ବଜେଟରେ ଅନେକ ନୂଆ ଯୋଜନା ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ଏଥର ଶିକ୍ଷା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ପୁରସ୍କାର ପାଇଁ ୧୩୯ କୋଟି ବ୍ୟୟବରାଦ କରାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ପାଇଁ ୧୨୦ କୋଟି, ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର କଲ୍ୟାଣ ପାଣ୍ଠି ପାଇଁ ୫୦ କୋଟି, ମୁଖ୍ୟମନ୍ତ୍ରୀ ପାୱାର ଡେଭଲପମେଣ୍ଟ ପ୍ରୋଗ୍ରାମ ପାଇଁ ୧୪୪୬ କୋଟି ଓ ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ପୁଷ୍ଟି ଯୋଜନା ପାଇଁ ୨୫୦ କୋଟି ବ୍ୟୟବରାଦ କରାଯାଇଛି ।
ସେହିଭଳି ଆମ ହସ୍ପିଟାଲ ଯୋଜନା ପାଇଁ ୭୫୦ କୋଟିର ବ୍ୟୟବରାଦ କରାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ପାଇଁ ୮୧୧ କୋଟି, ଆମ ବସଷ୍ଟାଣ୍ଡ ପାଇଁ ବଜେଟରେ ୧୫୦ କୋଟି ଓ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଉଦ୍ୟୋଗୀ ପାଇଁ ୧୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ସେହିପରି ବିଦେଶ ବିମାନ ଉଡ଼ାଣ ଯୋଜନା ପାଇଁ ୧୦୦ କୋଟି , ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା ପାଇଁ ୨୧୦ କୋଟି , ବନ ସୁରକ୍ଷା ସମିତି ପାଇଁ ୨୫୦ କୋଟି ଏବଂ ମିଶନ ଶକ୍ତି ସ୍କୁଟର ଯୋଜନା ପାଇଁ ୫୦ କୋଟିର ବ୍ୟୟବରାଦ କରାଯାଇଛ ।
ଅନ୍ୟପଟେ ଏଥର କୃଷି କ୍ଷେତ୍ର ପାଇଁ ରାଜ୍ୟ ବଜେଟ୍ରେ ୨୪ ହଜାର ୮୨୯ କୋଟି ବ୍ୟୟବରାଦ କରାଯାଇଛି । ସେଥିମଧ୍ୟରୁ ଧାନ ସଂଗ୍ରହ ପାଇଁ ୨ ହଜାର କୋଟିର ରିଭଲିଂ ଫଣ୍ଡ, କାଳିଆ ସହାୟତା ପାଇଁ ୧୮୭୯ କୋଟି, OUATରେ କୃଷି ଗବେଷଣା ପାଇଁ ୧୬୬ କୋଟି , ଉଦ୍ୟାନ କୃଷିର ବିକାଶ ପାଇଁ ୩୮୧ କୋଟି , ମହିଳା SHGଙ୍କ ପାଇଁ ୫ ବର୍ଷରେ ୩୬୭ କୋଟି , ଛତୁ-ଫୁଲ ଚାଷ ମିଶନ ପାଇଁ ୧୦୦ କୋଟି ,ନଦୀ ଉପରେ ୧୬ଟି ଇନଷ୍ଟ୍ରିମ ଷ୍ଟୋରେଜ ପ୍ରକଳ୍ପ ପାଇଁ ୮୫୪ କୋଟି ଓ ପାର୍ବତୀ ଗିରି ବୃହତ ଉଠାଜଳସେଚନ ପ୍ରକଳ୍ପ ପାଇଁ ୫ ଶହ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି।
ସେହିଭଳି ୧ ଲକ୍ଷ ନଳକୂପ ପାଇଁ ୪୧୯୮ କୋଟି ଖର୍ଚ୍ଚ କରାଯିବାକୁ ଥିବା ବେଳେ ବିଜୁ କୃଷକ ଯୋଜନାରେ ୧୫୦୦ ସେଚ ପ୍ରକଳ୍ପ ପାଇଁ ୪୦୦ କୋଟି , ସେଚ ପ୍ରକଳ୍ପ ପୁନରୁଦ୍ଧାର ପାଇଁ ୧୯୧ କୋଟି , ୪୫୦ ଚେକ୍ ଡ୍ୟାମ୍ ପାଇଁ ୧୮୧ କୋଟି , ଚାଷୀଙ୍କୁ ସୁଧ ରିହାତି ପାଇଁ ୮୩୬ କୋଟି , ପ୍ରଧାନମନ୍ତ୍ରୀ ଫସଲ ବୀମା ପାଇଁ ୬ଶହ କୋଟି ଓ ମିଲେଟ ମିଶନ ପାଇଁ ୪୯୭ କୋଟି ବ୍ୟୟବରାଦ କରାଯାଇଛି ।
]]>ଗତ ବର୍ଷ ରାଜ୍ୟ ବଜେଟ୍ ପରିମାଣ ଥିଲା ୨ ଲକ୍ଷ କୋଟି। ନୂଆ ବଜେଟ୍ରେ ଭିତ୍ତିଭୂମିର ବିକାଶ, ସାମାଜିକ ସୁରକ୍ଷା ଉପରେ ରାଜ୍ୟ ସରକାର ଅଧିକ ଗରୁତ୍ୱ ଦେଇପାରନ୍ତି। କୃଷି, ସ୍ୱାସ୍ଥ୍ୟ, ଶିକ୍ଷା, ଗ୍ରାମୀଣ ବିକାଶ, ଜଳସେଚନ, କ୍ରୀଡା, ଯୁବ ବ୍ୟାପାର, ମିଶନ ଶକ୍ତି, ଆବାସ ଯୋଜନା ପାଇଁ ସ୍ୱତନ୍ତ୍ର ଫୋକସ୍ ରହିପାରେ।
ନିର୍ବାଚନ ପାଖେଇ ଆସୁଥିବାରୁ ସବୁ ବର୍ଗକୁ ଖୁସି କରିବାକୁ ଏହି ବଜେଟ୍ରେ ଉଦ୍ୟମ କରାଯିବାର ସମ୍ଭାବନା ରହିଛି। ଅନ୍ୟପକ୍ଷେ, ସରକାରଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଲିଙ୍ଗରାଜ ପ୍ରକଳ୍ପ ସମେତ ମନ୍ଦିର ବିକାଶ ଯୋଜନା ପାଇଁ ସ୍ୱତନ୍ତ୍ର ଅନୁଦାନ ମିଳିପାରେ।
]]>ସାଧାରଣ ନିର୍ବାଚନ ପୂର୍ବରୁ ଏହା ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ ହୋଇଥିବାରୁ ଭୋଟରଙ୍କୁ ଆକୃଷ୍ଟ କଲାଭଳି ଅନେକ ବ୍ୟବସ୍ଥା ରହିବା ନେଇ ଆଶା କରାଯାଉଛି।
ଫୋକସରେ ରହିପାରେ କୃଷି ଓ କୃଷକ। ଏଥିସହ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଜଳସେଚନ, ପାନୀୟଜଳ, ଭିତ୍ତିଭୂମି, ଗ୍ରାମୀଣ ବିକାଶ ଉପରେ ବଜେଟରେ ଅଧିକ ଗୁରୁତ୍ୱ ଦିଆଯିବା ସମ୍ଭାବନା ରହିଛି। ଗରିବ, ମଧ୍ୟବିତ୍ତ, ଛାତ୍ର, ଯୁବକ ଓ ମହିଳା ଭଳି ସବୁ ବର୍ଗଙ୍କ ସୁବିଧା ପାଇଁ ବଜେଟରେ ବ୍ୟବସ୍ଥା ରହିପାରେ।
୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ୧ଲକ୍ଷ ୨୦ହଜାର କୋଟିର ବ୍ୟୟବରାଦ ରହିବ ବୋଲି ସୂଚନା ମିଳିଛି। ରାଜ୍ୟ ସରକାର ଆମ ଗାଁ ଆମ ବିକାଶ ଭଳି କରିଥିବା ଅନେକ ଯୋଜନା ପାଇଁ ମଧ୍ୟ ବଜେଟରେ ଅର୍ଥ ବ୍ୟବସ୍ଥା ରହିବ। ସେପଟେ ରାଜ୍ୟ ଅର୍ଥ ମନ୍ତ୍ରୀ କହିଛନ୍ତି ବଜେଟ୍ ଲୋକଭିମୁଖୀ ହେବ।
]]>