ତେବେ ଏହାକୁ ନେଇ ପ୍ରଶ୍ନ ଉଠାଇଥିଲେ କଂଗ୍ରେସ ବିଧାୟକ ଭୁଜବଳ ମାଝୀ। ରାଜ୍ୟରେ ପ୍ରାୟ ୨ଲକ୍ଷ ୬୭ ହଜାର ୪ଶହ ଛାତ୍ରୀ ଅଣଅନୁଦାନ ପାପ୍ତ ସ୍କୁଲରେ ପଢ଼ୁଛନ୍ତି ଏବଂ ରାଜ୍ୟର ୫୧ଟି ଭିନ୍ନକ୍ଷମ ସ୍କୁଲରୁ ଅନେକ ଅନୁଦାନ ପ୍ରାପ୍ତ ହୋଇନାହାନ୍ତି। ତେଣୁ ଅନୁଦାନ ପ୍ରାପ୍ତ ଓ ଅଣ ଅନୁଦାନ ପ୍ରାପ୍ତ ସ୍କୁଲ ମଧ୍ୟରେ ପାତରଅନ୍ତର ନକରି ସେମାନଙ୍କୁ ମଧ୍ୟ ମାଗଣାରେ ନାପକିନ୍ ଯୋଗାଇବାକୁ ବ୍ୟବସ୍ଥା କରିବେ କି ବୋଲି ଭୁଜବଳ ପ୍ରଶ୍ନ କରିଥିଲେ।
ବିଜେଡି ବିଧାୟକ ସମୀର ଦାଶ ମଧ୍ୟ ଏହି ଯୋଜନା ଅଧୀନରେ ସମସ୍ତ ସ୍କୁଲ ଓ ସ୍କୁଲ ଯାଉନଥିବା ଝିଅଙ୍କୁ ନାପକିନ୍ ଯୋଗାଇ ଦେବାକୁ ବ୍ୟବସ୍ଥା କରାଯିବ କି ବୋଲି ପ୍ରଶ୍ନ କରିଥିଲେ। ତେବେ ଏନେଇ ସରକାରଙ୍କ ପକ୍ଷରୁ କୌଣସି ନିଷ୍ପତ୍ତି ନିଆଯାଇନାହିଁ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଉତ୍ତର ଦେଇଥିଲେ।
]]>