ଜୁହାର ଭେଟ୍ କାର୍ଯ୍ୟକ୍ରମରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ। ସେଥିପାଇଁ ବରପାଲିରେ ମଞ୍ଚ ପ୍ରସ୍ତୁତ କରାଯାଇଛି। ଉପନିର୍ବାଚନରେ ଜି-ଜାନ୍ ଲଗାଇ କାମ କରିଥିବା ସମସ୍ତ ନେତା ଓ ପ୍ରତି ପଂଚାୟତରୁ ସାଧାରଣ ଲୋକଙ୍କୁ ବି ଏହି କାର୍ଯ୍ୟକ୍ରମକୁ ଡକାଯାଇଛି।
ତେବେ ଚର୍ଚ୍ଚା ହେଉଛି ଜୁହାର ଭେଟ୍ ଆଳରେ ପଶ୍ଚିମ ଓଡ଼ିଶାରେ ରାଜନୈତିକ ଜୁଆର ସୃଷ୍ଟି କରିବାକୁ ଚେଷ୍ଟା କରୁଛି ବିଜେଡି। ବିଜେପୁର ଉପନିର୍ବାଚନରେ ଦଳକୁ ଯେଉଁ ବୃହତ ବିଜୟ ମିଳିଲା, ସେହି ମାହୋଲ୍ ୧୯ ନିର୍ବାଚନ ଯାଏଁ ତାଜା ରଖିବାକୁ ଚାହୁଁଛି ଦଳ। ସେପଟେ ଆଜି ଝାରସୁଗୁଡ଼ାରେ ବିଜୁ ଏକ୍ସପ୍ରେସ୍ ୱେର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ।
]]>