କ୍ରମାଗତ ତୃତୀୟ ବର୍ଷ ପାଇଁ ଏହା ସ୍ୱାଭାବିକ ରହିବ। ବର୍ଷାର ପରିମାଣ ଲଙ୍ଗ୍ ପିରିୟଡ୍ ଆଭରେଜ୍ ବା LPAର ୯୭ ପ୍ରତିଶତ ରହିବ। ତେବେ ବର୍ଷା ପରିମାଣ ଆକଳନ ଠାରୁ ୫ ପ୍ରତିଶତ କମ୍ କିମ୍ବା ବେଶୀ ହୋଇପାରେ। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ନେଇ ପ୍ରାଥମିକ ପୂର୍ବାନୁମାନ କରାଯାଇଥିବା ବେଳେ ଜୁନ୍ରେ ଆଞ୍ଚଳିକ ଭିତ୍ତିରେ ବିସ୍ତୃତ ସୂଚନା ଦିଆଯିବ।
ଜୁନ୍ରୁ ସେପ୍ଟେମ୍ବର ମଧ୍ୟରେ ବର୍ଷା ପରିମାଣ ୯୬ରୁ ୧୦୪ ପ୍ରତିଶତ ରହିଲେ, ଏହାକୁ ସ୍ୱାଭାବିକ, ୯୦ ପ୍ରତିଶତରୁ କମ୍ ହେଲେ ନିଅଣ୍ଟିଆ ଓ ୧୧୦ ପ୍ରତିଶତରୁ ଅଧିକ ବର୍ଷା ହେଲେ ଏହାକୁ ଅତିବୃଷ୍ଟି କୁହାଯାଇଥାଏ। ଚଳିତ ବର୍ଷ ପରିମାଣ କମିବା ଆଶଙ୍କା ଖୁବ୍ କମ୍ ବୋଲି IMD କହିଛି।
]]>