ଗତକାଲି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗୁଜରାଟ ଟାଇଟନ୍ସ ଓ ମୁମ୍ବାଇ ଇଣ୍ତିଆନ୍ସ ମଧ୍ୟରେ ମ୍ୟାଚ୍ ଖେଳାଯାଇଥିଲା। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପଲଟନକୁ ମାତ୍ ଦେଇଛି ଟାଇଟନ୍ସ ଟିମ୍। ଯୁବ ଅଧିନାୟକ ଶୁବମନ ଗିଲ୍ଙ୍କ ନେତୃତ୍ୱରେ ମୁମ୍ବାଇକୁ ୬ ରନରେ ପରାସ୍ତ କରିଛି ଗୁଜରାଟ। ମ୍ୟାଚ୍ ମଝିରେ ହାର୍ଦ୍ଦିକ ଉପରେ ରାଗିଲେ ଫ୍ୟାନ୍ସ। ପାଣ୍ତ୍ୟା ରୋହିତଙ୍କୁ ଫିଲ୍ଡରେ ଦୌଡ଼ାଉଥିବା ଭିଡିଓ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ରୋହିତ ଫ୍ୟାନ୍ସଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି।
Hardik Pandya is toying with him Changing his fielding position after every ball 😭🤣 https://t.co/Fff80v8yTg
— Wellu (@Wellutwt) March 24, 2024
ପାଣ୍ତ୍ୟାଙ୍କ ନିର୍ଦ୍ଦେଶ ଅନୁଯାୟୀ ରୋହିତ ତାଙ୍କ ଫିଲ୍ଡିଂ ପୋଜିସନ୍କୁ ଯାଇଥିଲେ। ରୋହିତ ବାଉଣ୍ତ୍ରୀ ପାଖରେ ପହଞ୍ଚିଲା ବେଳକୁ ପାଣ୍ତ୍ୟା ପୁଣି ତାଙ୍କୁ ଅନ୍ୟତ୍ର ଜଗିବାକୁ କହିଥିଲେ। ପାଣ୍ତ୍ୟା ରୋହିତଙ୍କୁ ବାରମ୍ବାର ଫିଲ୍ଡ ସାରା ଦୌଡ଼ାଉଥିବାର ଦେଖିବାକୁ ମିଳିଥିଲା। ଯାହାକୁ ନେଇ ଫ୍ୟାନ୍ସ ପାଣ୍ତ୍ୟାଙ୍କ ଉପରେ ରାଗିଯାଇଥିଲେ। ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। ପ୍ରାୟତଃ ରୋହିତ ୩୦ ୟାର୍ଡ ସର୍କଲରେ ଫିଲ୍ଡିଂ କରିଥାନ୍ତି। ରୋହିତଙ୍କୁ ବାରମ୍ବାର ବାଉଣ୍ତ୍ରୀ ପାଖରେ ଜଗାଇବା ନେଇ ପାଣ୍ତ୍ୟାଙ୍କ ଉପରେ ଅସନ୍ତୋଷ ଜାହିର କରିଥିଲେ ଫ୍ୟାନ୍ସ।
Leave Fanwar aside. He’s legend yaar !! Heartbreaking 💔 #chapri #HardikPandya#RohitSharma pic.twitter.com/9XX1nT85hj
— Dev Meena (@DevJaGjeeVanpuR) March 25, 2024
ଗୁଜରାଟ ଟାଇଟନ୍ସ ଛାଡ଼ି ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ପଦ ଗ୍ରହଣ କରିବା ପରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରଥମ ଥର ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍କୁ ଫେରିଥିଲେ। ସ୍ଥାନୀୟ ଦର୍ଶକ କିନ୍ତୁ ତାଙ୍କଠାରୁ ଦଳ ପରିବର୍ତ୍ତନ କରିବାର ମଧୁର ପ୍ରତିଶୋଧ ନେଇଥିଲେ। ଯାହାର ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି। ଟସ୍ ବେଳେ ପାଣ୍ଡ୍ୟାଙ୍କୁ ରୋହିତ ରୋହିତ କହି ଚିଡ଼ାଇଥିଲେ ଫ୍ୟାନ୍ସ। ସ୍ଥାନୀୟ ଦର୍ଶକଙ୍କୁ ସେମାନଙ୍କ ସମର୍ଥନ ଓ ଭଲପାଇବା ଲାଗି ଧନ୍ୟବାଦ ବୋଲି କହି ପାଣ୍ଡ୍ୟା ପରିସ୍ଥିତିକୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲେ। ଦର୍ଶକ କିନ୍ତୁ ତାଙ୍କୁ ଚିଡ଼ାଇବା ବନ୍ଦ କରି ନଥିଲେ।
]]>🚨 Toss Update 🚨@mipaltan won the toss and elected to field against @gujarat_titans
— IndianPremierLeague (@IPL) March 24, 2024
Watch the match LIVE on @JioCinema and @StarSportsIndia 💻📱
Follow the match ▶️ https://t.co/oPSjdbb1YT
#TATAIPL | #GTvMI pic.twitter.com/SD45ApFufX
ବର୍ଷ ଥିଲା ୨୦୧୭ । ଆଇପିଏଲର ସିଜିନ୍-୧୦। ମୁହାଁମୁହିଁ ହୋଇଥିଲେ ଦିଲ୍ଲୀ ଡେୟାରଡେଭିଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ । ରୋହିତ ଶର୍ମା ମୁମ୍ବାଇର ଅଧିନାୟକ ଥିବାବେଳେ ଦିଲ୍ଲୀର କମାଣ ସମ୍ଭାଳୁଥିଲେ ଜାହିର ଖାନ। ଏହି ମ୍ୟାଚ୍ରେ ପ୍ରଥମ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ ୨୧୨ ରନ୍ କରିଥିଲା। ମୁମ୍ବାଇ ପକ୍ଷରୁ ସିମନ୍ସ ୬୬ ରନ୍ କରିଥିବାବେଳେ କିରଣ ପୋଲାର୍ଡ ୬୩ ରନ୍ କରିଥିଲେ। ଶେଷରେ ହାର୍ଦ୍ଦିକ ପାଣ୍ଡ୍ୟା ୧୪ ବଲରେ ୨୯ ରନ୍ର ଧୁଆଁଧାର ଇନିଂସ ଖେଳିଥିଲେ।
ଦିଲ୍ଲୀ ସାମ୍ନାରେ ୨୧୩ ରନ୍ର ଟାର୍ଗେଟ ରଖିଥିଲା ମୁମ୍ବାଇ। ଯଦିଓ ଏହା ଏକ ବଡ଼ ସ୍କୋର ଥିଲା। କିନ୍ତୁ ଏହା ଚେଜ୍ କରିବା ଦିଲ୍ଲୀ ପାଇଁ ଅସମ୍ଭବ ନଥିଲା। କିନ୍ତୁ ଦିଲ୍ଲୀର ବ୍ୟାଟିଂ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। କାହିଁକି ନା ଦିଲ୍ଲୀ ୧୩.୪ ଓଭରରେ ମାତ୍ର ୬୬ ରନ୍ କରି ଅଲଆଉଟ୍ ହୋଇଥିଲା। ଦିଲ୍ଲୀ ଡେୟାରଡେଭିଲ୍ସର କେବଳ ତିନି ଜଣ ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କ ଅତିକ୍ରମ କରିବାରେ ସକ୍ଷମ ହୋଇଥିଲେ। ଦିଲ୍ଲୀ ପକ୍ଷରୁ ଓପନର କରୁଣ ନାୟାର ସର୍ବାଧିକ ୨୧ ରନ୍ କରିଥିବାବେଳେ କୋରୀ ଆଣ୍ଡ୍ରୁସନ୍ ଓ ପ୍ୟାଟ୍ କମିନ୍ସ ୧୦ ରନ୍ ଲେଖାଏଁ କରିଥିଲେ।
ଏହି ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ୬ ଜଣ ବୋଲରଙ୍କୁ ବ୍ୟବହାର କରିଥିଲା। କେବଳ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟତୀତ ଅନ୍ୟ ସମସ୍ତ ବୋଲର ୱିକେଟ ଅକ୍ତିଆର କରିବାରେ ସଫଳ ହୋଇଥିଲେ। ମୁମ୍ବାଇ ପକ୍ଷରୁ ହରଭଜନ ସିଂ ଓ କର୍ଣ୍ଣ ଶର୍ମା ୩ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ। ତେବେ ଏହି ମ୍ୟାଚ୍କୁ ମୁମ୍ବାଇ ୧୪୬ ରନ୍ରେ ଜିତିଥିଲା। ଆଇପିଏଲର ୧୬ ବର୍ଷର ଇତିହାସରେ ରନ୍ ଦୃଷ୍ଟିରୁ ଏହା କୌଣସି ଦଳ ପାଇଁ ସବୁଠୁ ବଡ଼ ପରାଜୟ। ୧୬ ବର୍ଷ ଭିତରେ ଏତେ ରନ୍ ବ୍ୟବଧାନରେ ଆଉ କୌଣସି ଟିମ୍ ପରାଜୟ ବରଣ କରିନାହିଁ।
ଆଇପିଏଲରେ ନୂଆ ନୂଆ ରେକର୍ଡ କରିବାକୁ ସବୁ ଦଳର ଲକ୍ଷ୍ୟ ଥାଏ। କିନ୍ତୁ ଏହା ଏମିତି ଏକ ରେକର୍ଡ ଯାହାକୁ କୌଣସି ଟିମ୍ ଭାଙ୍ଗିବାକୁ ଚାହିଁବେ ନାହିଁ। କିନ୍ତୁ ଏହା ନିଶ୍ଚିତ ଯେ ଦିନେ ନା ଦିନେ ଏହି ରେକର୍ଡ ମଧ୍ୟ ଭାଙ୍ଗିବ। ତେବେ କେବେ ଓ କେଉଁ ଦଳ ଏହି ରେକର୍ଡ ନିଜ ନାମରେ କରୁଛି ତାହା ଦେଖିବାର ବିଷୟ।
]]>ଗତ ୨ଟି ସିଜିନ୍ରେ ହାର୍ଦ୍ଦିକ ଗୁଜରାଟ ଟାଇଟନ୍ସ ପାଇଁ କ୍ୟାପ୍ଟେନସିପ୍ କରୁଥିଲେ। ଥରେ ଦଳ ପାଇଁ ଟ୍ରଫି ମଧ୍ୟ ଜିତିଛନ୍ତି। ତେବେ ଚଳିତ ସିଜିନ୍ରେ ତାଙ୍କୁ ମୁମ୍ବାଇ ପୁଣିଥରେ ଟ୍ରେଡ୍ ଜରିଆରେ କିଣିଥିଲା। ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ମୁମ୍ବାଇ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା। ସେଥିରେ ଉପସ୍ଥିତ ଥିଲେ ଟିମ୍ର ହେଡ୍ କୋଚ ମାର୍କ ବାଉଚର୍ ଓ କ୍ୟାପ୍ଟେନ୍ ହାର୍ଦ୍ଦିକ ପାଣ୍ତ୍ୟା। ସମ୍ମିଳନୀରେ କୋଚ୍ ବାଉଚର୍ଙ୍କୁ ରୋହିତଙ୍କୁ କ୍ୟାପ୍ଟେନସିପ୍ରୁ ବାହାର କରିବା ନେଇ ମ୍ୟାନେଜମେଣ୍ଟର ନିଷ୍ପତ୍ତି ଉପରେ ପ୍ରଶ୍ନ ପଚରାଯାଇଥିଲା। କିନ୍ତୁ ବାଉଚର୍ ପ୍ରଶ୍ନର ଉତ୍ତର ରଖିନଥିବା ବେଳେ ହାର୍ଦ୍ଦିକ କିନ୍ତୁ ପ୍ରଶ୍ନର ଉତ୍ତର ରଖିଛନ୍ତି।
ହାର୍ଦ୍ଦିକ ପ୍ରଶ୍ନର ଉତ୍ତ୍ର ରଖି କହିଛନ୍ତି, ‘ଚମତ୍କାର ହେଲା ଭଳି ଲାଗୁଛି। ମୋ କ୍ରିକେଟ ଯାତ୍ରା ଏହିଠାରୁ ହିଁ ଆରମ୍ଭ ହୋଇଥିଲା। ଏହାକୁ ୧୦ ବର୍ଷ ବିତି ଗଲାଣି। ମୁଁ ଏହି ଦଳର ନେତୃତ୍ୱ ନେବାର ସୁଯୋଗ ପାଇବି ବୋଲି କେବେ ଭାବି ନଥିଲି। ଏଥିପାଇଁ ମୁଁ ବହୁତ ଖୁସି। କ୍ୟାପ୍ଟେନସିପ୍ କରିବାରେ କୌଣସି ପରିବର୍ତ୍ତନ ହେବ ନାହିଁ। କାରଣ ରୋହିତ ଶର୍ମା ସେଠାରେ ମୋତେ ସହଯୋଗ କରିବାକୁ ସବୁବେଳେ ରହିବେ। ଯଦି ଦରକାର ପଡ଼ିଲା, ସେ ମୋତେ ସାହାଯ୍ୟ କରିବେ। ସମାନ ସମୟରେ ସେ ଭାରତର ଅଧିନାୟକ ଭାବେ ମୋତେ ଅନେକ ଥର ସହଯୋଗ କରିଛନ୍ତି। ରୋହିତ ଶର୍ମାଙ୍କ କ୍ୟାପ୍ଟେନ୍ସିରେ ଦଳ ଅନେକ ସଫଳତା ପାଇଛି। ଏବେ ସେହି ସଫଳତାକୁ ମୁଁ ଆଗକୁ ନେବି। ସେ ଯାହା ଆରମ୍ଭ କରିଥିଲେ, ସେହି ରାସ୍ତାରେ ବଢ଼ିବି। ମୁଁ ଜାଣିଛି ତାଙ୍କର ହାତ ପୂରା ସିଜିନରେ ମୋ କାନ୍ଧ ଉପରେ ରହିବ।’
Hardik Pandya talking about on Rohit Sharma.
— CricketMAN2 (@ImTanujSingh) March 18, 2024
- He said "Rohit Sharma will have his hand on my shoulder throughout my whole career". pic.twitter.com/NUmlR08Z2y
୨୦୧୫ରେ ମୁମ୍ବାଇ ଇଣ୍ଡିଆନ୍ସରେ ପାଣ୍ଡ୍ୟା ପ୍ରଥମଥର ଖେଳିବାକୁ ସୁଯୋଗ ପାଇଥିଲେ। ମୁମ୍ବାଇରେ ଯୋଗ ଦେବା ପରେ ଦଳ ୪ ଥର ଚାମ୍ପିୟନ ହୋଇଛି। ୨୦୨୨ ଆଇପିଏଲରେ ସେ ଗୁଜରାଟ ଟାଇଟନ୍ସ ପକ୍ଷରୁ ଖେଳିଥିଲେ। ପ୍ରଥମ ସଂସ୍କରଣରେ ହିଁ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଗୁଜରାଟ ଟ୍ରଫି ଜିତିଥିଲା। ଗତବର୍ଷ ମଧ୍ୟ ଟିମ୍ ରନର୍ସ ଅପ୍ ହୋଇଥିଲା। ତେବେ ସାମ୍ବାଦିକ ସମ୍ମିଳନୀରେ ହାର୍ଦ୍ଦିକ ଉତ୍ତର ରଖିଥିଲେ ମଧ୍ୟ କୋଚ୍ ଚୁପ୍ ରହିବା ନେଇ ପ୍ରଶ୍ନ ଉଠିଛି।
]]>ମୁମ୍ବାଇ ଇଣ୍ଡିଆନ୍ସ ହାର୍ଦ୍ଦିକଙ୍କୁ ଟ୍ରେଡିଂ ଜରିଆରେ ନିଜ ଟିମ୍ରେ ସାମିଲ କରିଛି। ଏହି ଅଲ୍ରାଉଣ୍ଡର୍ ଅବଶ୍ୟ ପୂର୍ବରୁ ଆଇପିଏଲ୍ରେ ମୁମ୍ବାଇ ପକ୍ଷରୁ ଖେଳୁଥିଲେ। ସେ ପୂର୍ବ ଦୁଇ ସିଜନ୍ରେ ଗୁଜରାଟ ଟାଇଟନ୍ସର ସଫଳ ନେତୃତ୍ୱ ନେଇଥିଲେ।
ହାର୍ଦ୍ଦିକ ଏବେ ମୁମ୍ବାଇ ଇଣ୍ଡିଆନ୍ସର ପଞ୍ଚମ ନିୟମିତ ଅଧିନାୟକ ହେବେ। ତାଙ୍କ ପୂର୍ବରୁ ରୋହିତ, ରିକି ପଣ୍ଟିଂ, ହରଭଜନ ସିଂହ ଓ ସଚିନ ତେନ୍ଦୁଲକର ଟିମ୍ର ନେତୃତ୍ୱ ନେଇସାରିଛନ୍ତି।
ତେବେ ଟିମ୍ର ଅଧିନାୟକ ପରିବର୍ତ୍ତନ ନିଷ୍ପତ୍ତିକୁ ରୋହିତଙ୍କ ପ୍ରଶଂସକମାନେ ନାପସନ୍ଦ କରିଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସର ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟକୁ ବହୁ ପ୍ରଶଂସକ ଅନ୍ଫଲୋ କରିଦେଇଛନ୍ତି। ରୋହିତ ଟିମ୍ର ଅଧିନାୟକ ଥିବା ବେଳେ ଇନ୍ଷ୍ଟାଗ୍ରାମ୍ରେ ମୁମ୍ବାଇ ଇଣ୍ଡିଆନ୍ସର ଏକ କୋଟି ୪୦ ଲକ୍ଷରୁ ଅଧିକ ଫଲୋଅର୍ ଥିଲେ, କିନ୍ତୁ ଏବେ ଏହା ଏକ କୋଟି ୨୮ ଲକ୍ଷକୁ ଖସିଆସିଛି।
ଏହା ସହ ଆଇପିଏଲ୍ରେ ରୋହିତଙ୍କ ଭବିଷ୍ୟତକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ପ୍ରଶ୍ନ ଉଠିଛି ଯେ ଆଇପିଏଲ୍ରେ ଆଗକୁ କ’ଣ କରିବେ ରୋହିତ? ଲିଗ୍ରେ ତାଙ୍କ ସମୟ କ’ଣ ସରିଆସିଲାଣି?
ଟି-୨୦ ଆନ୍ତର୍ଜାତିକରେ ମଧ୍ୟ ରୋହିତଙ୍କୁ ନେଇ ସମାନ ପ୍ରଶ୍ନ ଉଙ୍କି ମାରିଛି। ତେବେ ଆନ୍ତର୍ଜାତିକ କ୍ରିକେଟ୍ର କ୍ଷୁଦ୍ରତମ ଫର୍ମାଟ୍ରେ ସେ ୨୦୨୪ ବିଶ୍ୱକପ୍ ଯାଏଁ ଖେଳିପାରନ୍ତି ଏବଂ ଏହି ମେଗା ଟୁର୍ଣ୍ଣାମେଣ୍ଟରେ ଟିମ୍ର ନେତୃତ୍ୱ ବି ନେଇପାରନ୍ତି।
ସେଥିରେ ସେ ସଫଳ ହେବେ କି ବିଫଳ ହେବେ, ତାହା ଭିନ୍ନ କଥା; ହେଲେ ନିଜ କ୍ୟାରିଅର୍କୁ ବଞ୍ଚାଇବାକୁ ହେଲେ ଆଗକୁ ଏହି ୩୬ବର୍ଷୀୟ ଖେଳାଳିଙ୍କୁ ଏହି ଫର୍ମାଟ୍ ଛାଡ଼ିବାକୁ ପଡ଼ିବ। ବୟସ ବଢ଼ିଲେ ସବୁ ଫର୍ମାଟ୍ରେ ଖେଳ ଜାରି ରଖିବା ସହଜ ନୁହେଁ। ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ ମଧ୍ୟ ଯୁବ ଖେଳାଳିଙ୍କ ଉପରେ ଅଧିକ ଫୋକସ୍ କରୁଛି।
ଟି-୨୦ ଆନ୍ତର୍ଜାତିକରେ ବି ଅଧିନାୟକ ଭାବେ ହାର୍ଦ୍ଦିକ ତାଙ୍କର ଉପଯୁକ୍ତ ଉତ୍ତରାଧିକାରୀ ହୋଇପାରନ୍ତି। ୨୦୨୨ ଟି-୨୦ ବିଶ୍ୱକପ୍ ପରଠାରୁ ରୋହିତ କ୍ଷୁଦ୍ରତମ ଫର୍ମାଟ୍ରେ ଖେଳୁ ନ ଥିବା ବେଳେ ବିଭିନ୍ନ ସମୟରେ ହାର୍ଦ୍ଦିକ ଟିମ୍ର ନେତୃତ୍ୱ ନେଇଛନ୍ତି।
ମୁମ୍ବାଇ ଇଣ୍ଡିଆନ୍ସରେ ରୋହିତଙ୍କ ପ୍ରଦର୍ଶନ ଉଲ୍ଲେଖନୀୟ:
ଆଇପିଏଲ୍ରେ ରୋହିତ ୨୦୧୧ରୁ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳିଆସୁଛନ୍ତି। ୨୦୧୩ ସିଜନ୍ ଅଧାରୁ ରୋହିତ ଟିମ୍ର ଅଧିନାୟକ ଦାୟିତ୍ୱ ଗ୍ରହଣ କରିଥିଲେ । ସେହି ବର୍ଷ ସେ ଟିମ୍କୁ ପ୍ରଥମ ଥର ଚାମ୍ପିଅନ୍ କରାଇଥିଲେ।
ଏହାପରେ ୨୦୧୫, ୨୦୧୭, ୨୦୧୯ ଓ ୨୦୨୦ ସିଜନ୍ରେ ରୋହିତଙ୍କ ନେତୃତ୍ୱରେ ମୁମ୍ବାଇ ମୁକୁଟ ଜିତିଥିଲା। ଏହି ସମୟରେ ସେ ୧୫୮ ମ୍ୟାଚ୍ରେ ଅଧିନାୟକତ୍ୱ କରିଥିଲେ। ସେଥିମଧ୍ୟରୁ ଟିମ୍ ୮୭ ମ୍ୟାଚ୍ ଜିତିଥିବା ବେଳେ ୬୭ ମ୍ୟାଚ୍ ହାରିଥିଲା।
ଆଇପିଏଲ୍ରେ ରୋହିତ ମୁମ୍ବାଇ ପକ୍ଷରୁ କେବଳ ଅଧିନାୟକ ଭାବରେ ନୁହେଁ, ବ୍ୟାଟିଂରେ ମଧ୍ୟ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି। ସେ ଟିମ୍ ପକ୍ଷରୁ ୩୧ ଆଭରେଜ୍ରେ ୫୨୩୦ ରନ୍ କରିଛନ୍ତି। ଏଥିରେ ୪୦ ଅର୍ଦ୍ଧଶତକ ଓ ଗୋଟିଏ ଶତକ ଅନ୍ତର୍ଭୁକ୍ତ। ଏହି ସମୟରେ ତାଙ୍କ ଷ୍ଟ୍ରାଇକ୍ ରେଟ୍ ୧୩୦ ରହିଛି।
କାହିଁକି ହାର୍ଦ୍ଦିକଙ୍କୁ ମିଳିଲା ନେତୃତ୍ୱ:
ହାର୍ଦ୍ଦିକଙ୍କୁ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ କରାଯିବା ନିଷ୍ପତ୍ତିକୁ ରୋହିତଙ୍କ ପ୍ରଶଂସକ ବିରୋଧ କରୁଥିଲେହେଁ କେତେକ କ୍ରିକେଟ୍ ବିଶ୍ଳେଷକ ଏହା ସପକ୍ଷରେ ମଧ୍ୟ ଯୁକ୍ତି ବାଢ଼ିଛନ୍ତି। ସେମାନଙ୍କ କହିବାନୁଯାୟୀ ରୋହିତଙ୍କୁ ଏବେ ୩୬ ବର୍ଷ ବୟସ ଯେତେବେଳେକି ହାର୍ଦ୍ଦିକଙ୍କୁ ୩୦ ବର୍ଷ। ରୋହିତ କ୍ଲାନ୍ତ ଜଣାପଡ଼ୁଛନ୍ତି। ଟିମ୍ର ହିତ ଦୃଷ୍ଟିରୁ ନୂଆ ବିଚାରର ଆବଶ୍ୟକତା ଅଛି।
ବିଶ୍ଳେଷକମାନଙ୍କ ମତରେ ରୋହିତ ଜଣେ ଚମକପ୍ରଦ ଅଧିନାୟକ, ଯିଏ ଆଇପିଏଲ୍ରେ ମୁମ୍ବାଇକୁ ପାଞ୍ଚ ଥର ଟ୍ରଫି ଜିତାଇଛନ୍ତି। କିନ୍ତୁ ଆଇପିଏଲ୍ର ପୂର୍ବ କିଛି ସିଜନ୍ରେ ସେ ଭଲ ବ୍ୟାଟିଂ ପ୍ରଦର୍ଶନ କରିପାରି ନାହାନ୍ତି। ଅନ୍ୟପଟେ, ହାର୍ଦ୍ଦିକଙ୍କ ନେତୃତ୍ୱରେ ଗୁଜରାଟ ଟାଇଟନ୍ସର ଅଭ୍ୟୁଦୟ ହୋଇଛି।
ହାର୍ଦ୍ଦିକ ବହୁତ କମ୍ ସମୟ ମଧ୍ୟରେ ଗୁଜରାଟ ଟାଇଟନ୍ସ ଭଳି ନୂଆ ଟିମ୍କୁ ଶିଖରରେ ପହଞ୍ଚାଇଥିଲେ। ସେ ଗୁଜରାଟ ଟିମ୍କୁ ତା’ର ପଦାର୍ପଣ ସିଜନ୍ (୨୦୨୨)ରେ ଚାମ୍ପିଅନ୍ କରାଇଥିଲେ। ଏହା ପର ସିଜନ୍ରେ ଟିମ୍ ରନର୍ସଅପ୍ ହୋଇଥିଲା। ଏହି ଦୁଇ ବର୍ଷ ମଧ୍ୟରେ ମୁମ୍ବାଇ ଖାସ୍ ପ୍ରଦର୍ଶନ କରିପାରି ନ ଥିଲା। ଟିମ୍ ଶେଷ ଥର ୨୦୨୦ରେ ଚାମ୍ପିଅନ୍ ହୋଇଥିଲା। ଏହି ସମୟରେ ରୋହିତଙ୍କ ବ୍ୟାଟିଂ ପ୍ରଦର୍ଶନ ମଧ୍ୟ ଆଶାନୁରୂପ ହୋଇପାରି ନ ଥିଲା।
ରୋହିତ ୨୦୨୨ରେ ୧୪ ମ୍ୟାଚ୍ ଖେଳି ୧୯.୧୪ ଆଭରେଜ୍ରେ ୨୬୮, ୨୦୨୩ରେ ୧୬ ମ୍ୟାଚ୍ ଖେଳି ୨୦.୭୫ ଆଭରେଜ୍ରେ ୩୩୨ ରନ୍ କରିଥିଲେ। ଏହି ସିଜନ୍ରେ ସେ ମାତ୍ର ଦୁଇ ଅର୍ଦ୍ଧଶତକ ଲଗାଇଥିଲେ।
ମୋଟାମୋଟି ଭାବେ କହିବାକୁ ଗଲେ, ଟିମ୍ରେ ଏବେ ନେତୃତ୍ୱ ପରିବର୍ତ୍ତନର ସମୟ ଆସିଲାଣି ବୋଲି ଫ୍ରାଞ୍ଚାଇଜୀ ଅନୁଭବ କରୁଛି। ଭବିଷ୍ୟତକୁ ଦୃଷ୍ଟିରେ ରଖି ଟିମ୍ ପ୍ରସ୍ତୁତ କରାଯାଉଛି, ଯେଉଁଠି ଅତୀତର ଟ୍ରାକ୍ ରେକର୍ଡ ଇତିହାସ ମାତ୍ର।
ରୋହିତଙ୍କ କ୍ୟାରିଅର୍ ଅନ୍ତିମ ସୋପାନରେ ପହଞ୍ଚିଲାଣି। କାର୍ଯ୍ୟଭାର ହ୍ରାସ ଓ କ୍ୟାରିଅର୍କୁ ଦୀର୍ଘସ୍ଥାୟୀ କରିବା ପାଇଁ ତାଙ୍କୁ ଆଗକୁ ଟି-୨୦ ଭଳି ଫର୍ମାଟ୍ ଛାଡ଼ିବାକୁ ପଡ଼ିବ, ତାହା ଆଇପିଏଲ୍ ହେଉ ବା ଟି-୨୦ ଆନ୍ତର୍ଜାତିକ। ସବୁବେଳେ ଶୀର୍ଷ ସ୍ତରର ପ୍ରଦର୍ଶନ କରିବା ସମ୍ଭବ ନୁହେଁ। ଖୋଦ ରୋହିତ ଏ କଥା ଜାଣନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ବି ଏହା ଅନୁଭବ କରିପାରୁଛି।
ଏବେ ଆଇପିଏଲ୍ରେ ରୋହିତଙ୍କ ଆଗରେ ତିନି ବିକଳ୍ପ ରହିଛି। ସେ ମୁମ୍ବାଇ ଇଣ୍ଡିଆନ୍ସ ଛାଡ଼ି ଅନ୍ୟ ଟିମ୍ ପକ୍ଷରୁ ଖେଳିପାରିବେ, ଯେଉଁଠି ତାଙ୍କୁ ଅଧିନାୟକତ୍ୱ ବି ମିଳିଯାଇପାରେ। ଅନ୍ୟଥା ସେ ମୁମ୍ବାଇ ଇଣ୍ଡିଆନ୍ସରେ ଆଉ କିଛି ବର୍ଷ ବିତାଇ ଭବିଷ୍ୟତରେ ଟିମ୍ର ମେଣ୍ଟର୍ ଦାୟିତ୍ୱ ପାଇପାରନ୍ତି। ତୃତୀୟ ତଥା ଶେଷ ବିକଳ୍ପ ହେଉଛି, ସେ ବୟସାଧିକ୍ୟ ଜନିତ କାରଣ ଓ ଆନ୍ତର୍ଜାତିକ କ୍ରିକେଟ୍ ପ୍ରତି ନିଜ ପ୍ରତିବଦ୍ଧତାକୁ ଦର୍ଶାଇ ଏହି ଲିଗ୍ ଛାଡ଼ିପାରନ୍ତି।
ଚର୍ଚ୍ଚା ତ ଅନେକ ହେଉଛି, ହେଲେ କୌଣସି ଗୋଟିଏ ବିକଳ୍ପ ବାଛିବା ରୋହିତଙ୍କ ପାଇଁ ଏତେ ସହଜ ନୁହେଁ।
ଇମେଲ୍: biswasports@gmail.com
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)
]]>ଚେନ୍ନାଇ ସୁପରକିଙ୍ଗ୍ସ ସହ ହାତ ମିଳାଇବେ କି ରୋହିତ ? ଏନେଇ କୌଣସି ପ୍ରକାର ଔପଚାରିକ ଘୋଷଣା ରୋହିତ କିମ୍ବା ଚେନ୍ନାଇ ସୁପରକିଙ୍ଗ୍ସ କରିନଥିବାବେଳେ, ରୋହିତ ମୁମ୍ବାଇ ଛାଡ଼ୁଥିବା ସଂକେତ ମିଳିଛି । ଏହି ଚର୍ଚ୍ଚା ଖୋଦ୍ ରୋହିତଙ୍କ ପତ୍ନୀ ରିତିକା ସାଜଦେଶଙ୍କ ପୋଷ୍ଟରୁ ବାରି ହେଉଛି । ରୋଚକ କଥା ହେଉଛି, ରୋହିତଙ୍କ ପତ୍ନୀ ରିତିକା ସାଜଦେଶ CSK ର ଇନଷ୍ଟାଗ୍ରାମ ପେଜରେ ଏକ ୟେଲୋ କଲର ହାର୍ଟ ଇମୋଜି କମେଣ୍ଟ କରିଛନ୍ତି । ଏହାକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି । ୧୦ ବର୍ଷ ଧରି ଶକ୍ତିଶାଳୀ କ୍ୟାପଟେନ୍ସିପ୍ କରିଥିବା ରୋହିତଙ୍କୁ ସମ୍ମାନ ଜଣାଇ ଚେନ୍ନାଇର ଇନଷ୍ଟାଗ୍ରାମ୍ ପୋଷ୍ଟରେ କମେଣ୍ଟ କରିଛନ୍ତି ରିତିକା । ଏପରି ସ୍ଥିତିରେ ଫ୍ୟାନ୍ସଙ୍କ ମନରେ ଏବେ ପ୍ରଶ୍ନ ଉଠୁଛି, ଆଗାମୀ ଆଇପିଏଲ ସିଜିନରେ ରୋହିତ ଶର୍ମା ମୁମ୍ବାଇକୁ ବାଏ ବାଏ କହି ସିଏସକେ କ୍ୟାମ୍ପରେ ସାମିଲ ହେବେ କି ?
କ୍ୟାପଟେନ ପଦ ଯିବା ପରେ ହାର୍ଦ୍ଦିକଙ୍କ ଅଧିନାୟକତ୍ୱରେ ଖେଳିବେ ରୋହିତ ନା ମୁମ୍ବାଇ ଛାଡ଼ି ଅନ୍ୟ ଫ୍ରାଞ୍ଚାଇଜ ସହ ହାତ ମିଳାଇବେ । ଆଇପିଏଲ୍ ଅକ୍ସନ୍ର ଠିକ୍ କିଛିଦିନ ପୂର୍ବରୁ ରୋହିତଙ୍କ ବଦଳରେ ହାର୍ଦ୍ଦିକ ପାଣ୍ତ୍ୟାଙ୍କୁ ଦଳର କ୍ୟାପଟେନ୍ କରିଛି ମୁମ୍ବାଇ । ଟ୍ରେଡିଙ୍ଗ୍ ୱିଣ୍ତୋ ଜରିଆରେ ୧୫ କୋଟିରେ ହାର୍ଦ୍ଦିକଙ୍କୁ କିଣିଥିଲା ମୁମ୍ବାଇ ।
୧୨ ଡିସେମ୍ବର ଯାଏ ଟ୍ରେଡ୍ ୱିଣ୍ତୋ ଖୋଲାଥିଲା । ବର୍ତ୍ତମାନ ଅକ୍ସନର ପରଦିନଠୁ ଅର୍ଥାତ ଡିସେମ୍ବର ୨୦ରୁ ଏହାକୁ ପୁଣିଥରେ ଖୋଲାଯାଉଛି । ତେବେ ରିଟେନ୍ ରହିଥିବା ରୋହିତ ଶର୍ମାଙ୍କୁ ଅନ୍ୟ ଦଳ ମଧ୍ୟ ଟ୍ରେଡ୍ରେ କିଣିପାରିବେ । ରୋହିତଙ୍କୁ ନିଜ ଟିମ୍ରେ ସାମିଲ କରିବା ପାଇଁ ପ୍ରାୟତଃ ସବୁ ଟିମ୍ ଆଗ୍ରହ ଦେଖାଇଥିବା ଜଣାପଡ଼ିଛି । ତେବେ ଅକ୍ସନ ପରଦିନ ବଡ଼ ଘୋଷଣା ହୋଇପାରେ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି । ତେବେ ରୋହିତ ମୁମ୍ବାଇ ନା ଅନ୍ୟ କୌଣସି ଦଳରୁ ଖେଳିବେ, ତାହା ସିଜନ୍ ଆରମ୍ଭରୁ ଜଣାପଡ଼ିବ ।
]]>ତେବେ ସବୁଠାରୁ ବଡ଼ କଥା ହେଉଛି ଗତ ଶୁକ୍ରବାର ସନ୍ଧ୍ୟାରେ ଏହି ଖବର ଆସିବା ପରେ MIଙ୍କ ଫ୍ୟାନ୍ସ ମାନଙ୍କ ମଧ୍ୟରେ ଦେଖିବାକୁ ମିଳିଛି ତୀବ୍ର ପ୍ରତିକ୍ରିୟା। ବିଶେଷ କରି ସୋସିଆଲ ମିଡିଆରେ ଫ୍ୟାନ୍ସମାନେ ତାଙ୍କ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏପରିକି ହାର୍ଦ୍ଦିକ ଅଧିନାୟକ ଘୋଷଣା ହେବା ପରେ ମୁମ୍ବାଇ ଇଣ୍ଡିଆନ୍ସ ସୋସିଆଲ ମିଡିଆ ପେଜ୍କୁ ବହୁ ଫ୍ୟାନ୍ସ ଅନ୍ ଫଲୋ କରୁଥିବାର ଦେଖିବାକୁ ମିଳିଥିଲା। ନୂଆ ଅଧିନାୟକ ଘୋଷଣା ହେବାର ଏକ ଘଣ୍ଟା ମଧ୍ୟରେ ମୁମ୍ବାଇ ଇଣ୍ଡିଆନ୍ସର ‘X’ରେ ୪ ଲକ୍ଷ ଫଲୋଅର୍ସ ହ୍ରାସ ପାଇଛି। ସେହିପରି ଇନଷ୍ଟାଗ୍ରାମରେ ମଧ୍ୟ MI ର ଫଲୋଅର୍ସ ଦ୍ରୁତ ଗତିରେ ହ୍ରାସ ପାଉଥିବା ଦେଖିବାକୁ ମିଳିଛି। କେବଳ ଏତିକି ନୁହେଁ ରୋହିତଙ୍କୁ ଅଧିନାୟକ ପଦରୁ ହଟାଇ ଏହି ପୋଷ୍ଟ ହାର୍ଦ୍ଦିକଙ୍କୁ ମିଳିବା ପରେ ସୋସିଆଲମିଡିଆରେ ‘ShameonMI’ ବି ଟ୍ରେଣ୍ଡ କରୁଛି।
ସୂଚନା ଅନୁସାରେ ରୋହିତ ଶର୍ମା ୨୦୧୩ରେ ପ୍ରଥମ ଥର ପାଇଁ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଦାୟିତ୍ୱ ତୁଲାଇଥିଲେ। ରୋହିତଙ୍କ ଅଧିନାୟକତ୍ୱରେ ମୁମ୍ବାଇ ୧୫୮ଟି ମ୍ୟାଚ୍ ଖେଳିଥିବାବେଳେ ୮୭ଟି ମ୍ୟାଚ୍ରେ ବିଜୟ, ୬୭ଟି ମ୍ୟାଚ୍ରେ ପରାଜୟ ଓ ୪ଟି ମ୍ୟାଚ୍ ଡ୍ର’ ରହିଥିଲା। ଏଥିସହ ତାଙ୍କ କ୍ୟାପଟେନ୍ସିରେ ମୁମ୍ବାଇ ୫ ଥର ଆଇପିଏଲ ଟ୍ରଫି ହାତେଇଥିଲା ।
]]>ସୂଚନା ଅନୁସାରେ ରୋହିତ ଶର୍ମା ୨୦୧୩ରେ ପ୍ରଥମ ଥର ପାଇଁ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଦାୟିତ୍ୱ ତୁଲାଇଥିଲେ। ରୋହିତଙ୍କ ଅଧିନାୟକତ୍ୱରେ ମୁମ୍ବାଇ ୧୫୮ଟି ମ୍ୟାଚ୍ ଖେଳିଥିବାବେଳେ ୮୭ଟି ମ୍ୟାଚ୍ରେ ବିଜୟ, ୬୭ଟି ମ୍ୟାଚ୍ରେ ପରାଜୟ ଓ ୪ଟି ମ୍ୟାଚ୍ ଡ୍ର’ ରହିଥିଲା। ଏଥିସହ ତାଙ୍କ କ୍ୟାପଟେନ୍ସିରେ ମୁମ୍ବାଇ ୫ଟି ଆଇପିଏଲ ଟ୍ରଫି ହାତେଇଥିଲା।
]]>ତେବେ ଆଜି ରିଟେନ୍ ଲିଷ୍ଟ ପ୍ରକାଶ ପାଇବାର ପ୍ରାୟ ୨ ଘଣ୍ଟା ପରେ ସାମ୍ନାକୁ ଆସିଥିଲା ସବୁଠୁ ବଡ଼ ଖବର। ଯାହା ଥିଲା ଆଇପିଏଲ ଇତିହାସରେ ସବୁଠୁ ବଡ଼ ଟ୍ରେଡ୍। ଯାହା କିଛି ଦିନ ଧରି ଚର୍ଚ୍ଚା ହେଉଥିଲା ଶେଷରେ ତାହା ସତ ହୋଇଥିଲା। ଗୁଜରାଟ ଟାଇଟନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ଦଳ ଛାଡ଼ି ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିଛନ୍ତି।
ଆଇପିଏଲ ଇତିହାସରେ ସବୁଠାରୁ ବଡ଼ ଟ୍ରେଡ୍ କରି ପାଣ୍ଡ୍ୟାଙ୍କୁ ନିଜ ଦଳରେ ସାମିଲ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ପାଣ୍ଡ୍ୟାଙ୍କୁ ଆଣିବା ପାଇଁ ମୁମ୍ବାଇ ଇଣ୍ଡିଆନ୍ସର ପର୍ସରେ ପର୍ଯ୍ୟାପ୍ତ ଟଙ୍କା ମଧ୍ୟ ନଥିଲା। ତେଣୁ ମୁମ୍ବାଇ ଅଷ୍ଟ୍ରେଲିଆର ଅଲରାଉଣ୍ଡର କେମରନ୍ ଗ୍ରୀନଙ୍କୁ ଟ୍ରେଡ୍ କରିଥିଲେ। ଟ୍ରେଡ୍ ଜରିଆରେ ଗ୍ରୀନ୍ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରରେ ସାମିଲ ହେବାର ସମ୍ଭାବନା ଅଛି। ତେବେ ଏହି ବଡ଼ ଟ୍ରେଡ୍ର ଠିକ୍ ଦୁଇ ଘଣ୍ଟା ପୂର୍ବରୁ ଗୁଜରାଟ ଟାଇଟନ୍ସ ଅଧିନାୟକ ଭାବରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ରିଟେନ୍ କରିଥିଲେ। କିନ୍ତୁ ଏହାର ଦୁଇ ଘଣ୍ଟା ପରେ ଟ୍ରେଡ୍ ଜରିଆରେ ପାଣ୍ଡ୍ୟାଙ୍କୁ ନିଜ ଦଳରେ ସାମିଲ କରିନେଇଥିଲା ମୁମ୍ବାଇ।
ସୂଚନା ଅନୁସାରେ ୨୦୧୫ରେ ମୁମ୍ବାଇ ପକ୍ଷରୁ ଆଇପିଏଲରେ ଡେବ୍ୟୁ କରିଥିଲେ ପାଣ୍ଡ୍ୟା। ୨୦୧୫ରୁ ୨୦୨୧ ପର୍ଯ୍ୟନ୍ତ ଖେଳିବା ପରେ ମୁମ୍ବାଇ ଛାଡ଼ିଥିଲେ ହାର୍ଦ୍ଦିକ। ଏହା ପରେ ସେ ୨୦୨୨ରେ ଗୁଜରାଟ ଟାଇଟନ୍ସରେ ଅଧିନାୟକ ଭାବରେ ଯୋଗ ଦେଇଥିଲେ। ଏବଂ ପ୍ରଥମ ସିଜିନ୍ରେ ହିଁ ଗୁଜରାଟକୁ ଚାମ୍ପିଅନ କରିଥିଲେ ପାଣ୍ଡ୍ୟା। ସେହିପରି ୨୦୨୩ ଆଇପିଏଲରେ ମଧ୍ୟ ଦଳକୁ ଫାଇନାଲ ପର୍ଯ୍ୟନ୍ତ ନେବାରେ ହାର୍ଦ୍ଦିକଙ୍କ ଥିଲା ପ୍ରମୁଖ ଭୂମିକା।
]]>ଆଇପିଏଲ୍ ମିନି ଅକ୍ସନ ପୂର୍ବରୁ ନଭେମ୍ବର ୨୬ ତାରିଖ ସୁଦ୍ଧା ସବୁ ଟିମ୍ କେଉଁ ଖେଳାଳିଙ୍କୁ ଦଳରୁ ରିଲିଜ୍ କରିବେ ଓ କାହାକୁ ରଖିବେ ସେନେଇ ତାଲିକା ପ୍ରକାଶ କରିବାକୁ କୁହାଯାଇଥିଲା । ତେବେ ଖେଳାଳି ରିଟେନସନ୍ ତାରିଖ ଯେତେ ପାଖେଇ ଆସୁଥିଲା ହାର୍ଦ୍ଦିକଙ୍କୁ ନେଇ ଭିନ୍ନ ଭିନ୍ନ ଖବର ସାମ୍ନାକୁ ଆସୁଥିଲା। ଏମିତି କି ମୁମ୍ବାଇ ସହ ହାର୍ଦ୍ଦିକଙ୍କ ଡିଲ୍ ଫାଇନାଲ ହୋଇଯାଇଛି ଏବଂ ଏହା ବଦଳରେ କୌଣସି ଖେଳାଳିଙ୍କୁ ମୁମ୍ବାଇ ଗୁଜରାଟ ସହ ଟ୍ରେଡ୍ କରିବନି ବରଂ ମୁମ୍ବାଇ ପର୍ସରୁ ୧୫ କୋଟି ଟଙ୍କା ସିଧାସଳଖ ଗୁଜରାଟ ପାଖକୁ ଯିବ ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା। କିନ୍ତୁ ଆଜି ଖେଳାଳି ରିଟେନ୍ସନ୍ ଲିଷ୍ଟ ଆସିବା ପରେ ଚିତ୍ର ପୂରା ସ୍ପଷ୍ଟ ହୋଇଯାଇଛି। ଅନ୍ୟ କେଉଁ ଦଳକୁ ନୁହେଁ ବରଂ ଗୁଜରାଟ ଟାଇଟନ୍ସ ପାଇଁ ହିଁ ଆଇପିଏଲରେ ହାର୍ଦ୍ଦିକ ଖେଳିବେ ବୋଲି ସ୍ପଷ୍ଟ ହୋଇଛି।
ସୂଚନା ଅନୁସାରେ ୨୦୨୨ରେ ମୁମ୍ବାଇ ଛାଡ଼ି ଗୁଜରାଟ ଟାଇଟନ୍ସର ଅଧିନାୟକ ହୋଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା। ପାଣ୍ଡ୍ୟାଙ୍କ ନେତୃତ୍ୱରେ ଗୁଜରାଟ ୨୦୨୨ରେ ଚାମ୍ପିୟନ ହୋଇଥିବାବେଳେ ୨୦୨୩ରେ ଫାଇନାଲରେ ଚେନ୍ନାଇ ପାଖରୁ ପରାଜୟ ବରଣ କରିଥିଲା। ଏହା ପୂର୍ବରୁ ହାର୍ଦ୍ଦିକ ୨୦୧୫ ମସିହାରେ ମୁମ୍ବାଇ ଇଣ୍ଡିଆନ୍ସରେ ଯୋଗ ଦେଇଥିଲେ। ୨୦୧୫ରୁ ୨୦୨୧ ମସିହା ପର୍ଯ୍ୟନ୍ତ ମୁମ୍ବାଇରେ ରହି ଚମତ୍କାର ଖେଳ ପ୍ରଦର୍ଶନ କରିଥିଲେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା।
]]>ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁମ୍ବାଇ ଓ ଗୁଜରାଟ ମଧ୍ୟରେ କ୍ୱାଲିପାୟାର ୨ ଖେଳାଯାଉଛି । ବର୍ଷା କାରଣରୁ ମ୍ୟାଚ୍ ବିଳମ୍ବ ହୋଇଥିଲା। ମ୍ୟାଚ୍ରେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ଅଧିନାୟକ ରୋହିତ ଶର୍ମା । ଟିମ୍କୁ ଭଲ ଷ୍ଟାର୍ଟ ଦେଇଥିଲେ ଗିଲ୍ ଓ ଶାହ୍ । ପାୱର୍ପ୍ଲେର ଶେଷ ଓଭର୍ରେ ଆଉଟ୍ ହୋଇଥିଲେ ଓପନର୍ ରିଦ୍ଧିମାନ ଶାହ । କିନ୍ତୁ ବଡ଼ ସଟ୍ ଖେଳିବାରେ ପଛାଇନଥିଲେ ଗିଲ୍ । ଫିଲ୍ଡରେ ଛକା ଚୌକାର ବର୍ଷା କରିଥିଲେ । ମାତ୍ର ୪୯ ବଲ୍ରେ ଶତକ ମାରିଥିଲେ ଗିଲ୍ । ଏହାପରେ ସେ ୬୦ ବଲ୍ରେ ୧୨୯ ରନ୍ କରି ଆଉଟ୍ ହୋଇଯାଇଥିଲେ ।
ପ୍ରଥମ ୱିକେଟ୍ ପତନ ପରେ ସାଇ ସୁଦର୍ଶନ ୪୩ ରନ ଯୋଡ଼ିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ୨୮ ରନ କରିଥିଲେ । ମୁମ୍ବାଇ ପକ୍ଷରୁ ପିୟୁଷ ଚାୱଲା ଓ ଆକାଶ ମାଧୱାଲ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ଆଜିର ମ୍ୟାଚରେ ବିଜୟୀ ଦଳ ଆସନ୍ତା ରବିବାର ଦିନ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଖେଳାଯିବାକୁ ଥିବା ଫାଇନାଲରେ ଚେନ୍ନାଇ ସୁପରକିଙ୍ଗସକୁ ଭେଟିବ । ଗତ ୨୩ ତାରିଖରେ ଖେଳାଯାଇଥିବା କ୍ବାଲିଫାୟାର-୧ରେ ଗୁଜରାଟ ଦଳ ଚେନ୍ନାଇଠାରୁ ୧୫ ରନରେ ହାରିଯାଇଥିଲା । ସେହିପରି ଗତ ବୁଧବାର ଖେଳାଯାଇଥିବା ଏଲିମିନେଟର ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ୮୧ ରନରେ ଲକ୍ଷ୍ନୌକୁ ହରାଇଥିଲା ।
]]>ଘରୋଇ ମାଟିରେ ଖେଳୁଥିବାରୁ ହାର୍ଦ୍ଦିକ ପାଣ୍ଡାଙ୍କ ଟିମର ମନୋବଳ ଦୃଢ ରହିଛି । ସେପଟେ ଏଲିମିନେଟର ଲକ୍ଷ୍ରୌ ସୁପର ଜାଏଣ୍ଟସକୁ ହରାଇ କ୍ବାଲିଫାୟାର ୨ ଖେଳିବାକୁ ଯୋଗ୍ୟତା ହାସଲ କରିଛି ମୁମ୍ବାଇ ଇଣ୍ଡିଆନ୍ସ ।
ସୂଚନା ଅନୁସାରେ ପୂର୍ବରୁ ଲକ୍ଷ୍ନୌକୁ ପରାସ୍ତ କରି ଦ୍ୱିତୀୟ କ୍ୱାଲିଫାୟରରେ ପହଞ୍ଚି ସାରିଛି ମୁମ୍ବାଇ ଇଣ୍ଡିଆନ୍ସ । ଏଲିମିନେଟରରେ ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ହରାଇ କ୍ୱାଲିଫାୟର-୨ରେ ପହଞ୍ଚିଛି ମୁମ୍ବାଇ ଇଣ୍ଡିଆନ୍ସ। ତେବେ ମୁମ୍ବାଇ କ୍ୱାଲିଫାୟର ପର୍ଯ୍ୟାୟକୁ ପ୍ରବେଶ କରିବା ସହ ଆଜି ଗୁଜୁରାଟ ଟାଇଟନ୍ସକୁ ଭେଟିବ ।
ପୂର୍ବରୁ ଗୁଜୁରାଟକୁ ହରାଇ ଆଇପିଏଲ୍ ଫାଇନାଲରେ ଚେନ୍ନାଇ ସୁପର କିଙ୍ଗ୍ସ ତାହାର ସ୍ଥାନ ବଜାୟ ରଖିଛି। ସୂଚନା ଅନୁସାରେ ୨୦୨୩ର ପ୍ରଥମ କ୍ବାଲିଫାୟର-୧ରେ ଗୁଜରାଟ ଆଗରେ ୧୭୩ ରନର ଲକ୍ଷ୍ୟ ରଖିଥିଲା ଚେନ୍ନାଇ ସୁପରକିଙ୍ଗସ୍। ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମଠାରେ କ୍ୱାଲିଫାୟର-୧ରେ ଗୁଜରାଟକୁ ୧୫ ରନ୍ରେ ହରାଇଥିଲା ସିଏସ୍କେ। ତେବେ ଆସନ୍ତା ରବିବାର ଫାଇନାଲ ମ୍ୟାଚରେ ଚେନ୍ନାଇକୁ ଚକ୍କର ଦେବ ଆଜିର ବିଜେତା ।
]]>ଚେନ୍ନାଇର ଏମଏ ଚିଦାମ୍ବରମ୍ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୩ର ଏଲିମିନେଟର ମ୍ୟାଚରେ ଲକ୍ଷ୍ନୌ ଆଗରେ ୧୮୩ ରନର ବିଜୟ ଲକ୍ଷ୍ୟ ରଖିଥିଲା ମୁମ୍ବାଇ ଇଣ୍ଡିଆନ୍ସ। ଏହି ମ୍ୟାଚରେ ମୁମ୍ବାଇ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳର ଦୁଇ ଓପନର ଭଲ ଆରମ୍ଭ କରିଥିଲେ ବି ପରେ ବିପର୍ଯ୍ୟୟର ସାମ୍ନା କରିଥିଲା ଟିମ୍। ରୋହିତ ଶର୍ମା ମାତ୍ର ୧୧ରନ ଓ ଇଶାନ କିଷନ ୧୫ ରନ କରି ଆଉଟ ହୋଇଥିଲେ । ତେବେ ଦଳର ମିଡିଲ୍ ଅର୍ଡର ବ୍ୟାଟିଂ କରି ଦଳୀୟ ସ୍କୋରକୁ ଏକ ଭଲ ସ୍ଥିତିକୁ ନେଇଯାଇଥିଲେ ।
କାମେରୁନ ଗ୍ରୀନ ୪୧ରନ ଓ ସୂର୍ଯ୍ୟକୁମାର ଯାଦବ ୩୩ ରନ କରିଥିଲେ । ସେହିପରି ତିଳକ ବର୍ମା ୨୬ ଓ ନିଲାହ ଓ୍ବାଧେରା ୨୩ରନର ଯୋଗଦାନ ଦେଇଥିଲେ । ଫଳରେ ଦଳ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୮୨ରନ କରିଥିଲା । ଲକ୍ଷ୍ନୌ ପକ୍ଷରୁ ନବୀନ ଉଲ ହକ ୪ଟି ଓ ଯଶ ଠାକୁର ୩ଟି ଓ୍ବିକେଟ ନେଇଥିଲେ ।
ଜବାବରେ ଲକ୍ଷ୍ନୌର ଆରମ୍ଭରୁ ହିଁ ବିପର୍ଯ୍ୟୟ ଘଟିଥିଲା। କୌଣସି ବ୍ୟାଟସମାନ ମୁମ୍ବାଇ ବୋଲରଙ୍କ ଘାତକ ବୋଲିଂ ଆଗରେ ତିଷ୍ଠି ପାରିନଥିଲେ। ଏପରିକି ୩ଟି ବ୍ୟାଟସମାନ ରନ୍ଆଉଟ୍ ହୋଇଥିଲେ।
]]>ପଞ୍ଜାବ ପ୍ରଥମେ ବ୍ୟାଟିଂ କରି ମୁମ୍ବାଇକୁ ୨୧୫ ରନ୍ର ଟାର୍ଗେଟ୍ ଦେଇଥିଲା। ମୁମ୍ବାଇର ବ୍ୟାଟିଂରେ ପ୍ରାରମ୍ଭିକ ବିପର୍ଯ୍ୟୟ ଘଟିଥିଲେ ବି ସୂର୍ଯ୍ୟକୁମାର ଯାଦବ ଓ କ୍ୟାମରନ୍ ଗ୍ରୀନ୍ ଦମଦାର ବ୍ୟାଟିଂ ଯୋଗୁଁ ଦଳ ବିଜୟ ଆଡ଼କୁ ଯାଉଥିଲା। ହେଲେ ଏହି ଦୁଇ ଯୋଡ଼ି ଆଉଟ୍ ହେବା ପରେ ତଥାପି ବିଜୟର ଆଶା ରଖିଥିଲା ମୁମ୍ବାଇ ହେଲେ, ଯାହାକୁ ଧୂଳିସାତ୍ କରିଦେଇଥିଲେ ଅର୍ଶଦୀପ।
ଶେଷ ଓଭରରେ ମୁମ୍ବାଇକୁ ୬ଟି ବଲ୍ରୁ ୧୬ ରନ୍ ଆବଶ୍ୟକ ପଡୁଥିଲା। ହେଲେ ଅର୍ଶଦୀପ ବଲ୍ର ବଲ୍ର ସାମନା କରିପାରିନଥିଲେ ମୁମ୍ବାଇର ବ୍ୟାଟସମାନ। କେବଳ ୨ଟି ୱିକେଟ୍ ଅକ୍ତିଆର କରିଥିଲେ। ସେ କେବଳ ବୋଲ୍ଡ କରିନଥିଲେ ବରଂ ୱିକେଟ୍ ଷ୍ଟମ୍ପକୁ ଭାଙ୍ଗି ଦେଇଥିଲେ।
ARSHDEEP SINGH - BREAKING STUMPS FOR FUN 🔥pic.twitter.com/NNVlKWppaC
— Johns. (@CricCrazyJohns) April 22, 2023
ଅର୍ଶଦୀପ ତାଙ୍କ ତୃତୀୟ ବଲ୍ରେ ତିଲକ ବର୍ମାଙ୍କୁ ବୋଲ୍ଡ କରିଥିଲେ। କେବଳ ସେତିକି ନୁହେଁ ଦାମୀ ଏଲଇଡି ଷ୍ଟମ୍ପକୁ ଭାଙ୍ଗିଦେଇଥିଲେ ଅର୍ଶଦୀପ। ତାର ପର ବଲ୍ରେ ଅର୍ଥାତ୍ ଚତୁର୍ଥ ବଲ୍ରେ ବୋଲ୍ଡ ହୋଇଥିଲେ ୱାଧେରାଙ୍କୁ ବୋଲ୍ଡ କରିବା ସହ ଷ୍ଟମ୍ପକୁ ଭାଙ୍ଗି ଦେଇଥିଲେ। ତେବେ ଅତ୍ୟାଧୁନିକ ଟେକ୍ନୋଲୋଜି ସହାୟତାରେ ଏହି ଷ୍ଟମ୍ପ ହୋଇଛି। ଏଥିରେ କ୍ୟାମେରା, ଏଲଇଡି ଓ ସେନସର୍ ମଧ୍ୟ ରହିଛି। ତେବେ ବିସିସିଆଇକୁ କ୍ଷତି ସହିବାକୁ ପଡ଼ିବ ବୋଲି ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟ ଅନୁସାରେ ଷ୍ଟମ୍ପର ମୂଲ୍ୟ ୨୦ରୁ ୩୦ ଲକ୍ଷ ଟଙ୍କା ହେବ।
]]>Hey @MumbaiPolice, we'd like to report a crime. 👀 pic.twitter.com/x9FVPbxHzy
— Punjab Kings (@PunjabKingsIPL) April 22, 2023
ଚଳିତ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଅଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନଙ୍କ ପୁଅ ଅର୍ଜୁନ ତେନ୍ଦୁଲକର। ସେ କୋଲକାତା ନାଇଟ୍ ରାଇଡର୍ସ ବିରୋଧରେ ପ୍ରଥମ ଡେବ୍ୟୁ ଖେଳିଥିଲେ। ଏହି ମ୍ୟାଚରେ ଜୁନିଅର ତେନ୍ଦୁଲକରଙ୍କ ପ୍ରଦର୍ଶନ ଦେଖି ସବୁ ମହଲରୁ ପ୍ରଶଂସାର ସୁଅ ଛୁଟୁଛି। ଏପ୍ରିଲ ୧୮ରେ ଅର୍ଜୁନ IPLରେ ପ୍ରଥମ ୱିକେଟ୍ ନେଇ ସନ ରାଜର୍ସ ହାଇଦ୍ରାବାଦକୁ ପରାଜୟର ଦ୍ୱାର ଦେଖାଇଥିଲେ। ଅର୍ଜୁନ ଏହି ମ୍ୟାଚ୍ରେ ୨.୫ ବୋଲିଂ କରି ୧୮ ରନ୍ ଦେବାସହ ଗୋଟିଏ ୱିକେଟ୍ ନେଇଥିଲେ।
ଏହାପରେ ମୁମ୍ବାଇ ଇଣ୍ଡିଆନ୍ସ ଟ୍ୱିଟର ରେ ଏକ ଭିଡିଓ ସେୟାର କରିଛି। ଯେଉଁଥିରେ ଅର୍ଜୁନ ପ୍ଲେୟାର ଅପ୍ ଦି ମ୍ୟାଚ୍ ଭାବେ ପୁରସ୍କାର ଗ୍ରହଣ କରୁଛନ୍ତି। ତାହାବି ପୁଣି ଆଉ କାହାଠୁ ନୁହେଁ ବରଂ ସଚିନ ନିଜେ ଏହି ଆୱାର୍ଡ ତାଙ୍କ ପୁଅକୁ ଦେଉଛନ୍ତି। ଆମ ପରିବାରରେ ଆଉ ଜଣେ ୱିକେଟ୍ ଭାବେ ଅଛନ୍ତି ବୋଲି ସଚିନ କହିଛନ୍ତି। ସେପଟେ MI ଟ୍ୱିଟ୍ କରି କହିଛି ଯେ ଆମ ପାଇଁ ଏ ଦିନଟି ପୁରା ଜବରଦସ୍ତ...ଅର୍ଜୁନ ପ୍ଲେୟାର ଅଫ ଦି ମ୍ୟାଚ୍ ଗ୍ରହଣ କରିଛନ୍ତି, ପୁଣି ତାଙ୍କ ବାପାଙ୍କ ଠାରୁ !
ମ୍ୟାଚ୍ ଶେଷ ହେବା ପରେ ଅର୍ଜୁନ ରବି ଶାସ୍ତ୍ରୀଙ୍କୁ କହିଥିଲେ ଯେ ମୋ ପାଇଁ IPLରେ ଏହା ପ୍ରଥମ ୱିକେଟ୍ ଥିଲା। ମୁଁ କେମିତି ପ୍ଲାନ କରି ତାହାକୁ ଅକ୍ତିଆର କରିପାରିବି, ଏହା ଲକ୍ଷ୍ୟ ଥିଲା। ମୁଁ ୱାଇଡ୍ ପକାଇବାକୁ ଗୁରୁତ୍ୱ ଦେଉଥିଲି, ଯେପରକି ବ୍ୟାଟସମାନ ଲଙ୍ଗ୍ ବାଉଣ୍ଡେରୀ ମାରିବାକୁ ଚେଷ୍ଟା କରିବେ। ମୁଁ ବୋଲିଂ ଭଲପାଏ। ଟିମ୍ ପ୍ଲାନ୍ ହିସାବରେ ମୁଁ ସବୁବେଳେ ବୋଲିଂ କରିବାକୁ ପ୍ରସ୍ତୁତ। ମୁଁ ମୋର ବେଷ୍ଟ୍ ଦେବାକୁ ଚାହେଁ।
ଗତକାଲି ସନ୍ରାଇଜର୍ସ ବିପକ୍ଷ ମ୍ୟାଚ୍ରେ ଟିମ୍ ତାଙ୍କ ଉପରେ ଆଉ ଥରେ ଭରସା ଦେଖାଇଥିଲା । ପୁଣିଥରେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଥିଲେ ଅର୍ଜୁନ । ମ୍ୟାଚ୍ର ଶେଷ ଓଭର୍ରେ ଭୁବନେଶ୍ୱର କୁମାରଙ୍କୁ ଆଉଟ୍ କରି ଅର୍ଜୁନ୍ ନିଜ ଆଇପିଏଲ୍ କ୍ୟାରିୟର୍ର ପ୍ରଥମ ୱିକେଟ୍ ନେଇଥିଲେ । ଏନେଇ ଉଭୟ ଟିମ୍ ଓ ବାପା ତେନ୍ଦୁଲକର ମଧ୍ୟ ତାଙ୍କର ବେଶ୍ ପ୍ରଶଂସା କରିଛନ୍ତି । ମ୍ୟାଚ୍କୁ ୧୪ ରନ୍ରେ ଜିତିଥିଲା ମୁମ୍ବାଇ ଇଣ୍ତିଆନ୍ସ । ଏହା ମୁମ୍ବାଇର ଲଗାତାର ତୃତୀୟ ବିଜୟ ।
🎯✅ YESSSSS, MAIDEN WICKET FOR ARJUN!#OneFamily #SRHvMI #MumbaiMeriJaan #MumbaiIndians #IPL2023 #TATAIPL pic.twitter.com/uIuD3tY5w1
— Mumbai Indians (@mipaltan) April 18, 2023
ମୁମ୍ବାଇ ଇଣ୍ତିଆନ୍ସର ଏହି ବିଜୟ ପରେ ସଚିନ୍ ଟ୍ୱିଟ୍ ମାଧ୍ୟମରେ ଟିମ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଯେଉଁଥିରେ ସେ ଅର୍ଜୁନ୍ଙ୍କୁ ମଧ୍ୟ ତାରିଫ୍ କରିଛନ୍ତି । ସେ ଟ୍ୱିଟ୍ରେ କ୍ୟାମେରନ୍ ଗ୍ରୀନ୍, ଇଶାନ୍ କିଶାନ୍ ଏବଂ ତିଲକ ଭର୍ମାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ଲେଖିଛନ୍ତି ଯେ, 'ମୁମ୍ବାଇ ଇଣ୍ଡିଆନ୍ସର ପୁଣି ଥରେ ସୁନ୍ଦର ଅଲରାଉଣ୍ଡର ପ୍ରଦର୍ଶନ କରି ବିଜୟ ହାସଲ କରିଛି । ଉଭୟ ବ୍ୟାଟ୍ ଏବଂ ବଲରେ କ୍ୟାମେରନ୍ ଗ୍ରୀନ୍ କମାଲ ଦେଖାଇଛନ୍ତି । ଇଶାନ୍ ଏବଂ ତିଲକଙ୍କ ମଧ୍ୟ ଭଲ ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି । ଆଇପିଏଲ ଦିନକୁ ଦିନ ଅଧିକ ଆକର୍ଷଣୀୟ ହେଉଛି । ଶେଷରେ ତେନ୍ଦୁଲକରଙ୍କ ନାଁରେ ଏକ ଆଇପିଏଲ ୱିକେଟ୍ ଅଛି ' ।
A superb all-round performance by Mumbai Indians once again. Cameron Green impressed with both bat & ball. Ishan & Tilak’s batting is as good as it gets! The IPL is getting more interesting every day. Great going boys!💙
— Sachin Tendulkar (@sachin_rt) April 18, 2023
And finally a Tendulkar has an IPL wicket!😛#SRHvMI pic.twitter.com/e4MAFEZyjY
ହାସ୍ୟାତ୍ମକ ଢ଼ଙ୍ଗରେ ସେ ପୁଅ ଅର୍ଜୁନ୍ ତେନ୍ଦୁଲକରଙ୍କୁ ପ୍ରଶଂସା କରିଛନ୍ତି । ସଚିନ ନିଜ ଆଇପିଏଲ୍ କ୍ୟାରିୟରରେ ଗୋଟିଏ ବି ୱିକେଟ୍ ନେଇନଥିବାରୁ ପୁଅ ଅର୍ଜୁନ ନେଇଥିବା ୱିକେଟ୍କୁ ସେ ନିଜ ୱିକେଟ୍ ବୋଲି କହି ଅର୍ଜୁନ୍ଙ୍କୁ ପ୍ରଶଂସା କରିଛନ୍ତି । ଗତକାଲିର ରୋମାଞ୍ଚକର ମ୍ୟାଚ୍ର ଶେଷ ଓଭର୍ରେ ୨୦ ରନ୍ର ଆବଶ୍ୟକତା ଥିବା ବେଳେ ଅଧିନାୟକ ରୋହିତ ଶର୍ମା ଅର୍ଜୁନଙ୍କୁ ବୋଲିଂ ଭାର ଦେଇଥିଲେ । ଟିମ୍ର ଭରସାକୁ ସତ ପ୍ରମାଣିତ କରି ଦେଖାଇଲେ ଅର୍ଜୁନ୍ । ଶେଷ ଓଭର୍ରେ ଗୋଟିଏ ୱିକେଟ୍ ସହ ଟିମ୍କୁ ୧୪ ରନ୍ରେ ବିଜୟ ଦେଇଥିଲେ ଅର୍ଜୁନ୍ ତେନ୍ଦୁଲକର ।
A special moment for young Arjun Tendulkar, who gets his first wicket in #TATAIPL and it is his captain Rohit Sharma, who takes the catch of Bhuvneshwar Kumar.
— IndianPremierLeague (@IPL) April 18, 2023
Arjun takes the final wicket and @mipaltan win by 14 runs. pic.twitter.com/1jAa2kBm0Z
ଅର୍ଜୁନ୍ଙ୍କ ଆଇପିଏଲ୍ରେ ପ୍ରଥମ ୱିକେଟ୍ ପରେ ଅନେକ ଭାରତୀୟ ପୂର୍ବତନ କ୍ରିକେଟର୍ ମଧ୍ୟ ଟ୍ୱିଟ୍ରେ ଶୁଭେଚ୍ଛା ଜଣାଇଛନ୍ତି । ମହମ୍ମଦ କୈଫ୍, ଇରଫାନ୍ ପଠାନ୍, ବିରେନ୍ଦ୍ର ସେହୱାଗ୍ ମଧ୍ୟ ତାଙ୍କର ପ୍ରଶଂସା କରିଛନ୍ତି । ସେହୱାଗ୍ ଲେଖିଛନ୍ତି ଯେ, ସଚିନ୍ ଏବେ ଅର୍ଜୁନ୍ଙ୍କ ପାଇଁ ଗର୍ବ ଅନୁଭବ କରୁଥିବେ । ଅର୍ଜୁନ୍ ନିଜର ପରିଶ୍ରମର ଫଳ ପାଇଛନ୍ତି ।
So happy to see Arjun doing well . @sachin_rt paaji must be a proud father. Arjun’s hard work paying off and my blessings that this is only the beginning of great things to come. Well done Arjun! #SRHvsMI
— Virender Sehwag (@virendersehwag) April 18, 2023
]]>Nice to see the Calm approach from young Tendulkar 👏
— Irfan Pathan (@IrfanPathan) April 18, 2023
ଭେଟେରାନ ରୋହିତ ଶର୍ମା ଅର୍ଜୁନଙ୍କୁ କ୍ୟାପ୍ ପିନ୍ଧାଇ ମୁମ୍ବାଇ ଚୂଡାନ୍ତ ଏକାଦଶକୁ ସ୍ୱାଗତ କରିଥିଲେ । ବହୁ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ କ୍ୟାମ୍ପ ସହିତ ଅର୍ଜୁନ ଯୋଡ଼ି ହୋଇରହିଥିଲେ ମଧ୍ୟ ଚୂଡାନ୍ତ ଏକାଦଶରେ ସୁଯୋଗ ମିଳିନଥିଲା । ଟି୨୦ କ୍ୟାରିୟରରେ ଅର୍ଜୁନ ପୂର୍ବରୁ ୯ଟି ମ୍ୟାଚ୍ ଖେଳିସାରିଛନ୍ତି ଓ ସେଥିରୁ ୧୨ଟି ୱିକେଟ୍ ନିଜ ନାମରେ କରିଛନ୍ତି ।
ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟରେ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଦର୍ଶନ ସେତେଟା ଭଲ ରହିନାହିଁ । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB) ଓ ଚେନ୍ନାଇ ସୁପର କିଙ୍ଗ୍ସ(CSK) ଠାରୁ ପରାସ୍ତ ହେବା ପରେ ଦିଲ୍ଲୀ କ୍ୟାପିଟାଲ ବିପକ୍ଷରେ ଟୁର୍ଣ୍ଣାମେଣ୍ଟର ପ୍ରଥମ ବିଜୟ ହାସଲ କରିଛି ।
ଅନ୍ୟପକ୍ଷରେ କୋଲକାତା ପ୍ରଥମ ମ୍ୟାଚ୍ ରେ ପରାଜୟ ପରେ କ୍ରମାଗତ ଦୁଇଟି ବିଜୟ ହାସଲ କରିଥିଲା । ତେବେ ରବିବାର ଖେଳିଥିବା ଶେଷ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଠାରୁ ପରାସ୍ତ ହୋଇଥିଲା । ଫଳରେ ଏହି ମ୍ୟାଚରେ ଉଭୟ ଟିମ ବିଜୟ ଆଶାରେ ରହିଛନ୍ତି ।
]]>ପୂର୍ବରୁ ଶ୍ରୀଲଙ୍କାର କିମ୍ବଦନ୍ତୀ କ୍ରିକେଟର ମାହେଲା ଜୟବର୍ଦ୍ଧନେ ମୁମ୍ବାଇ ଇଣ୍ଡିଆନ୍ସର ମୁଖ୍ୟ କୋଚ୍ ଥିଲେ। କିନ୍ତୁ ତାଙ୍କୁ ଫ୍ରାଞ୍ଚାଇଜ ପକ୍ଷରୁ ମୁମ୍ବାଇ ଇଣ୍ଡିଆନ୍ସର ଗ୍ଲୋବାଲ ହେଡ ଭାବେ ପ୍ରୋମସନ ମିଳିଛି । ଏହି କାରଣରୁ ୪୫ ବର୍ଷୀୟ ବାଉଚରଙ୍କୁ ଦଳର ମୁଖ୍ୟ କୋଚ ଭାବେ ନିଯୁକ୍ତି ମିଳିଛି।
Presenting आपले नवीन Head Coach - 𝐌𝐀𝐑𝐊 𝐁𝐎𝐔𝐂𝐇𝐄𝐑 💙
— Mumbai Indians (@mipaltan) September 16, 2022
Paltan, drop a 🙌 to welcome the 🇿🇦 legend to our #OneFamily 👏#DilKholKe #MumbaiIndians @markb46 @OfficialCSA pic.twitter.com/S6zarGJmNM
ବାଉଚର ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ଜାତୀୟ କ୍ରିକେଟ ଟିମ୍ର ମୁଖ୍ୟ କୋଚ୍ ଭାବେ କାର୍ଯ୍ୟ କରୁଛନ୍ତି । ଆସନ୍ତା ମାସରେ ଆରମ୍ଭ ହେବାକୁ ଥିବା ଟି-୨୦ ବିଶ୍ୱକପ ପରେ ସେ ଦଳର କୋଚ୍ ପଦ ଛାଡ଼ିବେ ବୋଲି କିଛି ଦିନ ତଳେ ଘୋଷଣା କରିଥିଲେ।
ବାଉଚର ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସର ମୁଖ୍ୟ କୋଚ୍ ପଦ ପାଇ ବେଶ ଉତ୍ସାହିତ ହୋଇଛନ୍ତି । ମୁମ୍ବାଇ ଭଳି ଆଇପିଏଲର ସବୁଠାରୁ ସଫଳ ଟିମ୍ର କୋଚ ପଦ ପାଇବା ସୌଭାଗ୍ୟର ବିଷୟ ବୋଲି ସେ କହିଛନ୍ତି । ଆଗକୁ ଆସୁଥିବା ଚ୍ୟାଲେଞ୍ଜ ପାଇଁ ସେ ପ୍ରସ୍ତୁତ ଥିବା ମଧ୍ୟ କହିଛନ୍ତି ।
]]>ପ୍ରଥମ ଥର ପାଇଁ ଆଇପିଏଲ୍ ଇତିହାସରେ ଗୋଟିଏ ଦଳ କ୍ରମାଗତ ଭାବେ ୬ ଥର ପରାଜୟ ବରଣ କରିଛି । ଆଉ ଏହାସହ ମୁମ୍ବାଇ ଇଣ୍ଡିଆନ୍ସକୁ ପଏଣ୍ଟ ଟେବୁଲରେ କୌଣସି ଅଙ୍କ ମିଳିନାହିଁ । ଶନିବାର ମୁମ୍ବାଇର ବ୍ରାବୋର୍ନ୍ ଠାରେ ଖେଳା ଯାଇଥିବା ଆଇପିଏଲର ୨୬ ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରି ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ବିଜୟୀ ହୋଇଛି ।
ଏଥିସହ କ୍ୟାପଟେନ୍ କେଏଲ୍ ରାହୁଲଙ୍କ ଟିମ୍, ପଏଣ୍ଟ ତାଲିକାର ପୁଣି ଉପରକୁ ଚଢ଼ିଛି । ରାହୁଲଙ୍କ ଶତକ ତାଙ୍କ ଦଳକୁ ବିଜୟୀ କରିଛି । ଏହି ଦମଦାର ଶତକରେ ୯ ଚୌକା ଓ ୫ ଛକା ଥିଲା। ମାତ୍ର ୬୦ ବଲ୍ ଖେଳି ସେ ଅପରାଜିତ ୧୦୩ ରନ୍ କରିଥିଲେ। ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ମାତ୍ର ୪ ଉଇକେଟ ହରାଇ ୧୯୯ ରନ୍ କରିଥିଲା।
ବିଜୟ ଲକ୍ଷ୍ୟ ୨୦୦ ରନର ପିଛା କରି ମୁମ୍ବାଇ ଇଣ୍ଡିଆନ୍ସ ତାର ପ୍ରମୁଖ ଦୁଇ ବ୍ୟାଟ୍ସ ମ୍ୟାନଙ୍କୁ ଶୀଘ୍ର ହରାଇ ଥିଲା। କିରନ୍ ପୋଲାର୍ଡ ଶେଷ ପର୍ଯ୍ୟନ୍ତ ଲଢ଼ୁଆ ଖେଳ ପ୍ରଦର୍ଶନ କରିଥିଲେ। ହେଲେ ଟିମ ପରାଜୟରୁ ମୁକାଳି ପାରି ନଥିଲା । ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ପକ୍ଷରୁ ଅଭେସ କିଶାନ ୩୦ ରନ୍ ଦେଇ ୩ ଉଇକେଟ୍ ନେଇଥିଲା।
]]>୫ ଥର ଚାମ୍ପିୟନ୍ ମୁମ୍ବାଇ ଇଣ୍ତିଆନ୍ସ ରୋହିତ ଶର୍ମା, ଜସପ୍ରିତ ବୁମ୍ରା, ସୂର୍ଯ୍ୟକୁମାର ଯାଦବ ଓ କାଇରନ୍ ପୋଲାର୍ଡଙ୍କୁ ଟିମ୍ରେ ରିଟେନ୍ କରିଥିଲା । ତେବେ ଅକ୍ସନରେ ମୁମ୍ବାଇ ଇଣ୍ତିଆନ୍ସର ଟିମ୍ ଚୟନକୁ ନେଇ ସମାଲୋଚନା ହୋଇଥିବା ବେଳେ ବର୍ତ୍ତମାନ ଟିମ୍ର ଖରାପ ସ୍ଥିତିକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି ।
ଅକ୍ସନରେ ଟିମ୍ ଇଶାନ୍ କିଶାନକୁ ୧୫.୨୫ କୋଟିରେ କିଣିଥିଲା, ଯାହାକୁ ନେଇ ବେଶ୍ ଆଲେଚନା ହୋଇଥିଲା । ତେବେ ନିକଟରେ ଅଷ୍ଟ୍ରେଲିଆର ପୂର୍ବତନ ଅଲରାଉଣ୍ଡର ତଥା ଦିଲ୍ଲୀ କ୍ୟାପିଟାଲ୍ସର ଆସିଷ୍ଟାଣ୍ଟ କୋଚ୍ ସେନ୍ ୱାଟସନ ଆଇପିଏଲ ୨୦୨୨ ନିଲାମରେ ଇଶାନ କିଶନଙ୍କ ପାଇଁ ମୁମ୍ବାଇ ଇଣ୍ତିଆନ୍ସ ୧୫ କୋଟି ଟଙ୍କା ଖର୍ଚ୍ଚ କରିଥିବା ନେଇ ସମାଲୋଚନା କରିଛନ୍ତି।
ମୁମ୍ବାଇ ଇଶାନ୍ଙ୍କୁ ଓ ଜୋଫ୍ରା ଆର୍ଚରଙ୍କୁ ଏତେ ଟଙ୍କା ଦେଇ କିଣିଥିବା ନେଇ ୱାଟସନ୍ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ, ଇଶାନ୍ଙ୍କ ଭଳି ଜଣେ ପ୍ରତିଭାଶାଳୀ ଓପନରଙ୍କୁ ଏତେ ଟଙ୍କାରେ କିଣିବା କଦାପି ଯୁକ୍ତିଯୁକ୍ତ ନୁହେଁ । ମୁମ୍ବାଇ ବର୍ତ୍ତମାନ ଯାଏଁ ଗୋଟିଏ ବି ମ୍ୟାଚ୍ରେ ବିଜୟ ହାସଲ କରିନଥିବା ବେଳେ ଇଶାନଙ୍କୁ ୧୫.୨୫ କୋଟି ଓ ଜୋଫ୍ରା ଆର୍ଚରକୁ ୮ କୋଟି ଦେଇ କିଣିଥିବା ନେଇ ଟିମ୍ ମ୍ୟାନେଜମେଣ୍ଟକୁ ସମାଲୋଚନା କରିଛନ୍ତି । ଆର୍ଚର ଏବେ ଯାଏଁ ମଧ୍ୟ ନିଜ କହୁଣୀ ଆଘାତରୁ ସୁସ୍ଥ ହୋଇନଥିବା ବେଳେ ଆସନ୍ତା ସିଜିନ୍ରେ ଖେଳିବା ନେଇ ମଧ୍ୟ ଆଶଙ୍କାରେ ରହିଛନ୍ତି ।
ସେ ଗ୍ରେଡ୍ କ୍ରିକେଟ୍ ପୋଡକାଷ୍ଟର ବାର୍ତ୍ତାଳାପରେ କହିଛନ୍ତି ଯେ, ମୁମ୍ବାଇ ଇଣ୍ତିଆନ୍ସ ପଏଣ୍ଟ ଟେବୁଲର ତଳେ ରହିବା ଦେଖି ମତେ କିଛି ଆଶ୍ଚର୍ଯ୍ୟ ଲାଗୁନାହିଁ । କାରଣ ସେ ଅକ୍ସନରେ ହିଁ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନେଇସାରିଛନ୍ତି । ପ୍ରଥମତଃ ସେ ଇଶାନ୍ କିଶାନଙ୍କୁ ୧୫ କୋଟି ଦେଇ କିଣିଲେ, ଇଶାନ ଜଣେ ପ୍ରତିଭାଶାଳୀ ଖେଳାଳି ସତ କିନ୍ତୁ ତାଙ୍କ ପାଇଁ ଟିମ୍ ଏତେ ଟଙ୍କା ଖର୍ଚ୍ଚ କରିବା ଠିକ୍ ନୁହେଁ ।
]]>ଏହି ମ୍ୟାଚ୍ରେ ଆରସିବି ୨୦ ଓଭରରେ ୬ ଉଇକେଟ ହରାଇ ୧୬୫ ରନ କରିଥିବାବେଳେ। ମୁମ୍ବାଇ ଏହାକୁ ଲକ୍ଷ୍ୟ କରି ୧୮.୧ ଓଭରରେ ୧୧୧ ରନରେ ସୀମିତ ରହିଛନ୍ତି। ଏହା ପରେ ମୁମ୍ବାଇକୁ ୟୁଏଇ ପର୍ଯ୍ୟାୟରେ ଲଗାତାର ତୃତୀୟ ଏବଂ ସିଜିନ୍ରେ ୬ଷ୍ଠ ଥର ପାଇ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ଅନ୍ୟପକ୍ଷରେ ୬ଷ୍ଠ ଥର ପାଇଁ ଜିତି ଆରସିବି ପ୍ଲେ ଅଫ ଆଡକୁ ବଢୁଛି। ଆରସିବି ଏବେ ୧୨ ପଏଣ୍ଟ ପାଇଥିବାବେଳେ ତାଲିକାରେ ୩ ନମ୍ବରରେ ରହିଛି। ମୁମ୍ବାଇ ୭ ନମ୍ବରରେ ରହିଛି। ଏହି ମ୍ୟାଚରେ ହର୍ଷଲ ପଟେଲ କମାଲ ବ୍ୟାଟିଂ କରିଥିବାବେଳେ ହାଟ୍ରିକ ୱିକେଟ ନେବାରେ ସଫଳ ହୋଇଛନ୍ତି। ହର୍ଷଦ ନିଜର ୩ଟି ବଲ୍ରେ ହାର୍ଦ୍ଦିକ, ପୋଲାର୍ଡ ଏବଂ ଚହଲଙ୍କ ୱିକେଟ ନେଇ ଆରସିବିର ବିଜୟ ସୁନିଶ୍ଚିତ କରିଥିଲେ। ହର୍ଷଲ ପଟେଲ ଆଇପିଏଲରେ ବାଙ୍ଗାଲୋର ପକ୍ଷରୁ ହାଟ୍ରିକ ୱିକେଟ ହାସଲ କରିବାରେ ତୃତୀୟ ବୋଲର। ହର୍ଷଲଙ୍କର ଏହି ହାଟ୍ରିକ୍ରେ ଖୁସିରେ ନାଚି ଉଠିଥିଲେ ବିରାଟ। କାରଣ ଗତ ୨ଟି ମ୍ୟାଚରେ ଆରସିବିକୁ ଲଗାତାର ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା।
Also Read
ସେହିଭଳି ଅନ୍ୟ ଏକ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସକୁ ୨ ୱିକେଟରେ ପରାସ୍ତ କରିଛି ଚେନ୍ନାଇ ସୁପର କିଙ୍ଗସ୍ । ଏହି ମ୍ୟାଚରେ ଟସ ଜିତି କେକେଆର ପ୍ରଥମେ ବ୍ୟାଟିଂ କରିଥିଲା । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୭୧ ରନ ସଂଗ୍ରହ କରିଥିଲା । କେକେଆର ପକ୍ଷରୁ ରାହୁଲ ତ୍ରିପାଠୀ ୪୫ ରନ କରିଥିବା ବେଳେ ନିତିଷ ରାଣା ୩୭ ଏବଂ ଦୀନେଶ କାର୍ତ୍ତିକ ୨୬ ରନ ସଂଗ୍ରହ କରିଥିଲେ । ଚେନ୍ନାଇର ଶାର୍ଦ୍ଧୁଳ ଠାକୁର ଓ ହାଜେଲଉଡ୍ ୨ଟି ଲେଖାଏଁ ଓ୍ବିକେଟ ପାଇଥିଲେ। ଜବାବରେ ଚେନ୍ନାଇ ସୁପର କିଙ୍ଗସ୍ ୮ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଚେନ୍ନାଇ ସୁପର କିଙ୍ଗସର ପାଓ ଡ୍ଯୁପ୍ଲେସି ୪୩ , ରୁତୁରାଜ ଗାଏକଓ୍ବାଡ୍ ୪୦ ଓ ଶେଷ ଆଡକୁ ରବିନ୍ଦ୍ର ଜାଡେଜା ୮ ଟି ବଲରେ ୨୨ରନ କରି ମ୍ୟାଚ ଜିତାଇଥିଲେ । ଅଲରାଉଣ୍ଡର ସଫଳତା ଲାଗି ରବିନ୍ଦ୍ର ଜାଡେଜା ମ୍ୟାନ ଅପ ଦ ମ୍ୟାଚ ହୋଇଛନ୍ତି ।
ସୂଚନାଥାଉ କି, ଚେନ୍ନାଇ ସୁପର୍ କିଙ୍ଗ୍ସ ପକ୍ଷରୁ ଫାପ୍ ଡୁପ୍ଲେସିସ୍ ୩୦ଟି ବଲ୍ରୁ ୪୩ ରନ କରିଥିବା ବେଳେ ଋତୁରାଜ୍ ଗାଇକ୍ୱାଡ୍ ୪୦ ଓ ମୋଇନ୍ ଅଲି ୩୨ ରନ କରିଥିଲେ। ଏହି ବିଜୟ ସହ ଚେନ୍ନାଇ ସୁପର୍ କିଙ୍ଗ୍ସ ପଏଣ୍ଟ ଟେବୁଲର ଶୀର୍ଷରେ ରହି ପ୍ଲେ ଅଫର ନିକଟତର ହୋଇଛି। ଅନ୍ୟପକ୍ଷରେ କୋଲକାତା ନାଇଟ୍ ରାଇଡର୍ସ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି। ପ୍ରଥମେ ବ୍ୟାଟିଂ କରି ନାଇଟ୍ ରାଇଡର୍ସ୍ ପାୱାର ପ୍ଲେ ରେ ୫୦ ରନ୍ କରିଥିଲା। କ୍ରମାଗତ ଭାବେ ୱିକେଟ୍ ପଡିବାରୁ ୧୭୧ ରନ୍ରେ ସିମିତ ହୋଇଥିଲା ନାଇଟ୍ ରାଇଡର୍ସ୍। ୧୭୧ ରନ୍ର ପିଛା କରି ସୁପର୍ କିଙ୍ଗ୍ସ ୨୦ ଓଭରରେ ୧୭୨ ରନ୍ କରି ୨ ପଏଣ୍ଟ ହାସଲ କରିଥିଲା। କୋଲକାତା ନାଇଟ୍ ରାଇଡର୍ସ ୧୦ ଟି ମ୍ୟାଚ୍ରୁ ମାତ୍ର ୪ ଟି ମ୍ୟାଚ୍ରେ ବିଜୟ ହାସଲ କରିପାରିଛି। ତେବେ ପ୍ଲେ ଅଫ୍ରେ ଜାଗା ସ୍ଥିର କରିବାକୁ ହେଲେ ଆଗାମୀ ସମସ୍ତ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସକୁ ଜିତିବାକୁ ପଡିବ। ଆଜି ମୁମ୍ବାଇ ଇଣ୍ତିଆନ୍ସ୍ ଅବଂ ରୟାଲ୍ ଚ୍ୟାଲେଞ୍ଜର ମଧ୍ୟରେ ସଂଧ୍ୟା ୭ ଟା ରେ ମୁକାବିଲା ହେବ।
ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂ ଧୋନି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଗୋଟିଏ ସମୟରେ, ୬ ଓଭରରେ ୪ ୱିକେଟ୍ ହରାଇ ଚେନ୍ନାଇର ସ୍କୋର ୨୪ ରନ୍ ଥିଲା, କିନ୍ତୁ ଋତୁରାଜଙ୍କ ଚମତ୍କାର ଇନିଂସ ବଳରେ CSK ୨୦ ଓଭରରେ ୬ ୱିକେଟ୍ ହରାଇ ୧୫୬ ରନ୍ ସଂଗ୍ରହ କରିଥିଲା । ଏହା ଋତୁରାଜଙ୍କ ଆଇପିଏଲ୍ କ୍ୟାରିୟରର ସର୍ବଶ୍ରେଷ୍ଠ ଇନିଂସ ଥିଲା । ଏଥିରେ ସେ ୫୮ ଟି ବଲ୍ରେ ୯ଟି ଚୌକା ଓ ୪ଟଇ ଛକା ସହ ୮୮ ରନ୍ କରି ନଟ୍ଆଉଟ୍ ରହିଥିଲେ । ସେ ପ୍ରଥମେ ରବିନ୍ଦ୍ର ଜାଡେଜା (୨୬) ଙ୍କ ସହ ମିଶି ପଞ୍ଚମ ୱିକେଟ୍ ପାଇଁ ୮୧ ରନ୍ ଏବଂ ବ୍ରାଭୋଙ୍କ ସହ ଷଷ୍ଠ ୱିକେଟ୍ ପାଇଁ ୩୯ ରନ୍ କରିଥିଲେ । ଯାହାଦ୍ୱାରା ଦଳୀୟ ସ୍କୋର ୧୫୦ ଉପରେ ପହଞ୍ଚିଥିଲା ।
ଚେନ୍ନାଇ ସୁପର କିଙ୍ଗ୍ସ ଶେଷ ୯ ଓଭରରେ ୧୦୯ ରନ୍ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା । ଋତୁରାଜ ଏବଂ ଜାଡେଜା ୱିକେଟ ଖସିବାରେ ବ୍ରେକ୍ ଲଗାଇଥିଲେ । କିନ୍ତୁ ପାୱାର ପ୍ଲେ ପରେ ୧୧ ତମ ଓଭର ପର୍ଯ୍ୟନ୍ତ କୌଣସି ବଲ୍ ବାଉଣ୍ଡରି ଛୁଇଁ ନଥିଲା । ଋତୁରାଜ ଦ୍ୱାଦଶ ଓଭରରେ କୃଣାଲ ପାଣ୍ଡ୍ୟାଙ୍କ ଏକ ବଲ୍ରେ ଛକା ମାରି ବଲ୍କୁ ବାଉଣ୍ଡରି ବାହାରେ ପହଞ୍ଚାଇଥିଲେ ।
ଋତୁରାଜ ଏବଂ ଜାଡେଜାଙ୍କ ମଧ୍ୟରେ ଅର୍ଦ୍ଧଶତକର ଭାଗିଦାରୀ ୧୩ତମ ଓଭରରେ ପୁରଣ ହେଲା । ଋତୁରାଜ ମୁମ୍ବାଇର କାମଚଳା ଅଧିନାୟକ କିରାନ୍ ପୋଲାର୍ଡଙ୍କ ବଲରେ ଚୌକା ମାରି ଜର ଷଷ୍ଠତମ ଆଇପିଏଲ୍ ଅର୍ଦ୍ଧଶତକ ପୂରଣ କରିଥିଲେ । ମ୍ୟାଚର ଶେଷ ବଲରେ ଋତୁରାଜ ବୁମ୍ରାହଙ୍କ ବଲ୍ରେ ଛକା ମାରିଥିଲେ । ଚେନ୍ନାଇ ସୁପର କିଙ୍ଗ୍ସର ଇନିଂସ ଶେଷ କରି ଯେତେବେଳେ ଋତୁରାଜ ଡ୍ରେସିଂ ରୁମ ଆଡ଼କୁ ଯାଉଥିଲେ ସେତେବେଳେ ମୁମ୍ବାଇ ଇଣ୍ଡିଆନ୍ସର ସୂର୍ଯ୍ୟକୁମାର ଯାଦବ ତାଙ୍କ ସହ ହାତ ମିଳାଇଥିଲେ ଆଉ ମୁଣ୍ଡରେ ହାତ ବୁଲାଇ ତାଙ୍କର ପ୍ରଶଂସା କରିଥିଲେ । ସୁର୍ଯ୍ୟକୁମାର ଯାଦବ ଏବଂ ଋତୁରାଜଙ୍କ ଏହି ଫଟୋକୁ ଚେନ୍ନାଇ ସୁପର କିଙ୍ଗ୍ସ ନିଜର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛି । ଏହି ଫଟୋରେ ଫ୍ୟାନ୍ସମାନେ ସୂର୍ଯ୍ୟକୁମାର ଯାଦବଙ୍କୁ ଢ଼େର ପ୍ରଶଂସା କରିଛନ୍ତି ।
ସୂଚନାଯୋଗ୍ୟ ଯେ, ଋତୁରାଜଙ୍କୁ ଚମତ୍କାର ପ୍ରଦର୍ଶନ ପାଇଁ 'ପ୍ଲେୟାର ଅଫ୍ ଦି ମ୍ୟାଚ୍' ଭାବରେ ବିବେଚିତ କରାଯାଇଛି । ସେପଟେ ଚେନ୍ନାଇ ସୁପର କିଙ୍ଗ୍ସର ମୁଖ୍ୟ କୋଚ୍ ଷ୍ଟିଫେନ୍ ଫ୍ଲେମିଂ ପ୍ରଶଂସା କରି କହିଛନ୍ତି ଯେ, ଋତୁରାଚ ଚାପକୁ ଭଲ ଭାବରେ ସାମ୍ନା କରି ଚମତ୍କାର ଇନିଂସ ଖେଳିଛନ୍ତି, ଯାହାଦ୍ୱାରା ତାଙ୍କ ଦଳ ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସକୁ ପ୍ରଥମ ମ୍ୟାଚରେ ପରାସ୍ତ କରିଛି ।
]]>୧୫୭ ରନ୍ ଟାର୍ଗେଟ୍ରେ ବ୍ୟାଟିଂ ଆରମ୍ଭ କରିଥିବା ମୁମ୍ବାଇ ଇଣ୍ଡିଆନ୍ସ ୮ ୱିକେଟ୍ ହରାଇ ୧୩୬ ରନ୍ କରିଥିଲା। ଟିମ୍ ୪୦ ରନ୍ ଭିତରେ ୩ ୱିକେଟ୍ ହରାଇଥିଲା। ଡିକକ୍ ୧୭, ଅନ୍ମୋଲ୍ ପ୍ରୀତ ସିଂ ୧୬ ଓ ସୂର୍ଯ୍ୟ କୁମାର ଯାଦବ ୩ ରନ୍ କରି ପ୍ୟାଭିଲିଅନ୍ ଫେରିଥିଲେ। ମୁମ୍ବାଇ ଇଣ୍ଡିଆନ୍ସର ସୌରଭ ତିୱାରୀ ଅପରାଜିତ ଅର୍ଦ୍ଧ ଶତକ କରିଥିଲେ ବି ତାହା ଦଳ ପାଇଁ ବିଜୟ ଆଣିପାରିନଥିଲା।
ଚେନ୍ନାଇ ପକ୍ଷରୁ ଋତୁରାଜ ଗାଏକ୍ୱାଡ୍ ଅପରାଜିତ ୮୮ ରନ୍ କରିଥିବା ବେଳେ ରବିନ୍ଦ୍ର ଜାଡେଜା ୨୬ ଏବଂ ଡ୍ୱେନ୍ ବ୍ରାଭୋ ୨୩ ରନ୍ କରିଥିଲେ। ୫୮ ବଲ୍ରୁ ବିସ୍ଫୋରକ ୮୮ ରନ୍ କରିଥିବା ଋତୁରାଜ ଗାଏକ୍ୱାଡ୍ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ହୋଇଥିଲେ।
ଦୁବାଇ ଇଣ୍ଟରନ୍ୟାଶନାଲ୍ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଚେନ୍ନାଇ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଚେନ୍ନାଇର ଏହି ନିଷ୍ପତ୍ତି ଟିମ୍ ଉପରେ ଭାରି ପଡ଼ିଥିଲା। ମୁମ୍ବାଇର ଷ୍ଟ୍ରାଇକ୍ ବୋଲର ଟ୍ରେଣ୍ଟ ବୋଲ୍ଟ ପ୍ରଥମ ଓଭରରେ ଚେନ୍ନାଇକୁ ବଡ଼ ଝଟକା ଦେଇଥିଲେ। ଇନଫର୍ମ ଫାଫ୍ ଡୁପ୍ଲେସିସ୍ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ୍ ଫେରିଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ମୋଇନ୍ ଅଲୀ ମଧ୍ୟ ଖାତା ଖୋଲିପାରିନଥିଲେ। ଡ୍ୱେନ୍ ବ୍ରାଭୋ କ୍ରିଜକୁ ଆସିବା ମାତ୍ରକେ ଧୂଆଁଧାର ବ୍ୟାଟିଂ କରିଥିଲେ। ବ୍ରାଭୋ ବୋଲ୍ଟଙ୍କୁ ବ୍ୟାକ୍ ଟୁ ବ୍ୟାକ୍ ଛକା ମାରି ଚେନ୍ନାଇ ରନ୍ ଗତିକୁ ବଢ଼ାଇଥିଲେ। ତେବେ ତାଙ୍କୁ ଆଉଟ୍ କରିଥିଲେ ବୁମ୍ରା। ଋତୁରାଜ ଶେଷ ପର୍ଯ୍ୟନ୍ତ କ୍ରିଜରେ ରହି ଚେନ୍ନାଇକୁ ୧୫୬ ରନର ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ଶାର୍ଦ୍ଦୁଲ ଠାକୁର ୧ ରନ କରି ଅପରାଜିତ ଥିଲେ। ଆଜି କୋଲକତା ନାଇଟ୍ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ମୁକାବିଲା ହେବ।
]]>ସେପଟେ ଡ୍ୱେନ୍ ବ୍ରାଭୋ ମାତ୍ର ୮ ବଲରେ ୩ ଛକା ସହ ୨୩ ରନ୍ ଏବଂ ରବୀନ୍ଦ୍ର ଜାଡେଜା ୨୬ ରନ୍ କରି ପ୍ୟାଭିଲିୟନ ଫେରିଛନ୍ତି । ମୁମ୍ବାଇ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ, ଆଡାମ ମିଲନେ ଓ ଯଶପ୍ରୀତ ବୁମ୍ରା ୨ଟି ଲେଖାଏ ୱିକେଟ୍ ନେଇଛନ୍ତି ।
ଦୁବାଇ ଇଣ୍ଟରନ୍ୟାଶନାଲ୍ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଚେନ୍ନାଇ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଚେନ୍ନାଇର ଏହି ନିଷ୍ପତ୍ତି ଟିମ୍ ଉପରେ ଭାରି ପଡ଼ିଥିଲା। ମୁମ୍ବାଇର ଷ୍ଟ୍ରାଇକ୍ ବୋଲର ଟ୍ରେଣ୍ଟ ବୋଲ୍ଟ ପ୍ରଥମ ଓଭରରେ ଚେନ୍ନାଇକୁ ବଡ଼ ଝଟକା ଦେଇଥିଲେ। ଇନଫର୍ମ ଫାଫ୍ ଡୁପ୍ଲେସିସ୍ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ୍ ଫେରିଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ମୋଇନ୍ ଅଲୀ ମଧ୍ୟ ଖାତା ଖୋଲିପାରିନଥିଲେ। ତାଙ୍କୁ ଦ୍ୱିତୀୟ ଓଭରରେ ଆଡାମ୍ ମିଲନେ ଆଉଟ୍ କରିଥିଲେ। ଅମ୍ବାତି ରାୟୁଡୁ ରିଟାୟର୍ଡ ହର୍ଟ ହୋଇଥିଲେ। ସୁରେଶ ରାଇନା (୪) ଚୌକା ମାରି ଆରମ୍ଭ କରିଥିଲେ ହେଁ ବେଶୀ ସମୟ କ୍ରିଜରେ ତିଷ୍ଠିପାରିନଥିଲେ।
କ୍ୟାପଟେନ୍ ଧୋନିଙ୍କ ଉପରେ ଟିମ୍ ଆଶାବାଦୀ ଥିବା ବେଳେ ସେ ମଧ୍ୟ ନିରାଶ କରିଥିଲେ। ଧୋନି ବ୍ୟକ୍ତିଗତ ୩ ରନ୍ କରି ମିଲନେଙ୍କ ଶିକାର ହୋଇଥିଲେ। ୨୪ ରନରେ ୪ ୱିକେଟ୍ ହରାଇ ଚେନ୍ନାଇ ବ୍ୟାକଫୁଟକୁ ଚାଲିଆସିଥିଲା। ତେବେ ଏହିଠାରେ ଋତୁରାଜଙ୍କୁ ଭରପୂର ସହଯୋଗ କରିଥିଲେ ରବୀନ୍ଦ୍ର ଜାଡେଜା। ଦୁହେଁ ପଞ୍ଚମ ୱିକେଟ୍ ହରାଇ ୮୧ ରନର ଭାଗିଦାରୀ କରିଥିଲେ। ଋତୁରାଜ ୪୧ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଜାଡେଜା ୨୬ ରନ୍ କରି ଯଶପ୍ରୀତ ବୁମ୍ରାଙ୍କ ବଲରେ ଆଉଟ୍ ହୋଇଥିଲେ।
ଏହା ପରେ ଡ୍ୱେନ୍ ବ୍ରାଭୋ କ୍ରିଜକୁ ଆସିବା ମାତ୍ରକେ ଧୂଆଁଧାର ବ୍ୟାଟିଂ କରିଥିଲେ। ବ୍ରାଭୋ ବୋଲ୍ଟଙ୍କୁ ବ୍ୟାକ୍ ଟୁ ବ୍ୟାକ୍ ଛକା ମାରି ଚେନ୍ନାଇ ରନ୍ ଗତିକୁ ବଢ଼ାଇଥିଲେ। ତେବେ ତାଙ୍କୁ ଆଉଟ୍ କରିଥିଲେ ବୁମ୍ରା। ଋତୁରାଜ ଶେଷ ପର୍ଯ୍ୟନ୍ତ କ୍ରିଜରେ ରହି ଚେନ୍ନାଇକୁ ୧୫୬ ରନର ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ଶାର୍ଦ୍ଦୁଲ ଠାକୁର ୧ ରନ କରି ଅପରାଜିତ ଥିଲେ।
]]>ଟସ୍ ଜିତି ଚେନ୍ନାଇ ମୁମ୍ୱାଇକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ବ୍ୟାଟିଂ କରିବାକୁ ପଡ଼ିଆକୁ ପ୍ରଥମେ ଆସିଥିଲେ ଅଧିନାୟକ ରୋହିତ ଶର୍ମା ଓ ଇଭିନ୍ ଲୁଇସ୍। ଉଭୟ ବେଶୀ ସମୟ ତିଷ୍ଠି ପାରିନଥିଲେ। ଲୁଇସ୍ ଖାତା ଖୋଲି ନପାରି ଦୀପକଙ୍କ ଶିକାର ହୋଇଥିଲେ। ପରେ ରୋହିତ ୧୫ ରନ୍ କରି ୱାଟ୍ସନ୍ଙ୍କ ବଲ୍ରେ ଆଉଟ୍ ହୋଇଯାଇଥିଲେ। ତା’ପରେ ବ୍ୟାଟିଂ କରିବାକୁ ଆସିଥିବା ଈଶାନ କିସନ ଓ ସୂର୍ଯ୍ୟ କୁମାର ଯାଦବ କିଛି ସମୟ ତିଷ୍ଠି ଥିଲେ। ଈଶାନ ୪୦ ଓ ସୂର୍ଯ୍ୟ ୪୩ ରନ୍ କରି ଆଉଟ୍ ହୋଇଥିଲେ। ହାର୍ଦ୍ଦିକ ୨୨ ରନ୍ ଓ କୁନାଲ ପାଣ୍ଡ୍ୟାଙ୍କ ୪୧ ରନ୍ ବଳରେ ମୁମ୍ୱାଇ ୧୬୫ ରନ୍ କରିପାରିଥିଲା। ଚେନ୍ନାଇ ପକ୍ଷରୁ ୱାଟ୍ସନ୍ ୨, ଦୀପକ ଓ ତାହିର ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।
୧୬୬ ରନ୍ର ବିଜୟ ଲକ୍ଷ୍ୟକୁ ଚେନ୍ନାଇ ସୁପର କିଙ୍ଗ ୯ ୱିକେଟ୍ ହରାଇ ହାସଲ କରିନେଇଥିଲା। ଦଳ ପକ୍ଷରୁ ସେନ୍ ୱାଟସନ୍ ୧୬ ରନ୍ କରିଥିବା ବେଳେ ଅମ୍ବାତି ରାଇଡୁ ୨୨, ସୁରେଶ ରାଇନା ୪, କେଦାର ଯାଦବ ୨୪, ଧୋନୀ ୫, ରବୀନ୍ଦ୍ର ଜାଡ଼େଜା ୧୨ ରନ୍ କରିଥିଲେ। ମ୍ୟାଚ୍ରେ ହୀରୋ ସାଜିଥିଲେ ବ୍ରାଭୋ। ସେ ୩୦ଟି ବଲ୍ରୁ ୭ଟି ଛକା ଓ ୩ଟି ଚୌକା ସହାୟତାରେ ୬୮ ରନ୍ କରିଥିଲେ।
]]>ଆଜି ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡିୟମରେ ସନ୍ଧ୍ୟା ୫ଟାରେ ଆରମ୍ଭ ହେବ। ଉଦ୍ଘାଟନୀ ସମାରୋହ କାର୍ଯ୍ୟକ୍ରମ ୯୦ ମିନିଟ ଧରି ଚାଲିବ। ଏହା ପରେ ଆରମ୍ଭ ହେବ ଚଳିତ ବର୍ଷର ପ୍ରଥମ ମ୍ୟାଚ୍।
ଉଦ୍ଘାଟନୀ ଉତ୍ସବର ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ନିଜର ଜଲ୍ୱା ଦେଖାଇବାକୁ ସାମିଲ ହେବେ ବଲିଉଡ଼ ଷ୍ଟାର୍ ହ୍ରିତିକ ରୋଶନ, ବରୁନ ଧୱନ,ଓ ଜାକଲିନ୍ଙ୍କ ସମେତ ଆହୁରି ଅନେକ କଳାକାର। ପୂର୍ବରୁ ପରିନିତୀ ଚୋପ୍ରା ଓ ରଣବୀର ସିଂ ଉଦଘାଟନୀ ଉତ୍ସବରେ ସାମିଲ ହେବାକୁ ସ୍ଥିର ହୋଇଥିବା ବେଳେ ଶେଷ ମୁହୂର୍ତ୍ତରେ ଏହି ଦୁଇଜଣ ଓହରି ଯାଇଛନ୍ତି। ରଣବୀର ଆହତ କରାଣରୁ ଏଥିରେ ସମିଲ ହୋଇପାରିବେନି ବୋଲି କହିବା ସହ ପରିନିତୀ ଫିଲ୍ମ ସୁଟିଂରେ ବ୍ୟସ୍ତ ପାଇଁ ସାମିଲ ହୋଇପାରିବେନି ବୋଲି ଜଣାପଡ଼ିଛି।
ପ୍ରଥମ ମ୍ୟାଚ୍ରେ ମୁହାଁମୁହିଁ ହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ୍। ୨ ବର୍ଷର ବାସନ୍ଦ ପରେ ଆଇପିଏଲ୍କୁ ଫେରିଛି ଚେନ୍ନାଇ ସୁପର କିଙ୍ଗସ୍। ଏହାପରେ ଉଦ୍ଘାଟନୀ ମ୍ୟାଚ୍ ରାତି ୮ରେ ସେହି ଷ୍ଟାଡ଼ିୟମରେ ମୁମ୍ବାଇ ଓ ଚେନ୍ନାଇ ମଧ୍ୟରେ ଖେଳାଯିବ।
ମହେନ୍ଦ୍ର ସିଂ ଧୋନୀ ଏବଂ ରୋହିତ ଶର୍ମାଙ୍କ ମଧ୍ୟରେ ହେବ କଡା ଟକ୍କର। ମୁମ୍ବାଇ ଇଣ୍ଡିଆନ୍ସରେ ଏଭିନ ଲୁଇସ୍, ରୋହିତ ଶର୍ମା, ସୂର୍ଯ୍ୟ କୁମାର ଯାଦବଙ୍କ ଭଳି ବ୍ୟାଟ୍ସମ୍ୟାନ ଥିବା ବେଳେ କିରୋନ୍ ପୋଲାର୍ଡ, ପାଣ୍ଡ୍ୟା ବ୍ରଦର୍ସ ଭଳି ଅଲରାଉଣ୍ଡର ଅଛନ୍ତି। ତେବେ ମୁମ୍ବାଇ ଇଣ୍ଡିଆନ୍ସ ବୋଲିଂ ବିଭାଗ ବେଶ୍ ଶକ୍ତିଶାଳୀ ରହିଛି। ଜସପ୍ରିତ ବୁମ୍ରା, ମୁସ୍ତାଫିଜୁର ରେହମାନ, ବେନ୍ କଟିଙ୍ଗ୍ ଏବଂ ପ୍ୟାଟ କମିନ୍ସଙ୍କୁ ମୁମ୍ବାଇ ଦଳରେ ଦେଖିବାକୁ ମିଳିବ।
ସେପଟେ ମହେନ୍ଦ୍ର ସିଂ ଧୋନୀ ଏବଂ ସୁରେଶ ରାଇନାଙ୍କୁ ନେଇ ଚେନ୍ନାଇ ପୁଣି ଥରେ ଟ୍ରଫି ଜିତିବା ପାଇଁ ଲକ୍ଷ୍ୟ ରଖିଛି। ପ୍ରଥମ ଥର ମୁମ୍ବାଇ ବିପକ୍ଷରେ ଖେଳିବେ ସ୍ପିନର ହରଭଜନ ସିଂ। ପ୍ରଥମ ଥର ମୁମ୍ବାଇ ଛାଡି ଚେନ୍ନାଇରେ ସାମିଲ ହୋଇଛନ୍ତି ହରଭଜନ।
]]>