୨୪ ଘଣ୍ଟାରେ ରାଜ୍ୟରେ ୫୯୩ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪ ଜଣ ପ୍ରାଣ ହରାଇଛନ୍ତି । ଆଜି ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୮୦ ଆକ୍ରାନ୍ତ ଅଛନ୍ତି । ସେହିପରି କ୍ୱାରେଣ୍ଟିନରୁ ୩୪୬ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ଅଛନ୍ତି ୨୪୭ ଜଣ । ସବୁଦିନ ପରି ଆଜି ବି ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ବାହାରିଛନ୍ତି । ଜିଲ୍ଲାରୁ ୨୯୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
]]>ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସେ ଦାବି କରିଛନ୍ତି। ସିନେ କ୍ରିଟିକ୍ସ୍ ଆସୋସିଏସନ୍ର କର୍ମକର୍ତ୍ତା ମଧ୍ୟ ଉଷସୀଙ୍କ ସହିତ ଯାଇ ଡିଜିପିଙ୍କୁ ଭେଟିଛନ୍ତି।
ଗତ ୨୨ ତାରିଖରେ ଅନୁଗୁଳ ନିକଟ ଡେରଙ୍ଗ ନିକଟରେ ତାଙ୍କୁ ଦୁର୍ବ୍ୟବହାର କରାଯାଇଥିବା ନେଇ କଣିହାଁ ଥାନାରେ ଅଭିଯୋଗ କରିଥିଲେ ଉଷସୀ।
ଯାତ୍ରା ପାଇଁ ଯାଇଥିବା ବେଳେ ଇନ୍ଦ୍ରମଣି ସାହୁ ନାମକ ଜଣେ ବ୍ୟକ୍ତି ଓ ତାଙ୍କ ଦୁଇ ପୁଅ ଉଷସୀଙ୍କୁ ଅସଦାଚରଣ କରିଥିବା ଉଷସୀ ଅଭିଯୋଗ କରିଥିଲେ। ସେପଟେ ଦୁଇ ଦିନ ତଳେ ଉଷସୀଙ୍କ ବିରୋଧରେ ପାଲଟା ଅଭିଯୋଗ କରିଥିଲେ ଇନ୍ଦ୍ରମଣି ସାହୁ।
]]>ଉଷସୀ ମିଶ୍ରଙ୍କୁ ଦୁଷ୍ମନ୍ତ ବେହେରା ମାରପିଟ୍ କରିବା ଅଭିଯୋଗ ଥିଲା। ଉଷସୀ ଅଭିଯୋଗ କରିଥିଲେ ଯେ, ଅନୁଗୁଳ ଜିଲ୍ଲା ଡେରଙ୍ଗରେ ଇଷ୍ଟର୍ଣ୍ଣ ବ୍ଲୁର ଯାତ୍ରା ବେଳେ ଭିଡ଼ କାଟି ଯିବା ବେଳେ ଇନ୍ଦ୍ରମଣି ସାହୁ ନାମକ ଜଣେ ବ୍ୟକ୍ତି ତାଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଥିଲେ।
କାର୍ରୁ ଓହ୍ଲାଇ ଇନ୍ଦ୍ରମଣିକୁ ଚାପୁଡ଼ା ମାରିବାରୁ ତାଙ୍କୁ ଗାଳିଗୁଲଜ, ଧସ୍ତାଧସ୍ତି, ଚୁଟି ଝିଙ୍କି ମାଡ଼ ମରାଯାଇଥିଲା ବୋଲି ଉଷସୀ ଅଭିଯୋଗ କରିଥିଲେ। ତାଙ୍କ ଗାଡ଼ି ମଧ୍ୟ ଭଙ୍ଗାରୁଜା କରାଯାଇଥିଲା ବୋଲି ସେ କହିଥିଲେ। ଏହି ଘଟଣାକୁ ନେଇ ଇନ୍ଦ୍ରମଣି, ତାଙ୍କ ଦୁଇ ପୁଅ ଓ ଜଣେ ସହଯୋଗୀଙ୍କ ବିରୋଧରେ କଣିହା ଥାନାରେ ଉଷସୀ ଅଭିଯୋଗ କରିଥିଲେ। ଏପରିକି ସେ ଅନୁଗୁଳ ଏସ୍ପିଙ୍କୁ ମଧ୍ୟ ଭେଟି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ।
]]>ଏନେଇ ସୋସିଆଲ ମିଡିଆରେ ମଧ୍ୟ ଅଭିଯୋଗ ରଖିଛନ୍ତି ଉଷସୀ। ଗତକାଲି ଉଷସୀ ଯାତ୍ରା କରିବାକୁ ଡେରଙ୍ଗ ଯାଇଥିଲେ।
ସେଠାରେ ଡେରଙ୍ଗ ପଞ୍ଚାୟତର ଇନ୍ଦ୍ରମଣୀ ସାହୁ ଓ ତାଙ୍କ ଦୁଇ ପୁଅ ମିଶି ତାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏପରିକି ମାଡ଼ ମାରିଥିବା ଓ ଗାଡ଼ି ଭଙ୍ଗାରୁଜା କରିଥିବା ନେଇ କଣିହା ଥାନାରେ ଏତଲା ଦେଇଛନ୍ତି ଉଷସୀ।
କଣିହାଁ ଭାରପ୍ରାପ୍ତ ଥାନା ଅଧିକାର ସୁକାନ୍ତି କେରକେଟା ଏତଲା ପାଇଥିବା କଥା ସ୍ୱୀକାର କରିଥିବା ବେଳେ ଉତ୍ତରାଞ୍ଚଳ ଡିଆଇଜି ନରସିଂହ ଭୋଳ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି।
]]>