• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Ncb

Aryan Khan
ଆର୍ୟ୍ୟନ ଖାନ୍‌ଙ୍କୁ ନେଇ ବଡ଼ ଖୁଲାସା ! ଫସାଇବା ପାଇଁ କରାଯାଇଥିଲା ଷଡ଼ଯନ୍ତ୍ର

NCB ଭିଜିଲାନ୍ସ ଟିମ୍‌ର ରିପୋର୍ଟରେ ଚାଞ୍ଚଲ୍ୟକର ଖୁଲାସା । ୮ NCB ଅଧିକାରୀ ଜାଣିଶୁଣି ଆର୍ୟନଙ୍କୁ ଫସାଇଥିଲେ  ।

Actor Rhea Chakraborty Charged In Drugs Case
‘ସୁଶାନ୍ତଙ୍କୁ ଗଞ୍ଜେଇ ଦେଉଥିଲେ ରିୟା’

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ଡ୍ରଗ୍ସ ମାମଲାରେ ଅଭିନେତ୍ରୀ ତଥା ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍‌ ରିୟା ଚକ୍ରବର୍ତ୍ତୀଙ୍କୁ NCB(Narcotics Control Bureau) ଅଭିଯୁକ୍ତ ଦର୍ଶାଇଛି। ଏହାସହ ରିୟା ଗଞ୍ଜେଇ କିଣିବା ଓ ଏଥିପାଇଁ ପେମେଣ୍ଟ୍‌ କରୁଥିବା ମଧ୍ୟ ଅଭିଯୋଗ ହୋଇଛି।

NCB, India Navy Seize Drugs Worth Rs 2,000 Crore Off Gujarat Coast
ଗୁଜୁରାଟ ଉପକୂଳରୁ ୨୦୦୦ କୋଟିର ଡ୍ରଗ୍ସ ଜବତ କଲା ଏନ୍‌ସିବି

ଆରବ ସାଗରର ଗୁଜୁରାଟ ଉପକୂଳରୁ ୨୦୦୦ କୋଟି ଟଙ୍କାର ଡ୍ରଗ୍ସ ଜବତ । ଭାରତୀୟ ନୌସେନା ଓ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ମିଳିତ ଚଢ଼ଉ ବେଳେ ପ୍ରାୟ ୮୦୦ କିଲୋଗ୍ରାମ ଓଜନର ଡ୍ରଗ୍ସ ଜବତ କରାଯାଇଛି ।

sameer wankhede
ଏନସିବିରୁ ହଟିଲେ ସିଂଘମ୍ ଅଫିସର୍ ସମୀର ୱାଙ୍ଖଡେ

ମୁମ୍ବାଇ କ୍ରୁଜ ପାର୍ଟି ଡ୍ରଗ୍ସ ମାମଲାରେ ବଲିଉଡର ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଗିରଫ କରି ଚର୍ଚ୍ଚାକୁ ଆସିଥିଲେ।

SN Pradhan
ଏସ୍. ଏନ୍ ପ୍ରଧାନ ହେଲେ NCB ଡିଜି

ଆପଏଣ୍ଟମେଣ୍ଟ କମିଟି ଅଫ୍ କ୍ୟାବିନେଟ୍ ଏସ୍. ଏନ୍ ପ୍ରଧାନଙ୍କୁ ଏନ୍‌ସିବିର ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଛି।

Sameer Wankhed
ଲକ୍ଷେ ଟଙ୍କାର ସାର୍ଟପ୍ୟାଣ୍ଟ ପିନ୍ଧୁଛନ୍ତି କି ୱାଙ୍ଖଡେ, ପୂରା ସଂପତ୍ତି ତାଲିକା ଜାଣନ୍ତୁ...

କେତେ ଧନୀ ଏନସିବି ଅଫିସର ସମୀର ୱାଙ୍ଖେଡ଼୍‌? କାହିଁକି ତାଙ୍କୁ ନେଇ ଚାଲିଛି ଏତେ ଚର୍ଚ୍ଚା?

Sameer Wankhede
ଆର୍ୟନ ମାମଲାର ତଦନ୍ତ, ଗେଟ୍‌ ଆଉଟ୍‌ ହେଲେ ୱାଙ୍ଖେଡ୍‌

ଓ୍ୱାଙ୍ଖଡେଙ୍କୁ ହଟାଇବା ପରେ ଏହି ମାମଲାର ତଦନ୍ତ ବର୍ତ୍ତମାନ ସେଣ୍ଟ୍ରାଲ ଜୋନ୍ ଦିଲ୍ଲୀ ଏନ୍ସିବିର ଟିମ କରିବ ଏନ୍ସିବି ଅଧିକାରୀ ସଂଜୟ ସିଂହଙ୍କ ନେତୃତ୍ୱରେ ଏସ୍ଆଇଟିକୁ ଏହି ମାମଲା ପ୍ରଦାନ କରାଯାଇଛି

Nawab Malik & Sameer Wankhede
ପୁଣି ଅଡ଼ୁଆରେ ୱାଙ୍ଖଡେ: ପିନ୍ଧୁଛନ୍ତି ୭୦ ହଜାର ଟଙ୍କାର ସାର୍ଟ, ୨ ଲକ୍ଷ ଟଙ୍କାର ଜୋତା !

ସମୀର ୱାଙ୍ଖଡେ ପିନ୍ଧୁଥିବା ଜୋତାର ଦାମ୍‌ ୨ ଲକ୍ଷ ଓ ସାର୍ଟର ଦାମ୍‌ ୫୦ ହଜାର ଟଙ୍କା ବୋଲି ନୱାବ ମଲିକ ଅଭିଯୋଗ କରିଛନ୍ତି। ସମୀର ୱାଙ୍ଖଡେ ଯେଉଁ ଟ୍ରାଉଜର ପିନ୍ଧୁଛନ୍ତି, ତା’ର ଦାମ୍‌ ଲକ୍ଷାଧିକ ଟଙ୍କା। ସେହିପରି ସାର୍ଟର ଦାମ୍‌ ୭୦ ହଜାରରୁ ଅଧିକ ଟଙ୍କା

Aryan Khan
ଆଜି ବି ଜେଲ୍‌ରେ ରାତି କାଟିବେ ଆର୍ୟନ ଖାନ୍‌

ଆଜି ବି ଆର୍ଥର ରୋଡ୍ ଜେଲରେ ରାତି କାଟିବେ ଆର୍ୟନ ଖାନ୍। ଗତକାଲି ହାଇକୋର୍ଟରୁ ବେଲ୍ ପାଇଥିଲେ ବି ଔପଚାରିକତା ପୂରଣ ହୋଇନପାରିବାରୁ, ଆଜି ବି ଜେଲରୁ ତାଙ୍କୁ ମୁକୁଳାଇପାରି ନାହାନ୍ତି ବାପା ଶାହରୁଖ ଓ ତାଙ୍କ ଲିଗାଲ୍ ଟିମ୍

Aryan Khan
ହାଜିରା ଦେବେ ଆର୍ୟନ ଖାନ, ଏହି ୧୪ଟି ସର୍ତ୍ତ ମାନିବେ

ପ୍ରତି ଶୁକ୍ରବାର ଆର୍ୟନ ଖାନ ଏନସିବି ଅଫିସରେ ହାଜର ହେବେ । ଗ୍ରେଟର ମୁମ୍ୱାଇ ଛାଡି ବାହାରକୁ ଗଲେ ଏନସିବିକୁ ଜଣାଇବେ । ସୋସିଆଲ ମିଡିଆରେ ବି କେସ ସଂପର୍କରେ କିଛି ପ୍ରତିକ୍ରିୟା ରଖିପାରିବେନି।

Kranti Wankhede
‘ଯଦି ବାଲାସାହେବ ଥାନ୍ତେ, ସେ କେବେ ବି ଏହାକୁ ପସନ୍ଦ କରିନଥାନ୍ତେ’, କ୍ରାନ୍ତିଙ୍କ କୋହଭରା ଚିଠି

‘ଛତ୍ରପତି ଶିବାଜୀଙ୍କ ରାଜ୍ୟରେ ମହିଳାଙ୍କ ଇଜ୍ଜତ ସହ ଖେଳାଯାଉଛି । ପ୍ରତ୍ୟେକ ଦିନ ଲଜ୍ଜିତ ହେବାକୁ ପଡୁଛି । ଆଜି ଯଦି ବାଲାସାହେବ ଥାନ୍ତେ, ସେ କେବେ ଏହାକୁ ପସନ୍ଦ କରିନଥାନ୍ତେ ।’

Sameer Wankhede
ମୁସଲିମ୍‌ ନା ହିନ୍ଦୁ? ୱାଙ୍ଖେଡେଙ୍କ ବଢୁଛି ଅଡ଼ୁଆ

ୱାଙ୍ଖେଡ଼େଙ୍କ ବଢିବାରେ ଲାଗିଛି ଅଡ଼ୁଆ। ଆର୍ୟନଙ୍କୁ ଛାଡ଼ିବା ପାଇଁ ସେ କାଳେ ୨୫ କୋଟି ଟଙ୍କା ଲାଂଚ ମାଗିଥିବା ନେଇ ଅଭିଯୋଗ ଆସିବା ପରେ ବଢିବାରେ ଲାଗିଛି ତାଙ୍କର ଅଡ଼ୁଆ। ତେବେ ମହାରାଷ୍ଟ୍ରର ମନ୍ତ୍ରୀ ନୱାବ୍‌ ମଲ୍ଲିକ ତାଙ୍କ ନାଁରେ ପ୍ରତିଦିନ ନୂଆ ନୂଆ ଅଭିଯୋଗର ଫର୍ଦ୍ଦ ଯୋଡୁଛନ୍ତି

Smart Watch
ସ୍ମାର୍ଟ ୱାଚ୍‌ ପିନ୍ଧିବେ ସରକାରୀ କର୍ମଚାରୀ, ଲାଗୁ ହେବ ନୂଆ ନିୟମ

ସରକାରୀ ଅଫିସରଙ୍କର ଆଉ ଚଳିବ ନାହିଁ ମନମାନି। ଏଣିକି ସବୁ କର୍ମଚାରୀମାନେ ସ୍ମାର୍ଟ ୱାଚ୍‌ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ଏହାଦ୍ୱାରା ସରକାରୀ ବାବୁଙ୍କ ଉପରେ ନଜର ରଖାଯାଇପାରିବ ବୋଲି କୁହାଯାଇଛି

Aryan Khan and Munmun Dhamecha
ବାହାରି ପାରିଲେନି ଆର୍ୟନ, ପୁଣି ଜେଲରେ କଟିବ ଦିନ

ଆଜି ବି ଝୁଲିଲା ଆର୍ୟନ ଖାନ୍‌ଙ୍କ ଜାମିନ୍ ଆବେଦନ । ବମ୍ବେ ହାଇକୋର୍ଟରେ ଦ୍ୱିତୀୟ ଦିନ ପାଇଁ ଜାମିନ୍ ଆବେଦନର ଶୁଣାଣି ହୋଇଥିଲା । ଯାହାକୁ ଆସନ୍ତାକାଲିକୁ ଘୁଞ୍ଚାଇଛନ୍ତି ବମ୍ବେ ହାଇକୋର୍ଟ । ଆସନ୍ତା ୨୯ ତାରିଖ ଯାଏଁ ଯଦି ଆର୍ୟନଙ୍କୁ ଜାମିନ୍ ନମିଳେ, ତେବେ ଏହି ମାମଲା ପୁଣି ଥରେ ନଭେମ୍ବର ୧୫କୁ ଘୁଞ୍ଚିବ ।

Sameer Wankhede
ୱାଙ୍ଖଡ଼େଙ୍କ ବଢ଼ୁଛି ବିବାଦ: ଆସିଲା ନୁଆ ଅଭିଯୋଗ, ଚର୍ଚ୍ଚାରେ ରହିବା ପାଇଁ ମିଛ କେସ୍‌ରେ ଫଶାନ୍ତି ସମୀର !

ଡ୍ରଗ୍ସ ମାମଲାରେ NCB ଆଞ୍ଚଳିକ ନିର୍ଦ୍ଦେଶକ ସମୀର ଓ୍ୱାଙ୍ଖେଡେଙ୍କ ଅଡୁଆ ଆହୁରି ବଢିଲା । ଜଣେ ବ୍ୟକ୍ତି ନିଜ ପରିଚୟ ଲୁଚାଇ କେବଳ ମୁମ୍ବାଇ NCB କାର୍ଯ୍ୟାଳୟର କର୍ମଚାରୀ କହି ସମୀରଙ୍କ ସଂପର୍କରେ ଆଣିଛନ୍ତି ସାଂଘିତକ ଅଭିଯୋଗ ।

Sameer Wankhede
ଆକ୍ସନ୍‌ ପରେ ରିଆକ୍ସନ ! ସିଂଘମ ୱାଙ୍ଖଡ଼େଙ୍କୁ ଟାର୍ଗେଟ୍, ନବାବ ମଲ୍ଲିକ୍‌ କହିଲେ ସେ ହିନ୍ଦୁ ନୁହେଁ ମୁସ୍‌ଲିମ୍‌

କିଙ୍ଗ ଖାନ୍ ଶାହାରୁଖ୍‌ଙ୍କ ପୁଅ ଆର୍ୟନଙ୍କ ଉପରେ ଆକ୍ସନ ନେଇ ନିଜ ପାଇଁ ବିପଦ ଡାକିଲେ କି ଏନ୍‌ସିବି ଜୋନାଲ ଡିରେକ୍ଟର ସମୀର ଓ୍ୱାଙ୍ଖଡେ ? କାରଣ, ସମୀରଙ୍କ ବିରୋଧରେ ଆରମ୍ଭ ହୋଇଛି ଭିଜିଲାନ୍ସ ତଦନ୍ତ ।

SRK
ପୁଅ ଗିରଫ ହେବା ପରେ ଚିନ୍ତାରେ ଶାହାରୁଖ୍‌, ଦେଶ ଛାଡିବା ପାଇଁ ନ୍ୟୁଜ୍‌ ଆଙ୍କର ଦେଲେ ପରାମର୍ଶ

କିଙ୍ଗ୍‌ ଖାନ୍‌ଙ୍କ ପୁଅ ଗିରଫ ହେଲା, ପାକିସ୍ତାନରେ ଚର୍ଚ୍ଚା ବଢିଲା। ପାକ୍‌ରେ ଅନେକ କଳାକାର କିଙ୍ଗ୍‌ ଖାନ୍‌ଙ୍କୁ ସମର୍ଥନ କରୁଥିବା ସହ ଆର୍ୟନଙ୍କ ଗିରଫଦାରୀକୁ ନାପସନ୍ଦ କରିଛନ୍ତି। କେବଳ ଏତିକି ନୁହେଁ ବରଂ ଗଣମାଧ୍ୟମରେ ଏନସିବି ଉପରେ ମନ ଖୋଲା ବର୍ଷିଛନ୍ତି

Actor Ananya Panday To Appear Before NCB Today Again
ଆଜି ପୁଣି NCB ଅଫିସରେ ହାଜର ହେବେ ଅନନ୍ୟା

ଆଜି ପୁଣି ମୁମ୍ବାଇ ଏନସିବି କାର୍ଯ୍ୟାଳୟରେ ହାଜର ହେବେ ଅଭିନେତ୍ରୀ ଅନନ୍ୟା ପାଣ୍ଡେ। ତୃତୀୟ ଥର ଲାଗି ହାଜର ହେବାକୁ ସମନ୍ କରିଛି ଏନସିବି ।

Ananya pandey
ପୁଣି NCB ଅଫିସ୍‌ରେ ହାଜର ହେଲେ ଅନନ୍ୟା

ଅନନ୍ୟାଙ୍କୁ ପୁଣି ସମନ୍ । ମୁମ୍ବାଇ କ୍ରୁଜ୍ ଡ୍ରଗସ୍‌ ମାମଲାରେ ବଲିଉଡ୍ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କୁ ଆଜି ୪ ଘଣ୍ଟା ଜେରା କରିଛି ଏନସିବି । ଆର୍ୟନଙ୍କ ସହ ଡ୍ରଗ୍ସ ଲିଙ୍କ ନେଇ ଅନନ୍ୟାଙ୍କୁ ମାରାଥନ ଜେରା କରିଥିଲେ NCB ଅଧିକାରୀ ।

NCB Entered in Mannat
ଡକ୍ୟୁମେଣ୍ଟ ବାହାନାରେ ମନ୍ନତ୍‌ରେ ପଶିଲା NCB

ମନ୍ନତରେ ପଶିଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(NCB) । ଯାହା ଚର୍ଚ୍ଚା ହେଉଥିଲା ତାହା ସତ ସାବ୍ୟସ୍ତ ହେଲା । ଆର୍ୟନ ଖାନ୍ ଗିରଫ ମାମଲାରେ ଶାହରୁଖଙ୍କ ସହ କଥା ହୋଇଛି ତଦନ୍ତକାରୀ ସଂସ୍ଥା(NCB) । ତେବେ ଏହା ରେଡ୍ ନଥିଲା ବରଂ କିଛି ଜରୁରୀ ଡକ୍ୟୁମେଣ୍ଟ ମାଗିବା ନେଇ ନୋଟିସ ଦେଇଥିଲା ଏନସିବି ।

Ananya Pandey
ବାପା ଚଙ୍କିଙ୍କ ସହ NCB ଅଫିସରେ ଅନନ୍ୟା

ବଲିଉଡ୍ ଷ୍ଟାର୍‌ ଅନନ୍ୟା ପାଣ୍ତେଙ୍କ ଘରେ ପହଞ୍ଚିଛି ଏନସିବି ସମନ୍ । ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ମୁମ୍ବାଇ ବାସଭବନକୁ ଯାଇ ଯାଞ୍ଚ କରୁଛି ଏନ୍‌ସିବି । ତାଙ୍କୁ ଆଜି ୨ଟା ବେଳେ ହାଜର ହେବାକୁ ନୋଟିସ୍ କରିଛି ଏନସିବି ।

aryan khan bail
ଆର୍ୟନଙ୍କୁ ଜେଲ୍ ନା ବେଲ୍ ? ଆଜି ଆସିବ ଆର୍ୟନଙ୍କ ଜାମିନ ଆବେଦନର ରାୟ

ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ଆର୍ୟନ ଖାନଙ୍କୁ ଜାମିନ ମିଳିବ ନା ଜେଲରେ ତାଙ୍କୁ ରହିବାକୁ ପଡ଼ିବ, ଆଜି ତାହା ସ୍ପଷ୍ଟ ହେବ। ମୁମ୍ବାଇର ସେସନ୍ କୋର୍ଟ ଆଜି ଜାମିନ ଆବେଦନର ରାୟ ଶୁଣାଇବେ । ଗତ ୧୪ ତାରିଖରେ ମୁମ୍ବାଇର ସେସନ୍ କୋର୍ଟ ଜାମିନ ଆବେଦନର ଶୁଣାଣି କରିଥିଲେ ମଧ୍ୟ ରାୟ ସଂରକ୍ଷିତ ରଖିଥିଲେ । ଗତ ଶୁଣାଣି ବେଳେ ଏନସିବି ଯୁକ୍ତି ଦର୍ଶାଇ ଥିଲା ଯେ, ଆର୍ୟନ ନିୟମିତ ଭାବେ ଡ୍ରଗ୍ସ ନିଅନ୍ତି ।

aryan khan
ଆର୍ୟନ ଗିରଫ ହୋଇ ଜେଲରେ ଥିବାରୁ ଖାଁ ଖାଁ ମନ୍ନତ, ପୁଅ ନଫେରିବା ପର୍ଯ୍ୟନ୍ତ ଘରେ ସ୍ୱାଦିଷ୍ଟ ଖାନା ବି ବନ୍ଦ

ଆର୍ୟନ ଖାନ ଗିରଫ ହୋଇ ଏବେ ଜେଲରେ ଥିବା ବେଳେ ଖାଁ ଖାଁ ମନ୍ନତ। ଉଦାସ ହୋଇ ପୁଅର ଫେରିବା ବାଟକୁ ଚାହିଁ ରହିଛନ୍ତି ମାଆ ଗୌରୀ ଖାନ୍। ପୁଅ ନ ଆସିବା ଯାଏଁ ଘରେ କୌଣସି ସେଲିବ୍ରେସନ ହେବନାହିଁ। ଏପରିକି ଘରେ କୌଣସି ସ୍ୱାଦିଷ୍ଟ ଖାଇବା ମଧ୍ୟ ପ୍ରସ୍ତୁତ ନ କରିବାକୁ ହାଉସ୍ ଷ୍ଟାଫଙ୍କୁ କହିଛନ୍ତି ଗୌରୀ।

Sameer Wankhede
ଦିନେ ବାପାଙ୍କୁ ପାଣି ପିଆଇଥିଲେ, ଆଜି ପୁଅକୁ ଗିରଫ କଲେ...

ଆର୍ଯ୍ୟନଙ୍କୁ ଗିରଫ କରିବା ପରେ ଚର୍ଚ୍ଚାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଜୋନାଲ ଡାଇରେକ୍ଟର ସମୀର ୱାନଖେଡେ। ଗାଁଠୁ ସହର ସବୁଆଡେ ଏହି ଦବଙ୍ଗ ଅଫିସରଙ୍କ ଚର୍ଚ୍ଚା। ନିଜ କାମକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଏହି ଦବଙ୍ଗ ଅଫିସର ୧୦ ବର୍ଷ ପୂର୍ବରୁ ବି ଚର୍ଚ୍ଚାରେ ଥିଲେ। ସେତେବେଳେ ବଲିଉଡର କିଙ୍ଗ ଖାନ ଶାହରୁଖଙ୍କୁ ପାଣି ପିଆଇ ସେ ଚର୍ଚ୍ଚାକୁ ଆସିଥିଲେ। ଏବେ ଜାଣନ୍ତୁ ସେ ଦିନର ସେହି ଘଟଣାଟି କଣ ଥିଲା।

Aryan Khan
କୋର୍ଟରେ ଚାଲିଛି କିଙ୍ଗ ଖାନ୍ ପୁଅ ଆର୍ୟନଙ୍କ ବେଲ୍‌ ଶୁଣାଣି

କିଙ୍ଗ୍ ଖାନଙ୍କ ପୁଅ ଆର୍ୟନଙ୍କୁ ଜେଲ୍ ନା ବେଲ୍ ? ଆଜି ମୁମ୍ବାଇ ସ୍ୱତନ୍ତ୍ର NDPS କୋର୍ଟରେ ଆର୍ୟନଙ୍କ ଜାମିନ୍ ଆବେଦନର ହେଉଛି ଶୁଣାଣି। ନିମ୍ନ କୋର୍ଟରୁ ଜାମିନ୍ ଖାରଜ ହେବା ପରେ ସ୍ୱତନ୍ତ୍ର କୋର୍ଟରେ ଆବେଦନ ହୋଇଛି