କିଛି ଦିନ ପୂର୍ବରୁ ଦଶପଲ୍ଲାକୁ ମଧ୍ୟ ଟ୍ରେନ୍ ଗଡ଼ିଛି । ତାହା ମଧ୍ୟ ସେଠାକାର ଲୋକଙ୍କ ପାଇଁ ବଡ଼ ସ୍ୱପ୍ନ ଥିଲା । ଦଶପଲ୍ଲା ଦେଖିଲା ଟ୍ରେନ୍ । ପ୍ରଥମ ଥର ପାଇଁ ହର୍ଣ୍ଣ ବଜାଇ ଛୁକୁ ଛୁକୁ କରି ଦଶପଲ୍ଲାରୁ ଗଡ଼ିଥିଲା ରେଳ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସବୁଜ ପତାକା ଦେଖାଇ ପୁରୀ ଯାଉଥିବା ଏହି ଟ୍ରେନର ଶୁଭାରମ୍ଭ କରିଥିଲେ। ନବନିର୍ମିତ ଦଶପଲ୍ଲା ରେଳ ଷ୍ଟେସନର ମଧ୍ୟ ଉଦଘାଟନ କରିଥିଲେ ବୈଷ୍ଣବ। ଟ୍ରେନ୍ ଚାଲିବା ନେଇ ଦଶପଲ୍ଲାବାସୀ ଏତେ ଖୁସି ଥିଲେ ଯେ କୀର୍ତ୍ତନ କରି, ଦୁଲଦୁଲି ବାଜା ବଜାଇ ସେଲିବ୍ରେସନ କରିଥିଲେ।
]]>ପୂରଣ ହେବ ନୀଳଗିରିବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ.. ଆଜିଠାରୁ ନୀଳଗିରିରୁ ବାଲେଶ୍ୱରକୁ ଗଡ଼ିବ ପାସେଞ୍ଜର ଟ୍ରେନ.. #Nilagiri #Balasore #Train #indianrailways #OTV pic.twitter.com/idbZLBjBl9
— ଓଟିଭି (@otvkhabar) January 13, 2024
ଜନ୍ମଦିନ ପାର୍ଟି ଚାଲିଥିବା ବେଳେ ଜ୍ୟୋତି ପ୍ରକାଶ ସେଠୀ ନାମକ ଜଣେ ନାବାଳକର ବ୍ଲେଡ୍ରେ ହାତ କଟି ଯାଇଥିଲା । ତେଣୁ ସେ ବାପାଙ୍କ ସହ ଟିଟି ନେବା ପାଇଁ ନୀଳଗିରି ମେଡିକାଲ ଯାଇଥିଲେ । ଆଉ ଡାକ୍ତରଙ୍କୁ ଦେଖାଇଥିଲେ । ଡାକ୍ତର ସବୁ ଶୁଣିବା ପରେ ବି ପ୍ରେସ୍କ୍ରିପ୍ସନ୍ରେ ଲେଖିଥିଲେ କୁକୁର କାମୁଡ଼ା ଇଞ୍ଜେକ୍ସନ । ତାହା ପୁଣି ଗୋଟିଏ ନୁହେଁ ତିନୋଟି ଇଞ୍ଜେକ୍ସନ ନେବାକୁ ଲେଖିଥିଲେ । କାରଣ ପିଲାଟି କୁକୁର କାମୁଡ଼ା ରୋଗୀଙ୍କ ଲାଇନ୍ରେ ଛିଡ଼ା ହୋଇଥିଲା ।
ତେବେ ଡାକ୍ତର ବାବୁ ପ୍ରେସ୍କ୍ରିପ୍ସନ୍ରେ କ’ଣ ଲେଖିଲେ ତାହା ଜ୍ୟୋତିକୁ କିମ୍ବା ତାଙ୍କ ବାପାଙ୍କୁ ଜଣାନଥିଲା । ଡାକ୍ତର ଯାହା ଲେଖିଛନ୍ତି ସେହି ଅନୁସାରେ ଇଞ୍ଜେକ୍ସନ ନେବା ପାଇଁ ଲାଇନ୍ରେ ଛିଡ଼ା ହେଲେ । ଆଉ ତାଙ୍କ ପାଳି ପଡ଼ିବା ପରେ ଇଞ୍ଜେକ୍ସନ ବି ନେଲେ । ଠିକ୍ ଏତିକିବେଳେ ଖୋଲିଯାଇଥିଲା ଡାକ୍ତରଙ୍କ ପୋଲ୍ । କାରଣ ଗୋଟିଏ ଇଞ୍ଜେକ୍ସନ ଦେବା ପରେ ପରବର୍ତ୍ତୀ ତାରିଖରେ ଆସି ଆଉ ଏକ ଇଞ୍ଜେକ୍ସନ ନେବା ପାଇଁ ଜ୍ୟୋତିଙ୍କୁ କହିଥିଲେ ନର୍ସ ।
ନର୍ସଙ୍କ ଏଭଳି କଥା ଶୁଣି ଜ୍ୟୋତିଙ୍କ ବାପାଙ୍କ ମନରେ ସନ୍ଦେହ ହେଲା । ପୁଅର ହାତ କଟିଯାଇଥିଲା । ଟିଟି ନେବାକୁ ସେ ଆସିଥିଲା । ଗୋଟିଏ ଟିଟି ନେବା ପରେ ପୁଣି ପରବର୍ତ୍ତୀ ତାରିଖ କାହିଁକି ବୋଲି ସେ ପ୍ରଶ୍ନ କରିଥିଲେ । ତାପରେ ସେ ଜାଣିପାରିଥିଲେ ଟିଟି ବଦଳରେ ତାଙ୍କ ପୁଅକୁ କୁକୁର କାମୁଡ଼ା ଇଞ୍ଜେକ୍ସନ ଦିଆଯାଇଛି ।
ଭୁଲ ଇଂଜେକସନ ଦିଆଯିବା ଖବର ପ୍ରଚାରିତ ହେବା ପରେ ମେଡିକାଲ ପରିସରରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ନାବାଳକଙ୍କ ଅଭିଭାବକଙ୍କ ସମେତ ଅନ୍ୟମାନେ ଏନେଇ ଶିଶୁ ରୋଗ ବିଶେଷଜ୍ଞଙ୍କୁ ପଚାରିବାରୁ ସେ କଥାଟିକୁ ହାଲୁକା ଭାବେ ନେଇଛନ୍ତି । ଏହାସହ ପରେ ଜ୍ୟୋତିଙ୍କୁ ଟିଟାନାସ ଇଞ୍ଜେକସନ ବି ଦିଆଯାଇଛି ।
ତେବେ ଏନେଇ ଶିଶୁ ରୋଗ ବିଶେଷଜ୍ଞ ରାଜେନ୍ଦ୍ର ସିଂହ କହିଛନ୍ତି, ପିଲାଟି କୁକୁର କାମୁଡ଼ା ରୋଗୀଙ୍କ ଲାଇନ୍ରେ ଛିଡ଼ା ହୋଇଥିଲା । ତେଣୁ ତାକୁ ମଧ୍ୟ କୁକୁର କାମୁଡ଼ା ଇଞ୍ଜେକସନ ଲେଖି ଦେଇଛି । ଏହାଦ୍ୱାରା ପିଲାଟିର କିଛି କ୍ଷତି ହେବନି । ଏହାକୁ ପ୍ରତିଷେଧକ ହିସାବରେ ଦିଆଯାଇଛି । ତେଣୁ ଏହାର କୋର୍ସ ପୂରଣ କରିବାକୁ ଆହୁରି ୨ଟି ଇଞ୍ଜେକସନ ନେବାକୁ କୁହାଯାଇଛି । ଫଳରେ ଭବିଷ୍ୟତରେ କୁକୁର କାମୁଡ଼ିଲେ କୌଣସି ଅସୁବିଧା ହେବନି ।
(ରିପୋର୍ଟ-ବିଶ୍ୱମ୍ବର ଦାସ, ନୀଳଗିରି)
]]>ଦେଖନ୍ତୁ କିପରି ରାଜରାସ୍ତାରେ ବୁଲୁଛି ହାତୀ :-
#ଆଗେ_ଆଗେ_ହାତୀ #ପଛେ_ପଛେ_ଲୋକ#ରାଜରାସ୍ତାରେ_ଗଜରାଜଙ୍କ_ରାଜ୍
— ଓଟିଭି (@otvkhabar) June 27, 2022
ବାଲେଶ୍ୱର ଜିଲ୍ଲା ନୀଳଗିରିକୁ ପୁଣି ଝାଡ଼ଖଣ୍ଡି ଦନ୍ତା ଲେଉଟିଛି। ଆଜି ସକାଳୁ ରେମୁଣାଠୁ ନୀଳଗିରି ମିତ୍ରପୁର ଯାଏ ୧୦ କି.ମି. ରାଜରାସ୍ତାରେ ରାଜ୍ କରି ଦନ୍ତା ଚାଲିଥିବା ଦେଖିବାକୁ ମିଳିଥିଲା...#Nilagiri #Elephant #Odisha pic.twitter.com/Ng8vRP3LXO
ତେବେ ଘଟଣାସ୍ଥଳରେ ବନ ବିଭାଗ ଗତବିଧି ଉପରେ ଧ୍ୟାନ ଦେଇଥିବା ଦେଖିବାକୁ ମିଳିଛି । ଏପଟେ ମୟୂରଭଞ୍ଜର ଖିରୀ ପଦା ଜଙ୍ଗଲରୁ ଏକ ଦନ୍ତା ହାତୀ ଆସି ରେମୁଣା ହାତୀଆଗଣ୍ତ ନିକଟ ବାଲଗୋପାଳପୁରୁ ଅଞ୍ଚଳରେ ଆତଙ୍କ ଖେଳାଇଛି । ଲୋକେ ହାତୀଟିକୁ ଗୋଡାଇ ଜଙ୍ଗଲକୁ ପୁଣି ପଠାଇ ଦେଇଛନ୍ତି ।
]]>ବାଲେଶ୍ୱର ନୀଳଗିରିରେ ଜନୈକ ଗଣମାଧ୍ୟମ ପ୍ରତିନିଧିଙ୍କ ଗୋଡ଼ରେ ବେଡ଼ି ପକାଇଥିଲା ନୀଳଗିରି ପୋଲିସ୍ । ସବୁଠୁ ବଡ଼ କଥା ହେଉଛି, ଚିକିତ୍ସା ପାଇଁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି ହୋଇଥିଲା ବେଳେ ସଂପୃକ୍ତ ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପଡ଼ିଥିବା ଦେଖିବାକୁ ମିଳିଥିଲା । ସଂପୃକ୍ତ ସାମ୍ବାଦିକ ଜଣେ ହୋମ୍ଗାର୍ଡଙ୍କୁ ମାରପିଟ୍ କରିଥିବାର ଅଭିଯୋଗ ଥିଲା । ହୋମ୍ଗାର୍ଡଙ୍କ ଏତଲା ଆଧାରରେ ନୀଳଗିରି ପୋଲିସ୍ ତାଙ୍କୁ ଗିରଫ କରିଥିଲା ।
ବୁଧବାର ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିବାରୁ ତାଙ୍କୁ ବାଲେଶ୍ୱର ହସ୍ପିଟାଲ୍ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଆଉ ଏତିକି ବେଳେ ସାମ୍ବାଦିକଙ୍କ ଗୋଡ଼ରେ ହ୍ୟାଣ୍ଡକପ୍ ପଡ଼ିଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏହାପରେ ବିରୋଧକୁ ଦେଖି, ପରେ ତାଙ୍କ ବେଡ଼ି ଖୋଲି ଦିଆଯାଇଥିଲା । ଏପଟେ ପୁରା ମାମଲାର ଅନୁଧ୍ୟାନ ପାଇଁ ବାଲେଶ୍ୱର ମାନବାଧିକାର ଜିଲ୍ଲା ବୋର୍ଡ ସଭାପତି ନୀଳଗିରିରେ ପହଞ୍ଚିଛନ୍ତି ।
]]>ଶୀତଦିନ ଆସିଲେ ପର୍ଯ୍ୟଟନସ୍ଥଳୀ ମାନଙ୍କରେ ପର୍ଯ୍ୟଟକ ଭିଡ ଜମିବାରେ ଲାଗେ । ପିଲା ଠାରୁ ବଡ ପର୍ଯ୍ୟନ୍ତ ସମସ୍ତେ ଶୀତଦିନେ ପ୍ରକୃତିର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ବିଭିନ୍ନ ସ୍ଥାନ ଭ୍ରମଣ କରନ୍ତି । ଆଉ ତା’ସାଙ୍ଗକୁ ଜମେ ବଣଭୋଜି । ଲୋକେ ଶୀତର ମଜା ନେବା ପାଇଁ ପାହାଡ ଜଙ୍ଗଲ ଆଦି ଜାଗାକୁ ବଣଭୋଜି ନିମନ୍ତେ ଯାଇଥାନ୍ତି । ତେବେ ଠିକ ଏହିପରି ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ପର୍ଯ୍ୟଟନସ୍ଥଳୀ ହେଉଛି ନୀଳଗିରି ।
ବଣ, ପାହାଡ଼ ଘେରା ଅଙ୍କାବଙ୍କା ରାସ୍ତାରେ ଆଖି ଯୁଆଡ଼େ ବୁଲାଇବେ ସବୁଠି ସବୁଜିମା ଭରା । ଅପରୂପ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣା ପ୍ରକୃତିରାଣୀ ପ୍ରକୃତିର ଏ ମନଲୋଭା ଦୃଶ୍ୟ ବାଲେଶ୍ୱର ନୀଳଗିରି ଅଞ୍ଚଳର କୁଲଡିହା ଅଭୟାରଣ୍ୟ କୁହନ୍ତୁ ବା ଖୁମକୁଟ୍ ବା ପଞ୍ଚଲିଙ୍ଗେଶ୍ୱର କୁହନ୍ତୁ ଏଠାକାର ସୌନ୍ଦର୍ଯ୍ୟ ଟାଣି ଆଣୁଛି ପର୍ଯ୍ୟଟକଙ୍କୁ । ଶୀତୁଆ ସକାଳରେ କୁଲଡିହା ଅଭୟାରଣ୍ୟରେ ଭଳିକି ଭଳି ଫୁଲର ସମ୍ଭାର ଭିତରେ ବୁଲିବାର ନିଆରା ମଜା ନେଉଛନ୍ତି ପର୍ଯ୍ୟଟକ । ଖାଲି ବୁଲାବୁଲି କାହିଁକି ପଞ୍ଚଲିଙ୍ଗେଶ୍ୱର ଏହଂ ଜଗନ୍ନାଥ ମନ୍ଦିରରେ ଦିଅଁ ଦର୍ଶନର ସାନିଧ୍ୟ ବି ପାଉଛନ୍ତି ଶ୍ରଦ୍ଧାଳୁ ।
ନୀଳଗିରିଠୁ ୨୦ କିମି ଦୂରରେ ରହିଛି ଖୁମକୁଟ ଡ୍ୟାମ୍ । ଫସଲକୁ ହାତୀ ଦାଉରୁ ରକ୍ଷା କରିବା ପାଇଁ ଗଛ ଉପରେ ଛୋଟ ଛୋଟ ଘର ତିଆରି କରିଛନ୍ତି ଚାଷୀ ଭାଇ । ତେବେ ଏହାକୁ ଦେଖିବା ପାଇଁ ପର୍ଯ୍ୟଟକମାନେ ବେଶ୍ ଉତ୍ସାହିତ ରହୁଛନ୍ତି । ସେହିପରି ନୀଳଗିରି ରାଜାଙ୍କ କୀର୍ତ୍ତିରାଜି ପାଣି ଭିତରେ ଥିବା ତାଙ୍କ ଶିକାର ଭାଡ଼ି ଓ ମନ୍ଦିର ଦେଖିବାକୁ ବି ଭି଼ଡ଼ ଜମୁଛି । ଏଥିସହ ବିଶ୍ୱେଶ୍ୱର ମହାଦେବଙ୍କର ଦର୍ଶନ କରିବାକୁ ମଧ୍ୟ ଶ୍ରଦ୍ଧାଳୁଙ୍କ ଭିଡ ଜମୁଛି । ପର୍ଯ୍ୟଟନ ଋତୁରେ ବଣଭୋଜି ପାଇଁ ଭିଡ ଜମୁଥିବାବେଳେ ଏହା ସେଲ୍ଫି ଓ ଭିଡିଓ ସୁଟ୍ ପାଇଁ ବି ଉପଯୁକ୍ତ ଡେଷ୍ଟିନେସନ୍ ପାଲଟିଛି ।
]]>ତେବେ ତାକୁ ଶାରୀରିକ ଯନ୍ତ୍ରଣା ଦିଆଯାଉଥିବା ସେ ଅଭିଯୋଗ କରିଥିଲେ। ନାବାଳିକା ଜଣକ ତା ପାଳିତା ମା’ ପାଖକୁ ଯିବାକୁ ଚାହିଁଥିବାରୁ ତାକୁ ଛାଡିନଥିଲେ। ଏପରିକି ପ୍ରତିବାଦ କରିବାରୁ ନିଜର ଅନ୍ୟ ୩ ସାଙ୍ଗକୁ ଡାକିଥିଲେ ଅଭିଯୁକ୍ତ। ୪ ଜଣ ମିଶି ନିକଟସ୍ଥ ଜଙ୍ଗଲରେ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।
ଘଟଣା ସଂପର୍କରେ ଜାଣି ସଂପୃକ୍ତ ଜଣେ ମହିଳାଙ୍କ ସହ ଅଭିଯୁକ୍ତମାନଙ୍କୁ ଅଟକ ରଖିଥିଲେ ଗାଁ ଲୋକେ। ଗାଁରେ ପ୍ରଜାକୋର୍ଟ କରି ସମସ୍ତ ୫ ଜଣଙ୍କୁ ନିସ୍ତୁକ ପିଟି ପୋଲିସ ଜିମା ଦେଇଥିଲେ ଗାଁ ଲୋକେ। ଅଭିଯୁକ୍ତଙ୍କୁ ଅଟକ ରଖି ନାବାଳିକାର ସନ୍ଧାନ ନେଉଛି ପୋଲିସ।
]]>