ଯଦି ଆପଣଙ୍କ ପେଟରେ ଚର୍ବି ବଢ଼ୁଛି ତେବେ ଆପଣମାନେ କୌଣସି ଚିନ୍ତା କରନ୍ତୁ ନାହିଁ। ଅଶ୍ୱଗନ୍ଧା ଗୁଣ୍ଡ ଏ ସମସ୍ତ ସମସ୍ୟାକୁ ସମାଧାନ କରିଥାଏ। ପ୍ରତ୍ୟେକ ଦିନ ଆପଣ କ୍ଷୀର ସହ ମିଶାଇ ଅଶ୍ୱଗନ୍ଧା ଗୁଣ୍ଡକୁ ପିଇବା ଦ୍ୱାରା ଶୀଘ୍ର ଉପଶମ ମିଳିଥାଏ। ବିଭିନ୍ନ ଆୟୁର୍ବେଦିକ ଔଷଧ ପ୍ରସ୍ତୁତି ପାଇଁ ମଧ୍ୟ ଅଶ୍ୱଗନ୍ଧାକୁ ବ୍ୟବହାର କରାଯାଇଥାଏ।
ଅଶ୍ୱଗନ୍ଧା ଏମିତି ଔଷଧିୟ ଗୁଣ ରହିଛି ଯାହା ରୋଗ ଉପଶମ କରିବା ସହ ଓଜନ ମଧ୍ୟ ହ୍ରାସ କରିବାରେ ମଧ୍ୟ ସହାୟକ ହୋଇଥାଏ। ଏହାକୁ ସେବନ କରିବା ଦ୍ୱାରା ଅନିଦ୍ରା, ଚିନ୍ତା, ଡ଼ିପ୍ରେସନ, ଥକାପଣ ଓ ବିଭିନ୍ନ ସମସ୍ୟାକୁ ଦୂର ହୋଇଥାଏ।
ଓଜନ କମ୍ କରିବା ପାଇଁ କିପରି ବ୍ୟବହାର କରିବେ: ମାର୍କେଟରେ ଆପଣଙ୍କୁ ଅଶ୍ୱଗନ୍ଧା ଗୁଣ୍ଡ ମିଳିପାରିବ। ପ୍ରତ୍ୟେକ ଦିନ ଅଳ୍ପ ଉଷୁମ କ୍ଷୀରରେ ଗୋଟେ ଚାମଚ ଅଶ୍ୱଗନ୍ଧା ଗୁଣ୍ଡ ଓ ସେଥିରେ କିଛି ମହୁ ମିଶାଇ ପିଅନ୍ତୁ। ଏହାକୁ ଅଧିକ ଟେଷ୍ଟ କରିବା ପାଇଁ ଚାହୁଁଛନ୍ତି ତେବେ, ସେଥିରେ କିଛି ଅଳେଇଚ ଗୁଣ୍ଡ ମିଶାଇପାରିବେ। ଏପରି ପିଇବା ଦ୍ୱାରା ଆପଣଙ୍କର ଖାଦ୍ୟ ସଠିକ୍ ରୁପେ ହଜମ ହୋଇଥାଏ।
ଅଶ୍ୱଗନ୍ଧାକୁ ବ୍ୟବହାର କରିବା ଦ୍ୱାରା ପାଚନ ପକ୍ରିୟାକୁ ମଜଭୁତ୍ କରିଥାଏ। ଆମେ ଖାଉଥିବା ଖାଦ୍ୟକୁ ଭଲଭାବରେ ହଜମ କରିବା ସହ ଶରୀରରେ ମେଟାବଲଜିୟମକୁ ବଢ଼ାଇଥାଏ। ଫଳରେ ପେଟ କମିବା ସହ ଓଜନ ହ୍ରାସ ହୋଇଥାଏ। ଚାପଗ୍ରସ୍ତ ରହିବା ଦ୍ୱାରା ବାରମ୍ବାର ଭୋକ ଲାଗିଥାଏ । ଯାହାଦ୍ୱାରା ଶରୀରର ଓଜନ ବଢ଼ିଥାଏ। କିନ୍ତୁ ଅଶ୍ୱଗନ୍ଧା ଗୁଣ୍ଡକୁ ବ୍ୟବହାର କରିବା ଦ୍ୱାରା ସମସ୍ୟାର ସମାଧାନ ହୋଇଥାଏ।
ଅଶ୍ୱଗନ୍ଧା ହାତର ମାଂସେପଶୀକୁ ମଜବୁତ୍ କରିବାରେ ସାହାଯ୍ୟ କରିଥାଏ । ଏଥିରେ ଆଣ୍ଟି-ବ୍ୟାକ୍ଟେରିଆଲ ଗୁଣ ରହିଥାଏ। ଫଳରେ ଶରୀରରେ ଥିବା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ଯାହାଦ୍ୱାରା ଶରୀରର ଓଜନ ଠିକ୍ ରହିଥାଏ। ଶରୀରର ଶକ୍ତି ବୃଦ୍ଧି କରିବା ସହ ଥକାପଣକୁ ଦୂର କରିଥାଏ। ଏଥିରେ ଆଇରନର ଗୁଣ ଥିବାରୁ ଏହା ଶରୀରରେ ରକ୍ତ ସଞ୍ଚାଳନକୁ ଠିକ୍ ରଖିଥାଏ।
ଯଦି ଆପଣଙ୍କୁ ନିଦ ହେଉନାହିଁ ତେବେ ଶରୀରରେ ବିଭିନ୍ନ ପ୍ରକାରର ରୋଗ ଦେଖାଦିଏ। ଯେପରି ଉଚ୍ଚରକ୍ତଚାପ ଜନିତ ରୋଗର ଲକ୍ଷଣ ଦେଖାଦିଏ। ଅଶ୍ୱଗନ୍ଧାକୁ ବ୍ୟବହାର କରିବା ଦ୍ୱାରା ରାତିରେ ଶୋଇବା ସମୟରେ ଆପଣଙ୍କ ହରମୋନକୁ ସନ୍ତୁଳିତ କରିବା ସହ ଚାପଗ୍ରସ୍ତ ଥିବା ହରମୋନକୁ ବଢ଼ାଇଥାଏ। ଫଳରେ ଶରୀରରେ ଓଜନ କମ୍ ହେବାସହ ପେଟ ମଧ୍ୟ କମ୍ ହୋଇଥାଏ।
ଆହୁରି ପଢ଼ନ୍ତୁ: କେତେ ମାରାତ୍ମକ ସ୍ମାର୍ଟଫୋନ ରେଡିଏସନ
]]>