• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Odia New Year

Pana Sankranti
ହଟିଲା ସଂଶୟ...ଏହି ଦିନରେ ପାଳିତ ହେବ ପଣା ସଂକ୍ରାନ୍ତି

ଏପ୍ରିଲ ୧୪ ପଣା ସଂକ୍ରାନ୍ତି । ପଣା ସଂକ୍ରାନ୍ତି କେବେ ପାଳନ ହେବ, ହଟିଲା ସଂଶୟ । ଏପ୍ରିଲ ୧୪ ତାରିଖରେ ପାଳନ ହେବ ମହାବିଷୁବ ପଣା ସଂକ୍ରାନ୍ତି । ପଣା ସଂକ୍ରାନ୍ତି ନେଇ ମୁକ୍ତି ମଣ୍ଡପ ପଣ୍ଡିତ ସଭାର ମୋହର ।

Pana Sankranti
ଏଥର ପଣା ସଂକ୍ରାନ୍ତି କେବେ; ଏପ୍ରିଲ ୧୩ ନା ୧୪ ତାରିଖ ?

ପଣା ସଂକ୍ରାନ୍ତି- ଓଡ଼ିଆ ନବବର୍ଷ । ସେଇଠୁ ପ୍ରଚଳନ ହୁଏ ବର୍ଷକ ପାଇଁ ଓଡ଼ିଆ ପଞ୍ଜିକା, ଯାନିଯାତ୍ରା ପର୍ବପର୍ବାଣୀ ପାଇଁ ଦିନ ଧାର୍ଯ୍ୟ ବି ହୁଏ । ହେଲେ ଏଥର ପଣା ସଂକ୍ରାନ୍ତି ଏପ୍ରିଲ ୧୩ କି ୧୪ରେ ପଡ଼ିବ ତାକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି ।

Pana Sankranti
ଏଥର ଦ୍ୱନ୍ଦ୍ୱରେ ପଣା ସଂକ୍ରାନ୍ତି ବା ଓଡ଼ିଆ ନବବର୍ଷ; ଏପ୍ରିଲ ୧୩ ନା ୧୪ ତାରିଖ ?

ଏଥର ପଣା ସଂକ୍ରାନ୍ତି କେବେ ? ଏପ୍ରିଲ ୧୩ ନା ୧୪ ତାରିଖ ?.. ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷକୁ ନେଇ ଉପୁଜିଛି ଦ୍ୱନ୍ଦ୍ୱ । ଏ ଦ୍ୱନ୍ଦ୍ୱ ଏଥିପାଇଁ ଯେ, ବିଭିନ୍ନ ପଞ୍ଜିକାରେ ପଣା ସଂକ୍ରାନ୍ତିକୁ ନେଇ ରହିଛି ଭିନ୍ନ ଭିନ୍ନ ତାରିଖ ।

Odia new year in Baharein
ବାହାରିନ ଓଡ଼ିଆ ସମାଜ ପକ୍ଷରୁ ଓଡ଼ିଆ ନୂଆବର୍ଷ ପାଳନ

ଓଡ଼ିଆ ନୂଆବର୍ଷକୁ କେବଳ ଓଡ଼ିଶାରେ ନୁହେଁ, ଏହାକୁ ଅନ୍ୟ ରାଜ୍ୟ ଓ ବିଦେଶରେ ମଧ୍ୟ ପାଳନ କରାଯାଇଛି। ବାହାରିନ ଓଡିଆମାନେ ଓଡିଆ ନୂଆ ବର୍ଷ ଏବଂ ପଣା ସଂକ୍ରାନ୍ତି ପାଳନ କରିଛନ୍ତି। ବାହାରିନ ଓଡିଆ ସମାଜ ଏହାକୁ ପାଳନ କରିଛି।

odia new year celebration
ଆସିଲା ନୂଆ ପଞ୍ଜିକା: ପୂର୍ବଭାଗରେ ହିଂସା, ଯୁଦ୍ଧ ସଙ୍କଟ ଓ ପ୍ରାକୃତିକ ବିପର୍ଯ୍ୟର ଆଶଙ୍କା

ପବିତ୍ର ମହାବିଷୁବ ସଂକ୍ରାନ୍ତିରେ ଶ୍ରୀମନ୍ଦିରରେ ପ୍ରଚଳନ ହୋଇଛି ନୂତନ ପାଂଜି। ଏହି ଅବସରରେ ରାଜ୍ୟ, ଦେଶ ତଥା ବିଶ୍ୱର ଭାଗ୍ୟ ଭବିଷ୍ୟତ ଓ ଭଲ-ମନ୍ଦର ପୂର୍ବାନୁମାନ କରିଛି ନୂଆ ପଂଜିକା। ନୂଆ ପଂଜିକାର ଗଣନା ଅନୁସାରେ ଏ ବର୍ଷ ଆରମ୍ଭରୁ ଶନି ମୂଳତ୍ରିକୋଣରେ ଥିବାରୁ ବିଶ୍ବପାଇଁ ଆଣିପାରେ ମିଶ୍ରିତ ଫଳାଫଳ

odia new year celebration
ଓଡ଼ିଆ ନବ ବର୍ଷ: ଗାଁଠୁ ସହର ଜମିଲା ପଣାପାଣିର ଆସର

ଓଡ଼ିଆ ନବ ବର୍ଷ, ମହା ବିଷୁବ ତଥା ପଣା ସଂକ୍ରାନ୍ତି। ଗାଁଠୁ ସହର, ମଠମନ୍ଦିର, ଆଖଡା ଶାଳରୁ ଆରମ୍ଭ କରି ଧାର୍ମିକ ଅନୁଷ୍ଠାନ, ସବୁଠି ଆଜି ଜମିଛି ପଣାପାଣିର ଆସର। ହିନ୍ଦୁ ଧର୍ମ ଅନୁସାରେ ଆଜିଠାରୁ ଆରମ୍ଭ ହୋଇଛି ସୌରମାନ ବର୍ଷର ପ୍ରଥମ ଦିନ। କୁହାଯାଏ ଆଜିଠାରୁ ସୂର୍ଯ୍ୟଦେବଙ୍କ ଉତ୍ତାପ ପୃଥିବୀ ପୃଷ୍ଠରେ ଅଧିକମାତ୍ରାରେ ଅନୁଭୂତ ହେବ। ଏହାକୁ ଦୃଷ୍ଟିରେ ରଖି ପଣାପାଣିର ପରମ୍ପରା ପ୍ରଚଳିତ ହେଉଛି।

odia new year celebration
ଓଡ଼ିଆ ନବ ବର୍ଷ: ଗାଁଠୁ ସହର ଜମିଲା ପଣାପାଣିର ଆସର

ଆଜି ହେଉଛି ଓଡ଼ିଆ ନବ ବର୍ଷର ପ୍ରଥମ ଦିନ ମହା ବିଷୁବ ସଂକ୍ରାନ୍ତି ତଥା ପଣା ସଂକ୍ରାନ୍ତି। ବିଭିନ୍ନ ସ୍ଥାନରେ ଝାମୁ ଯାତ୍ରା ସାଙ୍ଗକୁ ଦଣ୍ଡପର୍ବ ମଧ୍ୟ ଅନୁଷ୍ଠିତ ହୋଇଛି।

Pana Sankranti
ଆଜି ପଣା ସଂକ୍ରାନ୍ତି ତଥା ଓଡ଼ିଆ ନୂଆ ବର୍ଷ

ଆଜି ପଣା ସଂକ୍ରାନ୍ତି ଅବସରରେ ପ୍ରତିଟି ଓଡ଼ିଆଙ୍କ ଘରେ ବିଭିନ୍ନ ପଣା ପ୍ରସ୍ତୁତ କରାଯାଇଥାଏ । ବୃନ୍ଦାବତୀ ମୂଳରେ ପଣା ପୂଜା କରାଯାଏ ।

Pana Sanktranti and Odia New Year
ମହାବିଷୁବ ସଂକ୍ରାନ୍ତିରେ କାହିଁକି ବଣ୍ଟାଯାଏ ପଣା...ଜାଣନ୍ତୁ କାରଣ

ଆଜି ପବିତ୍ର ପଣା ସଂକ୍ରାନ୍ତି। ଓଡ଼ିଆ ପରମ୍ପରାନୁଯାୟୀ ଏହି ଦିନଠାରୁ ନୂଆ ବର୍ଷ ଆରମ୍ଭ ହୋଇଥାଏ। ଏହାଛଡ଼ା ଏହି ଦିନକୁ ହନୁମାନ ଜୟନ୍ତୀ, ମହାବିଷୁବ ସଂକ୍ରାନ୍ତି ଭାବେ ମଧ୍ୟ ପାଳନ କରାଯାଇଥାଏ। ଏହି ଦିନ ବେଲ ଆଦି ପଣା ତିଆରି କରି ସାହି ପଡିଶାରେ ବଣ୍ଟାଯାଏ। ତେବେ ଏଭଳି ପରମ୍ପରା ପଛର କାହାଣୀ ଜାଣନ୍ତୁ।

Pana Sankranti,Odia New Year
ମହାବିଷୁବ ସଂକ୍ରାନ୍ତି ସାଙ୍ଗକୁ ଓଡ଼ିଆ ନବବର୍ଷର ଧୁମ୍

କେଉଁଠି ପୂଜାପାଠ, ହୋମଯଜ୍ଞ ତ ଆଉ କେଉଁଠି ଛତୁଆ ସାଙ୍ଗକୁ ପଣାର ମହକ । ପୁଣି କେଉଁଠି କୁସ୍ତିକସରତ ସହ ବନାଟି, ମାଲ ଖମ୍ବ, ମେଢ଼ ନାଚର ମଉଜ । ମହାମାରୀ ପାଇଁ ଦୁଇବର୍ଷ ଧରି ଫିକା ଥିବା ଓଡ଼ିଆ ନୂଆବର୍ଷକୁ ଆଜି ଖୋଲି କି ମନେଇଛି ସାରା ରାଜ୍ୟ ।

Pana Sankranti,Odia New Year
ଆଜି ଓଡ଼ିଆ ନବବର୍ଷ

ଆଜି ମହାବିଷୁବ ସଂକ୍ରାନ୍ତି, ଓଡ଼ିଆ ନୂଆବର୍ଷ, ତା ସାଙ୍ଗକୁ ହନୁମାନ ଜୟନ୍ତୀ । ଘରେ ଘରେ ପବିତ୍ର ପରିବେଶ । ସବୁଠି ପଣାର ମହକ । ଆଜିଠାରୁ ନୂଆ ପାଞ୍ଜି ମଧ୍ୟ ପ୍ରଚଳନ ହୋଇଛି ।

Pana Sankranti as odia NabaBarsa
ପଣା ସଂକ୍ରାନ୍ତିକୁ କାହିଁକି କୁହାଯାଏ ଓଡ଼ିଆ ନୂଆ ବର୍ଷ

ଓଡ଼ିଆ ପଞ୍ଜିକାର ଗଣନା ଅନୁସାରେ ମହାବିଷୁବ ସଂକ୍ରାନ୍ତି ହିଁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବରେ ଗ୍ରହଣ କରାଯାଏ। ଏହି ଦିନଟିକୁ ଓଡ଼ିଆ ନବବର୍ଷ ଭାବରେ ପାଳନ କରାଯାଏ। ଏହା ପଛରେ କ’ଣ ରହିଛି ମହତ୍ୱ, ଆସନ୍ତୁ ଜାଣିବା…

Odia New Year and Maha Vishuba Sankranti
ବାଲୁକା କଳାରେ ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଲେ ଦୁଇ ବାଲୁକାଶିଳ୍ପୀ

ପୁରୀ ବେଳାଭୂମିରେ ବାଲୁକା କଳା କରି ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ସେହିପରି ପୁରୀ ଲାଇଟ୍ ହାଉସ ବେଳାଭୂମିରେ ବାଲିରେ ପ୍ରଭୁ ହନୁମାନଙ୍କ ବିଶାଳ ବାଲୁକା କଳା ନିର୍ମାଣ କରିଛନ୍ତି ଆନ୍ତର୍ଜାତିକ ବାଲୁକାଶିଳ୍ପୀ ମାନସ କୁମାର ସାହୁ ।

naveen-modi
ଓଡ଼ିଆ ନବବର୍ଷ ଅବସରରେ ଓଡ଼ିଶାବାସୀଙ୍କୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଆ ନବବର୍ଷ ଅବସରରେ ଓଡ଼ିଶାବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଆରେ ଟ୍ୱିଟ୍ କରି ଅଭିନନ୍ଦନ ଜଣାଇଛନ୍ତି। ବିଶ୍ଵର କୋଣ ଅନୁକୋଣରେ ରହୁଥିବା ମୋର ସମସ୍ତ ଓଡିଆ ବନ୍ଧୁ, ଭାଇ, ଭଉଣୀମାନଙ୍କୁ ମହାବିଷୁବ ସଂକ୍ରାନ୍ତିର ଅଭିନନ୍ଦନ। ନୂତନବର୍ଷ ଭଲ ଓ ସୁଖରେ କଟୁ । ସମୃଦ୍ଧ ଓଡିଆ ସଂସ୍କୃତିକୁ ନେଇ ଆମେ ବିଶେଷଭାବେ ଗୌରବାନ୍ଵିତ ବୋଲି ମୋଦି ଟ୍ୱିଟ୍‌ କରି କହିଛନ୍ତି। ବିଶ୍ଵର କୋଣ ଅନୁକୋଣରେ ରହୁଥିବା ମୋର ସମସ୍ତ ଓଡିଆ ବନ୍ଧୁ, ଭାଇ, ଭଉଣୀମାନଙ୍କୁ ମହାବିଷୁବ […]

odia new year
ବାଲୁକା କଳା ମାଧ୍ୟମରେ ଓଡ଼ିଆ ନବବର୍ଷର ଶୁଭେଚ୍ଛା

ଭୁବନେଶ୍ୱର: ଆମ ଉତ୍କଳୀୟମାନଙ୍କର ନବବର୍ଷ ପଣା ସଂକ୍ରାନ୍ତି ବା ବିଷୁବ ସଂକ୍ରାନ୍ତିରୁ ହିଁ ଆରମ୍ଭ ହୋଇଥାଏ। ଆମର ସମସ୍ତ ଶୁଭ କର୍ମ, ଭୂମି ପୂଜନ ଏବଂ ବିହନ ଅନୁକୂଳ ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଥାଏ। ଏହା ସହିତ ବର୍ଷ ଆରମ୍ଭରୁ ଅର୍ଥାତ୍‌୧୪ ଏପ୍ରିଲ୍‌ ୨୦୧୮ରୁ ୧୫ ମେ ୨୦୧୮ ପର୍ଯ୍ୟନ୍ତ ଶୁଦ୍ଧକାଳ। ୧୬ ମେ ୨୦୧୮ରୁ ୧୩ ଜୁନ୍‌୨୦୧୮ ମଳ ମାସ ହେତୁ ଅଶୁଦ୍ଧ କାଳ ଓ ଶୁଭକାର୍ଯ୍ୟ ବର୍ଜନୀୟ। ଅଶୁଦ୍ଧକାଳ ସମୟରେ ସମସ୍ତ ଶୁଭକାର୍ଯ୍ୟ ଯଥା […]

pana sankranti
ଚଳଚଞ୍ଚଳ ସାରା ରାଜ୍ୟ, ବିଭିନ୍ନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼

‍‍ଭୁବନେଶ୍ୱର: ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ସହ ପଣା ସଂକ୍ରାନ୍ତି, ଏବଂ ହନୁମାନ ଜୟନ୍ତୀ। ଏହାସହ ଆଜି ଓଡିଆ ନବବର୍ଷ ମଧ୍ୟ।  ଶ୍ରୀମନ୍ଦିରରେ ପରମ୍ପରା ରୀତିନୀତିରେ ହନୁମାନ ଜୟନ୍ତୀ ପାଳନ କରାଯିବ। ସକାଳ ଧୂପ ପରେ  ହନୁମାନଙ୍କୁ ଏକ ସ୍ୱତନ୍ତ୍ର ବିମାନରେ ଜଗନ୍ନାଥ ବଲ୍ଲଭ ମଠକୁ ବିଜେ କରାଯାଇ ଆଜ୍ଞାମାଳ ପ୍ରଦାନ କରାଯିବ।  ସେଠାରୁ ଚକ୍ରତୀର୍ଥ ଦରିଆ ମହାବୀର ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରାଯିବା ପରେ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରାଯିବାର ବିଧିବିଧାନ ରହିଛି। ସେହିପରି ଶ୍ରୀକ୍ଷେତ୍ରରେ ମହାଆଡମ୍ବରରେ […]