• translate

Tag: New Born Baby

banki
ରହସ୍ୟ ଘେରରେ ବାଙ୍କୀ ଶିଶୁପୁତ୍ରର ମୃତ୍ୟୁ!

ଭୁବନେଶ୍ୱର: ବାଙ୍କୀ ତାଳବସ୍ତ ଗାଁରେ ଶିଶୁପୁତ୍ର ମୃତ୍ୟୁ ଘଟଣାରେ ସସ୍‌ପେନ୍ସ। ଶିଶୁଟିକୁ ମାଙ୍କଡ଼ ଉଠାଇ ନେବା ପରେ ତାର ମୃତ୍ୟୁ ହୋଇଥିବା କଥା ଶବ ବ୍ୟବଚ୍ଛେଦ ବେଳେ ସ୍ପଷ୍ଟ ହେଉନଥିବା କଥା ବ୍ୟବଚ୍ଛେଦ କରିଥିବା ଡାକ୍ତର କହିଛନ୍ତି। ସେ କହିଛନ୍ତି ଯେ, ଶିଶୁଟିକୁ ମାଙ୍କଡ଼ ଉଠାଇ ନେବା ଭଳି ତା ଦେହରେ କୌଣସି ଖଣ୍ଡିଆ ଖାବରା କିମ୍ବା ଆଘାତ ଦୃଷ୍ଟିଗୋଚର ହୋଇନି। ତେବେ ତାର ମଥାରେ ନୀଳ ଦାଗ ଓ ଉପର ଓଠରେ ସାମାନ୍ୟ ଆଘାତ ଦାଗ […]

new born girl baby
ନବଜାତ ଶିଶୁ କନ୍ୟାର ମୃତ ଦେହ ଠାବ

ଫୁଲବାଣୀ: ଫୁଲବାଣୀ ମେଡିକାଲ ନିକଟ ମୁଣ୍ଡିଅସାହିରୁ ଆଜି ଏନ ନବଜାତ ଶିଶୁ କନ୍ୟାର ମୃତ ଦେହ ଠାବ କରାଯାଇଛି। ଶିଶୁ କନ୍ୟାର ମୃତ ଦେହକୁ କୁକୁର ମାନେ ଆଣି ପକାଇଥିବା ଦେଖିବାକୁ ମିଳିଛି। ସେହି ସାହିର ଜଣେ ମହିଳା କୁନି ଦିଗାଲ ମୃତ ଶିଶୁ ପଡିଥିବା ଦେଖି ପୋଲିକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ଶିଶୁର ମୃତ  ଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

new born alive
ଆଶା କର୍ମୀଙ୍କ ପ୍ରଚେଷ୍ଟା ଯୋଗୁଁ ମିଳିଲା ଜୀବନ

ଭୁବନେଶ୍ୱର: ଯାହାକୁ ଡାକ୍ତର ମୃତ ଘୋଷଣା କରିଥିଲେ ତା ଜୀବନ ବଞ୍ଚାଇଛନ୍ତି ଆଶା କର୍ମୀ। ମୃତ ଘୋଷିତ ନବଜାତକୁ ନୂତନ ଜୀବନ ଦେଇଛନ୍ତି ଜଣେ ଆଶା କର୍ମୀ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସମ୍ପୂର୍ଣ୍ଣ ସତ ଘଟଣା। କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟରୁ ଆସିଥିବା ଏପରି କିଛି ଅଭିଯୋଗ ଏବେ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ରାଜକନିକା ତଳଚୁଆ ପଞ୍ଚାୟତର ଜଣେ ମହିଳା ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ। ତେବେ ନବଜାତ ଜନ୍ମ ହେବା କ୍ଷଣି ତାକୁ […]

new born baby rescued
ପୁଣି ଅଲୋଡ଼ା ଶିଶୁକନ୍ୟା

ଅନୁଗୁଳ: ପୁଣି ଅଲୋଡ଼ା ଶିଶୁକନ୍ୟା।  ଅନୁଗୁଳ ପାଲଲହଡ଼ା ଶିଳିଆମୁଣ୍ଡା ପୋଖରୀ ନିକଟରେ ଥିବା ଏକ ଅମରୀ ବୁଦାମୂଳରୁ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି। ସ୍ଥାନୀୟ ଲୋକେ ନବଜାତ ଶିଶୁଟିକୁ ଦେଖି ପୋଲିସକୁ ଖବର ଦେଇଥିଲେ।  ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶିଶୁଟିକୁ ଉଦ୍ଧାର କରିଥିଲେ। ଶିଶୁଟିକୁ ପାଲଲହଡ଼ା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶିଶୁକନ୍ୟାଟି ସୁସ୍ଥଥିବା ଜଣାପଡିଛି।  ଜନ୍ମ ହେବାପରେ କେହି ଶିଶୁଟିକୁ ଛାଡି ଚାଲିଯାଇଥିବା ସନ୍ଦେହ କରାଯାଉଛି।  ଶିଶୁଟି ସୁସ୍ଥ ହେବାପରେ ସିଡବ୍ଲୁସିକୁ ପଠାଯିବ ବୋଲି ସିଡିପିଓ କହିଛନ୍ତି।