୁଡ଼ିଛି କି ବସୁଧା ? ଫେଲ୍ ମାରିନି ତ ଗାଁ ଗଣ୍ଡାରେ ୨୪ ଘଣ୍ଟିଆ ପାଣି ପ୍ରତିଶ୍ରୁତି ? ବାଲିଆପାଳ ବ୍ଲକ ହସୀମପୁର ଗାଁରେ ନିର୍ମାଣ ହୋଇଛି ଚକାଚକ୍ ଓଭରହେଡ୍ ପାଣିଟାଙ୍କି। ସେଠୁ ପାଇପ୍ ପଡ଼ି ଷ୍ଟାଣ୍ଡପୋଷ୍ଟକୁ ଟ୍ୟାପ୍ କନେକ୍ସନ, ହେଲେ କଳ ମୋଡି ମୋଡ଼ି ହାଲିଆ, କିନ୍ତୁ ପାଣି ଟୋପେ ଆସୁନି । ଲୋକଙ୍କ ଅଭିଯୋଗ, ୨ବର୍ଷ ହେଲା କାମ ସରିଲାଣି, ହେଲେ ନିମ୍ନମାନର କାମ ଯୋଗୁଁ ଟାଙ୍କିରେ ସାଂଘାତିକ ଲିକେଜ୍ ।
ଏଣେ ୩ଶହ ପରିବାରର ପାଇପ୍ ପାଣିକୁ ଚାହିଁଚାହିଁ ଆଖିରୁ ପାଣି ମଲାଣି । ଦୃଶ୍ୟ ଆହୁରି ଚିନ୍ତାଜନକ ପଟ୍ଟାମୁଣ୍ଡାଇ ବ୍ଲକ ହଳଧରପୁରରେ । ଏଠି ଶୀତଦିନେ ବି ଏକମାତ୍ର ନଳକୂଅ ପାଖେ ଗରା ଧରି ମହିଳାଙ୍କ ଧାଡ଼ି । ୧୨ବର୍ଷ ତଳୁ ବସୁଧା ଯୋଜନାରେ ଗାଁରେ ଟାଙ୍କି ହୋଇଛି, ପାଇପ୍ ବସିଛି । ହେଲେ ସେ ସବୁ କଳଙ୍କି ଧରିଲାଣି । ଲୋକେ ନେତାଙ୍କୁ ଚେତେଇ ଦେଲେଣି-ପାଣି ନାହିଁ ତ ଆଗକୁ ଭୋଟ୍ ନାହିଁ ।
ଖାଲି ଉପକୂଳ ନୁହେଁ, ଅଧିକ ପ୍ରାଧାନ୍ୟ ଦିଆଯାଉଥିବାର ଡିଣ୍ଡିମ ପିଟାଯାଉଥିବା ଉପାନ୍ତ ଇଲାକାରେ ବି ବସୁଧା ଯୋଜନା କେତେ ବାଟବଣା ? ତାର ଗୁମର ଖୋଲିଦେଉଛି ରାୟଗଡ଼ା ଜିଲ୍ଲାର ଗୁମ୍ମା ଗାଁ । ଅପରିସ୍କାର ଝରଣା ପାଣି ହେଉ କି ବୋରିଂରୁ ବାହାରୁଥିବା ଗୋଳିଆ ପାଣି ତା’କୁ ବ୍ୟବହାର କରିବା ଛଡ଼ା ଗୁମ୍ମା କଲୋନୀ ବାସିନ୍ଦାଙ୍କ ପାଖରେ ବିକଳ୍ପ ନାହିଁ । ଯେଉଁ ଗୋଟିଏ ନଳକୂଅ ଅପେକ୍ଷାକୃତ ଭଲ ପାଣି ମୁନ୍ଦେ ଦେଉଛି, ଗୁଣ୍ଡ ଓ ପୋକ ଛାଣିବାକୁ ତା ମୁହଁରେ ବି ବାନ୍ଧିବାକୁ ପଡୁଛି କପଡ଼ା । ସୋଲାର ବ୍ୟବସ୍ଥାକୁ ଉପଯୋଗ କରି ଏଠି ବସୁଧା ଯୋଜନାରେ ଘର ଘରକୁ ୨୪ ଘଣ୍ଟିଆ ଜଳଯୋଗାଣର ପ୍ଲାନ୍ ପୁରା ଫ୍ଲପ୍ ମାରିଛି ।
ରାଜ୍ୟର ଗ୍ରାମାଞ୍ଚଳରେ ବସୁଧା ହେଉ କି ସହରାଞ୍ଚଳରେ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ । ୨୪ ଘଣ୍ଟିଆ ସ୍ୱଚ୍ଛ ପିଇବା ପାଣି ଯୋଗାଣର ଏ ଯୋଜନା କେମିତି ବାଟବଣା ହୋଇଥିଲା ଡାଇରିଆ ହଟସ୍ପଟ୍ ରାଉରକେଲାରେ ତାହା ସମସ୍ତଙ୍କୁ ଜଣା । ଦୂଷିତ ପାଣିରୁ ଷ୍ଟିଲସିଟିରେ ହଇଜା ସଂକ୍ରମଣ ସନ୍ଦେହରେ ପ୍ରାୟ ୯୩ଟି ସ୍ଥାନରେ ୱାଟକୋ ପକ୍ଷରୁ ଲିକେଜ୍ ମରାମତି ସରିବା ପରେ ଆଜିଠୁ ଅନେକ ବସ୍ତି ଓ କଲୋନୀକୁ ପାଇପ୍ ରେ ଆସୁଛି ସ୍ୱଚ୍ଛ ପାଣି ।
]]>ମାତ୍ର କିଛି କିଲୋମିଟର ଗଡିବା ପରେ ଦୀର୍ଘବର୍ଷ ହେଲା ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ପଡ଼ି କଳଙ୍କି ଲାଗି ଗଲାଣି ଏହି ଗାଡ଼ି । ଆଉ ଏ ଦୁଇଟି ସ୍ବର୍ଗରଥ ଗାଡ଼ି କଟକ ମହାନଗର ନିଗମ ଅଫିସ୍ ନିକଟରେ ଅଚଳ ହୋଇ ପଡ଼ିରହିଛି । ଯେଉଁ ଗାଡ଼ି ଶବ ବୋହିବା କଥା ସେହି ଗାଡ଼ି ସବୁ ନିଜେ ଶବ ପାଲଟି ଯାଇଛନ୍ତି । ଆଉ ସେପଟେ ଆତ୍ମୀୟଙ୍କ ମୃତଦେହ ନେବା ପାଇଁ ସମ୍ପର୍କୀୟଙ୍କଠାରୁ ମୋଟା ଅଙ୍କର ଟଙ୍କା ନେଇ ଲୁଟୁଛନ୍ତି ବେସରକାରୀ ଆମ୍ବୁଲାନ୍ସ ।
୨୦୧୬ରେ ସରକାର କଟକ ସହରକୁ ୫ଟି ମହାପ୍ରୟାଣ ଗାଡ଼ି ଯୋଗାଇ ଦେଇଥିଲେ । ରେଡ଼କ୍ରସ ଅଧିନରେ ଏସସିବି ମେଡିକାଲରେ ଦୁଇଟି, ଶିଶୁଭବନ, ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ ରୋଗ ପ୍ରତିଷ୍ଠାନକୁ ଓ ସିଟି ହସ୍ପିଟାଲକୁ ଗୋଟିଏ ଲେଖାଏଁ ମହାପ୍ରୟାଣ ଗାଡ଼ି ଆସିଥିଲା । ତେବେ କ୍ୟାନ୍ସର ହସ୍ପିଟାଲ ଓ ବଡ଼ ମେଡ଼ିକାଲକୁ ଛାଡିଦେଲେ ଅନ୍ୟ ଦୁଇଟି ଗାଡ଼ି ପ୍ରଥମରୁ ହିଁ ବନ୍ଦ ହୋଇ ଯାଇଥିଲା ।
ଏବେ ବଡ଼ ମେଡ଼ିକାଲ ଓ କ୍ୟାନ୍ସର ହସ୍ପିଟାଲର ୩ଟି ଗାଡ଼ି ଦୀର୍ଘ ଆଠ ମାସ ହେଲା ଖରାପ୍ ହୋଇ ଗ୍ୟାରେଜରେ ପଡ଼ି ରହିଛି । ଏଣୁ ସାଧାରଣ ଲୋକେ ଏହି ସୁବିଧାର ଫାଇଦା ଉଠାଇ ପାରୁନାହାନ୍ତି । ସେପଟେ ତିନୋଟି ମହାପ୍ରୟାଣ ଗାଡ଼ି କିଣିବା ପ୍ରକ୍ରିୟା ଶେଷ ହୋଇ ଯାଇଛି, ଆସନ୍ତା ସପ୍ତାହରେ ମହାପ୍ରୟାଣ ଗାଡ଼ି ସ୍ବାଭାବିକ ଭାବରେ ଚାଲିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି କଟକ ଜିଲ୍ଲାପାଳ ।
]]>ସରକାର ଯେତେବେଳେ ଆମ ଓଡିଶା ନବୀନ ଓଡିଶା ପ୍ରକଳ୍ପ ଆରମ୍ଭ କଲେ ସେତେବେଳେ ଚିଲିକା ନିର୍ବାଚନ ମଣ୍ଡଳୀର ସରପଞ୍ଚ, ସମିତି ସଭ୍ୟମାନେ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ । ମାତ୍ର ଏବେ ସରକାର ସେମାନଙ୍କୁ ଅଣଦେଖା କରୁଥିବା ପୃଥ୍ୱୀରାଜ ଅଭିଯୋଗ କରିଛନ୍ତି ।
ସେହିପରି ସରକାରୀ ଅଧିକାରୀମାନେ ଏଠି ବିଜୁ ଜନତା ଦଳର ବ୍ଲକ ସଭାପତି ଭଳି କାମ କରୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ପୃଥ୍ୱୀରାଜ ହରିଚନ୍ଦନ । ତେବେ ଏ ନେଇ ବିଜେଡି କି ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
]]>ଆଗ୍ରହୀ ଓ ଯୋଗ୍ୟ ପ୍ରାର୍ଥୀମାନେ OSCBର ଅଫିସିଆଲ୍ ୱେବସାଇଟ୍ www.odishascb.com କୁ ଯାଇ ଅନ୍ଲାଇନ୍ ଆବେଦନ କରିପାରିବେ। ଯେଉଁ ପ୍ରାର୍ଥୀମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ OSCB Applications invited for Deputy General Manager posts Notification ଉପରେ କ୍ଲିକ୍ କରି ଦେଖିପାରିବେ।
୨୩ ବର୍ଷର ଲମ୍ୱା ଶାସନ ବିରୋଧରେ ତେଜୁଛି ଅସନ୍ତୋଷ । ଅଧିକାର ପାଇବାକୁ ବଢୁଛି ଆନ୍ଦୋଳନ । ନିର୍ବାଚନୀ ବର୍ଷରେ ବିଜେଡି ପାଇଁ ଶୁଣ ସରକାରର ଆହ୍ୱାନ । ଲମ୍ୱା ସମୟ ଧରି ଦାବି ପୂରଣ ନହେବାରୁ ଏବେ ଏ ଲଢେଇ ଅଧିକାରଠୁ ଅଧିକା ଅଭିମାନର । ଯାହାକୁ ନେଇ ନିର୍ବାଚନୀ ବର୍ଷରେ ଅଡୁଆରେ ସରକାର । ଅଙ୍ଗନବାଡି ଦିଦି, ଶିକ୍ଷକ, ଅଧ୍ୟାପକ, ସମିତି ସଭ୍ୟ, ସରପଞ୍ଚ । ତଳସ୍ତରରୁ ଏସବୁ ଅନ୍ଦୋଳନ ଏବେ ସରକାରଙ୍କ ପାଇଁ ତଣ୍ଟିରେ କଣ୍ଟା ହୋଇଛି । ୧୨ ଦିନ ହେଲା ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ ଯୋଗୁଁ ସ୍କୁଲରେ ତାଲା, ପାଠପଢା ଠପ୍ । ଦାବି ପୂରଣ ବଦଳରେ ଏବେ ସରକାର ଡିଭାଇଡ୍ ଆଣ୍ଡ ରୁଲ୍ ରେ ଶିକ୍ଷକ ସଂଘକୁ ଭାଙ୍ଗି ଭାଗ ଭାଗ କରି ମନାଇବାରେ ଲାଗିଛନ୍ତି । କିଛି ସଂଘ ମାନିଥିବା ବେଳେ ଏବେ ବି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ଜିଦରେ ଅଟଳ ରହିଛି ।
ସେପଟେ ୨୨୪ ଦିନ ହେଲା ଧାରଣାରେ ୬୬୨ ବର୍ଗ କଲେଜ ଅଧ୍ୟାପକ ସଂଘ । ସମାନ କାମକୁ ସମାନ ଦରମା ଦାବି ନେଇ ସରକାର କିନ୍ତୁ ସମାଧାନକୁ ଆସୁନଥିବାରୁ ଆସନ୍ତାକାଲି ସବୁ କଲେଜରେ ତାଲା ଦେଇ ରାଜଧାନୀରେ ମହାସମାବେଶ କରିବେ ଅଧ୍ୟାପକମାନେ । ଖାଲି ଶିକ୍ଷକ କି ଅଧ୍ୟାପକ ନୁହଁନ୍ତି, ଗଣତନ୍ତ୍ରର ମୂଳଦୁଆ ପଞ୍ଚାୟତ ପ୍ରତିନିଧି ବି ରାଜରାସ୍ତାରେ । ସରପଞ୍ଚ ଆଉ ସମିତିସଭ୍ୟ । ଖାଲି ବିରୋଧୀ ନୁହଁ ଶାସକ ଦଳ ବିଜେଡି ସମର୍ଥିତ ପଞ୍ଚାୟତ ପ୍ରତିନିଧି ବି ସରକାରଙ୍କ ବିରୋଧରେ ହଲ୍ଲାବୋଲ ଡାକରା ଦେଇଛନ୍ତି ।
ଏମିତି କି ଜନ ପ୍ରିତିନିଧିମାନଙ୍କୁ କ୍ଷମତାହୀନ କରି କେବଳ ରବର୍ ଷ୍ଟାମ୍ପ ଭଳି ବ୍ୟବହାର କରାଯାଇଥିବା ଅଭିଯୋଗ ଆଣିଛନ୍ତି ସରପଞ୍ଚମାନେ । ଅନ୍ୟପଟେ ସମାନ ଢଙ୍ଗରେ କ୍ଷମତା ଏବଂ ଭତ୍ତା ବୃଦ୍ଧି ପାଇଁ ସରକାରଙ୍କ ବିରୋଧରେ ଯୁଦ୍ଧଂ ଦେହି ଡାକରା ଦେଇଛନ୍ତି ସମିତି ସଭ୍ୟ । ଏସବୁ ପ୍ରସଙ୍ଗକୁ ବିଧାନସଭାରେ ଉଠାଇ ସରକାରଙ୍କୁ ଘେରିବେ ବୋଲି ବିରୋଧୀ କହୁଥିବା ବେଳେ ବିଜେଡି କହିଛି ସମସ୍ତଙ୍କ ଦାବିର ସମାଧାନ ପାଇଁ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି ଆଲୋଚନା କରୁଛି । ସମସ୍ୟାର ସମାଧାନ ନହଲେ ଆସନ୍ତା ନିର୍ବାଚନରେ ଏସବୁ ଆନ୍ଦୋଳନ ବିଜେଡି ପାଇଁ ମହଙ୍ଗା ହୋଇପାରେ ।
]]>ଯୋଗ୍ୟ ଓ ଇଛୁକ ପ୍ରାର୍ଥୀମାଏନ୍ ଏହାର ଅଫିସିଆଲ୍ ୱେବସାଇଟ୍ www.odishafshgscd.gov.in କୁ ଯାଇ ଅନଲାଇନ୍ରେ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ Odisha Fireman Recruitment 2023 Notification ରେ କ୍ଲିକ୍ କରି ଦେଖିପାରିବେ।
ଅପରାଜିତା ତାଙ୍କ ଅଭିଯୋଗରେ କହିଛନ୍ତି ଯେ, ଧୃତରାଷ୍ଟ ନହୋଇ ରାଜଧର୍ମ ପାଳନ କରନ୍ତୁ ମୁଖ୍ୟମନ୍ତ୍ରୀ । ନିଜ ସଂସଦୀୟ ମଣ୍ଡଳ ଗସ୍ତବେଳେ ବିଜେଡି କର୍ମୀଙ୍କ ବିରୋଧ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରି ଏପରି କହିଛନ୍ତି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ । ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀଙ୍କୁ ଫଟୋ ସମ୍ବଳିତ ପ୍ରମାଣପତ୍ର ସହ ଜଣାଇଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ ।
ଟେକା, ପଥର, ଅଣ୍ଡା ଓ କଳା ପତାକା ଧରିଥିବା ମହିଳାଙ୍କ ଫଟୋ ସେ ପୋଷ୍ଟ କରିଛନ୍ତି । ସେ କହିଛନ୍ତି, ସଶକ୍ତିକରଣ ନାଁରେ ମିଶନଶକ୍ତି ମହିଳାଙ୍କୁ ଆକ୍ରମଣରେ ଲଗାଯାଉଛି । ମୁଁ ଜଣେ ନିର୍ବାଚିତ ମହିଳା ସାଂସଦ । ମୋ ଉପରେ ଆକ୍ରମଣ ଉଦ୍ୟମ ହେଉଛି । ଏହା କ’ଣ ପ୍ରକୃତ ମିଶନଶକ୍ତି କି ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା ।
ମାନ୍ୟବର ମୁଖ୍ୟମନ୍ତ୍ରୀ ଧୃତରାଷ୍ଟ୍ର ନ ହୋଇ ରାଜଧର୍ମ ପାଳନ କରନ୍ତୁ । ରାଜନୈତିକ ପ୍ରତିଦ୍ୱନ୍ଦୀଙ୍କୁ ବିଜେଡି ପକ୍ଷରୁ ଜାଣିଶୁଣି ଏଭଳି ବିରୋଧ ସହ ଅଣ୍ଡା ଓ ଟେକା ପଥର ମାଡ଼ କେତେ ଯୁକ୍ତିଯୁକ୍ତ ବୋଲି ସାଂସଦ ପ୍ରଶ୍ନ କରିଛନ୍ତି । ଗତକାଲି ଅଠାନ୍ତର ପଞ୍ଚାୟତ ଗିରିଙ୍ଗ ଛକରେ ଅପରାଜିତାଙ୍କୁ ବିରୋଧ କରିଥିଲେ ବିଜେଡି କର୍ମୀ ।
]]>ଭୁବନେଶ୍ୱର ବାଲିତୋଟା ସାହିରେ ପ୍ରାୟ ୩୫ ବର୍ଷ ଧରି ରହିଆସୁଥିବା ବାସନ୍ତୀ ମହାରଣା । କିସମ ପରିବର୍ତ୍ତନରେ ସମସ୍ୟା ଯୋଗୁ ତାଙ୍କର ଜାଗା ଖଣ୍ଡେ ପାଇବାର ସ୍ୱପ୍ନ, ସ୍ୱପ୍ନରେ ରହିଯାଇଛି । ସେହି ବସ୍ତିର ରୀତା ନାଥଙ୍କ ଅବସ୍ଥା ବି ସମାନ । ଝାଟିମାଟିର ଭଙ୍ଗାଦଦରା ଘରେ ରହୁଥିବା ରୀତାଙ୍କ ଆଶା ଟିକକ ଥିଲା ଜାଗା ମିଶନରେ ଜାଗା ଖଣ୍ଡେ ପାଇବା ପରେ ଘରଟିଏ କରିବେ । କିନ୍ତୁ ତାଲିକାରୁ କଟିଯାଇଛି ତାଙ୍କ ନାଁ ।
ଏମିତି ମାଳମାଳ ସମସ୍ୟା ଆଉ ଜାଗା ଖଣ୍ଡେ ଯୋଗାଇଦେବାର ଜଟିଳ ବ୍ୟବସ୍ଥା ଭିତରେ ରାଜଧାନୀର ବହୁ ହିତାଧିକାରୀ ପଟ୍ଟା ପାଇପାରୁନାହାଁନ୍ତି । ଜାଗା ମିଶନ ସର୍ଭେରେ ଚୂଡାନ୍ତ ହୋଇଥିବା ହିତାଧିକାରୀଙ୍କ ତାଲିକାକୁ ଥରେ ଦେଖନ୍ତୁ । କାହା ନାଁରେ ଡବଲ୍ ପ୍ଲଟ୍ ତ ଆଉ କେଉଁଠି ପ୍ଲଟ ଆଲର୍ଟ ହୋଇଥିଲେ ବି ହିତାଧିକାରୀଙ୍କ ନାଁ ନାହିଁ । ଆଶ୍ଚର୍ଯ୍ୟର କଥା ହେଲା, ଫୁଟେ ଫୁଟେ ବ୍ୟବଧାନରେ କିସମ ପରବର୍ତ୍ତିନର ଅଭିଯୋଗ ଉଠିଛି ।
ଆଉ ଏକ ସମସ୍ୟା ହେଉଛି, ରେଳବାଇ ଏବଂ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଅଧିନରେ ଥିବା ଜାଗାରେ ଜନବସତି ଥିଲେ ବି କାହାକୁ ପଟ୍ଟା ମିଳିପାରିବ ନାହିଁ । କାରଣ ଏହା ରେଡ୍ ଜୋନ୍ ବୋଲି ସର୍ଭେ ହୋଇପାରୁନି । ଏଭଳି ୪୭୧ଟି ବସ୍ତିରୁ ୧୩୩ଟି ବସ୍ତି ରେଡ୍ ଜୋନରେ ଥିବାବେଳେ ଅନ୍ୟସ୍ଥାନ ଗୁଡ଼ିକରେ ହିତାଧିକାରୀ ଚିହ୍ନଟରେ ସ୍ବଚ୍ଛତାକୁ ନେଇ ପ୍ରଶ୍ନ ଉଠୁଛି । ତେବେ ମେୟର କହିଛନ୍ତି, ଯେଉଁଠୁ ଯାହା ଅଭିଯୋଗ ଆସୁଛି, ତାକୁ ସମାଧାନ କରାଯାଉଛି ।
ମାଲକାନଗିରି ମ୍ୟୁନିସିପାଲିଟିରେ ବି ଆଗେଇ ପାରୁନି ଜାଗା ମିଶନ । ଏଠିଥିବା ୩୧ଟି ବସ୍ତିରେ ୨,୪୩୨ଟି ଘର ପ୍ରଥମ ପର୍ଯ୍ୟାୟରେ ସର୍ଭେ କରାଯାଇଥିଲା l ତା ମଧ୍ୟରୁ କେବଳ ୧,୧୪୭ ଜଣଙ୍କୁ ଜମି ଅଧିକାର ପ୍ରମାଣପତ୍ର ତଥା LRC ଦିଆଯାଇଥିବାବେଳେ ବଞ୍ଚିତ ଅଛନ୍ତି ୧,୧୨୭ ଜଣ । ଅଧିକାଂଶ ଦିନ ମଜୁରିଆ ଥିବାରୁ ସ୍ଥାନୀୟ ଜମିର ବେଞ୍ଚ ମାର୍କ ଭାଲୁଆସନର ୨୫% ଟଙ୍କା ପୈଠ କରିପାରୁନାହାଁନ୍ତି ।
ସେପଟେ ବାଲେଶ୍ୱର ସହରରେ ପ୍ରତିବନ୍ଧକ ସାଜିଛି ଜବରଦଖଲ ସମସ୍ୟା । ବସଷ୍ଟାଣ୍ଡ ଓ ରେଳଷ୍ଟେସନର ଉନ୍ନତିକରଣ ପାଇଁ ସ୍ଥାନ୍ତାନ୍ତର ହେବେ ଗୋଧିବସା ବସ୍ତିବାସିନ୍ଦା । କିନ୍ତୁ ଜବରଦଖଲ ସମସ୍ୟା ଯୋଗୁ ଜାଗା ଚିହ୍ନଟ ହୋଇପାରୁନାହିଁ କିମ୍ବା ଦୂର ଯାଗାରେ ରହିବାକୁ ଚାହୁଁନାହାଁନ୍ତି ଗୋଧିବସା ବସ୍ତିବାସିନ୍ଦା ।
ରାଜ୍ୟର ପ୍ରାୟ ୩ ହଜାର ବସ୍ତିରେ ୧୮ ଲକ୍ଷ ଲୋକ ବାସ କରୁଥିବାବେଳେ ଆସନ୍ତା ୨୮ରେ ଭୁବନେଶ୍ୱର ପାଇଁ ୩ଟି ଯାଗାରେ ଜମିପଟ୍ଟା ଦେବେ ରାଜ୍ୟ ସରକାର । ତେବେ ଅନ୍ୟସ୍ଥାନର ହିତାଧିକାରୀଙ୍କ କେବେ ତୁଟିବ ସମସ୍ୟା ? ଜାଗା ମିଶନ ଜରିଆରେ କେବେ ପାଇବେ ଜମି ପଟ୍ଟା ? ତାକୁ ଅପେକ୍ଷା ।
]]>ସରକାରୀ ଗାଡ଼ିର ଅପବ୍ୟବହାର ହେଉଛି କି ? ସରକାରୀ ବାବୁମାନେ ଚଢୁଥିବା ଗାଡି ବାବଦକୁ ଖର୍ଚ୍ଚରେ ହେଉଛି କି ହେରଫେର? ଭଡା ଗାଡି ବାବଦକୁ ଖର୍ଚ୍ଚ ପାଇଁ ଅର୍ଥ ବିଭାଗର ନୂଆ ଗାଇଡଲାଇନ ପରେ ଉଠିଛି ଏମିତି ପ୍ରଶ୍ନ। ରାଜ୍ୟରେ କେବଳ ମନ୍ତ୍ରୀ, ସଚିବ, ଜିଲ୍ଲାପାଳ ଓ ଜଜମାନଙ୍କ ପାଇଁ ସରକାରୀ ଗାଡ଼ି ଦିଆଯାଉଥିବା ବେଳେ ଅନ୍ୟ ସମସ୍ତ ସ୍ତରର ଅଧିକାରୀଙ୍କ ପାଇଁ ଭଡ଼ା ଗାଡି ବ୍ୟବହାର କରାଯାଉଛି। ଗାଡ଼ି ବ୍ୟବହାର ପାଇଁ ଭଡ଼ା ଏବଂ ମାଇଲେଜର ପୁନଃ ନିର୍ଦ୍ଧାରଣ କରିଛି ଅର୍ଥ ବିଭାଗ।
ତେଲ ଖର୍ଚ୍ଚ ବାଦ କେବଳ ମାସିକ ଭଡା ବାବଦକୁ କିଏ କେତେ ଟଙ୍କା ଖର୍ଚ୍ଚ କରିପାରିବ, ନଜର ପକାନ୍ତୁ ଏହି ତାଲିକା ଉପରେ। ଜିଲ୍ଲାପାଳ, ଏସପି ଏବଂ ସେହି ରାଙ୍କର ଅଧିକାରୀ ୩୭ ହଜାର ଭଡା ଦେଇ ଗାଡି ଚଢି ପାରିବେ। ପ୍ରମୁଖ ସଚିବ ଏବଂ ସଚିବ ରାଙ୍କର ଅଧିକାରୀଙ୍କ ପାଇଁ ୩୦ ହଜାର ଟଙ୍କା ସୀମା ନିର୍ଦ୍ଧାରଣ ହୋଇଛି। ସର୍ବୋଚ୍ଚ ସ୍ତରର ଅଧିକାରୀ ଏବଂ ମନ୍ତ୍ରୀଙ୍କ ପାଇଁ ୪୨ ହଜାର ଟଙ୍କା ରଖାଯାଇଛି।
ସେହିପରି ବିଡିଓ କିମ୍ବା ତହସିଲଦାର ୩୧ ହଜାର ଟଙ୍କା ଯାଏଁ ଗାଡ଼ି ବାବଦକୁ ଭଡା ଦେଇପାରିବେ। ଜିଲ୍ଲା ବା ରେଞ୍ଜ୍ ସ୍ତର, ବିଭାଗୀୟ ନିର୍ଦ୍ଦେଶାଳୟ, ସଚିବାଳୟର ଅଧିକାରୀ ୨୦ ହଜାର ଟଙ୍କା ଭଡା ଦେଇପାରିବେ। ସ୍ୱତନ୍ତ୍ର ସଚିବ, ଅତିରିକ୍ତ ସଚିବ ପାହ୍ୟାର ଅଧିକାରୀଙ୍କୁ ଗାଡି ଭଡା ବାବଦକୁ ସର୍ବାଧିକ ୨୬ ହଜାର ଟଙ୍କା ଦେବେ ସରକାର। ସେହିପରି ସରକାରୀ କଲେଜ, ବିଶ୍ବବିଦ୍ୟାଳୟ, ପ୍ରଶିକ୍ଷଣ କେନ୍ଦ୍ର ପାଇଁ ମିନି ବସ ବାବଦକୁ ସରକାର ଦେବେ ୮୫ ହଜାର ଟଙ୍କା।
ପ୍ରଶ୍ନ ଉଠୁଛି କାହିଁକି ଗାଡ଼ି ବାବଦକୁ ଭଡ଼ାର ପୁନଃ ନିର୍ଦ୍ଧାରଣ କଲେ ସରକାର ? କିଛି ଅନିୟମିତତାର ଅଭିଯୋଗ ପାଇଲେ କି ? ଭଡ଼ା ପରିବର୍ତ୍ତନ ପରେ ବଢିବ କି ସରକାରୀ ଅଧିକାରୀଙ୍କ ଫିଲ୍ଡ ଭିଜିଟ୍ ? ଅନେକ ସମୟରେ ସରକାରୀ ଅଧିକାରୀମାନେ ଭଡା ବାବଦକୁ ଦିଆଯାଉଥିବା ଅର୍ଥର ହେରଫେର କରୁଥିବା ଅଭିଯୋଗ କରିଛନ୍ତି ସୂଚନା ଅଧିକାର କର୍ମୀ। ଏମିତି କି ଅନେକ ଅଧିକାରୀ, ସରକାରୀ ଗାଡିକୁ ନିଜ ବ୍ୟକ୍ତିଗତ କାମରେ ମଧ୍ୟ ବ୍ୟବହାର କରୁଥିବା ନଜିର ଥିବା କହିଛନ୍ତି। ପୂର୍ବତନ ପ୍ରଶାସକଙ୍କ ମତରେ ପୂର୍ବରୁ ମଧ୍ୟ ସରକାରୀ ନିୟମରେ ଏମିତି ଗାଇଡଲାଇନ୍ ଥାଇ ହେରଫେର ହୁଏ। ଏବେ ହୁଏତ କିଛି ମାତ୍ରାରେ କମିପାରେ ହେଲେ ସଂପୂର୍ଣ୍ଣ ବନ୍ଦ ହେବା ଅସମ୍ଭବ।
]]>ଦୁର୍ନୀତି ଅଭିଯୋଗ ଆସିଥିବା IAS ଅଫିସରଙ୍କୁ ଘଣ୍ଟ ଘୋଡ଼ାଉଛନ୍ତି କି ରାଜ୍ୟ ସରକାର? ଆଇଏଏସ୍ ଅଫିସରଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିବା ପରେ ବି କାହିଁକି ହେଉନି କାର୍ଯ୍ୟାନୁଷ୍ଠାନ? ସୂଚନା ଅଧିକାର ଆଇନ ବଳରେ ମିଳିଥିବା ଏ ତଥ୍ୟ କହୁଛି, ୨ ହଜାରରୁ ୨୦୨୨ ଭିତରେ ରାଜ୍ୟର ମୋଟ ୪୫ ଜଣ ଆଇଏଏସ ଅଫିସରଙ୍କ ବିରୋଧରେ ଆସିଛି ଦୁର୍ନୀତି ଅଭିଯୋଗ। ଏନେଇ ଭିଜିଲାନ୍ସଠାରୁ ଅଭିଯୋଗ ପାଇଛି ସାଧାରଣ ପ୍ରଶାସନ ବିଭାଗ।
ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଲା, ସେମଧ୍ୟରୁ ୨୮ ଜଣ ଆଇଏଏସ ଅଧିକାରୀଙ୍କ ବିରୋଧରେ ମୋକଦ୍ଦମା ରୁଜୁ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା ସାଧାରଣ ପ୍ରଶାସନ ବିଭାଗ ଅନୁମତି ମିଳିନାହିଁ। ସେମାନଙ୍କ ବିରୋଧରେ ପ୍ରସିକ୍ୟୁସନ ପାଇଁ ମନା କରାଯାଇଛି କିମ୍ବା ଆବଶ୍ୟକତା ନଥିବା ଦର୍ଶାଯାଇଛି। ଅନ୍ୟପକ୍ଷରେ ବିଭାଗ କେବଳ ୧୭ ଜଣ ଆଇଏଏସଙ୍କ କ୍ଷେତ୍ରରେ ମୋକଦ୍ଦମା ରୁଜୁ ପାଇଁ ଅନୁମତି ଦେଇଛି। ତେବେ ବାକି ୨୮ ଜଣଙ୍କ କ୍ଷେତ୍ରରେ କାହିଁକି ଅନୁମତି ମିଳିନି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଏ ସଂପର୍କରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।
ସୂଚନା ଅଧିକାର ତଥ୍ୟ ଅନୁସାରେ ରାଜ୍ୟ ସରକାର ୨୦୦୦ରୁ ୨୦୨୨ ମସିହା ଭିତରେ କେବଳ ଜଣେ ଆଇଏଏସ୍ ଅଫିସରଙ୍କୁ ଚାକିରିରୁ ବହିଷ୍କୃତ କରିଛନ୍ତି। କୋର୍ଟରେ ଦଣ୍ଡିତ ହେବା କାରଣରୁ ଗ୍ରାମ୍ୟ ଗୃହ ନିର୍ମାଣ ବିକାଶ ବିଭାଗ ଦୁର୍ନୀତିରେ ଜଡ଼ିତ ଥିବା ୧୯୮୯ ବ୍ୟାଚର ଆଇଏଏସ ଅଫିସର ବିନୋଦ କୁମାର ଚାକିରିରୁ ବହିଷ୍କୃତ ହୋଇଥିଲେ। ଆଉ ୬ ଜଣଙ୍କୁ ଦୁର୍ନୀତି କାରଣରୁ ସରକାର ପ୍ରଥମେ ନିଲମ୍ବନ କରିଥିଲେ ସୁଦ୍ଧା ଏମାନଙ୍କ ମଧ୍ୟରୁ ଅଧିକାଂଶ ପରେ ଚାକିରିରେ ପୁନଃ ଅବସ୍ଥାପିତ ହୋଇଛନ୍ତି। ଦୁର୍ନୀତି ଅଭିଯୋଗରେ ନିଲମ୍ବିତ ହୋଇଥିବା ୬ ଆଇଏଏସଙ୍କ ମଧ୍ୟରେ ଅଛନ୍ତି ପ୍ରଶାନ୍ତ କୁମାର ନାୟକ, ମୃଣାଳିନୀ ଦର୍ଶଓ୍ବାଲ, ଜାନକୀବଲ୍ଲଭ ମିଶ୍ର, ଦେବରାଜ ମିଶ୍ର, ପାର୍ଥସାରଥୀ ମିଶ୍ର ଓ ବିଜୟ କେତନ ଉପାଧ୍ୟାୟ।
]]>ଗଞ୍ଜେଇ ବ୍ୟାନ୍ ପାଇଁ ଭାରତ ଓ ଓଡ଼ିଶା ସରକାରଙ୍କୁ ଚିଠି ଲେଖିଥିଲେ ବାବା ବଳିଆ । ଓଡ଼ିଶା ସରକାର ବ୍ୟାନ୍ କରିଥିବାରୁ ମୁଁ ବହୁତ ଖୁସି ବୋଲି ସେ କହିଛନ୍ତି ।
ଏଣିକି ଶୈବପୀଠରେ ବ୍ୟବହାର କରିହେବନି ଗଞ୍ଜେଇ । ଶୈବପୀଠ ମାନଙ୍କରେ ଗଞ୍ଜେଇ ବ୍ୟବହାର ନିଷେଧ ପାଇଁ ନିର୍ଦ୍ଦେଶ ହୋଇଛି । ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏନେଇ ସମସ୍ତ ଜିଲ୍ଲାପାଳ ଓ ଏସ୍ପିଙ୍କୁ ଚିଠି ଲେଖି ପଦକ୍ଷେପ ନେବା ପାଇଁ କୁହାଯାଇଛି । ଗଞ୍ଜେଇ ବ୍ୟବହାର ବନ୍ଦ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ରହିଛି ।
ପୂର୍ବରୁ ରାଜ୍ୟର ପ୍ରାୟ ସମସ୍ତ ଶୈବପୀଠ ଗୁଡ଼ିକରେ ଗଞ୍ଜେଇ ବ୍ୟବହାର କରାଯାଉଥିଲା ।
]]>
ଫଳରେ ଆପାର୍ଟମେଣ୍ଟ ପଂଜୀକରଣ ଲାଗି ବାଟ ଫିଟିବ ବୋଲି ଯାହା କୁହାଯାଉଥିଲା, ତାହା ପୁଣି ଅଟକି ଯାଇଛି । ସେପଟେ ୬ଦିନ ପୂର୍ବରୁ ବିଧାନସଭା ବନ୍ଦ ହେବା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ।
ପୁଣି ଥରେ ଅଟକିବ କି ଆପାର୍ଟମେଣ୍ଟ ପଂଜୀକରଣ ? ଆପାର୍ଟମେଣ୍ଟ ମାଲିକ ଯେଉଁ ସମସ୍ୟା ଭୋଗୁଛନ୍ତି ତାର ସମାଧାନ କେବେ ହେବ ? ଏଭଳି ପ୍ରଶ୍ନ ଏଥିପାଇଁ ଉଠୁଛି, କାହିଁକିନା ବିଧାନସଭାରେ ଉପସ୍ଥାପିତ ହୋଇଥିବା ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ବିଲ୍ ପ୍ରତ୍ୟାହୃତ ହୋଇଛି ।
ଏହି ବିଲ୍ ଆସିବା ପରେ ଆପାର୍ଟମେଣ୍ଟ ମାଲିକଙ୍କ ମନରେ ସେମାନଙ୍କ ଦୀର୍ଘଦିନର ସମସ୍ୟା ସମାଧାନ ନେଇ ଆଶା ସଂଚାର ହୋଇଥିଲା । ପ୍ରସ୍ତାବିତ ବିଲ୍ରେ ଆପାର୍ଟମେଣ୍ଟ ଆସୋସିଏସନକୁ ଅଧିକ କ୍ଷମତା, ଆପାର୍ଟମେଣ୍ଟର କମନ୍ ଏରିଆ ବିଲ୍ଡର ବଦଳରେ ଆସୋସିଏସନ୍ ହାତରେ ରହିବା ଏବଂ ଆପାର୍ଟମେଣ୍ଟ ପଂଜୀକରଣ ସୁବିଧାରେ କରିବା ଲାଗି ବ୍ୟବସ୍ଥା ଥିଲା ।
ତେବେ ବିଲ୍ ପ୍ରତ୍ୟାହାର କରିବା ପରେ ରାଜ୍ୟ ସରକାରଙ୍କ ଉପରେ ଦୋଷ ଲଦିଛନ୍ତି ରିଏଲ୍ ଇଷ୍ଟେଟ୍ କର୍ମୀ । ବିଲଡରଙ୍କ ଚାପରେ ସରକାର ଏହି ବିଲ୍ ପ୍ରତ୍ୟାହାର କରିଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି । ସେପଟେ କ୍ରେଡାଇ କହିଛି ଏହି ବିଲ୍ ପ୍ରତ୍ୟାହର ହେବା ପରେ ପଂଜୀକରଣ ଆଉ ହୋଇ ପାରିବନାହିଁ ।
ସେପଟେ ଓଡ଼ିଶା ରାଜ୍ୟ ପଛୁଆ ବର୍ଗ ଆୟୋଗ ସଂଶୋଧନ ବିଲ୍, ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଏବଂ ଭୂଅର୍ଜନ, ପୁନର୍ବାସ ଓ ଥଇଥାନ ସଂଶୋଧନ ବିଲ୍ ବି ପ୍ରତ୍ୟାହାର ହୋଇଛି । ଅନ୍ୟପଟେ ଧାର୍ଯ୍ୟ ସମୟର ୬ ଦିନ ଆଗରୁ ଅର୍ଥାତ ୪ଟି କାର୍ଯ୍ୟ ଦିବସ ପୂର୍ବରୁ ବିଧାନସଭାର ବଜେଟ୍ ଅଧିବେଶନ ଶେଷ ହୋଇଥିବାରୁ ଶାସକ ଦଳ ଉପରେ ବର୍ଷିଛନ୍ତି ବିରୋଧୀ ।
ସରକାର ଭୟରେ ପଳାୟନପନ୍ଥୀ ହେଲେ ବୋଲି ଅଭିଯୋଗ କରିଛନ୍ତି ବିରୋଧୀ ଦଳ ନେତା । ରାଜ୍ୟରେ ଡୁପ୍ଲିକେଟ୍ ସରକାର, ଡୁପ୍ଲିକେଟ୍ 5T ବିଭାଗ କହି ସେ ସରକାରଙ୍କୁ କଡା ସାମାଲୋଚନା କରିଛନ୍ତି । ସେପଟେ ମୁଖ୍ୟମନ୍ତ୍ରୀ ଜାପାନ ଯିବେ, ଅର୍ଥାତ ମହାନାଦୀ ଆଲୋଚନା ବେଳେ ଅନୁପସ୍ଥିତ ରହିବେ ।
ତେଣୁ ଠିକ୍ ବାର୍ତ୍ତା ଯିବନି ଭାବି ବିଧାନସଭାକୁ ଆଗୁଆ ବନ୍ଦ କରିଦେଲେ ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଶାସକ ଦଳ ଏହାର ଜବାବ ରଖିଛି । ପ୍ରତ୍ୟାହାର ହୋଇଥିବା ବିଲଗୁଡ଼ିକୁ ଆଗକୁ ଅଧ୍ୟାଦେଶ ଆକାରରେ ସରକାର ଆଣିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
ଭୁବନେଶ୍ୱରରୁ କପିଳେନ୍ଦ୍ର ପ୍ରଧାନ ଓ ହରିହର ଚାନ୍ଦଙ୍କ ରିପୋର୍ଟ, ଓଟିଭି
]]>ଏଲ୍ ଆଣ୍ଡ୍ ଟି ଘଟଣା ପରେ ଏବେ ହୋମାଗାର୍ଡଙ୍କ ଭତ୍ତା ମାମଲା । ବର୍ଷ ବର୍ଷର ଲଢ଼େଇ ପରେ ପୁଣି ଓଡ଼ିଶା ସରକାରଙ୍କୁ ସୁପ୍ରିମ୍ ଝଟକା । ସୁପ୍ରିମକୋର୍ଟଙ୍କ ରାୟ ପରେ ରାଜ୍ୟ ସରକାରଙ୍କୁ ଘେରିଲେ ବିରୋଧୀ। ହୋମଗାର୍ଡଙ୍କୁ ଦୈନିକ ୫୩୩ ଟଙ୍କାର ଭତ୍ତା ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । କେବଳ ଏତିକି ନୁହେଁ, ପିଛିଲା ଭାବେ ୨୦୧୮ ଜୁନ୍ ପହିଲାରୁ ବର୍ଦ୍ଧିତ ପ୍ରାପ୍ୟକୁ ଲାଗୁ କରିବାକୁ ଏବଂ ବକେୟା ଭତ୍ତାକୁ ଆଗାମୀ ୩ ମାସ ଭିତରେ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ ।
ସୂଚନା ଅନୁସାରେ, ହୋମଗାର୍ଡ ବା ଗୃହରକ୍ଷୀଙ୍କ ଦୈନିକ ଭତ୍ତା ନବଢ଼ାଇବା ଜିଦରେ ବିଗତ ପ୍ରାୟ ୫ ବର୍ଷ ହେଲା ନ୍ୟାୟିକ ଲଢ଼େଇ ଲଢ଼ୁଥିଲେ ରାଜ୍ୟ ସରକାର । ପ୍ରଥମେ ହାଇକୋର୍ଟରୁ ଦୁଇଦୁଇ ଥର ଏବଂ ଗତ ୧୭ ତାରିଖରେ ସୁପ୍ରିମକୋର୍ଟରୁ ବି ରାଜ୍ୟ ସରକାରଙ୍କୁ ନିରାଶ ହେବାକୁ ପଡ଼ିଛି । ସେପଟେ ଆଗାମୀ ୩ ମାସ ଭିତରେ ପିଛିଲା ପ୍ରାପ୍ୟ ଦିଆନଗଲେ ପୁଣି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି ଆବେଦନକାରୀ ହୋମଗାର୍ଡ ।
ଏବେ ରାଜ୍ୟରେ କାର୍ଯ୍ୟରତ ଅଛନ୍ତି ୧୭ ହଜାର ୭୭୫ ହୋମ୍ଗାର୍ଡ। ୨୦୧୫ରେ ସୁପ୍ରିମକୋର୍ଟ ଏବଂ ୨୦୧୬ରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ସବୁ ରାଜ୍ୟର ହୋମାଗାର୍ଡଙ୍କୁ ସର୍ବନିମ୍ନ ଦୈନିକ ଭତ୍ତା ଦେବାକୁ ଚିଠି କରିଥିବା ବେଳେ, ୨୦୧୬ରେ ତତ୍କାଳୀନ ଡିଜି ମଧ୍ୟ କନଷ୍ଟେବଲଙ୍କ ଦରମା ହାରକୁ ବିଚାର କରି ହୋମଗାର୍ଡଙ୍କୁ ଦୈନିକ ଭତ୍ତା ୫୩୩ ଟଙ୍କା ଦେବାକୁ ସରକାରଙ୍କୁ ସୁପାରିଶ କରିଥିଲେ।
ଅନ୍ୟପକ୍ଷରେ ଏଭଳି ହେଲେ ହୋମଗାର୍ଡଙ୍କ ଭତ୍ତା, ଠିକା କନଷ୍ଟେବଲଙ୍କ ଦରମା ହାରଠୁ ଟପିଯିବ ବୋଲି ଯୁକ୍ତି ଦର୍ଶାଇ, ବର୍ଦ୍ଧିତ ଦରମା ଲାଗୁ କରିନଥିଲେ ରାଜ୍ୟ ସରକାର । ଫଳରେ ହୋମଗାର୍ଡ ଆନ୍ଦୋଳନ ତୀବ୍ର ହୋଇଥିଲା । ତେବେ ରାଜ୍ୟ ସରକାର ରାଜକୋଷରୁ ଅର୍ଥଶ୍ରାଦ୍ଧ କରି କୋର୍ଟ କଚେରୀରେ ବର୍ଷ ବର୍ଷ ଧରି ଆଇନଗତ ଲଢ଼େଇ ଲଢ଼ିବା ସତ୍ତ୍ୱେ, ସୁପ୍ରିମକୋର୍ଟରୁ ଝଟକା ଲାଗିବା ପରେ, ତୀବ୍ର ସମାଲୋଚନା କରିଛନ୍ତି ବିରୋଧୀ । ବିଜେଡି ମଧ୍ୟ ଏହାର ଜବାବ ରଖିଛି ।
ଗତବର୍ଷ 'ଏଲ୍ ଆଣ୍ଡ୍ ଟି' ମାମଲାରେ ବି ଠିକ୍ ଏଇ ଭଳି ସୁପ୍ରିମ୍ ଝଟକା ଲାଗିଥିଲା ରାଜ୍ୟ ସରକାରଙ୍କୁ । କଂପାନୀକୁ ୨୦ କୋଟିର ବକେୟା ନଦେଇ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ହାରିବା ପରେ, ରାଜକୋଷରୁ ଗଣିବାକୁ ପଡ଼ିଛି ଶହେ କୋଟିରୁ ଅଧିକ ଟଙ୍କା ।
(ରିପୋର୍ଟ- ଭଦ୍ରକରୁ ପାର୍ଥସାରଥୀ ନାୟକ, ବାରିପଦାରୁ ମାଣିକଲାଲ ପାଣି, କଟକରୁ ଗୌତମ ପଣ୍ଡା ଓ ଭୁବନେଶ୍ୱରରୁ ଜଗଦୀଶ ଦାସ)
]]>ଦିଆଯାଇଥିବା ସୂଚନା ଅନୁସାରେ ଗ୍ରୁପ୍-ଏ ବା ବି’ କର୍ମଚାରୀଙ୍କୁ ଇଲେକ୍ଟ୍ରି କାର୍ ପାଇଁ ଆଡଭାନ୍ସ ମିଳିବ । ସେହିପରି ଗ୍ରୁପ୍ ସି’ ଓ ଡି’ କର୍ମଚାରୀଙ୍କୁ ଦୁଇ ଚକିଆ ଯାନ କିଣିବାକୁ ଅଗ୍ରୀମ ଟଙ୍କା ଦେବେ ସରକାର । ଗ୍ରୁପ୍-ଏର କର୍ମଚାରୀ ମାନେ କିଣିବାକୁ ଥିବା କାର୍ ଦାମ୍ର ୭୫% ଦେବେ ସରକାର ।
ଅର୍ଥାତ୍ ସର୍ବାଧିକ ୧୫ଲକ୍ଷ ଟଙ୍କା ଆଡଭାନ୍ସ ବାବଦକୁ କର୍ମଚାରୀମାନଙ୍କୁ ମିଳିବ । ଅନ୍ୟପଟେ ଗ୍ରୁପ୍ ସି’ ଓ ଡି’ କର୍ମଚାରୀଙ୍କୁ ଦୁଇ ଚକିଆ କିଣିବାକୁ ଆଡଭାନ୍ସ ଆକାରରେ ଗାଡି ମୂଲ୍ୟର ୭୫% ବା ସର୍ବାଧିକ ୨ ଲକ୍ଷ ପର୍ଯ୍ୟନ୍ତ ଆଡଭାନ୍ସ ଦିଆଯିବ ବୋଲି କୁହାଯାଇଛି ।
ତାହାସହ ସରକାର ଦେଇଥିବା ଏହି ଟଙ୍କା ସର୍ବାଧିକ ୧୦୦ଟି ମାସିକିଆ କିସ୍ତିରେ ଦରମାରୁ ଭରଣା କରାଯିବ । ଇଭି ଆଡଭାନ୍ସ ନେଇ ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ନୋଟିସ୍ ଜାରି କରାଯାଇଛି ।
ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପାଉଥିବାରୁ ବୈଦ୍ୟୁତିକ ଯାନର ଚାହିଦା ବଢ଼ିବାରେ ଲାଗିଛି । ବିଭିନ୍ନ କମ୍ପାନୀ ପକ୍ଷରୁ ବଜାରରେ ବୈଦ୍ୟୁତିକ ଯାନ ଉପଲବ୍ଧ ହେଲାଣି । ସାଧାରଣ ଲୋକମାନେ ବର୍ତ୍ତମାନ ବୈଦ୍ୟୁତିକ ଯାନ ପ୍ରତି ଆକୃଷ୍ଠ ହେଉଛନ୍ତି ।
]]>ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଖାଲି ପଡ଼ିଥିବା ପଦବୀ ପୂରଣ କରିବା ପାଇଁ ୨୦ ହଜାର କନିଷ୍ଠ ଶିକ୍ଷକ(Junior Teachers)ଙ୍କୁ ନିୟୋଜିତ କରାଯିବ। ଏହା ମାଧ୍ୟମରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ତରରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ତାଲିମ୍ପ୍ରାପ୍ତ ଯୁବକ/ଯୁବତୀ ନିୟୋଜିତ ହେବେ।
୫୪ ହଜାର ବରିଷ୍ଠ ଶିକ୍ଷକ ଓ ପ୍ରଧାନ ଶିକ୍ଷକଙ୍କର ପଦୋନ୍ନତି ପାଇଁ ‘ରେସିଡେନ୍ସି ପିରିୟଡ୍’ କୋହଳ କରିବାରୁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି। ସେହିପରି ୭,୫୪୦ ଜଣ ସରକାରୀ ମାଧ୍ୟମିକ ଶିକ୍ଷକ ନିଯୁକ୍ତି ନିମନ୍ତେ ବିଜ୍ଞପ୍ତି ପ୍ରକାଶିତ ହୋଇଛି। ରାଜ୍ୟରେ ଥିବା ସରକାରୀ ମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକରେ ଶିକ୍ଷକ ଅଭାବ ସମସ୍ୟା ଦୂର କରିବାକୁ ୬୦୨୫ଟି ଏଲଟିଆର୍(ଛୁଟି ଓ ପ୍ରଶିକ୍ଷଣ ପାଇଁ ସଂରକ୍ଷିତ ପଦବୀ) ଶିକ୍ଷକ ପଦବୀ ପୂରଣ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି।
ଜାଣି ଆଶ୍ଚର୍ଯ୍ୟ ଲାଗେ ଯେ, ଖୋଦ୍ ଆଇଟି ବିଭାଗରେ ୪ ବର୍ଷ ହେଲାଣି କାମ କରୁନି ଇ-ଡେସପାଚ୍ ବ୍ୟବସ୍ଥା। ସେପଟେ ବିଭାଗୀୟ ମନ୍ତ୍ରୀ କହିଛନ୍ତି, ସବୁ ବିଭାଗକୁ ଏନେଇ ସଚେତନ କରାଯିବ।
ଇ-ଶାସନ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ୧୫ ବର୍ଷ ତଳେ ଆରମ୍ଭ କରିଥିଲେ ଉଦ୍ୟମ। ଉଦ୍ଦେଶ୍ୟ ଥିଲା, ସଚିବାଳୟ, ଜିଲ୍ଲା ଓ ବ୍ଳକ୍ସ୍ତରରେ ସମସ୍ତ ଅଫିସ୍ରେ ହାତରେ ଫାଇଲ୍ ନେବା ଆଣିବା ବନ୍ଦ କରିବା ଏବଂ ସମସ୍ତ ବିଭାଗୀୟ ଫାଇଲ ଓ ଚିଠିପତ୍ରକୁ ଅନ୍ଲାଇନ୍ରେ ପଠାଇବା। ଏଥିପାଇଁ ଆରମ୍ଭ ହୋଇଥିଲା ଅନ୍ଲାଇନ୍ ବ୍ୟବସ୍ଥା ଇ-ଡେସପାଚ୍।
ଓଡ଼ିଶା ସେକ୍ରେଟାରିଏଟ୍ ଓ୍ୱାର୍କଫ୍ଳୋ ଅଟୋମେସନ୍ ସିଷ୍ଟମ୍ ବା OSWAS ଜରିଆରେ ଲୋକସେବା ଭବନର ଫାଇଲ୍ ଓ ଚିଠିପତ୍ର ଅନ୍ଲାଇନ୍ରେ ପଠାଇବା ବ୍ୟବସ୍ଥା କରାଗଲା। ଜିଲ୍ଲା ଓ ବ୍ଲକ୍ ସ୍ତରରେ ଥିବା ଅଫିସ୍ଗୁଡ଼ିକୁ ରାଜ୍ୟବ୍ୟାପୀ ଅଞ୍ଚଳ ନେଟ୍ୱର୍କ ବା SWANରେ ଯୋଡ଼ାଯାଇଥିଲା।
ହେଲେ ଦେଖାଯାଇଛି ଯେ, ଗତ ୪ ବର୍ଷ ହେଲା ଇ-ଡେସ୍ପାଚ୍ରେ ଅଧିକାଂଶ ବିଭାଗ ଆଉ ଚିଠି ପଠାଉ ନାହାନ୍ତି। ପ୍ରଶାସନ, କୃଷି, ସୂଚନା ଓ ଲୋକସଂପର୍କ ଭଳି କିଛି ବିଭାଗରେ କାମ କରୁନି ଇ-ଡେସ୍ପାଚ୍। ଖୋଦ୍ ଇଲେକଟ୍ରୋନିକ୍ସ ଓ ଆଇଟି ବିଭାଗର ପ୍ରମୁଖ ସଚିବ ବି ଚିଠି ପଠାଉ ନାହାନ୍ତି ଅନ୍ଲାଇନ୍ରେ। ଫଳରେ ସରକାରୀ ବିଭାଗରେ ସ୍ୱଚ୍ଛତା ରହିଛି କି ନାହିଁ, ଏବେ ଆଉ ତାକୁ କେହି ଦେଖିବାର କି ଜାଣିବାର ସୁଯୋଗ ନାହିଁ।
ରାଜ୍ୟରେ ଇ-ଶାସନ ପ୍ରଚଳନରେ ଆଇଟି ବିଭାଗ ଓ ଏହାର ରାଜ୍ୟ ନୋଡାଲ୍ ଏଜେନ୍ସି - ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର-ଓକାକ୍ର ପ୍ରମୁଖ ଭୂମିକା ରହିଛି। ଭବନର ଓସ୍ୱାସ୍ ଓ ରାଜ୍ୟରେ ଚାଲୁଥିବା ସ୍ୱାନର ତଦାରଖ ଦାୟିତ୍ୱ ରହିଛି ଆଇଟି ବିଭାଗ ଓ ଓକାକ୍ ହାତରେ। ହେଲେ ଆଶ୍ଚର୍ଯ୍ୟର କଥା ଏହି ଦୁଇ ସଂସ୍ଥାର ଶୀର୍ଷ ଅଧିକାରୀ ଗତ ୪ ବର୍ଷରେ ଗୋଟିଏ ବି ଚିଠି ଅନ୍ଲାଇନ୍ ମାଧ୍ୟମରେ ପଠାଇ ନାହାନ୍ତି।
ଇ-ଡେସ୍ପାଚ୍ ବ୍ୟବସ୍ଥା ନଚାଲୁ, ହେଲେ ଆଇଟି ସଚିବଙ୍କୁ କିନ୍ତୁ ପଦୋନ୍ନତି ଦେଉଛନ୍ତି ସରକାର। ପୂର୍ବରୁ ତିନି ବର୍ଷ ଧରି ଆଇଟି ବିଭାଗର ସଚିବ ଥିବା ମନୋଜ ମିଶ୍ରଙ୍କୁ ରାଜ୍ୟ ସରକାର ନିକଟରେ ଠିକାରେ ପ୍ରମୁଖ ସଚିବ ପଦକୁ ପଦୋନ୍ନତି ଦେଇଛନ୍ତି। ଏନେଇ ଆମେ ମନୋଜ ମିଶ୍ରଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ ବି ତାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ
(ଭୁବନେଶ୍ୱରରୁ ଲକ୍ଷ୍ମୀନାରାୟଣ କାନୁନ୍ଗୋଙ୍କ ରିପୋର୍ଟ)
]]>As a measure to control population & impart family planning lessons, #Odisha Government is all set to rope in mothers-in-law along with daughters-in-law. The 'Saas-Bahu' summits will be conducted twice in a year & #ASHAs will arrange the meetings. #OdishaCares
— H & FW Dept Odisha (@HFWOdisha) January 16, 2023
ପରିବାର ନିୟୋଜନ ନେଇ ଓଡ଼ିଶା ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଟୁଇଟ କରାଯାଇଛି । ଜନସଂଖ୍ୟା ନିୟନ୍ତ୍ରଣ ଏବଂ ପରିବାର ନିୟୋଜନ କ୍ଷେତ୍ରରେ ଉପଲବ୍ଧି ହାସଲ କରିବାକୁ ରାଜ୍ୟ ସରକାର ଶାଶୁ ବୋହୁ ସମିଟ୍ ଆରମ୍ଭ କରିବାକୁ ଯାଉଛନ୍ତି । ଏହା ସହ ଏଥିରେ କୁହାଯାଇଛି ଯେ, ବର୍ଷକୁ ଦୁଇ ଥର ଏହା ସମସ୍ତ ଅଞ୍ଚଳରେ ଆୟୋଜିତ ହେବ । ଆଶା କର୍ମୀମାନେ ଏହାର ଆୟୋଜନ ଦାୟିତ୍ୱ ନେବେ । କେତେକ ସ୍ଥାନରେ ଏହା ଆୟୋଜିତ ହୋଇଥିବା ବେଳେ ସରକାର ଏହାକୁ ଏବେ ବ୍ୟାପକ ରୂପ ଦେବାକୁ ଯାଉଛନ୍ତି ।
ପ୍ରଥମ ସନ୍ତାନ ଜନ୍ମର କେତେ ଦିନ ପରେ ଦ୍ୱିତୀୟ ସନ୍ତାନ ପାଇଁ ନିଷ୍ପତ୍ତି ନେବେ ? ସୁରକ୍ଷିତ ମାତୃତ୍ୱ ଲାଭ ପାଇଁ କେମିତି ପ୍ରସ୍ତୁତ ରହିବେ ଏବଂ ନିଜର ଯତ୍ନ ନେବେ ? ଏମିତି ଅନେକ ପ୍ରଶ୍ନର ଉତ୍ତର ସାଙ୍ଗକୁ ବୋହୂ କାନରେ ମନ୍ତ୍ର ଦେବେ ଶାଶୁ । ଶାଶୁ ବୋହୂଙ୍କୁ ନେଇ ଆୟୋଜିତ ହେବ କୁଇଜ ପ୍ରତିଯୋଗିତା । ବିଜେତାଙ୍କୁ ସମ୍ମାନିତ ଓ ପୁରସ୍କୃତ କରାଯିବ । ଏହା ବାଦ୍ ନବ ଦଂପତିଙ୍କୁ ସରକାର ପରିବାର ନିୟୋଜନ କିଟ୍ ଗିଫ୍ଟ କରିବେ । ହେଲେ ଏବେ ବଡ଼ ପ୍ରଶ୍ନ ସରକାର ନିଜ ଲକ୍ଷ୍ୟ ସାଧନରେ ସଫଳ ହେବେ ନା ଏହାକୁ ନେଇ ଭୋଟ୍ ରାଜନୀତି କରିବେ ।
]]>ଦୀର୍ଘ ଦୁଇ ଦଶନ୍ଧି ଧରି ନିରବଚ୍ଛିନ୍ନ ଶାସନରେ ଥିବା ବିଜେଡି ସରକାର ଲୋକଙ୍କୁ କିପରି ଭାବେ ଲୋକଙ୍କୁ ସୁରକ୍ଷା ଦେଉଛନ୍ତି, ତାହା ଏହି ପୋଲକୁ ଦେଖିଲେ ସହଜରେ ଅନୁମେୟ କରିହେବ। ଜୀବନକୁ ବାଜି ଲଗାଇ ଲୋକେ ଏମିତି ଭୁଟୁଭୁଟି ଡଙ୍ଗାରେ ନଦୀ ପାର୍ ହେଉଛନ୍ତି। ସରକାରଙ୍କୁ କହିକହି ଥକିଗଲା ପରେ ଗାଁ ଲୋକେ ନିଜେ ବାଉଁଶ ପୋଲ ବାନ୍ଧିଥିଲେ। ଯାଜପୁର ଜିଲ୍ଲାର ବିଝାଂରପୁର ଓ ବରୀ ବ୍ଲକକୁ ସଂଯୋଗ କରୁଥିବା ଚିଙ୍ଗୁଡିଆ ନାଳରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଏହି ନାଳ ହିଁ ଦୁଇଟି ବ୍ଲକର ଜୀବନ ରେଖା। ଦୀର୍ଘ ୫ ବର୍ଷ ହେବ ଏଠି ବ୍ରିଜ୍ କାମ ଅଧାପନ୍ତରିଆ ହୋଇ ପଡ଼ିରହିଥିବା ବେଳେ ଲୋକେ ଦୁର୍ଦ୍ଦଶା ଭୋଗୁଛନ୍ତି।
ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ସହୀଦ ବୀର ବାଜି ରାଉତଙ୍କ ଗାଁରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି। ଏଠି ବି ଲୋକଙ୍କ ଭରସା ନବୀନ ବାବୁଙ୍କ ବିକାଶର ବାଉଁଶ ଧଡ଼ା। ଗୋଟିଏପଟେ ନୀଳକଣ୍ଠପୁର ଗାଁ, ଅନ୍ୟପଟେ ଚାଷୀଙ୍କ ଶହଶହ ଏକର ଜମି ମଝିରେ ପ୍ରତିବନ୍ଧକ ସାଜି ବହି ଯାଉଛି ରଙ୍ଗମାଟିଆ ନାଳ। ପୋଲ ନିର୍ମାଣ ପାଇଁ ଗାଁ ଲୋକେ କହି କହି ଥକିଗଲେ। ଶେଷରେ ବାଧ୍ୟହୋଇ ବାଉଁଶ ଖଣ୍ଡେଖଣ୍ଡେ ଆଣି ନିଜେ ଅସ୍ଥାୟୀ ପୋଲ ବାନ୍ଧିଥିଲେ। ଲୋକଙ୍କ କହିବା କଥା ଚାଷ ହିଁ ତାଙ୍କ ଭାତ ହାଣ୍ଡି। ଏଠୁ ପ୍ରଚୁର ପରିମାଣର ପନିପରିବା ସ୍ଥାନୀୟ ମାର୍କେଟକୁ ଯାଉଛି। ୨୨ ବର୍ଷର ସ୍ଥିର ସରକାର ଯଦି ପୋଲ ଖଣ୍ଡେ କରିପାରୁ ନାହାନ୍ତି ତା’ହଲେ ଏ ସରକାର ଥାଇ କେତେ ନ ଥାଇ କେତେ ?
ବାଜି ରାଉତଙ୍କ ଜନ୍ମ ଶତବାର୍ଷିକୀ ପାଳନ କରିବେ । କିନ୍ତୁ ଅନେକ ଅସୁବିଧାରେ ବାଜି ରାଉତଙ୍କ ଗାଁ ଲୋକେ । ପୋଲ ଟିଏ ହୋଇପାରୁନି । ସରକାରଙ୍କୁ କହି କହି ଥକିଗଲେ ଗାଁ ଲୋକେ । ଶେଷରେ ଗାଁ ଲୋକେ ବାନ୍ଧିଲେ ଅସ୍ଥାୟୀ ବାଉଁଶ ପୋଲ । ସ୍ଥାନୀୟ ଲୋକ କହିଲେ ପୋଲ ନହେଲେ ସରକାରଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ିବ । #Dhenkanal #Bridge #OTV pic.twitter.com/kUyfAFaNZR
— ଓଟିଭି (@otvkhabar) December 18, 2022
ବିକାଶର ଢୋଲ ପିଟୁଥିବା ନବୀନ ସରକାର ଥରେ ଏ ବାଉଁଶ ପୋଲକୁ ଦେଖିବା ଦରକାର ଯେଉଁଠି ଜୀବନକୁ ବାଜି ଲଗାଇ ଜୀବିକା ଖୋଜନ୍ତି ନୀରିହ ଜନତା।
(ଯାଜପୁରରୁ ସଞ୍ଜୀବ ନାୟକ ଏବଂ ଢେଙ୍କାନାଳରୁ ରାଜଶ୍ରୀ ଶତପଥୀଙ୍କ ରିପୋର୍ଟ)
]]>
ଜାଣନ୍ତୁ, କେଉଁ ମନ୍ତ୍ରୀ ଓ ବିଧାୟକଙ୍କୁ କେଉଁ ଜିଲ୍ଲାର ଦାୟିତ୍ୱ ମିଳିଛି...
ଅପରାଜିତା କହିଛନ୍ତି, ‘ପ୍ରଶାସନିକ ସେବାରେ ୨୫ ବର୍ଷ କାର୍ଯ୍ୟ କରିଛି। ପ୍ରୋଟୋକଲ୍ ଓ ରୁଲ୍ ବୁକ୍ ଅନୁସାରେ ଏପରି ହେବା କଥା ନୁହେଁ। ରାତି ଯେତେ ହେଉନା କାହିଁକି ନିୟମକୁ ପାଳନ କରିବା ଜରୁରୀ ଥିଲା।’ ଖବର ଲେଖାଯିବା ସୁଦ୍ଧା ଅପରାଜିତାଙ୍କ ଅଭିଯୋଗ ନେଇ ମନ୍ତ୍ରୀ ତୁଷାରକାନ୍ତିଙ୍କ ପ୍ରତିକ୍ରିୟା ମିଳିପାରିନି।
ଗତକାଲି ଭୁବନେଶ୍ୱର ବିମାନବନ୍ଦରରେ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ସ୍ୱାଗତ କରିବାକୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ବିଜେପିର ଅନ୍ୟ ବରିଷ୍ଠ ନେତା ଉପସ୍ଥିତ ଥିଲେ। ହେଲେ ରାଜ୍ୟ ସରକାରଙ୍କ ପକ୍ଷରୁ କେବଳ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ଶାହଙ୍କୁ ସ୍ୱାଗତ ଜଣାଇଥିଲେ।
]]>ତେବେ ବିଭାଗୀୟ ମନ୍ତ୍ରୀ ରାଜ୍ୟରେ ମଦ୍ୟପାନ ହାର ବଢ଼ିବା କଥା ଠିକ୍ ନୁହେଁ ବୋଲି କହିବାକୁ ନେଇ ସୌମ୍ୟ ଉଦ୍ବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଜାତୀୟ ହାରକୁ ତର୍ଜମା କରି ଏହି ତଥ୍ୟ ରଖିଛନ୍ତି। ତେବେ ମନ୍ତ୍ରୀ ଯଦି ଏହାକୁ ଭୁଲ୍ ବୋଲି କହୁଛନ୍ତି ତାଙ୍କର ଆଉ କିଛି କହିବାର ନାହିଁ। କିନ୍ତୁ ସେ ମିଛୁଆ ବିଧାୟକ ଭାବେ ରହିବାକୁ ଚାହାଁନ୍ତି ନାହିଁ ବୋଲି କହିଛନ୍ତି।
ରାଜ୍ୟରେ ସଂପ୍ରତି ଅଫିସର୍ ରାଜ୍ ଚାଲିଛି ବୋଲି ବିଭିନ୍ନ ସମୟରେ ବିରୋଧୀ ଦଳ ପକ୍ଷରୁ ଅଭିଯୋଗ ହୋଇ ଆସୁଥିବା ବେଳେ ଆଜି ଏହି ଅଭିଯୋଗ ସପକ୍ଷରେ ବୟାନ ଦେଇଛନ୍ତି ଖୋଦ ଶାସକ ଦଳର ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ତାଙ୍କର ଏଭଳି ବୟାନକୁ ନେଇ ଏବେ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ସାମ୍ବାଦିକଙ୍କ କେତେକ ପ୍ରଶ୍ନର ସିଧାସଳଖ ଉତ୍ତର ଦେଇ ସୌମ୍ୟ କହିଛନ୍ତି ଯେ, ରାଜ୍ୟରେ ଏବେ ଅଫିସରଙ୍କ ଅହଙ୍କାର ବଢ଼ିଯାଇଛି। ଆଉ ଏଭଳି ଅହଙ୍କାର ଗଣତନ୍ତ୍ର ପ୍ରତି ବିପଦ ।
ସେହିପରି ରାଜଧାନୀ ଭୁବନେଶ୍ୱରର ଜଳ ସଂକଟ ଉପରେ ସୌମ୍ୟ ନିଜ ମତ ଦେଇ କୁଆଖାଇ ଉପରେ ବ୍ୟାରେଜ ନିର୍ମାଣ ହେଲେ ଏହି ସମସ୍ୟାର ସମାଧାନ ହୋଇପାରିବ ବୋଲି କହିଛନ୍ତି। ତେବେ ଏ କ୍ଷେତ୍ରରେ ଉଭୟ ସରକାର ଓ ଅଫିସରଙ୍କ ଆନ୍ତରିକତା ରହିବା ଆବଶ୍ୟକ।
]]>ବିଧାନସଭାର ତୃତୀୟ ଦିନରେ ରାଜ୍ୟରେ ମଦ୍ୟପ ସଂଖ୍ୟା ପ୍ରସଙ୍ଗକୁ ନେଇ ସୌମ୍ୟରଞ୍ଜନ ପଟ୍ଟନାୟକ ଗୁରୁତ୍ୱାରୋପ କରିଥିଲେ। ରାଜ୍ୟରେ ମହିଳା ମଦ୍ୟପଙ୍କ ସଂଖ୍ୟା ଦେଶର ଅନ୍ୟ ରାଜ୍ୟ ତୁଳନାରେ ଅହେତୁକ ଅଧିକ ବୋଲି ସେ କହିଥିଲେ। ଏ ପ୍ରସଙ୍ଗ ନେଇ ସରକାର ଦେଇଥିବା ତଥ୍ୟକୁ ନେଇ ସୌମ୍ୟ ରଞ୍ଜନ ଉଦ୍ବେଗ ପ୍ରକାଶ କରିଥିଲେ।
ବିଧାନସଭାରେ ସତ କିଏ କହୁଛି ପ୍ରଶ୍ନକର୍ତ୍ତା ନା ସରକାରୀ ଅଧିକାରୀ ବୋଲି ସୌମ୍ୟ ପଚାରିଥିଲେ। ସରକାରୀ ଅଧିକାରୀମାନେ ଭୁଲ୍ ଏବଂ ଭିନ୍ନ ଭିନ୍ନ ତଥ୍ୟ ଦେଇ ବିଧାୟକମାନଙ୍କୁ ମିଛୁଆ ସଜେଇ ନ ଦିଅନ୍ତୁ। ମିଛୁଆ ହୋଇ ଆମେ ବିଧାନସଭାରେ ରହିବୁ କାହିଁକି ବୋଲି ସୌମ୍ୟ କହିଥିଲେ।
ସରକାରୀ ଅଧିକାରୀମାନେ କାହିଁକି ମିଛ କହୁଛନ୍ତି ବୋଲି ସୌମ୍ୟରଞ୍ଜନ ଉଦ୍ବେଗ ପ୍ରକାଶ କରିଛନ୍ତି। ଏ ପ୍ରସଙ୍ଗକୁ ନେଇ ବିଜେଡି ବିଧାୟକ ରାଜକିଶୋର ଦାଶ ପ୍ରତିକ୍ରିୟା ରଖିଛନ୍ତି। ଅଫିସର୍ମାନଙ୍କ ଅହଂକାର ବଢ଼ି ଯାଇଛି କି, ପ୍ରଶ୍ନର ଜବାବରେ ରାଜକିଶୋର ଦାଶ କହିଛନ୍ତି, ଆମେ ଯାହା କହୁଛୁ ଅଫିସର୍ ଆମର ସବୁ କଥା ଶୁଣୁଛନ୍ତି।
]]>ରାଜ୍ୟରେ ସରକାରୀ ଅଧିକାରୀଙ୍କ ବଢିଛି ଅହଂକାର: ସୌମ୍ୟ ପଟ୍ଟନାୟକ#Odisha #BJDMLA #OTV #SoumyaRanjanPatnaik pic.twitter.com/e6YDpH1mI7
— ଓଟିଭି (@otvkhabar) July 5, 2022
ସେପଟେ ତୈଳ ଦର ହ୍ରାସ ଲାଗି ରାଜ୍ୟ ସରକାରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିବା ସହ ରାଜ୍ୟ ସରକାର ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ କଂଗ୍ରେସ ଦାବି କରିଛି। ଅନ୍ୟପକ୍ଷେ, ଏ ପ୍ରସଙ୍ଗରେ ବିଜେଡି ସାଂସଦ ଅମର ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ‘ତୈଳ ଦର ହ୍ରାସ ଲାଗି ରାଜ୍ୟ ସରକାର ଶୁଳ୍କ ହ୍ରାସ ସମ୍ପର୍କରେ ତର୍ଜମା କରି କିଛି ନିଷ୍ପତ୍ତି ନେବା ଆଶା କରାଯାଉଛି।
କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ପେଟ୍ରୋଲ ଓ ଡିଜେଲରୁ ଏକ୍ସାଇଜ୍ ଡ୍ୟୁଟି କମିଛି। ପେଟ୍ରୋଲ ଉପରୁ ଲିଟର ପିଛା ୮ ଟଙ୍କା କମିଥିବା ବେଳେ, ଡିଜେଲ ଉପରୁ ଲିଟର ପିଛା ୬ ଟଙ୍କା କମିଛି। ଆଜି ସକାଳ ୬ଟାରୁ ନୂଆ ଦର ଲାଗୁ ହୋଇଛି। ନୂଆ ଦର ଲାଗୁ ପରେ ପେଟ୍ରୋଲ ଲିଟର ପିଛା ୯ଟଙ୍କା ୫୦ ପଇସା ଶସ୍ତା ହୋଇଛି। ଏହାସହ ଡିଜେଲ ଲିଟର ପିଛା ୭ ଟଙ୍କା ଶସ୍ତା ହୋଇଛି।
]]>
ଖରା ତାତି ବୃଦ୍ଧି ଓ ପିଲାଙ୍କ ପରୀକ୍ଷାକୁ ଦୃଷ୍ଟିରେ ରଖି ବିଦ୍ୟୁତ୍ ବିତରଣ କମ୍ପାନୀ ଗୁଡ଼ିକୁ ମୁଖ୍ୟ ସଚିବ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ସବୁ ବିଦ୍ୟୁତ୍ ଉତ୍ପାଦନକାରୀ ସଂସ୍ଥାକୁ କୋଇଲା ଯୋଗାଇବାକୁ ମଧ୍ୟ ନିର୍ଦ୍ଦେଶ ହୋଇଛି।
ବିଦ୍ୟୁତ୍ ଯୋଗାଣକୁ ନେଇ ମୁଖ୍ୟ ସଚିବ କହିଛନ୍ତି, ବିଦ୍ୟୁତ୍ ଯୋଗାଣରେ ଯାହା ବି ସମସ୍ୟା ରହିଛି ତାହା ସାମୟିକ। ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ବିଦ୍ୟୁତ୍ ଚାହିଦା ବୃଦ୍ଧି ପାଉଛି।ପିକ୍ ସମୟରେ ୧୦% ଅଧିକ ବିଦ୍ୟୁତ୍ ଚାହିଦା ରହୁଛି। ଦିନ ବେଳା ବିଦ୍ୟୁତ୍ ଯୋଗାଣରେ କୌଣସି ଅସୁବିଧା ନ ହେଉ।’
NTPC ଦର୍ଲିପାଲି ପାଓ୍ୱାର ଷ୍ଟେସନରେ ବିଦ୍ୟୁତ୍ ଉତ୍ପାଦନ ବାଧାପ୍ରାପ୍ତ ହେବା ପରେ ବିଦ୍ୟୁତ୍ ଶକ୍ତିର ଅଭାବ ଦେଖାଦେଇଛି। ଆବଶ୍ୟକ ବିଦ୍ୟୁତ୍ ଉତ୍ପାଦନ ହେଉ ନଥିବାରୁ ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ ହୋଇଛି। ରାଜ୍ୟରେ ଜଳ ବିଦ୍ୟୁତ୍ ଉତ୍ପାଦନ କ୍ଷମତା ୨ ହଜାର ୯୯ ମେଗାଓ୍ୱାଟ୍ ଥିବାବେଳେ ମୋଟ୍ ୭ଟି ଜଳ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରରୁ ଏବେ ମାତ୍ର ୫ ଶହ ୫୬ ମେଗାଓ୍ୱାଟ୍ ଉତ୍ପାଦିତ ହେଉଛି। ମୋଟ୍ କ୍ଷମତାର ପ୍ରାୟ ୪ ଭାଗରୁ ୧ ଭାଗ ଜଳ ବିଦ୍ୟୁତ୍ ଉତ୍ପାଦନ ହୋଇପାରୁଛି।
ପିକ୍ ସମୟରେ ରାଜ୍ୟରେ ବିଦ୍ୟୁତ୍ ଚାହିଦା ପୂର୍ବ ତୁଳନାରେ ବୃଦ୍ଧି ପାଇଛି। ସନ୍ଧ୍ୟା ୭ଟାରୁ ରାତି ୧୧ଟା ମଧ୍ୟରେ ବିଦ୍ୟୁତ୍ ଚାହିଦା ୫ ହଜାର ୨ ଶହ ମେଗାଓ୍ୱାଟରୁ ୫ ହଜାର ୪ ଶହ ମଧ୍ୟରେ ରହୁଛି। ତେବେ ରାଜ୍ୟର ବିଦ୍ୟୁତ୍ ଉତ୍ପାଦନ କ୍ଷମତା ୪ ହଜାର ୮ ଶହ ମେଗାଓ୍ୱାଟ ରହିଛି। ବିଦ୍ୟୁତ୍ ଉତ୍ପାଦନ କମ ରହୁଥିବାରୁ ଏଭଳି ସ୍ଥିତି ଦେଖାଦେଇଛି।
]]>
ସେହିପରି ନିରଞ୍ଜନ ନାୟକଙ୍କୁ ଆନନ୍ଦପୁର ସେତୁ ପ୍ରକଳ୍ପର ଜୋନ୍ ଅଧିକାରୀ ଭାବେ ବଦଳି କରାଯାଇ ଥିବାବେଳେ ମହେନ୍ଦ୍ର କୁମାର ବଢ଼େଇଙ୍କୁ ନୂଆପଡ଼ା ଡେପୁଟି କଲେକ୍ଟର, କାବେରୀ ମୁଦୁଲିଙ୍କୁ ‘ମୋ-ସ୍କୁଲ୍’ ଅଭିଯାନର ଓଏସ୍ଡି, ଶ୍ରୀମନ୍ତ ମିଶ୍ରଙ୍କୁ ରାଜସ୍ୱ ପର୍ଷଦର ଅନୁସୂଚିବ, ସୋନାଲି ଚାନ୍ଦ ଓ ପ୍ରଶାନ୍ତ ତରାଇଙ୍କୁ କ୍ରୀଡା ବିଭାଗ ଓଏସ୍ଡି ଏବଂ ପ୍ରିୟଦର୍ଶିନୀ ଜେନାଙ୍କୁ କଟକ ଜିଲ୍ଲାପାଳ କାର୍ଯ୍ୟାଳୟର ଡେପୁଟି କଲେକ୍ଟର ଭାବେ ପୁନଃ ଅବସ୍ଥାପିତ କରାଯାଇଛି।
]]>ପ୍ରାଥମିକ ଭାବେ ପ୍ରତ୍ୟେକ ଜିଲ୍ଲାର ସଦର ମହକୁମାରେ ଥିବା ସ୍କୁଲ୍ରେ ‘ମୋ ସ୍କୁଲ୍ ହକି କ୍ଲବ୍’ ଖୋଲିବ। ପରେ ଏହାକୁ ଅନ୍ୟ ସ୍କୁଲ୍ରେ କାର୍ଯ୍ୟକାରୀ କରାଯିବା ପାଇଁ ଯୋଜନା କରାଯାଇଛି।
ସୂଚନା ଅନୁସାରେ, ସ୍କୁଲ୍ରେ ଛାତ୍ର ଓ ଛାତ୍ରୀଙ୍କ ପାଇଁ ୨ଟି ହକି ୱିଙ୍ଗସ୍ ଖୋଲିବ। ଗୋଟିଏ ୱିଙ୍ଗ୍ରେ ୨୪ରୁ ୩୦ଜଣ ପିଲା ରହିବେ। ଏମାନଙ୍କ ମଧ୍ୟରୁ ଜଣଙ୍କୁ କ୍ୟାପଟେନ ଓ ଆଉ ଜଣଙ୍କୁ ଭାଇସ୍ କ୍ୟାପଟେନ ଭାବେ ବଛା ଯିବ।
ଏହାସହ ହକି ପାଇଁ ଜଣେ ଲେଖାଏ ହକି ପିଇଟି ମଧ୍ୟ ନିଯୁକ୍ତି ହେବେ। ଏଥିପାଇଁ ଆବଶ୍ୟକ କିଟ୍ ସହ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ଦେବେ। ପ୍ରତି ଶନିବାର ସ୍କୁଲ୍ରେ ହକି ଖେଳ ହେବ।
]]>ଏପ୍ରିଲରୁ ସେପ୍ଟେମ୍ବର ଏହି ଅବଧି ମଧ୍ୟରେ ହିତାଧିକାରୀଙ୍କୁ ୨୪ ହଜାର ୨ଶହ ୭୦ ଟନ୍ ଚାଉଳ ବଣ୍ଟନ କରାଯିବ। ଏଥିପାଇଁ ରାଜ୍ୟ ରାଜକୋଷରୁ ୯୧ କୋଟି ୭୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। ପୂର୍ବରୁ ଏହି ଯୋଜନାକୁ ଡିସେମ୍ବର ୨୦୨୧ରୁ ମାର୍ଚ୍ଚ ୨୦୨୨ ଯାଏ ବଢା ଯାଇଥିଲା। ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ ଏହି ସୁବିଧାର ଲାଭ ଉଠାଇପାରିବେ।
ଗତ ନଭେମ୍ବର ୨୧ ତାରିଖରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (PMGKAY) ଅବଧି ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରସ୍ତାବ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚିଠି ଲେଖି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ଏହି ପ୍ରସ୍ତାବ ଦେଇଥିଲେ ।
]]>
ଏହି ୬ ଜଣଙ୍କ ମଧ୍ୟରୁ ସମ୍ବଲପୁର ଇଲେକ୍ଟ୍ରିକାଲ ମୁଖ୍ୟଯନ୍ତ୍ରୀ ସୁନିଲ୍ କୁମାର ପଣ୍ଡାଙ୍କ ନାମରେ ଗୋଟିଏ ଦୁର୍ନିତୀ ମାମଲା ରହିଛି । ତାଙ୍କ ପାଖରେ ୩.୨୬ କୋଟି ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଥିଲା । ଏଥିପାଇଁ ତାଙ୍କୁ ନିଲମ୍ବିତ ମଧ୍ୟ କରାଯାଇଥିଲା । ଅସାଧୁତା କାରଣରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।
ସେହିଭଳି ବ୍ରହ୍ମପୁର ରୁରାଲ ୱାର୍କ୍ସ ଇଲେକ୍ଟ୍ରିକାଲ୍ ଡିଭିଜନର ଏକ୍ଜିକ୍ୟୁଟିଭ ଇଞ୍ଜିନିୟର ଜଗନ୍ନାଥ ସେଠୀଙ୍କ ନାମରେ ଗୋଟିଏ ଦୁର୍ନିତୀ ମାମଲା ରହିଛି । ତାଙ୍କ ପାଖରେ ୭.୬୩ କୋଟି ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଥିଲା ଏବଂ ଏଥିପାଇଁ ତାଙ୍କୁ ନିଲମ୍ବିତ କରାଯାଇଥିଲା । ଅସାଧୁତା କାରଣରୁ ତାଙ୍କୁ ଏବେ ବାଧ୍ୟତାମୂଳକ ଅବସର ଦିଆଯାଇଛି।
ସେହିପରି ଭୁବନେଶ୍ୱରର ଏକ୍ଜିକ୍ୟୁଟିଭ ଇଞ୍ଜିନିୟର ତଥା ଡେପୁଟି ଇଲେକ୍ଟ୍ରିକାଲ ଇନସପେକ୍ଟର ଦୀପକ କୁମାର ଭୁୟାଁଙ୍କ ନାମରେ ଦୁଇଟି ଦୁର୍ନିତୀ ମାମଲା ରହିଛି । ଅସାଧୁତା କାରଣରୁ ତାଙ୍କୁ ମଧ୍ୟ ବାଧ୍ୟତାମୂଳକ ଅବସର ଦିଆଯାଇଛି।
ଭୁବନେଶ୍ୱରର ଏକ୍ଜିକ୍ୟୁଟିଭ ଇଞ୍ଜିନିୟର ତଥା ଡେପୁଟି ଇଲେକ୍ଟ୍ରିକାଲ ଇନସପେକ୍ଟର ପ୍ରଶାନ୍ତ କୁମାର ମିଶ୍ରଙ୍କ ନାମରେ ଗୋଟିଏ ଦୁର୍ନୀତି ଅଭିଯୋଗ ରହିଛି । ଅସାଧୁତା କାରଣରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ରାୟଗଡା ଜିଲ୍ଲାର ଗୁଣୁପୁରସ୍ଥିତ ବ୍ଲକ ଶିକ୍ଷା ଅଧିକାରୀ ଅନ୍ତର୍ଯ୍ୟାମୀ ବେହେରାଙ୍କ ନାମରେ ଗୋଟିଏ ଦୁର୍ନିତୀ ମାମଲା ଅଛି । ସେ ୧୦ ହଜାର ଟଙ୍କାର ଲାଞ୍ଚ ଗ୍ରହଣ କରିଥିଲେ । ତାଙ୍କୁ ୨୦୨୨ ମାର୍ଚ୍ଚ ୨ ତାରିଖ ଦିନ ଗିରଫ କରାଯାଇ ତା ପରଦିନ କୋର୍ଟକୁ ପଠାଯାଇଥିଲା । ଅସାଧୁତା କାରଣରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।
ସେହିପରି ଗଜପତି ଜିଲ୍ଲାର ନୂଆଗଡସ୍ଥିତ ବ୍ଲକ ଶିକ୍ଷା ଅଧିକାରୀ ବ୍ରଜ କୁମାର ନାୟକଙ୍କ ନାମରେ ଗୋଟିଏ ଦୁର୍ନୀତି ମାମଲା ରହିଛି । ତାଙ୍କ ଅଫିସ ଭିତରେ ୩୦ ହଜାର ଟଙ୍କାର ଲାଞ୍ଚ ଗ୍ରହଣ କରୁଥିଲା ବେଳେ ତାଙ୍କୁ ଦୁର୍ନୀତି ନିବାରଣ ବିଭାଗ ଧରିଥିଲା । ଅସାଧୁତା କାରଣରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୬୪ ଜଣ ଅଧିକାରୀଙ୍କୁ ଚାକିରୀରୁ ବହିଷ୍କାର ବା ବାଧ୍ୟତାମୂଳକ ଅବସର ଦିଆଯାଇଛି ବା ପେନସନ ବନ୍ଦ କରାଯାଇଛି।
]]>ଅବସର ଦିଆଯାଇଥିବା ଏହି ୫ ସରକାରୀ ଅଧିକାରୀ ହେଲେ- କଳାହାଣ୍ଡି IUCAW ଡିଏସ୍ପି ରବୀନ୍ଦ୍ର ସେଠୀ, ବଣାଇର ପୂର୍ବତନ ତହସିଲଦାର ସୁଶିଲ କୁମାର କୁଜୁର, ବଲାଙ୍ଗିର ବଙ୍ଗମୁଣ୍ଡ ଥାନା ଇନ୍ସପେକ୍ଟର ବିନୋଦ ନାୟକ, ବାସୁଦେବପୁର ପୌର ନିର୍ବାହୀ ଅଧିକାରୀ ତାପସ ଜେନା ଓ କରଞ୍ଜିଆ NAC ପୂର୍ବତନ ନିର୍ବାହୀ ଅଧିକାରୀ ବିଜୟ ନାୟକ। ଏଯାବତ୍ ୧୫୧ ଅଧିକାରୀଙ୍କୁ ରାଜ୍ୟ ସରକାର ବିଦା କରି ସାରିଲେଣି।
ସୂଚନାଥାଉ କି, କିଛିଦିନ ପୂର୍ବେ ବାରିପଦା ITDAର ସହକାରୀ ଯନ୍ତ୍ରୀ ସନ୍ତୋଷ କୁମାର ଦାସ, ବାଲିକୁଦା ବ୍ଲକ ସିଡିପିଓ ସରଳା ଦେଇ, ବାଲିକୁଦା ଅଙ୍ଗନବାଡ଼ି ସୁପରଭାଇଜର ପ୍ରତିମା ସାହୁ, ଅନୁଗୁଳ ପିଟିସି ପୋଲିସ ଇନ୍ସପେକ୍ଟର ରାମଚନ୍ଦ୍ର ବେହେରା, କେନ୍ଦୁଝର ସଦର ତହସିଲ ରେଭିନ୍ୟୁ ସୁପରଭାଇଜର ହୃଦାନନ୍ଦ ସାହୁଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିଲା।
]]>ସରକାରୀ ବାବୁମାନେ ସାଂସଦ ଓ ବିଧାୟକଙ୍କୁ ଉଚିତ୍ ସମ୍ମାନ ଦେଉନଥିବା ଅନେକ ସମୟରେ ଅଭିଯୋଗ ଆସିଛି। ଯାହାକୁ ନେଇ ସରକାରଙ୍କୁ ସମାଲୋଚନାର ଶିକାର ହେବାକୁ ବି ପଡ଼ିଛି। ଜନ ସାଧାରଣଙ୍କ ଦ୍ୱାରା ନିର୍ବାଚିତ ପ୍ରତିନିଧିଙ୍କୁ ଅଫିସରଙ୍କ ରୁକ୍ଷ ବ୍ୟବହାର ଅଭିଯୋଗକୁ ନେଇ ବିଧାନସଭାର ନୈତିକତା ଗୃହ କମିଟି ଅସନ୍ତୋଷ ପ୍ରକାଶ କରିଥିଲା। ଏହାସହ ବୁକ୍ ସର୍କୁଲାର-୪୭ର କଡ଼ା ଅନୁପାଳନ ଉପରେ ଜୋର ଦେଇଥିଲା। ଏହାପରେ OAS, ORS, OTAS ଓ ଅନ୍ୟ ଅଧିକାରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଏଜେଣ୍ଡାରେ ବୁକ୍ ସର୍କୁଲାର-୪୭ ସାମିଲ କରିବା ଲାଗି ବିଭାଗୀୟ ସଚିବମାନଙ୍କୁ ସଂସଦୀୟ ବ୍ୟାପାର ବିଭାଗ ଚିଠି ଲେଖିଛି।
ଜନ ପ୍ରତିନିଧି ଓ ସରକାରୀ ଅଧିକାରୀଙ୍କ ମଧ୍ୟରେ କିଭଳି ସମ୍ପର୍କ ରହିବ ତାହା ବୁକ୍ ସର୍କୁଲାର-୪୭ ନିୟମାବଳୀରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି। ବୁକ୍ ସର୍କୁଲାର କହୁଛି, ସବୁ ଅଧିକାରୀ ଡ୍ୟୁଟି ସମୟରେ MP ଓ MLAମାନଙ୍କ ସହ କଥାବାର୍ତ୍ତା ବେଳେ ସୌହାର୍ଦ୍ୟପୂର୍ଣ୍ଣ ବ୍ୟବହାର ଦେଖାଇବେ। ଯେତେବେଳେ ଜନ ପ୍ରତିନିଧି ଅଫିସରଙ୍କୁ ସାକ୍ଷାତ କରିବାକୁ ଅଫିସ ଆସୁଛନ୍ତି, ସେତେବେଳେ ସମ୍ପୃକ୍ତ ଅଫିସର ତାଙ୍କୁ ସମ୍ମାନ ଜଣାଇ ଠିଆ ହେବେ। ସାଂସଦ ଏବଂ ବିଧାୟକ ଜିଲ୍ଲା ଓ ସଦରମହକୁମା ମୁଖ୍ୟାଳୟରେ ଥିବା ସମୟରେ ଅଫିସରମାନେ ପ୍ରତିଦିନ ସେମାନଙ୍କୁ କିଛି ସମୟ ଦେବେ। ସେହିଭଳି ଜନ ପ୍ରତିନିଧିଙ୍କ ଫୋନ ଆସିଲେ ଅଫିସର ତତ୍କାଳ ଜବାବ ଦେବେ। ଯଦି ଅଫିସରେ ଉପସ୍ଥିତ ନ ଥିବେ, ପରବର୍ତ୍ତୀ ସମୟରେ କଲ୍ କରିବେ, ଯାହାକି ରେଜିଷ୍ଟର୍ରେ ଲିପିବଦ୍ଧ ରହିବ।
]]>ଆଗକୁ ଅଧିକ ସଂଖ୍ୟାରେ ଲୋକେ ହୋମ୍ ଆଇସୋଲେସନ୍ ରହିବା ନେଇ ଅନୁମାନ କରାଯାଉଥିବାରୁ ଏଥିପାଇଁ ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି। ହୋମ୍ ଆଇସୋଲେସନ୍ ପ୍ରୋଟୋକଲ ଓ ଏହାର ବାସ୍ତବ କାର୍ଯ୍ୟକାରୀତା କିଭଳି କରାଯାଇ ପାରିବ, ଗ୍ରାଉଣ୍ଡରେ ତାର ଅନୁଧ୍ୟାନ ଲାଗି ସ୍ପେଶାଲ ଟିମ୍ ଗଠନ କରିବାକୁ କୁହାଯାଇଛି। ଟେଷ୍ଟିଂ, ଆମ୍ବୁଲାନ୍ସ, ହସ୍ପିଟାଲ ବେଡ୍ ଆଦି ପ୍ରସ୍ତୁତ ସହ ଲୋକମାନେ ଯେପରି ସହଜରେ ଏହି ସୁବିଧା ପାଇପାରିବେ, ସେ ନେଇ ବ୍ୟବସ୍ଥା ସହ ଜିଲ୍ଲା ଓ ଉପଖଣ୍ଡ ସ୍ତରରେ କଣ୍ଟ୍ରୋଲ ରୁମ୍ ଖୋଲିବାକୁ ନିର୍ଦ୍ଦେଶ ମିଳିଛି।
ସେହିଭଳି ପୂର୍ବରୁ ଥିବା କୋଭିଡ୍ ଡେଡିକେଟ଼େଡ୍ ହସ୍ପିଟାଲକୁ ପୁନଃ କାର୍ଯ୍ୟକ୍ଷମ କରିବା ଲାଗି ପ୍ରସ୍ତୁତ ରହିବାକୁ ମଧ୍ୟ ନିବେଦନ କରାଯାଇଛି। ସଂକ୍ରମଣ ବୃଦ୍ଧି ରୋକିବାକୁ କଣ୍ଟେନମେଣ୍ଟ କାର୍ଯ୍ୟକଳାପକୁ ଗୁରୁତ୍ୱ ଦେବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
]]>ସେହିପରି ସପ୍ତମ ବେତନ କମିଶନ ବାବଦ ୩୦% ବକେୟା ଅର୍ଥ ପ୍ରଦାନ ନିଷ୍ପତ୍ତି ହୋଇଛି। ୩୦ ପ୍ରତିଶତ ବକେୟା ଅର୍ଥ ପ୍ରଦାନ ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ପୂର୍ବରୁ କର୍ମଚାରୀମାନେ ବର୍ଦ୍ଧିତ ଦରମାର ୫୦% ପାଇସାରିଛନ୍ତି। ଏହାଦ୍ୱାରା ରାଜ୍ୟର ୪ ଲକ୍ଷ ସରକାରୀ କର୍ମଚାରୀ ଉପକୃତ ହେବେ।
ଶିକ୍ଷକଙ୍କ ପାଇଁ ସପ୍ତମ ବେତନ କମିଶନ ଲାଗୁ ନେଇ ଆଜି ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା। ଏହାଦ୍ୱାରା ଉଭୟ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ନୂତନ ଦରମା ପାଇବେ। ଏଡେଡ୍ ବେସରକାରୀ ହାଇସ୍କୁଲ, ଉଚ୍ଚପ୍ରାଥମିକ ସ୍କୁଲ ଶିକ୍ଷକ ନୂତନ ଦରମା ପାଇବେ। ଏଡେଡ୍ ବେସରକାରୀ କଲେଜ ଶିକ୍ଷକମାନେ ମଧ୍ୟ ନୂତନ ଦରମା ପାଇବେ। ନୂତନ ବର୍ଦ୍ଧିତ ବେତନ ୧.୧. ୨୦୨୨ଠାରୁ ଲାଗୁ ହେବ। ଏହାଦ୍ୱାରା ୨୬ ହଜାର ସ୍କୁଲ ଶିକ୍ଷକ ଓ ୧୬, ୬୬୪ କଲେଜ ଅଧ୍ୟାପକ ଉପକୃତ ହେବେ। ଏଥିପାଇଁ ରାଜ୍ୟ ସରକାରଙ୍କୁ ୨୯୨ କୋଟି ଅତିରିକ୍ତ ବ୍ୟୟ ପଡ଼ିବ।
]]>ଯେଉଁଥିରେ ଶ୍ରୀମନ୍ଦିର ପ୍ରଶାସନର ବାକିଆ ୟୁସି ପ୍ରସଙ୍ଗ ନେଇ ଆସନ୍ତା ୧୫ ତାରିଖରେ ଅର୍ଥ ବିଭାଗ OSDଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ପାଇଁ ଦିନ ଧାର୍ଯ୍ୟ ହୋଇଛି। ଏଥିରେ ୧୪୨ କୋଟି ୮୧ ଲକ୍ଷ ୫୫ ହଜାର ୯୫୫ ଟଙ୍କାର ୟୁସିର ହିସାବ ଦେବାକୁ ଶ୍ରୀମନ୍ଦିର ପ୍ରଶାସନର ଜଣେ ଉପଯୁକ୍ତ ଅଧିକାରୀଙ୍କୁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ରହିଛି। ତା ପୂର୍ବରୁ ଡିସମ୍ବେର ୧୦ ତାରିଖ ସୁଦ୍ଧା ବାକିଆ ୟୁସି ସମ୍ପର୍କୀତ ସମସ୍ତ ତଥ୍ୟ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ବି ରହିଛି।
ଏବେ ପ୍ରଶ୍ନ ପ୍ରାୟ ୧୮ ବର୍ଷ ମଧ୍ୟରେ ଶ୍ରୀମନ୍ଦିର ପ୍ରଶାସନ ଖର୍ଚ୍ଚ କରିଥିବା ଏ ବିପୁଳ ଅର୍ଥର ହିସାବ କର୍ତ୍ତୃପକ୍ଷଙ୍କ ନିକଟରେ ସହି ସଲାମତ ଅଛି ତ? ଯଦି ହଁ ତେବେ ଆଇନ ବିଭାଗ ବାରମ୍ବାର ତାଗିଦ ପରେ ବି ୟୁସି ଦାଖଲରେ କାହିଁକି ବିଳମ୍ବ କରୁଛି ଶ୍ରୀମନ୍ଦିର ପ୍ରଶାସନ? ଏଣେ ଯଦି ଖର୍ଚ୍ଚର ଉପଯୁକ୍ତ ହିସାବ ନମିଳେ, କିମ୍ବା ୟୁସି ଦାଖଲରେ ଶ୍ରୀମନ୍ଦିର ପ୍ରଶାସନ ପୁଣି ବିଫଳ ହୁଅନ୍ତି, ତେବେ କି ପଦକ୍ଷେପ ନେବ ଆଇନ ବିଭାଗ। ଏହାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ, ପ୍ରତି ଆର୍ଥିକ ବର୍ଷ ଶେଷରେ ୟୁସି ଦାଖଲ ସହ ଏହାର ପ୍ରମାଣ ରହିଥିବା କହିଛନ୍ତି ଉନ୍ନୟନ ପ୍ରଶାସକ। ଏପରିକି ୟୁସି ଦାଖଲ ହୋଇନଥିବା କଥାକୁ ସେ ଭୁଲ ତଥ୍ୟ ବୋଲି କହିଛନ୍ତି।
ଏଣେ ଖାଲି ୟୁସି ଦାଖଲ ନୁହେଁ, ମହାପ୍ରଭୁଙ୍କ କୋଠ ଭୋଗ ପାଇଁ ରାଜ୍ୟ ସରକାର ପ୍ରତି ବର୍ଷ ୫୫ ଲକ୍ଷ ଟଙ୍କା ଲେଖାଏଁ ଦେଉଥିଲେ ବି ସେ ଅର୍ଥର ସଠିକ ବିନିଯୋଗ ହେଉଛି କି ନାହିଁ, ତାକୁ ନେଇ ଉଠିଛି ପ୍ରଶ୍ନ। କାରଣ ଗଲା କିଛି ମାସ ଧରି ଶ୍ରୀଜିଉଙ୍କ ନିକଟରେ ଲାଗି ହେଉନି କୋଠ ଭୋଗର ଅନ୍ୟତମ ପ୍ରମୁଖ ଉପାଦାନ ଖୁଆ ମାଣ୍ଡୁଅ। ଠାକୁରଙ୍କ ନିକଟରେ ଖୁଆ ମାଣ୍ଡୁଅ ଲାଗି ପରମ୍ପରା ବନ୍ଦ କଥାକୁ ବରିଷ୍ଠ ସେବାୟତ ସ୍ୱୀକାର ବି କରିଛନ୍ତି। ସେପଟେ ଏ ପରମ୍ପରା ବନ୍ଦ ଖବର ପରେ ବିଚଳିତ ହୋଇଛନ୍ତି ବହୁ ଜଗନ୍ନାଥପ୍ରେମୀ।
ରିପୋର୍ଟ: ମଧୁସୂଦନ ମିଶ୍ର
]]>ଗାଁର ପଞ୍ଚାନନ ସିଂହଙ୍କ ସ୍ତ୍ରୀ ମୋନାଲିସା ସିଂହ ଗତ କାଲି ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ଜନ୍ମ ପରେ ନବଜାତ ଶିଶୁଟିର ଅନ୍ତଃନଳୀ ବାହାରକୁ ବାହାରି ରହିଥିଲା। ଯାହାକୁ ନେଇ ଡାକ୍ତର ଚିକିତ୍ସା ପାଇଁ କଟକ ଶିଶୁ ଭବନକୁ ନେବା ପାଇଁ ପରାମର୍ଶ ଦେଇଥିଲେ। ଶିଶୁଭବନରେ ଶିଶୁକୁ ଡାକ୍ତର ଏମସରେ ଭର୍ତ୍ତି କରିବାକୁ କହିଥିଲେ।
ସେଠାରେ ଥିବା ଡାକ୍ତର ପୁଣି କଟକ ଶିଶୁ ଭବନକୁ ଶିଶୁଟିକୁ ନେବା ପାଇଁ କହିଥିଲେ। ଏ ମେଡିକାଲରୁ ସେ ମେଡିକାଲରେ ଚିକିତ୍ସା ସୁବିଧା ନ ମିଳିବାରୁ ଶେଷରେ ତାକୁ ନିଜ ଘରକୁ ନେଇ ଆସିଛନ୍ତି। ରାଜ୍ୟ ସରକାର କୋଟି କୋଟି ଟଙ୍କା ବ୍ୟୟ କରି ନୂତନ ସ୍ୱାସ୍ଥ୍ୟ ସେବା ଯୋଗାଉଛନ୍ତି, ହେଲେ ଏହି ବିକଳ ଚିତ୍ର ଦେଖିବା ପରେ ସ୍ୱାସ୍ଥ୍ୟ ବିଭାଗର ପାରିବାପଣିଆକୁ ନେଇ ପ୍ରଶ୍ନ ଉଠିଛି।
]]>ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କ ଉପରେ ବର୍ଷିବା ସହ କୁନ୍ଦୁଲି ଓ ପରୀ ଘଟଣାରେ SIT ତଦନ୍ତ ହୋଇଥିଲା, ଫଳ କଣ ମିଳିଲା ବୋଲି ପ୍ରଶ୍ନ କରିଛି ଦଳ। ଯଦି ସରକାର ସ୍ୱଚ୍ଛ ତେବେ ମନ୍ତ୍ରୀଙ୍କୁ ବହିଷ୍କାର, ସିବିଆଇ ତଦନ୍ତ କରାନ୍ତୁ। ମନ୍ତ୍ରୀଙ୍କୁ ବହିଷ୍କାର ଓ ସିବିଆଇ ତଦନ୍ତ ଦାବି ବିଧାନସଭାରେ ଜୋରଦାର ହେବ ବୋଲି ଦଳ କହିଛି।
ସେପଟେ ଗୃହର ମଧ୍ୟଭାଗକୁ ଆସି କଳା ଗାମୁଛା ଦେଖାଇ ପ୍ରତିବାଦ କରିଛନ୍ତି। କଳା ଗାମୁଛା ଓ ବ୍ୟାନର ପୋଷ୍ଟର ଦେଖାଇ ବିଜେପି ହୋହଲ୍ଲା କରିଛି। କଂଗ୍ରେସ ସଭ୍ୟ ମଧ୍ୟ ବ୍ୟାନର, ପୋଷ୍ଟର ଦେଖାଇ ହୋହଲ୍ଲା କରିଛନ୍ତି। ଦିବ୍ୟଶଙ୍କରଙ୍କୁ ବହିଷ୍କାର ଓ ସିବିଆଇ ତଦନ୍ତ ଦାବିରେ ହୋହଲ୍ଲା କରିଛନ୍ତି।
]]>ନୂଆ ମାନଦଣ୍ଡ ଅନୁସାରେ ଏବେ ଦେଶର ପ୍ରତି ୪ ଜଣରେ ଜଣେ ଅର୍ଥାତ୍ ୨୫.୦୧ ପ୍ରତିଶତ ଗରିବ ଅଛନ୍ତି। ବିହାର ଦେଶର ସବୁଠୁ ଗରିବ ରାଜ୍ୟ ହୋଇଥିବା ବେଳେ ଏଠାରେ ୫୧.୯୧ ପ୍ରତିଶତ ଲୋକଙ୍କ ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନୁହେଁ। କେରଳରେ ଗରିବଙ୍କ ସଂଖ୍ୟା ସବୁଠୁ କମ୍। ଏଠାରେ ଗରିବଙ୍କ ସଂଖ୍ୟା ରାଜ୍ୟ ଜନସଂଖ୍ୟାର ମାତ୍ର ୦.୭୧ ପ୍ରତିଶତ। ଓଡ଼ିଶାର ୧୬ଟି ଜିଲ୍ଲାର ଦାରିଦ୍ର୍ୟ ହାର ଜାତୀୟ ହାରଠାରୁ ଉପରେ ରହିଛି। ଏମିତିକି ଖଣିଜ ପଦାର୍ଥ ସମୃଦ୍ଧ କେନ୍ଦୁଝର ଜିଲ୍ଲାର ୪୧.୭୮ ପ୍ରତିଶତ ଲୋକ ଗରିବ।
ନୀତି ଆୟୋଗର ବହୁମୁଖୀ ଦାରିଦ୍ର୍ୟ ରିପୋର୍ଟକୁ ନେଇ ଆରମ୍ଭ ହୋଇଛି ରାଜ୍ୟ ରାଜନୀତି। ରାଜ୍ୟର ଏ ଦୁଃସ୍ଥିତି ପାଇଁ ଶାସକ ବିଜେଡିକୁ ଟାର୍ଗେଟ କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ। ୨୨ ବର୍ଷର ଶାସନ ସତ୍ତ୍ୱେ ନବୀନ ସରକାରର ଦୂରଦୃଷ୍ଟି ଅଭାବ ଏବଂ ଦୀର୍ଘ ମିଆଦୀ ଯୋଜନାର ବିଫଳତା ଯୋଗୁ ରାଜ୍ୟର ଏ ସ୍ଥିତି ବୋଲି କହିଛି ବିଜେପି। କଂଗ୍ରେସ କହିଛି, ବିଜେଡି ସରକାରର ସବୁ ଯୋଜନା ଦଳୀୟ ଭିତ୍ତିରେ ହେଉଛି।
ତୃଣମୂଳସ୍ତରର ଲୋକଙ୍କ ପାଖରେ ପହଞ୍ଚିପାରୁନି। ନୀତି ଆୟୋଗ ରିପୋର୍ଟ ତାର ଉଦାହରଣ ବୋଲି ଦଳ କହିଛି। ତେବେ ଦାରିଦ୍ର୍ୟ ଦୂରୀକରଣ ଲାଗି ସରକାର ଉଦ୍ୟମ ଜାରି ରଖିଥିବା ବିଜେଡି ସଫେଇ ଦେଇଛି। ଦାରିଦ୍ର୍ୟ ହ୍ରାସ ଲାଗି ରାଜ୍ୟ ସରକାର ମାଳମାଳ ଯୋଜନା କରୁଥିବା ଡିଣ୍ଡିମ ପିଟୁଛନ୍ତି। ତେବେ ବାସ୍ତବ କ୍ଷେତ୍ରରେ ରାଜ୍ୟରୁ ଦାରିଦ୍ର୍ୟ କେତେ ହଟିଛି ନୀତି ଆୟୋଗ ରିପୋର୍ଟରୁ ତାହା ଜଳ ଜଳ ଦେଖାଯାଉଛି।
]]>ଗୋଟିଏ ପଟେ କୃଷି ଅଧ୍ୟାଦେଶ ଓ ବିଲ୍ ପାରିତ କରିବା ଲାଗି ରାଜ୍ୟ ସରକାର ଉଦ୍ୟମ କରୁଥିବା ବେଳେ ରାଜ୍ୟସଭାରେ କିନ୍ତୁ କେନ୍ଦ୍ରର କୃଷି ବିଲ୍କୁ ବିରୋଧ କରିଥିଲା ବିଜେଡି। ବିଲ୍କୁ ସିଲେକ୍ଟ କମିଟିକୁ ପଠାଇବାକୁ ଦାବି କରିଥିଲା ଦଳ। ଏବେ କୃଷି ଆଇନ ପ୍ରତ୍ୟାହାର ଲାଗି ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ ମାଧ୍ୟମରେ ତାକୁ ସ୍ୱାଗତ କରିଛନ୍ତି। ସେପଟେ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କିନ୍ତୁ କୃଷି ଆଇନ୍ ପ୍ରସଙ୍ଗରେ କେନ୍ଦ୍ର ଉପରେ ବର୍ଷିଛନ୍ତି। ଲକ୍ଡାଉନ୍ର ସୁଯୋଗ ନେଇ କେନ୍ଦ୍ର ସରକାର ଜବରଦସ୍ତ ଭାବେ କୃଷି ବିଲ୍ଗୁଡିକୁ ସଂସଦରେ ପାରିତ କରିଥିଲେ ବୋଲି ଅଭିଯୋଗ କରିଛନ୍ତି ରଣେନ୍ଦ୍ର।
ସେପଟେ ବିଧାନସଭାରେ ଯେଉଁ ବିଲ୍ ଉପସ୍ଥାପିତ ହୋଇଥିଲା ତାହା ଅକାମୀ ହୋଇସାରିଛି। କେନ୍ଦ୍ର ସରକାର ନୂଆ ପ୍ରସ୍ତାବ ଆଣିବାପରେ ରାଜ୍ୟ ସରକାର ତାର ଅନୁଧ୍ୟାନ କରିବେ ବୋଲି ସେ କହିଛନ୍ତି। କଂଗ୍ରେସ ଉଭୟଙ୍କୁ ସମାଲୋଚନା କରିଥିବାବେଳେ ବିଜେପି କହିଛି- ବିଜେଡି ସବୁବେଳେ ଦୋମୁହାଁ ନୀତି ଗ୍ରହଣ କରୁଛି। ସେପଟେ କୃଷି ବିଲ୍ ପ୍ରତ୍ୟାହାର ପାଇଁ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ଏ ହେଉଛି ଗାଜିପୁର ବର୍ଡର୍ର ଦୃଶ୍ୟ ଏବେ ବି ଧାରଣାରେ ବସିଛନ୍ତି ଚାଷୀ ସଂସଦରେ ବିଲ୍ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଆନ୍ଦୋଳନରତ ଚାଷୀ।
ଏପଟେ ରାଜ୍ୟରେ ବିଭିନ୍ନ ସ୍ଥାନରେ କଂଗ୍ରେସ ପକ୍ଷରୁ ଆଜି ପାଳନ କରାଯାଇଛି କିଷାନ ବିଜୟ ଦିବସ। ଜଳେଶ୍ୱରରେ କଂଗ୍ରେସ ପକ୍ଷରୁ ଶତାଧିକ କର୍ମୀକୁ ନେଇ ଜନଜାଗରଣ ଅଭିଯାନ ଆରମ୍ଭ ହୋଇଛି। ବଲାଙ୍ଗିରରେ ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ବିଜୟ ଦିବସ ପାଳନ କରିଛି କଂଗ୍ରେସ୍। ଆଗକୁ କୃଷି ସଂପର୍କିତ ବିଭିନ୍ନ ପ୍ରସଙ୍ଗର ଅନୁଧ୍ୟାନ ପାଇଁ ଏକ କମିଟି ଗଠନ କରାଯିବ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ଏଥିରେ କେନ୍ଦ୍ର ରାଜ୍ୟ ସରକାରମାନଙ୍କ ପ୍ରତିନିଧି ଓ ଅନ୍ୟ ଅଂଶୀଦାରମାନେ ରହିବେ। ସେତବେଳେ ରାଜ୍ୟର ଆଭିମୁଖ୍ୟ କଣ ହେଉଛି ଏବେ ତା ଉପରେ ନଜର।
ରିପୋର୍ଟ: ଶିବାନନ୍ଦ ରାଉତ, ଅଜିତ ଦାସ, ହରିହର ଚାନ୍ଦ
]]>ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି ଯେ ଶିକ୍ଷୟିତ୍ରୀ ମମିତାଙ୍କ ହତ୍ୟାକାଣ୍ଡକୁ ନେଇ ରାଜ୍ୟବାସୀ ମର୍ମାହତ ଅଛନ୍ତି କିନ୍ତୁ ଏପଟେ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ସୁରକ୍ଷା ଦେଉଛନ୍ତି। ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଗଲେ, କିନ୍ତୁ ମମିତା ମେହେରଙ୍କୁ ଭୁଲିଗଲେ। ମଞ୍ଚରେ ମୁଖ୍ୟମନ୍ତ୍ରୀଙ୍କ ସହ ଦିବ୍ୟଶଙ୍କରଙ୍କୁ ବସାଇଲେ। ଏହାକୁ ନେଇ ସେ ଶଙ୍କାସୁରର ଉପାଖ୍ୟାନ କହିଛନ୍ତି।
ସେ କହିଛନ୍ତି ଯେ ଓଡ଼ିଶାର ସ୍କନ୍ଧ ଓ ପୁରାଣରେ ବର୍ଣ୍ଣିତ ଅଛି ଯେ ଶଙ୍ଖଚୂଡ଼ ନାମକ ଏକ ରାକ୍ଷାସ ଥିଲା। ସେଇ ରାକ୍ଷାସ ଇନ୍ଦ୍ରଙ୍କ ପାଖରୁ ୪ଟି ବେଦ ଚୋରାଇ ନେଇ ସମୁଦ୍ରରେ ଲୁଚିଥିଲା। ସେଥିପାଇଁ ପ୍ରଭୂ ବିଷ୍ଣୁ ମତ୍ସ୍ୟ ଅବତାର ଧାରଣ କରିଥିଲେ। କିନ୍ତୁ ବିଷ୍ଣୁ ଯେତେବେଳେ ତାକୁ ବଧ କରିବାକୁ ଯାଇଥିଲେ ସେ ଶଙ୍ଖର ଖୋଳପା ଭିତରେ ଲୁଚିଯାଇଥିଲା। ଫଳରେ ବିଷ୍ଣୁଙ୍କ ଚକ୍ର ବି ତାର କିଛି କ୍ଷତି କରିପାରୁନଥିଲା। ଶେଷରେ ବିଷ୍ଣୁ ବ୍ରହ୍ମାସ୍ତ୍ର ପ୍ରୟୋଗ କରି ଶଙ୍ଖଚୂଡ଼କୁ ବଧ କରିଥିଲେ।
ସେହିପରି ବିଷ୍ଣୁ ହେଉଛନ୍ତି ଆମର ଆରାଧ୍ୟ ଦେବତା ଜଗନ୍ନାଥ। ଆଜି ସେହିଭଳି ପରିସ୍ଥିତି ରାଜ୍ୟରେ ସୃଷ୍ଟି ହୋଇଛି। ଅପରାଧୀମାନେ ଶଙ୍ଖର ଖୋଳପା ଭିତରେ ଏଭଳି ପଶିଯାଉଛନ୍ତି, ତାଙ୍କର ଭୟରେ ଓଡ଼ିଶାବାସୀ ତ୍ରାହି ତ୍ରାହି ଡାକିଲେଣି। ଆମ ସମସ୍ତଙ୍କ ଡାକ ଆରାଧ୍ୟା ଦେବତା ଜଗନ୍ନାଥ ଶୁଣିବେ। ଆଗାମୀ ଦିନରେ ପ୍ରଭୁ ଜଗନ୍ନାଥ ଏଇ ଶଙ୍ଖର ଖୋଳପା ଭିତରେ ଶଙ୍ଖାସୁରଙ୍କୁ ବଧ କରିବେ।
ମୁଖ୍ୟମନ୍ତ୍ରୀ ଯେତେବେଳେ ପଦ ଓ ଗୋପନୀୟତାର ଶପଥ ନେଇଥିଲେ, ସେତେବେଳେ ସେ ବିନା ଭୟ ଓ ପକ୍ଷପାତିତାରେ ସାମ୍ବିଧାନିକ କାର୍ଯ୍ୟ ନିର୍ବାହ କରିବେ ବୋଲି ଶପଥ ନେଇଥିଲୋ। କିନ୍ତୁ ଏବେ ସମ୍ପୂର୍ଣ୍ଣ ଓଲଟା। ଅପରାଧୀ ଏବେ ଶଙ୍ଖ ଖୋଳପାରେ ଲୁଚୁଛନ୍ତି, ଶଙ୍ଖାସୁରଙ୍କୁ ଜଗନ୍ନାଥ ବଧ କରିବେ। ଆଗକୁ ପ୍ରତିବାଦ ଜୋରଦାର ହେବ, ସମସ୍ତେ ଓଡ଼ିଶା ବନ୍ଦକୁ ସଫଳ କରନ୍ତୁ ସେ ନିବେଦନ କରିଛନ୍ତି।
]]>