ଟିଭି ସିରିୟଲ୍, ଆଲ୍ବମ୍, ମଞ୍ଚ ନାଟକ ଓ ଷ୍ଟେଜ୍ ଶୋ’ କରିଥିବା ଓଡ଼ିଆ ଅଭିନେତ୍ରୀ ପ୍ରତିଭା ମହାରଣା ଓରଫ ରିଙ୍କି ଏବେ ରାଜଧାନୀର ରାସ୍ତାକଡ଼ରେ ଫଳ ବିକ୍ରି କରୁଛନ୍ତି। ଫଳ ବେପାର କରି ସେ ନିଜ ପରିବାର ପ୍ରତିପୋଷଣ କରୁଛନ୍ତି।
୪ ମାସରୁ ଅଧିକ ସମୟ ଧରି ଯାତ୍ରା ବନ୍ଦ ଥିବାରୁ ଆୟର ଆଉ କୌଣସି ସ୍ରୋତ ନାହିଁ। ପଳରେ ବାଧ୍ୟ ହୋଇ ଅଭିନେତ୍ରୀ ରିଙ୍କି ରାସ୍ତା କଡ଼ରେ ଫଳ ବିକ୍ରି କରୁଛନ୍ତି। ଯଦିଓ ରୋଜଗାର ପାଇଁ ଫଳ ବିକ୍ରିକୁ ସେ ମାଧ୍ୟମ କରିଛନ୍ତି, ହେଲେ ଭଲ ବେପାର ହେଉ ନ ଥିବା ସେ କହିଛନ୍ତି।
୧୦ ବର୍ଷ ପୂର୍ବେ ପ୍ରିୟ ମ୍ୟୁଜିକ୍ ଆଲ୍ବମ୍-ତୋର ଚକଲେଟ୍ ଖିଆ ବୟସ ଯାଇନି, ପ୍ରେମ କୋଉଠୁ ଶିଖିଲୁରେ ଅଭିନେତା ସୁମନଙ୍କ ବିପକ୍ଷରେ ନାୟିକା ସାଜିଥିଲେ ରିଙ୍କି। ଖାଲି ଆଲ୍ବମ୍ ନୁହେଁ ଟିଭି ସିରିୟଲ୍ ଓ ମଞ୍ଚରେ ମଧ୍ୟ ସେ ତାଙ୍କ ଅଭିନୟର ଯାଦୁ ଦେଖାଇଥିଲେ। ହେଲେ ଆଜି ରୋଜଗାରକୁ ନେଇ ସେ ବେଶ୍ ଚିନ୍ତିତ।
ଆହୁରି ମଧ୍ୟ ପଢ଼ନ୍ତୁ: ରାସ୍ତା କଡ଼ରେ ପରିବା ବିକ୍ରି କରୁଛନ୍ତି ଅଭିନେତା ଜାଭେଦ୍, ଟିକ୍ଟକ୍ ଭିଡିଓ ଭାଇରାଲ୍
]]>