ଉତ୍ତର ପ୍ରଦେଶପ ବୁଲନ୍ଦସହର ନିବାସୀ ପୀୟୁଷ କପାସିଆ ବିଗତ କିଛିଦିନ ହେବ ନିଖୋଜ ଅଛନ୍ତି । ତେବେ ଛାତ୍ରଙ୍କୁ ଖୋଜିବାରେ ପୋଲିସ ସହଯୋଗ କରୁନାହିଁ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ପୀୟୁଷଙ୍କ ବାପା ମହେଶଚନ୍ଦ କହିଛନ୍ତି ଯେ, ତାଙ୍କର ପୁଅ ଗତ ୧୩ ତାରିଖରୁ ନିଖୋଜ ଅଛନ୍ତି ।
ପୀୟୂଷ ଗତ ୨ ବର୍ଷ ଧରି କୋଟାରେ JEE Mains ପାଇଁ ପ୍ରସ୍ତୁତି ଚଳାଇଥିଲେ । ନିଖୋଜ ହେବା ଦିନ ପୀୟୁଷ ନିଜ ମାଆଙ୍କ ସହ କଥା ହୋଇଥିଲେ । ପରେ ଆଉ ତାଙ୍କର ଫୋନ ଲାଗିନଥିଲା । ଫଲରେ ପରିବାର ଲୋକେ ପୋଲିସରେ ଅଭିଯୋଗ କରିଥିଲେ ।
ସେହିପରି ଗତକାଲି ମଧ୍ୟ ଜଣେ ଛାତ୍ର ନିଖୋଜ ହୋଇଯାଇଥିବା ଖବର ମିଳିଥିଲା । ଛାତ୍ର ଜଣକ ମେଡ଼ିକାଲ ନିଟ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ । ତାଙ୍କର ବୟସ ୧୮ ବର୍ଷ । ଯୁବରାଜ ନାମକ ଏହି ଛାତ୍ର ସିକର ଜିଲ୍ଲାର ବାସିନ୍ଦା । ସେ ଏକ ଘରୋଇ କୋଚିଂ ସେଣ୍ଟରରେ NEET ମେଡିକାଲ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ ।
ଗତ ଶନିବାର ଦିନ ଯୁବରାଜ କୋଟା ଟ୍ରାନ୍ସପୋର୍ଟ ନଗର ଅଞ୍ଚଳର ହଷ୍ଟେଲରୁ ସକାଳ ପ୍ରାୟ ୭ ଟାରେ କୋଚିଂ ପାଇଁ ଯାଇଥିଲେ । ସେବେଠାରୁ ସେ ନିଖୋଜ ଥିବା ଜଣା ପଡ଼ିଛି । ଅନ୍ୟପଟେ ସେ ନିଜ ମୋବାଇଲ ଫୋନ ମଧ୍ୟ ହଷ୍ଟେଲରେ ଛାଡ଼ି ଯାଇଛନ୍ତି । ତାଙ୍କ ମୋବାଇଲ୍ ଲୋକେସନ୍ ଟ୍ରେନ୍ରୁ ହଷ୍ଟେଲ ଆଖପାଖ ଅଞ୍ଚଳରେ ଥିବା ସୂଚନା ମିଳିବା ପରେ ପୁଲିସ ପୂରା ଅଞ୍ଚଳକୁ ସର୍ଚ୍ଚ କରିଛି ।
ତାଙ୍କ ହେଷ୍ଟେଲ ରୁମ୍ ଯାଞ୍ଚ ପରେ ସେଠାରୁ ମୋବାଇଲ ଫୋନ୍ ଓ ଦୁଇଟି ସିମ୍ କାର୍ଡ ମିଳିଥିବା ପୁଲିସ କହିଛି । ଏହି ଘଟଣା କୋଟାରୁ ଅନ୍ୟ ଜଣେ ଛାତ୍ର ରାନଚିତ୍ ସୋଣ୍ଡ୍ୟା ନିଖୋଜ ହେବାର ପ୍ରାୟ ଏକ ସପ୍ତାହ ପରେ ଘଟିଛି । JEE ପାଇଁ କୋଚିଂ ନେଉଥିବା ଏହି ଛାତ୍ର ଜଣକ ମଧ୍ୟ ହଷ୍ଟେଲ ଛାଡିବା ପରେ ନିଖୋଜ ହୋଇ ଯାଇଥିଲେ ।
ସିସିଟିଭିରେ କଏଦ ହୋଇଥିବା ଭିଡ଼ିଓରେ ସେ ଏକ ଜଙ୍ଗଲ ମଧ୍ୟରେ ପ୍ରବେଶ କରୁଥିବା ଦେଖିବାକୁ ମିଳୁଛି । ଏପର୍ଯ୍ୟନ୍ତ ଉକ୍ତ ଛାତ୍ରଙ୍କ କୌଣସି ଖୋଜ ଖବର ମିଳିନଥିବା ବେଳେ ଉଭୟ ଛାତ୍ରଙ୍କୁ ପୁଲିସ ଖୋଜିଛି ପୂରା ମାମଲାର ତଦନ୍ତ ଜାରି ରହିଛି । ତେବେ ପୋଲିସ ତରଫରୁ ମିଳିଥିବା ସୂଚନା ଅନୁସାରେ ମୋଟ ୧୦୦ ଜଣ ପୋଲିସ କର୍ମଚାରୀ ସର୍ଚ୍ଚ ଅପରେସନରେ ନିୟୋଜିତ ଅଛନ୍ତି ।
ଗତ କିଛି ମାସ ମଧ୍ୟରେ କୋଟାରେ ବଢ଼ି ଚାଲିଥିଲା ଆତ୍ମହତ୍ୟା । ଅଭିଶପ୍ତ ପାଲଟିଛି ଏହି ଶିକ୍ଷାର ସହର । ଜୀବନ ନେଇ ତ ଆସୁଛନ୍ତି, କିନ୍ତୁ ଜୀବନ ନେଇ ଫେରିବାର ସମ୍ଭାବନା କମ୍ । ବର୍ତ୍ତମାନ ଛାତ୍ର ନିଖୋଜ, ପୋଲିସର ମୁଣ୍ତ ବ୍ୟଥା ବଢ଼ାଇ ଦେଇଛି ।
]]>ବଡ଼ କଥା ହେଉଛି କେନ୍ଦ୍ର କ୍ୟାବିନେଟ ଏହି ବିଲ୍କୁ କିଛି ଦିନ ପୂର୍ବରୁ ମଞ୍ଜୁରି ଦେଇଛି । ପ୍ରଶ୍ନପତ୍ର ଲିକ୍ ଏବଂ ପରୀକ୍ଷାରେ ଅନିୟମିତତା ଧରାପଡ଼ିଲେ ବା ପ୍ରମାଣ ମିଳିଲେ ୧୦ ବର୍ଷ କାରାଦଣ୍ଡ ଏବଂ ୧ କୋଟି ଟଙ୍କା ଜୋରିମାନା ଦେବାକୁ ପଡ଼ିବ ବୋଲି ବିଲ୍ରେ ଉଲ୍ଲେଖ ରହିଛି । ଏହାପୂର୍ବରୁ ରାଷ୍ଟ୍ରପତି ମଧ୍ୟ ଏକଥା ଉଠାଇଥିଲେ । ଆଉ ଏଭଳି ଏକ ବିଲ୍ ଆସିବା କଥା ବୋଲି କହିଥିଲେ ।
ସଂସଦରେ ଉପସ୍ଥାପିତ ହୋଇଥିବା ଏହି ବିଲରେ ସଂଗଠିତ ଅପରାଧ, ମାଫିଆ ଏବଂ ଏହି ଅପରାଧ ସହ ଜଡ଼ିତ ପ୍ରତ୍ୟେକ ବ୍ୟକ୍ତି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ବ୍ୟବସ୍ଥା ରହିଛି । କିନ୍ତୁ ଏବେ ଏଥିରେ ଛାତ୍ରମାନଙ୍କୁ ଟାର୍ଗେଟ କରାଯାଇ ନାହିଁ । ଏକ ଉଚ୍ଚସ୍ତରୀୟ ବୈଷୟିକ କମିଟି ଗଠନ ପାଇଁ ଏହି ବିଲ୍ରେ ପ୍ରସ୍ତାବ ରହିଛି । କମ୍ପ୍ୟୁଟର ମାଧ୍ୟମରେ ପରୀକ୍ଷା ପ୍ରକ୍ରିୟାକୁ ଅଧିକ ସୁରକ୍ଷିତ କରିବାକୁ ଏହି କମିଟି ସୁପାରିଶ କରିବ । UPSC, SSB, RRB, Banking, NEET, JEE, CET ଏବଂ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଆଡମିଶନ ପାଇଁ ହେଉଥିବା ପରୀକ୍ଷା, ଏହି ଆଇନର ଅଧିନରେ ରହିବ ।
ଏହି ବିଲ୍ରେ ଆହୁରି କୁହାଯାଇଛସି ଯେ, ପ୍ରକୃତ ପରୀକ୍ଷାର୍ଥୀ ବଦଳରେ ଯଦି ଆଉ କେହି ପରୀକ୍ଷା ଦେଉଥାଏ, କିମ୍ବା ପ୍ରକୃତ ସେଣ୍ଟରରେ କରାନଯାଇ ଅନ୍ୟ କେଉଁଠାରେ ପରୀକ୍ଷା କରାଯାଏ, ତେବେ ଏହି ସୂଚନା କର୍ତ୍ତୃପକ୍ଷ ଦେବାକୁ ବାଧ୍ୟ । ନଚେତ ଏଭଳି ତ୍ରୁଟି ସାମ୍ନାକୁ ଆସିଲେ, ଏହାସହ ଜଡ଼ିତ ସମସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାର ବ୍ୟବସ୍ଥା ରହିଛି ।
କମ୍ପ୍ୟୁଟର ଭିତ୍ତିକ ପରୀକ୍ଷା ପରିଚାଳନା କରୁଥିବା ସଂସ୍ଥା ଯଦି କୌଣସି ଭୁଲ୍ କାର୍ଯ୍ୟରେ ଧରାପଡନ୍ତି, ତେବେ ଉକ୍ତ ସଂସ୍ଥାକୁ ମଧ୍ୟ ଏକ କୋଟି ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡ଼ିପାରେ । ଏହା ବ୍ୟତୀତ ଉକ୍ତ ସଂସ୍ଥାକୁ ଚାରି ବର୍ଷ ପର୍ଯ୍ୟନ୍ତ ପରୀକ୍ଷା ପରିଚାଳନା କରିବାକୁ ବ୍ୟାନ୍ କରାଯାଇପାରେ ।
]]>ଗତ କିଛି ମାସ ମଧ୍ୟରେ କୋଟାରେ ବଢ଼ି ଚାଲିଛି ଆତ୍ମହତ୍ୟା । ଅଭିଶପ୍ତ ପାଲଟିଛି ଏହି ଶିକ୍ଷାର ସହର । ଜୀବନ ନେଇ ତ ଆସୁଛନ୍ତି, କିନ୍ତୁ ଜୀବନ ନେଇ ଫେରିବାର ସମ୍ଭାବନା କମ୍ । କୋଚିଂର ହବ କହୁଥିବା ରାଜସ୍ଥାନର କୋଟାରେ ଆଉ ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ନିଟ ପାଇଁ ପ୍ରସ୍ତୁତ ହେଉଥିବା ଜଣେ ୨୨ ବର୍ଷୀୟା ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ଚଳିତ ବର୍ଷ କୋଟାରେ ଏହା ୨୮ତମ ଘଟଣା ।
ନିଶା ଅହିର ନାମକ ଏହି ଛାତ୍ରୀ ଜଣକ ଉତ୍ତର ପ୍ରଦେଶର ବାସିନ୍ଦା । ସେ ମହାବୀର ନଗରରେ ଥିବା ନିଜ ହଷ୍ଟେଲ ରୁମରେ ଝୁଲି ଆତ୍ମହତ୍ୟା କରିଛନ୍ତି । ତେବେ ଛାତ୍ରୀଙ୍କ କୋଠରୀରୁ କୌଣସି ସୁଇସାଇଡ ନୋଟ ମିଳିନାହିଁ । ଗତ ଜାନୁଆରୀରୁ ୨୮ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରି ସାରିଲେଣି । ଯାହା ସମସ୍ତଙ୍କର ଚିନ୍ତା ବଢ଼ାଇ ଦେଇଛି ।
ଏହା ପୂର୍ବରୁ ଗତ ନଭେମ୍ବର ୨୭ ରେ ମଧ୍ୟ ନିଟ ପାଇଁ ପ୍ରସ୍ତୁତ ହେଉଥିବା ପଶ୍ଟିମବଙ୍ଗର ଫରିଦ ହୁସେନ ଫାଶି ଲଗାଇ ଆତ୍ମହତ୍ୟା କରିଥିଲେ । ଗତ ସେପ୍ଟେମ୍ବର ୧୮ ରେ ମଧ୍ୟ ଉତ୍ତରପ୍ରଦେଶର ଜଣେ ୧୬ ବର୍ଷର ନାବାଳିକା NEET ପାଇଁ ପ୍ରସ୍ତୁତ ହେଉଥିବା ବେଳେ ବିଷ ଖାଇ ନିଜ ଜୀବନ ହାରି ଦେଇଥିଲେ ।
ଗତ ମେ’ ରେ ପାଞ୍ଚ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିବା ବେଳେ ଜୁନରେ ଚାରି ଜଣ କରିଥିଲେ । କେବଳ ଅଗଷ୍ଟରେ ହିଁ ୬ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ପ୍ରଶାସନ ଦ୍ୱାରା ତମାମ ପଦକ୍ଷେପ ଗ୍ରହଣ କରାଯିବା ପରେ ମଧ୍ୟ କମୁନି ସୁଇସାଇଡ । କାହିଁକି ହେଉଛି ସୁଇସାଇଡ .. ଏନେଇ ଉତ୍ତର କାହା ପାଖରେ ମଧ୍ୟ ନାହିଁ । ନା ପ୍ରଶାସନ ନା କୋଚିଂ ସେଣ୍ଟର .. ଏନେଇ ମୁହଁ ଖୋଲୁଛନ୍ତି ।
ନିଶା ଅହିରଙ୍କ ବାପା କହିଥିଲେ ଯେ ପଢ଼ାକୁ ନେଇ ସେ କୌଣସି ପ୍ରକାର ଚାପ ପକାଇ ନଥିଲେ । ସେ ନିଜେ ଡାକ୍ତର ହେବାକୁ ଚାହୁଁଥିଲେ । ଗତ ମେ’ରେ ନିଜ ସ୍ୱପ୍ନକୁ ନେଇ କୋଟା ଆସିଥିବା ନିଶାଙ୍କ କ୍ଷେତ୍ରରେ ଗତ ୬ ମାସରେ ଏପରି କଣ ଘଟିଗଲା ଯେ, ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲେ ।
ବଢ଼ୁଥିବା ଆତ୍ମହତ୍ୟାକୁ ଦୃଷ୍ଟିରେ ରଖି ପ୍ରଶାସନ କେତେକ ପଦକ୍ଷେପ ମଧ୍ୟ ନେଇଛି । କୋଟାରେ ରାଙ୍କ ସିଷ୍ଟମକୁ ପ୍ରଶାସନ ପକ୍ଷରୁ ବନ୍ଦ କରି ଦିଆ ଯାଇଛି । ସେହିପରି ପ୍ରତ୍ୟେକ ପରୀକ୍ଷା ପରେ ଛୁଟି ଦେବାକୁ କୋଚିଂ ସେଣ୍ଟରକୁ ନିର୍ଦ୍ଦେଶ ଦିଆ ଯାଇଛି । ପଢ଼ାରେ କମଜୋର ଥିବା ଛାତ୍ରଛାତ୍ରୀଙ୍କୁ ସ୍ୱତନ୍ତ୍ର ଭାବେ ପ୍ରଶିକ୍ଷଣ ଦେବାକୁ ନିର୍ଦ୍ଦେଶ ରହିଛି । ତଥାପି କମୁନି ଛାତ୍ର ଆତ୍ମହତ୍ୟା .. ବିପଦରେ ପଡ଼ୁଛି ଦେଶର ଭବିଷ୍ୟତ ।
]]>
ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ରାକ୍ଷୀପାଟଣା ଗାଁର ଦିବ୍ୟାଙ୍ଗ ଯୁବକ ସଂଗ୍ରାମ । ସଂଗ୍ରାମ ପିଲାଟି ଦିନରୁ ଦିବ୍ୟାଙ୍ଗ। ସାଧାରଣ ମଣିଷ ପରି ସେ ଚାଲି ପାରନ୍ତି ନାହିଁ। କୁଡିଆ ଭିତରେ ବଢିଥିବା ଏ ଯୁବକ ଜଣକ ଡାକ୍ତରୀ ପାଠ ପଢ଼ିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଅଭାବ ଅନଟନ ଭିତରେ ରହି ବି ପାଠ ପଢ଼ାରେ ଅବହେଳା କରି ନାହାନ୍ତି। ବାପା କଲିକତାରେ ଦିନମଜୁରିଆ ଭାବେ କାମ କରୁଥିବା ବେଳେ ସଂଗ୍ରାମ ଦିବ୍ୟାଙ୍ଗ ଅବସ୍ଥାରେ ବି ବିଲବାଡ଼ିରେ ଚାଷ କରି ଦୁଇ ପଇସା ରୋଜଗାର କରି ନିଜ ପଢ଼ା ଖର୍ଚ୍ଚ ନିଜେ ଉଠାଇଛନ୍ତି। ଆଉ ଏବେ ସର୍ବଭାରତୀୟ ପରୀକ୍ଷା ନିଟରେ କ୍ୱାଲିଫାଏ କରି ବୁର୍ଲା ମେଡିକାଲ କଲେଜରେ ନାଁ ଲେଖାଇବାର ସୌଭାଗ୍ୟ ଅର୍ଜନ କରିଛନ୍ତି।
ପିଲାଟି ଦିନରୁ ଦିବ୍ୟାଙ୍ଗ, ବାପା ତାଙ୍କର ବାହାର ରାଜ୍ୟରେ ଶ୍ରମିକ। ଘର ଛପର କରିବାକୁ ସମ୍ବଳ ନାହିଁ, ପାଲଟଣା ଘରେ ବିତୁଛି ଜୀବନ। ହେଲେ ଏତେ ସବୁ ପ୍ରତିକୂଳ ପରିସ୍ଥିତି ଭିତରେ ସର୍ବଭାରତୀୟ ଡାକ୍ତରୀ ପ୍ରବେଶିକା ପରୀକ୍ଷା ନିଟରେ କ୍ୱାଲିଫାଏ କରି ସରକାରୀ ମେଡିକାଲ କଲେଜରେ ନାଁ ଲେଖାଇଛନ୍ତି #Odisha #OTV pic.twitter.com/YVXOfpTwHV
— ଓଟିଭି (@otvkhabar) August 26, 2023
ନିଜର ନିଷ୍ଠା ଓ ଅଧ୍ୟବସାୟ ଫଳରେ ସଂଗ୍ରାମ ନିଟ୍ ପାରୀକ୍ଷାରେ ୧୭୬୨ ରାଙ୍କ୍ ରଖି ସରକାରୀ ମେଡିକାଲ୍ କଲେଜରେ ସିଟ୍ ପାଇ ପାରିଛନ୍ତି। ଟଙ୍କା ପଇସା ଅଭାବରୁ ନିଜେ ବହି କିଣି ପାରୁ ନ ଥିବା ବେଳେ ସାଙ୍ଗମାନଙ୍କ ସହଯୋଗ ଏବଂ ଲାଇବ୍ରେରୀରୁ ବହି ଆଣି ଦିନକୁ ୭ ରୁ ୮ ଘଣ୍ଟା ପରିଶ୍ରମ କରିଛନ୍ତି। କିନ୍ତୁ ଦୁର୍ଭାଗ୍ୟ ଜୀବନ ସଂଗ୍ରାମରେ କେବେ ପଛଘୁଞ୍ଚା ଦେଇ ନ ଥିବା ସଂଗ୍ରାମଙ୍କୁ ଆମ ସରକାର ଦିବ୍ୟାଙ୍ଗ ସାର୍ଟିଫିକେଟ୍ ସିନା
ଦେଇଛନ୍ତି ହେଲେ ଦିବ୍ୟାଙ୍ଗ ଭତ୍ତା ଦେବାକୁ ଭୁଲି ଯାଇଛନ୍ତି।
ଏମିତିକି ଦାରିଦ୍ର୍ୟ ସୀମାରେଖା ତଳେ ଚଳୁଥିବା ଏ ପରିବାରକୁ ପକ୍କା ଘର ଖଣ୍ଡିଏ ବି ଦେଇ ନାହାନ୍ତି। ସଂଗ୍ରାଙ୍କ ସଙ୍ଘର୍ଷକୁ ଚିହ୍ନି ପାରି ନିକଟରେ ଘରୋଇ ଶିକ୍ଷାନୁଷ୍ଠାନ ତାଙ୍କୁ ସମ୍ମାନିତ କରିଥିବା ବେଳେ ତାଙ୍କ ପଢା ଖର୍ଚ୍ଚ ବହନ କରିବାର ଦାୟିତ୍ୱ ନେଇଛି। ଗ୍ରାମବାସୀ ଓ ପରିବାରବର୍ଗ ସଂଗ୍ରାମଙ୍କ ସଫଳତା କାମନା କରିଥିବା ବେଳେ ସରକାରଙ୍କ ସାହାଯ୍ୟ ଲୋଡିଛନ୍ତି।
ନିଜେ ଦିବ୍ୟାଙ୍ଗ ହେବାର ଯନ୍ତ୍ରଣା ଭୋଗୁଥିବା ସଂଗ୍ରାମ ଯେ ଆଗାମୀ ଦିନରେ ଜଣେ ଭଲ ଡାକ୍ତର ହେବେ ଏବଂ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିବେ ଏଥିରେ ସନ୍ଦେହ ନାହିଁ।
ମୃତ ଛାତ୍ର ହେଉଛନ୍ତି ଜଗଦୀଶ୍ୱରନ୍। ୪୨୭ ନମ୍ବର ରଖି ଦ୍ୱାଦଶ ପାସ୍ କରିବା ପରେ ସେ ଡାକ୍ତରୀ ପଢ଼ିବା ପାଇଁ ମନ ବଳାଇଥିଲା । ହେଲେ ଦୁଇଥର ‘ନିଟ୍’ ପରୀକ୍ଷା ଦେଇଥିଲେ ସୁଦ୍ଧା ଆବଶ୍ୟକ ନମ୍ବର ରଖି ନପାରିବାରୁ ଅବସାଦଗ୍ରସ୍ତ ହୋଇ ପଡ଼ିଥିଲେ । ଡାକ୍ତରୀ ପାଠପଢ଼ା ସ୍ୱପ୍ନ ଅଧାରେ ରହିଯିବ ଚିନ୍ତା କରି ଏପରି ନିଷ୍ପତ୍ତି ନେଇଥିଲେ ।
ଗତ ଶନିବାର ଦିନ ତାଙ୍କ ବାପା ଯେତେ କଲ୍ କରିଥିଲେ ସୁଦ୍ଧା ସେ ତାହାର ଉତ୍ତର ଦେଇନଥିଲେ । ଜଗଦୀଶ୍ୱରନଙ୍କୁ ତାଙ୍କ ରୁମରେ ଫାଶୀ ଲଗାଇ ଝୁଲି ପଡ଼ିଥିବା ଦେଖିବାକୁ ମିଳିଥିଲା । ତୁରନ୍ତ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା । କିନ୍ତୁ ଛାତ୍ରଙ୍କୁ ମୃତାବସ୍ଥାରେ ଡାକ୍ତରଖାନା ଅଣାଯାଇଥିବା ଡାକ୍ତର କହିଥିଲେ।
ଅନ୍ୟପଟେ ଘଟଣାସ୍ଥଳରୁ ପୁଲିସ କୌଣସି ସୁଇସାଇଡ୍ ନୋଟ୍ ପାଇ ନଥିଲେ ସୁଦ୍ଧା ପୁଅର ମୃତ୍ୟୁ ପାଇଁ ତାଙ୍କ ବାପା ସେଲବାସେକର, ନିଟ ପ୍ରଶାସନକୁ ଦାୟୀ କରିଥିଲେ। ଏପଟେ ପୁଅକୁ ହରାଇବା ପରେ ପାଗଳପ୍ରାୟ ହୋଇଯାଇଥିଲେ ତାଙ୍କ ବାପା ସେଲବାସେକର । ଶେଷରେ ସୋମବାର ଦିନ ସେ ମଧ୍ୟ ଫାଶୀ ଲଗାଇ ଜୀବନ ହରାଇଛନ୍ତି। ମୃତ୍ୟୁ ପୂର୍ବରୁ ସେଲବାସେକର୍ କହିଥିଲେ, ତାମିଲ୍ନାଡୁରୁ ନିଟ ପରୀକ୍ଷାକୁ ହଟାଇବା ଲାଗି ସେ ବିକ୍ଷୋଭ କରିବେ ।
ଏହି ଘଟଣା ପରେ ସମବେଦନା ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍ ଶିକ୍ଷାର୍ଥୀମାନଙ୍କୁ ଅନୁରୋଧ କରି କହିଛନ୍ତି .. ଏଭଳି ଚରମ ପଦକ୍ଷେପ ନେବା ଠିକ୍ ନୁହେଁ ।
]]>ଢେଙ୍କାନାଳ ଗଂଦିଆ ବ୍ଲକ କରମୁଳ ପଞ୍ଚାୟତ ଆମ୍ବପଡା ଗାଁର ଅଶ୍ରୁମୋଚନ ନାୟକ । ପିଲାଟି ଦିନରୁ ସେ ଦିବ୍ୟାଙ୍ଗ । ତେଣୁ ଘରେ...ଗାଁରେ ସବୁଆଡେ ତାଙ୍କୁ ଜଗା ଡାକନ୍ତି । ପୁଅ ଜନ୍ମ ହେବା ପରେ ପୂରା ପରିବାରରେ ଆନନ୍ଦ ଖେଳିଯାଇଥିଲା । ହେଲେ ପିଲାଟି ଦିବ୍ୟାଙ୍ଗ ବୋଲି ଜଣାପଡିବା ପରେ ମନ ଦୁଃଖ ହୋଇଥିଲା ସତ କିନ୍ତୁ କେମିତି ସେ ଭଲରେ ରହିବ, ଭଲ ପାଠ ପଢିବ ସେନେଇ ପରିବାର ସବୁବେଳେ ଚେଷ୍ଟା କରୁଥିଲା । ଆଜି ସେହି ଚେଷ୍ଟା ହିଁ ଅଶ୍ରୁମୋଚନଙ୍କ ଜୀବନରେ ଭରି ଦେଇଛନ୍ତି ଆନନ୍ଦ । କାରଣ ଖୁବଶୀଘ୍ର ପାଠ ପଢା ସରିବା ପରେ ଡାକ୍ତର ହେବେ ଅଶ୍ରୁମୋଚନ ।
ଜାଣିଆଶ୍ଚର୍ଯ୍ୟ ହେବେ କି ପିଲାଟି ଦିନରୁ ଦିବ୍ୟାଙ୍ଗ ହୋଇଥିବାରୁ ଘରେ ଅନଲାଇନ୍ରେ ହିଁ ସେ ପାଠ ପଢୁଥିଲେ । ଖାଲି ପାଠ ପଢୁଥିଲେ ତାହା ନୁହେଁ ବରଂ ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହେବା ପରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ନାଁ ଲେଖାଇଛନ୍ତି । ଆଗାମୀ ଦିନରେ ଜଣେ ଦକ୍ଷ କାର୍ଡିଆଲୋଜି ସ୍ପେଶିଆଲିଷ୍ଟ ହେବା ପାଇଁ ଇଛା ମଧ୍ୟ ରଖିଛନ୍ତି । ତାଙ୍କର ଏହି ସଫଳତା ଆଜି ଅନ୍ୟମାନଙ୍କ ପାଇଁ ପାଲଟି ଯାଇଛି ପ୍ରେରଣାର ଉତ୍ସ ।
ଅଶ୍ରୁମୋଚନ ଜନ୍ମରୁ ଦିବ୍ୟାଙ୍ଗ ହେବା ପରେ ବି କେବେ ହାର୍ ମାନିନାହାନ୍ତି । ବରଂ ଘରେ ବସି ପାଠ ପଢିବା ସହ ଡାକ୍ତର ହେବାକୁ ପଣ କରିଛନ୍ତି । ସତରେ ଆଜିକା ଯୁବପିଢିଙ୍କ ଲାଗି ଇଏ ନିଶ୍ଚୟ ଜଣେ ପ୍ରେରଣା ।
]]>
ସ୍ଥାନୀୟ ଅଞ୍ଚଳର ଜଣେ ସାମ୍ବାଦିକା ଏହି ପରୀକ୍ଷା କେନ୍ଦ୍ରକୁ ଯାଇଥିଲେ । ଆଉ ସେଠାରେ ଏଭଳି ସ୍ଥିତି ଦେଖି ଏକ ଟ୍ୱିଟ୍ କରିଥିଲେ । ଯାହାକି ଲୋକଙ୍କ ଖୁବ୍ ଦୃଷ୍ଟି ଆକର୍ଷଣ କରିଛି ।
ସେ ନିଜ ଟ୍ୱିଟ୍ରେ ଲେଖିଥିଲେ ଯେ, ‘ଜଣେ ଛାତ୍ରୀଙ୍କୁ ସେ ପରୀକ୍ଷା କେନ୍ଦ୍ର ନିକଟରେ ଦେଖିଥିଲେ । ସେ ଅସହଜ ଅବସ୍ଥାରେ ଖୁବ୍ ଚୁପ୍ଚାପ୍ ବସିଥିଲେ । ମୁଁ ଯାଇ ତାଙ୍କୁ ପଚାରିଲି କ’ଣ ହୋଇଛି । ଆପଣ ଠିକ୍ ଅଛନ୍ତି ତ ? ଛାତ୍ରୀ ଜଣଙ୍କ ଉତ୍ତର ଦେଲେ ଯେ, ପରୀକ୍ଷା କେନ୍ଦ୍ରରେ ଅନ୍ତବସ୍ତ୍ର (BRA) ପିନ୍ଧି ଉତ୍ତର ଲେଖିବାକୁ ବାରଣ କରାଯାଇଛି । ତେଣୁ ସେ ପିନ୍ଧି ନାହାନ୍ତି । ସେଇଥିପାଇଁ ସେ ଅସହଜ ଅନୁଭବ କରୁଛନ୍ତି । ଛାତ୍ରୀଙ୍କ ମୁହଁ ଏଭଳି ବିସ୍ଫୋରକ କଥା ଶୁଣିବା ପରେ ମୁଁ ତାଙ୍କୁ ମୋ ସାଲ ଘୋଡ଼ାଇ ହେବା ପାଇଁ କହିଥିଲି । କିନ୍ତୁ ସେ ମନା କରିଥିଲେ । ଆଉ କହିଥିଲେ, ମୋ ଭାଇ ଆସୁଛନ୍ତି ମୁଁ ଘରକୁ ଫେରିଯିବି।’
ତେବେ ସାମ୍ବାଦିକାଙ୍କ ଏହି ଟ୍ୱିଟ ପରେ ତାଙ୍କୁ ଖୁବ୍ ଟ୍ରୋଲ କରାଯିବା ସହ ଢ଼େର୍ ସମାଲୋଚନା ମଧ୍ୟ କରାଯାଇଥିଲା । ଏମିତିକି ଟ୍ୱିଟ୍ ଡିଲିଟ କରିବାକୁ ତାଙ୍କୁ ବାଧ୍ୟ କରାଯାଇଥିଲା । ହେଲେ ସାମ୍ବାଦିକା ତାହା ଡିଲିଟ୍ ନକରି ଅଧିକ ତଥ୍ୟ ରଖିବାକୁ ସାହସ କଲେ । ସେ ପୁଣି ଟ୍ୱିଟ୍ କଲେ ଯେ, ‘ସେଠାରେ କେବଳ ସେହି ଜଣେ ଛାତ୍ରୀ ନଥିଲେ, ଅଧିକାଂଶ ଛାତ୍ରୀ ପରୀକ୍ଷା କେନ୍ଦ୍ରକୁ ବିନା ଅନ୍ତବସ୍ତ୍ରରେ ଆସିଥିଲେ । ଆଉ ଏଥିପାଇଁ ସେମାନେ ଲଜ୍ଜିତ ମଧ୍ୟ ଅନୁଭବ କରୁଥିଲେ । ମୋତେ ଯେଉଁମାନେ ଏଠାରେ ଅସ୍ୱାଭାବିକ ପ୍ରଶ୍ନ କରୁଛନ୍ତି, ଦୟାକରି ସେମାନେ ସେହି ବୋର୍ଡକୁ ପ୍ରଶ୍ନ କରନ୍ତି ଯିଏ ଏଭଳି ପରୀକ୍ଷା ଆୟୋଜନ କରିଛି । ଯେଉଁ ପରୀକ୍ଷା କେନ୍ଦ୍ରକୁ ଆସିବା ପାଇଁ ଛାତ୍ରୀମାନଙ୍କୁ ଲଜ୍ଜିତ ହେବାକୁ ପଡ଼ୁଛି । କ’ଣ ବାସ୍ତବରେ ଏମିତି କିଛି ନିୟମ ରହିଛି କି ? NEET ପରୀକ୍ଷା କେନ୍ଦ୍ରକୁ ଅନ୍ତ୍ରବସ୍ତ୍ର ପିନ୍ଧି ଆସିବା ମନା ?’
ସୂଚନାଯୋଗ୍ୟ, ଚଳିତ ଥର ତାମିଲ ନାଡ଼ୁରେ ୧.୫ ଲକ୍ଷ ଛାତ୍ରଛାତ୍ରୀ NEET ପରୀକ୍ଷା ଦେଇଛନ୍ତି । ରବିବାର ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ପୂର୍ବରୁ ମଧ୍ୟ ବାରମ୍ବାର ଏଭଳି ଖବର ସାମ୍ନାକୁ ଆସିଛି ।
]]>ଓଡ଼ିଶାର ୨୭ଟି ସହରରେ ପରୀକ୍ଷା ଆୟୋଜନ ହେଉଥିବା ବେଳେ ଭୁବନେଶ୍ୱରରେ ୩୧ଟି ପରୀକ୍ଷା କେନ୍ଦ୍ର ହୋଇଛି। ସେହିପରି ଦେଶର ୪୯୯ ସହର ଓ ବିଦେଶର ୧୪ଟି ସହରରେ ପରୀକ୍ଷା କେନ୍ଦ୍ର କରାଯାଇଛି। ପରୀକ୍ଷା ହଲ୍କୁ ଇଲେକ୍ଟ୍ରୋନିକ୍ସ ଗ୍ୟାଜେଟ୍ସ ବାରଣ କରାଯାଇଛି।
ସେହିପରି ଆସନ୍ତାକାଲିଠୁ ଆରମ୍ଭ ହେଉଛି ଓଜେଇଇ(OJEE)। ୮ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଦୈନିକ ୩ଟି ସିଫ୍ଟରେ ପରୀକ୍ଷା ଚାଲିବ। ସକାଳ ୯ରୁ ୧୧ଟା ଯାଏ ପ୍ରଥମ ସିଫ୍ଟ, ଅପରାହ୍ଣ ସାଢ଼େ ୧୨ଟା ୩୦ରୁ ୨ଟା ୩୦ ପର୍ଯ୍ୟନ୍ତ ଦ୍ୱିତୀୟ ସିଫ୍ଟ ଏବଂ ସାଢ଼େ ୪ଟାରୁ ସାଢ଼େ ୬ଟା ପର୍ଯ୍ୟନ୍ତ ତୃତୀୟ ସିଫ୍ଟ ପରୀକ୍ଷା ଅନୁଷ୍ଠିତ ହେବ।
ପ୍ରଥମ ଦିନ ଲାଟେରାଲ୍ ଏଣ୍ଟ୍ରି, ଦ୍ୱିତୀୟ ଦିନ ଏମସିଏ ଓ ଏମଟେକ୍ ଏଣ୍ଟ୍ରାନ୍ସ ହେବାକୁ ଥିବା ବେଳେ ୧୧ ତାରିଖରେ MBA, ୧୨ ତାରିଖରେ ବି. ଫାର୍ମ ପରୀକ୍ଷା ହେବ ବୋଲି ସୂଚି ପ୍ରକାଶ ପାଇଛି।
]]>ଏଥର ୨୦ ଲକ୍ଷରୁ ଅଧିକ ପ୍ରାର୍ଥୀ NEET UG 2023 ପରୀକ୍ଷାରେ ବସିବେ। ଏହି ପରୀକ୍ଷା ୭ ତାରିଖ ଦିନ ଅପରାହ୍ନ ୨ଟାରୁ ୫:୨୦ ପର୍ଯ୍ୟନ୍ତ ସାରା ଦେଶରେ ଅନୁଷ୍ଠିତ ହେବ। NEET ହେଉଛି ଦେଶର ସବୁଠାରୁ ବଡ ପରୀକ୍ଷା। ଏହି ପରୀକ୍ଷାରେ ହାଜର ହେବା ସମ୍ବନ୍ଧୀୟ ନିୟମ, ଡ୍ରେସ୍ କୋଡ୍, ଏଣ୍ଟ୍ରି ସମୟ ଇତ୍ୟାଦି ସବିଶେଷ ତଥ୍ୟ ଏହାକୁ ପରିଚାଳନା କରୁଥିବା ସଂସ୍ଥା 'ନ୍ୟାସ୍ନାଲ୍ ଟେଷ୍ଟିଂ ଏଜେନ୍ସି' ଦ୍ୱାରା ଜାରି କରାଯାଇଛି।
ଡାକ୍ତରୀ ପ୍ରାର୍ଥୀଙ୍କୁ NEET UG ଆଡ୍ମିଟ୍ କାର୍ଡ ସହିତ ଏକ ସ୍ୱ-ଘୋଷଣା ଫର୍ମ ଦାଖଲ କରିବାକୁ ପଡିବ। ପ୍ରାର୍ଥୀଙ୍କୁ NEET ଆଡ୍ମିଟ୍ କାର୍ଡରେ ଏକ କଲର୍ ପୋଷ୍ଟକାର୍ଡ ସାଇଜ୍ ଫଟୋଗ୍ରାଫ୍ ପେଷ୍ଟ୍ କରିବାକୁ ପଡିବ। ଆଡମିଟ୍ କାର୍ଡ ଡାଉନ୍ଲୋଡ୍ କରିବାକୁ ୱେବସାଇଟ୍ ହେଉଛି neet.nta.nic.in। ଭାରତ ବାହାରେ ୧୪ ଟି ସହର ସମେତ ମୋଟ ୪୯୯ଟି ସହରରେ ଏହି ପରୀକ୍ଷା ଚାଲିଛି। ପୁରୁଷ-ମହିଳା ଅଫିସିଆଲ୍ ଡ୍ରେସ୍ କୋଡ୍ କ’ଣ ଆସନ୍ତୁ ଭଲ ଭାବରେ ଜାଣିବା।
NEET ଡ୍ରେସ୍ କୋଡ୍ ଅନୁଯାୟୀ ପୁରୁଷ ପ୍ରାର୍ଥୀଙ୍କୁ ହାପ୍ ସ୍ଲିଭ୍ ସାର୍ଟ କିମ୍ବା ଟି-ସାର୍ଟ ପିନ୍ଧିବାକୁ ଅନୁମତି ଦିଆଯାଇଛି। ପୋଷାକ ଅତ୍ୟଧିକ ଢିଲା ହେବନି ଏବଂ ଏଥିରେ ଏମ୍ବ୍ରୋଡେଡ୍ କିମ୍ବା ବଡ ପକେଟ୍ ରହିବା ଉଚିତ ନୁହେଁ। ଏଥିରେ ଡିଜାଇନ୍ ବଟନ୍ ଆଉ ଚେନ୍ ରହିବ ନାହିଁ। ପୁରୁଷ ପ୍ରାର୍ଥୀଙ୍କୁ କୁର୍ତ୍ତା ପାଇଜାମା ପିନ୍ଧିବାକୁ ଅନୁମତି ନାହିଁ।
ପ୍ରାର୍ଥୀମାନେ ବଡ଼ ପକେଟ ବିନା ସାଦା ଟ୍ରାଉଜର କିମ୍ବା ପ୍ୟାଣ୍ଟ ପିନ୍ଧି ପାରିବେ। ପରୀକ୍ଷାରେ ଜୋତା ପିନ୍ଧିବା ନିଷେଧ। ପ୍ରାର୍ଥୀଙ୍କୁ ଅତି ପତଳା ଷ୍ଟ୍ରିପ୍ ବାଲା ସାଣ୍ଡେଲ୍ କିମ୍ବା ଚପଲ ପିନ୍ଧିବାକୁ ପଡିବ। ଗତ ବର୍ଷ କେରଳରେ NEET ପରୀକ୍ଷା ସମୟରେ ଝିଅମାନଙ୍କର ଇନର କାଢିବାକୁ ବାଧ୍ୟ କରାଯାଉଥିବା ଘଟଣା ସାମ୍ନାକୁ ଆସିଥିଲା।
ମହିଳା ପ୍ରାର୍ଥୀମାନେ ବଡ଼ ବଟନ୍ ସହିତ ଏମ୍ବ୍ରୋଡେଡ୍ ପୋଷାକ ପିନ୍ଧି ପାରିବେ ନୁହେଁ। ପୂରା ସ୍ଲିଭ ପୋଷାକ ପାଇଁ ଅନୁମତି ନାହିଁ। ଜିନ୍ସ, ପାଲାଜୋ ଏବଂ ଲେଗିଙ୍ଗ୍ ପିନ୍ଧିବା ଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି। ମୋଟା ସୋଲ ସହିତ ହାଇ ହିଲ୍ ଏବଂ ଜୋତା ପିନ୍ଧିବା ମନା। ଚପଲ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି। ମହିଳା ପ୍ରାର୍ଥୀମାନେ ପରୀକ୍ଷା ସମୟରେ କୌଣସି ଅଳଙ୍କାର ପିନ୍ଧି ପାରିବେ ନାହିଁ।
ପ୍ରାର୍ଥୀଙ୍କୁ ପାରମ୍ପରିକ ପୋଷାକ ପିନ୍ଧିବାକୁ ଅନୁମତି ଦିଆଯାଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ମୁସଲିମ ମହିଳା ପ୍ରାର୍ଥୀମାନେ ପରୀକ୍ଷାରେ ହାଜର ହେବା ପାଇଁ ବୁର୍ଖା ପିନ୍ଧିବାକୁ ଅନୁମତି ପାଇଛନ୍ତି। ଶିଖ ପ୍ରାର୍ଥୀମାନଙ୍କୁ ସେମାନଙ୍କର କୃପାଣ, କଡା ଏବଂ କଙ୍ଗା ବହନ ପିନ୍ଧିବାକୁ ମଧ୍ୟ ଅନୁମତି ଦିଆଯାଇଛି।
ମୋବାଇଲ୍ ଫୋନ୍, ଇୟରଫୋନ୍, ପେନ୍ ଡ୍ରାଇଭ୍, ମାଇକ୍ରୋଫୋନ୍, ଘଣ୍ଟା, ବ୍ଲୁ ତୁଥ୍ କିମ୍ବା ଅନ୍ୟାନ୍ୟ ବୈଦ୍ୟୁତିକ ସାମଗ୍ରୀ NEET ପରୀକ୍ଷା ହଲ୍କୁ ନେବା ଅନୁମତି ନାହିଁ। କୌଣସି ପ୍ରକାରର ବ୍ୟକ୍ତିଗତ ପାଣି ବୋତଲ ମଧ୍ୟ ନେଇ ପାରିବେ ନାହିଁ।
ମଧୁମେହ କିମ୍ବା ଏହିପରି କୌଣସି ମେଡିକାଲ ଅବସ୍ଥା ଥିବା ପିଲାମାନେ ଖାଦ୍ୟ, ଔଷଧ ଏବଂ ଏକ ଟ୍ରାନ୍ସପେରେଣ୍ଟ ପାଣି ବୋତଲ ନେଇପାରିବେ। ପେନ୍-ପେନ୍ସିଲ୍, ରବର, କାଗଜ, ସ୍କେଲ୍, କାଲ୍କୁଲେଟର, ଜ୍ୟାମିତି ବାକ୍ସ, ଲଗ୍ ଟେବୁଲ୍, ପର୍ସ, ବେଲ୍ଟ, ଗଗଲ୍ସ, କ୍ୟାପ୍, ଆସେସୋରିଜ୍, ଅଳଙ୍କାର ଏବଂ କ୍ୟାମେରା ନେବା ଅନୁମରି ନାହିଁ।
ପୋଲିସ୍ ସୂଚନା ଅନୁସାରେ, ଗତବର୍ଷ ଅଗଷ୍ଟରେ ରଞ୍ଜିତ କୋଟା ଆସି ଏକ କୋଚିଂ ସେଣ୍ଟରରେ ଆଡମିଶନ କରାଇଥିଲେ। ରଞ୍ଜିତଙ୍କ ହଷ୍ଟେଲ୍ ରୁମ୍ରୁ ୪-୫ ପେଜ୍ର ହାତଲେଖା ନୋଟ୍ ମିଳିଛି। ଏଥିରେ ସେ ଡିଷ୍ଟର୍ବ ଥିଲେ ବୋଲି ଜଣାପଡ଼ିଛି। ଏନେଇ ସର୍କଲ ଅଫିସର ଡିଏସ୍ପି ଶଙ୍କର ଲାଲ୍ ସୂଚନା ଦେଇଛନ୍ତି। ଏହି ନୋଟ୍ରେ ସେ ଆଧ୍ୟାତ୍ମିକତା, ଡିପ୍ରେସନ୍ ଓ ଦେବାଦେବୀଙ୍କ ସମ୍ପର୍କରେ ଲେଖିଥିଲେ।
ମିଳିଥିବା ସୂଚନା ଅନୁସାରେ, ପରିବାର ଲୋକ ରଞ୍ଜିତଙ୍କ ସହ ରବିବାର ଫୋନ୍ରେ କଥା ହୋଇଥିଲେ। ଏହି ସମୟରେ ପରିବାର ଲୋକଙ୍କୁ ଲାଗିଥିଲା ତାଙ୍କ ପୁଅଙ୍କ ଅବସ୍ଥା ଠିକ୍ ନାହିଁ। ଏପରିକି ପରିବାର ଲୋକ ରଞ୍ଜିତଙ୍କୁ ଭେଟିବା ପାଇଁ କୋଟା ମଧ୍ୟ ବାହାରିଥିଲେ। ହେଲେ ହଷ୍ଟେଲ୍ ପହଞ୍ଚିବା ପରେ ଜାଣିବାକୁ ପାଇଥିଲେ ତାଙ୍କ ପୁଅ ଆଉ ଏ ଦୁନିଆରେ ନାହିଁ। ସେ ଆତ୍ମହତ୍ୟା କରିଛନ୍ତି।
ମୃତଦେହ ପୋଷ୍ଟମର୍ଟମ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଏହାସହ ପୋଲିସ୍ ଘଟଣାର ତଦନ୍ତ ଚଳାଇଛି। ସୂଚନାଥାଉ କି, ଗତବର୍ଷ ଡିସେମ୍ବର ଅଧାରୁ ରଞ୍ଜିତ କୋଚିଂ କ୍ଲାସ୍ ଯାଉନଥିଲେ।
]]>ଛାତ୍ରଛାତ୍ରୀଙ୍କ ଏ ସମସ୍ୟାର ସମାଧାନ ଲାଗି ଏବେ ଓଡିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ପକ୍ଷରୁ ଯୁକ୍ତ ଦୁଇ ବିଜ୍ଞାନ ପଢ଼ାବହି ଓଡ଼ିଆରେ ପ୍ରସ୍ତୁତ କରାଯାଉଛି । ବରିଷ୍ଠ ଶିକ୍ଷାବିତ୍ଙ୍କୁ ନେଇ ଯୁକ୍ତ ଦୁଇ ସିଲାବସ୍ର ପାଖାପାଖି ୫୦ ପ୍ରତିଶତ କାମ ଶେଷ ହୋଇଥିବାର ସୂଚନା ମିଳିଳାଣି । ଆଗାମୀ ଜୁନ୍ ସୁଦ୍ଧା ଏହା ପ୍ରିଣ୍ଟ ହୋଇ ବଜାରରେ ଉପଲବ୍ଧ ହେବ ବୋଲି ସଂସ୍ଥା କହିଛି । ପ୍ରଥମ ପର୍ଯ୍ୟାୟରେ କେବଳ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ବହି ଓଡିଆରେ ଅନୁବାଦ ହୋଇ ଆସିବାକୁ ଥିବାବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରଥମ ବର୍ଷ ଲାଗି ବି ପ୍ରସ୍ତୁତ କରାଯିବ ।
ପିଲାମାନେ ଯୁକ୍ତ ଦୁଇ ବିଜ୍ଞାନ ଓଡିଆରେ ପଢିଲେ ଯାଇ ଜେଇଇ ଓ ନିଟ୍ ପରୀକ୍ଷାରେ ଓଡିଆ ଭାଷାରେ ସହଜରେ ପରୀକ୍ଷା ଦେଇପାରିବେ ବୋଲି ଶିକ୍ଷାବିତ୍ଙ୍କ ମତ । ତେବେ ଆଉ କେତେକଙ୍କ ମତରେ ଉତ୍ତର ମୂଲ୍ୟାୟନ ବେଳେ ଓଡ଼ିଆ ଭାଷାର ଭାବାର୍ଥକୁ ନେଇ ପରୀକ୍ଷକଙ୍କ କ୍ଷେତ୍ରରେ ଅସୁବିଧା ଦେଖାଦେଇ ପାରେ ।
ଯୁକ୍ତ ଦୁଇ ବିଜ୍ଞାନରେ ପ୍ରତିବର୍ଷ ପ୍ରାୟ ୮୫ ହଜାର ପିଲା ରାଜ୍ୟ ବୋର୍ଡରେ ପରୀକ୍ଷା ଦିଅନ୍ତି । ଯାହାଙ୍କ ଭିତରୁ ପ୍ରାୟ ୬୦ ହଜାର ପିଲା ଓଡିଆ ମିଡିୟମରୁ ହିଁ ଆସିଥାନ୍ତି । ଯଦି ଆଗକୁ ପିଲାମାନେ ଓଡିଆ ଭାଷାରେ ସର୍ବଭାରତୀୟ ପରୀକ୍ଷା ପାଇଁ ଯୁକ୍ତ ଦୁଇ ସ୍ତରରୁ ପ୍ରସ୍ତୁତି ଆରମ୍ଭ କରନ୍ତି, ତାହାଲେ ସଫଳତା ହାର ବଢିବା ସମ୍ଭାବନା ଅଧିକ ।
(ରିପୋର୍ଟ- ଜଗଦୀଶ ଦାସ ଭୁବନେଶ୍ୱର)
]]>ଏକାଦଶ ଓ ଦ୍ୱାଦଶ ଶ୍ରେଣୀରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଜେଇଇ ଓ ନିଟ୍ ପାଇଁ କୋଚିଂ । ମାଟ୍ରିକରେ ୯୦%ରୁ ଅଧିକ ମାର୍କ ରଖିଥିବା ଛାତ୍ର ଛାତ୍ରୀଙ୍କୁ ଏହି କୋଚିଂ ଦିଆଯିବ । ରାଜ୍ୟର ଅପଗ୍ରେଡ ହୋଇଥିବା ୧୦୧ ସ୍କୁଲରେ ଏହି ବ୍ୟବସ୍ଥା ଲାଗୁ କରିବାକୁ ଯୋଜନା କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଯୁକ୍ତ ଦୁଇ କଲେଜ୍ ଦୂରରେ ଥିବାରୁ ଛାତ୍ରଛାତ୍ରୀ ମାଟ୍ରିକ ପରେ ଆଉ ପାଠ ପଢୁନଥିଲେ ଉପାନ୍ତ ଅଞ୍ଚଳର । ଏଭଳି ସ୍କୁଲକୁ ଚୟନ କରି ରାଜ୍ୟ ସରକାର ଦ୍ୱାଦଶ ଯାଏଁ ଦ୍ୱାଦଶ ଯାଏଁ ଅପଗ୍ରେଡ କରିଛନ୍ତି । ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସଫଳତାକୁ ସରକାରୀ ସ୍କୁଲରେ ଦୋହରାଇବାକୁ ରାଜ୍ୟ ସରକାରଙ୍କ ଏହା ମାଷ୍ଟର ପ୍ଲାନ ।
ପ୍ରତି ବର୍ଷ ଦଶମ ପରେ ଶହ ଶହ ଛାତ୍ରଛାତ୍ରୀ ଡ୍ରପଆଉଟ୍ ହେଉଛନ୍ତି । ଏଭଳି ଛାତ୍ରଛାତ୍ରୀଙ୍କୁ ଆତ୍କୃଷ୍ଟ କରିବା ଲାଗି ସ୍କୁଲ ଅପଗ୍ରେଡ ସହ ଜେଇଇ ଓ ନିଟ୍ କୋଚିଂ ବ୍ୟବସ୍ଥା ଲାଗୁ ହେବାକୁ ଯାଉଛି । ଶିକ୍ଷାବିତଙ୍କ ମତ ଏହାଦ୍ୱାରା ଅଧିକ ପିଲା ଆଗ୍ରହୀ ହୋଇ ଆସିବେ । ସେହିପରି ପିଲାମାନେ କହିଛନ୍ତି, ସବୁ ସ୍କୁଲରେ ଏହି ବ୍ୟବସ୍ଥା ଲାଗୁ ହେଉ ।
ଡ୍ରପ୍ଆଉଟ୍ କମାଇବା ଲାଗି ଗଣଶିକ୍ଷା ବିଭାଗ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଉଛି । ଏବେ ଏହି ସଂସ୍କାର କେତେ ସଫଳତା ଆଣୁଛି ତା ଉପରେ ନଜର ।
]]>ଘଟଣା ସମୟରେ ସେଠାରେ ଉପସ୍ଥିତ ଥିବା ଶିକ୍ଷକ,ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀଙ୍କ ସହ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଆଲୋଚନା କରିବ। କମିଟିର ରିପୋର୍ଟ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ଅନ୍ୟପକ୍ଷେ, ଏହି ଘଟଣାରେ ୫ ଜଣ ମହିଳାଙ୍କୁ ଗିରଫ କରାଯାଇଛି। ଗିରଫ ୫ ମହିଳା ରବିବାର ପରୀକ୍ଷା କେନ୍ଦ୍ରରେ ଦାୟିତ୍ୱରେ ଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣ ବାହାର ଏଜେନ୍ସିର ହୋଇଥିବା ବେଳେ ୨ ଜଣ ସେହି ଅନୁଷ୍ଠାନର ବୋଲି ଜଣାପଡ଼ିଛି।
ସୂଚନାଥାଉ କି, କେରଳ କୋଲାମ ଜିଲ୍ଲାର ଏକ ପରୀକ୍ଷା କେନ୍ଦ୍ରରେ ଜଣେ ୧୭ ବର୍ଷୀୟ ଛାତ୍ରୀଙ୍କୁ ନିଟ୍ ପରୀକ୍ଷା ଯାଞ୍ଚ ବେଳେ ଅନ୍ତଃବସ୍ତ୍ର ବାହାର କରିବାକୁ କୁହାଯାଇଥିବା ଅଭିଯୋଗ ହୋଇଥିଲା। ଏନେଇ ସମ୍ପୃକ୍ତ ଛାତ୍ରୀଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ।
]]>ଆଜି ମଧ୍ୟାହ୍ନ ୧୨ଟାରୁ ଆସନ୍ତା ୧୮ ତାରିଖ ମଧ୍ୟରେ ରେଜିଷ୍ଟ୍ରେସନ କରାଯାଇପାରିବ । ଏହି ୱେବ୍ସାଇଟ୍ ଦ୍ୱାରା ଅନଲାଇନ୍ ଆପ୍ଲିକେସନ ସାଙ୍ଗକୁ ଫି ଡିପୋଜିଟ, ଡକ୍ୟୁମେଣ୍ଟ ଅପଲୋଡିଂ ଏବଂ ଅନଲାଇନ୍ ଭେରିଫିକେସନ ପାଇଁ ସମୟ ଓ ଦିନ ଧାର୍ଯ୍ୟ କରାଯାଇପାରିବେ । ଜାନୁଆରୀ ୨୦ ତାରିଖରେ ଏ ସମ୍ବନ୍ଧିତ ସମସ୍ତ ତଥ୍ୟ ୱେବସାଇଟରେ ଉପଲବ୍ଧ ହେବ । ତେବେ ଜାନୁଆରୀ ୨୪ରେ ଓଜେଇଇ କତ୍ତୃପକ୍ଷ ପ୍ରୋଭିଜିନାଲ ମେରିଟ ଲିଷ୍ଟ ତାଲିକା ପ୍ରକାଶ କରିବେ । ଏହାସହ ୨୭ ଜାନୁଆରୀରେ ଫାଇନାଲ ମେରିଟ ଲିଷ୍ଟ ପ୍ରକାଶ ପାଇବ ।
]]>ଚଳିତ ବର୍ଷର ମେଡିକାଲ ପିଜି ନାମଲେଖା ପାଇଁ କାଉନସେଲିଂ କ୍ଷେତ୍ରରେ ଏହା ଲାଗୁ ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏହାସହ ଆର୍ଥିକ ଅନଗ୍ରସର ଚିହ୍ନଟ ଲାଗି ଥିବା ୮ ଲକ୍ଷ ଆୟ କ୍ରାଇଟେରିଆକୁ ମଧ୍ୟ କୋର୍ଟ ଅନୁମତି ପ୍ରଦାନ କରିଛନ୍ତି।
ମାମଲାର ଶୁଣାଣି କରି ଜଷ୍ଟିସ ଡି. ଓ୍ୱାଇ. ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ଏ. ଏସ୍. ବୋପାନ୍ନା କହିଛନ୍ତି ଯେ, ଡାକ୍ତରଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କାଉନସେଲିଂ ଏବେ ଆରମ୍ଭ ହେବା ଉଚିତ। ତେବେ ଆର୍ଥିକ ଅନଗ୍ରସର ବର୍ଗ ଚିହ୍ନଟ ଲାଗି ଥିବା କ୍ରାଇଟେରିଆ ସମ୍ପର୍କରେ ମାର୍ଚ୍ଚ ୫ରେ ପରବର୍ତ୍ତୀ ଶୁଣାଣି କରିବାକୁ ସୁପ୍ରିମକୋର୍ଟ କହିଛନ୍ତି। ଏହାସହ ସେତେବେଳେ ଆର୍ଥିକ ଅନଗ୍ରସରଙ୍କ ପାଇଁ ସଂରକ୍ଷଣ ଦିଆଯିବ କି ନାହିଁ ସେତେବେଳେ ବିଚାର କରାଯିବ ବୋଲି କୋର୍ଟ କହିଛନ୍ତି।
]]>ସେହିପରି ଓଡ଼ିଶାର ନେକ୍ତା ନିୟତେନ୍ଦ୍ର ସ୍ୱସ୍ତି ଶ୍ରାବଣ ମିଶ୍ର ସର୍ବଭାରତୀୟ ସ୍ତରରେ ୭୫ ରାଙ୍କରେ ରହି ଓଡ଼ିଶାର ଟପ୍ପର ହୋଇଛନ୍ତି। ଏନେଇ ସେ କହିଛନ୍ତି, ‘ଓଡ଼ିଶା ଟପ୍ପର ହେବାର ଖବର ଶୁଣିଲା ପରେ ବହୁତ ଖୁସି ଲାଗିଲା। କନ୍ସେନ୍ଟ୍ରେସନ୍ ହିଁ ସଫଳତା ଆଣିଦିଏ। ବାପାମା’ଙ୍କ ଆଶୀର୍ବାଦ ଓ ଶିକ୍ଷକମାନଙ୍କ ମାଗଦର୍ଶନରୁ ଏଭଳି ସଫଳତା ମିଳିଛି’।
ଏହି ପରୀକ୍ଷାରେ ମୋଟ୍ ୯୮ ହଜାର ଛାତ୍ରଛାତ୍ରୀ କଟ୍ ଅଫ୍ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ଛାତ୍ରଛାତ୍ରୀଙ୍କ ନିକଟକୁ ଇ-ମେଲ୍ ମାଧ୍ୟମରେ ରେଜଲ୍ଟ ଆସିଛି। ତେବେ ନିଟ୍ ଏନ୍ଟିଏ ଅଫିସିଆାଲ ୱେବସାଇଟରେ ମଧ୍ୟ ଫଳାଫଳ ଉପଲ୍ଲବ୍ଧ ହୋଇଛି।
ରାଙ୍କ୍ ଲିଷ୍ଟ, ସ୍କୋର କା଼ର୍ଡ ସହ ଫଳାଫଳ ପୁସ୍ତିକା ମଧ୍ୟ ୱେବସାଇଟରେ ଉପଲ୍ଲବ୍ଧ ହୋଇଛି। କରୋନା ମହାମାରୀ ପାଇଁ ସ୍ଥଗିତ ଥିବା ନିଟ୍ ୟୁଜି ପରୀକ୍ଷା ଗତ ସେପ୍ଟେମ୍ବର ୧୨ ତାରିଖରେ ଅନୁଷ୍ଠିତ ହୋଇଥିଲା।
]]>ଦୁଇ ଜଣ ଛାତ୍ରଙ୍କ NEET ପରୀକ୍ଷାରେ ବୁକ୍ଲେଟ୍ ଏବଂ ଓଏମ୍ଆର୍ ସିଟରେ ହେରଫେର ହେବା ପରେ ବମ୍ବେ ହାଇକୋର୍ଟ ଫଳାପଳ ଘୋଷଣା ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ରାୟକୁ ଚ୍ୟାଲେଞ୍ଜ କରି କେନ୍ଦ୍ର ସରକାର ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ ।
ସୁପ୍ରିମ୍କୋର୍ଟ କହିଥିଲେ କେବଳ ଦୁଇ ଜଣ ଛାତ୍ରଙ୍କ ପାଇଁ ରେଜଲ୍ଟକୁ ଅଟକାଇ ଦିଆ ଯାଇପାରିବ ନାହିଁ । ୧୬ ଲକ୍ଷ ଛାତ୍ରଛାତ୍ରୀ ଉତ୍ସାହର ସହିତ ଫଳାଫଳକୁ ଅପେକ୍ଷା କରିଛନ୍ତି । ସେମାନଙ୍କ ସ୍ୱାର୍ଥରେ ବ୍ରେକ୍ ଲାଗିବନି । ଆମେ ଛାତ୍ରଛାତ୍ରୀଙ୍କ ହିତକୁ ଦୃଷ୍ଟିରେ ରଖି ଏହାକୁ ସନ୍ତୁଳିତ କରିବାକୁ ପଡିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।
ନିଟ୍ ଫଳାଫଳରେ ବିଳମ୍ବ ହେବା ଯୋଗୁଁ ଗ୍ରାଜୁଏଟ୍ ମେଡିକାଲ ଆଡମିଶନ ପ୍ରଭାବିତ ହେଉଥିବା, କେନ୍ଦ୍ର ସରକାରଙ୍କ ପକ୍ଷରୁ ହୋଇଥିବା ଆବେଦନରେ କୁହାଯାଇଥିଲା । ଏହି ଆବେଦନର ଆଜି ସୁପ୍ରିମକୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠ ଜଷ୍ଟିସ ଏନ୍ ନାଗେଶ୍ୱର ରାଓ, ଦିନେଶ ମହେଶ୍ୱରୀ ଏବଂ ବିଆର୍ ଗୱଇ ଶୁଣାଣି କରିଥିଲେ । ଏଥିସହ ବମ୍ବେ ହାଇକୋର୍ଟର ନିର୍ଦ୍ଦେଶକୁ ସ୍ଥଗତି ରଖିଥିଲେ ।
ଶୁଣାଣି ସମୟରେ ଜଷ୍ଟିସ୍ ଏଲ୍ ନାଗେଶ୍ୱରା ରାଓ ସଲିସିଟର ଜେନେରାଲ୍ ତୁଶାର ମେହେଟ୍ଟାଙ୍କୁ କହିଛନ୍ତି ଯେ, ‘ଯଦିଓ ଆମେ ସ୍ୱୀକରୁଛୁ ଯେ ଫଳାଫଳ ଘୋଷଣାକୁ ରୋକାଯାଇପାରିବ ନାହିଁ, ବରଂ ଦୁଇ ଛାତ୍ରଙ୍କ ହିତକୁ ମଧ୍ୟ ସୁରକ୍ଷା ଦିଆଯିବା ଉଚିତ, ଏହାକୁ ଅଧାରେ ଛାଡି ଦିଆଯାଇପାରିବ ନାହିଁ । ଆପଣଙ୍କର ପରୀକ୍ଷା ନୀରିକ୍ଷକ ହିଁ ନିଜ ଭୁଲ୍ ସ୍ୱୀକାର କରିଛନ୍ତି । ଏଭଳି ପରିସ୍ଥିତିରେ ଆମେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କୁ ରେଜଲ୍ଟ ପାଇଁ ଅପେକ୍ଷା କରାଇପାରିବୁ ନାହିଁ । ଏହି ଦୁଇ ଛାତ୍ରଙ୍କ କ୍ଷେତ୍ରରେ, ଆପଣ ଅନ୍ୟ ଏକ ବାଟ ଖୋଜିବେ ।’ ଉଭୟ ଛାତ୍ରଙ୍କ ପ୍ରସଙ୍ଗରେ କୋର୍ଟ NEETକୁ ନୋଟିସ ଜାରି କରି ଜବାବ ମାଗିଛନ୍ତି । ଦୀପାବଳି ପରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ।
]]>ମେଡିକାଲ୍ କୋର୍ସ ପାଇଁ ନିଟ୍ ଆଡମିଶନ ଲାଗି Other Backward Class (OBC) କ୍ୟାଟେଗୋରୀ ପାଇଁ ୨୭% ଓ Economically Weaker Section (EWS) କ୍ୟାଟେଗୋରୀ ପାଇଁ ୧୦% ସଂରକ୍ଷଣ ବ୍ୟବସ୍ଥା କରାଯିବା ନେଇ ନିଷ୍ପତ୍ତି ହୋଇଥିଲା। କେନ୍ଦ୍ର ସରକାର ଓ ମେଡିକାଲ୍ କାଉନସେଲିଂ କମିଟି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିଲା। ଯାହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଏକ ଆବେଦନ ହୋଇଥିଲା। ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଆବେଦନର ଶୁଣାଣି କରି NEET-ପିଜି କାଉନସେଲିଂ ସ୍ଥଗିତ ରଖିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ, ସର୍ବଭାରତୀୟ ସଂରକ୍ଷଣ ଯୋଜନା ଅଧୀନରେ ଓବିସି ଓ ଆର୍ଥିକ ପଛୁଆ ବର୍ଗର ପିଲାମାନଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ହୋଇଛି। ଅଣ୍ଡରଗ୍ରାଜ୍ୟୁଏଟ ଓ ପୋଷ୍ଟ ଗ୍ରାଜ୍ୟୁଏଟ ପାଠ୍ୟକ୍ରମ ପାଇଁ ଏହି ନିୟମ ଲାଗୁ କରାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ। ଏହି ସଂରକ୍ଷଣ ବ୍ୟବସ୍ଥା ଏମବିବିଏସ୍, ଏମଡି, ଏମଏସ୍, ବିଡିଏସ୍, ଏମଡିଏସ୍ ଓ ଡିପ୍ଲୋମା ମେଡିକାଲ ପାଠ୍ୟକ୍ରମ ପାଇଁ ଚଳିତ ଶିକ୍ଷାବର୍ଷ ଠାରୁ ଲାଗୁ ହେବାର ଅଛି।
]]>
ମେଡିକାଲ ପାଠ୍ୟକ୍ରମ ଲାଗି ଉଦ୍ଦିଷ୍ଟ ସର୍ବଭାରତୀୟ ନିଟ୍ ପରୀକ୍ଷାକୁ ଉଠାଇ ଦେବା ଲାଗି ନିଜ ଦାବି ସପକ୍ଷରେ ସମର୍ଥନ ଜୁଟାଇବାକୁ ତାମିଲନାଡୁ ସରକାରଙ୍କ ଅଭିଯାନ । ଏନେଇ ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ତାମିଲନାଡୁରେ ଶାସନ ଦାୟିତ୍ୱରେ ଥିବା ଡିଏମକେର ଉପନେତା କାନିମୋଇ । ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନ୍ଙ୍କ ଚିଠି ସେ ନବୀନଙ୍କୁ ଦେଇଛନ୍ତି । ଗରିବ ଓ ଗାଁ ଗହଳିର ମେଧାବୀ ପିଲା ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହେବା ଲାଗି ସମ୍ମୁଖୀନ ହେଉଥିବା ସମସ୍ୟା ସଂପର୍କରେ ଷ୍ଟାଲିନ ନବୀନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।
ନିଟ୍, ଆଇଆଇଟି ଓ ୟୁପିଏସ୍ସି ଏଣ୍ଟ୍ରାନ୍ସର ଢାଞ୍ଚା ବଦଳାଇବାକୁ ପୂର୍ବରୁ ନବୀନ ମଧ୍ୟ କେନ୍ଦ୍ର ନିକଟରେ ଦାବି ରଖିଥିଲେ । ଏସବୁ ପରୀକ୍ଷାର ପାଟର୍ଣ୍ଣ, ଟ୍ୟୁସନ ଓ କୋଚିଂ କେନ୍ଦ୍ରିକ ହୋଇଥିବାରୁ ଗ୍ରାମାଞ୍ଚଳ ଓ ଗରୀବ ପରିବାରର ମେଧାବୀ ପିଲା ସେମାନଙ୍କ ଅଧିକାରରୁ ବଞ୍ଚିତ ହେଉଥିବା ନବୀନ ଦର୍ଶାଇଥିଲେ । ତେଣୁ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ପରୀକ୍ଷାକୁ ଇନକ୍ଲୁସିଭ୍ କରିବା ଲାଗି ନବୀନ ପ୍ରସ୍ତାବ ଦେଇଥିଲେ ।
କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଏଣ୍ଟ୍ରାନ୍ସ ପରୀକ୍ଷାଗୁଡିକ ବ୍ୟୟବହୁଳ ହୋଇଥିବାରୁ ଗ୍ରାମାଞ୍ଚଳ ଓ ଗରୀବ ମେଧାବୀ ପିଲାମାନେ ପଛରେ ପଡିଯାଉଥିବା ଅଭିଯୋଗ ହୋଇଆସୁଛି । ସାମାଜିକ ନ୍ୟାୟ ଓ ସମାନତା ଦିଗରେ ଏହା ବଡ଼ ପ୍ରତିବନ୍ଧକ ବୋଲି ଯୁକ୍ତି ହେଉଛି ।
ଯୁକ୍ତ ଦୁଇ ମାର୍କ ଆଧାରରେ ମେଡିକାଲ କୋର୍ସରେ ଆଡମିଶନ ଲାଗି ଦେଶର ଏକମାତ୍ର ରାଜ୍ୟଭାବେ ତାମିଲନାଡୁ ଦାବି କରିଆସୁଛି । ନିଟ୍ ଏଣ୍ଟ୍ରାନ୍ସ ଉଠାଇ ଦେବା ଦାବିରେ ୨୦୧୭ରେ ମେଡିକାଲ ପଢିବାକୁ ଆଗ୍ରହୀ ତାମିଲନାଡୁର ଜଣେ ଛାତ୍ରୀ ଅନୀତା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ବି ହୋଇଥିଲେ । ଅନ୍ୟପକ୍ଷରେ ଯୁକ୍ତ ଦୁଇରେ ୧୨ଶହରୁ ୧୧୭୬ ନମ୍ବର ରଖି ମଧ୍ୟ ନିଟ୍ରେ ଅକୃତକାର୍ଯ୍ୟ ହେବା କାରଣରୁ ସେ ଆତ୍ମହତ୍ୟା କରିଥିଲେ । ଏହାକୁ ନେଇ ତାମିଲନାଡୁରେ ରାଜନୈତିକ ଝଡ଼ ସୃଷ୍ଟି ହୋଇଥିଲା ।
ସେହିପରି ଗତମାସ ୧୪ ତାରିଖରେ ମଧ୍ୟ ଧନୁଷ ନାମକ ଅନ୍ୟ ଜଣେ ମେଡିକାଲ ଆଶାୟୀ ଆତ୍ମହତ୍ୟା କରିଥିଲେ । ଏହାପରେ ତାମିଲନାଡୁକୁ ନିଟ୍କୁ ବାଦ୍ ଦେବା ନେଇ ରାଜ୍ୟ ବିଧାନସଭାରେ ଏକ ବିଲ୍ ବି ପାରିତ ହୋଇଥିଲା । ତେବେ ଏହାକୁ କାର୍ଯ୍ୟକାରୀ କରିବାକୁ ହେଲେ ରାଷ୍ଟ୍ରପତିଙ୍କ ଅନୁମୋଦନ ଦରକାର ଅନ୍ୟପକ୍ଷରେ ଦେଶର ଅନ୍ୟ ସମସ୍ତ ରାଜ୍ୟ କେନ୍ଦ୍ରୀୟ ଢାଞ୍ଚାକୁ ଗ୍ରହଣ କରିଥିବାରୁ ଡିଏମ୍କେ ନିଜ ଦାବି ସପକ୍ଷରେ ସମର୍ଥନ ଜୁଟାଇବାକୁ ଉଦ୍ୟମ ଆରମ୍ଭ କରିଛି ।
]]>ଜାତୀୟ ଗଣମାଧ୍ୟମ ସଂସ୍ଥା NDTV ଦ୍ୱାରା ହସ୍ତଗତ ହୋଇଥିବା ସିବିଆଇର ଏଫ୍ଆଇଆର୍ରେ କୁହାଯାଇଛି ଯେ, ‘ ଜାଲିଆତି ଓ ଅନୁଚିତ୍ ଉପାୟ ଅବଲମ୍ବନ କରି ପରିମଲ କୋଟପଲ୍ଲୀୱାର ଆଶାୟୀ ପ୍ରାର୍ଥୀଙ୍କୁ ସରକାରୀ ମେଡିକାଲ୍ କଲେଜରେ ଆଡମିଶନ କରାଇଥିଲେ। ଏହାସହ ଆଶାୟୀ ପ୍ରାର୍ଥୀଙ୍କ ଅଭିଭାବକଙ୍କ ସହ ଯୋଗାଯୋଗ କରାଯାଇ ସେମାନଙ୍କୁ ଆଶ୍ୱାସନା ମଧ୍ୟ ଦିଆଯାଇଥିଲା। NEET ଦ୍ୱାରା ଅନୁଷ୍ଠିତ ପରୀକ୍ଷା ପ୍ରଣାଳୀରେ ହେର୍ଫେର୍ କରାଯାଇ ପ୍ରକ୍ସିଙ୍କୁ ପରୀକ୍ଷା ପାଇଁ ଏଣ୍ଟ୍ରି କରାଯାଇଥିଲା ।
ତଦନ୍ତରେ ଖୁଲାସା ହୋଇଛି ଯେ, କୋଚିଂ ସେଣ୍ଟର ପକ୍ଷରୁ ଆଶାୟୀ ପ୍ରାର୍ଥୀଙ୍କ ଅଭିଭାବକଙ୍କୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପୋଷ୍ଟ ଡେଟେଡ୍ ଚେକ୍ ଓ ସିକ୍ୟୁରିଟି ଭାବେ ପ୍ରାର୍ଥୀଙ୍କ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ଅରିଜିନାଲ୍ ମାର୍କ ସିଟ୍ ଦାଖଲ କରିବାକୁ କୁହାଯାଇଥିଲା। ଟଙ୍କା ପାଇବା ପରେ ଏହି ସାର୍ଟିଫିକେଟ୍ ଫେରାଇ ଦିଆଯିବ ବୋଲି କୋଚି ସେଣ୍ଟର ପକ୍ଷରୁ କୁହା ଯାଇଥିଲା।
ଏଫ୍ଆଇଆର୍ରେ ଆହୁରି ମଧ୍ୟ କୁହାଯାଇଛି, ‘ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ୟୁଜର ଆଇଡି ଓ ପାସୱର୍ଡ ସବୁ ପରିମଲ ଓ ତାଙ୍କ ସହଯୋଗୀଙ୍କ ଦ୍ୱାରା ସଂଗ୍ରହ କରାଯାଇଥିଲା। ଏହାପରେ ଯୋଜନା ମୁତାବକ ଆବଶ୍ୟକୀୟ ସଂଶୋଧନ କରାଯାଇ ପ୍ରାର୍ଥୀଙ୍କୁ ସେମାନଙ୍କ ଇଚ୍ଛା ମୁତାବକ ପରୀକ୍ଷା କେନ୍ଦ୍ର ଦିଆଯାଉଥିଲା। ପ୍ରକ୍ସି ପ୍ରାର୍ଥୀଙ୍କ ସୁବିଧା ଲାଗି ପରିମଳ ଓ ତାଙ୍କ ସହଯୋଗୀ ପ୍ରାର୍ଥୀଙ୍କ ଫଟୋରେ ଗଡ଼ବଡ଼ ମଧ୍ୟ କରିଥିଲେ। ଏପରିକି ନକଲି ଆଇଡି କାର୍ଡ ପାଇଁ ଇ-ଆଧାର କାର୍ଡ ସଂଗ୍ରହ କରାଯାଇଥିଲା। ପ୍ରାର୍ଥୀଙ୍କୁ answer keys ପ୍ରଦାନ ଓ OMR ଶିଟ୍ରେ ହେର୍ଫେର୍ ଲାଗି ପରିମଲ ଆଶ୍ୱାସନା ମଧ୍ୟ ଦେଇଥିଲେ। ସେପ୍ଟେମ୍ବର ୧୨ରେ ଅନୁଷ୍ଠିତ NEET ପରୀକ୍ଷା ଲାଗି ପରିମଲ ୫ ଜଣ ପ୍ରକ୍ସି ପ୍ରାର୍ଥୀ ଚୟନ କରିଥିଲେ। ତେବେ ସିବିଆଇ ଅଧିକାରୀ ପ୍ରକ୍ସି ପ୍ରାର୍ଥୀଙ୍କୁ ରେଡ ହାଣ୍ଡରେ ଧରିବା ପାଇଁ କେନ୍ଦ୍ରରେ ଉପସ୍ଥିତି ଥିଲେ ହେଁ ଏହି ପ୍ରକ୍ସି ପ୍ରାର୍ଥୀ ପରୀକ୍ଷା କେନ୍ଦ୍ରକୁ ଆସିନଥିଲେ।
ସୂଚନାଥାଉ କି, ଗତ ସପ୍ତାହରେ ତାମିଲନାଡୁରେ ଜଣେ ୧୭ ବର୍ଷୀୟ ଛାତ୍ରୀ ଆତ୍ମହତ୍ୟା କରିଥିଲେ। ତାଙ୍କ ବାପା ଜଣେ ଦିନ ମଜୁରିଆ। ଛାତ୍ରୀ ଜଣକ ୨୦୨୧ ନିଟ୍ ପରୀକ୍ଷା ପାସ୍ କରିବା ନେଇ ଚିନ୍ତିତ ଥିଲେ। ସେ ଦ୍ୱାଦଶ ପରୀକ୍ଷାରେ ୮୪.୯% ରଖିଥିଲେ। ଏହାପରେ ପୁରା ଘଟଣା ସାମ୍ନାକୁ ଆସିଥିଲା।
]]>ଆବେଦନକାରୀ ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ରକୁ ସକାଳ ୭ଟା ୩୦ ମିନିଟ୍ରୁ ଆଡମିଟ୍ କାର୍ଡ ଦେଖାଇ ପ୍ରବେଶ କରିଛନ୍ତି। ଛାତ୍ରଛାତ୍ରୀମାନେ ପରୀକ୍ଷା ହଲ୍କୁ କୌଣସି ପ୍ରକାରର ଇଲେକ୍ଟ୍ରୋନିକ୍ ଗେଜେଟ୍ସ୍, ବଲ୍ ପେନ୍, ଜୋତା, ବେଲ୍ଟ, କ୍ୟାପ୍, ଓ୍ୱାଲେଟ,ଅଳଙ୍କାର,ଚଷମା ତଥା ଖାଦ୍ୟସାମଗ୍ରୀ ନେବା ଉପରେ କଟକଣା ଜାରି କରାଯାଇଛି।
ପରୀକ୍ଷା ଦେବା ଲାଗି କେନ୍ଦ୍ରରେ ବଲ୍ ପେନ୍ ଦିଆଯିବାର ବ୍ୟବସ୍ଥା କରାଯାଇଛି। ଛାତ୍ରଛାତ୍ରୀମାନେ ହାଲୁକା ପୋଷାକ ପିନ୍ଧି ପରୀକ୍ଷା ଦେବାକୁ ଯିବାକୁ କୁହାଯାଇଛି। ସେହିଭଳି ହାଇ ହିଲ୍ ଓ ଜୋତା ଉପରେ କଟକଣା ଲାଗିଥିବା ବେଳେ ସାଧାରଣ ଚପଲ ପିନ୍ଧିବାକୁ ନିୟମ କରାଯାଇଛି।
ଓଡ଼ିଶାରେ ପ୍ରାୟ ୪୦ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ଏଥିପାଇଁ ୭ଟି ସହର ଯଥା ଭୁବନେଶ୍ୱର, କଟକ, ରାଉରକେଲା, ସମ୍ବଲପୁର, ବାଲେଶ୍ୱର, ଅନୁଗୁଳ ଓ ବ୍ରହ୍ମପୁରରେ ୪୦ଟି ପରୀକ୍ଷା କେନ୍ଦ୍ର ହୋଇଛି।
]]>ତେବେ ଏହା ପୂର୍ବରୁ CBSE ପକ୍ଷରୁ ଜାରି କରାଯାଇଛି ନିର୍ଦ୍ଦେଶନାମା। ନିଟ୍ ପ୍ରବେଶିକା ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ରକୁ ହାଲୁକା ରଙ୍ଗର ହାଫ୍ ସ୍ଲିଭ୍ ପୋଷାକ ପିନ୍ଧି ଆସିବେ। ଛାତ୍ରଛାତ୍ରୀ ପିନ୍ଧିଥିବା ସାର୍ଟ, ପ୍ୟାଣ୍ଟ କିମ୍ବା ସାଲୱାରରେ ବଡ଼ ସାଇଜ୍ର ବୋତାମ, ବ୍ୟାଜ୍ ରହିନଥିବ।
ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ରକୁ ସ୍ଲିପର କିମ୍ଭା କମ୍ ହିଲ୍ ଥିବା ଚପଲ ପିନ୍ଧି ଆସିବେ। ଜୋତା ପିନ୍ଧିବାକୁ ବାରଣ କରାଯାଇଛି। ଏହାସହ ପରୀକ୍ଷା କେନ୍ଦ୍ରକୁ ଛାତ୍ରଛାତ୍ରୀ ମୋବାଇଲ ଫୋନ୍, ବ୍ଲୁ ଟୁଥ୍, ଇଅର ଫୋନ୍, ମାଇକ୍ରୋଫୋନ୍ ଏବଂ ବ୍ୟାଣ୍ଡ୍ ପିନ୍ଧି ଆସିବାକୁ ବାରଣ କରାଯାଇଛି।
କଟକଣା ଜାରି କରାଯାଇଥିବା ସାମଗ୍ରୀ ରଖିବାକୁ ପରୀକ୍ଷା କେନ୍ଦ୍ରରେ କୌଣସି ପ୍ରକାର ବ୍ୟବସ୍ଥା କରାଯାଇନାହିଁ। ଯଦି କେହି ଏହାକୁ ନ ମାନନ୍ତି ତେବେ ଛାତ୍ରଛାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିବିଏସ୍ଇ ପକ୍ଷରୁ କୁହାଯାଇଛି।
]]>
]]>The NEET (UG) 2021 will be held on 12th September 2021 across the country following COVID-19 protocols. The application process will begin from 5 pm tomorrow through the NTA website(s).
— Dharmendra Pradhan (@dpradhanbjp) July 12, 2021