ବେଶ ପରିପାଟି ସହ ୧୬ ପ୍ରକାରର ପାରମ୍ପାରିକ ଯୁଦ୍ଧାସ୍ତ୍ର ଯାହା ମଧ୍ୟରେ ରହିଛି ଢେଣୁ, ଶିଙ୍ଗା, ତୂଣୀର, ବାଘନଖ, ଖଣ୍ଡା ଓ ମସ୍ତକରେ ଶୋଭିତ ହାଣ୍ଡିଆ। ବେଶ ସତ୍ତ୍ୱାଧିକାରୀ ହରଚଣ୍ଡୀ ସାହି ଚକ୍ରକୋଟ ବଳରାମ ଖୁଣ୍ଟିଆଙ୍କ ଘରୁ ଆଜି ରାତି ଦୁଇଟାରୁ ତିନିଟା ଭିତରେ ପାଟ ପଟୁଆରେ ଶ୍ରୀମନ୍ଦିର ଅଭିମୁଖେ ବାହାରିବ ଏସବୁ ବେଶ ସରଞ୍ଜାମ।
ଏପଟେ ରାତି ଦୁଇଟାରେ ଶ୍ରୀମନ୍ଦିର ଖୋଲାଯାଇ ଠାକୁରଙ୍କ ଦୈନ୍ୟଦିନ ନୀତିକାନ୍ତି ସହ ଅବକାଶ ନୀତିି ବଢ଼ିବା ପରେ ଭୋର ୪ଟାରୁ ସକାଳ ୭ଟା ଭିତରେ ନାଗାର୍ଜୁନ ବେଶ ସମ୍ପନ୍ନ ଲାଗି ନୀତି ନିର୍ଘଣ୍ଟ ହୋଇଛି।
ପଢ଼ନ୍ତୁ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପଛରେ ରହିଛି ଏମିତି ରହସ୍ୟ
ତେବେ କୋଭିଡ୍ କଟକଣା ଯୋଗୁଁ କମ୍ ସଂଖ୍ୟକ ସେବାୟତ ବେଶ ଲାଗିବେଳେ ରହିବେ। ମନ୍ଦିର ଭିତରକୁ ଅଣସେବାୟତଙ୍କ ପ୍ରବେଶ ରୋକିବାକୁ ଜେଟିପି ଓ ପ୍ରତିହାରୀ ସେବକଙ୍କୁ ନିୟୋଜିତ କରାଯିବ। ମନ୍ଦିର ଚାରିପାଖେ ସ୍ନାନ ପୂର୍ଣ୍ଣମୀ ଭଳି ଏସଓପି ଜାରି କରାଯିବ। କୌଣସି ସେବାୟତ ମନ୍ଦିର ଭିତରକୁ ମୋବାଇଲ୍ ନେଇ ଯାଇପାରିବେ ନାହିଁ।
ଯେଉଁ ଦୁର୍ଲଭ ନାଗାର୍ଜୁନ ବେଶକୁ ଚର୍ମ ଚକ୍ଷୁରେ ଦର୍ଶନ ଲାଗି ଦୀର୍ଘ ବର୍ଷ ଧରି ପ୍ରତୀକ୍ଷା କରି ରହିଥିଲେ ଭକ୍ତ, ଏଥର କିନ୍ତୁ ସେ ସୁଯୋଗ ହାତ ପାଆନ୍ତାରୁ ଛଡ଼ାଇ ନେଇଛି ମହାମାରୀ କରୋନା। ତେବେ ଯେଉଁମାନେ ଗତ ୧୯୯୩ -୯୪ ମସିହାରେ ଠାକୁରଙ୍କ ଏହି ମନୋରମ ବେଶକୁ ଚର୍ମଚକ୍ଷୁରେ ଦେଖିବାର ସୌଭାଗ୍ୟ ପାଇଥିଲେ। ସେମାନଙ୍କ ଆଖି ଆଗରେ ଆଜି ବି ଝଲସି ଯାଉଛି ସେହି ଅଭୂଲା ଦିବ୍ୟ ବେଶର ଅନୁଭବ।
ତେବେ ଏହା ସତ୍ୟ ବିନା ଭକ୍ତରେ ଏଥରର ଦୁର୍ଲଭ ନାଗାର୍ଜୁନ ବେଶ, ସବୁ ଦିନ ପାଇଁ ଶ୍ରୀମନ୍ଦିରରେ ବିରଳ ଇତିହାସ ହୋଇ ରହିବ।
]]>ବେଶ ପରିପାଟି ସହ ୧୬ ପ୍ରକାରର ପାରମ୍ପାରିକ ଯୁଦ୍ଧାସ୍ତ୍ର ଯାହା ମଧ୍ୟରେ ରହିଛି ଢେଣୁ, ଶିଙ୍ଗା, ତୂଣୀର, ବାଘନଖ, ଖଣ୍ଡା ଓ ମସ୍ତକରେ ଶୋଭିତ ହାଣ୍ଡିଆ। ବେଶ ସତ୍ତ୍ୱାଧିକାରୀ ହରଚଣ୍ଡୀ ସାହି ଚକ୍ରକୋଟ ବଳରାମ ଖୁଣ୍ଟିଆଙ୍କ ଘରୁ ଆଜି ରାତି ଦୁଇଟାରୁ ତିନିଟା ଭିତରେ ପାଟ ପଟୁଆରେ ଶ୍ରୀମନ୍ଦିର ଅଭିମୁଖେ ବାହାରିବ ଏସବୁ ବେଶ ସରଞ୍ଜାମ।
https://youtu.be/fgNVVdbcRoY
କାହିଁକି ହୁଏ ନାଗାର୍ଜୁନ ବେଶ ହୁଏ ?
ଜଗନ୍ନାଥ ସଂସ୍କୃତି ଗବେଷକ ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମାଙ୍କ କହିବାନୁସାରେ, ଏହା ଯୁଦ୍ଧ ସ୍ମାରକୀ ବେଶ। ତିଥି ଅନୁସାରେ ବେଶେ ପଡ଼ୁଥିବାରୁ ଏହାକୁ ତିଥି ଜନିତ ବେଶ। ପଞ୍ଚକ ବଢ଼ା ତିଥି ପଡ଼ିଲେ ନାଗାର୍ଜୁନ ବେଶ ହୋଇଥାଏ।
ଆହୁରି ପଢ଼ନ୍ତୁ:ରତ୍ନ ସିଂହାସନରେ ନାଗାର୍ଜୁନ ବେଶରେ ଝଲସୁଛନ୍ତି ମହାପ୍ରଭୁ
ପଞ୍ଚକ ୫ ଦିନ, ଏକାଦଶୀ ଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ। କିନ୍ତୁ ଏକାଦଶୀ ଦିନ ଏହି ବେଶ ହୋଇପାରିବ ନାହିଁ। କାରଣ ବଢ଼ା ତିଥି ପଡ଼ିବନି। ଦ୍ୱାଦଶୀ, ତ୍ରୟୋଦଶୀ ଓ ଚତୁର୍ଦଶୀରେ ବଢ଼ା ତିଥି ପଡ଼ିଥାଏ।
ଇତିହାସ କହେ ଗଙ୍ଗବଂଶର ରାଜା ଅନଙ୍ଗଭୀମ ଦେବ ଯୁଦ୍ଧରେ ପରାଜିତ ହୋଇ ମହାପ୍ରଭୁଙ୍କ ଚରଣରେ ଆଶ୍ରୀତ ହେଲେ। ଏହାପରେ ରାଜଗୁରୁଙ୍କ ପରାମର୍ଶରେ ରାଜା ଗୋଟେ କୋଟ ସ୍ଥାପନ କରି ମହାପ୍ରଭୁଙ୍କୁ ଆରାଧନା କରିଥିଲେ। ଯାହାର ନାମ ଚକ୍ରକୂଟ। ନାଗାର୍ଜୁନ ବେଶ ଏହି ଚକ୍ରକୁଟରେ ହିଁ ତିଆରି ହୋଇଛି। ଏହାପରେ ମହାପ୍ରଭୂଙ୍କ ନିର୍ଦ୍ଦେଶରେ ଶତ୍ରୁଙ୍କୁ ପରାହତ କରିବା ପରେ ମହାପ୍ରଭୁଙ୍କୁ ଏହି ବେଶରେ ସଜେଇଥିଲେ ରାଜା। ସେହିଦିନ କାର୍ତ୍ତିକ ମାସ ପଞ୍ଚକର ବଢ଼ା ତିଥି ପଡ଼ିଥିଲା। ସେହିଦିନ ଠାରୁ ମହାପ୍ରଭୁଙ୍କ ଏହି ସାମରିକ ବେଶ ହୋଇ ଆସୁଛି। ଯଦି ଆସନ୍ତା ବର୍ଷ ବଢ଼ା ତିଥି ପଡ଼େ, ତେବେ ମହାପ୍ରଭୂଙ୍କର ନାଗାର୍ଜୁନ ବେଶ ହେବ ବୋଲି ସୂର୍ଯ୍ୟନାରାୟଣ ରଥଶର୍ମା କହିଛନ୍ତି।
https://youtu.be/Bw002H__WrY
ଶହସ୍ରାର୍ଜୁନ ଯେତେବେଳେ ଦର୍ପରେ ସମଗ୍ର ସଂସାରକୁ ପୀଡ଼ା ଦେଲେ। ପର୍ଶୁରାମଙ୍କ ପିତା ଯମଦଗ୍ନୀଙ୍କଠାରୁ କାମଧେନୁ ଗାଈକୁ ଅପହରଣ କଲେ, ସେତେବେଳେ ପର୍ଶୁରାମ ପିତାଙ୍କର ଅପମାନ ସହ୍ୟ କରିପାରିଲେ ନାହିଁ। ସ୍ୱୟଂ ପର୍ଶୁରାମ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ଶହସ୍ରାର୍ଜୁନଙ୍କର ଦର୍ପ ଦଳନ କରିଥିଲେ। ତେଣୁ ନାଗାର୍ଜୁନ ବେଶକୁ ବି ପର୍ଶୁରାମ ବେଶ ବୋଲି କୁହାଯାଏ। ପୁରାଣରେ ମଧ୍ୟ ଏହା ବର୍ଣ୍ଣିତ ଯେ ମହାପ୍ରଭୂ ଏହି ବେଶରେ ଶହସ୍ରାର୍ଜୁନ ଦର୍ପ ଦଳନ କରିଥିଲେ, ସେଥିପାଇଁ ଏହି ବେଶକୁ ପର୍ଶୁରାମ ବେଶ ବୋଲି କୁହାଯାଏ।
ହେଲେ ମହାପ୍ରଭୂଙ୍କର ନାଗାର୍ଜୁନ ବେଶ ଟିକେ ଅଲଗା। କାରଣ ଏହା ଏକ ସ୍ୱତନ୍ତ୍ର ସାମରିକ ବେଶ। ପର୍ଶୁରାମ ବେଶ ହୋଇଥିଲେ ମହାପ୍ରଭୂ ଚୂଳ, କିରିଟୀ ଲଗାଇଥାନ୍ତେ। ପର୍ଶୁରାମ ହାତରେ ଶଙ୍ଖ ଚକ୍ର ଧରିନ୍ତି ନାହିଁ, କାରଣ ସେ ପର୍ଶୁ ଧାରଣ କରିଥିଲେ। ହେଲେ ଜଗନ୍ନାଥଙ୍କର ଏ ବେଶ ଅଲଗା। ପର୍ଶୁରାମ ବେଶ ସହିତ ତୁଳନୀୟ ହେଲେ ବି ଏହା ବିଶେଷ ଭାବରେ ଏକ ସାମରୀକ ବେଶ ବୋଲି ରଥଶର୍ମା କହିଛନ୍ତି।
ଏହା ଅତି ଦୁର୍ଲଭ ବେଶ। ଯେହେତୁ ଏହା ସବୁଦିନିଆ ବେଶ ନୁହେଁ, ତେଣୁ ଏହି ବେଶ ଦେଖିବାକୁ ଭକ୍ତ ଆକୁଳ ହୋଇ ଅନାଇ ଥାଏ। ଏହି ବେଶର ୧୬ ଗୋଟି ଅସ୍ତ୍ର ଧରନ୍ତି ମହାପ୍ରଭୁ। ସବୁଠାରୁ ନୂଆ କଥା ହେଲା କୌଣସି ବେଶରେ ମହାପ୍ରଭୁ ଦାଢ଼ି ନିଶ ଲଗାନ୍ତି ନହିଁ। କିନ୍ତୁ ଏହି ବେଶରେ ମହାପ୍ରଭୁ ଦାଢ଼ି, ନିଶ, କଲିଙ୍ଗି ଲଗାନ୍ତି, ଯାହା ବିରଳ। ତେଣୁ ଏହା ଏକ ଦୁର୍ଲଭ ବେଶ।
ଯିଏ ନାଗାର୍ଜୁନ ବେଶ ଦର୍ଶନ କରେ ତାର ଶତ୍ରୁ ନାଶ ହୋଇଥାଏ। ବିଭିନ୍ନ ବିପଦରୁ ମହାପ୍ରଭୁ ରକ୍ଷା ତାଙ୍କୁ କରନ୍ତି। ନାଗାର୍ଜୁନ ବେଶ ଦିନ ମହାପ୍ରଭୁଙ୍କୁ ସ୍ମରଣ କଲେ ଜୀବନ ଶୁଖମୟ ହୋଇଥାଏ ବୋଲି ରଥଶର୍ମା କହିଛନ୍ତି।
]]>
ସମୟ ଗୋଟାଏ ଚକ ଭଳି। ଯିଏ ହରଦମ୍ ଚାଲେ, ହେଲେ ଏଠି ଏ ଚକ ବିଲକୁଲ୍ ସ୍ଥିର। ନାଁ ତାର ନୀଳଚକ୍ର। ସମଗ୍ର ସଂସାରରକୁ ଏଇ ଚକରେ ଚଳାଉଥିବା କାଳିଆ ଠାକୁରର ଆଖି ବି ଚକ ଭଳି। ଚକାଡୋଳିଆର ହଜାରେ ଲୀଳା, ଶହସ୍ର ବେଶ। ଆଉ ଏଥର କାଳିଆ ଠିଆ ହେବ ବୀର ଭଳିଆ, ନାଗା ବେଶରେ।
ମଥାକୁ ସୁରକ୍ଷା ଦେବାକୁ ସଜ ହୋଇଛି ବଡ଼ ହାଣ୍ଡିଆ। ବିଶ୍ୱର ବଡ଼ ହେଲମେଟ୍। ପିଠିରେ ବନ୍ଧାହେବ ବୀରାଟ ଢେଣୁକ। ଲାଗିବ ଢାଲ, ବର୍ଚ୍ଚା, ତ୍ରୀଶୁଳ। ଅଣ୍ଟାରେ ଖୋସାହେବ ବାଙ୍କଛୁରୀ। ନାଗାର୍ଜୁନ ବେଶରେ ସଜେଇ ହେବେ ବଡ଼ବାଡ ମଣିମା।
ଏଥର ୨୫ ବର୍ଷ ପରେ ପୁଣି ପଡ଼ିଛି ଦୁର୍ଲଭ ଯୋଗ। ଏହି ବେଶର ସମ୍ପର୍କରେ ଇତିହାସ ସେମିତି କିଛି ଜାଣିନି। ତେବେ ଏତିକି ଜାଣିଛି ଯେ ୧୯୬୬ ମସିହା ନଭେମ୍ବର ୨୬ ତାରିଖ ଦିନ ପଞ୍ଚୁକ ବେଳେ ଏଇ ତ୍ରୟୋଦଶୀ ପଡ଼ିଥିଲା ମଳ ତିଥିରେ। ଆଉ ଅତିରିକ୍ତ ଭାବେ ଦିଅଁ ହୋଇଥିଲେ ନାଗାର୍ଜୁନ ବେଶ। ତା' ପର ୨ବର୍ଷ ପୁଣି ଲଗାତାର ହେଲା ନାଗାର୍ଜୁନ ବେଶ।
୧୯୬୭ ମସିହା ନଭୋମ୍ବର ୧୬ ତାରିଖ ମଳ ଚତୁର୍ଦ୍ଦଶୀ,ଆଉ ୧୯୬୮ ମସିହା ନଭେମ୍ବର ୩ ମଳ ତ୍ରୟୋଦଶୀ ଏହି ଦୁଇ ବର୍ଷ ଭକ୍ତ ଦର୍ଶନ କରିଥିଲେ ମହାପ୍ରଭୁଙ୍କ ଦିବ୍ୟ ନାଗାର୍ଜୁନ ବେଶ। ଠାକୁରଙ୍କୁ ଦେଖିବାକୁ ସେତେବେଳେ ଦେଶର କୋଣ ଅନୁକୋଣରୁ ଲୋକଙ୍କ ଭିଡ ହୋଇଥିଲା। ନାଗା ଢେଣୁକକୁ ପୀଠିରେ ବାନ୍ଧି ଚମତ୍କାର ଦିଶୁଥିଲେ ଦିଅଁ।
ପଢ଼ନ୍ତୁ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପଛରେ ରହିଛି ଏମିତି ରହସ୍ୟ
ଏହାପରେ ୧୯୯୩ ମସିହା ନଭେମ୍ବର ୨୬ ତାରିଖରେ ବି ଅତିରିକ୍ତ ଭାବେ ଦ୍ୱାଦଶୀ ତିଥିଟି ପଡ଼ିଥିଲା ଆଉ ଏଇ ମଳ ଦ୍ୱାଦଶୀ ତିଥିରେ ଦିଅଁଙ୍କୁ ନାଗାର୍ଜୁନ ବେଶ କରାଯାଇଥିଲା। ଏହି ବର୍ଷ ପ୍ରବଳ ଭିଡ଼ରେ ପ୍ରାଣ ହରାଇଥିଲେ ଲୋକେ।
ପରେ ୧୯୯୪ ମସିହା ନଭେମ୍ବର ୧୬ତାରିଖରେ ମଳ ତ୍ରୟୋଦଶୀ ତିଥିରେ ନାଗାର୍ଜୁନ ବେଶ ହୋଇଥିଲା। ପୂର୍ବଥର ଭଳି ଏଥର ବି ବଡ଼ଦାଣ୍ଡରେ ଲହଡ଼ି ଭାଙ୍ଗିଥିଲା ଜନସମୁଦ୍ର। ସକାଳୁ ଦେଉଳରେ ପଶିଥିବା ଭକ୍ତ ରାତିରେ ମନ୍ଦିର ଭିତରୁ ବାହାରିଲେ। ଅଘଟଣକୁ ରୋକିବାକୁ ଦେଉଳ ଚାରି ଦୁଆରେ ପୁଲିସ ପହରା। ତଥାପି ଛାତିରେ ଛନକା, ଦେଉଳ ଭିତରେ ଥିବା ଲୋକଙ୍କ ସମ୍ପର୍କୀୟ ପ୍ରମାଦ ଗଣୁଥାନ୍ତି। ଜଗନ୍ନାଥ କୃପା କଲେ ଭଲରେ ଭଲରେ ସମ୍ପନ୍ନ ହେଲା ନାଗାର୍ଜୁନ ବେଶ।
ଆଜି ୨୦୨୦ ନଭେମ୍ବର ୨୭ ତାରିଖ ଶୁକ୍ରବାର। ଦୀର୍ଘ ୨୭ ବର୍ଷ ପରେ ପୁଣି କାର୍ତ୍ତିକରେ ପଡ଼ିଛି ମଳ ତିଥି। ମଧ୍ୟ ରାତ୍ରୀରେ ସମରସଜ୍ଜା ହେବେ କାଳିଆ ଠାକୁର। ମଳ ତ୍ରୟୋଦଶୀରେ ଦିଅଁଙ୍କୁ କରାଯିବ ଦିବ୍ୟ ନାଗାର୍ଜୁନ ବେଶ। ବେଶ ସାଜ ପ୍ରସ୍ତୁତ। ଭକ୍ତ କିନ୍ତୁ ନିରାଶ। ଏଥର ଦର୍ଶନ ବନ୍ଦ। ବାଟ ଅଟକାଇଛି କରୋନା କଟକଣା। ରାଜ୍ୟ ସରକାର ପୁରୀରେ ଲାଗୁ କରିଛନ୍ତି ୧୪୪ ଧାରା। ପତିତପାବନ ଗୁମୁଟରୁ ବି ଦର୍ଶନ ବନ୍ଦ କରିଦିଆଯାଇଛି।
ତଥାପି ଆମ ଦିଅଁ ବେଶ ହେବେ ବୋଲି ପ୍ରତି ଓଡ଼ିଆ ମନରେ ପ୍ରବଳ ଉତ୍ସାହ। ସେ ବୀର ବେଶରେ ସଜେଇ ହେଲେ, ଡରିବ ମହାମାରୀ। ଛୋଟଠୁ ବଡ଼ କେବଳ ଏତିକି ଗୁହାରୀ।
]]>
#ଦ୍ୱାରଫିଟାନୀତି
ଖୋଲିଲା ଦ୍ୱାର, ଦର୍ଶନ ଦେଲେ ପତିତପାବନ#NagarjunaBesha #Odisha #Puri pic.twitter.com/MO2SwL1LXl— ଓଟିଭି (@otvkhabar) November 26, 2020
ଚାଲିଛି ପୂଜାର୍ଚ୍ଚନା, ଏପଟେ ଦର୍ଶନ ଦେଉଛନ୍ତି ପତିତଉଦ୍ଧାରକ ପତିତପାବନ
ମହାପ୍ରଭୁଙ୍କ ନାନା ଅସ୍ତ୍ରଶସ୍ତ୍ର
ମହାପ୍ରଭୁଙ୍କ ଆଭୂଷଣ ପୂଜା ଚାଲିଛି #NagarjunaBesha pic.twitter.com/aAcmP7uF8x
— ଓଟିଭି (@otvkhabar) November 26, 2020
ଆହୁରି ପଢ଼ନ୍ତୁ:ରତ୍ନ ସିଂହାସନରେ ନାଗାର୍ଜୁନ ବେଶରେ ଝଲସୁଛନ୍ତି ମହାପ୍ରଭୁ
]]>ସୂଚନା ଅନୁସାରେ, ସିଂହାରୀ, ଖୁଣ୍ଟିଆ ଓ ଭଣ୍ଡାର ମେକାପଙ୍କ ମଧ୍ୟରେ ଏହି ବିବାଦ ସୃଷ୍ଟି ହୋଇଥିଲା।ଅଧତ୍କ ସେବାୟତ ନିୟୋଜିତ ହେବା ନେଇ ମଧ୍ୟ ବିବାଦ ହୋଇଥିଲା। ଶେଷରେ ପ୍ରଶାସନ ଏଥିରେ ହସ୍ତକ୍ଷେପ କରିବା ପରେ ୩ ଘଣ୍ଟା ବିଳମ୍ବରେ ନାଗାର୍ଜୁନ ବେଶ ଆରମ୍ଭ ହୋଇଥିଲା।
ପଢ଼ନ୍ତୁ: ଦ୍ୱାର ଫିଟିଲା, ଦର୍ଶନ ଦେଲେ ପତିତ ଉଦ୍ଧାରକ ପତିତପାବନ
ଅବକାଶ ଓ ମଇଲମ ନୀତି ପରେ ଚାଲିଛି ମହାପ୍ରଭୁଙ୍କ ନାଗାର୍ଜୁନ ବେଶ।
https://youtu.be/2UwrWyIrFDg
]]>
ଚନ୍ଦ୍ରକିଶୋର ପାରାଶର ଅଭିଯୋଗ ଆଣିଛନ୍ତି, ୩୦ ଅକ୍ଟୋବର ଦିନ ନିଜ ଘରେ କୌନ ବନେଗା କରୋଡପତି ସିଜିଜ-୧୨ ଦେଖୁଥିଲି। କାର୍ଯ୍ୟକ୍ରମରେ ହୋଷ୍ଟ ଥିଲେ ଅମିତାଭ ବଚ୍ଚନ। ଉତ୍ତର ଦେବାକୁ ବସିଥିଲେ ବୈଜୱାରା ବିଲ୍ସନ। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ସ ଖୁବ୍ ଭାବିଚିନ୍ତି ଦେଉଥାନ୍ତି। ମଝିରେ ମଝିରେ ଅମିତାଭ ବଚ୍ଚନ ବିଲ୍ସନଙ୍କ ସହ ଥଟ୍ଟା ମଜା ବି କରୁଥାନ୍ତି। ଏପିସୋଡ ମଝିରେ ଅମିତାଭ ୬୪ ଲକ୍ଷର ପ୍ରଶ୍ନ ପଚାରିଥିଲେ। ଏହି ପ୍ରଶ୍ନ ହିନ୍ଦୁ ଭାବନାକୁ ଆଘାତ ଦେବା ପରି ଥିଲା ବୋଲି ସେ କହିଛନ୍ତି।
ପ୍ରଶ୍ନଟି ଥିଲା ୧୯୨୭ ଡିସେମ୍ବର ୨୫ ତାରିଖ ଭୀମରାଓ ଆମ୍ବଦକରଙ୍କ ସମର୍ଥକମାନେ କେଉଁ ଧର୍ମଗ୍ରନ୍ଥର ପୃଷ୍ଠା ଜଳାଇଥିଲେ ? ଏହାର ୪ଟି ଅପ୍ସନ ଦିଆଯାଇଥିଲା। ୧-ବିଷ୍ଣୁପୁରାଣ ୨-ଭଗବତ ଗୀତ ୩-ଋଗବେଦ ଏବଂ ମନୁସ୍ମୃତି। ତେବେ ପରାଶରଙ୍କ ଅଭିଯୋଗ ଯେ, ଜାଣିଶୁଣି ହିନ୍ଦୁ ଭାବନାକୁ ଆଘାତ ଦେବା ପାଇଁ ଏପରି ପ୍ରଶ୍ନ ପଚରାଯାଇଛି। ତେବେ ଏହି ଅଭିଯୋଗକୁ ମାମଲା ଭାବେ ଗ୍ରହଣ କରାଯିବ କି ନାହିଁ ତାହା ଡିସେମ୍ବର ୩ ତାରିଖ ଜଣାପଡ଼ିବ ।
]]>ଦୁର୍ଲଭ ନାଗାର୍ଜୁନ ବେଶରେ ସଜ୍ଜିତ ହୋଇଛନ୍ତି ଜଗାବଳିଆ। ଜଗନ୍ନାଥ ଓ ବଳଭଦ୍ର ସଜେଇ ହୋଇଛନ୍ତି ବୀର ବେଶରେ। ୧୬ ପ୍ରକାରର ପାରମ୍ପରିକ ଯୁଦ୍ଧାସ୍ତ୍ରରେ ସଜ୍ଜିତ ହୋଇଛନ୍ତି ଜଗାବଳିଆ।
ଜିଲ୍ଲାପାଳଙ୍କ ସୂଚନା ଅନୁସାରେ, ବିଳମ୍ବରେ ଆରମ୍ଭ ହୋଇଥିଲା ବେଶନୀତି। ଭୋର ୪ଟା ୪୫ ମିନିଟରୁ ଶ୍ରୀଜିଉଙ୍କ ନୀତିକାନ୍ତି ଆରମ୍ଭ ହୋଇଥିଲେ ହେଁ, ନାଗାର୍ଜୁନ ବେଶ ସକାଳ ୭ଟାରେ ଆରମ୍ଭ ହୋଇଥିଲା। ଭଣ୍ଡାର ମେକାପ, ଖୁଣ୍ଟିଆ ସେବାୟତ ଓ ସିଂହାରୀ ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁ ମହାପ୍ରଭୁଙ୍କ ନାଗାର୍ଜୁନ ବେଶରେ ବିଳମ୍ବ ହୋଇଛି।
ପୁରୀ: ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ସମ୍ପନ୍ନ; ଏ ନେଇ ସୂଚନା ଦେଲେ ପୁରୀ ଜିଲ୍ଲାପାଳ #NagarjunaBeshaWithOTV #Odisha pic.twitter.com/QxoA7XtV1K
— ଓଟିଭି (@otvkhabar) November 27, 2020
ନିର୍ଦ୍ଧାରିତ ସଂଖ୍ୟାଠାରୁ ଅଧିକ ସେବାୟତ ମନ୍ଦିରରେ ପ୍ରବେଶ କରିବାରୁ ତିନି ସେବାୟତଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା। ତେବେ ଶ୍ରୀମନ୍ଦିର ପ୍ରଶାସନର ହସ୍ତକ୍ଷେପ ପରେ ବିବାଦର ସମାଧାନ ହୋଇଥିଲା। ଏହାପରେ ସକାଳ ୭ଟାରୁ ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ ଆରମ୍ଭ ହୋଇ ସକାଳ ୯ଟା ୩୦ରେ ସମ୍ପନ୍ନ ହୋଇଥିଲା।
]]>ପରମ୍ପରା ଅନୁଯାୟୀ ତିନି ଠାକୁର ଯୋଦ୍ଧାବେଶରେ ସଜ୍ଜିତ ହୋଇ ବସିଛନ୍ତି ମହାପ୍ରଭୁ। ୧୬ ପ୍ରକାରର ପାରମ୍ପାରିକ ଯୁଦ୍ଧାସ୍ତ୍ରରେ ସଜ୍ଜିତ ହୋଇଛନ୍ତି ପ୍ରଭୁ। ଯାହା ମଧ୍ୟରେ ରହିଛି ଢେଣୁ, ଶିଙ୍ଗା, ତୂଣୀର, ବାଘନଖ, ଖଣ୍ଡା ଓ ମସ୍ତକରେ ଶୋଭିତ ହାଣ୍ଡିଆ। ବେଶ ସତ୍ତ୍ୱାଧିକାରୀ ହରଚଣ୍ଡୀ ସାହି ଚକ୍ରକୋଟ ବଳରାମ ଖୁଣ୍ଟିଆଙ୍କ ଘରୁ ରାତି ଦୁଇଟାରୁ ତିନିଟା ଭିତରେ ପାଟ ପଟୁଆରରେ ଶ୍ରୀମନ୍ଦିର ଅଭିମୁଖେ ବାହାରିଥିଲା ଏସବୁ ବେଶ ସରଞ୍ଜାମ।
ଏହି ବେଶରେ ମହାବାହୁ ଜଗନ୍ନାଥଙ୍କୁ ଯେମିତି ବେଶରେ ସଜା ଯାଇଥାଏ ଠିକ୍ ସେମିତି ବଶରେ ସଜ ହୋଇଥାନ୍ତି ପ୍ରଭୁ ବଳରାମ। ହେଲେ ମନରେ ପ୍ରଶ୍ନ ଉଠେ, ମା’ ସୁଭଦ୍ରାଙ୍କ ବେଶ କେମିତି ହୁଏ ? କେଉଁ ବେଶରେ ମା’ ଭଦ୍ରା ବେଶ ହୋଇଥାନ୍ତି ?
ଏହ ନାଗାର୍ଜ୍ଜନ ବେଶରେ ଦୁଇ ଠାକୁର ପରିଧାନ କରନ୍ତି ବାଘଛାଲ ସମ ପୋଷାକ। ସୋଲ, ଜରି, କନା ଓ ବେତରେ ତିଆରି ହୁଏ ଅସ୍ତ୍ର । ଶ୍ରୀଭୁଜ,ଶ୍ରୀପୟର, ନାକୁଆସି, ଓଳମାଳ ଆଦି ଲାଗି ହୁଅନ୍ତି ଦୁଇ ଭାଇ। ଏଥିସହିତ ବାଘନଖ ମାଳି, ହରିଡ଼ା ମାଳି, ପଦ୍ମ ମାଳି, ଘାଗଡା ମାଳି ଲାଗି ହୁଏ। ଦୁଇ ଭାଇଙ୍କ ମୁହଁରେ ଲାଗେ ନିଶ ଓ ଦାଢି।
ଦୁଇ ଭାଇ ସମାନ ବେଶରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦିଅନ୍ତି। ହେଲେ ମା’ କାମ୍ପିଲ୍ୟବାସିନୀ ଭଦ୍ରା କେଉଁ ଆଭୂଷଣରେ ସଜ୍ଜିତ ହୁଅନ୍ତି ଜାଣନ୍ତି ? ମା’ ସୁଭଦ୍ରାଙ୍କ ବିନା ରତ୍ନ ସିଂହାସନ ପୂର୍ଣ୍ଣ ନୁହେଁ। ସେ ସ୍ୱୟଂସମ୍ପୂର୍ଣ୍ଣ..ପରପୂର୍ଣ୍ଣ। ତାତ୍ତ୍ୱିକ ଅର୍ଥରେ ଯିଏ ପୂର୍ଣ୍ଣ ଦୃଶ୍ୟମାନ ହୁଏ ସେ ଅଧା ଗ୍ରହଣ କରେ। ଏକଥା ମଧ୍ୟ କୁହାଯାଏ, ‘ସୁଭଦ୍ରା ଭାବନ୍ତି, ମୋର ଦୁଇ ଭାଇ ଯଦି ମୋର ବଳ, ତେବେ ତାଙ୍କର ଅଳଙ୍କାର ତ ମୋର ଅଳଙ୍କାର। ତାଙ୍କର ସୌନ୍ଦର୍ଯ୍ୟ ତ ମୋର ସୌନ୍ଦର୍ଯ୍ୟ।
ତେଣୁ କୁହାଯାଏ, ଏହି ପବିତ୍ର ନାଗାର୍ଜ୍ଜୁନ ବେଶରେ ମା’ ସୁଭଦ୍ରା କିଛି ବି ଆଭୂଷଣ ପିନ୍ଧନ୍ତି ନାହିଁ। ମା’ ପିନ୍ଧଥାନ୍ତି କେବଳ ସୁନା କିରିଟି ଏବଂ ମଥା ଉପରେ ଗୋଟିଏ ପଗଡ଼ିଟିଏ ଲାଗିଥିବ।
ଅଧିକ ଜାଣିବା ପାଇଁ ପଢନ୍ତୁ- ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପଛରେ ରହିଛି ଏମିତି ରହସ୍ୟ
https://youtu.be/P6YGDQ8uUWg
ଅଧିକ ଜାଣିବା ପାଇଁ ପଢନ୍ତୁ- ରତ୍ନ ସିଂହାସନରେ ନାଗାର୍ଜୁନ ବେଶରେ ଝଲସୁଛନ୍ତି ମହାପ୍ରଭୁ
]]>