୨୦ ବର୍ଷୀୟ ସ୍ୱର୍ଣ୍ଣଲତାଙ୍କ ଘର ଓଡ଼ିଶାର କଳିଙ୍ଗନଗରରେ।
ମାଉଣ୍ଟ ଏଭେରେଷ୍ଟ ଅଭିଯାନରେ ସାମିଲ ନେଇ ସେ ଖୁସି ବ୍ୟକ୍ତ କରିବା ସହ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ତାଙ୍କ ଉପରେ ଭରସା ଓ ଆତ୍ମବିଶ୍ୱାସ ରଖି ତାଙ୍କୁ ଚୟନ କରି ଏକ ସୁଯୋଗ ଦେଇଥିବାରୁ ସେ ଟାଟା ଷ୍ଟିଲ୍ ଓ ଟାଟା ଷ୍ଟିଲ୍ ଆଡଭେଂଚର ଫାଉଣ୍ଡେସନକୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ସ୍ୱର୍ଣ୍ଣଲତାଙ୍କ ମାଉଣ୍ଟ ଏଭେରେଷ୍ଟ ଅଭିଯାନ ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣିଛି।
ସ୍ୱର୍ଣ୍ଣଲତାଙ୍କ ସହ ଉତ୍ତରାଖଣ୍ଡର ପୁନମ୍ ଓ ସନ୍ଦୀପ ଟୋଲିଆ ମଧ୍ୟ ଏହି ଅଭିଯାନରେ ସାମିଲ ହୋଇଛନ୍ତି। ମାର୍ଚ୍ଚ ୨୭ ତାରିଖରେ ଦିଲ୍ଲୀରୁ କାଠମାଣ୍ଡୁ ଅଭିମୁଖେ ଏହି ତିନିଜଣ ସେମାନଙ୍କର ମାଉଣ୍ଟ ଏଭେରେଷ୍ଟ ଅଭିଯାନରେ ବାହାରିବେ।
ଅନ୍ୟପକ୍ଷରେ ସ୍ୱର୍ଣ୍ଣଲତାଙ୍କ ମାଉଣ୍ଟ ଏଭେରେଷ୍ଟ ଅଭିଯାନକୁ ନେଇ ଗର୍ବିତ ବୋଲି କହିଛନ୍ତି କ୍ରୀଡା ଓ ଯୁବ ସେବା ବିଭାଗ ସଚିବ ଚଂଚଲ ରାନା।
]]>