ବିଜେପି ପ୍ରବକ୍ତା ସମ୍ବିତ ପାତ୍ର ଦଳରେ ଜଣେ ଟାଣୁଆ ପ୍ରବକ୍ତା ଭାବେ ଜଣାଶୁଣା। ଜାତୀୟ ଗଣମାଧ୍ୟମଗୁଡ଼ିକରେ ଦଳ ପକ୍ଷରୁ ଖୁବ୍ ମଜ୍ଭୁତ ଭାବେ ପକ୍ଷ ରଖିବା ନେଇ ସେ ବେଶ୍ ଜଣାଶୁଣା। ସୋସିଆଲ୍ ମିଡିଆରେ ମଧ୍ୟ ସେ ଖୁବ୍ ସକ୍ରିୟ ରୁହନ୍ତି।
ଗତ ସାଧାରଣ ନିର୍ବାଚନରେ ଦଳ ତାଙ୍କୁ ପୁରୀରୁ ସାଂସଦ ପ୍ରାର୍ଥୀ ଭାବେ ଛିଡ଼ା କରିଥିଲା।
]]>ସେହିପରି ବାଲେଶ୍ୱର ଜିଲ୍ଲା ବାଲିଆପାଳରେ ମଧ୍ୟ ଆଜି ଘଡ଼ଘଡ଼ି ସହ ବର୍ଷା ହୋଇଥିଲା। କେନ୍ଦୁଡ଼ିହା ଗାଁରେ ବଜ୍ରପାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ପଶ୍ଚିମବଙ୍ଗ କୁଳଡିହା ଅଞ୍ଚଳର ଉପେନ୍ଦ୍ର ସିଂ।
ସେପଟେ ଭୋଗରାଇ ବ୍ଲକର ବଡ଼ପାହି ଗାଁର ଅନ୍ନପୂର୍ଣ୍ଣା ରଣାଙ୍କ ଜୀବନ ଯାଇଥିବାବେଳେ ଗଞ୍ଜାମ ଭଞ୍ଜନଗର ଥାନା ବଡ଼ କୋଦଣ୍ଡା ଗାଁରେ ତ୍ରିନାଥ ଦାସ ନାମକ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ତାଙ୍କୁ ପ୍ରଥମେ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।
]]>ଚିହ୍ନଟ ନୂଆ ୧୪୬ ଆକ୍ରାନ୍ତଙ୍କ ମଧ୍ୟରୁ ୧୨୭ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୧୯ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଜଗତସିଂହପୁରରୁ ୮ଜଣ, କେନ୍ଦୁଝରରୁ ୨ଜଣ, କଟକରୁ ୨ଜଣ, ମାଲକାନଗିରିରୁ ଜଣେ, ଖୋର୍ଦ୍ଧାରୁ ୧୯ଜଣ, ନୟାଗଡ଼ରୁ ୩ଜଣ, ଯାଜପୁର, ଢେଙ୍କାନାଳ ଓ ବଲାଙ୍ଗିରରୁ ଜଣେ ଲେଖାଏ, ମୟୂରଭଞ୍ଜରୁ ୩ଜଣ, କଳାହାଣ୍ଡିରୁ ୩ଜଣ, କନ୍ଧମାଳରୁ ୨ଜଣ, ଗଞ୍ଜାମରୁ ୧୮ଜଣ, ଦେବଗଡ଼ରୁ ୫ଜଣ, ସୁନ୍ଦରଗଡ଼ରୁ ୭ଜଣ, କେନ୍ଦ୍ରାପଡ଼ାରୁ ୨ଜଣ ଓ ବାଲେଶ୍ୱରରୁ ୭ଜଣ ଆକ୍ରାନ୍ତ ହୋଇଛନ୍ତି। ସେହିପରି ଚିହ୍ନଟ ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଅମ୍ପନ୍ ଉଦ୍ଧାର କାର୍ଯ୍ୟ ସାରି ପଶ୍ଚିମବଙ୍ଗରୁ ଫେରିଥିବା NDRF/ODRAFର ୬୧ଜଣ କର୍ମଚାରୀ ଅଛନ୍ତି।
ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୪୦ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୧,୧୩୬ଜଣ ଚିକିତ୍ସାଧୀନ ଥିବାବେଳେ ୧,୯୯୩ଜଣ ସୁସ୍ଥ ହୋଇଛନ୍ତି। ତେବେ ୯ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଆଉ ୨ ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ କରୋନା ଯୋଗୁ ସେମାନଙ୍କର ମୃତ୍ୟୁ ଘଟି ନ ଥିବା ସୂଚନା ଦିଆଯାଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ୍ସାଇଟ୍ରେ ସୂଚନା ଦିଆଯାଇଛି। ସେପଟେ ରାଜ୍ୟର ୧୨ ଅଗ୍ନିଶମ କର୍ମଚାରୀଙ୍କୁ କରୋନା ରେ ଆକ୍ରାନ୍ତ ହୋଇଛନ୍ତି ।
ଅଧିକ କରୋନା ଖବର ପାଇଁ ଆମ ସହିତ ଯୋଡି ହୁଅନ୍ତୁ ।
]]>୧୫ ଜିଲ୍ଲାରୁ ଆକ୍ରାନ୍ତ ୬୩ ଜଣଙ୍କ ମଧ୍ୟରୁ ୬୧ କ୍ୱାରେଣ୍ଟିନ କେନ୍ଦ୍ରର ହୋଇଥିବାବେଳେ ୨ଜଣ ସ୍ଥାନୀୟ ବାସିନ୍ଦା। ଆଜି ଚିହ୍ନଟ ହୋଇଥିବା ୬୩ ଜଣଙ୍କ ମଧ୍ୟରୁ ଖୋର୍ଦ୍ଧାର ସର୍ବାଧିକ ୧୨ ଜଣ ଥିବାବେଳେ ଜଗତ୍ସିଂହପୁରର ୧୧, ଢେଙ୍କାନାଳର ୯ ଜଣ ଅଛନ୍ତି।
ସେହିପରି ନୟାଗଡ଼ରୁ ୭, ବଲାଙ୍ଗିରରୁ ୬, ଗଞ୍ଜାମରୁ ୪, ବାଲେଶ୍ୱର ଓ କଟକରୁ ୩ ଲେଖାଏଁ, ସୁନ୍ଦରଗଡ଼ରୁ ୨, ପୁରୀ, ମୟୂରଭଞ୍ଜ, କୋରାପୁଟ, ସମ୍ବଲପୁର, ଝାରସୁଗୁଡ଼ା, ନବରଙ୍ଗପୁରରୁ ଜିଲ୍ଲାରୁ ଜଣେ କରୋନା ରୋଗୀ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ଟିଭ କେସ୍ ୮୨୭ ଥିବାବେଳେ ୮୮୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୭ ଜଣଙ୍କର କରୋନା ଜନିତ ମୃତ୍ୟୁ ଘଟିଛି। ଗତକାଲି ରାଜ୍ୟରେ ୭୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
06 cases in Bolangir
(All in quarantine centres. Maharastra returnees)11 cases in Jagatsinghpur
(All in quarantine centres. 3 WB, 1 AP, 2 Gujarat, 2 TN & 1 Telengana 2 Maharastra returnees)01 case in Jharsuguda
(In quarantine centre. Maharashtra returnee)— I & PR Department, Odisha (@IPR_Odisha) May 29, 2020
]]>