]]>
ରାଜଧାନୀର ଯୁବ ଲେଖିକା ବନସ୍ମିତା ପତିଙ୍କ ସହ ଆର୍ଥିକ କାରବାରକୁ ନେଇ ଉପୁଜିଥିବା ବିବାଦରେ ଗିରଫ ହୋଇଛନ୍ତି ମୌସୁମୀ । IPC ଧାରା ୩୮୫-ଦାଦାବଟି ଆଦାୟ କରିବା, ୨୯୪-ଗାଳିଗୁଲଜ କରିବା, ୫୦୬-ଅପରାଧିକ ଧମକ ଏବଂ ୫୦୭- ଧମକ ଚମକ ଭଳି ସଂଗୀନ ଦଫା ଲଗାଇ ମୌସୁମୀଙ୍କୁ ଗିରଫ ପରେ କୋର୍ଟଚାଲାଣ କରିଛି ଭୁବନେଶ୍ୱର ଇନଫୋସିଟି ପୋଲିସ ।
ଲେଖିକା ବନାମ ଅଭିନେତ୍ରୀ ବିବାଦ ପଛର କାରଣ କ’ଣ ? ବନସ୍ମିତା ଏବଂ ମୌସୁମୀଙ୍କ ମଧ୍ୟରେ ଥିଲା କି ସଂପର୍କ ? କାହିଁକି ଓ କେତେ ପରିମାଣର ଆର୍ଥିକ କାରବାର ହୋଇଥିଲା ? ହଠାତ୍ ବିବାଦ ଉପୁଜିଲା କାହିଁକି ? ଏଭଳି ନାନା ପ୍ରଶ୍ନ ଆଉ ଚର୍ଚ୍ଚା ଭିତରେ ସାମ୍ନାକୁ ଆସିଛି ତଥ୍ୟ । ବନସ୍ମିତାଙ୍କ ଓକିଲ ବ୍ୟୋମକେଶ ତ୍ରିପାଠୀଙ୍କ କହିବା କଥା, ଗତ ପ୍ରାୟ ୧୨ ବର୍ଷ ତଳେ ବନସ୍ମିତାଙ୍କ ନୃତ୍ୟଗୁରୁ ଥିଲେ ମୌସୁମୀ । ତା’ପରଠୁ କିନ୍ତୁ ଉଭୟ ଗୁରୁ-ଶିଷ୍ୟା ମଧ୍ୟରେ ଆଉ କୌଣସି ସଂପର୍କ ନଥିଲା ।
ଗତ ବର୍ଷେ ହେବ, ପୁଣି ଥରେ ସଂପର୍କରେ ଯୋଡ଼ିହେବା ପରେ ବନସ୍ମିତାଙ୍କ ସେୟାର ମାର୍କେଟରେ ବିନିଯୋଗ ପାଇଁ ମୌସୁମୀ ୫ ଲକ୍ଷ ୮୦ ହଜାର ଟଙ୍କା ଦେଇଥିଲେ । ପରେ ଫେରି ବି ପାଇଥିଲେ । ଏହାପରଠୁ ଆରମ୍ଭ ହୋଇଥିଲା ବିବାଦ । ମୌସୁମୀ ବ୍ଲାକମେଲ୍ କରି ଅଧିକ ଟଙ୍କା ଆଦାୟ କରିବା ସହ ହତ୍ୟା ପାଇଁ ଧମକ ଚମକ ଦେଉଥିଲେ । ଏପରିକି ସର୍ବସମ୍ମୁଖରେ ବଦନାମ କରିବେ ବୋଲି କହିଥିଲେ । ତା’ସହ ମୌସୁମୀ ଚନ୍ଦକା ଥାନାରେ ଏତଲା ଦେବା ସହ ବନସ୍ମିତାଙ୍କ ବିରୋଧରେ ମିଡ଼ିଆରେ ନାନା ଟିପ୍ପଣୀ ଦେଇଥିଲେ । ଏହାକୁ ନେଇ ବିବାଦ ଉଗ୍ର ହେବା ପରେ ବନସ୍ମିତା ଇନଫୋସିଟି ଥାନାର ଦ୍ୱାରସ୍ଥ ହୋଇଥିଲେ।
ତେବେ ଘଟଣା ପଛର ଅସଲ କାରଣ ଏବଂ ସତ୍ୟତା କ’ଣ ? ତାହା ତ ପୋଲିସର ଚୁଡାନ୍ତ ତଦନ୍ତ ପରେ ସ୍ପଷ୍ଟ ହୋଇପାରେ । କିନ୍ତୁ ଜାରି ରହିଥିବା ଓଲିଉଡ୍ କଳି ଭିତରେ ଲେଖିକା-ଅଭିନେତ୍ରୀ ବିବାଦ ଏବେ ନୂଆ ଚର୍ଚ୍ଚା ସୃଷ୍ଟି କରିଛି ।
]]>ସୂଚନା ଅନୁସାରେ, ମୌସୁମୀ ଏହି ଟଙ୍କା ବନସ୍ମିତାଙ୍କୁ ଦେଇଥିଲେ । ଯେଉଁ ଟଙ୍କାକୁ ବନସ୍ମିତା ଟ୍ରେଡିଂ ଆକାଉଣ୍ଟରେ ଲଗାଇଥିଲେ, କିନ୍ତୁ ମୌସୁମୀଙ୍କୁ ଫେରାଇ ନଥିଲେ । ଏହାକୁ ନେଇ ଇନଫୋସିଟି ଥାନାରେ କମ୍ପ୍ରମାଇଜ୍ ପିଟିସନ୍ ହୋଇଥିଲା । ମୌସୁମୀ ବନସ୍ମିତାଙ୍କର ମର୍ଯ୍ୟାଦା ହାନି କରିବେ ନାହିଁ ବୋଲି ଏହି ପିଟିସନରେ ଉଲ୍ଲେଖ ଥିଲା ।
କିନ୍ତୁ ପରବର୍ତ୍ତୀ ସମୟରେ ଲେଖିକା ବନସ୍ମିତା ପତିଙ୍କ ବିରୋଧରେ ମୌସୁମୀ ସାମାଜିକ ଗଣମାଧ୍ୟମରେ ମର୍ଯ୍ୟାଦା ହାନି କରିବା ଭଳି ମନ୍ତବ୍ୟ ଦେଇଥିଲେ । ଧମକପୂର୍ଣ୍ଣ କଲ୍ ମଧ୍ୟ କରିଥିଲେ । ଏହି ଆଧାରରେ ଅଭିନେତ୍ରୀ ମୌସୁମୀ ନାୟକଙ୍କୁ ଧାରା ୩୮୫, ୨୯୪, ୫୦୬ରେ ଗିରଫ କରାଯାଇଛି । ସେପଟେ ମୌସୁମୀ ମଧ୍ୟ ଚନ୍ଦକା ଥାନାରେ ବନସ୍ମିତାଙ୍କ ବିରୋଧରେ ପାଲଟା FIR ଦେଇଛନ୍ତି ।
]]>ପତ୍ନୀଙ୍କୁ ସବୁଦିନ ପାଇଁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ରାଜେଶ୍ୱରୀଙ୍କ ସ୍ୱାମୀ। କୋହଭରା କଣ୍ଠରେ ସେ କହିଛନ୍ତି, ‘ମଝିରେ ମଝିରେ ତାଙ୍କ ଦେହ ଖରାପ ହେଉଥିଲା। ତେବେ ଚିକତ୍ସା ପରେ ପୁଣି ସେ ଠିକ୍ ହୋଇଯାଉଥିଲେ। ହେଲେ ଏଥର ତାଙ୍କୁ ହସ୍ପିଟାଲ୍ ଆଣିବାରେ ଟିକେ ବିଳମ୍ବ ହୋଇଯାଇଥିଲା। ଗତକାଲି ଅପରାହ୍ଣରେ ରାଜେଶ୍ୱରୀଙ୍କ ମୁଣ୍ଡ ବିନ୍ଧା ହେବାରୁ ତାଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ରାଜେଶ୍ୱରୀ ଫାଇଟର୍ ଓ ସାହସୀ ଥିଲେ।’
ହସ୍ପିଟାଲ ଆଣିବାରେ ବିଳମ୍ବ ହୋଇଗଲା: ରାଜେଶ୍ୱରୀଙ୍କ ସ୍ୱାମୀ #RajeswariRayMohapatra #OdiaSerial #Actress pic.twitter.com/03u2ISWiTU
— ଓଟିଭି (@otvkhabar) July 21, 2022
୨୦୧୮ରୁ ଲଙ୍ଗସ୍ ଓ ବ୍ରେନ୍ କ୍ୟାନସରରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ ରାଜେଶ୍ୱରୀ। କିଛି ଦିନ ପୂର୍ବେ ସୁସ୍ଥ ହୋଇଥିଲେ। ଜୀବନରେ ପ୍ରତିଟି ମୁହୂର୍ତ୍ତରେ ସଂଘର୍ଷ କରୁଥିବା ରାଜେଶ୍ୱରୀ କେବେ ବି ହାର୍ ମାନିନଥିଲେ। ନିଜ ବିନ୍ଦାସ ଆଟଟ୍ୟୁଡ୍ ତାଙ୍କୁ ଅନ୍ୟଠୁ ଭିନ୍ନ କରିଥିଲା। ଟେଲିଭିଜନ୍, ଆଲବମ୍ରେ ତାଙ୍କ ଅଭିନୟ କରି ସେ ଦର୍ଶକଙ୍କ ମନ ଜିଣିଥିଲେ। ତରଙ୍ଗ ଧାରାବାହିକ ‘ଉଆଁସି କନ୍ୟା’ରେ ଅଳକା ଚରିତ୍ର ତାଙ୍କୁ ଅଧିକ ପପୁଲାର୍ କରିଥିଲା। ଏହାଛଡ଼ା ଅନେକ ଟେଲିଭିଜନ୍ ଶୋ’ରେ ତାଙ୍କ ଉପସ୍ଥାପନା ଶୈଳୀ ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲା।
]]>କ୍ୟାନ୍ସରେ ପୀଡିତ ହୋଇ ଏକ ଘରୋଇ ହସ୍ପିଟାଲ୍ରେ ରାଜେଶ୍ୱରୀ ଚିକିତ୍ସିତ ହେଉଥିଲେ। ଏକାଧିକ ଓଡ଼ିଆ ଧାରାବାହିକରେ ଅଭିନୟ କରି ସେ ପ୍ରଶଂସା ସାଉଁଟିଥିଲେ। ଧାରାବାହିକ ‘ଉଆଁସି କନ୍ୟା’ରେ ଅଳକା ଚରିତ୍ରରେ ରାଜେଶ୍ୱରୀ ଅଭିନୟ କରିଥିଲେ।
#ଆଉ_ନାହାନ୍ତି_ଆପଣଙ୍କର_ପ୍ରିୟ_ଅଭିନେତ୍ରୀ
— ଓଟିଭି (@otvkhabar) July 21, 2022
ପରଲୋକରେ ଓଡ଼ିଆ ଅଭିନେତ୍ରୀ_ରାଜେଶ୍ୱରୀ ରାୟ, ଏକାଧିକ ଓଡ଼ିଆ ଧାରାବାହିକରେ ଅଭିନୟ କରି ସେ ପ୍ରଶଂସା ସାଉଁଟିଥିଲେ...#OdiaActress #ActressRajeswariRayMohapatra #Odisha pic.twitter.com/5yluhr4NSo
]]>ଧାରାବାହିକ ଉଆଁସି କନ୍ୟାରେ ଅଳକା ଚରିତ୍ରରେ ଅଭିନୟ କରିଥିଲେ ରାଜେଶ୍ୱରୀ ରାୟ#RIP #TeleSerial #Actress #Odisha pic.twitter.com/NTxHsnnLsm
— ଓଟିଭି (@otvkhabar) July 21, 2022
ପୁଅର ମୃତ୍ୟୁକୁ ନେଇ ସନ୍ତୋଷଙ୍କ ମା’ କହିଛନ୍ତି, ‘ରଶ୍ମିରେଖାର ମୃତ୍ୟୁ ପରେ ସେ ତାକୁ ବହୁତ ଝୁରୁ ଥିଲା। ସେ ଭାରି ବ୍ୟତିବ୍ୟସ୍ତ ଥିଲା। ସବୁବେଳେ ମରି ଯିବି ମରି ଯିବି ବୋଲି କହୁଥିଲା। ତଥାପି ଆମେ ତାକୁ ବୁଝାଇ ଶୁଝାଇ ରଖିଥିଲୁ। ଉଭୟ(ରଶ୍ମିରେଖା ଓ ସନ୍ତୋଷ) ଏକାଠି ଭୁବନେଶ୍ୱରରେ ରହୁଥିଲେ। ପୂର୍ବରୁ ମଧ୍ୟ ସେ(ସନ୍ତୋଷ) ଆତ୍ମହତ୍ୟା ଉଦ୍ୟମ କରିଥିଲା। ଛାତ ଉପରକୁ ଯାଇ ତଳକୁ ଡେଇଁ ପଡ଼ିବି ବୋଲି କହିଥିଲା। ହେଲେ ସେଦିନ ମୁଁ ତାକୁ ବୁଝାଇ ଶୁଝାଇ ଘରକୁ ଆଣିଥିଲି।’
ସନ୍ତୋଷଙ୍କ ମା’ ଆହୁରି କହିଛନ୍ତି, ‘ଗତକାଲି ସେ ଚାଓମିନ୍ ଓ ମଞ୍ଚୁରିଆନ୍ ଖାଇଥିଲା। ଏପରିକି ସେ ମୋ ସହ ମ୍ୟାଗି ମଧ୍ୟ ଖାଇଥିଲା। ସବୁ ଭଲ ଥିଲା ହେଲେ ହଠାତ୍ କ’ଣ ହେଲା କେଜାଣେ ଆମେ କିଛିବି ଜାଣିପାରିଲୁ ନାହିଁ। ବାରମ୍ବାର କହୁଥିଲା ମୋତେ ଏକାକୀ ଛାଡ଼। ମୁଁ ମରିବି। ଏହାପରେ ସନ୍ତୋଷ ତା ବାପାକୁ ଧକ୍କା ମାରି କବାଟ ବନ୍ଦ କରି ଦେଲା। ମୁଁ ଝରକା ବାଟେ ଦେଖିଲା ବେଳକୁ ମୋ ପୁଅ ଆଉ ନାହିଁ। ମାତ୍ର ୩ ସେକେଣ୍ଡରେ ସେ ଆତ୍ମହତ୍ୟା କରିଦେଲା। ମୋ ପୁଅର ମୃତ୍ୟୁ ପାଇଁ ମୁଁ କାହାକୁ ଦାୟୀ କରୁନି। ସବୁବେଳେ ଖାଲି କହୁଥିଲା ମୁଁ ସେ ଝିଅ(ରଶ୍ମିରେଖା) ବିନା ରହିପାରିବିନି। ସେ ଝିଅ ମୋତେ ଡାକୁଛି ମୁଁ ତା’ପାଖକୁ ଯିବି। ଏମିତି ସବୁବେଳେ କହି ସେ ଝିଅକୁ ଝୁରୁଥିଲା’।
ସୂଚନାଥାଉ କି, କିଛି ଦିନ ପୂର୍ବେ ରଶ୍ମିରେଖା ଆତ୍ମହତ୍ୟା ମାମଲାରେ ଭୁବନେଶ୍ୱର ନୟାପଲ୍ଲୀ ଥାନାରେ ବୟଫ୍ରେଣ୍ଡ୍ ସନ୍ତୋଷ ପାତ୍ର ଜେରାର ସମ୍ମୁଖୀନ ହୋଇଥିଲେ। ଜୁନ୍ ୧୯ରେ ରଶ୍ମିରେଖା ଭୁବନେଶ୍ୱର ନୟାପଲ୍ଲୀ ଘରେ ଆତ୍ମହତ୍ୟା କରିଥିଲେ।
]]>ଏସବୁ ଭିତରେ ଅଭିନେତ୍ରୀ ରଶ୍ମିରେଖାଙ୍କ ମୃତ୍ୟୁ ପୂର୍ବର ଭିଡିଓ ଏବେ ସାମ୍ନାକୁ ଆସିଛି। ରଶ୍ମିରେଖା ଏକ ବାର୍ରେ ଡ୍ୟାନ୍ସ କରୁଥିବା ଏହି ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି। ଏକ ଓଡ଼ିଆ ଗୀତରେ ସେ ଡ୍ୟାନ୍ସ କରୁଥିବା ନଜର ଆସିଛି। ଭିଡିଓଟି କିଏ ଶୁଟିଂ କରିଥିଲା ? ସେହି ସମୟରେଆ ତାଙ୍କ ସହ ସେଠାରେ କିଏ ଉପସ୍ଥିତ ଥିଲେ, ସେସମ୍ପର୍କରେ ଜଣାପଡ଼ିନି।
#ସାମ୍ନାକୁ_ଆସିଲା_ଅଭିନେତ୍ରୀ_ରଶ୍ମିରେଖାଙ୍କ_ମୃତ୍ୟୁ_ପୂର୍ବର_ଭିଡିଓ
— ଓଟିଭି (@otvkhabar) June 23, 2022
ରଶ୍ମିରେଖା ଏକ ବାର୍ରେ ଡ୍ୟାନ୍ସ କରୁଥିବା ଏହି ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି। ଏକ ଓଡ଼ିଆ ଗୀତରେ ସେ ଡ୍ୟାନ୍ସ କରୁଥିବା ନଜର ଆସିଛି...#OdiaTVActressDeathCase #Odisha pic.twitter.com/YZaKX4XVii
ସନ୍ତୋଷ ଥାନାରେ ହାଜର ହେବା ଲାଗି ତାଙ୍କ ପରିବାର ଲୋକଙ୍କୁ ନୋଟିସ୍କୁ ପଠାଯାଇଛି। ତୁରନ୍ତ ଥାନାରେ ପହଞ୍ଚି ତଦନ୍ତରେ ସହଯୋଗ କରିବାକୁ ନୋଟିସ୍ରେ ଉଲ୍ଲେଖ ରହିଛି। ରଶ୍ମିରେଖାଙ୍କ ମୃତ୍ୟୁ ପରଠୁ ତାଙ୍କ ସହ ଲିଭ ଇନ୍ ରିଲେସନସିପ୍ରେ ରହୁଥିବା ବୟଫ୍ରେଣ୍ଡ୍ ସନ୍ତୋଷଙ୍କ ପତ୍ତା ମିଳୁନି। ଏପରିକି ତାଙ୍କ ଫୋନ୍ ସ୍ୱିଚ୍ ଅଫ ମଧ୍ୟ ଆସୁଛି। ଝିଅର ମୃତ୍ୟୁ ନେଇ ରଶ୍ମିରେଖାଙ୍କ ପରିବାର ଲୋକ ମଧ୍ୟ ସନ୍ତୋଷ ପାତ୍ରଙ୍କୁ ଦାୟୀ କରିଆସୁଛନ୍ତି।
ଭଡ଼ା ଘରୁ ଝୁଲନ୍ତା ଅବସ୍ଥାରେ ଓଡ଼ିଆ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତଦେହ ମିଳିବା ପରେ ସନ୍ଦେହ ସୃଷ୍ଟି ହୋଇଥିଲା। ସେ ଆତ୍ମହତ୍ୟା କରିଛନ୍ତି ନା ମୃତ୍ୟୁ ପଛରେ ଆଉ କିଛି ରହସ୍ୟ ଲୁଚି ରହିଛି, ସେନେଇ ସସ୍ପେନ୍ସ ଲାଗି ରହିଥିଲା। ଝିଅର ମୃତ୍ୟକୁ ନେଇ ରଶ୍ମିରେଖାଙ୍କ ପରିବାର ଲୋକ ସନ୍ଦେହ ପ୍ରକାଶ କରିଥିଲେ। ହେଲେ ଏବେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ସବୁକିଛି ସ୍ପଷ୍ଟ ହୋଇଛି। ରଶ୍ମିରେଖାଙ୍କ ମୃତ୍ୟୁ ସୁଇସାଇଡାଲ୍ ହ୍ୟାଙ୍ଗିଙ୍ଗ ଜନିତ ବୋଲି ପୋଷ୍ଟମର୍ଟମ ରିପୋର୍ଟରୁ ସୂଚନା ମିଳିଛି।
]]>ଏହି ନୋଟିସ୍କୁ ସନ୍ତୋଷଙ୍କ ପରିବାର ଲୋକଙ୍କୁ ଦିଆଯାଇଛି। ତୁରନ୍ତ ଥାନାରେ ପହଞ୍ଚି ତଦନ୍ତରେ ସହଯୋଗ କରିବାକୁ ନୋଟିସ୍ରେ ଉଲ୍ଲେଖ ରହିଛି। ରଶ୍ମିରେଖାଙ୍କ ମୃତ୍ୟୁ ପରଠୁ ତାଙ୍କ ସହ ଲିଭ ଇନ୍ ରିଲେସନସିପ୍ରେ ରହୁଥିବା ବୟଫ୍ରେଣ୍ଡ୍ ସନ୍ତୋଷ ପାତ୍ରଙ୍କ ପତ୍ତା ମିଳୁନି। ଏପରିକି ତାଙ୍କ ଫୋନ୍ ସ୍ୱିଚ୍ ଅଫ ମଧ୍ୟ ଆସୁଛି। ଝିଅର ମୃତ୍ୟୁ ନେଇ ରଶ୍ମିରେଖାଙ୍କ ପରିବାର ଲୋକ ମଧ୍ୟ ସନ୍ତୋଷ ପାତ୍ରଙ୍କୁ ଦାୟୀ କରିଆସୁଛନ୍ତି।
ରଶ୍ମିରେଖାଙ୍କ ପୂର୍ବତନ ବୟଫ୍ରେଣ୍ଡ୍ ରାଜା ମଧ୍ୟ ତଦନ୍ତ ପରିସର ଭିତରେ ରହିବେ ବୋଲି ପୋଲିସ ସ୍ପଷ୍ଟ କରିଛି। ସନ୍ତୋଷ ଯଦି ନିର୍ଦ୍ଦୋଷ, ତେବେ ଘଟଣା ପରଠୁ ସେ କାହିଁକି ସାମ୍ନାକୁ ଆସୁ ନାହାନ୍ତି ବୋଲି ରଶ୍ମିରେଖାଙ୍କ ମା’ ଓ ଭାଇ ପ୍ରଶ୍ନ କରିଛନ୍ତି। ସେହିପରି ରଶ୍ମିରେଖାଙ୍କ ସହ କାମ କରୁଥିବା କିଛି ସହ କଳାକାର ମଧ୍ୟ ସମାନ ପ୍ରଶ୍ନ ଉଠାଇ ସନ୍ତୋଷଙ୍କ ଭୂମିକାକୁ ସନ୍ଦେହଜନକ ବୋଲି କହିଛନ୍ତି।
ଭଡ଼ା ଘରୁ ଝୁଲନ୍ତା ଅବସ୍ଥାରେ ଓଡ଼ିଆ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତଦେହ ମିଳିବା ପରେ ସନ୍ଦେହ ସୃଷ୍ଟି ହୋଇଥିଲା। ସେ ଆତ୍ମହତ୍ୟା କରିଛନ୍ତି ନା ମୃତ୍ୟୁ ପଛରେ ଆଉ କିଛି ରହସ୍ୟ ଲୁଚି ରହିଛି, ସେନେଇ ସସ୍ପେନ୍ସ ଲାଗି ରହିଥିଲା। ଝିଅର ମୃତ୍ୟକୁ ନେଇ ରଶ୍ମିରେଖାଙ୍କ ପରିବାର ଲୋକ ସନ୍ଦେହ ପ୍ରକାଶ କରିଥିଲେ। ହେଲେ ଏବେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ସବୁକିଛି ସ୍ପଷ୍ଟ ହୋଇଛି। ରଶ୍ମିରେଖାଙ୍କ ମୃତ୍ୟୁ ସୁଇସାଇଡାଲ୍ ହ୍ୟାଙ୍ଗିଙ୍ଗ ଜନିତ ବୋଲି ପୋଷ୍ଟମର୍ଟମ ରିପୋର୍ଟରୁ ସୂଚନା ମିଳିଛି।
]]>ଲିଭ ଇନ୍ ରିଲେସନସିପ୍ରେ ରହୁଥିବା ସନ୍ତୋଷ ପାତ୍ର ରଶ୍ମିରେଖାଙ୍କ ପୂର୍ବତନ ବଏଫ୍ରେଣ୍ଡ୍ ରାଜାଙ୍କୁ ନେଇ କାହିଁକି ସନ୍ଦେହ କରୁଥିଲେ ? ରଶ୍ମିରେଖାଙ୍କୁ କ’ଣ ମାନଚିକ ଚାପ ଦିଆଯାଉଥିଲା, ସେସବୁ ଦିଗକୁ ନେଇ ନୟାପଲ୍ଲୀ ପୋଲିସ ଖୋଳତାଡ କରୁଛି। ଏଥିପାଇଁ ୨ ବଏଫ୍ରେଣ୍ଡଙ୍କୁ ଥାନାରେ ହାଜର ପାଇଁ କୁହାଯାଇଥିବା ପୋଲିସ ସୁତ୍ରରୁ ଜଣାପଡ଼ିଛି।
ଅନ୍ୟପକ୍ଷେ, ରଶ୍ମିରେଖାଙ୍କ ମୃତ୍ୟୁ ପରଠୁ ତାଙ୍କ ସହ ଲିଭ ଇନ୍ ରିଲେସନସିପ୍ରେ ରହୁଥିବା ବୟଫ୍ରେଣ୍ଡ୍ ସନ୍ତୋଷ ପାତ୍ର ଫେରାର ମାରିବା, ତାଙ୍କ ଫୋନ୍ ସ୍ୱିଚ୍ ଅଫ ରହିବା ଆଦି ଘଟଣା ପରିବାର ଲୋକଙ୍କ ସନ୍ଦେହକୁ ଆହୁରି ବଢାଇଛି। ସନ୍ତୋଷ ଯଦି ନିର୍ଦ୍ଦୋଷ, ତେବେ ଘଟଣା ପରଠୁ ସେ କାହିଁକି ସାମ୍ନାକୁ ଆସୁ ନାହାନ୍ତି ବୋଲି ରଶ୍ମିରେଖାଙ୍କ ମା’ ଓ ଭାଇ ପ୍ରଶ୍ନ କରିଛନ୍ତି। ସେହିପରି ରଶ୍ମିରେଖାଙ୍କ ସହ କାମ କରୁଥିବା କିଛି ସହ କଳାକାର ମଧ୍ୟ ସମାନ ପ୍ରଶ୍ନ ଉଠାଇ ସନ୍ତୋଷଙ୍କ ଭୂମିକାକୁ ସନ୍ଦେହଜନକ ବୋଲି କହିଛନ୍ତି।
ଭଡ଼ା ଘରୁ ଝୁଲନ୍ତା ଅବସ୍ଥାରେ ଓଡ଼ିଆ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତଦେହ ମିଳିବା ପରେ ସନ୍ଦେହ ସୃଷ୍ଟି ହୋଇଥିଲା। ସେ ଆତ୍ମହତ୍ୟା କରିଛନ୍ତି ନା ମୃତ୍ୟୁ ପଛରେ ଆଉ କିଛି ରହସ୍ୟ ଲୁଚି ରହିଛି, ସେନେଇ ସସ୍ପେନ୍ସ ଲାଗି ରହିଥିଲା। ଝିଅର ମୃତ୍ୟକୁ ନେଇ ରଶ୍ମିରେଖାଙ୍କ ପରିବାର ଲୋକ ସନ୍ଦେହ ପ୍ରକାଶ କରିଥିଲେ। ହେଲେ ଏବେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ସବୁକିଛି ସ୍ପଷ୍ଟ ହୋଇଛି।
ମିଳିଥିବା ସୂଚନା ଅନୁସାରେ, ସନ୍ତୋଷ ପାତ୍ର ନାମକ ଜଣେ ଯୁବକଙ୍କ ସହ ଗତ ପ୍ରାୟ ୨ମାସ ଧରି ଲିଭ୍ ଇନ୍ ରିଲେସନ୍ସିପ୍ରେ ଥିଲେ ରଶ୍ମିରେଖା । ହେଲେ ରଶ୍ମିରେଖାଙ୍କ ମୃତ୍ୟୁର କିଛି ଦିନ ପୂର୍ବରୁ ସନ୍ତୋଷ ବାହାରେ ରହୁଛନ୍ତି। ମୃତ୍ୟୁ ରହସ୍ୟର ଖୋଳତାଡ଼ ବେଳେ ତ୍ରିକୋଣୀୟ ସମ୍ପର୍କର ସୁରାଗ୍ ମିଳିଛି। ଆଉ ସେହି ସୁରାଗ୍ ଦେଇଛି ସନ୍ତୋଷଙ୍କ ସହ କଥାବାର୍ତ୍ତାକୁ ନେଇ ଭାଇରାଲ୍ ହେଉଥିବା ଏକ ଟେଲିଫୋନିକ ଅଡ଼ିଓ । ଯେଉଁଥିରେ ଉଭୟେ ରାଜା ନାମକ ଜଣେ ଯୁବକଙ୍କ ବିଷୟରେ କଥା ହେଉଛନ୍ତି ।
]]>ପୋଷ୍ଟମର୍ଟମ ରିପୋର୍ଟ ନେଇ କ୍ୟାପିଟାଲ ହସ୍ପିଟାଲ ସୂତ୍ରରୁ ସୂଚନା ମିଳିଛି। ରଶ୍ମିରେଖାଙ୍କ ଶରୀରରେ ବାହ୍ୟ ବା ଆଭ୍ୟନ୍ତରୀଣ ଆଘାତ ନଥିବା ଉଲ୍ଲେଖ ରହିଛି। ପୋଷ୍ଟମର୍ଟମର ୨୪ରୁ ୩୬ ଘଣ୍ଟା ପୂର୍ବରୁ ମୃତ୍ୟୁ ଘଟିଥିବା ଉଲ୍ଲେଖ କରାଯାଇଛି।
ଭଡ଼ା ଘରୁ ଝୁଲନ୍ତା ଅବସ୍ଥାରେ ଓଡ଼ିଆ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତଦେହ ମିଳିବା ପରେ ସନ୍ଦେହ ସୃଷ୍ଟି ହୋଇଥିଲା। ସେ ଆତ୍ମହତ୍ୟା କରିଛନ୍ତି ନା ମୃତ୍ୟୁ ପଛରେ ଆଉ କିଛି ରହସ୍ୟ ଲୁଚି ରହିଛି, ସେନେଇ ସସ୍ପେନ୍ସ ଲାଗି ରହିଥିଲା। ଝିଅର ମୃତ୍ୟକୁ ନେଇ ରଶ୍ମିରେଖାଙ୍କ ପରିବାର ଲୋକ ସନ୍ଦେହ ପ୍ରକାଶ କରିଥିଲେ। ହେଲେ ଏବେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ସବୁକିଛି ସ୍ପଷ୍ଟ ହୋଇଛି।
ମିଳିଥିବା ସୂଚନା ଅନୁସାରେ, ସନ୍ତୋଷ ପାତ୍ର ନାମକ ଜଣେ ଯୁବକଙ୍କ ସହ ଗତ ପ୍ରାୟ ୨ମାସ ଧରି ଲିଭ୍ ଇନ୍ ରିଲେସନ୍ସିପ୍ରେ ଥିଲେ ରଶ୍ମିରେଖା । ହେଲେ ରଶ୍ମିରେଖାଙ୍କ ମୃତ୍ୟୁର କିଛି ଦିନ ପୂର୍ବରୁ ସନ୍ତୋଷ ବାହାରେ ରହୁଛନ୍ତି। ମୃତ୍ୟୁ ରହସ୍ୟର ଖୋଳତାଡ଼ ବେଳେ ତ୍ରିକୋଣୀୟ ସମ୍ପର୍କର ସୁରାଗ୍ ମିଳିଛି। ଆଉ ସେହି ସୁରାଗ୍ ଦେଇଛି ସନ୍ତୋଷଙ୍କ ସହ କଥାବାର୍ତ୍ତାକୁ ନେଇ ଭାଇରାଲ୍ ହେଉଥିବା ଏକ ଟେଲିଫୋନିକ ଅଡ଼ିଓ । ଯେଉଁଥିରେ ଉଭୟେ ରାଜା ନାମକ ଜଣେ ଯୁବକଙ୍କ ବିଷୟରେ କଥା ହେଉଛନ୍ତି ।
]]>
ଏହାସହ ଡିସିପି କହିଛନ୍ତି ଯେ, ଘଟଣାସ୍ଥଳକୁ ପୋଲିସର ଏକ ଟିମ୍ ତଦନ୍ତ ଯାଇ କରିଛି । ସେଠାରୁ ଏକ ହାତଲେଖା ଓ ଲାପ୍ଟପ୍ ମିଳିଛି । ରଶ୍ମିରେଖା ଡିପ୍ରେସନରେ ଥିବା ପରି ଜଣାପଡୁଛି ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ରିପୋର୍ଟ ଆସିବା ପରେ ଯାହା କିଛି ଜଣାପଡ଼ିବ ତଥାପି ଏହା ଆତ୍ମହତ୍ୟା ବୋଲି ସ୍ପଷ୍ଟ କରିଛନ୍ତି ଡିସିପି । ମୃତଦେହରେ କିଛି ଇନ୍ଜୁରି ନାହିଁ କି ନିଜ ହାତ ଲେଖାରେ କାହାକୁ ରଶ୍ମି ଦାୟୀ କରିନଥିବା କହିଛନ୍ତି ପ୍ରତୀକ ସିଂହ ।
ସେପଟେ ରଶ୍ମିଙ୍କ ମୃତ୍ୟୁ ପାଇଁ ସନ୍ତୋଷ ପାତ୍ର ନାମକ ଜଣେ ବ୍ୟକ୍ତିକୁ ଦାୟୀ କରିଛନ୍ତି ରଶ୍ମିଙ୍କ ବାପା ରଂଜନ ଓଝା । ସନ୍ତୋଷକୁ ମର୍ଡରର୍ ଭାବେ ଗ୍ରହଣ କରି ଉପଯୁକ୍ତ ଦଣ୍ଡ ଦେବାକୁ ଦାବି କରିଛନ୍ତି । ଏନେଇ ସେ କହିଛନ୍ତି ଯେ, ଘର ମାଲିକର କହିବା ଅନୁସାରେ ରଶ୍ମି ଜଣେ ଯୁବକ ସହିତ ରହୁଥିଲା । ଉଭୟେ ବିବାହ କରିଥିଲେ। କିନ୍ତୁ ଏ ଖବର ଆମ ପାଖରେ ନ ଥିଲା । ଏହାସହ ରଶ୍ମିଙ୍କ ମାଆ ମଧ୍ୟ ଅଭିଯୋଗ କରିଛନ୍ତି । ଝିଅ ଆତ୍ମହତ୍ୟା କରିନାହିଁ । ସନ୍ତୋଷ ହିଁ ରଶ୍ମିକୁ ହତ୍ୟା କରିଥିବା କହିଛନ୍ତି ରଶ୍ମିଙ୍କ ମାଆ ।
ସୂଚନା ଅନୁସାରେ, ଆଜି ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଓଡ଼ିଆ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତଦେହ ମିଳିଥିଲା। ଭୁବନେଶ୍ୱର ନୟାପଲ୍ଲୀ ଗଡ଼ ସାହି ସ୍ଥିତ ଭଡ଼ା ଘରୁ ସନ୍ଦେହଜନକ ଅବସ୍ଥାରେ ରଶ୍ମିରେଖାଙ୍କ ମୃତଦେହ ମିଳିଥିଲା । ଘର ମାଲିକ ରଶ୍ମିରେଖାଙ୍କ ମୃତଦେହ ଫ୍ୟାନ୍ରେ ଝୁଲନ୍ତା ଅବସ୍ଥାରେ ଦେଖିବା ପରେ ପୋଲିସ୍କୁ ଖବର ଦେଇଥିଲେ। ଖବରପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଭିତରପଟୁ ବନ୍ଦ ଥିବା ରୁମ୍ ଖୋଲି ରଶ୍ମିରେଖାଙ୍କ ମୃତଦେହ ଉଦ୍ଧାର କରିଥିଲା। ଏହାସହ ଘର ଭିତରୁ ପୋଲିସ୍ ସୁଇସାଇଡ୍ ନୋଟ୍ ଜବତ କରିଛି। ଯେଉଁଥିରେ ତାଙ୍କ ମୃତ୍ୟୁ ପାଇଁ ରଶ୍ମିରେଖା କାହାକୁ ଦାୟୀ କରି ନଥିବା ପୋଲିସ୍ ସୂଚନା ଦେଇଛି। ପୋଷ୍ଟମର୍ଟମ୍ ପରେ ମୃତଦେହକୁ ପୋଲିସ୍ ତାଙ୍କ ପରିବାର ବର୍ଗକୁ ହସ୍ତାନ୍ତର କରିଛି । ତେବେ ଘଟଣାକୁ ନେଇ ପରିବାର ପକ୍ଷରୁ ନୟାପଲ୍ଲୀ ଥାନାରେ ଏ ନେଇ ଏତଲା ଦିଆଯାଇଛି ।
]]>ମୃତ ରଶ୍ମିରେଖାଙ୍କ ବାପା କହିଛନ୍ତି, ‘ମୋ ଝିଅ ୪ ବର୍ଷ ହେଲା ଭୁବନେଶ୍ୱରରେ ରହୁଥିଲା। ସିରିୟଲରେ ଅଭିନୟ କରିବା ପରଠୁ ସେ ଘରକୁ ଯା’ଆସ କରେ। ସିରିୟଲ ସରିବା ପରେ ସେ ଫାଇନାନ୍ସ କମ୍ପାନୀରେ କାମ କରୁଥିଲା ଓ ନୟାପଲ୍ଲୀରେ ଭଡ଼ା ଘରେ ରହୁଥିଲା। ସବୁକିଛି ଠିକ୍ଠାକ୍ ଚାଲିଥିଲା। ସେଇ କମ୍ପାନୀରେ କାମ କରୁଥିବା ସନ୍ତୋଷ ପାତ୍ର ନାମକ ଜଣେ ଯୁବକ ୧୧ ତାରିଖ ଦିନ ମୋତେ ଫୋନ୍ କରିଥିଲା। ଝଗଡ଼ା ହୋଇଛି ଓ ରଶ୍ମିର ଆଖି ମାଡ଼ ହୋଇଥିବା କଥା ସେ କହିଥିଲା। ଏହାପରେ ଝିଅକୁ ଦେଖା କରିବାକୁ ମୁଁ ଯାଇଥିଲି। ଶନିବାର ଦିନ ଆମେ ଯେତେଥର ଝିଅକୁ ଫୋନ୍ କରିଥିଲୁ ସେ ଆଉ ଫୋନ୍ ଉଠାଇ ନଥିଲା। ସେଇଦିନ ସନ୍ଧ୍ୟାରେ ସନ୍ତୋଷ ଫୋନ୍ କରି କହିଲା ତୁମ ଝିଅ ଆଉ ନାହିଁ। ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛି।’
ମିଳିଥିବା ସୁଇସାଇଡ୍ ନୋଟ୍ ରଶ୍ମି ଲେଖିଛି ନା ଆଉ କିଏ, ତାହା ଜଣାପଡ଼ିନି। ତଦନ୍ତ ହେଲେ ପ୍ରକୃତ ସତ ଜଣାପଡ଼ିବ ବୋଲି ରଶ୍ମିରେଖାଙ୍କ ବାପା କହିଛନ୍ତି। ସେ କହିଛନ୍ତି, ‘ମୋ ଝିଅକୁ ସନ୍ତୋଷ ପାତ୍ର ହତ୍ୟା କରିଛି। ତାକୁ ଜେଲ୍ ପଠାଯାଉ ଓ ଦଣ୍ଡ ମିଳୁ।’
ସୂଚନା ଅନୁସାରେ, ଗତ ଦେଢ଼ମାସ ହେଲା ରଶ୍ମିରେଖା ନୟାପଲ୍ଲୀରେ ଜଣେ ପୁରୁଷ ବନ୍ଧୁଙ୍କ ସହ ରହି ଆସୁଥିଲେ। ଚାକିରି କରିଥିବାରୁ ସମ୍ପୃକ୍ତ ଯୁବକ କିଛିଦିନ ହେବ ବାହାରେ ରହୁଛନ୍ତି। କେଉଁ ପରିସ୍ଥିତିରେ ରଶ୍ମିରେଖାଙ୍କ ମୃତ୍ୟୁ ହେଲା ତାହା ଜଣାପଡ଼ିନି। ସେ ଆତ୍ମହତ୍ୟା କରିଛନ୍ତି ନା ମାନସିକ ଚାପରେ ପଡ଼ି ଏଭଳି ଚରମ ପଦକ୍ଷେ ନେଇଛନ୍ତି ? ନା ଲିଭ୍ ଇନ୍ ରିଲେସନଶିପ୍କୁ ନେଇ ଥିଲା କିଛି ମାନସିକ ଚାପ ? ଏସବୁ ଦିଗକୁ ନେଇ ପୋଲିସ୍ ଖୋଳତାଡ଼ ଆରମ୍ଭ କରିଛି।
]]>ସୂଚନା ଅନୁସାରେ, ଘର ମାଲିକ ରଶ୍ମିରେଖାଙ୍କ ମୃତଦେହ ଫ୍ୟାନ୍ରେ ଝୁଲନ୍ତା ଅବସ୍ଥାରେ ଦେଖିବା ପରେ ପୋଲିସ୍କୁ ଖବର ଦେଇଥିଲେ। ଖବରପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଭିତରପଟୁ ବନ୍ଦ ଥିବା ରୁମ୍ ଖୋଲି ରଶ୍ମିରେଖାଙ୍କ ମୃତଦେହ ଉଦ୍ଧାର କରିଥିଲା। ଏହାସହ ଘର ଭିତରୁ ପୋଲିସ୍ ସୁଇସାଇଡ୍ ନୋଟ୍ ଜବତ କରିଛି।ଯେଉଁଥିରେ ତାଙ୍କ ମୃତ୍ୟୁ ପାଇଁ ରଶ୍ମିରେଖା କାହାକୁ ଦାୟୀ କରି ନଥିବା ପୋଲିସ୍ ସୂଚନା ଦେଇଛି। ପୋଷ୍ଟମର୍ଟମ୍ ପରେ ମୃତଦେହକୁ ପୋଲିସ୍ ତାଙ୍କ ପରିବାରବର୍ଗକୁ ହସ୍ତାନ୍ତର କରିଛି।
ସୂଚନା ଅନୁସାରେ, ଗତ ଦେଢ଼ମାସ ହେଲା ରଶ୍ମିରେଖା ନୟାପଲ୍ଲୀରେ ଜଣେ ପୁରୁଷ ବନ୍ଧୁଙ୍କ ସହ ରହି ଆସୁଥିଲେ। ଚାକିରି କରିଥିବାରୁ ସମ୍ପୃକ୍ତ ଯୁବକ କିଛିଦିନ ହେବ ବାହାରେ ରହୁଛନ୍ତି।ତେବେ କେଉଁ ପରିସ୍ଥିତିରେ ରଶ୍ମିରେଖାଙ୍କ ମୃତ୍ୟୁ ହେଲା ତାହା ଜଣାପଡ଼ିନି। ସେ ଆତ୍ମହତ୍ୟା କରିଛନ୍ତି ନା ମାନସିକ ଚାପରେ ପଡ଼ି ଏଭଳି ଚରମ ପଦକ୍ଷେ ନେଇଛନ୍ତି ? ନା ଲିଭ୍ ଇନ୍ ରିଲେସନଶିପ୍କୁ ନେଇ ଥିଲା କିଛି ମାନସିକ ଚାପ ? ଏସବୁ ଦିଗକୁ ନେଇ ପୋଲିସ୍ ଖୋଳତାଡ଼ ଆରମ୍ଭ କରିଛି। ଘଟଣାର ଅଧିକ ତଦନ୍ତ ଲାଗି ରଶ୍ମିରେଖାଙ୍କ ପୁରୁଷ ବନ୍ଧୁଙ୍କ ପୋଲିସ୍ ପଚରାଉଚରା କରିପାରେ ବୋଳି ଜଣାପଡ଼ିଛି।
]]>ଟିଭି ସିରିୟଲ୍, ଆଲ୍ବମ୍, ମଞ୍ଚ ନାଟକ ଓ ଷ୍ଟେଜ୍ ଶୋ’ କରିଥିବା ଓଡ଼ିଆ ଅଭିନେତ୍ରୀ ପ୍ରତିଭା ମହାରଣା ଓରଫ ରିଙ୍କି ଏବେ ରାଜଧାନୀର ରାସ୍ତାକଡ଼ରେ ଫଳ ବିକ୍ରି କରୁଛନ୍ତି। ଫଳ ବେପାର କରି ସେ ନିଜ ପରିବାର ପ୍ରତିପୋଷଣ କରୁଛନ୍ତି।
୪ ମାସରୁ ଅଧିକ ସମୟ ଧରି ଯାତ୍ରା ବନ୍ଦ ଥିବାରୁ ଆୟର ଆଉ କୌଣସି ସ୍ରୋତ ନାହିଁ। ପଳରେ ବାଧ୍ୟ ହୋଇ ଅଭିନେତ୍ରୀ ରିଙ୍କି ରାସ୍ତା କଡ଼ରେ ଫଳ ବିକ୍ରି କରୁଛନ୍ତି। ଯଦିଓ ରୋଜଗାର ପାଇଁ ଫଳ ବିକ୍ରିକୁ ସେ ମାଧ୍ୟମ କରିଛନ୍ତି, ହେଲେ ଭଲ ବେପାର ହେଉ ନ ଥିବା ସେ କହିଛନ୍ତି।
୧୦ ବର୍ଷ ପୂର୍ବେ ପ୍ରିୟ ମ୍ୟୁଜିକ୍ ଆଲ୍ବମ୍-ତୋର ଚକଲେଟ୍ ଖିଆ ବୟସ ଯାଇନି, ପ୍ରେମ କୋଉଠୁ ଶିଖିଲୁରେ ଅଭିନେତା ସୁମନଙ୍କ ବିପକ୍ଷରେ ନାୟିକା ସାଜିଥିଲେ ରିଙ୍କି। ଖାଲି ଆଲ୍ବମ୍ ନୁହେଁ ଟିଭି ସିରିୟଲ୍ ଓ ମଞ୍ଚରେ ମଧ୍ୟ ସେ ତାଙ୍କ ଅଭିନୟର ଯାଦୁ ଦେଖାଇଥିଲେ। ହେଲେ ଆଜି ରୋଜଗାରକୁ ନେଇ ସେ ବେଶ୍ ଚିନ୍ତିତ।
ଆହୁରି ମଧ୍ୟ ପଢ଼ନ୍ତୁ: ରାସ୍ତା କଡ଼ରେ ପରିବା ବିକ୍ରି କରୁଛନ୍ତି ଅଭିନେତା ଜାଭେଦ୍, ଟିକ୍ଟକ୍ ଭିଡିଓ ଭାଇରାଲ୍
]]>