ନୟାଗଡ଼ ଜିଲ୍ଲା ବାଣିଗୋଛାଳ ଥାନା ଧୁନ୍ଦୁଗାଡ଼ଇା ଗାଁର ନିଖୋଜ ୬ ବର୍ଷର ଶିଶୁକନ୍ୟାର ମୃତଦେହ ଆଜି ଉଦ୍ଧାର ହୋଇଥିଲା । ନିଖୋଜର ୫ ଦିନ ପରେ ତାର ମୃତଦେହ ଉଦ୍ଧାର କରାଯାଇଥିଲା ଏକ ପରିତ୍ୟକ୍ତ ସ୍ଥାନରୁ । ଗାଁ ଦାଣ୍ଡରେ ଖେଳୁଥିବା ବେଳେ ଶିଶୁକନ୍ୟାଟି ହଠାତ ନିଖୋଜ ହୋଇଯାଇଥିଲା । ପରିବାର ଲୋକେ ବହୁତ ଖୋଜାଖୋଜି ପରେ ବି କୌଣସି ପତ୍ତା ପାଇନଥିଲେ । ଏନେଇ ଥାନାରେ ଅପହରଣ ହୋଇଥିବା ଅଭିଯୋଗ ପରେ ନୟାଗଡ଼ ଏସପି ସିଦ୍ଧାର୍ଥ କଟାରିଆଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇଥିଲା।
ତାପରେ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ୍ । ଶେଷରେ ଆଜି ଗାଁ ପାଖ ଏକ ପରିତ୍ୟକ୍ତ ସ୍ଥାନରୁ ମିଳିଥିଲା ମୃତଦେହ । ଶରୀରଟି ଖଣ୍ଡବିଖଣ୍ଡିତ ଅବସ୍ଥାରେ ମିଳିଥିଲା । ଏହା ପୂର୍ବରୁ ନୟାଗଡ଼ରେ (ପରୀ ହତ୍ୟାକାଣ୍ଡ) ଏଭଳି ଏକ ଘଟଣା ଘଟିଥିଲା । ଯାହାକୁ ନେଇ ରାଜ୍ୟ ରାଜନୀତି ବେଶ୍ ସରଗରମ ହୋଇଥିଲା । ବିଧାନସଭାରେ ମଧ୍ୟ ପରୀ ହତ୍ୟାକାଣ୍ଡ ନେଇ ବିରୋଧୀ ହୋହଲ୍ଲା କରିଥିଲେ ।
]]>