ସେ ଆହୁରି କହିଛନ୍ତି ଯେ ସ୍କୁଲକୁ ଯିବା ପରେ ସେ ବଡ଼ ବଡ଼ ସେନା ଅଧିକାରୀ, ଏପରିକି ଜେନେରାଲ ବିପିନ ରାଓ୍ୱତଙ୍କୁ ଭେଟିଥିଲେ। ଅନ୍ୟ ସେନା ଅଧିକାରୀଙ୍କୁ ମଧ୍ୟ ଭେଟିବା ପରେ ଅଫିସର ହେବାକୁ ସେ ପ୍ରେରିତ ହୋଇଥିଲେ। କେବଳ ପରିଶ୍ରମ ନୁହେଁ, ଏକ ସ୍ୱତନ୍ତ୍ର ଷ୍ଟ୍ରାଟେଜି ସହ ଓମକାର ଆଶୁତୋଷ ନ୍ୟାସନାଲ ଡିଫେନ୍ସ ଏକାଡେମୀ ପରୀକ୍ଷାରେ ଟପ୍ପର ହୋଇ ଏହି ଗୌରବ ଆଣିଛନ୍ତି। ଆଶୁତୋଷଙ୍କ ଘର ପୁରୀରେ। ସେ NDA ଓ ନାଭାଲ ଏକାଡେମୀ ପରୀକ୍ଷାରେ ଟପ୍ପର ହୋଇଛନ୍ତି।
Nation is proud of you!@PandaJay congratulates Omkar Asutosh from Puri, Odisha on becoming the topper of the National Defence Academy & Naval Academy Examination (I) - 2021.
— Office of Jay Panda (@mp_office) December 31, 2021
Best wishes for your future endeavours.
Jai Hind 🇮🇳 pic.twitter.com/FRwnETTSXv
ଆଶୁତୋଷଙ୍କ ଏହି ସଫଳତା ପରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇବା ସହ ତାଙ୍କର ଆଗାମୀ ଉଜ୍ଜଳ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଛନ୍ତି ବୈଜୟନ୍ତ। ଏହାସହ ଆଶୁତୋଷଙ୍କ ପାଇଁ ଦେଶ ଆଜି ଗର୍ବିତ ବୋଲି ବୈଜୟନ୍ତ ଉଲ୍ଲେଖ କରିଛନ୍ତି।
]]>ଭୂତତ୍ତ୍ୱ ବିଜ୍ଞାନରେ ପ୍ରଥମ ସ୍ଥାନ ଅଧିକାର କରିବାରେ ପାର୍ଥ ସାରଥୀ ହେଉଛନ୍ତି ପ୍ରଥମ ଓଡ଼ିଆ। ଗତ ୧୮ ତାରିଖରେ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ରାଷ୍ଟ୍ରପତିଙ୍କ ଠାରୁ ଏହି ଗୋଲ୍ଡ ମେଡାଲ ଗ୍ରହଣ କରିଛନ୍ତି ସେ। ଏବେ ଅହମଦାବାଦରେ ପିଏଚଡି କରୁଛନ୍ତି ପାର୍ଥ। ତାଙ୍କର ଏହି ସଫଳତାରେ ପରିବାର ଠାରୁ ଆରମ୍ଭ କରି ଗ୍ରାମବାସୀ ସମସ୍ତେ ଖୁସି।
]]>