• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Motivational Story

special story
ରେଳ ଷ୍ଟେସନ୍‌ରେ ଚା’ ବିକ୍ରି କରୁଥିଲେ ବାପା, ଗରିବୀରେ ପାଠପଢ଼ି BPSC ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲା ପୁଅ

ଗରିବ ବାପାର ସୁନା ପୁଅ । କଠିନ ପରିଶ୍ରମ କରି ଆଜି ସେ ସଫଳ ହୋଇପାରିଛନ୍ତି ।

gujrat
ସଂଘର୍ଷ ଓ ସଫଳତାର କାହାଣୀ : ପ୍ଲାଷ୍ଟିକ୍ ବର୍ଜ୍ୟରୁ ସାମଗ୍ରୀ ତିଆରି କରି ମାସିକ ଏକ ଲକ୍ଷ ରୋଜଗାର କରୁଛନ୍ତି ରାଜୀବେନ୍

ବିବାହର ୧୨ ବର୍ଷ ପରେ ହଠାତ୍ ତାଙ୍କ ସ୍ୱାମୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଗଲା । ଆଉ କିଛି ଦିନ ମଧ୍ୟରେ ସେ ଆରପାରିକୁ ଚାଲିଗଲେ ।

udala
ସ୍ୱାବଲମ୍ବୀ ହେଲେ ମହିଳା : ପ୍ରାକୃତିକ ରଙ୍ଗ ଦେଇ ତିଆରି କରୁଛନ୍ତି ଭଳିକି ଭଳି ଶାଢ଼ୀ

ଘରେ ବସି ନରହି ରୋଜଗାର କରୁଛନ୍ତି ମହିଳା । ମୌନଧ୍ଵନି ଫାଉଣ୍ଡେସନ ସଂସ୍ଥା ମୟୁରଭଞ୍ଜ ଜିଲ୍ଲାର ୪ଟି ସ୍ଥାନରେ ମହିଳା ମାନଙ୍କୁ ପ୍ରଶିକ୍ଷଣ ଦେଇ ଆତ୍ମନିର୍ଭରଶୀଳ କରିବାର ପ୍ରୟାସ ଜାରି ରଖିଛି ।

kalpataru
ଆଜୀବନ ଅନ୍ଧକାର ଯାହାର ସାଥୀ . . . ଦୀପାବଳିରେ ଆଲୋକ ବାଣ୍ଟୁଛନ୍ତି ଦୃଷ୍ଟିବାଧିତ କଳ୍ପତରୁ

ସେ କେବେ ଦୁନିଆ ଦେଖି ନାହାଁନ୍ତି । ଆଲୁଅ ବି ଦେଖିନାହାଁନ୍ତି । କିନ୍ତୁ ସେ ଏବେ ବାଣ୍ଟୁଛନ୍ତି ଆଲୋକର ଦୀପାଳି

tree man
ଗଛ ପାଇଁ ସମର୍ପିତ ମଣିଷ : କେମିତି ବଞ୍ଚିବ, କେମିତି ବଢ଼ିବ . . ସକାଳଠୁ ସଞ୍ଜ ଯାଏଁ ଚିନ୍ତା କରନ୍ତି ବିଜୟ

ଗଛ ତାଙ୍କ ପାଇଁ ଜୀବନ । କେମିତି ବଂଚିବ ଗଛ, କେମିତି ବଢିବ ଗଛ। ସକାଳଠୁ ସଂଜ ଯାଏଁ ଏମିତି ଚିନ୍ତା କରନ୍ତି ବାଲେଶ୍ୱର ଜିଲ୍ଲା ଗଡ଼ପୋଖରୀ ଗାଁର ବିଜୟ କୁମାର ଜେନା ।

harun papa
ଏ ଯୁଗର ଗୁରୁ ଦ୍ରୋଣ : ମାଗଣାରେ ପିଲାଙ୍କୁ ଖେଳ ପ୍ରଶିକ୍ଷଣ ଦେଉଛନ୍ତି ହାରୁନ ଖାଁ

ପେଶାରେ ଓକିଲ ନିଶା ଖେଳ ପ୍ରଶିକ୍ଷଣ । ସମସ୍ତଙ୍କ ପ୍ରିୟ ରେଢାଖୋଲର ହାରୁନ ପାପା । ପିଲାଟି ଦିନରୁ ଖେଳ ପ୍ରତି ଥିଲା ଅହେତୁକ ରୁଚି । ଆନ୍ତର୍ଜାତିକ ସ୍ତରରେ ନିଜକୁ ଦେଖିବାର ସ୍ୱପ୍ନ ଦେଖିଥିଲେ, ହେଲେ ତାଙ୍କର ସ୍ୱପ୍ନ ପୂରଣ ହୋଇପାରିଲାନି

Painter
ଦିନେ ଯାତ୍ରାପାର୍ଟି ବ୍ୟାନର ଲେଖୁଥିଲେ : ପରିଶ୍ରମ ଓ ଅଧ୍ୟବସାୟ ବଳରେ ଆଜି ସେ ପ୍ରସିଦ୍ଧ ଚିତ୍ରଶିଳ୍ପୀ

ଦିନେ ସେ ରାସ୍ତା କଡର କାନ୍ଥ ଓ ଯାତ୍ରା ପାର୍ଟି ବ୍ୟାନରେ ଚିତ୍ର ଆଙ୍କୁଥିଲେ। କିନ୍ତୁ ନିଜର ପରିଶ୍ରମ ଓ ଅଧ୍ୟବସାୟ ବଳରେ ସେ ପାଲଟି ଯାଇଛନ୍ତି ଜଣେ ପ୍ରସିଦ୍ଧ ଚିତ୍ରଶିଳ୍ପୀ। ଆମେ କହୁଛୁ ଭଦ୍ରକର ଯୁବ ଚିତ୍ରଶିଳ୍ପୀ ପ୍ରଭାତ ଜେନାଙ୍କ କଥା। ପିଲା ବେଳୁ ଜଣେ ଚିତ୍ରଶିଳ୍ପୀ ହେବା ପାଇଁ ସ୍ଵପ୍ନ ଦେଖିଥିବା ପ୍ରଭାତଙ୍କ ବାଟ ଓଗାଳିଥିଲା ଅର୍ଥ।

Defence Academy
ସେନା ବାହିନୀରେ ନିଯୁକ୍ତି ପାଇବା ପାଇଁ ମାଗଣା ପ୍ରଶିକ୍ଷଣ ଶିବିର : ତାଲିମ୍ ଦେଉଛନ୍ତି ଦୁଇ ପୂର୍ବତନ ସେନା ଅଧିକାରୀ

ଟିଟିଲାଗଡ ସହରର ଲିଙ୍ଗରାଜ ନାୟକ ୨୫ ବର୍ଷ ଓ କେସିଙ୍ଗା ସହରର ସତ୍ୟବାନ ଭୋଇ ୨୩ ବର୍ଷ ଭାରତୀୟ ସେନା ବାହିନୀରେ କାମ କରି ବର୍ତ୍ତମାନ ଅବସର ନେଇଛନ୍ତି । ପିଲାଙ୍କ ସମସ୍ୟାକୁ ହୃଦୟଙ୍ଗମ କରି ଲିଙ୍ଗରାଜ ନାୟକ ଟିଟିଲାଗଡରେ ସୂର୍ଯ ସୈନିକ ଟ୍ରେନିଂ ସେଣ୍ଟରର ସ୍ଥାପନା କରିଛନ୍ତି ଓ ଏହି ଟ୍ରେନିଂ ସେଣ୍ଟର ରେ ଆର୍ମୀ, ITBP, CRPF, RPF, BSF ଭଳି ସଂସ୍ଥାରେ ନିଯୁକ୍ତି ପାଇଁ ଇଚ୍ଛୁକ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦିଆଯାଉଛି

Odisha Man Who Donates Free Firewood
ରାୟଗଡାର ସ୍ୱେଚ୍ଛାସେବୀ ଆପୁଲୁସ୍ୱାମୀ କାଡ୍ରାକା : ଗରିବ ନିଃସହାୟ ଲୋକଙ୍କ ଶବ ସତ୍କାର ପାଇଁ ମାଗଣାରେ ଯୋଗାନ୍ତି କାଠ

ରାୟଗଡା ସହର ଆମ୍ବାଗୁଡା ଅଞ୍ଚଳର ଯୁବକ ଆପୁଲୁସ୍ୱାମୀ କାଡ୍ରାକା । ଜଣେ ପରୋପକାରୀ ମଣିଷ ହିସାବରେ ସାରା ରାୟଗଡା ସହରରେ ସୁପରିଚିତ । ଲୋକଙ୍କ ବିପଦ ଆପଦ ସମୟରେ ସବୁବେଳେ ସହାୟତାର ହାତ ବଢାଇଥାନ୍ତି ଆପାଲୁସ୍ୱାମୀ । ଗତ ଦୁଇ ବର୍ଷ ହେଲାଣି ସେ ଆରମ୍ଭ କରିଛନ୍ତି ଏକ ନିଆରା ଅଭିଯାନ ।

mayadhar sir
୮୩ ବର୍ଷ ବୟସରେ ପଡିନି ବୟସର ଛାପ : ଦୀର୍ଘ ୨୩ ବର୍ଷ ହେଲା ପିଲାଙ୍କୁ ମାଗଣାରେ ପାଠ ପଢ଼ାଉଛନ୍ତି ମାୟାଧର ସାର୍

ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ ଗଁପୁର ପଞ୍ଚାୟତର ଅଙ୍ଗାରୁଆ ଗାଁ । ଗାଁ କଜଳେଇ ମନ୍ଦିରର ଶାନ୍ତ ଓ ଶୁଦ୍ଧ ବାତାବରଣରେ ପାଠ ପଢୁଛନ୍ତି ପିଲାଏ । ପ୍ରଥମ ଶ୍ରେଣୀରୁ କଲେଜ୍ ପିଲାମାନଙ୍କୁ ଏଠାରେ ପାଠ ପଢାଉଛନ୍ତି ମାୟାଧର ସାର୍ । ଏଥିପାଇଁ ପିଲାଙ୍କଠାରୁ କୌଣସି ପାରିଶ୍ରମିକ ନିଅନ୍ତି ନାହିଁ ମାୟାଧର ସାର୍ ।

 Ravenshaw Student Provides Free Tuition
ସାବାସ୍ ରାଜେଶ୍ ! ଷ୍ଟାଇପେଣ୍ଡ ଟଙ୍କାରେ ନିଜ ଅଞ୍ଚଳର ପିଲାଙ୍କୁ ପାଠ ପଢାଉଛନ୍ତି M.Phil ଛାତ୍ର

କୋଭିଡ଼ କଟକଣା ପାଇଁ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକ ବନ୍ଦ ରହିଥିବା ବେଳେ କେବଳ ୯ ଏବଂ ୧୦ମ ଶ୍ରେଣୀର ପିଲାମାନେ ସ୍କୁଲ ଯାଉଛନ୍ତି । ଏଭଳି ସ୍ଥିତିରେ ପଛୁଆ ଗାଁରେ ଶିକ୍ଷାର ଦୂତ ହୋଇ ଗାଁ ପିଲାଙ୍କ ନିକଟରେ ଛିଡ଼ା ହୋଇଛନ୍ତି ରାଜେଶ । ନିଜ ଘର ବାରଣ୍ଡାରେ ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କୁ ବସାଇ ପାଠ ପଢାଉଛନ୍ତି ।

Jajpur
ସ୍ୱାମୀଙ୍କ ମୃତ୍ୟୁ ପରେ ଭାଙ୍ଗି ପଡିନାହାଁନ୍ତି : ପିଲାଙ୍କ ଭବିଷ୍ୟତ ପାଇଁ ଗାଁ ଗାଁ ବୁଲି ବ୍ୟବସାୟ କରୁଛନ୍ତି ଜାଏଦା ବିବି

ନିଜର ଆତ୍ମବିଶ୍ୱାସ ଓ ଦୃଢ ମନୋବଳ ତାଙ୍କୁ ଜୀବନ ଜୀବିକା ନିର୍ବାହ କରିବାର ରାହା ଦେଖାଇଥିଲା । ଗାଁ ଗାଁ ବୁଲି ବ୍ୟବସାୟ କରିବାକୁ ଚିନ୍ତାକଲେ । ଜାଏଦା ପ୍ରଥମେ ଏକ ସାଇକେଲରେ ଆଖା ପାଖ ଗାଁକୁ ଯାଇ ଚୁଡି, ଟିକିଲି, ଛୋଟ ପିଲାମାନଙ୍କ ଡ୍ରେସ ସହ ଅନ୍ୟାନ୍ୟ ଷ୍ଟେସନାରୀ ସାମଗ୍ରୀ ବିକ୍ରି କରିବା ଆରମ୍ଭ କଲେ ।

madhya pradesh
ଝିଅ ଜନ୍ମ ହେବା ଖୁସିରେ ହଜାରେରୁ ଅଧିକ ଲୋକଙ୍କୁ ମାଗଣା ଗୁପଚୁପ୍ ଖୁଆଇଲେ ଠେଲାବାଲା

ଘରକୁ ଆସିଲା କନ୍ୟା ରତ୍ନ, ଖୁସିରେ ଗଦଗଦ୍ ବାପା । ସାହି ପଡ଼ିଶାଙ୍କୁ ମାଗଣାରେ ଗୁପଚୁପ୍ ଖୁଆଇଲେ । ସମାଜରେ ପୁଅ ଏବଂ ଝିଅ ମଧ୍ୟରେ ଭେଦଭାବ କରୁଥିବା ଭଳି ଅନେକ ଖବର ଶୁଣିଥିବେ । କିନ୍ତୁ କିଛି ଏପରି ଲୋକ ଅଛନ୍ତି ଯେଉଁମାନେ ଏହି ବିଚାରଧାରାରେ ପରିବର୍ତ୍ତନର ଧାରା ଆଣୁଛନ୍ତି ।

Nuapada
ଜଳଖିଆ ଦୋକାନ କରି ସ୍ୱାବଲମ୍ବୀ ମହିଳା : ମାଣ୍ଡିଆ ପରି ଖାଦ୍ୟଶଷ୍ୟରୁ ତିଆରି କରୁଛନ୍ତି ପୁଷ୍ଟିକର ଖାଦ୍ୟ

ରୋଜଗାର ପାଇଁ ଅନ୍ୟ କାହା ପାଖରେ କାମ ନକରି ବରଂ ନିଜସ୍ୱ ଉଦ୍ୟମରେ କରିପାରିଛନ୍ତି ଏକ ଜଳଖିଆ ଦୋକାନ । ନିଜେ ସ୍ୱାବଲମ୍ବୀ ହେବା ସହ ଲୋକଙ୍କୁ ଯୋଗାଉଛନ୍ତି ପୃଷ୍ଟିକର ଖାଦ୍ୟ । ତେବେ ଏହା ସାଧାରଣ ଟିଫିନ୍ ସେଣ୍ଟରଠାରୁ ଟିକେ ଭିନ୍ନ ।

medhansh
ମେଧାବୀ ମେଧାଂଶ,୧୧ ବର୍ଷ ବୟସରେ ସପ୍ଟୱେର କମ୍ପାନୀର ସିଇଓ

ତୁଳସୀ ଦୁଇ ପତ୍ରରୁ ବାସେ । କଅଁଳ ବୟସରେ ବଡ଼ କାରନାମା । ପଞ୍ଜାବ ଜଲନ୍ଧରର ବିସ୍ମୟ ବାଳକ ମେଧାଂଶ । ମାତ୍ର ୧୧ ବର୍ଷ ବୟସରେ ତାଙ୍କର ଚମତ୍କାର ପ୍ରତିଭା ପାଇଁ ସେ ଏବେ ସାରା ଦେଶରେ ପରିଚିତ । କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ମେଧାଂଶଙ୍କ ଖ୍ୟାତି ପହଞ୍ଚି ଗଲାଣି । ସେ ବର୍ତ୍ତମାନ ପର୍ଯ୍ୟନ୍ତ ୫୦ରୁ ଅଧିକ ସଫ୍ଟୱେର୍ ବିକଶିତ କରିଛନ୍ତି । ତାଙ୍କର ନିଜସ୍ୱ ଏକ କମ୍ପାନୀ ରହିଛି ଏବଂ ସେ ତାହାର ସିଇଓ ଅଟନ୍ତି ।

Odisha’s Tribal Youtuber
ଦିନ ମଜୁରିଆରୁ ଲକ୍ଷପତି ୟୁଟ୍ୟୁବର୍ ଇସାକ୍ ମୁଣ୍ଡା

ଇସାକ୍ ମୁଣ୍ଡା ସଉକରେ ଗୋଟିଏ ଭିଡିଓ କରି ନିଜର ୟୁଟ୍ୟୁବ୍ ଆକାଉଣ୍ଟରେ ଅପଲୋଡ୍ କରିଥିଲେ। ସେ ଚିନ୍ତା କରିନଥିଲେ ତାଙ୍କ ଭିଡିଓ ଗୁଡ଼ିକୁ ବହୁତ୍ ଲୋକ ପସନ୍ଦ କଲେ। ଏବେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି।

 social worker from cuttack
ଅନାଥ କୁନି ଝିଅକୁ କୋଳେଇ ନେଇଥିଲେ, କନ୍ୟା ଦାନ କଲେ

ମହାମାରୀ ସମୟରେ ସତୀଚଉରା ମଶାଣିରେ ଶହଶହ କରୋନା ମୃତବ୍ୟକ୍ତିଙ୍କ ଶବଦାହ କରି ଚର୍ଚ୍ଚାକୁ ଆସିଥିଲେ କଟକର ବିଭୂତି ରାୟ। ଏବେ ପୁଣି ଏକ ନିଆରା କାର୍ଯ୍ୟ କରି ସେ ଚର୍ଚ୍ଚାକୁ ଆସିଛନ୍ତି ।