ବିଶ୍ୱର ପଶ୍ଚିମଭାଗରେ ଶାନ୍ତି ବିରାଜମାନ ସହ ପୂର୍ବଭାଗରେ ହିଂସା, ଯୁଦ୍ଧ ସଙ୍କଟ ଓ ପ୍ରାକୃତିକ ବିପର୍ଯ୍ୟର ଆଶଙ୍କା ରହିଛି। ବିଶ୍ୱ ସ୍ତରରେ ଉଚ୍ଚପଦସ୍ଥ ନେତୃତ୍ବଙ୍କ ନିଧନ ହେବ। ତେବେ ଭାରତ ପାଇଁ ବର୍ଷଟି ଅତି ଶୁଭଙ୍କର ହେବା ଅନୁମାନ କରାଯାଇଛି। ଭାରତର ଯିଏ ମୁଖିଆ ହେବେ, ତାଙ୍କୁ ସାରା ବିଶ୍ବ ସମ୍ମାନ କରିବା ସହ ତାଙ୍କ ପରାମର୍ଶକୁ ବିଶ୍ବ ଗ୍ରହଣ କରିବ।
ତା ଭିତରେ ଦେଶରେ ରାଜନୈତିକ ହଟଚମଟ ହେବାର ଆଶଙ୍କା ମଧ୍ୟ ରହିଛି। ଏପଟେ ଶୁକ୍ର ଓ ବୃହସ୍ପତିଙ୍କ ପାଇଁ ଓଡ଼ିଶା ଉନ୍ନତି କରିବାର ଯଥେଷ୍ଟ ସମ୍ଭାବନା ରହିଛି। ବିଶେଷକରି ଶିକ୍ଷା କ୍ଷେତ୍ରରେ ଅଭିବୃଦ୍ଧି, ସ୍ବାସ୍ଥ୍ୟକ୍ଷେତ୍ରରେ ପ୍ରଗତି ଓ ଏ ବର୍ଷ ଭଲ ବର୍ଷା କାରଣରୁ ରାଜ୍ୟର କୃଷିକ୍ଷେତ୍ର ସମୃଦ୍ଧ ହେବାର ସମ୍ଭାବନା ରହିଛି। ତେବେ ରାଜନୈତିକ ଦୃଷ୍ଟିକୋଣରୁ ବର୍ଷଟି ବିବାଦମୟ ରହିବ ବୋଲି ପଂଜିକା ଗଣନା କହୁଛି।
ଗ୍ରହ ଚଳନ ସ୍ଥିତି ଦୃଷ୍ଟିରୁ ଏ ବର୍ଷ ବିଶ୍ୱବାସୀ ୪ଟି ଗ୍ରହଣ ଦେଖିବେ। ତା ଭିତରେ ଗୋଟିଏ ଚନ୍ଦ୍ରଗ୍ରହଣ ଓ ୩ଟି ସୂର୍ଯ୍ୟୋପରାଗ ସଂଗଠିତ ହେବ। ସେହିଭଳି ରାଶି ଚଳନ ଦୃଷ୍ଟିରୁ କେଉଁ ରାଶି ଶୁଭ ଓ କେଉଁ ରାଶି ଅଶୁଭ ଫଳ ପ୍ରଦାନ କରିବେ, ତାର ମଧ୍ୟ ଗଣନା କରିଛନ୍ତି ଜ୍ୟୋତିର୍ବିଦ୍। ଉତ୍କଳୀୟ ନବବର୍ଷ ଅବସରରେ ଆଜି ବିରଜା ମଣ୍ଡଳରେ ବିରଜା ପଞ୍ଜିକା ମଧ୍ୟ
ପ୍ରଚଳନ ଆରମ୍ଭ କରାଯାଇଛି।
ଆଜି ପଣା ସଂକ୍ରାନ୍ତି ଅବସରରେ ପ୍ରତିଟି ଓଡ଼ିଆଙ୍କ ଘରେ ବିଭିନ୍ନ ପଣା ପ୍ରସ୍ତୁତ କରାଯାଇଥାଏ। ବୃନ୍ଦାବତୀ ମୂଳରେ ପଣା ପୂଜା କରାଯାଏ। ସେପଟେ ଆଜିର ଦିନକୁ ହନୁମାନ ଜୟନ୍ତୀ ଭାବେ ପାଳନ କରାଯାଇଥାଏ । ବୀର ବଜରଙ୍ଗଙ୍କ ଜନ୍ମୋତ୍ସବ ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ଆୟୋଜନ କରାଯାଇଛି। ସେହିପରି ପ୍ରଭୁ ହନୁମାନଙ୍କ ଦର୍ଶନ ପାଇଁ ମନ୍ଦିର ମାନଙ୍କରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି।
ମହାବିଷୁବ ସଂକ୍ରାନ୍ତି ତଥା ମହାବୀର ଜୟନ୍ତୀ ଅବସରରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ପାଳନ ହୋଇଛି। ଶ୍ରୀମନ୍ଦିରରେ ସକାଳଧୂପ ନୀତି ସରିବା ପରେ ଦକ୍ଷିଣ ଘରେ ଥିବା ଶ୍ରୀ ହନୁମାନଙ୍କୁ ରତ୍ନସିଂହାସନକୁ ଅଣାଯାଇ ପୂଜାପଣ୍ଡା ସେବାୟତଙ୍କ ଦ୍ୱାରା ଆଜ୍ଞାମାଳ ପ୍ରଦାନ କରାଯିବ। ପରେ ବିମାନରେ ଶ୍ରୀ ହନୁମାନ ଶ୍ରୀମନ୍ଦିରର ପୂର୍ବ ଦ୍ୱାରରେ ଥିବା ହନୁମାନଙ୍କ ନିକଟକୁ ବିଜେ କରିବା ପରେ ପୂଜାର୍ଚ୍ଚନା କରାଯିବ। ତା’ପରେ ଜଗନ୍ନାଥ ବଲ୍ଲଭ ମଠ ଓ ଦରିଆ ମହାବୀରଙ୍କ ନିକଟକୁ ବିଜେ କରିବାର ପରମ୍ପରା ରହିଛି ।
ସେପଟେ ଆଜିଠୁ ନୂତନ ପଞ୍ଜିକା ପ୍ରଚଳନ କରାଯାଇଥାଏ। ଦୋଳ ପୂର୍ଣ୍ଣିମାରେ ପଞ୍ଜିକା ପଠନ କରାଯାଇଥିଲା। ମୁକ୍ତିମଣ୍ଡପ ଓ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ଦୁଇଟି ପଞ୍ଜିକାକୁ ସ୍ୱୀକୃତି ଦିଆଯାଇଛି। ନୂତନ ପଞ୍ଜିକାରେ ଯାନି ଯାତ୍ରା, ତିଥି ବାରର ପଞ୍ଚାଙ୍ଗ ସହ ବ୍ରତୋପନୟନ, ଘର ପ୍ରତିଷ୍ଠା ଓ ବିବାହ, ଶୁଭ ମୂହୁର୍ତ୍ତ ଆଦି ଉଲ୍ଲେଖ ରହିଛି। ନୂତନ ପଞ୍ଜିକାକୁ ନେଇ ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମା ପ୍ରତିକ୍ରିୟା ରଖିଛନ୍ତି।
ବସ୍ତାଠୁ ବାଲିଆପାଳ ଆଦି ସ୍ଥାନରେ ପ୍ରବଳ ଝଡ଼ବର୍ଷାର ସମ୍ଭାବନା ରହିଛି। କେବଳ ଏତିକି ନୁହେଁ ବରଂ ଅନେକ ସ୍ଥାନରେ ଯୁଦ୍ଧ ଲାଗିବା ସହ କ୍ଷତି ହେବ ବୋଲି ଜଗନ୍ନାଥ ସଂସ୍କୃତି ଗବେଷକ ସୂର୍ଯ୍ୟ ନାରାୟଣ ରଥଶର୍ମା କହିଛନ୍ତି। କେବଳ ଏତିକି ନୁହେଁ ବରଂ ବିଶ୍ୱର ଭାଗ୍ୟକୁ ନେଇ ଅନେକ କଥା କହିଛନ୍ତି ରଥଶର୍ମା। ତେବେ ଏ ବିପଦରୁ ରକ୍ଷା ପାଇବାକୁ ହେଲେ କେବଳ ଭଗବାନଙ୍କ ପାଖରେ ଶରଣ ପଶିବାକୁ ପଡ଼ିବ ବୋଲି ସେ କହିଛନ୍ତି।
ସେ କହିଛନ୍ତି ଯେ ପାଞ୍ଜିକାର ଯେଉଁ ଗଣନା ରହିଛି, ଏହା ବିଶ୍ୱବାସୀଙ୍କ ପାଇଁ ଶୁଭଙ୍କର ନୁହେଁ ବୋଲି ପାଞ୍ଜିକାରେ ପରିଷ୍କାର ଭାବେ ଉଲ୍ଲେଖ କରିଛି। ଯାହା ଶାସ୍ତ୍ର ସିଦ୍ଧାନ୍ତ କରିଛି। ଏଥିରେ ଉତ୍କଳ ସମେତ ଭାରତ ଓ ବିଶ୍ୱର ଭବିଷ୍ୟତ ଲିପିବଦ୍ଧ ହୋଇଛି। ଏଥିସହ ବାଲେଶ୍ୱର ବସ୍ତା ଓ ବାଳିଆପାଳରେ ବୃଷ୍ଟିପାତ ହେବ।
ସେ ଯାହା ବି ହେଉ କେବଳ ରଥଶର୍ମା ନୁହେଁ ପୂର୍ବରୁ ବହୁ ଜ୍ୟୋତିର୍ବିଦମାନେ ମଧ୍ୟ ଏନେଇ ଗଣନା କରିଛନ୍ତି। ୨୦୨୨ରେ ମହାଯୁଦ୍ଧ ହେବ ବୋଲି ପୂର୍ବରୁ ଗଣନା କରି କୁହାଯାଇଥିଲା। ଆଉ ତାହା ହିଁ ସତ ପ୍ରମାଣିତ ହେଲା। କାରଣ ୪୫ ଦିନ ହେଲାଣି ୟୁକ୍ରେନ-ଋଷିଆ ମଧ୍ୟରେ ଲାଗିଥିବା ଯୁଦ୍ଧକୁ ପୂରା ବିଶ୍ୱ ଦେଖୁଛି। ତେବେ ବାକି ରହିଲା ଦେଖିବାକୁ ଆଗାମୀ ଦିନରେ କି କି ଦୁର୍ବିପାକ ଦେଖିବାକୁ ମିଳିଛି।
]]>ଜ୍ୟୋତିର୍ବିଦଙ୍କ ଅନୁସାରେ ନୂଆବର୍ଷରେ ଗ୍ରହମାନଙ୍କର ଶୁଭଦୃଷ୍ଟି ରହିବ। ବର୍ଷ ସାରା କିଛି ପରିମାଣରେ ଦ୍ୱନ୍ଦ୍ୱ ରହିବ, ତଥାପି ଶାସନ ସ୍ଥିର ରହିବ। ଚଳିତ ବର୍ଷ ଭଲ ଫସଲ ହେବାର ଆଶା କରାଯାଉଥିଲେ ମଧ୍ୟ ବନ୍ୟା ବାତ୍ୟାର ଆଶଙ୍କା ଥିବା ଭବିଷ୍ୟବାଣୀ କରାଯାଇଛି। ଦେଶରେ ମଧ୍ୟ ଶାନ୍ତି ବଜାୟ ରହିବ ବୋଲି ଜ୍ୟୋତିର୍ବିଦ କହିଛନ୍ତି।
ଚଳିତ ବର୍ଷ ଶ୍ରୀଜଗନ୍ନାଥ ମନ୍ଦିର, ମୁକ୍ତି ମଣ୍ଡପ ପଣ୍ଡିତ ସଭା, ଗଜପତି ମହାରାଜା, ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ୨ଟି ପଞ୍ଜିକାକୁ ସ୍ୱୀକୃତି ପ୍ରଦାନ କରାଯାଇଛି। ଆସନ୍ତା ଆଷାଢ଼ ପୂର୍ଣ୍ଣିମା ବା ଜୁଲାଇ ୨୭ରେ କେତୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗହଣ ଦୃଶ୍ୟମାନ ହେବ ବୋଲି ମୁକ୍ତିମଣ୍ଡପ ପଣ୍ଡିତ ସଭା ସମ୍ପାଦକ ଭଗବାନ ମହାପାତ୍ର କହିଛନ୍ତି।
]]>